ଦଶମ ସର୍ଗ — ତପସ୍ୱିନୀ — ଗଙ୍ଗାଧର ମେହେର · ସ୍ୱର୍ଣ୍ଣଲିପିସମ୍ପୂର୍ଣ୍ଣ ସୂଚୀପତ୍ର
ଦଶମ ସର୍ଗ
(କଲ୍ୟାଣ ପଡ଼ିତାଳ)ସତୀ ପାଇ ଦୁଇ ପୁତ୍ର-ରତନପ୍ରାଣରୁ ଅଧିକ କରି ଯତନ,ଲାଳନ ପାଳନେ ନିହିଲେ ମନଲାଗିଗଲା ଦୃଢ଼ ସ୍ନେହବନ୍ଧନ,ଛାଡ଼ିଲେ ନାହିଁ ନିମିଷେ ପାଶ,ମଣିଲେ ଜୀବନ-ଭାର ଉଶ୍ୱାସ ।୧।ସ୍ନାନ ପାଇଁ ଦିନେ ଥରେ ମାତରହୁଅନ୍ତି ଯଦ୍ୟପି ପାଶୁ ଅନ୍ତର,ଜଳ-ଜରଜର ବସନେ ବେଗେଧାଇଁ ଆସିଥାନ୍ତି ଅତି ଉଦ୍ବେଗେ,ପରାଣ ହେଉଥାଏ ଚଞ୍ଚଳଚାହିଁବାକୁ ସୁତ-ମୁଖ-କମଳ ।୨।ଶଶି-କଳା-ଗର୍ବ କରି ମର୍ଦ୍ଦନ,ହେଲା କୁମାରଙ୍କ ଅଙ୍ଗ-ବର୍ଦ୍ଧନ,ପୂର୍ଣ୍ଣ-ସୁଧାକର ପ୍ରାୟେ ବଦନଦିନୁ ଦିନ ହେଲା ଶୋଭା-ସଦନ;ପାରିଲେ ଚିହ୍ନି ଜନନୀ-ମୁଖ,କୋଳେ ଉଠିବାକୁ ହେଲେ ଉନ୍ମୁଖ । ୩ ।୧ । ନିହିଲେ – ନିଯୁକ୍ତ କଲେ, ନିମିଷେ – ଅତି ଅଳ୍ପକ୍ଷଣ ପାଇଁ ସୁଦ୍ଧା, ଉଶ୍ୱାସ – ହାଲୁକା ।୩ । ମର୍ଦ୍ଦନ – ଖର୍ବକରି ; ପୂର୍ଣ୍ଣ – ସୁଧାକର – ପୂର୍ଣ୍ଣମୀର ଚନ୍ଦ୍ର, ଉନ୍ମୁଖ – ଉଦ୍ୟତ, ପ୍ରବୃତ୍ତ ।ହସନ୍ତି ଅନାଇ ମାତା-ବହନ,କୋଳ ଲୋଡ଼ି ସେହିକ୍ଷଣି କ୍ରନ୍ଦନ;ସ୍ନେହଭରେ ମାତା ଧଇଲେ କୋଳେ,ଦୋଳୁଥାନ୍ତି ତହିଁ ଆନନ୍ଦ ଦୋଳେ;ଥରକୁ ଥର ବଦନ ଚାହିଁହସି ହସି ଦେଉଥାନ୍ତି ହସାଇ । ୪ ।୧। ଅଷ୍ଟମୀ, ଚତୁର୍ଦ୍ଦଶୀ, ଅମାବାସ୍ୟା, ପୂର୍ଣ୍ଣିମା ଓ ସଂକ୍ରାନ୍ତି-ଏମାନଙ୍କୁ ପର୍ବ ବୋଲାଯାଏ ।ନ ଥିଲା ସତୀଙ୍କ ମନେ ସ୍ୱପନେହାସ ଅଙ୍କୁରିବ ଦଗ୍ଧ-ଲପନେ;ଅପୂର୍ବ ସୁଖର ଅପୂର୍ବ ହାସସ୍ୱତଃ ଆସି ହେଇଯାଏ ପ୍ରକାଶ;ନ ନେଲେ, କାନ୍ତ ସେ ସୁଖଭାଗବୋଲି ସତୀ ନିତି ନିନ୍ଦନ୍ତି ଭାଗ୍ୟ । ୫ ।ବଦନ କମଳେ-ରଦନ-ଛଳେବିରାଜି ଭାରତୀ ଦେବୀ ଉଜ୍ଜ୍ୱଳେପ୍ରକାଶିଲେ ନିଜ ନିସର୍ଗ-ଜ୍ୟୋତି,ନିନ୍ଦି କୁନ୍ଦ-ଇନ୍ଦୁ-ତୁଷାର-ମୋତି;ବାଇଲେ ବୀଣା ଆଦ୍ୟେ ମୃଦୁରେ,ମା ମା ମା ମା ମା ମା ସ୍ୱର ମଧୁରେ ।୬।ମଳୟ ରୂପେ ସେ ସ୍ୱର୍ଗୀୟ ସ୍ୱନପଲ୍ଲବିତ କରେ ମାତା-ଜୀବନ,ପ୍ରବାଳ-ପାଟଳ-ବର୍ଣ୍ଣ ସତ୍ୱରେଫୁଟିପଡ଼େ ମାତା-ଓଷ୍ଠ-ଅଧରେ;୫ । ନିନ୍ଦନ୍ତି – ଧିକ୍କାର, ନିତି – ପ୍ରତିଦିନ ।୬ । ରଦନ – ଦାନ୍ତ, ବିରାଜି – ଶୋଭା ପାଅନ୍ତି, ମା ମା....ସା, ରି, ଗା, ମା, ପା, ଧା, ନି ମ’ଧ୍ୟରୁ ‘ମା’ ସ୍ୱର ।
ତହିଁରେ ଦନ୍ତ-କୁସୁମ-କଢ଼ି
କୌମୁଦୀ-କାନ୍ତିରେ ଉଠଇ ବଢ଼ି ।୭।
ଭାସ୍କର ପରାଏ ଭାସ୍ୱର ମନ
ଅଧିକାର କରି ଇନ୍ଦ୍ର-ଆସନ
ଅଗ୍ରସର ହୋଇ କୁବେର-କୋଷେ
ବଦନ-ପ୍ରଭାବ ବଢ଼ାଏ ତୋଷେ,
ମଣଇ ନିଜ କରେ ଜଗତ
ସୁଖ ସଉଭାଗ୍ୟ ସମୁପାଗତ । ୮ ।
ଦର-ବିକଶିତ କମଳ ଜାଣି
ଭାଷିଲେ କୁମାରେ ଦରୋଟି ବାଣୀ,
ସେ ଭାରତୀ ହାବ ଚାରୁ-ଚାହାଣି,
ମନୋହର-ବେଶ ଲାବଣ୍ୟ-ଠାଣି
ଦର୍ଶନେ ପ୍ରାଣ ପୁଲକେ ପୂରେ,
ମୋହ ନାଚି ଉଠେ ମାନସ-ପୁରେ । ୯ ।
କ୍ରମରେ କୁମାରେ ଅବନୀ ତଳେ
ବସିଲେ ଚାଲିଲେ ଜାନୁ ପ୍ରତଳେ;
ଦୂରେ ଥାଇ ଡାକି ଆହ୍ଲାଦେ ସତୀ
ବଢ଼ାଇଲେ ସେହି ଗତି-ଶକତି;
କୁମାରେ କୁତୂହଳେ ସହାସେ
ବେଗ ବେଗ ଯାନ୍ତି ଜନନୀ ପାଶେ ।୧୦।
୭ । ମଳୟ - ବସନ୍ତକାଳୀନ ଧୀର ସମୀରଣ, ପ୍ରବାଳ - ପୋହଳା, ପାଟଳ - ଗୋଳାପି ରଙ୍ଗ ।
୮ । ଭାସ୍କର – ସୂର୍ଯ୍ୟ, ଭାସ୍ୱର – ଉଜ୍ୱଳିତ, ଇନ୍ଦ ଆସନ – ପୂର୍ବଦିଗ, କୁବେର କୋଷେ – ଉତ୍ତର ଦିଗ, ସମୃପାଗତ – ଉପସ୍ଥିତ ।
୯ । ଦରୋଟି ବାଣୀ – ଶିଶୁର ଅଷ୍ପଷ୍ଟ କଥା, ହାବ – ଅଙ୍ଗଭଙ୍ଗୀ ।
୧୦ । ପ୍ରତଳ – ବିସ୍ତୃତାଙ୍ଗଳି ହସ୍ତ (କରତଳ) ଚାପୁଡ଼ା ।
କେତେବେଳେ କରେ ମୃତ୍ତିକା ଧରି
ଦିଅନ୍ତି ରସନା ପଙ୍କିଳ କରି
ମାତା ଧରାଇଲେ ସୁନ୍ଦର ଫଳ,
ଫିଙ୍ଗନ୍ତି ହଲାଇ ମୁଖମଣ୍ଡଳ
ସୁଚାରୁ, ଚୂର୍ଣ୍ଣକୁନ୍ତଳ ଚଳି
ଦିଶେ ଯେହ୍ନେ କଞ୍ଜ କ୍ରୀଡ଼ିତ ଅଳି ।୧୧।
ଉଭାହେଲେ ଧରି ଜନନୀ-କର,
ତହୁଁ ନିଜ ପଦେ କରି ନିର୍ଭର
ଗତି କଲେ କରି କର ଧାରଣ,
ନିଜେ ନିଜେ ପୁଣି ଚାଳି ଚରଣ,
ଗମନେ ପଡ଼ି କଲେ ରୋଦନ,
ତୋଷନ୍ତି ଜନନୀ ଚୁମ୍ବି ବଦନ । ୧୨ ।
ଡାକନ୍ତି କୁମାରେ ବନ-ବିହଙ୍ଗ
କୁତହଳେ ଚାହିଁ ସୁରମ୍ୟ ରଙ୍ଗ,
ମୟୂର-ପୁଚ୍ଛରେ ମନ ବଳାଇ
ଧାଇଁଥାନ୍ତି ତାକୁ ଧରିବା ପାଇଁ,
ଖେଳନ୍ତି ମୃଗ-ଶାବକ ଧରି
କୁସୁମେ ତା’ ବେଶ ରଚନା କରି । ୧୩ ।
ତାପସ-ତାପସୀ ପ୍ରଫୁଲ୍ଲ ମନେ
କୁମାରଙ୍କୁ ନେଇ ବୁଲାନ୍ତି ବନେ,
ପୁଷ୍ପମାଳ ମଣ୍ଡି ଶିରେ କପୋଳେ
ଦୋଳାନ୍ତି ପୁଷ୍ପିତ-ଲତିକା-ଦୋଳେ,
ଫୁଟାଇ ପୋଏ ଆନନ୍ଦ କଳି,
ଆଉ ଆଉ ବୋଲି କରନ୍ତି ଅଳି । ୧୪ ।
୧୧ । ମୃତ୍ତିକା – ମାଟି, ରସନା – ଜିଭ, ପଙ୍କିଳ – ମାଟିଆ, କଞ୍ଜ – କ୍ରୀଡ଼ିତ, ଅଳି – ପଦ୍ମରେ ଖେଳୁଥିବା ଭ୍ରମର ସଦୃଶ, ଚୂର୍ଣ୍ଣକୁନ୍ତଳ – ଚୁନି ଚୁନି କେଶ ।
୧। ସା, ରି, ଗା, ମା, ପା, ଧା, ନି ମଧ୍ୟରୁ ‘ମା’ ସ୍ୱର ।୨। ଇନ୍ଦ୍ରାସନ- ଇନ୍ଦ୍ରଙ୍କ ଆସନ ଓ ପୂର୍ବଦିଗ ।୩। କୁବେର-କୋଷ-କୁବେରଙ୍କ ଭଣ୍ଡାର ଓ ଉତ୍ତରଦିଗ ।୪। ହାବ-ଅଙ୍ଗଭଙ୍ଗୀ ।୫। ପ୍ରତଳ-ବିସ୍ତୃତାଙ୍ଗୃଳି ହସ୍ତ (କରତଳ) ।କୁମାରଙ୍କ ତନୁ ଉଜ୍ଜ୍ୱଳ ଶ୍ୟାମପୁଷ୍ପ-ଦୋଳେ ହୁଏ ନେତ୍ରାଭିରାମ,ବନଲକ୍ଷ୍ମୀ ଯେହ୍ନେ ସୁରମ୍ୟ ଦଣ୍ଡୀ,ଗେହ୍ଲେ ଚାଲେ ହରିନ୍ମଣିରେ ମଣ୍ଡି,ପାଦପ ଶାଖା କମ୍ପେ ଯା’ ସଙ୍ଗେ,ଅନ୍ୟଶୋଭା ପ୍ରତି ହସେ ଭ୍ରୂଭଙ୍ଗେ । ୧୫ ।୧ ପଞ୍ଚବର୍ଷ ପଞ୍ଚବକ୍ର ବିକ୍ରମେସାଜି କୁମାରଙ୍କୁ ଚଳିଲେ କ୍ରମେ,ସ୍ୱଚ୍ଛନ୍ଦେ କୁମାରେ କଲେ ଭ୍ରମଣ୨ ସରିତ ଶାଦ୍ୱଳ ଉଦ୍ୟାନ ବନ,ଶ୍ୱାପଦ ଆପଦକୁ କୁଞ୍ଚିତନ ଗଣଇ ତାଙ୍କ ନିର୍ଭୀକ ଚିତ୍ତ । ୧୬ ।କୁମାରଙ୍କ ଚୂଡ଼ାକର୍ମ ସବିଧିସମ୍ପାଦ ବାଲ୍ମୀକି ଜ୍ଞାନ-ବାରିଧି,ଆଣି ସୁଦୁର୍ଗମ ବିଦ୍ୟା-କାନନ-ମଧ୍ୟେ କରିଦେଲେ ପଞ୍ଚ-ଆନନ,କୁମାରେ ତହିଁ କରି ସଞ୍ଚାରଅଜ୍ଞାନ-ମାତଙ୍ଗ କଲେ ସଂହାର । ୧୭ ।୧୫ । ହରିନ୍ମଣି – ମରକତ ମଣି, ସବୁଜ ବର୍ଣ୍ଣ ପ୍ରସ୍ତର ବିଶିଷ୍ଟ ।୧୬ । ପଞ୍ଚବକ୍ର – ସିଂହ, ଶାଦ୍ୱଳ – ନବତୃଣ ଦ୍ୱାରା ହରିଦବର୍ଣ୍ଣ ସ୍ଥାନ ।
୧୭ । ଚୂଡ଼ାକର୍ମ – କେଶମଣ୍ଡନରୂପ ସଂସ୍କାର, ସବିଧ – ସାମାଜିକ ନିୟମ ଅନୁସାରେ, ସମ୍ପାଦି – ସାଧନ କରି, ବାରିଧି – ସାଗର, ସଞ୍ଚାର – ଭ୍ରମଣ, ମାତଙ୍ଗ – ହସ୍ତୀ, ପଞ୍ଚ ଆନନ – ଏଠାରେ ଲବକୁଶଙ୍କୁ ପଞ୍ଚାନନ ଅର୍ଥାତ୍ ସିଂହ ବୋଲି ତର୍କଣା କରାଯାଇଛି ।
ରସ-ରତ୍ନ-ମୟ କାବ୍ୟ-ଶିଖରୀ,ବିରାଜନ୍ତି ଯହିଁ ରାମ-କେଶରୀ,ରାବଣ-ବାରଣ-ରକତ-ଧାରଝରଇ ଝର୍ଝର-ନିର୍ଝରାକାର,କାନ୍ଦନ୍ତି ସିଂହୀ କନ୍ଦରେ ରହିଦନ୍ତି-ଦନ୍ତାଘାତ-ବେଦନା ସହି । ୧୮ ।କୁମାରଙ୍କୁ ସେହି ଗିରି-ଶିଖରଚଢ଼ାଇ କୌଶଳେ ଋଷି-ଶେଖରଖେଳାନ୍ତେ ହରିଣ-ଶାବକ କରି,ଖେଳିଲେ କୁମାରେ ଶାର୍ଦ୍ଦୂଳ ପରି;ରାମଙ୍କୁ କଲେ ମୃଗେନ୍ଦ୍ର ଜ୍ଞାନ,ଜନକ ନ ଚିହ୍ନି ସିଂହ-ସନ୍ତାନ । ୧୯ ।କରନ୍ତି ଜନନୀ-ପାଶେ ଗାୟନମହର୍ଷି-ରଚିତ ସେ ରାମାୟଣ,ତାନ-ଲୟ-ସ୍ୱରେ ବୀଣା ବଜାଇ,ରାମ-ଭକ୍ତି-ରସେ ମନ ମଜ୍ଜାଇ,ଦିଅନ୍ତି ଚାଳି ନୟନ ଶିର,ପ୍ରେମ-ତରଙ୍ଗରେ ହୋଇ ଅସ୍ଥିର ।୨୦।ତର୍ଜନ, ଗର୍ଜନ, ବିଳାପ, ହାସଗାନେ ଗାନେ ହେଉଥାଏ ପ୍ରକାଶ,ଫୁଲିଉଠେ ବକ୍ଷ ବାହୁ-ଯୁଗଳ,ବେଳେ ବେଳେ ବହେ ନୟନ-ଜଳ;ପ୍ରାଣରେ କାବ୍ୟ-ଭାବ ତଡ଼ିତହୋଇଯାଉଥାଏ ଗାଢ଼େ ଜଡ଼ିତ । ୨୧ ।୧୮ । ଶିଖରୀ – ପର୍ବତ, ବିରାଜନ୍ତି – ଶୋଭା ପାଆନ୍ତି, ବାରଣ – ହସ୍ତୀ ।୨୧ । ଜଡ଼ିତ – ଲାଗି ଯାଉଥାଏ ।ବାଳ-ରସନାରେ ନବ୍ୟା ଭାରତୀନିର୍ମଳା ଉଜ୍ଜ୍ୱଳା ମଞ୍ଜୁ ମୂରତିବିରଚି ବିଚିତ୍ର ମଧୁର ଲାସ୍ୟବିତରଣ କରୁଥାନ୍ତି ଉଲ୍ଲାସ,ଉଲ୍ଲାସ ହାଇ ଜୀମୂତାକାରପ୍ରାଣେ ପ୍ରାଣେ ମୁଞ୍ଚେ ଅମୃତାସାର । ୨୨ ।ଜାନକୀ ସହିତ ତାପସୀମାନେବିଶୁଦ୍ଧ ସଙ୍ଗୀତ-ପୀୟୂଷ-ପାନେହରଷ, ବିଷାଦ, ଶାନ୍ତି, ସନ୍ତାପ,ସୁଖ, ଦୁଃଖ ଲଭୁଥାନ୍ତି ଅମାପ;ଆନନ୍ଦ, କ୍ଷୋଭେ ହୃଦୟ ଦ୍ରବିଲୋଚନୁ ଲୋତକ ପଡ଼ଇ ସ୍ରବି । ୨୩ ।ଯେଉଁ ସୀତା ରାମାୟଣ-ନାୟକ-୩ ରାଘବ-ହୃଦୟ-ହାର-ନାୟକ,ସେ ଯେ କୁମାରଙ୍କ ଗର୍ଭ-ଧାରିଣୀ,ଭାଗୀରଥୀ-ତୀର-ବନ-ଚାରିଣୀ,କୁମାରେ ତାହା ଜାଣନ୍ତି ନାହିଁ,ମହର୍ଷି-ନିଷେଧ ଥିଲା ଲୁଚାଇ । ୨୪ ।ରାମ-ସୀତା-ଗୁଣ-ଗୌରବମାନଅତି କୁତୂହଳେ କରନ୍ତି ଗାନ,ଶୁଣି ସତୀମଣି ହୋଇ ଲଜ୍ଜିତକରୁଥାନ୍ତି ସୁଖେ ମନ ମଜ୍ଜିତ;ସତର୍କେ ଆତ୍ମଗୋପନ କରିହରନ୍ତି ସମୟ ତାପସୀ ପରି ।୨୫।୨୨ । ଜୀମୂତ – ମେଘ ।୨୩ । ସ୍ରବି – ଝରିଯାଏ । ଦ୍ରବି – ବିଗଳିତ ହୋଇଯାଏ ।୨୪ । ନାୟକ – ହାର ମଧ୍ୟସ୍ଥ ମଣି, ନିଷେଦ – ମନା ।୧। ପଞ୍ଚବକ୍ତ-ସିଂହ ।୨। ଶାଦ୍ୱଳ-ନବତୃଣଦ୍ୱାରା ହରିଦ୍ବର୍ଣ୍ଣ ସ୍ଥାନ ।୩। ନାୟକ-ହାର-ମଧ୍ୟ ମଣି ।ରମ୍ୟ ରାମାୟଣ କରି ଶ୍ରବଣମୁଗ୍ଧ ମୃଗେ ଥାନ୍ତି ଡେରି ଶ୍ରବଣ,୧ ନିଶ୍ଚଳ ଲୋଚନେ ଡବିତ୍ଥ ପରିଆହାର ବିହାର ତୃଷା ବିସ୍ମରିବିହଙ୍ଗବୃନ୍ଦ ହୋଇ ନୀରବହୃଦେ ଭରୁଥାନ୍ତି ଶ୍ରୂତି-ବିଭବ । ୨୬ ।ବିଟପିଏ ପର୍ଣ୍ଣ-କୁଣ୍ଡ-କବରୀ-ଗରଭେ କୁସୁମ-ସ୍ତବକ ଭରିଅନୁଗାନେ ହେଉଥାନ୍ତି ନିରତ,ଅଭିନୟେ ଚାଳି ବଲ୍ଲରୀ-ହସ୍ତ;ପ୍ରମୋହେ ଗଡ଼ିଯାଏ ତମସା,ଅପୂର୍ବ ପ୍ରମୋଦେ ହୋଇ ବିବଶା । ୨୭ ।ବହିଯାଏ ମହୀ-ଉରେ ଅମୃତକରି ଧନ୍ୟବାଦ-ନାଦରେ ନୃତ୍ୟ;ଆସି ଚଉଦିଗ କାନନବାସୀଯାନ୍ତି ସେ ଅମୃତ-ସ୍ରୋତରେ ଭାସି,ଅଶେଷ ଶ୍ରୁତି-ବିବରେ ପୂରିସ୍ରୋତ ପ୍ଳାବିଦିଏ ଅମର-ପୁରୀ । ୨୮ ।ବ୍ରହ୍ମା, ଇନ୍ଦ୍ର, ରୁଦ୍ର ଶୁଣି ସେ ଗାନକରୁଥାନ୍ତି ଧନ୍ୟବାଦ ପ୍ରଦାନ;୨ ଉଦୀଚୀ ପ୍ରତୀଚୀ ପ୍ରାଚୀ ଅବାଚୀଦିଗ-ସୀମନ୍ତିନୀ ଉଠନ୍ତି ନାଚି;ପକାଇ ଗାନ ଗର୍ବ-ପସରାନାଚନ୍ତି ଗନ୍ଧର୍ବ ସଙ୍ଗେ ଅପ୍ସରା । ୨୯ ।୨୬ । ଶ୍ରବଣ – କର୍ଣ୍ଣ, ଡବିତ୍ଥ – କାଷ୍ଠମୟ ମୃଗ । ବିସ୍ମରି – ଭୁଲିଯାଇ ।୨୮ । ମହୀଉରେ – ପୃଥିବୀ ବକ୍ଷରେ ।
୨୯ । ଉଦୀଚୀ – ଉତ୍ତର ଦିଗ ; ପ୍ରତୀଚୀ – ପଶ୍ଚିମ ଦିଗ ; ପ୍ରାଚୀ – ପୂର୍ବଦିଗ ; ଅବାଚୀ – ଦକ୍ଷିଣଦିଗ ; ସୀମନ୍ତନୀ – ଦିଗସୁନ୍ଦରୀଗଣ ।
ଲୋକେ ଲୋକେ ଭ୍ରମି ଭ୍ରମି ନାରଦମୁକ୍ତକଣ୍ଡେ ବ୍ୟକ୍ତ କଲେ ଆନନ୍ଦ,ପ୍ରଶଂସି ବାଲ୍ମୀକି କବିତା-ରସ,ଶ୍ରୀରାମ-ଜାନକୀ-ବିଶୁଦ୍ଧ-ଯଶ;ଗାୟନ ତାଙ୍କ କୁମରଙ୍କର୩ ପୀୟୂଷ-ବରକ୍ଷୀ ବଲ୍ଲକୀ-ସ୍ୱର ।୩୦।ନିଜ ବୀଣା ଯାର ବିଶ୍ୱ-ବିଦିତବାଳକ-ବୀଣାରେ ହୋଇ ମୋଦିତ,ପ୍ରଚାରିଲେ ତାକୁ ବୋଲି ଉତ୍ତମ,ଧନ୍ୟ ଧନ୍ୟ ସେହି ମୁନି-ସତ୍ତମ,ପ୍ରଫୁଲ୍ଲେ ପର-ପ୍ରଶଂସା ଗାଇସ୍ୱକୀୟ ମହିମା ଦେଲେ ବଢ଼ାଇ । ୩୧ ।ନିଜ ଗୁଣ ଥାଉଁ ପର ସଦଗୁଣ-ପ୍ରଶଂସାରେ ଜନ ହୋଇ ନିପୁଣନିଜ ଗୁଣ ତରୁ କରେ ଫଳିତ,ଧନୁର୍ଗୁଣେ ସିନା ଶର ଚାଳିତ;ପବନ ବହି ପ୍ରସୂନ-ବାସଜଗତେ ଅଧିକ ଦିଏ ଉଲ୍ଲାସ । ୩୨ ।କୁମାରଙ୍କ ଏକାଦଶ ହାୟନବୟସରେ ହେଲା ଉପନୟନତହିଁପରେ କରି ବେଦାଧ୍ୟୟନଲଭିଲେ କୁମାରେ ଜ୍ଞାନ-ନୟନ,ବେଦଜ୍ଞ ପୁତ୍ର-ପ୍ରତିଭା ଦେଖିବୈଦେହୀ ଦିଅନ୍ତି ଦୁଃଖ ଉପେକ୍ଷି ।୩୩।୩୦ । ଲୋକେ ଲୋକେ – ସ୍ୱର୍ଗଲୋକ ପରି ବିଭିନ୍ନ ଭୁବନରେ, ବଲ୍ଲକୀ – ବୀଣା ।୩୩ । ହାୟନ – ବର୍ଷ, ଉପନୟନ – ବ୍ରତ ଅନୁଷ୍ଠାନ ।୪ ତପନ-ତନୟା-ଜଳେ ଅରୁଣ-କିରଣ ପରାୟେ ନବ ତରୁଣ-ମନୋହର ଛବି, ଆଣି ବରୁଣ-୫ ଭଣ୍ଡାର-ରତନ-ମୟୂଖ ଋଣ,କୁମାରଯୁଗ ଶ୍ୟାମ-ଶରୀରେବିଚିତ୍ର କୌଶଳେ ମଣ୍ଡିଲା ଧୀରେ । ୩୪ ।ଜ୍ଞାନ-ସମ୍ମାର୍ଜିତ ଭାଷା ତାଙ୍କରହେଲା ଶ୍ରୁତି-ହୃଦ-ପବିତ୍ର-କର,ବ୍ୟବହାର ହୋଇ ଭାଷାନୁଗତଚରିତ୍ରେ ରଚିତ ହେଲା ଦେବତ୍ୱ;୧। ଡବିତ୍ଥ-କାଷ୍ଠମୟ ମୃଗ ।୨। ଉଦୀଚୀ-ଉତ୍ତର ଦିଗ । ପ୍ରତୀଚୀ-ପଶ୍ଚିମ ଦିଗ । ପ୍ରାଚୀ-ପୂର୍ବଦିଗ । ଅବାଚୀ-ଦକ୍ଷିଣ ଦିଗ ।୩। ବଲ୍ଲକୀ-ବୀଣା ।୪। ତପନତନୟା-ଯମୁନା ।୫। ମୟୂଖ-କିରଣ ।ପ୍ରଦୀପ୍ତ ମନ-ବଚନ-ଅଙ୍ଗ,ସୃଜିଲେ ଜୀବନେ ପ୍ରଭା-ତରଙ୍ଗ । ୩୫ ।ଜନନୀ-ଜୀବନ ସୁଖ-ଆଲୋକେପୂରିଯାଏ ପୁତ୍ର-ପଠିତ-ଶ୍ଳୋକେ,ଅଧିକୁ ଅଧିକ ମନୋରଞ୍ଜନୀହେଉଥାଏ ଶୋକ-ସ୍ମୃତି-ରଜନୀ;ବୁଝଇ ଦୁଃଖୀ ସୁଖର ମୂଲ୍ୟ,ଚିର-ସୁଖି-ସୁଖ ତହିଁ ଅତୁଲ୍ୟ । ୩୬ ।କୁମାରଙ୍କ ନବ ପ୍ରଫୁଲ୍ଲ ରୂପମାତା-ନେତ୍ର ମଣେ ରତନ-ସ୍ତୂପ,ପୁତ୍ର-ପରଶଂସ ମାତା-ଶ୍ରବଣେ୧ ପରିଣତ ହୁଏ ସୁଧା-ସ୍ରବଣେ;ତହିଁକି ସ୍ୱାମୀ-ସୁଯଶଃ-ଶ୍ରେଣୀସତୀ-ପକ୍ଷେ ହେଲା ସ୍ୱର୍ଗ-ନିଶ୍ରେଣୀ । ୩୭ ।୩୪ । ତପନ ତନୟା – ଯମୂନା, ମୟୁଖ – କିରଣ ।୩୭ । ସ୍ରବଣ – ଝରଣ ।ଯେଉଁ ଦିନୁ ସୁତେ ଜନନୀ-ଅଙ୍କତେଜି ବିହରିଲେ ହୋଇ ନିଃଶଙ୍କ,ସେଦିନୁ ଜାନକୀ ତପସ୍ୟା-ବ୍ରତଅନୁଷ୍ଠାନ କଲେ ଅନବରତ,ସମର୍ପି ମନ ସ୍ୱାମୀ-ଚରଣେଲାଗିଲେ ଜୀବନ ଶେଷ କରଣେ । ୩୮ ।ନିଦାଘ ସରିତ-ସ୍ରୋତ-ସଦୃଶସତୀପ୍ରାଣ ହୋଇ ଆସିଲା କୃଶ,ଅସିତ ପକ୍ଷର ଶଶାଙ୍କ ପରିଲକ୍ଷ୍ୟ କଲା ମୃତ୍ୟୁ ଅମା-ଶର୍ବରୀ,ସ୍ୱାମୀଙ୍କି ମଣି ଦିନେଶ ସମ,୨ ଆଶା କଲା ତହିଁ ହେବ ସଙ୍ଗମ । ୩୯ ।ଭାବୁଥାନ୍ତି, ‘‘ଥରେ କେଉଁ ଉପାୟେଦୃଷ୍ଟି ଦେଇ ସ୍ୱାମୀ-ପବିତ୍ର-ପାଏସମର୍ପଣ କରି ପୁତ୍ର-ଯୁଗଳଦିଅନ୍ତି ଭାଙ୍ଗି ମୋ ତନୁ-ଅର୍ଗଳ;ପରାଣ-ମୃଗ ଯାଇ ସତ୍ୱରସେ ମୁକ୍ତି-ବିପିନେ କରନ୍ତା ଘର’’ । ୪୦ ।୩୯ । ଅମାବାସ୍ୟାରେ ସୂର୍ଯ୍ୟ ଚନ୍ଦ୍ର ସଙ୍ଗମ ହୁଏ, ଏହି ହେତୁ ତାକୁ ସୂର୍ଯ୍ୟେନ୍ଦୁସଙ୍ଗମ କହନ୍ତି ।
ଏକାଦଶ ସର୍ଗ
ଏକ ଦିନ ଦିନନାଥ ପୃଥ୍ୱୀ-ପ୍ରଦକ୍ଷିଣ-ଶ୍ରମ-କ୍ଳମେ ଅବୟବ-ତେଜ କରି କ୍ଷୀଣ । ୧ ।ପଶ୍ଚିମ-ଜଳଧି-ନୀଳ ସଲିଳରେ ସ୍ନାନ-ଲାଳସାରେ ଯାଇ ଗାଢ଼େ ହେଲେ ମଜ୍ଜମାନ । ୨ ।ମୂରୁଛି ନ ପାରି ନାଥେ ହୋଇ ଅତି ଦୀନ,ମୁହୂର୍ତ୍ତେ ନ ରହି ତାଙ୍କ ପଛେ ଗଲା ଦିନ ॥ ୩ ।ନ ଜାଣଇ ପତି ବିନା ପତ୍ନୀର ଯେ ଦଶା,ସରଳା ନଳିନୀ ବାଳା ନ ଛାଡ଼ିଲା ବସା ॥ ୪ ।କ୍ଷଣମାତ୍ରେ ଲୁଟି ତାର ରଙ୍ଗବାସ କୋଷରଜନୀ ପାଇଡ଼ା କଲା ଗଗନେ ପ୍ରଦୋଷ ॥ ୫ ।ସୁକୁମାରୀ ନଳିନୀର ଚାହିଁ ଅପମାନ୩ ତ୍ରପାରେ ଶିରୀଷ-ତରୁ ହେଲା ମ୍ରିୟମାଣ ॥ ୬ ।ଭାନୁ-ଅସ୍ତେ ବୃହଭାଦ୍ଭାନୁ କରି ଆରାଧନାସ୍ମରିଲେ ମହେଶ-କୃପା ମୁନି ମହାମନା । ୭ ।୧ । ଦିନନାଥ – ସୂର୍ଯ୍ୟ ।୨ । ଜଳଧି – ସମୁଦ୍ର ।୫ । ପ୍ରଦୋଷ – ସନ୍ଧ୍ୟା, ପାଇଡ଼ା – ପାଏଡ଼ା, ଦେବତା ଓ ରାଜାମାନେ ବିଜେ ହେବା ସମୟରେ ରାସ୍ତାରେ ପ୍ରସାରିତ ବସ୍ତ୍ର ।୬ । ତ୍ରପା – ଲଜ୍ଜା, ମ୍ରିୟମାଣ – ଝାଉଁଳି ପଡ଼ିଲା ।୭ । ଭାନୁ – ସୂର୍ଯ୍ୟ, ବୃହଭାନୁ – ଅଗ୍ନି, ଆରାଧନା – ପୂଜା, ମହେଶ – ଶିବ ।ବସିଥାନ୍ତି ଆଶ୍ରମରେ ମଣ୍ଡି କୁଶାସନ,ଭାବୁଥାନ୍ତି ମନେ ମନେ ରାମ-ସୁଶାସନ । ୮ ।ତହିଁ ସଙ୍ଗେ କୁମାରଙ୍କ ଯୋଗ୍ୟତା ବିଷୟ,କିରୂପେ ଘଟିବ ପିତା-ପୁତ୍ର-ପରିଚୟ ॥ ୯ ।ଧନୁର୍ବେଦ ରାଜଧର୍ମ ଶିକ୍ଷାର ଦୁଆରେଉପଗତ ହୋଇଛନ୍ତି ଏକାଳେ କୁମାରେ ॥ ୧୦ ।ତାପସଙ୍କ ସଙ୍ଗେ ଯେବେ ବନେ ଥିବେ ରହିମୂଲ୍ୟମୟ ସମୟଟି ବୃଥା ଯିବ ବହି ॥ ୧୧ ।ରାଜପୁତ୍ର ରାଜଧର୍ମେ ନ ହେଲେ ନିପୁଣ,ବନ୍ଧ୍ୟ ତରୁ ପରି ବ୍ୟର୍ଥ ହେବ ସର୍ବଗୁଣ ॥ ୧୨ ।ବୀରପୁତ୍ର ନ ଲଭିଲେ ବୀରତ୍ୱ-ଭୂଷଣ,ବୀରବଂଶ ପ୍ରତି ହେବ ଦୁଃସହ ଦୂଷଣ ॥ ୧୩ ।୧। ସ୍ରବଣ-ଝରଣ ।୨। ଅମାବାସ୍ୟାରେ ସୂର୍ଯ୍ୟ-ଚନ୍ଦ୍ରର ସଙ୍ଗମ ହୁଏ, ଏହେତୁ ତାକୁ ସୂର୍ଯ୍ୟେନ୍ଦୁ ସଙ୍ଗମ କହନ୍ତି ।୩। ତ୍ରପା-ଲଜ୍ଜା ।କେ କହିବ କୋଶଳର ରାଜସିଂହାସନନ ଲୋଡ଼ିବ ଦିନେ ରାମ-ଦାୟାଦ-ରତନ । ୧୪ ।ତେତେବେଳେ ରାଜମାନ ରକ୍ଷଣ-କ୍ଷମତାନ ଥିଲେ ପଡ଼ିବ ଫୁଟି ନୀତି-ଅଧମତା ॥ ୧୫ ।ଆଦର୍ଶବିହୀନେ ତହିଁ କେମନ୍ତେ କୁଶଳହେବେ ଥାଇ କାନନରେ କୁମାରଯୁଗଳ? । ୧୬ ।ବିଶେଷତଃ ରଘୁବଂଶ-ନୃପେ ଦାନ-ବୀର,ସେ ଆଦର୍ଶ ଦେବ କାହିଁ ଋଷିର କୁଟୀର? । ୧୭ ।ଅବିକଳ ରାମରୂପ, ପ୍ରତିବିମ୍ବ ପରିକୁମାରଯୁଗଳ ଛନ୍ତି ଅବୟବ ଧରି ॥ ୧୮ ।ଚାହିଁଲେ ଚିହ୍ନିବେ ରାମ ନିଜର ନନ୍ଦନ,ଶତ୍ରୁଘନ କରିଦେବେ ସନ୍ଦେହ ଖଣ୍ଡନ ॥ ୧୯ ।୧୨ । ବନ୍ଧ୍ୟ ତରୁ – ଅଫଳନ୍ତି ବୃକ୍ଷ ।୧୩ । ଦୂଷଣ – ନିନ୍ଦା ।୧୪ । କୋଶଳ – ଅଯୋଧ୍ୟା, ଦାୟାଦ – ଉତ୍ତରାଧିକାରୀ ।୧୮ । ପ୍ରତିବିମ୍ୱ - ଛାୟା ।କୁମାରଙ୍କୁ ନେଇ ଦେଲେ କରିବେ ଗ୍ରହଣ,ତା’ହେଲେ ନ ହେବ ଆଉ ଆମ୍ଭର ଗର୍ହଣ । ୨୦ ।କିନ୍ତୁ ସେ ତ ଏକାମାତ୍ର ଅପବାଦ ଭୟେପତିବ୍ରତା ଜାଣି ଜାଣି ନିଷ୍ଠୁର ହୃଦୟେ । ୨୧ ।୧ ଦୋହଦିନୀ ଦୟିତାକୁ ବିପିନେ ପ୍ରେରଣ୨ କରିଛନ୍ତ ଛଳ କରି ଦୋହଦ-ପୂରଣ ॥ ୨୨ ।୩ ସନ୍ତାନ-ମମତା ତାଙ୍କ ହୃଦୟେ ସମ୍ଭବବାର ବର୍ଷ ପରେ ହେବା ନୁହଇ ସମ୍ଭବ ॥ ୨୩ ।ପୁତ୍ର-ସ୍ନେହ ଅର୍ପିଛନ୍ତି ପ୍ରକୃତିଙ୍କ ପ୍ରତି,ନିଶ୍ଚୟ ଲୋଡ଼ିବେ ତାଙ୍କ ସମ୍ମତି ସମ୍ପ୍ରତି ॥ ୨୪ ।ନିଜର ବିଶ୍ୱାସ ପ୍ରତି ଆସ୍ଥା ନାହିଁ ଯାର,କି ହେବ ବୁଝାଇ ଆମ୍ଭେ କହିଲେ ହଜାର ॥ ୨୫ ।୪ ଏ ବିଷୟ ବିଧିସୁତ ଲକ୍ଷ୍ମଣ ସହିତପରାମର୍ଶ କରିବାର ଅବଶ୍ୟ ବିହିତ ॥ ୨୬ ।ଏ ସମୟେ ରାଜଦୂତ ଯୋଡ଼ି କରପତ୍ରପ୍ରଣମି ବାଲ୍ମୀକି କରେ ଦେଲା ଏକ ପତ୍ର । ୨୭ ।ପାଠ କରି ମୁନିବର ହେଲେ ଅବଗତଆବିଷ୍କୃତ ହୋଇଅଛି ବାଞ୍ଛାସିଦ୍ଧି-ପଥ ॥ ୨୮ ।କରିଛନ୍ତି ରାମଚନ୍ଦ୍ର ରାଜା ନିମନ୍ତ୍ରଣଅନୁଷ୍ଠିତ-ଅଶ୍ୱମେଧ-ଯଜ୍ଞର କାରଣ ॥ ୨୯ ।୨୦ । ଗର୍ହଣ – ନିନ୍ଦା ।୨୨ । ଦୋହଦିନୀ – ଗର୍ଭବତୀ, ଦୟିତା – ସ୍ତ୍ରୀ, ଛଳକରି – କପଟ କରି । ଦୋହଦ – ଗର୍ଭିଣୀର ସ୍ପୃହା ।୨୩ । ସମ୍ଭବ – ଜାତ ।୨୪ । ପ୍ରକୃତି – ପ୍ରଜା ।୨୬ । ବିଧ୍ୟସୁତ – ବିଶିଷ୍ଟ, ବିହତ – ରଚିତ ।୨୮ । ଅବଗତ – ଜାଣିପାରିଲେ ।ଭାବିଲେ ମୁନୀନ୍ଦ୍ର, ବିଧି ହୋଇ ଅନୁକୂଳଭାବନା-ସାଗର ପାଶେ ଦେଖାଇଲେ କୂଳ । ୩୦ ।ଯଜ୍ଞ-ଦରଶନ ପାଇଁ ମୁନିପୁତ୍ର ବେଶେକୁମାରଙ୍କୁ ଘେନିଯିବା ଶିଷ୍ୟ ବ୍ୟପଦେଶେ ! । ୩୧ ।କୁଶ ଲବ ଯଜ୍ଞକ୍ଷେତ୍ରେ ବୁଲି ସ୍ଥାନ ସ୍ଥାନକରିବେ ନବୀନ କାବ୍ୟ ରାମାୟଣ ଗାନ । ୩୨।ରାମ-କଥା କରି ପ୍ରୀତି-ପୀୟୂଷ-ବର୍ଷଣନିଶ୍ଚୟ କରିବ ଜନ-ମନ ଆକର୍ଷଣ । ୩୩ ।ଶ୍ରୀରାମ ସଦୃଶ ଦେଖି କୁମାରଙ୍କୁ ଜନେରମ-ପୁତ୍ର ବୋଲି ନିଶ୍ଚେଁ ବିଚାରିବେ ମନେ । ୩୪ ।ନିଜେ ରାମଚନ୍ଦ୍ର ନିଜ ପ୍ରତିବିମ୍ବ ରୂପେହୃଦୟ ମଜ୍ଜାଇ ଦେବେ ପ୍ରୀତି-ସୁଧା-କୂପେ । ୩୫ ।ରାମ ହେଲେ କୁମାରଙ୍କୁ ଗ୍ରହଣେ କୁଣ୍ଠିତ,କଉଶଲ୍ୟା ନ ହେବେ କି ଅବନୀ-ଲୁଣ୍ଠିତ? । ୩୬ ।କରି ନାହିଁ ବୈଦେହୀଙ୍କି ରାବଣ ସ୍ପରଶ,ରାମାୟଣେ ଶୁଣି ସର୍ବେ ଲଭିବେ ହରଷ । ୩୭ ।ଅନଳରେ ହୋଇଛନ୍ତି ସତୀ ପରୀକ୍ଷିତ,ଶୁଣିଲେ ନ ହେବ କାହା ତନୁ କଣ୍ଟକିତ? । ୩୮ ।ପ୍ରକାଶିବ ରାମାୟଣ ଭାରତୀ-ଆଲୋକ,ଅପବାଦ-ତମ ଛାଡ଼ି ଦେବ ତିନି ଲୋକ । ୩୯ ।ଏହି ରୂପେ ମନେ ମନେ ଭାବି ମୁନିବର,ଅତୀବ ହରଷେ ହେଲେ ପ୍ରଫୁଲ୍ଲ-ଅନ୍ତର । ୪୦ ।ବିଶ୍ରାମ ଆଦେଶେ ଦେଇ ଦୂତେ ମିଷ୍ଟଭାଷେଶିଷ୍ୟଗଣେ ନିୟୋଜିଲେ ଚରଚା ସକାଶେ । ୪୧ ।ଜନନୀ ନିକଟେ ଯାଇ ହର୍ଷେ ମୁନିବରଜଣାଇଲେ ଅଶ୍ୱମେଧ-ଯଜ୍ଞର ଖବର । ୪୨ ।୧। ଦୋହଦିନୀ-ଗର୍ଭବତୀ । ଦୟିତା-ଭାର୍ଯ୍ୟା ।୨। ଦୋହଦ-ଗର୍ଭିଣୀର ସ୍ପୃହା ।୩। ସମ୍ଭବ-ଜାତ । ୪। ବିଧିସୁତ-ବଶିଷ୍ଠ ।ଆସିଅଛି ରାମଦୂତ ଧରି ନିମନ୍ତ୍ରଣ,ଶିଷ୍ୟଗଣ ଘେନି କାଲି କରିବି ଗମନ । ୪୩ ।ତହିଁ ସଙ୍ଗେ କୁଶ ଲବ ଯିବେ ଯଥାଶିଷ୍ୟଦେଖିବେ ବହୁତ ମୁନି ଲଭିବେ ଆଶିଷ । ୪୪ ।ମହର୍ଷି ପ୍ରସ୍ତାବ ସତୀ କରି ସମର୍ଥନ,କୁମାରଙ୍କ ଭାର ଗାଢ଼େ କଲେ ସମର୍ପଣ । ୪୫ ।୧ ତହୁଁ ଋଷି ଅନ୍ତେବାସୀମାନଙ୍କୁ କହିଲେ,ଅଶ୍ୱମେଧ ଦେଖିଯିବା ଯାମିନୀ ପାହିଲେ । ୪୬ ।୨ କୁଶ ଲବ ସହିତରେ ସତୀର୍ଥ ସକଳସଜ ହୋଇ ଧରିଥିବ ପାଥେୟ ସମ୍ବଳ । ୪୭ ।ବାବା କୁଶ ଲବ ବୀଣା ସଙ୍ଗେ ଥିବ ଧରି,ସଫଳ କରିବ ଶିକ୍ଷା ସୁସଙ୍ଗୀତ କରି । ୪୮ ।ଯେଉଁ ରାମ ରାମାୟଣ-କାବ୍ୟର ନାୟକହୋଇଛନ୍ତି ତୁମ୍ଭ ହୃଦ-ଆନନ୍ଦ-ଦାୟକ । ୪୦ ।ସେହି ରାମ କରୁଛନ୍ତି ଏହି ମହାଯାଗ,ଆସିବେ ବହୁତ ଦେଶୁ ବହୁ ମହାଭାଗ । ୫୦ ।୪୧ । ନିୟୋଜିଲେ – ନିଯୁକ୍ତ କଲେ, ଚରଚା – ଅଭ୍ୟର୍ଥନା ।୪୬ । ଅନ୍ତେବାସୀ – ଶିଷ୍ୟ, ଯାମିନୀ – ରାତି ।୪୭ । ସତୀର୍ଥ – ସହଧ୍ୟାୟୀ, ପାଥେୟ – ପଥିକର ବାଟରେ ଆବଶ୍ୟକ ପଦାର୍ଥ ।୫୦ । ମହାଭାଗ – ଗୁଣଯୁକ୍ତ ବ୍ୟକ୍ତି ।ଆସିଥିବେ ବିଭୀଷଣ ଲଙ୍କା-ଅଳଙ୍କାରଅସୁର-ସଂହତି ସହ ସିନ୍ଧୁ ହୋଇ ପାର । ୫୧ ।୩ ଭଲ ଭଲ ଭଲ୍ଲ କପି ଅଙ୍ଗଦ-ପ୍ରମୁଖ,ଆସିବେ ସୁଗ୍ରୀବ ସଙ୍ଗେ ହର୍ଷେ ମାଜି ମୁଖ । ୫୨ ।ମଣନ୍ତି ଯେ ଲୋଷ୍ଟ୍ରଖଣ୍ଡ ସମ ସାନୁମାନଅମିତ-ବିକ୍ରମ-ଶାଳୀ ବୀର ହନୁମାନ । ୫୩ ।ମୁଦେ ହୃଦେ ଘେନି ସୀତାଦତ୍ତ ମୋତିହାରକରୁଥିବେ ତହିଁ ସିଂହ ସଦୃଶ ବିହାର । ୫୪ ।୪ ବିବିଧ-ପାଳକ-ମାଳେ ମଣ୍ଡି କଳେବରଆସିଥିବେ ଗୁହ ସଙ୍ଗେ ଅସଂଖ୍ୟ ଶବର । ୫୫ ।ଯେ ଦୁର୍ଲଭ ରାଜଲକ୍ଷ୍ମୀ-ପ୍ରେମ ଆଲିଙ୍ଗନଭ୍ରାତୃଭକ୍ତି ବଳେ ହେଳେ କରି ଉଲ୍ଲଙ୍ଘନ । ୫୬ ।ଅଗ୍ରଜ-ପାଦୁକା ଥୋଇ ରାଜ-ସିଂହାସନେଯାପିଲେ ଚଉଦ ବର୍ଷ ଫଳମୂଳାସନେ । ୫୭ ।ଜୀବନ ଉନ୍ନତ କଲେ ବାନ୍ଧି ଜଟାଜୂଟ,ଉର୍ଦ୍ଧ୍ୱମୁଖେ ଚାହେଁ ଯାହା ହିମାଚଳକୂଟ । ୫୮ ।ସେ ଭରତ ଥିବେ ତହିଁ ରାମେ ଅନୁସରି,୫ ବିଷ୍ଣୁ ପଦେ ବିଧୁତୁଲ୍ୟ କୀର୍ତ୍ତିକାନ୍ତି ଧରି । ୫୯ ।କ୍ଷଣଜନ୍ମା ଲକ୍ଷଣଙ୍କୁ ଦେଖିବ ତହିଁରେ,ଯା’ ସମ ଦ୍ୱିତୀୟ ଜଣେ ନାହାନ୍ତି ମହୀରେ । ୬୦ ।୫୨ । ଅଙ୍ଗଦ – କିସ୍କିନ୍ଧ୍ୟା ରାଜା ବାଲିର ପୁତ୍ର, ସୁଗ୍ରୀବ – ବନବାସ କାଳରେ ରାମଚନ୍ଦ୍ରଙ୍କର ମିତ୍ର, ପରେ କିସ୍କିନ୍ଦାର ରାଜା ।୫୩ । ଲୋଷ୍ଟ୍ରଖଣ୍ଡ – ପଥର ଖଣ୍ଡେ, ସାନୁମାନ – ପର୍ବତ, ହନୁମାନ – ରାମଙ୍କ ଦୂତ ।
୫୫ । ପାଳକ – ପକ୍ଷିଲୋମ, ଗୁହ – ଗୁହକ ଶୃଙ୍ଗବେରପୁରର ଶବର ରାଜା । ସେ ଥିଲେ ରାମଚନ୍ଦ୍ରଙ୍କର ପରମ ବନ୍ଧୁ । ବନବାସ କାଳରେ ଗୁହକ ରାମଚନ୍ଦ୍ରଙ୍କୁ ଆତିଥ୍ୟ ପ୍ରଦାନ କରି ଗଙ୍ଗା ପାରିହେବା ପାଇଁ ସାହାର୍ଯ୍ୟ କରିଥିଲେ ।
ନିଜେ ବଜ୍ରଧର ଯାର ଭୟରେ ଚଳିତ,ତା’ ଦର୍ପ ସେ କରିଛନ୍ତି ପୟରେ ଦଳିତ । ୬୧ ।ମେଘନାଦ-ବଧ-ବାର୍ତ୍ତା ହୋଇ କାଳାନଳରାବଣ-ହୃଦୟେ ପଶି ଜଳିଲା ପ୍ରବଳ । ୬୨ ।ତହିଁ ସଙ୍ଗେ ଅଙ୍ଗ-ବଳ ଆହୁତି ପ୍ରଦାନକରି ଉଗ୍ରତର କଲା ରାକ୍ଷସ-ପ୍ରଧାନ । ୬୩ ।ତହିଁ ତପ୍ତ କରି ତାର ପ୍ରଦୀପ୍ତ ଶକତିନିକ୍ଷେପିଲା ଧରି କୋପେ ସଉମିତ୍ର ପ୍ରତି । ୬୪ ।୬ ଶକତି-ଆଘାତ-ଜାତ କ୍ଷତର ଲକ୍ଷଣବକ୍ଷେ ପୃଷ୍ଠେ ବହି ସାର୍ଥନାମା ସେ ଲକ୍ଷ୍ମଣ । ୬୫ ।ଅକ୍ଷିରେ ଦେଖିବ ଯାହା ଦେଖିଛ ଅକ୍ଷରେ,ଗାଇବ ସଭିଙ୍କ କତା ସର୍ବ ସମକ୍ଷରେ । ୬୬ ।ସଙ୍ଗୀତ ଶୁଣିବେ ଶତ ଶତ ନରପତି,ତପଃପ୍ରଭାପୂର୍ଣ୍ଣତନୁ ଶତ ଶତ ଯତି । ୬୭ ।କେହି ପଚାରିଲେ ତହିଁ ତୁମ୍ଭ ପରିଚୟ,ବୋଲିବ, ‘‘ବାଲ୍ମୀକି-ଶିଷ୍ୟ ଆମ୍ଭେ ଭ୍ରାତୃଦ୍ୱୟ’’ । ୬୮ ।ରାଜା ରାମଚନ୍ଦ୍ର ଯେବେ କରିବେ ଆହ୍ୱାନକରିବ ଛାମୁରେ ତାଙ୍କ ରାମାୟଣ ଗାନ । ୬୯ ।ପଚାରିଲେ ପରିଚୟ ଘେନି କୌତୂହଳବୋଲିବ, ‘‘ବାଲ୍ମୀକି-ଶିଷ୍ୟ ସୋଦରଯୁଗଳା’’ । ୭୦ ।୬୧ । ବଜ୍ରଧର – ଇନ୍ଦ୍ର, ଯାର ଭୟରେ ... ରାବଣର ଜ୍ୟେଷ୍ଠପୁତ୍ର ଇନ୍ଦ୍ରଜିତ ଭୟରେ; ମେଘନାଦ – ଇନ୍ଦ୍ରଜିତ ।୬୪ । ସଉମିତ୍ର – ଲକ୍ଷ୍ମଣ ।୬୫ । ଲକ୍ଷଣ – ଚିହ୍ନ ।ଧନ ଦେଲେ ଲୋଭ ତେଜି ବୋଲିବ ବିନୟେ,‘‘କି କରିବୁଁ ଧନ ନେଇ ତାପସ-ନିଳୟେ?’’ । ୭୧ ।ତେଣେ ଶୁଣି ମୁନି-ମୁଖୁଁ ଅଶ୍ୱମେଧ-କଥାବୈଦେହୀ-ହୃଦୟେ ହେଲା ଆକସ୍ମିକ ବ୍ୟଥା । ୭୨ ।୧। ଅନ୍ତେବାସୀ-ଶିଷ୍ୟ । ୨। ସତୀର୍ଥ-ସହାଧ୍ୟାୟୀ ।୩। ଭଲ୍ଲ-ଭଲ୍ଲୁକ । ୪। ପାଳକ-ପକ୍ଷିଲୋମ ।୫। ବିଷ୍ଣୁପଦ-ଆକାଶ । ୬। ଲକ୍ଷଣ-ଚିହ୍ନ ।ଭାବିଲେ ନିଶ୍ଚୟ ରଘୁକୂଳ ଚୂଡ଼ାମଣିଅଙ୍କେ ବସାଇଲେ ଆଣି ଦ୍ୱିତୀୟା ରମଣୀ । ୭୩ ।ଧନ୍ୟ ସେହି ଭାଗ୍ୟବତୀ, ଫଳିଲେ ତା’ ତପପାଦପେ ସଗର-ବଂଶ-ସିନ୍ଧୁ-ସୀତାତପ । ୭୪ ।କାହିଁ କେଉଁରୂପେ କଲା କି ଘୋର ତପସ୍ୟା,ତପସ୍ୟାକୁ ତାର ମୋର ବଳୁଛି ଲାଳସା । ୭୫ ।କିଏ କହିଦେବ ସେହି ତପର ନିୟମ,ନିଶ୍ଚୟ କରିବି ତହୁଁ ତପ ଗୁରୁତମ । ୭୬ ।କେ ଜାଣିବ ତାହା ପୂର୍ବତପ ବିବରଣ,ଜାଣିଥିବେ ବଶିଷ୍ଠାଦି ମହାଋଷିଗଣ । ୭୭ ।ନ ହେଲେ କି କଲେ ତାକୁ ରାଜ୍ଞୀ ମନୋନୀତ?ତାଙ୍କ ମତେ ହୋଇଥିବେ ପ୍ରଭୁ ପରିଣୀତ । ୭୮ ।ଉପାୟେ ଆଣିବି ସେହି ନିଗୂଢ଼ ମନ୍ତର,ବିଚାରି ଲେଖିଲେ ସତୀ ବିନୟ ପତର । ୭୯ ।‘‘ଶରଣ-ବତ୍ସଳ-ଧ୍ୱଜ ରିପୁ-ଗଜାଙ୍କୁଶ,୧ ଦୁଃଖ-ଗିରି-ବଜ୍ର ଯହିଁ ଦେଖନ୍ତି ବିଦୁଷ । ୮୦ ।୬୧ । ନିଳୟେ – ଘରେ ।୬୩ । ଅଙ୍କେ – କୋଳରେ, ଦ୍ୱିତୀୟା ରମଣୀ – ଦ୍ୱିତୀୟଥର ବିବାହ କରିବା ।୭୪ । ଶୀତାତାପ – ଶୀତଳତା ଓ ଉଷ୍ଣତା ।୭୫ । ଲାଳସା – ଇଚ୍ଛା, ଅଭିଳାଷ ।୭୮ । ପରିଣୀତ – ବିବାହ କରିବା ।୭୯ । ନିଗୂଢ଼ – ଗୋପନୀୟ ।ରାଜାରାଜେଶ୍ୱରଙ୍କ ସେ ପଦପଦ୍ମ ଦ୍ୱନ୍ଦେଦୀନ ଭିଖାରିଣୀ ଦୂରୁ ନତଶିରେ ବନ୍ଦେ । ୮୧ ।କରିବାକୁ ମଧୁ-ଆଶା-ତିମିର-ଭେଦନକାତରେ କାନ୍ତାରେ ଥାଇ କରେ ନିବେଦନ । ୮୨ ।ମହାରାଜ ମହାଯଜ୍ଞେ ହୋଇଛ ଦୀକ୍ଷିତ,୨ ନବ-ବାମା ହେଉଥିବ ବାମାଙ୍କେ ବୀକ୍ଷିତ । ୮୩ ।ମୁଗ୍ଧ-ବଧୂ ମୁଗ୍ଧ ହେବ ବୋଲି ଶତ ଗୁଣବଢ଼ିଯାଉଥିବ ତୁମ୍ଭ ସକଳ ସଦ୍ଗୁଣ । ୮୪ ।ଆଚରିତ ମହାଯଜ୍ଞେ କରିବ ପ୍ରଦାନ୩ ଅଶେଷ ରତନ ଧନ କ୍ଷୌମ ବସ୍ତ୍ରମାନ । ୮୫ ।ସିଦ୍ଧ-କାମ ହେବେ ତହିଁ ଅର୍ଥୀ ସମୁଦୟ,ମୋ ମାନସେ ଭିକ୍ଷା ଏକ ହୋଇଛି ଉଦୟ । ୮୬ ।ଏ ଛାର ଭିକ୍ଷାରେ ନାଥ, ନ ହେବ କୃପଣ,ଦୟା-ରତ୍ନମୟ-ଦାନ-ବାରିଧି ଆପଣ । ୮୭ ।ମୁଁ କିଏ, ତା’ ଜାଣିବାର ନୁହେଁ ଆବଶ୍ୟକସଦା ତୁମ୍ଭେ, ତାପସଙ୍କ ଅଶାନ୍ତି-ନାଶକ । ୮୮ ।୮୦ । ବିଦୁଷ – ପଣ୍ଡିତ ।୮୨ । କାତରେ – ଅତ୍ୟନ୍ତ ଭୟରେ, କାନ୍ତାରେ – ଦୁର୍ଗମ ପଥ, ନିବେଦନ – ପ୍ରାର୍ଥନା ।୮୩ । ବୀକ୍ଷିତ – ଦୃଷ୍ଟ ।୮୫ । କ୍ଷୌମ – ପଟ୍ଟବତ୍ସ ।୮୬ । ଅର୍ଥୀ – ପ୍ରାର୍ଥୀ ।ତାପସଙ୍କୁ କିଛି ତୁମ୍ଭ ନ ଥାଏ ଅଦେୟ,ମୁହିଁ ତପସ୍ୱିନୀ ମୋତେ ନ କରିବ ହେୟ । ୮୯ ।ଯେ ହୋଇଛି ଆଜି ତୁମ୍ଭ ଅଙ୍କର ଭାଜନ,ଭକ୍ତିଭରେ ଦେଖୁଥିବେ ଜଗତର ଜନ । ୯୦ ।ପୂର୍ବେ ସେହୁ କରିଥିଲେ କେଉଁ ଘୋର ତପ,କେଉଁଠାରେ କେତେ କାଳ କେଉଁ ମନ୍ତ୍ର ଜପ । ୯୧ ।ଏହା ମାତ୍ର ପ୍ରଭୋ, ମୋତେ ଦେବଟି ଜଣାଇଅନ୍ୟ କିଛି ଧନେ ମୋର ପ୍ରୟୋଜନ ନାହିଁ । ୯୨ ।କୋଟି ଅଶ୍ୱମେଧେ ଯେତେ ଧନ ହୁଏ ଦାନତହିଁରୁ ଅଧିକ ତାହା ହେବ ମୋର ଜ୍ଞାନ । ୯୩ ।ଆଉ ଏକ କଥା ମାତ୍ର ଅଛି ଅନୁରୋଧ,ଦୁଃଖିନୀର ପୁତ୍ରଯୁଗ ଅତ୍ୟନ୍ତ ଅବୋଧ । ୯୪ ।ନାହିଁ ତାଙ୍କ ପିତୃ କୋଳ-ଆରୋହଣ ଭାଗ୍ୟ,ନ ଜାଣନ୍ତି ଜନ୍ମକାଳୁ ପିତୃ-ଅନୁରାଗ । ୯୫ ।ଜାଣିଛନ୍ତି ଜନନୀର ଜୀବନ କନ୍ଦାଇବୀଣା-ତନ୍ତ୍ରୀ-ସହକାରେ ରାମାୟଣ ଗାଇ । ୯୬ ।କିଏ ନ କାନ୍ଦିବ ବହି ମାନବ-ହୃଦୟ?ତରୁଲତାଚୟ ଯହିଁ ହୁଅନ୍ତି ଅଥୟ । ୯୭ ।ତୁମ୍ଭର ଚରିତେ ନିଜେ ହୋଇ ବିମୋହିତଯାଉଛନ୍ତି ଶିଶୁଦ୍ୱୟ ମହର୍ଷି ସହିତ । ୯୮ ।କରିବାକୁ ତୁମ୍ଭ ପଦ-ପଙ୍କଜ-ଦର୍ଶନମନ ତାଙ୍କ ନେଉଅଛି କରି ଆକର୍ଷଣ । ୯୯ ।ଶୁଣାଇବେ ତୁମ୍ଭ ଗତ ଦୁଃଖର କାହାଣୀ,ଯା’ ଶୁଣିଲେ ଦୁଃଖିନୀର ହୃଦ ହୁଏ ହାଣି । ୧୦୦ ।ନ ଶୁଣିଲେ ତହିଁ ପ୍ରତି ଧାଉଁଥାଏ ମନ,ନ ହୁଅଇ କରି ତାର ଔତ୍ସୁକ୍ୟ-ଦମନ । ୧୦୧ ।ଧୀରବର, ସେ କଥାକୁ ଘେନି ତୁମ୍ଭ ଶ୍ରୁତିଆଣିବ ଯଦ୍ୟପି ଦୀନା ବୈଦେହୀର ସ୍ମୃତି । ୧୦୨ ।୧୦୧ । ଔତ୍ସୁକ – ଆଗ୍ରହ ।ବୈଦେହୀର ପ୍ରଣୟକୁ ମଣିବ ସ୍ୱପନଚାହିଁ ନବ-ପ୍ରଣୟିନୀ-ପ୍ରଫୁଲ୍ଲ-ଲପନ’’ । ୧୦୩ ।ଲେଖୁଥାନ୍ତି ପତ୍ର ସତୀ ହୃଦୟ-ବିକଳେ,ପତ୍ର ଧୌତ ହେଉଥାଏ ନୟନର ଜଳେ । ୧୦୪ ।ଆଉ କି ଲେଖିବି ବୋଲି ଭାବୁଥିଲେ ବସିଆସିଗଲେ କୁଶ ଲବ ମୁଦେ ହସି ହସି । ୧୦୫ ।ବୋଇଲେ, ‘‘ଗୋ ମାତଃ, ଧନ୍ୟ ଧନ୍ୟ ରଘୁପତିଧନ୍ୟ ତାଙ୍କ ପ୍ରଣୟିନୀ ସତୀ ଭାଗ୍ୟବତୀ । ୧୦୬ ।ଅଶ୍ୱମେଧ କରୁଛନ୍ତି କୌଶଲ୍ୟା-ନନ୍ଦନ,ଦୂତ ଏକ ଆସିଅଛି ଧରି ନିମନ୍ତ୍ରଣ । ୧୦୭ ।ଦୂତକୁ ପଚାରି ଯାହା ହେଲୁ ଅବଗତ,ରାମଚନ୍ଦ୍ର ଯୋଗୁଁ ଆଜି ଧନ୍ୟ ଏ ଜଗତ । ୧୦୮ ।ଜନ-ଅପବାଦ ରାମ କଲେ ବିଭଞ୍ଜନପ୍ରାଣ-ପ୍ରଣୟିନୀ ସୀତା କରି ବିସର୍ଜନ । ୧୦୯ ।ଅଶ୍ୱମେଧ-ଯଜ୍ଞେ ସହଧର୍ମିଣୀ ସକାଶେକାନକୀ ଜାନକୀ ରାମ ରଖିଛନ୍ତି ପାଶେ । ୧୧୦ ।ଥିଲା କି ଜନନୀ, ତାଙ୍କୁ ଦୟିତା ଦୁର୍ଲ୍ଲଭ?ଅନ୍ୟ ଜାୟା ନ ଇଚ୍ଛିଲେ ଜାନନୀ-ବଲ୍ଲଭ । ୧୧୧ ।କାହିଁ ଗଲେ ଜାନକୀ ମା, ନ ଥିବେ ଜୀବନେନ ପାରିଲୁଁ ଜାଣି ସେହି କଥା ରାମାୟଣେ । ୧୧୨ ।୧୦୯ । ବିଭଞ୍ଜନ – ଭଗ୍ନ ।୧୧୦ । କାନକୀ – ସ୍ୱର୍ଣ୍ଣମୟୀ ।୧୧୧ । ଦୟିତା – ସ୍ତ୍ରୀ, ଜାୟା – ସ୍ତ୍ରୀ ।ଯିବୁଁ ମା, ଦେଖିବୁଁ ରାମ କମଳ-ପୟର,ସଙ୍ଗେ ନେବି ବୋଲି କହୁଛନ୍ତି ମୁନିବର ।’’ । ୧୧୩ ।କୁମାରଙ୍କ ବାଣୀ-ସୁଧା-ସାଗର-ଲହରୀସତୀ-ଜୀବନକୁ ଦେଲା ନିମଜ୍ଜିତ କରି । ୧୧୪ ।ହୃଦ ହୋଇଥିଲା ଯେହ୍ନେ ତପ୍ତ ବାଲିମୟ ।ପ୍ଳାବିଦେଲା ରାମ-ପ୍ରୀତି-ପୟୋଦର ପୟ । ୧୧୫ ।ମନେ ମନେ ବୋଇଲେ, ‘‘ହା! ମୁଁ ଚିରପାପିନୀ,ଲେଖୁଥିଲି ଭାଷା ପ୍ରଭୁ-ହୃଦୟ-ତାପିନୀ । ୧୧୬ ।ମୁଁ ସିନା ଅବଳା ଅତି ଦୁର୍ବଳ-ହୃଦୟା,ଅନନ୍ତ ଅଗାଧ ମୋର ପ୍ରଭୁଙ୍କର ଦୟା । ୧୧୭ ।ଅପରାଧ କ୍ଷମ ନାଥ, କ୍ଷମାର-ସାଗର,ବିଧି କଲା ମୋତେ ତୁମ୍ଭ ହୃଦୟର ଗର ।’’ । ୧୧୮ ।ବୋଇଲେ ଲୁଚାଇ ପତ୍ର ପ୍ରକାଶି ହରଷ,‘‘ଯାଅ ବତ୍ସେ, ଦେଖି ରାଜ-ପୟର-ସାରସ । ୧୧୯ ।କହୁଥିଲେ ତାତ, ତହିଁ କରିବ ସଙ୍ଗୀତ,ସ୍ୱଭାବେ ଅଟଇ ତା’ ତ ପୀୟୂଷ-ସମ୍ମିତ । ୧୨୦ ।ପୂଣ୍ୟମୟ ଯଜ୍ଞ-କ୍ଷେତ୍ରେ ହୋଇ ସୁଧା-ସ୍ରୋତହୃଦୟେ ହୃଦୟେ ହୋଇଯିବ ଓତପ୍ରୋତ । ୧୨୧ ।ଡାକିଲେ ରାଘବ ଯିବ ତାଙ୍କ ସନ୍ନିଧାନେ,ବନ୍ଦିବ ଚରଣେ ଭକ୍ତିପୂର୍ଣ୍ଣ ପ୍ରଣିଧାନେ । ୧୨୨ ।ଦେଖିବ ତହିଁରେ ତାଙ୍କ ଅବରଜତ୍ରୟ,ତାଙ୍କ ପଦେ ପ୍ରଣମିବ ଦେଖାଇ ବିନୟ । ୧୨୩ ।ରାଜମାତାଙ୍କର ପୂତ-ଚରଣ-କମଳ-ରଜ ଶିରେ ଘେନି ପ୍ରାଣ କରିବ ସଫଳ । ୧୨୪ ।ଜାନକୀ-ଭଗିନୀ ତିନି ଥିବେ ତାଙ୍କ ପାଶେ,ବନ୍ଦିବ ଚରଣ ତାଙ୍କ ଜାନକୀ-ବିଶ୍ୱାସେ । ୧୨୫ ।ପଚାରିବେ କେହି ଯେବେ କାହାର ନନ୍ଦନ,ଉତ୍ତରେ ବୋଲିବ, ‘‘ଆମ୍ଭେ ତପସ୍ୱିନୀ-ଧନ’’ । ୧୨୬ ।କୁମାରଙ୍କୁ ହୃଷ୍ଟ କଲା ମାତାଙ୍କ ବଚନ,ନବ କୌତୂହଳେ ତାଙ୍କ ପୂର୍ଣ୍ଣ ହେଲା ମନ । ୧୨୭ ।ଭୋଜନେ ଶୟନେ ଆଉ ନ ହେଲା ଆଦର,ହୃଦେ ନୃତ୍ୟ ହେଲା ରାମ-ପ୍ରଶଂସା-ବାଦର । ୧୨୮ ।ରାମ-କଥା କୁହାକୁହି କରି ପରସ୍ପରନିଦ୍ରା-ଅଭିଭୂତ ହେଲେ ଉଭୟ ସୋଦର । ୧୨୯ ।ଜାନକୀ-ଜୀବନ ପତି-ଭକ୍ତିନଦୀ-ରୟେଭାସୁଥାଏ, ଭ୍ରମୁଥାଏ ଆବର୍ତ୍ତେ ଅଥୟେ । ୧୩୦ ।କୋଳେ ଆଣିବାକୁ ତାକୁ ନିଦ୍ରାର ଶକତିନ ହେବାରୁ ଜଣାଇଲା ଯୋଗମାୟା କତି । ୧୩୧ ।ବୋଇଲା, ‘‘ଦେବି ଗୋ, ଆଜି ଜାନକୀ ଜୀବନକରିଛି ମାନବୀ-ହୃଦ-ସୀମାକୁ ଲଙ୍ଘନ । ୧୩୨ ।ବାର ବର୍ଷ ହେଲା ଶଯ୍ୟା ପ୍ଳାବି ନେତ୍ରନୀରେଥରେ ହେଲେ ଆସୁଥିଲା ମୋକୋଳକୁ ଧୀରେ । ୧୩୩ ।ଆଜି ଯେତେ ସୁମଧୁରେ କରୁଛିଁ ଆହ୍ୱାନ,ନ ଶୁଣି କରୁଛି ସ୍ୱର୍ଗ-ରାଜ୍ୟକୁ ପ୍ରୟାଣ । ୧୩୪ ।ନୟନ-ପ୍ରତିମା ତାର ଯେ ବେନି କୁମର,ଏହିକ୍ଷଣି ହୋଇଯିବେ ନୟନୁ ଅନ୍ତର । ୧୩୫ ।ଦଶ ଦିଗ ହେବ ତାକୁ ଅନ୍ଧକାରମୟ,ଏ ଜୀବନେ ନାହିଁ ତାର ସୁଖ-ସୂର୍ଯ୍ୟୋଦୟ । ୧୩୬ ।ପତି-ପ୍ରାଣା ହୋଇ ତାର ହେଲା କେଉଁ ଫଳ?ଦେଖୁ ତ ଦୁଃଖିନୀ କର ଭବିଷ୍ୟ ଉଜ୍ଜ୍ୱଳ । ୧୩୭ ।ପ୍ରାଣ-ଆଳବାଳେ ନେତ୍ର-ଜଳ କରି ଦାନଅବଳା ରଚିଲା ପତି-ଭକତି-ଉଦ୍ୟାନ । ୧୩୮ ।ନ ଫୁଟିଲା ଫୁଲ ତହିଁ ନ ଫଳିଲା ଫଳ,କହ ତ ଜୀବନ ହେବ କି ଘୋର ବିକଳ?’’ । ୧୩୯ ।ଯୋଗମାୟା ଆଜ୍ଞାଦେଲେ, ‘‘ଚାଲଲୋ ସଜନି,ଶେଷ ହୋଇ ଆସିଲାଣି ଶୀତଳା-ରଜନୀ । ୧୪୦ ।ଏବେ ଯାଉଁ ବେଗେ ଦୁହେଁ ସତୀ-ସନ୍ନିକଟ,କରିଦେବା ତା’ ଭବିଷ୍ୟ ରହସ୍ୟ-ପ୍ରକଟ ।’’ । ୧୪୧ ।ନିଦ୍ରା ସହ ଯୋଗମାୟା ଆସିଲେ ସତ୍ୱରେପଶିଲେ ଜାନକୀ-ପୂର୍ଣ୍ଣ-କୁଟୀର-ଭିତରେ । ୧୪୨ ।ସ୍ୱର୍ଗୀୟ –ଜ୍ୟୋତିରେ ହେଲା କାନନ ଉଜ୍ଜ୍ୱଳ,ସ୍ୱର୍ଗୀୟ ସୌରଭରେ ପୂର୍ଣ୍ଣ ହେଲା ମହୀତଳ । ୧୪୩ ।ସୌରଭେ ଜାନକୀ-ପ୍ରାଣ ହେଲା ପୁଲକିତ,ପ୍ରଭା ପ୍ରଭାବରେ ହେଲା ନେତ୍ର ନିମୀଳିତ । ୧୪୪ ।ଦିଶିଲା ଜାନକୀ ହୋଇଛନ୍ତି ଜ୍ୟୋତିର୍ମୟୀ,ତାଙ୍କ ଜ୍ୟୋତି ଆଲୋକିତ କରୁଅଛି ମହୀ । ୧୪୫ ।ଜ୍ୟୋତିର୍ମୟ ରାମଚନ୍ଦ୍ର ରତ୍ନ-ସିଂହାସନେବସିଛନ୍ତି ଘେନି ତାଙ୍କୁ ପ୍ରସନ୍ନ ଆନନେ । ୧୪୬ ।ରାମଚନ୍ଦ୍ର-କୋଳେ କୁଶ, ସୀତାକୋଳେ ଲବ,ଛତ୍ର ଧରି ପାଶେ ଉଭା ଊର୍ମିଳା-ବଲ୍ଲଭ । ୧୪୭ ।ଚନ୍ଦ୍ରିକା-ଧବଳ-ଚାରୁ-ଚାମର ଚାଳନ ।କରନ୍ତି ଭରତ କରି ସ୍ୱଧର୍ମ-ପାଳନ । ୧୪୮ ।ଶିଖଣ୍ଡି-ଶିଖଣ୍ଡ-ଜାଲେ ରଚିତ ବ୍ୟଜନକରେ ଧରି ଶତ୍ରୁ ଘନ କରନ୍ତି ବୀଜନ । ୧୪୯ ।ସଭିଙ୍କ ଜୀବନ-ଜ୍ୟୋତି ଭବିଷ୍ୟ-ମୁଖରେସ୍ରୋତସ୍ୱତୀ-ସ୍ରେତାରୂପେ ବହୁଛି ପ୍ରଖରେ । ୧୫୦ ।କୋଟି କୋଟି ନର-ନାରୀ ମହାତୀର୍ଥ ଜ୍ଞାନକରି ସେ ପବିତ୍ର-ସ୍ରୋତେ କରୁଛନ୍ତି ସ୍ନାନ । ୧୫୧ ।ଚାଲିଛି ସୁଦୂର-କାଳ-ସିନ୍ଧୁ ପ୍ରତି ଧାରବେଳୁ ବେଳ କରି ନିଜ ଆକାର ପ୍ରସାର । ୧୫୨ ।ଉପରୁ ଅମରଗଣ ବିଦ୍ୟାଧରଗଣକରୁଥାନ୍ତି ମନୋହର କୁସୁମ ବର୍ଷଣ । ୧୫୩ ।ଅମର ଅସୁର ନାଗ ନର ଅପସରା‘‘ଜୟ ସୀତା-ରାମ’’ ନାଦେ ପୂରାଇଲେ ଧରା । ୧୫୪ ।ଘରେ ଘରେ ପ୍ରାଣେ ପ୍ରାଣେ ନଗରେ ନଗରେନଦୀ-ନାବେ ସିନ୍ଧୁ-ପୋତେକନ୍ଦରେକନ୍ଦରେ । ୧୫୫ ।ରଜନୀ ବାସରେ ସନ୍ଧ୍ୟା ପ୍ରଭାତ ସମୟେ,ସୁଖେ ଦୁଃଖେ ଧନୀ ଧନ-ହୀନର ହୃଦୟେ । ୧୫୬ ।ଉଚ୍ଚାରିତ ହେଉଅଛି ‘‘ଜୟ ସୀତା-ରାମ’’,ଚାହିଁ ମୁଗ୍ଧ ହେଲେ ସତୀ-ଲଳନା-ଲଲାମ । ୧୫୭ ।