ସ୍ୱଦେଶ
୧୮୪୮–୧୯୧୮
- ସଂକଳନ: କବିତା କଳାପ (ପ୍ରଥମ ଭାଗ)
- ପଢ଼ିବା ସମୟ
- ୨ ମିନିଟ୍
- ଶବ୍ଦ
- ୨୭୫
- ସ୍ଥିତି
- ସାର୍ବଜନୀନ (Public domain)
ସ୍ୱଦେଶ କେମନ୍ତ ଅଟେ ମନୋମତକେ କହିବ ତା ବିଚାରି ।ସ୍ୱଦେଶର ଶୋଭା କେଡ଼େ ମନୋଲୋଭାତା ପାଇଁ କେ ନୋହେ ଘାରି ।ଦେଶ ତରୁବର ନଦୀ ସରୋବରସମସ୍ତେ ଯେ ମନୋହର ।ଯେତେ ପଶୁପକ୍ଷୀ ଦେଖିବ ନିରେଖିସକଳେ ଗୁଣ ଆକର ।ସ୍ୱଦେଶର କୀର୍ତ୍ତି ମନୋହର ମୂର୍ତ୍ତିଦେଖି ଛାତି ଫୁଲିଯାଏ ।ସ୍ୱଦେଶୀୟ ରାଜା ସ୍ୱଦେଶୀୟ ପ୍ରଜାଦେଖି ତୋଷ କେ ନ ପାଏ ।ସ୍ୱଦେଶ ଚଳଣି ଅତି ଭଲ ମଣିଚଳନ୍ତି ସମସ୍ତ ଜନେ ।ବିଦେଶୀୟ ପ୍ରଥା କରନ୍ତି ଅନ୍ୟଥାଦୋଷ ବାଛି କରି ମନେ ।ସ୍ୱଦେଶେ କି ସ୍ନେହ ନ ଦେଖିଲେ ଲୁହନୟନୁ ହୁଏ ବାହାର ।ଛନ ଛନ ମନ ଅତି ଉଚ୍ଚାଟନଟାଣେ ଚୁମ୍ବକ ପ୍ରକାର ।ଛାଡ଼ ଘର ଦ୍ୱାର ପୁତ୍ର ପରିବାରବିଦେଶେ ଯେହୁ ରହିବ ।ସ୍ୱଦେଶୀୟ ମୁଖ ଦେଖି କେଡ଼େ ସୁଖସେ ଅନୁଭବ କରିବ ।ସ୍ୱଦେଶ ଉନ୍ନତି ପ୍ରଥମରେ ଚିନ୍ତିବିଦେଶ ଯେ ତାହା ପର ।ଏହି ନିୟମରେ ବଦ୍ଧ ହୁଅ ବାରେବିଜ୍ଞ, ରାଜା, ଧନେଶ୍ୱର ।ଆହେ ଭ୍ରାତୃଗଣ ଶୁଣ ମୋ ବଚନହୁଅ ବଦ୍ଧପରିକର ।ପ୍ରତ୍ୟେକରେ ଆସ କରିବା ସ୍ୱଦେଶମୁଖକୁ ଉଜ୍ଜ୍ୱଳତର ।ସ୍ୱଜାତି ଉନ୍ନତି ଚିନ୍ତି ଦିନ ରାତିସାଧନେ ହୁଅ ତତ୍ପର ।ସ୍ୱଦେଶ ଗୌରବ କରି ଅନୁଭବଜନମ ସାର୍ଥକ କର ।ସ୍ୱଦେଶ ପ୍ରେମରେ ମୁଗ୍ଧ ହୋଇବାରେଧୀରେ କି ନ କରିଛନ୍ତି ।ପଢ଼ି ଇତିହାସ ନ କର ସାହସଦେଖି ଉତ୍କଳର ଗତି ।ଓଡ଼ିଶା ମୋହର ମର୍ତ୍ତ୍ୟ ସ୍ୱର୍ଗପୁରନ ଗଣଇଁ ମୁହିଁ ଆନ ।ଅତି ମନୋହର ଜନପଦେଶ୍ୱରଥିଲେ ମଧ୍ୟ ବହୁସ୍ଥାନ ।ସ୍ୱଦେଶୀୟ ଜନ ବଦନ ଲୋକନକରି ପ୍ରେମାମୃତ ପାନ ।ସୁଖେ ନେବି ଦିନ ରହିବି ସ୍ୱାଧୀନଏହି କାମନା ପ୍ରଧାନ ।ଓଡ଼ିଶା ଭାବନା ଉନ୍ନତି କାମନାହୁଏ ମୋର ନିରନ୍ତର ।ଜଗତକାରଣ ପତିତପାବନଉତ୍କଳର ଦୁଃଖ ହର ।ନାନା ଶସ୍ୟ ହେଉ ସୁଖେ ଦିନ ଯାଉରହୁନ୍ତୁ ମୋ ଭାଇଗଣେ ।ନାନା ଗ୍ରନ୍ଥେ ପଢ଼ି ହୁଅନ୍ତୁ ସଜାଡ଼ିଦେଖନ୍ତୁ ଜଗତଜନେ ।ବହୁତ ବାଣିଜ୍ୟ ହେଉ ଏହି ରାଜ୍ୟଧନରେ ଅଳକା ସମ ।ମହା ବୀର ଶୂର ହୁଅନ୍ତୁ ବାହାରଯେହ୍ନେ ଭୀମ ପରାକ୍ରମ ।ବାଜୁ ବୀରବାଜା ଉଡ଼ୁଥାଉ ଧ୍ୱଜାଚିରକାଳ ଉତ୍କଳର ।ମହୀରେ ଆଦର୍ଶ ହେଉ ଏହି ଦେଶଅନ୍ୟ ଅନ୍ୟ ଜାତିଙ୍କର ।
ସମ୍ବନ୍ଧିତ ରଚନା
ସୂର୍ଯ୍ୟ ପ୍ରତି ଦୀପ
ଗଙ୍ଗାଧର ମେହେର
ତାରା-ସୂର୍ଯ୍ୟ
ଗଙ୍ଗାଧର ମେହେର
ଅଛତ ଅନ୍ତରେ
ଲକ୍ଷ୍ମୀନାରାୟଣ ସାହୁ
ଗୀତାଭିଧାନ
ଉପେନ୍ଦ୍ର ଭଞ୍ଜ