-ମଙ୍ଗଳ ଗୁଜ୍ଜରୀ-ଶିବନାଥ ନାମେ ବୃଦ୍ଧସୁରଙ୍ଗୀ ଈଶ୍ୱର,ଅନପତ୍ୟ ଅବସ୍ଥାରେପ୍ରାପ୍ତ ଲୋକାନ୍ତରସୁରାଜ୍ୟ ସୁରଙ୍ଗୀ ତହୁଁହେଲା ଅରାଜକ,ଗଣିଲେ ପ୍ରଜାଏ ମନେଉବଦ୍ରବ ଦବ ।ରାଜ୍ୟ ସେନାପତି କାଳୁ-ବିଶୋଇ ନାମରେ,ଡ଼କାଇ ପ୍ରଜାଙ୍କୁ ଦେଇଧେଣ୍ଡୁରା ଗ୍ରାମରେ,ବୋଇଲେ ସକଳେଚାଲ ଦେବୀଙ୍କ ଆବାସେ,ରାଜା ପାଇଁ ଜଣାଇବାକ୍ରୂରାଶିନୀ ପାଶେସେନାପତି ଆଶାବାକ୍ୟେହୋଇଣ ଉନ୍ମନା,କଲେ ସର୍ବେ ସମାରୋହେଦେବୀ-ଆରାଧନା ।ବଳି ପୂଜାଦିରେ ହୋଇସୁପ୍ରସନ୍ନା ମତି,ବିହିଲେ ଆଦେଶ ଦେବୀସେନାପତି ପ୍ରତି-‘‘କାଶୀଠାରୁ ଆସୁଛନ୍ତିତୁମ୍ଭ ରାଜ୍ୟେଶ୍ୱର,କର ହେ ପ୍ରତୀକ୍ଷା ସର୍ବେମାତ୍ର ସମ୍ବତ୍ସର ।ତଦବଧି ରାଜାସନେତୁମ୍ବିକା ସ୍ଥାପନ-କରି କରୁଥିବୁ ତୁହିପରଜା ପାଳନ ।ପାଇବୁ ନଦୀରୁ ପ୍ରାତେସେ ତୁମ୍ବିକା କାଲି,ରାଜାରୂପେ ସ୍ଥାପିବୁତା ମୋ ଆଦେଶ ପାଳି ।’’ଶୁଣି ସେନାପତି ଲଭିଆନନ୍ଦ ଅପାର,କ୍ରୁରାଶିନୀ ପଦେ କଲେସାଷ୍ଟାଙ୍ଗେ ଜୁହାରପରଦିନ ପ୍ରାତଃକାଳେସଜାଇ ଶିବିକା,ସାଡ଼ମ୍ବରେ ନଦୀଗର୍ଭୁଆଣିଲେ ତୁମ୍ବିକାସ୍ଥାପିଲେ ତାହାକୁ ରାଜାପଦେ ଯଥାବିଧି,ପାଳିଲେ ବିଶୋଇ ରାଜ୍ୟହୋଇ ପ୍ରତିନିଧିଅନନ୍ତର କିଛିକାଳଅନ୍ତେ ତ୍ରିନୟନା,ସ୍ୱପୁଜକ ପତ୍ନୀ ପ୍ରତିହୋଇ ସୁପ୍ରସନ୍ନା;କହିଲେ ‘‘ଏ ଅରାଜକରାଜ୍ୟୁଁ ଦୁଃଖ-ରାତି,ଏତେ କାଳ ପରେ ଏବେଯିବ ଲୋ ପ୍ରଭାତି ।’’ଦେବୀଙ୍କ ଏ ଆଜ୍ଞା-ବାଣୀଶୁଣିଣ ସେବକ,କଲା ବହୁ ସ୍ତୁତି ଲଭିଅତୀବ ପୁଲକ ।ସ୍ତବେ ତୁଷ୍ଟ ହୋଇ ଦେବୀଦେଇ ଦରଶନ,ଭାଷିଲେ ମଧୁର ବାକ୍ୟେପୁଜିବେ ଏସନ,-‘‘ଆଣିଛି କାଶୀରୁ ମୁହିଁରାଜା ତୁମ୍ଭପାଇଁ,ନିଶ୍ଚୟ ସେ ସୁରଙ୍ଗୀରଯୋଗ୍ୟ ନରସାଈଁ ।ଆସିଲେଣି ଦୁଇ ଭାଈଉଦେ ବୁଦେ ନାମେ,ବସା କରିଛନ୍ତି ସିନ୍ଧୁ-ତୀରେ ବାରୁଗ୍ରାମେ ।ଚନ୍ଦ୍ରବଂଶ ଅନ୍ତର୍ଗତଜାଠବଂଶେ ବେନି,ପରିଗ୍ରହିଛନ୍ତି ଜନ୍ମରାଜକଳା ଘେନିପରମ ବୈଷ୍ଣବ ଉଭେମହାତ୍ମା ବିଶେଷ,ଧରିଛନ୍ତି ସୁଦ୍ଧା ସଦାସୁବୈଷ୍ଣବ ବେଶବିଶୋଇକି କହ ତାଙ୍କୁଆଣି ସେ ବହୁନେ,ବସାଉ ରାଜବିଧାନେରାଜସିଂହାସନେଏହା ଭାଷି ଅନ୍ତର୍ହିତହେଲେ ହୈମବତୀ,କହିଲା ପୂଜକ ସବୁକଥା କାଲୁକତି ।ଲଭିଲେ ବିଶୋଇ ଶୁଣିବିପୁଳ ଆହ୍ଲାଦ,ଗ୍ରୀଷ୍ମେ ମେଘନାଦ * ଯଥାଶୁଣି ମେଘନାଦସେହିକ୍ଷଣି ବହୁବିଧଭିଆଇ ସମ୍ଭାର,ନାଗରିକ ସହ କାଳୁହୋଇଲେ ବାହାର ।ଯଥାକାଳେ ପ୍ରବେଶିଲେବାରୁଗ୍ରାମେ ଯାଇଁ,ପୂର୍ବୁ ଯହିଁ ଥିଲେ ଉଦେବୁଦେ ଦୁଇ ଭାଇକର ଯୋଡ଼ି ଉଭା ହୋଇବିଶୋଇ ଅଦୁରେ,ନିବେଦିଲେ ସବିନୟେବେନିଙ୍କ ଛାମୁରେ-‘‘ଭୋ ଦେବ ! ସୁରଙ୍ଗୀରାଜ୍ୟ ଅଛି ଅରାଜକ,ହୋଇଛନ୍ତି ପ୍ରଜାପୁଞ୍ଜଦୀନ ଅରକ୍ଷକ ।କରନ୍ତୁ ବିଜୟେ ତହିଁହେବେ ଦଣ୍ଡଧର,ଶ୍ରୀମୂଖ ଆଦେଶ ଏହାତ୍ରୁରାଶିନୀଙ୍କର ।’’ଏହା ଭାଷି ଘେନି ତାଙ୍କୁଯାନ ବାହନରେ,ସମାରୋହ ଘେନି ଗଲେସୁରଙ୍ଗୀ ନଗରେତୁମ୍ବିକା ଦେଖିଣ ଉଦେବୁଦେ ବେନି ଭ୍ରାତ,ବିଚାର କଲେ ଏ ନିଶ୍ଚେପ୍ରଭୁ ବିଶ୍ୱନାଥ ।ସଂସ୍ଥାପି ତାହାଙ୍କୁ ଅଗ୍ରେତୁମ୍ବେଶ୍ୱର ନାମେ,ଦିବ୍ୟ ଦେବାଳୟ ରଚିସେ ପୁହୁଣ୍ଡୀ ଗ୍ରାମେ ।ପଛେ କଲେ ସିଂହାସନଆରୋହଣ ଉଦେ,ମହାପାତ୍ର ପଦେ ହେଲେପ୍ରତିଷ୍ଠିତ ବୁଦେ ।ଉଦେ ରାଜ ରାଜତ୍ୱରେରାଜ୍ୟର ଶ୍ରୀବୁଦ୍ଧି-ହେଲା ସଂସାଧିତ, ପ୍ରଜାଲଭିଲେ ସମୃଦ୍ଧି ।ବାର ବର୍ଷ ରାଜ୍ୟ ଭୁଞ୍ଜିସେ ରାଜ ଉଦାସୀ,ଅକାଳେ ଭୂତଳ ତେଜିହେଲେ ସ୍ୱର୍ଗବାସୀ ।ଅନନ୍ତର ରାଜା ହେଲେବୁଦେ ମହାମତି,ଦେବୀଙ୍କ କରୁଣା ଥିଲାପୂର୍ଣ୍ଣ ତାଙ୍କ ପ୍ରତି ।ଯୁଧିଷ୍ଠିର ତୁଲ୍ୟ ସେହୁଥିଲେ ନରପାଳ,ତ୍ରିଂଶ ବର୍ଷ ରାଜ୍ୟ ପାଳିପ୍ରାପ୍ତ ହେଲେ କାଳ ।ତଦନ୍ତେ ଶଙ୍କର ରାଜବୁଦେଙ୍କ କୁମର,ଚତୁତ୍ରିଂସ ସମ୍ବତ୍ସରହେଲେ ଦଣ୍ଡଧରତାଙ୍କ ପୁତ୍ର ବିଶ୍ୱନାଥନୃପତି ଆଦର୍ଶ,ପାଳିଲେ ସୁରଙ୍ଗୀ ରାଜ୍ୟବୟାଳିଶ ବର୍ଷ ।ପରେ ରାଜା ହେଲେ ତାଙ୍କକୁମାର ଶ୍ରୀରାମ,ଶ୍ରୀରାମ ସଦୃଶ ସର୍ବଶୁଭ-ଗୁଣଧାମ ।ଶ୍ରୀ ଅନଙ୍ଗଭୀମଦେବଖେମଣ୍ଡି ନୃବର,ରଚିଲେ ଶ୍ରୀରାମ ରାଜସହିତେ ସମର ।ତିତିର ସିହଂରେ ତହୁଁଶ୍ରୀରାମ ରାଜନ,ରହିଲେ ଅଭେଦ୍ୟ ଦୁର୍ଗକରି ସଂସ୍ଥାପନ ।ସେ ସ୍ଥାନେ ନିବସି କଲେପୁନଶ୍ଚ ଆହବ,ଅରିକୁଳ-ଧୁମକେତୁସେ ମହାନୁଭବତେୟାଳିଶ ବର୍ଷ ରାଜ୍ୟକରି ଧରା ପରେ,ପ୍ରାକ୍ତନ ଶାସନେ ଗଲେବୈକୁଣ୍ଠ ନଗରେଏ ଅନ୍ତେ ନୃସିଂହରାଜଶ୍ରୀରାମ ଆତ୍ମଜ,ରାଜା ହୋଇ ଉପାର୍ଜିଲେବିପୁଳ ଐଶ୍ୱର୍ଯ୍ୟ ।ଏକାଧିକ ଶତବର୍ଷହେଲା ତାହାଙ୍କର,ରାଣୀଙ୍କର ହେଲା ଆସିସତାଶୀ ବତ୍ସୀର;ତଥାପି ନ ହେଲା ପୁତ୍ର,ତେଣୁ ନରପତି,ବୃଦ୍ଧ କାଳେ ଥିଲେ ଆହାସଦା ଦୁଃଖମତି ।କାଶୀକ୍ଷେତ୍ରୁଁ ଶିବଲିଙ୍ଗକରି ଆନୟନ,ରାଜ୍ୟ ମଧ୍ୟେ ନନ୍ଦୀଗ୍ରାମେକଲେ ସଂସ୍ଥାପନପୁତ୍ରପ୍ରାପ୍ତି ଆଶେ ରାଏସେ ଶିବଙ୍କ ପାଶେ,ପଡ଼ିଲେ ଧାରଣା ଦିନେରହି ଉପବାସେନିଶୀଥେ ଶଙ୍କର ତାଙ୍କୁଦେଇ ଦରଶନ,ଆଦେଶିରେ- ‘‘ଉଠ ଉଠହେ ନୃପ ବହନ ।ଭକ୍ତି-ଡ଼ୋରେ ତୁମ୍ଭେ ମୋରବାନ୍ଧିଛ ହୃଦୟସେ ଫଳେ ମୁଁ ହେବି ନିଶ୍ଚେତୁମ୍ଭର ତନୟ ।ଚତୁର୍ବିଂଶ ବର୍ଷମାତ୍ରରହି ତୁମ୍ଭ ଘରେ,ବାହୁଡ଼ି ଆସିବି ନିଜଧାମକୁ ତତ୍ପରେଏହା ଭାଷି ଆଶୁତୋଷହେଲେ ଅନ୍ତର୍ଦ୍ଧାନ,ଆଶା ବାନ୍ଧି ନୃପ କଲେସ୍ୱସ୍ଥାନେ ପ୍ରସ୍ଥାନଅନନ୍ତର ରାଜପୁତ୍ରରୂପେ ବ୍ୟୋମକେଶ,ତନ୍ନ ଲଭି ବିତରିଲେଆନନ୍ଦି ବିଶେଷ ।ହେଲେ ସେହୁ ରାଜା, ଧରିନନ୍ଦରାଜ ନାମ,ନନ୍ଦରାଜ ପୁର ନାମେବସାଇଲେ ଗ୍ରାମଯୋଗୀଶ୍ୱର ଅବତାରହେତୁ ସେ ସତତ,ସଂସାରରେ ବାହ୍ୟେ ମିଶିଯୋଗେ ଥିଲେ ରତନ ରଖି ପ୍ରତ୍ୟାଶା କିଛିକର୍ମଫଳ ପ୍ରତି,କରୁଥିଲେ କର୍ମ, ଯଥାଜନକ ନୃପତି ।ଚତୁରବଂଶତି ବର୍ଷବୟଃକ୍ରମ କାଳେ,ଦେହ ତେଜି ପରେ ନୃପନିଜଚିର ଅଳେ ।ମୃତ ଦେହେ ତାଙ୍କ ପୂର୍ବପ୍ରଦତ୍ତ ଆଜ୍ଞାରେ,କରାଗଲା ସମାଧିସ୍ଥରାଜ-ବ୍ୟବହାରେସେ ସମାଧି ଭେଦି ଶିବହୋଇ ସମୃତିତ୍ଥ,ବିଶ୍ୱନାଥ ନାମେ ହେଲେଲୋକେ ଅଭିହିତତାଙ୍କ ପୁତ୍ର ପୁରରାଜରାଜ୍ୟେ ହେଲେ ରାଜା,ବତାଇଲେ ସେହୁ ଉଚ୍ଚେପିତଭକ୍ତି-ବାଜା ।ବିନିର୍ମାଣି ବିଶୁନାଥଶିବଙ୍କ ଦେଉଳ,ସଂସ୍ଥାପିଲେ ପିତୃ-ସ୍ମୃତିସେ ନୃପଶାର୍ଦ୍ଦୂଳ ।ବିଶ୍ୱନାଥ ଦେବାଳୟନାମେ ସେ ମନ୍ଦିର,ଅଦ୍ୟାପି ମଣ୍ଡିଛି ବଗୀନଦୀ ଚାରୁ ତୀର ।ପୁରରାଜପୁର ନାମେସ୍ଥାପି ଲୋକାଳୟ,କରିଯାଇଛନ୍ତି ସ୍ଥାୟୀସମଜ୍ଞା ସଞ୍ଚୟ ।ବୟାଳିଶ ବର୍ଷକାଳଭୁଞ୍ଜି ସେ ରାଜତ୍ୱ,ଅନିତ୍ୟ ଶରୀର ତେଜିଲଭିଲେ ପଞ୍ଚତ୍ୱ ।ସହଗତା ହେଲେ ତାଙ୍କଧାର୍ମିକା ରମଣୀ,ଚରିତ୍ର ସତୀତ୍ୱ-ଶାଣ-ବିଶୋଧିତ ମଣି ।ତାଙ୍କ ପୁତ୍ର ରାମରାଜବର୍ଷ ଏକାବନ,ଧର୍ମେ ରାଜ୍ୟ ପାଳି କଲେସ୍ୱର୍ଗ ଆରୋହଣ ।ଅତଃପର ଶ୍ରୀମୁକୁନ୍ଦରାଜ ମହାଜନ,ମଣ୍ଡିଲେ ସୁରଙ୍ଗୀ ରାଜ୍ୟ-ରାଜସିଂହାସନ ।ଖୋଲାଇଣ ଜଳାଧାର-ମୁକୁନ୍ଦସାଗର,କାମ ସହ କରିଛନ୍ତିନାମକୁ ଅମର ।ଆବର ମୁକୁନ୍ଦରାଜ-ପୁର ଗ୍ରାମ ସ୍ଥାପି,ଖୋଳାଇଲେ ବହୁ ସରବହୁ କୂପ ବାପୀ ।ସଙ୍ଗୀତେ ସେ ଥିଲେ ସର୍ବସାଙ୍ଗୀତିକ ଗୁରୁ,ଭ୍ରମୁଥିଲେ ମର୍ତ୍ତ୍ୟେ ଅବାଆପଣେ ତୁମ୍ଭରୁ ।ଉଠି ତାଙ୍କ ମଧୁ କଣ୍ଠୁସୁଧାମୟ ଗାନ,ଅଲକ୍ଷ୍ୟରେ ହରିନିଏଶ୍ରୋତା-ବାହ୍ୟଜ୍ଞାନ ।ବିଶେଷେ ସେ ବୀଣାବାଦ୍ୟବାଦନପ୍ରବୀଣ,ବାଦ୍ୟ ଶୁଣି ଯିବ ନିଶ୍ଚେପାଷାଣ ଦ୍ରବିଣ ।ଭାବୁଥିଲେ ଦେଖି ତାଙ୍କୁବାଦକପଙ୍କତି,ଧରିଛନ୍ତି ଭାରତୀ କିପୁରୁଷ ମୂରତି ?ଭ୍ରମୁଛନ୍ତି ଅବାମର୍ତ୍ତ୍ୟମଣ୍ଡଳେ ନାରଦସଙ୍ଗୀତ-ନିପୁଣ ବୀଣା-ବାଦ୍ୟ-ବିଶାରଦ ।ଘୋଟିଲା ତାଙ୍କର ଦଶଦିଶେ ଏ ସୁଖ୍ୟାତି,ଉତ୍କଳସମ୍ରାଟ ହେଲେଗୁଣ ପକ୍ଷପାତୀ ।କେଶରୀ ନୃସିଂହଦେବସେ କାଳ ସମ୍ରାଟ,ସଭୟେ ଗର୍ଭିଣୀ ଗାଭୀଛାଡ଼େ ତାଙ୍କୁ ବାଟ ।ଶ୍ରୀମୁକୁନ୍ଦ ଦର୍ଶନାଥୀହୋଇ ଦେବଯାତ,ନୀଳାଚଳେ ଯାଇ କଲେସମ୍ରାଟେ ସାକ୍ଷାତ ।ସଙ୍ଗୀତ ଆଳାପ ତହୁଁହେଲା ପରସ୍ପରେ,ବାଜିଲା ବିବିଧ ବାଦ୍ୟସୁମଧୁର ସ୍ୱରେ ।ସଙ୍ଗୀତେ ଉତ୍କଳପତିଥିଲେହେଁ ପଣ୍ଡିତ,ମୁକୁନ୍ଦଙ୍କ ଗୁଣେ ହେଲେତଥାପି ମୋହିତ ।ରଖାଇଲେ ତହୁଁତାଙ୍କୁ ମହାସମାଦରେ,ବଢ଼ିଲା ଦିନକୁ ଦିନପ୍ରୀତି ପରସ୍ପରେ ।ଇତିମଧ୍ୟେ କି କାରଣୁଉତ୍କଳନରେଶ,ବାଣପୁର ନୃପେ ଦେଲେପ୍ରାଣଦଣ୍ଡାଦେଶ ।ଶୁଣି ସୁରଙ୍ଗୀଶ ଏହାଦୟା ବହି ମନେ,କହିଲେ ସମ୍ରାଟ ପାଶେବିନୟ ବଚନେ-‘‘କ୍ଷତ୍ରପକ୍ଷେ ସିନା ଆହେକୃପାମହାଦାରୁ,ବଳେ ପଦଚ୍ଛେଦ ଦଣ୍ଡଶିରଶ୍ଛେଦଠାରୁ ।କାଢ଼ିନେଇ ତାଙ୍କଠାରୁଭୁଇଁଆ ପଦବୀ,ଦିଆଯାଉ ପ୍ରାଣଦଣ୍ଡୁମୁକ୍ତି ନପ-ରବି ।’’ଉତ୍କଳ ମହୁଡ଼ମଣିନୃପେନ୍ଦ୍ର କେଶରୀ,ତଥାସ୍ତୁ ଉଚ୍ଚାରି ଦଣ୍ଡକହିଲେ ସେପରି ।ପୂର୍ବ ହୋଇଥିଲେ ରାଏସୁରଙ୍ଗୀଶେ ପ୍ରୀତ,ସୁନୀତି ଶ୍ରବଣେ ହେଲେଅଧିକେ ମୋହିତ ।ଯଥେଷ୍ଟ ପ୍ରଶଂସା ତାଙ୍କୁକଲେ ବାରମ୍ବାର,ପୁଣି ଇଚ୍ଛା କଲେ ଦେବେଯୋଗ୍ୟ ପୁରସ୍କାର ।ବୁଝନ୍ତି ଗୁଣିକେ ସିନାଗୁଣିକ ସମ୍ମାନ,କରନ୍ତି ଗୁଣାନ ରୁପପୁରସ୍କାର ଦାନ ।ଚାକ୍ଷୁଷ ଭାବରେ ତାଙ୍କଗୁଣ ଅନୁଭବି,ପ୍ରଦାନିଲେ ତାଙ୍କୁ‘‘ହରିଚନ୍ଦନ’’ ପଦବୀ ।ଲଭି ରାଜଦତ୍ତ ପଦମୁକୁନ୍ଦ ନୃବର,ସେହି ନାମେ ବସାଇଲେଗ୍ରାମ ମନୋହର * ।* ହରିଚନ୍ଦନପୁର ।ହାକିମ ଖାଁ ନାମେ ଏକଯବନ ନବାବ,ସେକାଳେ ବିସ୍ତାରିଥିଲାଅତୁଳ ପ୍ରଭାବ ।ଡକାଇଲା ଇଚ୍ଛାପୁରେସର୍ବ ନରବରେଆସିଲେ ସକଳେ ତହୁଁତା ପାଶେ ସତ୍ୱରେ ।ସର୍ବୋପରି ମୁକୁନ୍ଦଙ୍କୁକଲେ ସେ ସତ୍କାର,ପ୍ରଦାନିଲେ ଅଷ୍ଟାଦଶଦ୍ରବ୍ୟ ଉପହାର ୧ ।ଚତୁର୍ଦ୍ଦଶ ବର୍ଷ ରାଜ୍ୟକବି ଶ୍ରୀ ମୁକୁନ୍ଦ,ଅନାମୟ ଧାମେ ଯାଇଲଭିଲେ ମୁକୁନ୍ଦ ।୧- ହୟ, ହସ୍ତୀ, ଚିତ୍ରାମ୍ବ ପ୍ରଭୁତି ।ପରେ ରାଜା ହେଲେତାଙ୍କ ପୁତ୍ର ଦାମୋଦର,ଦୟାଶୀଳ କ୍ଷମାଶୀଳବୈଷ୍ଣବପ୍ରବର ।ଶ୍ରୀଅନଙ୍ଗଭୀମଦେବଖେମଣ୍ଡୀ ନୃପତି,ଲଭି ତାଙ୍କ ରୂପେ ଗୁଣେବିଶେଷ ତୃପତି,ରାଜବିଧିମତେ ରାଏକରିଣ ସମ୍ମାନ,ଜାମାତୃ ପଦରେ ବରିକଲେ କନ୍ୟାଦାନ ।ବାରବର୍ଷ ମାତ୍ର ପ୍ରଜାପାଳି ଦାମୋଦର,ନରଦେହ ତେଜି ଗଲେଅମର ନଗର ।ଅନନ୍ତର ବିମଣ୍ଡିଲେରାଜସିଂହାସନ,ଶ୍ରୀଗୋପାଳରାଜନାମେତାହାଙ୍କ ନନ୍ଦନ ।ଜଳନ୍ତର-ଜେମା ତାଙ୍କପାଟ-ମହାଦେବୀ,ମଣୁଥିଲେ କୃତାର୍ଥ ସେସ୍ୱାମିପଦ ସେହି ।ଜାତ ହେଲେ ତାଙ୍କ ଗର୍ଭୁସୁନ୍ଦର କୁମାର,ମାହେଶ୍ୱରୀ ଗର୍ଭୁ ଜାତଯେସନ କୁମାର ।ମହୁରୀ ନରେନ୍ଦ୍ରକନ୍ୟାରୁପଗୁଣବତୀ,ଇଚ୍ଛିଲେ ଗୋପାଳରାଜହେବେ ତାଙ୍କ ପତି ।ଯଥା କାଳେ ଏ ପ୍ରସଙ୍ଗମହୁରୀଶଙ୍କର,କର୍ଣ୍ଣଗତ ହୁଅନ୍ତେ ସେଦେଲେ ଏ ଉତ୍ତର-‘‘ମୋହର ତନୟା ଗର୍ଭୁଜନ୍ମିବ ଯେ ସୁତ,ହେବ ସେ ସୁରଙ୍ଗୀ ସ୍ୱର୍ଗଧାମେ ପୁରୁହୂତ ।ଏହି ସତ୍ୟ କଲେ ଦେବିତନୁଜା ଅବଶ୍ୟ,ଅନ୍ୟଥା ନୋହିବ ତୃପ୍ତମୋହର ମାନସ ।’’ଶୁଣିଣ ଏ ବଜ୍ରବାଣୀଶ୍ରୀଗୋପାଳରାଜ,ବୁଝିଲେ ଶ୍ୱଶୁର ମଣିଦୁରଭୀଷ୍ଟ ବ୍ୟାଜ,ବୋଇଲେ- ‘‘ମୋବଂଶଦୀପ ପୁତ୍ର ହରିହର,ଥାଉଁ କେଉଁ ଲୋଡ଼ାମୋର ସହସ୍ର କୁମର ।ଇଚ୍ଛେ କି ଦିବସକେବେ ଉପେକ୍ଷି ଭାସ୍କରେ,ସୁଧାଧାର ଶଶୀ କିମ୍ବାତାରକାନିକରେ ?’’ଏ ସକଳ ସମାଚାରଶୁଣି ହରିହର,ଜନକ ସକାଶେ ଆସିମିଳିଲେ ସତ୍ୱର ।ବୋଇଲେ- ‘‘ପବିତ୍ରକ୍ଷତ୍ର କୁଳେ ଏ କଳଙ୍କ,ଜୀବନ ବିନାଶଠାରୁବଳି ଭୟାନକ ।ହେବି ନାହିଁ ରାଜା ସତ୍ୟକରୁଛି ତ୍ରିବାର,କରନ୍ତୁ ମହୁରୀପତିପ୍ରସ୍ତାବ ସ୍ୱୀକାର ।’’ଯଥାକାଳେ ହେଲା ତହୁଁବିବାହ ସମ୍ପନ୍ନ,ପଡ଼ିଗଲା ହରିହରନାମେ ଧନ୍ୟ ଧନ୍ୟ ।ମହୁରୀ-ଜେମାଙ୍କ ଗର୍ଭୁହୋଇଲେ ସମ୍ଭୂତ,କେଶବ ପୁରୁଷୋତ୍ତମନାମେ ଦୁଇ ସୂତ ।ବାର ବର୍ଷ ରାଜ୍ୟ ଶାସିପରିହରି ପ୍ରାଣ,କଲେକ ଗୋପାଳରାଜତ୍ରିଦିବେ ପ୍ରୟାଣ ।ଅନନ୍ତର ହରିହରବିଚାରିଲେ ମନେ,ବସାଇବେ କେଶବଙ୍କୁରାଜସିଂହସନେ ।ମାତ୍ର ତହିଁ ଅସ୍ୱୀକୃତହୋଇଣ କେଶବ,ବୋଇଲେ ‘‘କି ଲୋଡ଼ାମୋର ବିଷୟ ବୈଭବ ।ନ୍ୟାୟଧର୍ମମତେ ତୁମ୍ଭେରାଜ୍ୟ ଅଧିକାରୀ,ମୁଁ ସିନା ସେବକ ତବଆଜ୍ଞା ଅନୁସାରୀ ।’’ତୁଷ୍ଟ ହୋଇ ହରିହରକେଶବ ବଚନେ,ବସାଇଲେ ତଦନୁଜେରାଜସିଂହାସନେ ।ତହୁ କିଛିକାଳ ପରେଜଳନ୍ତରେ ଯାଇ ୨ରହିଲେ ଶ୍ରୀ ହରିହରରାଧାକାନ୍ତେ ୩ ଧ୍ୟାୟି ।ହୋଇଲେ ପୁରୁଷୋତ୍ତମସୁରଙ୍ଗୀ ନୃପତି,ପାଳିଲେ ପ୍ରକୃତିପୁଞ୍ଜଧର୍ମେ ରଖି ମତି ।୨- ଜଳନ୍ତରରେ ତାଙ୍କର ମାତୁଳାଳୟ ଥିଲା ।୩- ହରିହରଙ୍କର ଇଷ୍ଟଦେବ ।ଚିର-କୌମାରବ୍ରତ ସେକଲେକ ଧାରଣ,ଦାରପରିଗ୍ରହ ତେଣୁନ କଲେ ରାଜନ ।ସାର୍ଦ୍ଧ ଦୁଇ ବର୍ଷ ମାତ୍ରହେଲେ ସେ ରାଜନ,ମଣ୍ଡିଲେ କେଶବ ତହୁଁରାଜସିଂହାସନ ।ମାତ୍ର ଏକ ବର୍ଷେତାଙ୍କୁ ହରିଲା ଅନ୍ତକ,ସୁରାଜ୍ୟ ସୁରଙ୍ଗୀ ଆହାହେଲା ଅରାଜକ !ଅନାଥ ହୋଇଲେ ପ୍ରଜା,ଅନାଥା ଧରଣୀ,ଝୁରିଲା ନଗରୀ ଯଥାମଣିଦୁରା ଫଣୀ ।ମନ୍ତ୍ରୀ ପାରିଷଦେ ସାରିରାଜାଙ୍କ ସତ୍କାର,ବସି ଏକାସନେ ସର୍ବେକଲେକ ବିଚାର ।ଅରାଜକ ରାଜ୍ୟେ ବାସକରିବା କିପରିରାଜା କର୍ଣ୍ଣଧାର ବିନାକେ ଚାହିବ ତରୀ ?ରାଜା ସିନା ପ୍ରଜା-ପକ୍ଷୀମହାଶୟ ତରୁରଖିବ କେ ଉପୁଡ଼ି ସେପଡ଼ିଲେ ମୂଳରୁ ।ଅରାଜକ ରାଜ୍ୟେ ଘଟେମହା ଉପଦ୍ରବ,ସବୁ ଅସମ୍ଭବ ହୁଏସେଠାରେ ସମ୍ଭବ ।ଅରାଜକ ରାଜ୍ୟେ ନାଶହୁଏ ପ୍ରଜାଧର୍ମ,ସୁକର୍ମେ ଉପେକ୍ଷି ପ୍ରଜାସେବନ୍ତି ଅକର୍ମ ।ଏସନ ବିଚାରି ସ୍ଥିରକଲେ ସେ ମନରେ,ବସାଇବେ ସିଂହାସନେଆଣି ହରିହରେ ।ତହୁଁ ରାଜ-ଉପଚାରଧରି ନାଗରିକେ,ମିଳିଲେ ସକଳେହରିହରଙ୍କ ଅନ୍ତିକେ ।ବୋଇଲେ ‘‘ଶୁଣିବାହେଉ ହେ ମହାତ୍ମା ଆର୍ଯ୍ୟ,ରାଜଶୂନ୍ୟ ହୋଇଅଛିତବ ପିତୃରାଜ୍ୟ ।ବେଗେ ଯାଇ ପୂର୍ଣ୍ଣ କରଶୂନ୍ୟ ସିଂହାସନ,କରୁଛୁଁ ବିନୟେ ସର୍ବେଏହି ନିବେଦନ ।’’ବୋଇଲେ ସେ ତହୁଁଭାବେ ହୋଇ ଗଦଗଦ,‘‘ରାଜତ୍ୱ ସମ୍ପଦ ମୋରରାଧାକାନ୍ତ ପଦ ।ସେହି ମୋର ଧ୍ୟାନ ଜ୍ଞାନଗତି ମୁକ୍ତି ଧନ,ତାହା ବିନା ରାଜ୍ୟେମୋର ନାହିଁ ପ୍ରୟୋଜନ ।ନରକୁଳେ ମୁହିଁ କି ହେଏଡ଼େ ଅଭାଜନ,କରିବି ଶର୍କରା ରେଜିକର୍କରା ଭୋଜନ ।’’ଏହା ଶୁଣି ପାତ୍ର ମିତ୍ରଆଗନ୍ତୁକ ସର୍ବେ,ବାକ୍ୟରୋଧୀ ମହାଦୁଃଖେରହିଲେ ନୀରବେ ।ଏମନ୍ତ ସମୟେ ଅସ୍ତହେଲେ ଦିନମଣି,ଆଚ୍ଛାଦିଲା ଅସ୍ତରାଗଆକାଶ ଧରଣୀ !ମୟୂରକଣ୍ଠିଆ ଛବିଧଇଲେ ଶଇଳେ,ହସିଲେ କୁସୁମକୁଳଝୁଲି ମନ୍ଦାନିଳେ ।ଚକୋରୀ ପଦ୍ମିନୀ ସ୍କନ୍ଧେଥୋଇ ଦୁଃଖଭାରେ,ହସିଲା ବିଧୁ-ବାନ୍ଧବୀକୁମୁଦ କାସାରେ ।ବାହାରି ଗିରି କନ୍ଦରୁଁଅସଂଖ୍ୟ ବାଦୁଡ଼ି,ଦଳେ ଦଳେ ଚଉଦିଗେଗଲେ ଉଡ଼ି ଉଡ଼ି ।କଉଶିଳ-ବଧୂ ସହସମ୍ଭାଷି କୌଶିକ,ଯୋଡ଼ି ଯୋଡ଼ି ଉଡ଼ିଗଲେହୋଇଣ ନିର୍ଭୀକ ।ସମୁଜ୍ଜ୍ୱଳ ମୋତି ପ୍ରାୟପଶ୍ଚିମାଶା ନାସେ,ଜଳଜଳି ସାନ୍ଧ୍ୟତାରାସୁଷମା ପ୍ରକାଶେ ।ବନ ଶୈଳ ସୀମା ବାରିନ ହେଲା ଅନ୍ଧାରେ,ରଜନୀ-ଖୁଣ୍ଟିଆ-ଶିବାଡାକେ ବାରେ ବାରେକ୍ରମେ କ୍ରମେ ବୃଦ୍ଧିଲାଭକଲାକ ରଜନୀ,ନୀରବ ନିସ୍ତବ୍ଧା ଭାବଭଜିଲା ଅବନୀ ।ସାରି ଦେବସେବାହରିହର ଦୃଢ଼ବ୍ରତ,ଆହାରାନ୍ତେ ମୃଗ ଛାଲେହେଲେ ନିଦ୍ରାଗତ ।ଆଦେଶିଲେ ରାଧାକାନ୍ତତାହାଙ୍କୁ ସଦୟେ,ସ୍ୱପନେ ମଧର ବାକ୍ୟନିଶୀଥ ସମୟେ-‘‘ଯାଅ ହରିହର ବସପିତୃ-ସିଂହାସନେ,ଭୟ ନାହିଁ ଯିବି ମୁହିଁତୁମ୍ଭରି ଗହଣେ ।’’ଏହା କହି ଭକ୍ତ ବନ୍ଧୁପ୍ରଭୁ ଭାବଗ୍ରାହୀ,ଆଚମ୍ବିତେ ଅନ୍ତର୍ହିତହୋଇଗଲେ କାହିଁ ।ଉଠି ବସି ହରିହରଚେତି ସ୍ୱପ୍ନାଦେଶ,ରାଧାକାନ୍ତ ପଦେ ହେଲେକୃତଜ୍ଞ ବିଶେଷ ।ଆଜ୍ଞା ଦେଲେ ତତକ୍ଷଣେଆବେଶିକେ * ରାଇ,ରାଜଧାନୀ ସୁରଙ୍ଗୀକୁବେଗେ ଯିବା ପାଇଁ ।ଶୁଣି ଆଗନ୍ତୁକେ ହେଲେଆନନ୍ଦ ଅପାର,ବୈଦ୍ୟ କି ବିହିଲା ରୋଗୀବାଞ୍ଛିତ ଆହାର ।* ଆଗନ୍ତୁକ ।ଅଥବା ବିଶୁଷ୍କ କଣ୍ଠ-ଚାତକ କର୍ଣ୍ଣରେ,ଶୁଖିଲା କି ଆଶାପ୍ରଦଘନଘୋଷ ଖରେ ।କି ଅବା ଚିରପ୍ରବାସୀହତାଶ ଶ୍ରବଣେ,ସୁଧାସ୍ରାବୀ ମାତୃଭାଷାଶୁଭିଲା ବହନେ ।ତହୁଁ ଜୟ ହରି ହରିହରଉଚ୍ଚାରି ସକଳେ,ଚଳିଲେ ଭାବୀ ନୃପତିସଙ୍ଗେ ଦଳବଳେ ।ଆଗେ ରାଧାକାନ୍ତେ କରିଦୁର୍ଗେ ସଂସ୍ଥାପନ,ବିମଣ୍ଡିଲେ ହରିହରପଛେ ସିଂହାସନ ।ସିକାକୋଲେ ହୋସେନ୍ ଖାଁକରି ଘୋର ଯୁଦ୍ଧ,ସକଳ କ୍ଷତ୍ରିୟ ନୃପେକଲା ଅବରୁଦ୍ଧ ।ରହିଲେ ତାହାଙ୍କ ସଙ୍ଗେରାଜା ହରିହର,ବେଣୁ ବାଦାନେ ସେ ଥିଲେଯଥା ବେଣୁଧର ।ବାଉଥିଲେ ବଂଶୀ ଦିନେନୃପ ମଧ୍ୟେ ବସ୍ତି,ଦଇବେ ଶୁଣିଲେ ତାହାଯବନ-ପ୍ରେୟସୀ ।ମୁଗ୍ଧ ହୋଇ ମଧୁସ୍ୱରେଯାଇ ସ୍ୱାମୀ କତି,ଜଣାଇଲେ ସବିନୟେଯବନ ଯୁବତୀ-‘‘ବଜାଉଛି ନୃପମଧ୍ୟେକେ ଜଣେ ମୁରଲୀ,ସେ ସ୍ୱର ଶୁଣିଲେ ଯିବଉପକ ତରଳି ।’’ଶୁଣି ଯବନେଶ ବହିକୌତୁକ ଅନ୍ତରେ,ଆହ୍ୱାନିଲେ ସମୀପକୁନୃପ ହରିହରେ ।ପରଖି ତାଙ୍କର ବାଦ୍ୟବିଦ୍ୟାର ପ୍ରଭାବ,ଲଭିଲେ ପରମ ପ୍ରୀତିଯବନ ନବାବ ।ଉପହାର ଦାନେ କରିବହୁ ସମାଦର,ବୋଇଲେ, ‘‘ହେ ନରନାହାକି ଇଚ୍ଛା ତୁମ୍ଭର ?’’ଭାଷିଲେ ଶ୍ରୀ ହରିହରଶୁଣି ତା ସେକାଳେ,‘‘ଦିଆଯାଉ ମୁକ୍ତି ଏହିସକଳ ଭୂପାଳେ ।’’ଯବନ ନରେଶ ତହିଁନ କଲେ ଦ୍ୱିରୁନ୍ତି,ଲଭିଲେ ରାଜନ୍ୟେ ତାଙ୍କଅନୁଜ୍ଞାରେ ମୁକ୍ତି ।କଲେ ହରିହର ସର୍ବନୃବରେ ଉଦ୍ଧାର,ଗାଇଲେ ତାଙ୍କର ଏହିଯଶ ବନ୍ଦିବାର ।ଧାର୍ମିକ ପଣ୍ଡିତ ସେହିନୃପ ହରିହର,ଚତୁସ୍ତ୍ରିଂଶ ସମ୍ବତ୍ସରହେଲେ ଦଣ୍ଡଧର ।ପୁରରାଜ ନାମେ ଥିଲେତାହାଙ୍କର ସୁତ,ହେଲେ ସେ ନୃପତି ସର୍ବ-ସୁଲକ୍ଷଣୟତ ।ଖେମଣ୍ଡି ଚିକିଟି ସହଯୁଦ୍ଧେ ବହୁକାଳ,ଆତ୍ମନିୟୋଜିତକରିଥିଲେ ସେ ଭୂପାଳ ।ରାଧାକାନ୍ତ ପ୍ରସାଦରୁମାତ୍ର କଦାଚିତ,ହେଉ ନ ଥିଲେ ସେ ରାୟରଣେ ପରାଜିତ ।ଚତୁବିଂଶ ବର୍ଷ ରାଜ୍ୟଶାସି ବାହୁବଳେ,ଅନାୟତ୍ତେ ପଡ଼ିଲେ ସେକାଳର କବଳେ ।କେଶବ ତାହାଙ୍କ ପୁତ୍ରହେଲେ ନରବର,କଳ୍ପନା-କମଳବନ-ମତ୍ତ ମଧୁକର ।ଯେପରି କୋବିଦ ଥିଲେସେହିପରି କବି,ପୁଣି ବଡ଼ ପାରଦର୍ଶୀଅଙ୍କନରେ ଛବି ।ତାଙ୍କ କୃତ କାବ୍ୟ‘‘ରସ-ସିନ୍ଧୁ ସୁଲକ୍ଷଣା ।ସୁବିମଳ କବି-କୀର୍ତ୍ତିକରୁଛି ଘୋଷଣା ।ଦେବଦତ୍ତ ଭୂ ସମ୍ପତ୍ତିକେଶପୁର ଗ୍ରାମ,ଅବଧି ଅକ୍ଷୁର୍ଣ୍ଣ ରଖିଅଛିତାଙ୍କ ନାମ ।ବହି ରାଜ୍ୟଭାର ସେହୁଅଠର ବରଷ,ତେଜିଲେ ମାନବଲୀଳାହୋଇ କାଳବଶ ।ରାଜା ହେଲେ ଦୀନବନ୍ଧୁକେଶବ କୁମାର,ଦେବୋପମ ଶୁଦ୍ଧମନାସର୍ବଗୁଣାଧାର ।କବିପୁତ୍ର କବି ସେହୁଦୀପୁଁ ଜାତ ଦୀପ,ଉତ୍କଳ-ସାହିତ୍ୟ-ରାଜ୍ୟସୁଦକ୍ଷ ଅଧିପ ।ବିରଚିଲେ ବହୁ ଗ୍ରନ୍ଥସେ ନୃପ ଉଦାର,ସୁକାବ୍ୟ ‘‘ରାଧାବିଳାସ’’‘‘ମଥୁରାବିହାର’’‘‘ମଥୁରା ମାହାତ୍ମ୍ୟ’’ ଗ୍ରନ୍ଥ‘‘ଚୈତନ୍ୟ-ଚରିତ’’,ଆବର କରିଛନ୍ତିବିବିଧ ସଙ୍ଗୀତ ।ବଙ୍ଗଗୁରୁ-କୁଳୋଭବନରସିଂହ ଦାସ,ସ୍ମରଙ୍ଗୀ ନଗରେ କରିକିଛିକାଳ ବାସ,ଚୈତନ୍ୟ ମତରେ କଲେତାହାଙ୍କୁ ଦୀକ୍ଷିତ,କ୍ରମେ ସେହି ମତ ରାଜ୍ୟେହେଲା ବିସ୍ତାରିତ ।ବିବିଧ ବୈଷ୍ଣବ ଶାସ୍ତ୍ରକରିଣ ବିମନ୍ଥ,ବିରଚିଲେ ‘‘ବଇଷ୍ଣବସାରୋଦ୍ଧାର’’ ଗ୍ରନ୍ଥ ।ଉପଦେଶମାନ ତାରମାଣିକ୍ୟ କାଞ୍ଚନ,ବୈଷ୍ଣବକୁଳର ତାହାଗର୍ବ-ଗଣ୍ଠିଧନ ।ରଚି ‘‘ନବ ବୃନ୍ଦାବନ-ବିହାର’’ ପୁସ୍ତକ,କରିଯାଇଛନ୍ତି ରାଏଜୀବନେ ସାର୍ଥକ ।ଆବର ‘‘ବୈଷ୍ଣବାମୃତସାରୋଦ୍ଧାର’’ ରଚି,କୀର୍ତ୍ତି-କୋଷେ ନାମ-ରତ୍ନଯାଇଛନ୍ତି ସଞ୍ଚି ।‘‘ସଙ୍ଗୀତମାଳାର’’ ଦିବ୍ୟମଧୁର ସଙ୍ଗୀତ,ସମଭାବେ ମୋହୁଅଛିସମସ୍ତଙ୍କର ଚିତ୍ତ ।ଶେଷେ ଲେଖୁଥିଲେ କବିଭାରତାନୁବାଦ,ମାତ୍ର କ୍ରୂର କାଳ ତହିଁସାଧିଲାକ ବାଦ ।ଘେନିଗଲା କବିଙ୍କୁ ସେଧରାଧାମୁ ତୁର୍ଣ୍ଣ,ସେହେତୁ ଭାରତ ଗ୍ରନ୍ଥରହିଲା ଅପୂର୍ଣ୍ଣ ।ତୋଳାଇଲେ ଦୀନବନ୍ଧୁବାଲାଜି ମନ୍ଦିର,ଅବଧି ସେ ଉଭା ଧରିସ୍ଥବିର ଶରୀର ।ତାହାଙ୍କ ଶାସନେ ଲୋକେପାରି ସୁଖ-ଶଯ୍ୟା,ମଣୁଥିଲେ ଆପଣାକୁରାମରାଜ୍ୟ ପ୍ରଜା ।କଠୋର ସଂଯମୀ ରାଜାମହାଜ୍ଞାନବନ୍ତ,ଶେଷ ଜୀବନରେ ହେଲେମଠରେ ମହନ୍ତ ।ଦେଖାଇ ତ୍ୟାଗଶୀଳତାଲୋକେ ଆଲୋକିତ,ହୋଇଲେ ଦୟାଳୁ ଦାସନାମେ ଅଭିହିତ ।ଜଳ ମାତ୍ର ପାନ କରିଦୁରୁହ ତପସ୍ୟା,ସାଧନରେ ରତ ହେଲେନୃପ ମହାଯଶା ।ଜପି ଜପି ହରିନାମଅନ୍ତିମ ସମୟେସଜ୍ଞାନେ ଶରୀର ତେଜିଗଲେ ସୁରାଳୟେ ।ପାଳନ କଲେ ସେ ରାଜ୍ୟତ୍ରିଂଶ ସମ୍ବତ୍ସର,ଅନନ୍ତର ରାଜା ହେଲେତାହାଙ୍କ କୁମର ।ଶ୍ରୀ ଶ୍ୟାମକିଶୋର ନାମେହେଲେ ସେ ଆଖ୍ୟାତ,ତାଙ୍କ ତହୁଁ ହେଲା ରାଜ୍ୟସମୁନ୍ନତି ଜାତ ।ପର ଉପକାରୀ ଦାତାଆଶ୍ରୟବତ୍ସଳ,ସାହସାନୁ ରୁପ ତାଙ୍କଥିଲା ବାହୁବଳ ।ବିରଚି ସେ ବଙ୍ଗୋତ୍କଳଉଭୟ ଭାଷାରେ-ହରିବଂଶ ଗ୍ରନ୍ଥ, କୀର୍ତ୍ତିସ୍ଥାପିଲେ ସଂସାରେ ।‘‘ଚୌବଦୀ ଚନ୍ଦ୍ରିକା’’ ପୁଣି‘‘ମହିମା ସାଗର’’ଗାଇଛନ୍ତି ଭକ୍ତିରସେବୈଷ୍ଣବପ୍ରବର ।ବିବିଧ ବୈଷ୍ଣବ ଗୁଢ଼ମତର ମୀମାଂସା,କରୁଥିଲେ ସୁବୈଷ୍ଣବେତାଙ୍କଠାରେ ଆଶା ।ବ୍ୟାପିଲା ଏ ଖ୍ୟାତି ତାଙ୍କଦେଶ ଦେଶାନ୍ତରେ,କ୍ରମେ ପ୍ରବେଶିଲା ତାହାସମ୍ରାଟ କର୍ଣ୍ଣରେ ।ପ୍ରତାପୀ ପ୍ରତାପରୁଦ୍ରବୈଷ୍ଣବପ୍ରବର,ଅଖିଳ ଉତ୍କଳେ ଥିଲେରାଜରାଜେଶ୍ୱର ।ବୈଷ୍ଣବଧର୍ମ ପ୍ରଚାରତାଙ୍କର ସତତ,ଜୀବନରେ ଏକମାତ୍ରଥିଲା ଦୃଢ଼ବ୍ରତ ।ତାହାଙ୍କ ରାଜତ୍ୱକାଳେମହାତ୍ମା ଚୈତନ୍ୟ,ପ୍ରଚାରି ଉତ୍କଳେ ଧର୍ମକଲେ ତାକୁ ଧନ୍ୟ ।ଭକ୍ତକବି ଜଗନ୍ନାଥସେହି ସମୟରେ,ପ୍ରଚାରୁଣଥିଲେ ଧର୍ମନୀଳାଦ୍ରି ନଗରେ ।ପ୍ରଭୁଙ୍କ ଗୁଣ୍ଡିଚାଯାତ୍ରାଦେଖିବା କାରଣ,ଶ୍ରୀଶ୍ୟାମକିଶୋର କଲେଶ୍ରୀକ୍ଷେତ୍ରେ ଗମନ ।ସମ୍ରାଟ ନିୟୋଗକ୍ରମେଆଠଗଡ଼ ରାଜ,କରୁଥିଲେ ପରମ୍ପରାଜଗଦ୍ଦେବ କାର୍ଯ୍ୟ ।ନ ଥିଲେ ସେ କାଳେ ସେହିଦୈବେ ଉପସ୍ଥିତ,ହେଲୁ ତହୁଁ ସୁରଙ୍ଗୀଶେସେ କାର୍ଯ୍ୟ ଅର୍ପିତ ।ସେହି କାଳୁଁ ସୁରଙ୍ଗୀରେଜଗଦ୍ଦେବପଦ,ହୋଇଅଛି ରାଜବଂଶେକୌଳିକ ସମ୍ପଦ ।ଗୌରବ ପଦବୀ ଲାଭେହୋଇ ହୃଷ୍ଟମନ,କଲେ ଜଗଦ୍ଦେବପୁରଗ୍ରାମ ସଂସ୍ଥାପନ ।ଶେଷ ଜୀବନରେ ରାଜାଶ୍ରୀଶ୍ୟାମକିଶୋର,ଧରିଲେ ଜନକ ସମସାଧନ କଠୋର ।ପୂତ୍ରେ ରାଜ୍ୟ ଅର୍ପି ହୋଇମଠରେ ମହନ୍ତ, *ଅନନ୍ତେ ସୁମରି ହେଲେଯଥାକାଳେ ଅନ୍ତ ।*ଶ୍ୟାମକିଶୋର ରାଜ-ମହନ୍ତ ହୋଇ ସନ୍ଥଚରଣ ଦାସ ନାମ ଧାରଣ କରିଥିଲେ । ତାଙ୍କର ଏହି ନାମରେ ରଣିତ କେତେକ ଖଣ୍ଡ ପୁସ୍ତକ ମଧ୍ୟ ଅଛି ।ଶାସିଲେ ସେ ରାଜ୍ୟଚତୁବିଂଶ ସମ୍ବତ୍ସର,ଆଠବର୍ଷ ହେଲେ ପୁଣିମତ୍ୱନ୍ତ ମଠର ।ପରେ ରାଜା ହେଲେ ତାଙ୍କନନ୍ଦନ ଗୋବିନ୍ଦ,ସୁରଙ୍ଗୀ ଭାଗ୍ୟ-କାସାର-ଭୂଷା-ଅରବିନ୍ଦ ।ଦୁର୍ଗାଙ୍କ ପ୍ରସାଦୁ ଲଭିଅମୋଘ ଆୟୁଧ,ଜିଣୁଥିଲେ ତାହା ବଳେରାଏ ସର୍ବ ଯୁଦ୍ଧ ।ଗଞ୍ଜାମର ବହୁ ରାଜ-ବଂଶୀୟ ସମାଜେ,ସ୍ଥାନ ଦାନ କରିଥିଲେସାଦର ସ୍ୱରାଜ୍ୟେ ।ସ୍ଥାପିଲେ ଗୋବିନ୍ଦରାଜ-ପୁର ନାମେ ଗ୍ରାମ,ନ ଥିଲା ତାଙ୍କର କର୍ମେନିମେଷେ ବିଶ୍ରାମ ।ଉଡ଼ିଲା ବିଦେଶେ ଦେଶେତାଙ୍କ କୀର୍ତ୍ତି-କେତୁ,ଖୋଳାଇଲେ ବହୁ ସରନିର୍ମାଣିଲେ ସେତୁ ।ଯଥାକାଳେ ଅର୍ପିରାଜପୁତ୍ରେ ରାଜ୍ୟଭାର,ତୀର୍ଥ ପରିଭ ମଣରେହେଲେକ ବାହାର ।ଭାରତର ବହୁ ସ୍ଥାନକରି ପର୍ଯ୍ୟଟନ,ତ୍ରିପତିତୀର୍ଥରେ କଲେପ୍ରାଣ ବିସର୍ଜ୍ଜନ ।ଶାସିଲେ ସୁରଙ୍ଗୀ ସେହୁତେତ୍ରିଶ ବତ୍ସର,ତଦନ୍ତେ ଚୈତନ୍ୟ ଚନ୍ଦ୍ରତାହାଙ୍କୁ କୁମର,ପାଳିଲେ ନୃପତି ହୋଇସୁରଙ୍ଗୀ ଧରଣୀ,ରାଜନ୍ୟେ ସେ ଧନ୍ୟ, ଧନ୍ୟତାହାଙ୍କ କରଣୀ ।ସ୍ୱରାଜ୍ୟର ସର୍ବାଙ୍ଗୀନଉନ୍ନତି କାମନା,କରି ପାଳୁଥିଲେ ପ୍ରଜାନୃପ ମହାମନାଦୁର୍ଗ ମଧ୍ୟେ ତୋଳାଇଲେପ୍ରାସାଦ ତ୍ରିତଳ,ଭାସ୍ୱର ଭାସ୍କରମୟଭତ୍ତୁଙ୍ଗ ସୁଢ଼ଳ ।ନୂଆଗଡ଼େ ଦେବାଳୟତୋଳିଲେ ଆବର,ଭୁବନେଶ୍ୱର ମନ୍ଦିରଶିଳ୍ପର ଆବର ।କରିଯାଇଛନ୍ତି ପେଣ୍ଠଶାସନ ପ୍ରତିଷ୍ଠାକର୍ତ୍ତବ୍ୟରେ ଥିଲା ତାଙ୍କଅସାମାନ୍ୟ ନିଷ୍ଠା ।ବୃନ୍ଦାବନ ଆଦି ବହୁରମ୍ୟ ଉପବନ,ରୋପି ସ୍ଥାନେ ସ୍ଥାନେ କଲେତଡ଼ାଗ ଖନନ ।ଅନାଥ ଆତୁରେ କରିଉପଜୀବ୍ୟ ଦାନ,କରିଦେଉଥିଲେ ଅନ୍ନ-ବସ୍ତ୍ରର ସଂସ୍ଥାନ ।ରାଜନୀତି ତୁଲ୍ୟ ଅର୍ଥ-ନୀତି ସୁପଣ୍ଡିତ,କଲେ ବହୁ ଲକ୍ଷ ମୁଦ୍ରାଭଣ୍ଡାରେ ସଞ୍ଚିତ ।ସର୍ବଗୁଣେ ବିଚକ୍ଷଣସେ ନୃପ ସର୍ବଥା,ଜାଣିପାରୁଥିଲେ ପଶୁ-ପକ୍ଷୀ ପେଟବ୍ୟଥା ।ନ ଭୁଞ୍ଜନ୍ତି ଅତିଥିରଆତିଥ୍ୟ ନ କରି,ମଣନ୍ତି ଅତିଥି ପାଇନିଧି ପ୍ରାପ୍ତି ପରି ।ପ୍ରଜାଙ୍କ ସହିତ ମିଶିପ୍ରଜା ମନୋଭାବ,ହେଉଥିଲେ ଅବଗତସେ ମହାନୁଭାବ ।ନ ହୁଅନ୍ତି କ୍ଷାନ୍ତ ଖାଲିଘେନି ରାଜାବର ।ଗୁଣେ ଆକର୍ଷନ୍ତି ଭକ୍ତିପ୍ରୀତି ପ୍ରଜାଙ୍କର ।ଜାଣୁଥିଲେ ସୂକ୍ଷ୍ମଦର୍ଶୀସେ ନୃପପ୍ରବର,ଦଣ୍ଡଦାନଠାରୁ କ୍ଷମାମୂଲ୍ୟ ମହତ୍ତର ।କୃଷ୍ଣପ୍ରେମ ଭକ୍ତିରସେସେହୁ ସୁରସିକ,ରାଜନ୍ୟ-କର୍ତ୍ତବ୍ୟ-ଯଜ୍ଞ-ପ୍ରବୀଣ ଯାଜ୍ଞିକ ।ବଡ଼ ଥାଇ ଆପଣାକୁମଣୁଥିଲେ ସାନ,ନ ଥିଲା ରାଜ-ସୁଲଭଗଭୀର ଗୁମାନ ।ଜାହାଜ ଚଳାଇ କଲେବାଣିଜ୍ୟ ଉନ୍ନତି,ସର୍ବାଂଶେ ସେ ଚନ୍ଦ୍ରବଂଶେଆଦର୍ଶ ନୃପତି ।ସୁନାପୁର ଅଧିଷ୍ଠାତାଜଗନ୍ନାଥଙ୍କର,ଭୋଗ ପାଇଁ ଭୂସମ୍ପତ୍ତିଖଞ୍ଜିଲେ ନୃବର ।ଆବର ସୁରୁଳା ଗ୍ରାମେବୀର ହନୁମାନେ,ସନ୍ତୋଷିଲେ ସୁବିସ୍ତାରଦେବୋତ୍ତର ଦାନେ ।ବୟାଳିଶ ବର୍ଷ ରାଜ୍ୟପାଳି ସେହୁ କୃତୀ,କାଳ ଯଜ୍ଞେ ସମର୍ପିଲେସ୍ୱତନୁ ଆହୁତି ।ସିଂହାସନ ଆରୋହଣକଲେ ଅତଃପୁର,ଶ୍ରୀ ନୀଳାଦ୍ରି ଚନ୍ଦ୍ରରାଜତାହାଙ୍କ କୁମର ।ରାଜଭଣ୍ଡାର ସଞ୍ଚିତସମୁଦାୟ ଧନଦୁର୍ଭିକ୍ଷ ସମୟେ ସେହୁକଲେ ବିତରଣ ।ନିର୍ମାଣ ଦେଉଳ ତହିଁଶ୍ରୀରାମ ଲକ୍ଷ୍ମଣ,ଚନ୍ଦ୍ରକଳ୍ପେଶ୍ୱର ଶିବେକଲେ ସଂସ୍ଥାପନ ।ବସାଇଲେ ବହୁ ଗ୍ରାମବିପଣିବୀଥିକା,ଖୋଳାଇଲେ ତୋଳାଇଲେସର ଅଟ୍ଟାଳିକା ।ପୂର୍ବ ବିବର୍ଣିତ ଡିଆଁମଣ୍ଡପ ସକଳ,ପ୍ରକାଶୁଛି ନୀଳାଦ୍ରିଙ୍କଯଶ ସୁବିମଳ ।ନାକେଇ ପର୍ବିତପାଦେ‘‘ନୀଳାଦ୍ରି ସାଗର’’ବାନ୍ଧି ମହା ଉପକାରକଲେ ପ୍ରଜାଙ୍କର ।ଆବର ‘‘ନୀଳାଦ୍ରି ଚନ୍ଦ୍ରପୁର’’ ନାମେ ଗ୍ରାମସ୍ଥାପି, ଚିରସ୍ମରଣୀୟକଲେ ନିଜ ନାମ ।ଶାସନ ବସାଇ ବିପ୍ରେଦେଲେ ଭୂସମ୍ପତ୍ତି,ଭ୍ରମୂଥିଲା ସତ୍କାର୍ଯ୍ୟରେସଦା ତାଙ୍କ ମତି ।ଅତିରିକ୍ତ ଭୋଗ ଖଞ୍ଜିପ୍ରତି ଦେବାଳୟେ,ନିତ୍ୟ ତା ବିତରୁଥିଲେଦୀନଦୁଃଖିଚୟେ ।ତାହାଙ୍କର ଖଞ୍ଜାଭୋଗନୀଳାଦ୍ରି, ବଲ୍ଲଭ,ଚିହ୍ନାଇ ଦେଉଛି ତାଙ୍କସୂରୁଚି-ଗୌରବ ।କୃଷି ଶିଳ୍ପ ସାହିତ୍ୟରେସମାନଭାବରେରତ ଥାଇ ଶୁଭାଦର୍ଶଦେଖାଇଲେ ନରେ ।ନବରସେ ସେ ମହାତ୍ମାଥିଲେ ସୁପଣ୍ଡିତ,ଲେଖି ଯାଇଛନ୍ତି ନାନାଭାବେ ନାନା ଗୀତ ।ନୈସର୍ଗିକ କବି ସେହୁକୋଳାହଳ ଦ୍ରୋହୀ,ନିର୍ଜନେ ରଚନ୍ତି ଗୀତଏକୁଟିଆ ହୋଇ ।ଘୋର ଗ୍ରୀଷ୍ମେ ଯେବେଗିରିବାସୀ ଜନ୍ତୁକୁଳ,ଜଳ ବିନା ହେଉଥାନ୍ତିତୃଷାରେ ଆକୁଳ,ସେକାଳେ ନୀଳାଦ୍ରି ଚନ୍ଦ୍ରରାଜାଙ୍କ ଆଦେଶେ,ସଲିଳ ରକ୍ଷିତ ହୁଏଗିରି ଶିରୋଦେଶେ ।କ୍ଷମା ଅବତାର ସେହୁକରୁଣା-ବାରିଧି,ତାହାଙ୍କ ରାଜତ୍ୱେ ଥିଲାନିଷିଦ୍ଧ ପାରିଧି,ଚିର ମତ୍ସ୍ୟମାଂସଦ୍ୱେଷୀପରମ ବୈଷ୍ଣବ,ତୁଚ୍ଛନେତ୍ରେ ଦେଖୁଥିଲେବିଷୟ-ବୈଭବ ।ଅଷ୍ଟବିଂଶ ବର୍ଷ ରାଜ୍ୟପାଳି ସେ ନୃବର,ହୋଇଗଲେ ଯଥାକାଳେପ୍ରପଞ୍ଚୁ ଅନ୍ତର ।ଅନନ୍ତର ତାହାଙ୍କରସୁଯୋଗ୍ୟ କୁମର,ଶ୍ରୀ କିଶୋରଚନ୍ଦ୍ର ରାଜହେଲେ ଦଣ୍ଡଧର ।ଚିର ନିରପେକ୍ଷ ସେହୁଚିତ୍ରଗୁପ୍ତ ସମ,ଶିଶୁପକ୍ଷେ ଶିଷ୍ଟ ପୁଣିଦୁଷ୍ଟ ରାକ୍ଷେ ଯମ ।ପର୍ବତ ଉପରେ ଆମ୍ବପଣସ ଉଦ୍ୟାନ,ଲଗାଇଣ କଲେ ସେହୁଆସ୍ଥାନେ ସୁସ୍ଥାନ ।ଥିଲେ ପୁଣି କାଳୋଚିତଯୋଗ୍ୟ ସଂସ୍କାରକ,ନାଶୁଥିଲେ ସମାଜରୁକୁରୀତି-କଣ୍ଟକ ।କରୁଥିଲେ ଘୃଣା ଦେଖି ।ବ୍ରାହ୍ମଣ ପ୍ରାଧାନ୍ୟେ,ତେଣୁ ଯଥାଶକ୍ତି ରତତାର ତିରୋଧାନେ ।ଢାଳନ୍ତି ନାହିଁ ତେଲତେଲିଆ ମଥାରେ,ନ କରନ୍ତି କର୍ଣ୍ଣପାତସ୍ତାବକ କଥାରେପର୍ବତେ ପର୍ବତେ ବୁଲିରମ୍ୟ ସ୍ଥାନ ଖୋଜି,ଭୃତ୍ୟ ପାରିଷଦେ ଘେନିକରୁଥିଲେ ଭୋଜି ।ରାଜା, ମାତ୍ର ଥିଲା ନାହିଁରାଜ-ଆଡ଼ମ୍ବର,ଛୁଏଁ ନାହିଁ ତାଙ୍କ ଦେହପାଟ ପୀତାମ୍ବର,ପରିହିତ ବସ୍ତ୍ର ତାଙ୍କଗେରୁଆ ଗାମୁଛା,ପରିଚ୍ଛଦଶୂନ୍ୟ ଦେହଥାଏ ସଦା ତୁଚ୍ଛା ।ଅଶୋକ କାନନ ତାଙ୍କକୀର୍ତ୍ତି ଅନ୍ୟତମ,ସେ ସୁରମ୍ୟ ଉପବନ-ଶୋଭା ଅନୁପମ ।ସାହିତ୍ୟ-ବଜାରେ ଥିଲେପ୍ରଧାନ ଗ୍ରାହକ,ରଚିଛନ୍ତି ନବଭାବେପ୍ରହ୍ଲାଦ ନାଟକ ।ପାଞ୍ଚିଥିଲେ ମନେ ରାଏତେଜି ରାଜ୍ୟଭାର,ସାଧିବେ ବିଜନେ ବସିମହାଯୋଗସାର ।ସେଥିଲାଗି ତାଳଗୁଡ଼ିନିର୍ଜ୍ଜନ କଟକେ,ହେଉଥିଲା ନିରମିତଆଗାର ଇଷ୍ଟକେ ।ମାତ୍ର କାଳ ସେ ସଦିଚ୍ଛାନାଶିଲା ସମୂଳେ,ଚାଲେ ସିନା କାଳ,ନର-ଇଚ୍ଛା ପ୍ରତିକୂଳେ ।କିଶୋରଚନ୍ଦ୍ରଙ୍କ ରାଣୀଦେବୀ ସୂର୍ଯ୍ୟମଣି,ସୁରଙ୍ଗୀରାଜ-ଶୁଦ୍ଧାନ୍ତ-ଖଣି-ଦୀପ୍ତମଣି ।ମହିଳା-ମୁକୁଟ-ଝରାସତୀକୁଳେ ଧନ୍ୟା,ବଗେଲବଂଶୀୟ ନବ-ଦୁର୍ଗ ରାଜକନ୍ୟା ।ପାତିବ୍ରତ୍ୟ ଧର୍ମ ସଦାପାଳୁଥିଲେ ଦେବୀ,କୃତାର୍ଥ ସେ ମଣୁଥିଲେପତି-ପଦ ସେବି ।ପତି ଧର୍ମ, ପତି ଗୁରୁପତି ହିଁ ଦେବତା,ପତି ଏକା ସିନା ନାରୀ-ମସ୍ତକର ଛତା ।ଏହା ଭାବି ପତିପ୍ରାଣାପତି ଆରାଧନେ,ରତ ଥିଲେ ସଦାପ୍ରୀତି ଭକ୍ତିଯୁକ୍ତ ମନେ ।ଅନନ୍ତର କିଛିକାଳେପତି ଆଗେ ସତୀ,ଉପେକ୍ଷି ଭଙ୍ଗୁର ଭବକଲେ ସ୍ୱର୍ଗେ ଗତି ।ଚିତାନଳେ ହେଲା ତନୁଭସ୍ମେ ପରିଣତ,କେବଳ ଇଟଳା ଗଭାରହିଲା ଅକ୍ଷତ ।ଆଣି ତାହା ନୃପବରରଖି ସଯତନେ,ପୁଜୂଥିଲେ ନିତି ଅର୍ପିକୁସୁମ ଚନ୍ଦନେ ।ନ କଲେ ବିବାହ ପୁଣିନବୀନ ଯୌବନେକାଟୁଥିଲେ କାଳ ଆହାଉଦାସୀନ ମନେ ।ମାତ୍ର ଅପୁତ୍ରକ ହେତୁହୋଇ କ୍ଷୁଣ୍ଣମନା,କରୁଥିଲେ ସବୁବେଳେଭବିଷ୍ୟ ଭାବନା ।ଜାଣିଣ ଚିନ୍ତିତ ତାଙ୍କୁପ୍ରଭୁ ରାଧାକାନ୍ତେ,କଲେକ ଆଦେଶ ଦିନେସ୍ୱପନେ ନିଶାନ୍ତେ-‘‘ନ କର, ନ କର ଚିନ୍ତାନୃପ ଗୁଣାଳୟ,ଆଶୁ ପୂର୍ଣ୍ଣ ହେବ ତବମାନସ ନିଶ୍ଚୟ ।ଖ୍ୟାତ ଧରାକୋଟ ଦୁର୍ଗେଅଛନ୍ତି କୁମାର,ସୂର୍ଯ୍ୟବଂଶେ ଅବତଂସରୂପେ ଯଥା ମାର ।ମୋହର ଆଦେଶ ତାଙ୍କୁଆଣିଣ ତ୍ୱରିତ,ଯୁବରାଜ ପଦେ କରରାଜ୍ୟେ ଅଧିଷ୍ଠିତଦେବାଦେଶେ ନରେଶ୍ୱରଆଣି ଯୁବରାଜେ,ଅଭିଷିକ୍ତ କଲେ ଭାବୀରାଜାରୂପେ ରାଜ୍ୟେ ।ଧାରଣ କଲେ ସେଚନ୍ଦ୍ରଚୂଡ଼ାମଣି ନାମ,ଆଶ୍ରିଲେ ତାହାଙ୍କୁ କ୍ରମେଶୁଭଗୁଣଗ୍ରାମ ।ଶ୍ରୀ କିଶୋରଚନ୍ଦ୍ର ରାଜ୍ୟଆଠ ବର୍ଷ ଶାସି,ଅକାଳେ ସମ୍ବରି ଲୀଳାହେଲେ ସ୍ୱର୍ଗବାସୀ ।ଏଥୁଅନ୍ତେ ସିଂହସନେକଲେକ ମଣ୍ଡଣି,ତାହାଙ୍କର ପୁତ୍ର ଦେବଚନ୍ଦ୍ରଚୁଡ଼ାମଣି ।ଅପ୍ରାପ୍ତ ବୟସ୍କ ହେତୁତାଙ୍କ ରାଜ୍ୟଧନ,ଅଭିଭାବକ ସ୍ୱରୁପେଇଂରାଜ ରାଜନ,ରକ୍ଷଣାବେକ୍ଷଣ କଲେଶୃଙ୍ଖଳା ବିଧାନେ,ପଢ଼ାଇଲେ ପାଠ ନେଇଶିଶୁ ନରଗଣେ ।ବ୍ରହ୍ମପୁରେ ଛତ୍ରପୁରେମାନ୍ଦ୍ରାଜେ ତଦନ୍ତେ,ପଢ଼ିଲେ ନୃମଣି ପାଞ୍ଚବରଷ ପର୍ଯ୍ୟନ୍ତେ ।ସ୍ୱଦେଶୀ ବିଦେଶୀ ଭାଷାସହ ରାଜନୀତି,ଶିଖିଲେ ନରେଶ ବହିମାନସେ ସଂପ୍ରୀତି ।ଯୋଗ୍ୟ ଜାଣି ଯଥାକାଳେରାଜପ୍ରତିନିଧିସମର୍ପଣ କଲେ ତାଙ୍କୁରାଜ୍ୟ ଯଥାବିଧି ।ତଦବଧି କରୁଛନ୍ତିସେ ପ୍ରଜାପାଳନ,ପର ସର୍ଗେ ହେବ ତାଙ୍କଚରିତ ବର୍ଣ୍ଣନ ।