ଅଷ୍ଟମ ସର୍ଗ — ତପସ୍ୱିନୀ — ଗଙ୍ଗାଧର ମେହେର · ସ୍ୱର୍ଣ୍ଣଲିପିସମ୍ପୂର୍ଣ୍ଣ ସୂଚୀପତ୍ର
ଅଷ୍ଟମ ସର୍ଗ
କେଦାର-କାମୋଦିଜୀବନେ ଯଉବନ ବଢ଼ିଲା ସମବସନ୍ତ ବଢ଼ି ବନେ ହେଲା ଗ୍ରୀଷମ,ଯୁବା-ଶକତି ଯଥା ହୁଏ ପ୍ରଖରା;ପ୍ରଚଣ୍ଡତର ହୋଇ ଆସିଲା ଖରା । ୧ ।ସୁଖ-ବିଷୟ-ଭୋଗ ତୃଷ୍ଣାର ପରିସଞ୍ଜାର କଲା ମୃଗତୃଷ୍ଣା ସୁନ୍ଦରୀ,ତୂଳା ଉଡ଼ିଲା ତେଜି ଶାଳଳୀ ତରୁ;କୃପଣ ଧନ କାଳେ ଉଡ଼େ ଖାତରୁ । ୨ ।ପଲାଶ ଅଙ୍ଗେ ନାହିଁ ପୂର୍ବ ସୁରଙ୍ଗଅନିତ୍ୟ ଏହିପରି ଭବ-ପ୍ରସଙ୍ଗ,ତାପେ ଅଧିକତର ମଲ୍ଲୀ ଫୁଟିଲା;ଅଧିକ ବାସ ତାର ଅଙ୍ଗୁଛୁଟିଲା । ୩ ।୧ । ପ୍ରଖରା – ପ୍ରଖରା – ପ୍ରବଳ ।୨ । ମୃଗତୃଷ୍ଣା – ମରୀଚିକା ।୩ । ଅନିତ୍ୟ – ଅଳ୍ପକାଳ ସ୍ଥାୟୀ, ଭବ ପ୍ରସଙ୍ଗ – ପୃଥିବୀ ସମ୍ୱନ୍ଧୀୟ ।ସାଧୁ-ହୃଦୟ ତାପେ ହୁଏ ଅଟଳବରଞ୍ଚ ହୁଏ ଶାନ୍ତି-ଯଶ ପ୍ରବଳ,କୁଟଜ ଅନାଇଲା ତାକୁ ହରଷେ;ସାଧବ ପାଇ ସାଧୁ ଅବଶ୍ୟ ରସେ । ୪ ।ଏକ ହୃଦୟେ ଦୁହେଁ କଲେ ବିଚାରଗ୍ରୀଷମେ କରୁଥିବା ବାସ ସଞ୍ଚାର,ବରଷା ହେଲେ ମହୀ ହେବ ଶୀତଳ;ଶାନ୍ତି ଲଭିବେ ଜୀବଜନ୍ତୁ ସକଳ । ୫ ।କଦମ୍ବ କେତକୀ ତ ବାସ କୃପଣନୁହନ୍ତି, କରିବେ ସେ ଲୋକତର୍ପଣ,ଅର୍ପଣ କରି ଜନ-ରଞ୍ଜନ ଭାରତେଜିବା ହସି ହସି ତରୁ ସଂସାର । ୬ ।ଉଦ୍ଦଣ୍ଡ କମଳିନୀ ଉଞ୍ଚାଇ ମଥାସହର୍ଷେ ସମର୍ଥନ କରି ସେ କଥା,ବୋଇଲା ମୁହିଁ ଥାଇ ତୁମ୍ଭର ସଙ୍ଗେ;ଝାସିବି କାଳ-ସିନ୍ଧୁ-ତୁଙ୍ଗ-ତରଙ୍ଗେ । ୭ ।ମଲ୍ଲୀ ବୋଇଲା ତାହା ପାରିବୁ କାହିଁ ?ତୋ କାନ୍ତ ଭାନୁ ତୋତେ ଛାଡ଼ିବେ ନାହିଁ ।ବୋଇଲା କମଳିନୀ ଘୋଟିଲେ ଘନ,ଚାହିବେ ନାହିଁ କାନ୍ତ ମୋର ବଦନ । ୮ ।ବିପଦେ କରି କିଛି ଦିନ ଯାପନକରିବି ଭବ-ବ୍ରତ ଉଦ୍ଯାପନ;କାନ୍ତ ମୋ ଘନ ଭେଦିପାରନ୍ତି ନାହିଁ,ସହନ୍ତି ଦୁଃଖ ଲୋକମଙ୍ଗଳ ପାଇଁ । ୯ ।୪ । କୁଟଜ – କରେଇଁ ଫୁଲ, ଗିରି ମଲ୍ଲିକା ।୬ । ଲୋକତର୍ପଣ – ଲୋକଙ୍କ ତୃପ୍ତି ସାଧନ ।୭ । ଉଦ୍ଦଣ୍ଡ – ପ୍ରତାପୀ ।ଅଧିକ ଦିନ କାନ୍ତ-ପ୍ରେମାନୁରାଗଭୋଗ କରିବି କାହିଁ? ନାହିଁ ମୋ ଭାଗ୍ୟ,ତାଙ୍କ ଚରଣ କରୁଥିବି ସ୍ମରଣ;ମରଣ ନେବ ମୋତେ କରି ବରଣ । ୧୦ ।
ଏ ଜନ୍ମେ କିଛିଦିନ ସହିଲେ ଦୁଃଖ
ଚାହିଁବି ପର ଜନ୍ମେ ସ୍ୱମୀ-ଶ୍ରୀମୁଖ,
ସେ କଥା ଜାନକୀଙ୍କ ଜ୍ଞାନ-ଶ୍ରବଣେ;
ପଡ଼ନ୍ତେ ଆଦରଶ ମଣି ଜୀବନେ । ୧୧ ।
ବୋଇଲେ ପଦ୍ମିନୀ ଗୋ ଅଟୁ ସାଧବୀ
ଦିଶୁଛି ତୋତେ ପୁଣ୍ୟମୟୀ ପଦବୀ,
ବିଚାରେ ମୁହିଁ ତୋର ଅଟେ ଭଗିନୀ;
ତହିଁ ଉପରେ ପୁଣି ଭାଗ୍ୟ-ଭାଗିନୀ ! ୧୨ ।
ତୋ ପରି ସ୍ୱାମୀ-ସ୍ନେହ ଭୋଗିଲି ବନେ
ସ୍ୱଚ୍ଛ ଅମୃତମୟ ସୁଖ ଭବନେ;
ତୋ କାନ୍ତ ପ୍ରଭାକର ଦିବସ-ନାଥ,
ସେ ବଂଶେ ଜାତ ଧରା-ନାଥ ମୋ କାନ୍ତ । ୧୩ ।
କହୁଛି ଯାହା ନିଜ ଭବିଷ୍ୟ ଗତି
ଆଗୁଁ ମୁଁ ଲଭିଲିଣି ସେହି ପଦ୍ଧତି,
ଧନ୍ୟ ତୋ ହୃଦ, ଧନ୍ୟ ଧନ୍ୟ ତୁ ସତି,
ଜୀବନେ ମୋର ଦିଅ ତୋ' ଶୁଦ୍ଧ-ମତି । ୧୪ ।
୧୨ । ପଦବୀ – ପଥ ।
୧୩ । ସ୍ୱଚ୍ଛ – ନିର୍ମଳ, ଅମୃତ – ସୁଧା ଓ ଜଳ, ପ୍ରଭାକର – ସୂର୍ଯ୍ୟ । ଧରାନାଥ ପୃଥିବୀର ରାଜା ।
୧୪ । ପଦ୍ଧତି – ମାର୍ଗ ।
ଲୋକ ବଚନ କରି ଦୁଃଖ ଅର୍ଜନ
କରିଅଛନ୍ତି କାନ୍ତ ମୋତେ ବର୍ଜନ;
ମୋ' ଭାଗ୍ୟ ପରକାଳେ ସ୍ୱାମୀ-ଦର୍ଶନେ,
କ୍ଷମ ହେବ କି? କହ ଦିବ୍ୟ ଦର୍ଶନେ । ୧୫ ।
ଶୀତଳ-ଶତଦଳ-ଦଳର ତଳେ
ଘନ ଶ୍ୟାମଳ-ବକ୍ଷ-ସରସୀଜଳେ,
ମଧ୍ୟାହ୍ନ କଟାଇଲେ କୋକ-ଦମ୍ପତି,
ରାଜହଂସୀକି ସଙ୍ଗେ ଘେନି ତା' ପତି । ୧୬ ।
ଚିଙ୍ଗୁଡ଼ୀ କାରଣ୍ଡବ କାଣ୍ଡରୁ ବଞ୍ଚି
କମଳ-ବନେ ଲମ୍ବ-ଲମ୍ଫନ ରଚି,
ଛତ୍ର ବିଶାଳ-ପତ୍ର-ବିପିନେ ବଣା
ହୋଇ ଅନ୍ତିମେ ହେଲା ବକ-ପାରଣା । ୧୭ ।
ଉଦ୍ଦଣ୍ଡ ଶତପତ୍ର-ପତ୍ର-ଉଦରେ
ପଡ଼ି ଶଫରୀ ଲମ୍ଫ ଦିଏ ଉଦରେ,
ମଣ୍ଡୁକ କୁମୁଦିନୀ ବଙ୍କା ନାଡ଼ରେ;
ନ ବସୁଁ ଡିଆଁମାରେ ଡ଼ୁଣ୍ଡୁଭ ଡରେ । ୧୮ ।
୧୫ । ଲେକ ବଚନ – ଲୋକାପବାଦ, ବର୍ଜନ – ପରିତ୍ୟାଗ ।
୧୬ । ଦଳ – ପତ୍ର, ମଧ୍ୟାହ୍ନ – ଦ୍ୱିପ୍ରହର, କୋକ ଦମ୍ପତି – ଚକ୍ରବାକ ଯୁଗଳ ।
୧୭ । କାରଣ୍ଡବ – ପାଣିକୁଆ,, ବିପିନେ – ବଣରେ, ବଣା – ବାଟ ଭୁଲି, ଅନ୍ତିମେ – ଶେଷରେ, ବକପାରଣା – ବଗର ଖାଦ୍ୟ ।
୧୮ । ଉଦରେ – ଗର୍ଭରେ, ଉଦରେ – ଜଳରେ, ମଣ୍ଡୁକ – ବେଙ୍ଗ, ଡୁଣ୍ଡୁଭ – ଧଣ୍ଡ ସାପ ।
ବିଷାଦେ ବସି ପିକ ରସାଳ-ଡାଳେ
କାକ କୁଲାୟ-ପାଶେ ପତ୍ର-ଉଢ଼ାଳେ,
ପିପାସା ସହି ଶ୍ରୁତିସୁଧା ନ ଢାଳେ;
ଲୁଚିଛି ଯେହ୍ନେ ଭୟ କରି ଚଣ୍ଡାଳେ । ୧୯ ।
ନଚାଉ ନାହିଁ ଚମ୍ପା ବିସ୍ତାରି ପୁଚ୍ଛ
ପୁଚ୍ଛ-ମୂଳ-ସୁରଙ୍ଗ-ପାଲକ-ଗୁଚ୍ଛ,
କହଳୁ ନାହିଁ ରଙ୍ଗେ ହଲାଇ ପକ୍ଷ
ସୋଦର ଚାହିଁ କୋପେ ହୋଇ ବିପକ୍ଷ । ୨୦ ।
ଯୁଝାଇଥାଏ ସିନା ତାକୁ ଆହାର
ନତୁବା ଭ୍ରାତା ରିପୁ ହୁଏ କାହାର ?
ବସିଛି ପୀନ କାୟେ ପୂର୍ଣ୍ଣ ଉଦରେ,
ବିଶାଳ ଶାଳତରୁ-ଡାଳେ ମୁଦରେ । ୨୧ ।
ମଧୁକ-ବନେ ବସି ଶୁକ ସକଳେ
ଭୋଜନ-ବ୍ୟାଜେ କାଟି ମଧୁକ ଫଳ,
ଦ୍ୱିଜ-ସ୍ୱଭାବେ କରୁଛନ୍ତି ଅଙ୍କନ,
ସୂକ୍ଷ୍ମ ପଞ୍ଜିକା ଭାବୀ-ବୃଷ୍ଟି ଲକ୍ଷଣ । ୨୨ ।
୧୯ । କୁଲାୟ – ପକ୍ଷୀମାନଙ୍କର ବସା ।
୨୦ । ଚମ୍ପା – ସମରଶୀଳ ପକ୍ଷୀବିଶେଷ । ଏହାର ଯୁଦ୍ଧ ଦେଖିବା ପାଇଁ ଲୋକେ ଆଗ୍ରହୀ ହୋଇଥିାନ୍ତି । କହଳିବା – ଏକ ଚମ୍ପା ପକ୍ଷୀ ଅନ୍ୟ ଚମ୍ପା ପକ୍ଷୀକୁ ଦେଖିଲେ ଯୁଦ୍ଧ ଉଦ୍ଦେଶ୍ୟରେ ପକ୍ଷ ଚାଳନା କରି ଯେଉଁ ମଧୁର ରବ କରିଥାଏ ।
୨୨ । ମଧୁକ – ମହୁଲ, ଦ୍ୱିଜ – ପକ୍ଷୀ, ଶୁକପକ୍ଷୀ କାଟିଥିବାର ଟୋଳକୁ (ମହୁଲ ଫୁଲ) ଦେଖି ଅନେକ ବୃଷ୍ଟି ନିର୍ଣ୍ଣୟ କରିଥାନ୍ତି ।ତମସା-ତଟ-ବଟ-ବିଟପି-ତଳନିବିଡ଼ କିଶଳୟ-ଛାୟା-ଶୀତଳ,ତହିଁ କୁଟଜ-ବାସ-ପୂର୍ଣ୍ଣ-ଉଟଜେସହଜେ ଗ୍ରୀଷ୍ମ ଶାନ୍ତି-ଚରଣେ ଭଜେ । ୨୩ ।ବାଲ୍ମୀକି ବସି ତହିଁ ଜ୍ଞାନ-ନୟନଫିଟାଇ ଦେଖୁଛନ୍ତି ଶ୍ରୀରାମାୟଣ,ତାପସ-ବୃନ୍ଦ କାହିଁ କେ ଅଧ୍ୟୟନ;କେ କାହିଁ କରୁଛନ୍ତି ବେଦ-ଗାୟନ । ୨୪ ।ଗୁରୁ-ଗରଭ-ଭାରେ ଆଳସୀ ସୀତାତାପସୀ-ପରିବେଶେ ହୋଇ ବେଷ୍ଟିତା,ନିବିଡ଼ ନିକୁଞ୍ଜରେ ପଲ୍ଲବାସନେ;ଶାନ୍ତି ସେବନ୍ତି ବସି-ସ୍ଥିର-ଦର୍ଶନେ । ୨୫ ।ପରିଧି-ଯୁତ କି ସେ ଚନ୍ଦ୍ରମଣ୍ଡଳରାକା-ବିଦାୟେ ଭଜେ ଅସ୍ତ-ଅଚଳ,ସତୀ-ପାଣ୍ଡୁର-ଗଣ୍ଡ ସ୍ୱେଦ-ପଟଳ;ଶିଶିର ପରା ହିମ ନୟନ-ଜଳ । ୨୬ ।ତାପସୀ ମଧ୍ୟେ ରହି ଶ୍ରୀରାମ-ରାଣୀଲଙ୍କା ରାକ୍ଷସୀ-ବୃତି ସ୍ମୃତିକୁ ଆଣି,ଭାବନ୍ତି ତାପସୀଙ୍କ ସ୍ୱର୍ଗୀୟ ଭାବ,ରାକ୍ଷସୀ ନାରକୀୟ ମନ୍ଦ ସ୍ୱଭାବ । ୨୭ ।୨୩ । ନିବିଡ଼ – ସାନ୍ଧ୍ର, କିଶଳୟ – ନବପଲ୍ଳବ, ଉଟଜ – କୁଡ଼ିଆ ।୨୬ । ରାକା – ପୂର୍ଣ୍ଣିମା ।୨୭ । ବୃତି – ବାଡ଼, ବେଷ୍ଟନ ।ମନେ ପଡ଼ନ୍ତେ ବୀର ବାତ ନନ୍ଦନବାତଦେବଙ୍କୁ କଲେ ଅଭିନନ୍ଦନ,ତାଳ-ବୃନ୍ତରେ ଦେବୀ ସାଦରେ ବିଞ୍ଚି;ପ୍ରସାଦ ଲାଭ କଲେ ଶୀତଳ-ବୀଚି । ୨୮ ।ଏକାଳେ ଆଗେ ଆସି ଚିନ୍ତା-ସୁନ୍ଦରୀବୋଇଲା ବଚନରେ ବିନୟ ଭରି;"ଦେବି ଗୋ ! ଦ୍ୱାରେ ଆସି କେତେକ ଜନ;ସତୃଷ୍ଣେ ଲୋଡ଼ୁଛନ୍ତି ତୁମ୍ଭ ଦର୍ଶନ । ୨୯ ।ବହୁତ ଦୁରୁଁ ଆସି ଅଛନ୍ତି ପରାଧନ୍ୟ ଦିଦୃକ୍ଷା ଗଣିନାହିଁ ଏ ଖରା,ଦେଖିଲେ ମନେହର ରୂପ ତାଙ୍କର;ହୃଦୟ ହୋଇଯାଏ ପ୍ରୀତି-ଆକର" । ୩୦ ।ଦେବୀ ବୋଇଲେ, "ସଖୀ, ଆଣ ସତ୍ୱରଧନ୍ୟ ମୋ ଭାଗ୍ୟ ! ମୋତେ ଏତେ ଆଦର,ତାଙ୍କ ଦର୍ଶନେ ମୋର ନୟନଦ୍ୱୟ;କରିବେ ପାପ-ତାପ ଅବଶ୍ୟ କ୍ଷୟ" । ୩୧ ।ଦେବୀ ଆଦେଶେ ଜଣେ ପ୍ରଥମେ ଆସିବୋଇଲା ମୃଦୁ-ମନ୍ଦ ହାସ ପ୍ରକାଶି,ସୁଚିର-ପରିଚିତ-ବାନ୍ଧବ ପରି;ପ୍ରଣୟ ବାକ୍ୟେ ସୁଧା ସେଚନ କରି । ୩୨ ।୨୮ । ବାତନନ୍ଦନ – ହନୁମାନ, ଶୀତଳ ବୀଚି – ଥଣ୍ଡା ପବନ, ତାଳବୃନ୍ତ – ଡାଳପତ୍ର ପଙ୍ଖା ।୩୦ । ଦିଦୃଶା – ଦେଖିବାର ଇଚ୍ଛା, ଗଣିନାହିଁ – ଗଣନା କରି ନାହିଁ, ପାକର – ଖଣି ।୩୧ । ସେଚନ – ଢାଳି ।‘‘ଦେବି ଗୋ, ପୂର୍ବକଥା ଅଛି କି ମନେ ?ଚରଣ ଦେଇଥିଲ ମୋର ସଦନେ,ତୁମ୍ଭ ଶ୍ରୀଅଙ୍ଗ ତେଜେ ମୋ’ ଅବୟବଲଭିଛ ଏହି ଦିବ୍ୟ ପ୍ରଭା-ବିଭବ । ୩୩ ।ସେପ୍ରଭା ବ୍ୟପଦେଶେ ମୋର ନିର୍ଝରଝରନ୍ତି ଆନନ୍ଦରେ ହୋଇ ଜର୍ଜର;କୁସୁମକୁଳ ହୋଇ ପ୍ରଫୁଲ୍ଲ –ଆସ୍ୟନିନ୍ଦନ୍ତି ନନ୍ଦନକୁ ଦେଖାଇ ହାସ୍ୟ । ୩୪ ।ସରିତ-ନୀର ହୋଇ ଚିରବାସିତତୀରବାସିଙ୍କି କରେ ସମ୍ମୁଲ୍ଲାସିତ;ପ୍ରୀତିପାଳିତ ତୁମ୍ଭ ମୟୁରଗଣଉଚ୍ଚେ କରନ୍ତି ନିତି ଗୁଣ ଗାୟନ । ୩୫ ।ତୁମ୍ଭ ଦର୍ଶନ-ଆଶା ରଖି ଅଟଳଥରକୁ ଥର ଆସି ମେଘ-ପଟଳ,ଲୋଡ଼ନ୍ତି ଭ୍ରମି ଭ୍ରମି ଦରୀକି ଦରୀ,କାହିଁ ଅଛନ୍ତି ବୋଲି ସୀତା ସୁନ୍ଦରୀ । ୩୬ ।ପୁଚ୍ଛନ୍ତି ମୋତେ ମନ୍ଦ୍ର-ଗମ୍ଭୀର-ସ୍ୱରେ,ମାନନ୍ତି ନାହିଁ କେବେ ‘ନାହିଁ’ ଉତ୍ତରେ ।ଖୋଜନ୍ତି ପୁଣି ଶମ୍ପା ଆଲୋକ ଧରିନିଶ୍ଚୟ ଅଛି ବୋଲି ସୀତା ସୁନ୍ଦରୀ । ୩୭ ।୩୩ । ସଦନ – ଘର, ଅବୟବ – ଶରୀର, ବିଭବ – ସମ୍ପତ୍ତି ।୩୪ । ଜର୍ଜର – ଜରଜର, ଆକ୍ରାନ୍ତ । ନନ୍ଦନ – ଇନ୍ଦ୍ରଙ୍କ ପ୍ରମୋଦ ଉଦ୍ୟାନ ।୩୫ । ସମୁଲ୍ଲାସିତ – ଅତ୍ୟନ୍ତ ଆନନ୍ଦ ଦାନ କରେ ।୩୬ । ଅଟଳ – ସ୍ଥିର, ନିଶ୍ଚୟ । ଦରୀ – ପର୍ବତ ।୩୭ । ଶମ୍ପା – ବିଜୁଳି ।ଚିହ୍ନ କି ଦେବି, ଆଜି ଏ ଭାଗ୍ୟହୀନେ ?ଆସିଛି ଶ୍ରୀଛାମୁକୁ ଅନେକ ଦିନେ,ତୁମ୍ଭ ଚରଣ ରଜେ ମଣ୍ଡି ମୁକୁଟହୋଇଛିଁ ଭାଗ୍ୟବାନ ‘ମୁଁ ଚିତ୍ରକୂଟ’ ।’’ ୩୮ ।ତା’ପରେ ଉଭା ଏକ ନବ ରଙ୍ଗିଣୀ,ସ୍ୱଚ୍ଛ-ଉଜ୍ଜଳ-କାନ୍ତି ମଞ୍ଜୁ – ଅଙ୍ଗିନୀ,ତୀବ୍ର ଆତପ-ତାପ-ଦର୍ପ-ଗଞ୍ଜିନୀ,କାନନ-ସୁନ୍ଦରୀଙ୍କ ଚିର-ସଙ୍ଗିନୀ; । ୩୯ ।ଗଳଶୋଭିତ ଗିରି ମଲ୍ଲିକା – ମାଳେ,ମଧୁକେ ମନୋହର ଲଲାମ ଭାଲେ,କର୍ଣ୍ଣ-ଭୂଷଣ ଜମ୍ୱୁ ନୀଳ ରତନ,ଶକ୍ତି କରିଛି କଟି-ଭୂଷା ରଚନ; । ୪୦ ।କାନନବାସୀ – ମୁନି ମନମୋହିନୀ,ଚାରୁ-କୁଟିଳ-ନୀଳ ବେଣୀ-ଶୋଭିନୀ;କୋମଳ କଳଭାଷେ ପ୍ରସନ୍ନ ମୁଖେମଧୁରେ ଜଣାଇଲା ସତୀ-ସମ୍ମୁଖେ, । ୪୧ ।‘‘ସୁଶୀଳେ, କୃତଜ୍ଞତା ଘେନ ମୋହର,ମୁଁ ଚିରଋଣୀ ସ୍ନେହ-ଋଣେ ତୋହର;ଶୁଝିବି ଋଣ କାହିଁ ? ନାହିଁ ମୋ ଶକ୍ତି,କୃତାର୍ଥ କର ସତି, ଘେନି ମୋ ଭକ୍ତି । ୪୨।୩୮ । ରଜ – ଧୂଳି, ଚିତ୍ରକୁଟ ରାମଗିରି ପର୍ବତ । ବନବାସ କାଳରେ ରାମଚନ୍ଦ୍ର ଏହି ପର୍ବତ ଶିଖରରେ କିଛିକାଳ ଅବସ୍ଥାନ କରିଥିଲେ ।ମହୀରେ ମୋହ ପରି ନାହାନ୍ତି କେତେ ?କେ କାହିଁ ପାଇଅଛି ତୋ କୃପା ଏତେ ?ତୋ ଶୁଭ-ଦୃଷ୍ଟିପାତ ଲଭିଲା ଯେଣୁ;ମୋ ବାଲି ହୋଇଅଛି ସୁବର୍ଣ୍ଣ-ରେଣୁ; । ୪୩ ।କ୍ରୀଡ଼ାରେ ରଞ୍ଜିବାରୁ ତୋ ଦିବ୍ୟନେତ୍ର,ମୋ ଉର କରିଦେଲୁ, ହୀରକ-କ୍ଷେତ୍ର;ଥାଉଁ ଗିରୀନ୍ଦ୍ର –ସୁତା ଶ୍ରୀବିଷ୍ଣୁ ପଦୀ,ତୋ ଦତ୍ତ ଉପାଧିରେ ମୁଁ ‘ମହାନଦୀ’ ।’’ ୪୪ ।ଅଇଲା ଗୋଦାବରୀ ବିଶଦ କାୟାବଦନେ ପଡ଼ିଅଛି ବିଷାଦ ଛାୟା,ବିକଳେ କରି କରି ଅଶ୍ରୁମୋଚନ,ଅଞ୍ଚଳେ ପୋଛି ପୋଛି ପଦ୍ମଲୋଚନ । ୪୫ ।ବିଚିତ୍ର ଚିତ୍ରମାନ ଉଜ୍ୱଳ ରଙ୍ଗେରଞ୍ଜିତ କରି ଆଣିଥିଲା ତା ସଙ୍ଗେ,ସତୀଙ୍କ ଅନୁମତି ନେଇ ସତ୍ୱରଫିଟାଇ ଦେଖାଇଲା ସ୍ତରକୁ ସ୍ତର । ୪୬ ।କାହିଁ କୁସୁମାବଳୀ ବଲ୍ଲୀରୁ ଝଡ଼ିଖରାଂଶୁ ଖରାଂଶୁରେ ଯାଉଛି ସଢ଼ିପାଦପମାନେ ଶୁଷ୍କପତର ଶେଯେମଳିନ ବେଶେ ରହିଛନ୍ତି ନିସ୍ତେଜେ; । ୪୭ ।
୪୩ । ମୋ ବାଲି..... ମହାନଦୀର ବାଲିରେ ସ୍ୱର୍ଣ୍ଣରେଣୁ ମିଳେ । ଏହାକୁ ସ୍ଥାନୀୟ ଲୋକେ ସଂଗ୍ରହ କରନ୍ତି । ମୋ ଉର... ସମ୍ୱଲପୁର ନିକଟରେ ହୀରାକୁଦ ଅବସ୍ଥିତ । ଏଠାରେ ହୀରା ମିଳେ ବୋଲି ବିଶ୍ୱାସ କରାଯାଏ ।
୪୪ । ଗିରୀନ୍ଦ୍ର ସୂତା- ହିମାଳୟ କନ୍ୟା, ଶ୍ରୀ ବିଷ୍ଣୁପଦୀ – ଗଙ୍ଗା ।୪୭ । ଖରାଂଶୁ – ସୂର୍ଯ୍ୟ, ଖରାଂଶୁ – ପ୍ରଚଣ୍ଡ କିରଣ, ସଢ଼ି – ନଷ୍ଟ ହୋଇ ଯାଇଛି, ନିସ୍ତେଜ – ତେଜୋହୀନ ।କାହାର ଶାଖାଟିଏ ହୋଇ ବିଭଙ୍ଗବରଜି ପାରି ନାହିଁ ପାଦପଅଙ୍ଗ,ତୃଣପଟଳେ ମାଗୁଅଛି ଶରଣ,କା’ ଶିର ଚୁମ୍ୱି, କାହା ଧରି ଚରିଣ । ୪୮ ।ପକ୍ଷୀ-ପୁରୀଷେ ପୂରି ପତ୍ର ସକଳ,କାହା ଶରୀର କରୁଅଛି ଧବଳ;କେହି ବା ଲୁତାଜାଲ ମଳିନ-ବାସବଦନେ ଢାଙ୍କି ନାଶିଅଛି ଉଲ୍ଲାସ; । ୪୯ ।ମଣ୍ଡୁକ ଦଳ ଚାହିଁ ବକ-ବିକ୍ରମମୁହଃ ପ୍ଳବନେ ପାଉଛନ୍ତି ବିକ୍ଳମ;କେତେ ବା ଲୁଚି ଲୁଚି ଉପଳତଳେ,ଉଦର ତୋଷୁଛନ୍ତି ବସି ନିଶ୍ଚଳେ । ୫୦ ।ବନ୍ୟ ମହିଷ କାହିଁ ଦଳକୁ ଦଳପଙ୍କିଳ କରୁଛନ୍ତି ସରସୀ ଜଳ;ରାଜୀବ-ରାଜି ହୋଇ କର୍ଦ୍ଦମ ଲିପ୍ତଲୁଲାପ ପଦେ ହେଉଅଛନ୍ତି କ୍ଷିପ୍ତ । ୫୧ ।କାହିଁ ବା ଅଜଗର ଆହାର ଆଶେପଡ଼ିଛି କାଷ୍ଠ ସମ ସଳିଳ ପାଶେ;ତା’ ପାଶେ ଚାହିଁ ମୃଗଯୂଥ ସରଣୀଶାର୍ଦ୍ଦୂଳ ଲୁଚି ଚାଟୁଅଛି ସୃକ୍କଣୀ । ୫୨ ।୪୮ । ବରଜି – ତ୍ୟାଗକରି ।୪୯ । ପୁରୀଷେ – ମଳ ଦ୍ୱାରା, ମୃଦୁଃ ପ୍ଲବନ – ବାରମ୍ୱାର ଡେଇଁ କରି । ବିକ୍ଲମ – କ୍ଲାନ୍ତି ।୫୧ । କର୍ଦ୍ଦମ – ପଙ୍କ, ଲୁଳାପ – ମହିଷ, ଯେ ସର୍ବଦା ପଙ୍କରେ ବିଳୋଡ଼ିତ ହୁଏ ।୫୨ । ଶାର୍ଦ୍ଦୁଳ – ବାଘ, ସୃକ୍କଣୀ – ଓଷ୍ଠର ପ୍ରାନ୍ତଭାଗ ।ପୁଣି ଦେଖିଲେ ଘୋର ଦାବ-ଦହନଧୃମ-ତିମିରେ ପୂର୍ଣ୍ଣ କରି ଗହନ,ଅସଂଖ୍ୟ-ଶାଖା ଶିଖି-ଶିଖା ପ୍ରଚଣ୍ଡଡ଼େଇଁ ମିଶୁଛି ନଭେ ଖଣ୍ଡକୁ ଖଣ୍ଡ । ୫୩ ।ଜ୍ୱଳନ୍ତ ପତ୍ରଚୟ ଉଠି ଗଗନ,ଧୂମ-ବାହନେ କରୁଛନ୍ତି ଗମନ;ଦୂର ପାଦପେ ବସି ସମ୍ୱାଦ କହିତା ପରେ ଦେଉଛନ୍ତି ତାପରେ ଦହି । ୫୪ ।କେତେ ପତର ଊର୍ଦ୍ଧ୍ୱପଥେ ମଳିନହୋଇ ଗଗନେ ହେଉଅଛନ୍ତି ଲୀନ,ପତତ୍ରୀ କେତେ ଉଡ଼ି ପଳାନ୍ତି ନଭେକେତେ ବା ପଡ଼ୁଛନ୍ତି ଅନଳ ଗର୍ଭେ । ୫୫ ।ମୃଗ ମହିଷ ଗଜ ଦଳକୁ ଦଳଶଶ ଶୂକର ଶିବା ଭଲ୍ଳୁକ ପଲ,ଧୂମପଟଳେ ମଜ୍ଜି ଚାହିଁ ଅନଳେଅଛନ୍ତି କାନ୍ଦିଶୀକ ହୋଇ ବିକଳେ । ୫୬ ।୫୩ । ଶିଖି ଶିଖା – ଅଗ୍ନିର ଶିଖା ।୫୪ । ତା ପରେ – ତହିଁ ଉତ୍ତାରେ, ତାପରେ – ଉଷ୍ଣତାରେ, ଦହି – ପୋଡ଼ିଦେବା ।୫୫ । ପତତ୍ରୀ – ପକ୍ଷୀ, ଅନଳ – ଅଗ୍ନି ।
୫୬ । ଶଶ – ଠେକୁଆ, ଶୂକର – ବରାହ, ଶିବା – ବିଳୁଆ, ଭଲ୍ଳୁକ – ଭାଲୁ, କାନ୍ଦିଶୀକ – ଯେ ଭୟରେ ପଲାଇବାକୁ କୌଣସି ଦିଗ ନିର୍ଣ୍ଣୟ କରିପାରେ ନାହିଁ ।
ଭୀତ ଚକିତ-ଚିତ୍ତ ପ୍ଳବଙ୍ଗଗଣପଳାନ୍ତି ତରୁଁ ତରୁ କରି ପ୍ଳବନ;ଶାବକ ଧରି ପୃଷ୍ଠେ କେହି ବା କକ୍ଷେଦଉଡ଼ିଛନ୍ତି ଧୂମେ ସରିତ ଲକ୍ଷେ । ୫୭ ।ସରିତ ସଇକତ ସ୍ରୋତ ଆକୁଳ;ଭରି ଅଛନ୍ତି ଜନ୍ତୁ ହୋଇ ଆକୁଳ,ବୋଇଲା ଗୋଦାବରୀ, ‘‘ଦେଖିଲୁ ବତ୍ସେ,ଦଣ୍ଡକା ଦଶା ତୋର ଛାଡ଼ିବା ପଛେ ।’’ । ୫୮ ।ବୋଇଲେ ସତୀ ପର-ଦୁଃଖକାତରା,‘‘ହା! ହା! ଦଣ୍ଡକା ମୋର କେଳି ପସରା,ଧନ୍ୟ ହୁଅନ୍ତି କଲେ ସତ୍ୱର ବିଧିମୋ’ ନେତ୍ର-ନୀରେ ତୋର ଶାନ୍ତି ବିଧି ।’’ ୫୯ ।ଅଯୋଧ୍ୟା ତହୁଁ ସତୀ ଛାମୁରେ ଦେଖାକରି ପଡ଼ିଲା ରାଜଲକ୍ଷ୍ମୀର ଲେଖା,ଶୋକ ଗଦ୍ଗଦ ଦୁଃଖ ବିକୃତ ସ୍ୱରେକମ୍ପିତ ଓଷ୍ଠେ ଲଜ୍ଜାନତ ଭାଷରେ, । ୬୦ ।‘‘ସଖି, ମୁଁ ନିଶା, ତୁହି ଥିଲୁ କୌମୁଦୀ,ଗଲୁ ମୋ ନେତ୍ର ଫୁଲ୍ଲ କୁମୁଦି ମୁଦି,ତୋ ବିନା ନାହିଁ ଆଉ ମୋ ସୁଖ ଲେଶ,ଧରିଛି ଭୂଷା- ହୀନା ଯୋଷାର ବେଶ । ୬୧ ।୫୭ । ପ୍ଲବଙ୍ଗ – ଯେ ଡେଇଁ ଡେଇଁ ଯାଏ, ମାଙ୍କଡ଼, ପ୍ଳବନ – ଡେଇଁକରି, ଶାବକ – ଛୁଆ, କକ୍ଷେ – କାଖରେ ।୫୮ । ଆକୁଳ – କୂଳ ପର୍ଯ୍ୟନ୍ତ, ଆକୁଳ – ବିକଳରେ ।୫୯ । କେଳି ପସରା – କ୍ରୀଡ଼ାସମ୍ଭାର ।୬୧ । ନିଶା – ରାତି, କୌମୁଦୀ – ଚନ୍ଦ୍ର କିରଣ, କୁମୁଦ – କଇଁଫୁଲ, ଯୋଷା – ସ୍ତ୍ରୀ ।ରାଜଭବନ ଆଜି ହୋଇଛି ବନତୋହୋ ବିରହ ତହିଁ ଦାବଦହନ,ପ୍ରବେଶି, ସବୁ କରି ଦେଇଛି ନାଶଅଛି କି ଆଉ ପୂର୍ବ ଶୋଭା ବିଳାସ ? । ୬୨ ।ପୋଡ଼ିଛି ସମୁଲ୍ଲାସ ପଲ୍ଲବମୟବିଶାଳ ସାଧୁହୃଦ ପାଦପଚୟ,ସୁହାସ ସୁବାସିତ କୁସୁମ ବଂଶଆହା ସହଜେ ତହିଁ ହୋଇଛି ଧ୍ୱଂସ !। ୬୩ ।ଶାନ୍ତି-ହରିଣୀ ଯୂଥ ଧଇର୍ଯ୍ୟ-କରୀବିଷାଦ-ଧୂମେ ପ୍ରାଣ ଅସ୍ଥିର କରି,ତିତିକ୍ଷା ସରିତର ଉଦରେ ଯାଇଆକଣ୍ଠ ଦେଇଛନ୍ତି ତନୁ ମଜ୍ଜାଇ । ୬୪ ।ଖଳ-ହୃଦୟ ବଳବନ୍ତ ଶ୍ୱାପଦ,ତାଙ୍କୁ ହିଁ ଛାଡ଼ି ନାହିଁ ସେହି ଆପଦ;ଏକା ଶ୍ରୀରାମ ହୃଦ ସିନ୍ଧୁ ଅତଳଗରଭେ ହୋଇଛି ତା’ ବାଡ଼ବାନଳ । ୬୫ ।ରାହୁ ଗ୍ରାସିଲେ ଯଥା ଚନ୍ଦ୍ରମାଗାତ୍ର,ତୋ ବିନା ଅଛି ନୃପ ଆକାର ମାତ୍ର;ପୂରିଛି ତମ ମଣିମୟ ଭବନେଜୀମୂତ ଯଥା ତାରାପୂର୍ଣ୍ଣ ଗଗନେ । ୬୬ ।୬୪ । ତିତିକ୍ଷା – ଧୈର୍ଯ୍ୟ, ସହିଷ୍ଣୁତା ।୬୫ । ଶ୍ୱାପଦ – ହିଂସ୍ରଜନ୍ତୁ, ଆପଦ – ବିପଦ ।୬୬ । ତମ – ଦୁଃଖର ଅନ୍ଧକାର, ଜୀମୂତ – ମେଘ ।ବିଦୀର୍ଣ୍ଣ ହୃଦେ ଛନ୍ତି ଶାଶୁଏ ବସି,ସଲିଳ ଶୁଖିଗଲେ ଯଥା ସରସୀ;ଫଣିନୀ ପ୍ରାଣଧନ ଯେସନ ମଣି,ତହୁଁ ଅଧିକ ତୋତେ ଥାଆନ୍ତି ମଣି । ୬୭ ।କପାଟ ପଡ଼ିଅଛି ପ୍ରମଦ-ବନେ,ଫୁଲ ବା ପଡ଼ୁଅଛି କାହା ନୟନେ ?ମୁସ୍ତକେ ଉଠି ଗନ୍ଧ ବଣିକ ସାଜିଶୁଖାଉଛନ୍ତି ଚ୍ୟୁତ କୁସୁମ ରାଜି । ୬୮ ।ବଲ୍ଲୀ ବିଟପି ବୀଥି ହୋଇ ଅସୁଖୀତୋତେ ସୁମରି ଯାଉଅଛନ୍ତି ଶୁଖି;ଶଙ୍ଖମର୍ମର ମୟ ରମ୍ୟ ପଥରେଆସନ କରୁଛନ୍ତି ଶୁଷ୍କ ପତରେ, । ୬୯ ।ଦେବରମାନେ ମାନି ପ୍ରଭୁଙ୍କ କଥାବିଷାଦଭରେ ଛନ୍ତି ନୁଆଇଁ ମଥା ।ମନ୍ତ୍ରେ ନିହତ ବୀର୍ଯ୍ୟ ଯଥା ଭୁଜଙ୍ଗ,ଅଥବା ତୀକ୍ଷ୍ଣ ଶୃଣି ଭୀତ ମାତଙ୍ଗ । ୭୦ ।୬୭ । ବିଦୀର୍ଣ୍ଣ – ବିଶେଷ ଭାବରେ କ୍ଷତବିକ୍ଷତ, ସରସୀ – ନଦୀ, ଫଣିନୀ – ସର୍ପ ।
୬୮ । ପ୍ରମଦ – ଆନନ୍ଦ, ହର୍ଷ, କପାଟ – ବାଡ଼, କବାଟ, ମୁସ୍ତକ – ଦୁବଘାସ, ଗନ୍ଧ ବଣିକ – ସୁଗନ୍ଧ ବସ୍ତୁର ବେପାରୀ, ଚ୍ୟୁତ କୁସୁମ – ସ୍ଥାନଭଷ୍ଟ ଫୁଲ ।
୬୯ । ବଲ୍ଳୀ – ଲତା, ବିଟପୀ ବୀଥି – ପଲ୍ଳବ ସମୂହ ।
୭୦ । ଦେବର – ଦିଅର, ମନ୍ତ୍ରେ – ମନ୍ତ୍ର ପ୍ରଭାବରେ, ନିହତ ବୀର୍ଯ୍ୟ – ବଳହୀନ, ଭୁଜଙ୍ଗ – ସର୍ପ, ଶୃଣି – ଅଙ୍କୁଶ, ମାତଙ୍ଗ – ହସ୍ତୀ ।
ଭଗିନୀମାନଙ୍କର ଗଣ୍ଡ ମଣ୍ଡଳନିର୍ଭର କରୁଅଛି କର-କମଳ,ହେଉଛି ଦିନୁଦିନ ତାହାଙ୍କ ତନୁଅଶିତ ପକ୍ଷ ଚନ୍ଦ୍ର ସଦୃଶ ତନୁ । ୭୧ ।ସଙ୍ଗୀତ-ସଙ୍ଗିନୀଏ ମୁରଜ ମୁଖନ ଛୁଇଁ ନିଜେ ହୋଇଅଛନ୍ତି ମୂକ;ଦାସୀଏ ତୋର ବାସି କୁସୁମ ପରିପ୍ରଗାଢ ଦୁଃଖେ ଛନ୍ତି ଜୀବନ ଧରି ।’’ । ୭୨ ।ନ ସାରି ପତ୍ରପାଠ ମ୍ଳାନ ରୂପସୀଅଯୋଧ୍ୟା ଅବଶରେ ପଡ଼ିଲା ବସି;ଜାନକୀ ଦୟାବତୀ ଦେଖି ତା’ ଦଶାକ୍ଷୋଭ ସନ୍ତାପେ ଆପେ ହେଲେ ବିବଶା । ୭୩ ।ହୋଇଆସିଲା ଏବେ ଦିବାବସାନଅତିଥି ବାହୁଡ଼ିଲେ ଯେ’ ଯାହା ସ୍ଥାନ;ତାପସୀମାନେ ନେଇ ସତୀଙ୍କି ରଙ୍ଗେନିରତ ହେଲେ ନିଜ ନିଜ ପ୍ରସଙ୍ଗେ । ୭୪ ।୭୧ । ତନୁ – ଶରୀର, ତନୁ – କ୍ଷୀଣ, ଅଶିତ ପକ୍ଷ ଚନ୍ଦ୍ର – କୃଷ୍ଣପକ୍ଷର ଚନ୍ଦ୍ର ପରି ।୭୨ । ମୁରଜ – ବାଦ୍ୟ ବିଶେଷ ।୭୩ । ବିବଶା – ଆବଶ, ଆର୍ତ୍ତ ।୭୪ । ଦିବାବସାନ – ସନ୍ଧ୍ୟା, ନିରତ – ନିଯୁକ୍ତ, ନିଜ ନିଜ ପ୍ରସଙ୍ଗେ – ନିଜ ନିଜ କାର୍ଯ୍ୟରେ ।