ଆଶା
୧୮୪୮–୧୯୧୮
- ସଂକଳନ: କବିତା କଳାପ (ପ୍ରଥମ ଭାଗ)
- ପଢ଼ିବା ସମୟ
- ୩ ମିନିଟ୍
- ଶବ୍ଦ
- ୪୩୩
- ସ୍ଥିତି
- ସାର୍ବଜନୀନ (Public domain)
ଧନ୍ୟ ଧନ୍ୟ ଆଶା ମହିମା ତୋର,ଲେଖନୀରେ କିଏ କରିବ ସ୍ଥିର,ତୁ ନ ଥିଲେ ଜୀବ ମରଣ ଲଭିବଏଥିରେ ସନ୍ଦେହ ଅଛି କାହାର,ସବୁସ୍ଥଳେ ଅଛି ତୋ ଅଧିକାର,ତୋହ ସୀମା ହେବ କାହା ଗୋଚର ।ଶୁଷ୍କଚର୍ମାବୃତ ପକ୍ୱ କୁନ୍ତଳ,ଲୋଟୁଚି ଯେ ନର ଏ ଧରାତଳ,ଦେହେ ନାହିଁ ବଳ ହୁଏ ଟଳ ଟଳହସ୍ତ ପଦ, ଅବୟବ ଅଚଳ,କିନ୍ତୁ ମାୟାମୋହ ତାର ପ୍ରବଳ,ଆଶା ଦେଖାଉଛି କେତେ କୌଶଳପତି ପରାୟଣା ସତୀ ନାରୀର,ହୃଦୟବଲ୍ଲଭ ହେଲେ ଅନ୍ତର,କ୍ଳେଶିତ ଜୀବନ ହୁଏ ତନୁ କ୍ଷୀନ୍ନଦୁଃଖମୟ ବୋଧ ହୁଏ ସଂସାର,କିନ୍ତୁ ଆଶା ବଳବତୀ ତାହାର,ମାୟାମୋହେ ପଡ଼ି କରଇ ଘର ।ଜୀବନ ସମାନ ଶିଶୁ ସନ୍ତାନ,କାଳକବଳରେ ହେଲେ ପତନ,ପିତା ମାତାଙ୍କର ଛିଡ଼େ ମାୟାଡୋରସଂସାର ଅନିତ୍ୟ ହୁଅଇ ଜ୍ଞାନ,କିଛିକ୍ଷଣ ପୁଣି ହେଲେ କ୍ଷେପଣ,ଆଶା ମାୟାମୋହେ କରେ ବନ୍ଧନ ।ଜନକ ଜନନୀ ନିଜ ନନ୍ଦନ,କରୁଛନ୍ତି ସଦା କଷ୍ଟେ ପାଳନ,ରୋଗେ ବ୍ୟାକୁଳିତ ହେଲେ ତାଙ୍କ ସୁତହୃଦୟ ଫାଟଇ ଶୁଖେ ବଦନ,ଆରତେ କରନ୍ତି ମହାରୋଦନ,ରଖନ୍ତି ଔଷଧ ଦେଇ ଜୀବନ ।ଆଶା ଅଛି ଯେବେ ବୃଦ୍ଧକାଳରେ,ଅବଶ ହୋଇବେ ନିଜ ବଳରେ,ସେ କାଳରେ ପୁଣି ପୁତ୍ର କୁଳମଣିପାଳିବ ତାହାଙ୍କୁ ନିଜ ବଳରେ,ଦିନ ହରାଇବେ ସୁକୌଶଳରେ,କୀର୍ତ୍ତି ରଖିଯିବେ ମହୀତଳରେ ।ଅରଣ୍ୟନିବାସୀ ତପସ୍ୱୀଗଣ,ବନ ଫଳ ମୂଳ କରି ଭକ୍ଷଣ,ଘୋରଶୀତକାଳେ ନିଦାଘ ଅନଳେବରଷା ଦିନରେ କଷ୍ଟ ଲଭିଣ,କରୁଛନ୍ତି ସଦା ଯୋଗସାଧନ,ଆଶା ଅଛି ସ୍ୱର୍ଗେ ପାଇବେ ସ୍ଥାନ ।କୃଷିଜୀବୀ କ୍ଷେତ୍ର କରି କର୍ଷଣ,ବହୁ ଯତ୍ନେ କରେ ବୀଜରୋପଣ,କ୍ଷେତ ଭଲ ହେଲେ ଶସ୍ୟ ଲାଭ କଲେକୁଟୁମ୍ବ କରିବ ପ୍ରତିପାଳନ,ସୁଖରେ କାଟିବ ସକଳ ଦିନ,ସଦା ଏହା ଆଶା ହୃଦେ ସ୍ଫୁରଣ ।ସୁକୁମାରମତି ବାଳକଗଣ,କରୁଛନ୍ତି ସଦା ବିଦ୍ୟାପଠନ,ଆଶା ବଳବତୀ ହେଲେ ଜ୍ଞାନୋନ୍ନତି,ଲଭିବେ ସୁଖ୍ୟାତି ପଦ ସମ୍ମାନ,ବଢ଼ିବ ଗୌରବ ଦିନକୁ ଦିନ,ଶୁକ୍ଳପକ୍ଷେ ଯେହ୍ନେ ବିଧୁବର୍ଦ୍ଧନ ।ଆଶାବଦ୍ଧ ହୋଇ କେତେ ବଣିକ,ଲଙ୍ଘି ମହା ମହା ପ୍ରତିବନ୍ଧକ,ଅଗ୍ନି କ୍ଷେତ୍ରାବୃତ ତୁଷାର ମଣ୍ଡିତରୁଷିଆ, ଇଙ୍ଗ୍ଲାଣ୍ଡ,ଚୀନ, ତୁରଷ୍କ,ବୁଲୁଛନ୍ତି ସଦା ଅବନୀଯାକ,ଆଶା ଅଛି ଧନେ ବଢ଼ିବ ଟେକ ।ଦାସତ୍ୱ କରିବା ଯାହାର ମନ,ସ୍ୱାମିକି କହେ ସେ ଚାଟୁବଚନ,ସ୍ୱାମୀ ଅବା କେବେ ପ୍ରସନ୍ନ ହୋଇବେକରିବେ ବା ଉଚ୍ଚପଦପ୍ରଦାନ,ଆଶାବଦ୍ଧ ହୋଇ ସେ ମୂର୍ଖଜନ,ପ୍ରାଣପଣେ କରେ ଅନୁସରଣ ।ସତ୍ୟ ଆଲୋଚକ ଗୁଣୀଜନର,ଭୋଜନ ଶୟନେ ନାହିଁ ଆଦର,ଆଶା ବଳବତୀ ଲଭିବେ ସୁଖ୍ୟାତିହୋଇଲେ ଜଗତେ ସତ୍ୟ ପ୍ରଚାର,ରଜନୀ ଦିବସେ ଚିନ୍ତାଅପାର,ଖୋଜନ୍ତି କାରଣ ପ୍ରତିକାର୍ଯ୍ୟର ।ଆଶାଯୋଗେ ପର୍ତ୍ତୁଗିଜରାଜନ,ଭାରତବର୍ଷକୁ ପଥଦର୍ଶନ–କରି ଆନନ୍ଦିତ ହେଲେ ପୁଲକିତଭାରତେ କରିବେ ଧନଅର୍ଜନ,ଆଫ୍ରିକା ଦକ୍ଷିଣଭାଗର ସ୍ଥାନ,କଲେ ‘‘ଉତ୍ତମାଶା’’ ନାମ ପ୍ରଦାନ ।ଆଶାଯୋଗେ ‘‘କଲମ୍ବସ’’ ନାବିକ ।ଚଳାଇଲେ ପୋତ ସାଗରଯାକ,ଦେଖି ଆମେରିକା ଉଡ଼ାଇ ପତାକାଫେରିଲେ ଏ ଦେଶେ ସେ ସାହାସିକ,ଆମେରିକା ଦେଶ ଜାଣିଲେ ଲୋକ,ପଛେ ପୁଣି ଗଲେ କେତେ ବଣିକ ।ପ୍ରବଳପ୍ରତାପୀ ରଣନିପୁଣ,ବୀର ସିକନ୍ଦର ରିପୁଦଳନ,କରି ଘୋରଯୁଦ୍ଧ କେତେ ଜନପଦଲଭିଲେ ବହୁତ ନପଆସନ,ନୋହିଲା ତାଙ୍କର ଆଶା ପୂରଣ,ସିନ୍ଧୁତୀରେ କଲେ ବସି ରୋଦନ ।ଆଶାବଦ୍ଧ ହୋଇ ଯବନଗଣ,କଲେ ଭାରତରେ ପଦକ୍ଷେପଣ,ଅମୂଲ୍ୟ ଭାରତ କରି କରଗତପାଇଲେ ବହୁତ ମଣି କାଞ୍ଚନ,ତଥାପି ନୋହିଲା ଆଶାପୂରଣ,ଭାଙ୍ଗିଲେ ଅନେକ ଦେବଭବନ ।ଆଶାରେ ଉତ୍ସାହୀ କ୍ଲାଇବ ବୀର,ପଲାଶୀ ପ୍ରାଙ୍ଗଣେ କଲେ ସମର,କମ୍ପାଇଲେ ଦେଶ ଦେଖାଇଲେ ତ୍ରାସସିରାଜ ସୈନ୍ୟଙ୍କୁ କଲେକ ଦୂର,ବଙ୍ଗେ ଉଡ଼ାଇଲେ ଧ୍ୱଜା ନିଜର,ରଖିଲେ ଗୌରବ ଇଂରାଜଙ୍କର ।ବାମା ଲକ୍ଷ୍ମୀବାଈ ଝାନସି ରାଣୀ,ଅମୂଲ୍ୟ ସ୍ୱାଧୀନ ଭାବକୁ ଜାଣି,ମନେ ମନେ ଗୁଣି କହିଲା ତରୁଣାଅନ୍ୟ କିଏ ନେବ ମୋରାଜ୍ୟ ପୁଣି,ଆଶାଯୋଗେ ଯୁଦ୍ଧ କଲା କାମିନୀ,ତା ଯଶ ଘୋଷୁଛି ଏବେ ମେଦିନୀ ।
ସମ୍ବନ୍ଧିତ ରଚନା
ସୂର୍ଯ୍ୟ ପ୍ରତି ଦୀପ
ଗଙ୍ଗାଧର ମେହେର
ତାରା-ସୂର୍ଯ୍ୟ
ଗଙ୍ଗାଧର ମେହେର
ଅଛତ ଅନ୍ତରେ
ଲକ୍ଷ୍ମୀନାରାୟଣ ସାହୁ
ଗୀତାଭିଧାନ
ଉପେନ୍ଦ୍ର ଭଞ୍ଜ