ଆଲୋକର କାରା ତେଜି
୧୮୮୮–୧୯୫୩
- ସଂକଳନ: ସଂଘର୍ଷ
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୧୮୬
- ସ୍ଥିତି
- ସାର୍ବଜନୀନ (Public domain)
ମୁକ୍ତିର ଏ ଅନ୍ଧାର ପ୍ରାନ୍ତରେ,ଗୃହଣୀର ସୀମା ଡେଇଁଆଗୋ ‘ବେଶ୍ୟା’ ଚଳ ସମାଦରେ !ତୁମେ ଆଗୋ ଝଡ଼ର ବନିତା—ତୁମକୁ ଡ଼ାକୁଛି ଏହି ଯୁଗ ପରା –ତୁମେ ତା’ କରତା !!ତୁମେ ପରା “ଅସତୀ” ଗୋଦେବ ଆଳେ ନାହିଁ ତୁମ ଥାନ,ତୁମ ପାଇଁ ସଜା ସିନା ଏହି ଆଖଡ଼ା ଗୋ,ତାର ତୁଲେ କାଟିବାକୁ ଦିନ !ମନ୍ଦିରର ବନ୍ଧା ଗତ, ଆଇନ୍ କାନୁନ୍ନିୟନ୍ତ୍ରିତ ବିଧି ବଦ୍ଧ ଗତ,କଥା କଥାକରେ ଯହିଁ ଟାକିଛନ୍ତି ରହିଧର୍ମ ଆଉ ସମାଜ ଓ ନୀତି –ସେ’ ସବୁ ଗୋ’ ତୁମ ଲାଗି ନୋହେ—ଭିତରରେ ପଶୁ ସେହିବାହାରକୁ ଦେବତା ଦୋଲାଏ !!!ତାହାର ନୀତିରେ ଯଦିତୁମେ ଆଜି ‘ଦୁଶ୍ଚରିତ୍ରା’ ହୁଅ,ହେଲେ ହେଉ ତାହା ପଛେସେ ପଦବୀ ସ୍ନେହେ ବରିନିଅ !କଳଙ୍କର ଟିକା ପିନ୍ଧି ସାଦରେ ଗୋ –ସେ’ ମନ୍ଦରୁ ହୁଅ ଆଗଭର,ତୁମପାଇ ଏହି ଖଟୀ – ଏହି ଆଡ଼୍ଡ଼ାତାକୁ ଆଜି ଘୃଣାରେ ନ ଧର !ସମାଜର ‘ଶ୍ରୀରାଧା’ ଗୋନୁହ ପଛେ ‘ ଜଟିଳା’, ‘କୁଟିଳା’ମୁକ୍ତ ଏହି ବ୍ୟଭିଚାରେ ବରିନିଅନିଷ୍ଠାରେ ଗୋ ବୀରା !ଏ’ ଖଟୀର ଆଡ଼୍ଡ଼ାରେ ଗୋଏ ସୈତାନୀ ଆନନ୍ଦ ଭିତରେ,ମଗ୍ନ ହେବା ପାଇଁ ଆଉ ଲଜ୍ଜା କିବାଭାବ କି ମନରେ ?ଏ’ ଖଟିର ହାସ୍ୟରେ ଗୋବନ୍ଧା କିଛି ନାହିଁ, ସବୁ ମୁକ୍ତ,ପାପ ଯାହା ପୁଣ୍ୟ ତାହାସତ୍ୟ ମିଥ୍ୟା ସମସ୍ଥାନ ଯୁକ୍ତ !ଏ ଆନନ୍ଦେ ଭୀରୁତାରତିଳେ ନାହିଁ ଆଶଙ୍କା ମନରେ,ସାମାଜିକ – ଦାଢ଼ିବାନ୍ନାଲି ଆଖି କାହିଁ କେତେ ଦୂରେ !
ସମ୍ବନ୍ଧିତ ରଚନା
ସୂର୍ଯ୍ୟ ପ୍ରତି ଦୀପ
ଗଙ୍ଗାଧର ମେହେର
ତାରା-ସୂର୍ଯ୍ୟ
ଗଙ୍ଗାଧର ମେହେର