ତୃତୀୟ ସର୍ଗ — ସୁରଙ୍ଗୀ କାବ୍ୟ — ଚିନ୍ତାମଣି ମହାନ୍ତି · ସ୍ୱର୍ଣ୍ଣଲିପିସମ୍ପୂର୍ଣ୍ଣ ସୂଚୀପତ୍ର
ତୃତୀୟ ସର୍ଗ
-ମଙ୍ଗଳ ଗୁର୍ଜରୀ-ଶୁଭ, ନାରୀ ବଗୀତାରେ ଉଭା ଜାମତୋଟା ୧ଧରି ଅଙ୍କେ ଶଙ୍କା ପ୍ରଦ ଶଙ୍କୁ ୨ ଗୋଟା ଗୋଟା ।ଶଶ୍ମାନ-କାଳଙ୍କ ଚିରକେଳିସ୍ଥଳ ଜାଣି,ମଣ୍ଡିଛନ୍ତି ରୁଦ୍ରବେଶେ ତାହା ସୃଷ୍ଟି-ରାଣୀ ।୧- ରାଜଶ୍ମଶାନ । ୨- ଲଣ୍ଡାଗଛ ।ଶାଖା ଛନ୍ଦି ବୃକ୍ଷେ ଉଭା ବଙ୍କିମ ଠାଣିରେ,ବାହୁ ଛନ୍ଦି ମଲ୍ଲଯୁଦ୍ଧେ ରତ ଯଥା ବୀରେ ।ମାଡ଼ିଅଛି କାହିଁ ପାଞ୍ଚ-ଆଙ୍ଗୁଳିଆ ଲତା ୩ଲଭିଛି ତା ଫଳମାନ ପ୍ରବାଳ ସମତା ।୩- ଏହାର ପତ୍ର ପଞ୍ଚାଙ୍ଗୁଳିବିଶିଷ୍ଟ କରତଳାକୃତି । ଫଳ- ମଧ୍ୟସ୍ଥ ବୀଜ ଶକ୍ତିଯୁକ୍ତ ଶିବଲିଙ୍ଗ ସଦୃଶ ଦେଖାଯାଏ ।ଶିବ ଉପାସିକା ସେହୁ ବ୍ରତତୀ ସୃଷ୍ଟିରେ,ଫଳେ ଭରି ଶିବଲିଙ୍ଗ ଧରିଛି ଶରୀରେ ।ସୁଆଁଲ ଶରୀରେ କାହିଁ ଜଡ଼ିଛି ସାରିବା ୪କିମାଶ୍ଚର୍ଯ୍ୟ ହୋଇଛନ୍ତି ନାରୀ ନାରୀ ବିଭା ।୪- ଅନନ୍ତ ଲତା ।ତନ୍ତୁବାୟ ନାରୀ ପ୍ରାୟେ ଗୁଳଞ୍ଚ ବଲ୍ଲରୀ,ତାସଣ କାରଣେ ଅଛି ସରୁ ସୂତା ଧରି ।ଗୁଳ୍ମଗହଳରେ କାହିଁ ଲୁଚି ଲାଜକୁଳୀ,କ୍ଷଣେ କ୍ଷଣେ ପଡ଼ୁଅଛି ଲଜ୍ଜାରେ ଝାଉଁଳି ।ନିର୍ଜ୍ଜନ ନିସ୍ତବ୍ଧ ଯଥା ନିଛାଟିଆ ପଦା,ଶ୍ମଶାନ ପ୍ରହରୀ ଶିବା ବୁଲୁଥାନ୍ତି ସଦା ।ରାଜପରିବାରର ସେ ନିର୍ଦ୍ଦିଷ୍ଟ ଶ୍ମଶାନ,ବହୁ ନରପତିଙ୍କର ଅନ୍ତିମ ଆସ୍ଥାନ ।ଚନ୍ଦ୍ରବଂଶୀ ବହୁଚନ୍ଦ୍ର ଯଥାସମୟରେ,ହୋଇଛନ୍ତି ଅସ୍ତ ସେହି ଶ୍ମଶାନ-ଅମ୍ୱରେ ।କେତେ ରାଜଋଷି ରଖି ନିଜେ ନିଜ ସ୍ମୃତି,ଅର୍ପିଲେ ଜୀବନ-ଯାଗେ ତହିଁ ଶେଷାହୁତି ।କେତେ ରାଜକବି, କେତେ ରାଜସଂସ୍କାରକ,ବସିଛନ୍ତି ଟେକି ତହିଁ ପ୍ରଚ୍ଛନ୍ନେ ମସ୍ତକ ।ଅଧୀନେ ସେ ସ୍ଥାନ ରଖି ନୃପେ କିଛିଦିନ,ହୋଇଗଲେ ପରିଶେଷେ ପୁଣି ତା ଅଧୀନ ।ମାୟା କଳଙ୍କିତ ପ୍ରାଣ-ସୁବର୍ଣ୍ଣେ ସେ ସ୍ଥଳ,ଦଗ୍ଧ କରି ବାରମ୍ୱାର କରେ ସୁନିର୍ମଳ ।କର୍ମ-କ୍ଳାନ୍ତ ରାଜଗଣେ ତେଜି ରାଜ୍ୟଭାରେ,ଆଶ୍ରିଛନ୍ତି ଯାଇ ଚିର-ବିଶ୍ରାମ ସେଠାରେ ।ନରଶକ୍ତି ଅଗୋଚର ଶ୍ମଶାନ ମହିମା,ଜନ୍ମମରଣର ସିନା ସେହୁ ସନ୍ଧିସୀମା ।ମାନବଜୀବନ-ତରୀ ସେ ଗଣ୍ଡ-ଶଇଳେ,ଅତର୍କେ ହାବୋଡ଼ି ଚୂର୍ଣ୍ଣ ହୁଏ ତିଳେ ତିଳେ ।ମାତୃଗର୍ଭୁ ହୁଏ ଜୀବ ତାହା ପଦେ ବିକା,କରେ ସେ ଦର୍ପୀର ଭସ୍ମ ଦମ୍ଭ ଅହମିକା ୫ ।କରନ୍ତି ଜୀବନେ ନର ଭ୍ରମେ ତାକୁ ଭୟ,ମାତ୍ର ଜୀବନାନ୍ତେ ସେହୁ ପରମ ଆଶ୍ରୟ ।
୫- ‘‘ମୁଁ ବଡ଼’’ ଏହି ଭାବ ।
ଜୀର୍ଣ୍ଣତନୁ ନବଭାବେ ପୁନର୍ଗଠନର-
ସହାୟ ଶ୍ମଶାନ, ଏହା ସୁନୃତ ୬ ନିକର ୭ ।
ଜୀବର ପରମବନ୍ଧୁ ସିନା ସେ ଶ୍ମଶାନ,
ହୃଦୟ ତାହାର ଅତି ଉଦାର ମହାନ ।
୬- ସତ୍ୟ । ୭- ନିଶ୍ଚୟ ।
ତେଜନ୍ତି ଅନ୍ତିମ କାଳେ ଆତ୍ମୀୟ ସ୍ୱଜନ,
ମାତ୍ର ସେ ନ ତେଜି ଧରେ କରି ଆଲିଙ୍ଗନ ।
ରାଜ-ଶ୍ମଶାନ ସୌଭାଗ୍ୟ କେ ପାରିବ କହି,
କେତେ ରାଜା ଶୂନ୍ୟ ଦେହେଁ ନିବସନ୍ତି ତହିଁ ।
ଉଦେ ବୁଦେ ଜାଠବଂଶ ଆଦିମ ପୁରୁଷ ୧,
ବେନି ଭ୍ରାତା ହୋଇଗଲେ ଏଠାରେ ପାଉଁଶ ।
ବିସର୍ଜି ପାର୍ଥିବଧନ ପରିବାର ରାଜ୍ୟ,
ନିବସନ୍ତି ଏ ଶ୍ମଶାନେ ଶ୍ରୀ ଶଙ୍କର ରାଜ ।
୧- ଏହି ଦୁଇ ସହୋଦରଙ୍କଠାରୁ ସୁରଙ୍ଗୀରେ, ଜାଠବଂଶୀୟ ରାଜତ ଆରମ୍ଭ ହୋଇଅଛି ।
ଆବର ବସନ୍ତି ତାଙ୍କ ପୁତ୍ର ବିଶ୍ୱନାଥ,
ଧନୁର୍ବେଦେ ଥିଲେ ସେହୁ କଳିଯୁଗ-ପାର୍ଥ ।
ଅଛନ୍ତି ଶ୍ରୀରାମ ରାଜା ବସି ଶୂନ୍ୟାସନେ,
ମରଧାମେ ଥିଲେ ସେହୁ ଧନୀ କୀର୍ତ୍ତି-ଧନେ ।
ବସାଇ ଶ୍ରୀରାମପୁର ଗ୍ରାମ ରମଣୀୟ,
କରିଗଲେ ନିଜ ନାମେ ଚିରସ୍ମରଣୀୟ ।
ଅଛନ୍ତି ନୃସିଂହ ରାଜା ରାଜର୍ଷିପ୍ରତିମ,
ସମୁଦ୍ର ସମାନ ତାଙ୍କ ମହିମା ଅସୀମ ।
ନ ଥିଲେ ମଣ୍ଡି ସେ ଖାଲି ରାଜସିଂହାସନ,
ଯଶଃ-ସିଂହାସନେ ସୁଦ୍ଧା ଥିଲେତ ରାଜନ ।
ମଣୁଥିଲେ ସଦା ରାଜମୁକୁଟେ ସେ ଭୂପ,
ପ୍ରଜାଋଣରାଶିପୂର୍ଣ୍ଣ ପେଟିକା ସ୍ୱରୂପ ।
ଖୋଳାଇଲେ ରାଜ୍ୟେ ବହୁ କୂପ ସରୋବର,
ସ୍ୱଭାବେ ଦେବତା ମାତ୍ର ଦେହେ ଥିଲେ ନର ।
ପ୍ରାତଃସ୍ମୃତି ସେ ମହାତ୍ମା ଏ ମହାଶ୍ମଶାନେ,
ହୋଇଛନ୍ତି ବିଜେ ଆହା ବିସ୍ମୃତି-ବିମାନେ ।
ପରପୁରଞ୍ଜୟୀ ବୀର ସୁଧୀର ମୁକୁନ୍ଦ,
ସୁରଙ୍ଗୀ ରାଜ-ଉଦ୍ୟାନ ସୌମ୍ୟ ମୁଚୁକୁନ୍ଦ ।
ଗୁଣେ ଲଭିଥିଲେ ଖ୍ୟାତି ସ୍ୱଦେଶେ ବିଦେଶେ,
ପାଳୁଥିଲେ ପ୍ରଜା ରାୟ ପୁତ୍ର ନିର୍ବିଶେଷେ ।
ନିଜ ଦୁଃଖେ କେବେ ସେହୁ ନୁହନ୍ତି କାତର,
କାନ୍ଦୁଥିଲା ପରଦୁଃଖେ ତାହାଙ୍କ ଅନ୍ତର ।
ଦୀନ ଦୁର୍ବଳର ଭୟ ବିପନ୍ମୁକ୍ତି ପାଇଁ,
ସତତ ସଚେଷ୍ଟ ଥିଲେ ସେହି ନରସାଈଁ ।
ସେ ଭୂପ-ସବିତା ହୋଇ କାଳ-ରାହୁ ଗ୍ରସ୍ତ,
ହୋଇଗଲେ ଏ ଶ୍ମଶାନ ଅସ୍ତାଚଳେ ଅସ୍ତ ।
କିମ୍ୱା କାଳ-ରାଜସୂୟ ଯଜ୍ଞ ନିମନ୍ତ୍ରଣେ,
ନିମନ୍ତ୍ରିତ ହୋଇ ବିଜେ ନୃପତି ଗହଣେ;
ଶାସୁଥିଲେ ବହୁକାଳେ ଯେ ନିତ୍ୟ ଦୁର୍ଜନେ,
ରହିଲେ ଶ୍ମଶାନେ ସେହୁ ନିୟତିଶାସନେ ।
ପ୍ରକୃତି ଉପରେ ସିନା ରାଜା ଅଧିପତି,
ମାତ୍ର ରାଜା ପରେ ରାଜା ନିଶ୍ଚୟ ନିୟତି ।
ଆହା ଦାମୋଦର ରାଜ ଆଜନ୍ମ ଅରୋଗୀ,
ପିତ୍ରୁପମ ଧୈର୍ଯ୍ୟଶୀଳ ତଥା କର୍ମଯୋଗୀ ।
କର୍ମ ସାରି କର୍ମକ୍ଷେତ୍ରେ ସେ ନୃପକେଶରୀ,
ଆଶ୍ରିଲେ ଏ ସ୍ଥାନ ଆସି ସର୍ବ ପରିହରି ।
କଳି-ଭୀଷ୍ମ ହରିହର ଗୋପାଳ ତନୟ,
ସତ୍ୟସନ୍ଧ ତ୍ୟାଗଶୀଳ କ୍ଷମା ଦୟାମୟ ।
ନୈତିକ ଚରିତ୍ରବଳ ମହତ ଆଦର୍ଶ,
ଦେଖାଇଣ କ୍ଷତ୍ରକୁଳେ ଟେକାଇଲେ ଯଶ ।
ନିବସନ୍ତି ଶାନ୍ତି-ମୈତ୍ରୀ ଧାମ ଏ ଶ୍ମଶାନେ
ଅଖଣ୍ଡ ଅଲଙ୍ଘ୍ୟ ନିତ୍ୟ ବିଧାତା ବିଧାନେ ।
ପୁରରାଜ ନାମେ ଖ୍ୟାତ ରାଜା ପୁରନ୍ଦର,
ମାନବ-ଦୁର୍ଲ୍ଲଭ ବହୁ ଗୁଣ ଧୁରନ୍ଧର ।
ସ୍ମରଣୀୟ ବରଣୀୟ ସେହି ନୃପଶଶୀ,
ଅଛନ୍ତି ଗୋପନେ ଏହି ଶ୍ମଶାନରେ ବସି ।
ଆବର ଅଛନ୍ତି ତାଙ୍କ ରାଣୀ ଇନ୍ଦୁମତୀ,
ପତି ଧ୍ୟାନପରାୟଣା ସତୀ-ଚକ୍ରବର୍ତ୍ତୀ ।
ବୈଧବ୍ୟବିଧୁରା ହୋଇ ସ୍ୱାମୀଙ୍କ ନିଧନେ,
ସହମୃତା ହେବା ପାଇଁ ମନାସିଲେ ମନେ ।
ଆତ୍ମୀୟ ସ୍ୱଜନେ ତହିଁ କଲେକ ନିଷେଧ,
ବୋଇଲେ ତେଜ ଗୋ ଦେବି ! ମାନସୁଁ ନିର୍ବେଦ ।
ତୁମ୍ଭ ଅଭାବରେ ତବ ବାଳୁତ କୁମର,
ହେବେ ସଦା ଦୁର୍ନିବାର ଶୋକରେ କାତର ।
ତୁମ୍ଭ ବିନା କେ କରିବ ତାହାଙ୍କୁ ସାନ୍ତ୍ୱାନା,
ଦାରୁଣ ସଙ୍କଳ୍ପ ତେଜ ଏତିକି ପ୍ରାର୍ଥନା ।
ବୋଇଲେ ଏତିକି ଖାଲି ତହୁଁ ନୃପଦାରା,
‘‘ହୋଇଗଲେ ଚନ୍ଦ୍ର ଅସ୍ତ ରହଇ କି ତାରା ?
ତେଜିଣ ଶରୀରୁଁ ସର୍ପ ପ୍ରାଚୀନ କଞ୍ଚୁକ,
ପୁନର୍ଗ୍ରହଣରେ ତାହା ହୁଏ କି ଇଚ୍ଛୁକ ?’’
ବଚନ ଭଙ୍ଗୀରୁ ବୁଝି ସଂକଳ୍ପ ଦୃଢ଼ତା,
ଭାବି ମନେ ପରିକରେ ଭାବୀ ରାଜା କଥା;
ରାଣୀଙ୍କୁ ଗୃହରେ ରଖି କିଳିଣ କପାଟ,
ରୋଧିଦେଲେ ତାହାଙ୍କର ମନୋରଥ ବାଟ ।
ମାତ୍ର ଭବିତବ୍ୟେ ବାଟକେ ରୋଧିବ କାହିଁ,
ଅନ୍ଧି ସନ୍ଧି ନ ଥିଲେ ହେଁ ପଶେ ସେ ଝସାଇ ।
ନିୟତି ଅଦ୍ଭୁତ ଚୋର ଆସି ଅଦର୍ଶନେ,
ଅତର୍କିତେ ସିଦ୍ଧ କରେ ସ୍ୱାଭୀଷ୍ଟ ବହନେ ।
ପଶିପାରେ ଅଦୃଶ୍ୟେ ସେ ଜଉମୁଦା ଘରେ,
ତାହାର ଅଭେଦ୍ୟ ସ୍ଥାନ ନାହିଁ ଚରାଚରେ ।
ବନ୍ଧୁଗଣ କେତେକ୍ଷଣ ପରେ ଦ୍ୱାର ଫେଇ,
ଦେଖିଲେ ଶାୟିତା ତଳେ ମୃତା ମହାଦେଈ ।
ଭାବିଲେ ବାଞ୍ଚିତ ଯାର ଅନାମୟ ସ୍ଥଳ,
ରୋଧିବା ପ୍ରୟାସ ତାକୁ ବିଫଳ କେବଳ ।
ଧନ୍ୟ ଏ ବେନିଙ୍କ ପ୍ରେମ ପବିତ୍ର ସ୍ୱର୍ଗୀୟ,
ନରରୂପେ ଭୁଞ୍ଜୁଥିଲେ ପ୍ରକୃତ ଅମିୟ ।
ଥିଲେ ସିନା ବେନି ଜନେ ବେନିଙ୍କର ତୁଲ,
ଏକବୃନ୍ତେ ଫୁଟିଥିଲା ଆହା ଯୁଗ୍ମଫୁଲ !
ନିଶ୍ଚେ ଏ ବିନିଏ ସ୍ୱର୍ଗ ଅମର ଅମରୀ,
ଶାପ ହେତୁ ମର୍ତ୍ତ୍ୟପୁରେ ଥିଲେ ଅବତରି ।
ଏଥୁଅନ୍ତେ ପରିଜନେ ବେନି ଶବ ବହି,
ରାଜ-ଉପଚାରେ ଦେଲେ ଶ୍ମଶାନରେ ଦହି ।
ଶ୍ମଶାନ ମଧ୍ୟରେ ଅଛି କୁଣ୍ଡ କ୍ଷୁଦ୍ରାକାର,
ସେହିଠାରେ ବେନି ତନୁ ହେଲା ଭସ୍ମସାର ।
କରୁଛନ୍ତି ଦୁହେଁ ତହିଁ ଅଖଣ୍ଡ ବିଶ୍ରାମ,
ଅବଧି ଧରେ ସେ ଖାତ ସତୀକୁଣ୍ଡ ନାମ ।
ଧାର୍ମିକ ଗୁଣଜ୍ଞ ଧୀର ମହାତ୍ମା କେଶବ,
ସୂକ୍ଷ୍ମଦର୍ଶୀ ବିଚକ୍ଷଣ ପରମ ବୈଷ୍ଣବ ।
ଏକହସ୍ତେ ରତ ତାଙ୍କ କର୍ତ୍ତବ୍ୟ ସାଧନେ,
ଆନ ନିୟୋଜିତ ଥିଲା ଧନ ବିତରଣେ ।
ନିଜେ ବଡ଼ ଥାଇ ବଡ଼ ଗଢ଼ୁଥିଲେ ନିତି,
ବଡ଼ପଣର ଏ ସିନା ଶାଶ୍ୱତୀ ସୁରୀତି ।
ଦରିଦ୍ର ଦାରିଦ୍ର୍ୟ ଦାନେ କରୁଥିଲେ ଲଘୁ,
ନିତ୍ୟଦାନବ୍ରତ ଯଥା ପୂର୍ବେ ଥିଲେ ରଘୁ ।
ସେ ନୃପ-ମୌଳି-କିରୀଟ-କୋହିନୂର-ହୀର,
ଛନ୍ତି ଏ ଶ୍ମଶାନେ ତେଜି ଅଚିର ଶରୀର ।
ପ୍ରାତଃସ୍ମରଣୀୟ ରାଜକବି ଦୀନବନ୍ଧୁ,
ସୁରଙ୍ଗୀ-ଗୌରବ-ରବି ସର୍ବଜନ ବନ୍ଧୁ ।
ମନସ୍ୱୀ, ତେଜସ୍ୱୀ, ବିଜ୍ଞ, ଅତୁଳ ଯଶସ୍ୱୀ,
ଆଜୀବନ ସାରସ୍ୱତ-ଆଶ୍ରମ ତପସ୍ୱୀ ।
ଉଦାସୀନ ଭାବେ କରି ରାଜଲକ୍ଷ୍ମୀ ପୂଜା,
ପ୍ରାଣମଧ୍ୟେ ପୂଜୁଥିଲେ ଦେବୀ ଶ୍ୱେତଭୁଜା ।
ନ ବସି ସେ ରାଜାସନେ ମହାର୍ହ ତଳପେ,
ଉପବିଷ୍ଟ ଥାନ୍ତି ସଦା ବାଗ୍ଦେବୀ ମଣ୍ଡପେ ।
ଭକ୍ତକବି ଭକ୍ତିରସେ ରଚିଛନ୍ତି ଗ୍ରନ୍ଥ,
ସେହି ଭକ୍ତିଠାରୁ ସିନା ଘେନି ଶୁଭ ସନ୍ଥ ।
ମିଶିଗଲା ଏ ଶ୍ମଶାନେ ତାଙ୍କ ପୁଣ୍ୟତନୁ,
ମିଶିଯାଏ ରବିକରେ ଯଥା ଶକ୍ରଧନୁ ।
କାହିଁଗଲ ହେ ସୁରଙ୍ଗୀ-ଗୌରବ-କେତନ,
ଉତ୍କଳ ଭାରତୀଙ୍କର ସ୍ନେହାସ୍ପଦ ଧନ ।
ଉଠୁ ନାହିଁ କିପାଁ ଆଉ ତୁମ୍ଭ ବଂଶୀସ୍ୱନ,
କବିକର୍ଣ୍ଣ-ରସାୟନ ହୃଦ-ସମ୍ମୋହନ ।
ରହିବାରୁ କୀଟଦଷ୍ଟ ହୋଇ ଗ୍ରନ୍ଥ ସର୍ବ,
କ୍ଷୁବ୍ଧ ମନେ ତେଣୁ କି ହେ ରହିଛି ନୀରବ ?
ନ କର ନ କର କବି ଚିନ୍ତା ସେଥିପାଇଁ,
ଉନ୍ନତିର ଶୁଭଦିନ ଆସୁଅଛି ଧାଇଁ ।
ତୁମ୍ଭ କୁଳେ ଚନ୍ଦ୍ରରୂପେ ଚନ୍ଦ୍ର ଚୂଡ଼ାମଣି,
ଉଇଁଲେଣି ମହାମନା ନୃମଣି ଅଗ୍ରଣୀ ।
ତାଙ୍କ ଦେହୁ ଜ୍ଞାନ-ରଶ୍ମି ହୋଇ ବିସ୍ତାରିତ,
କରୁଛି ଅଜ୍ଞାନ-ତମେ ଦେଶୁ ବିତାଡ଼ିତ ।
ପୂର୍ବପୁରୁଷଙ୍କ ଖ୍ୟାତ ସମଜ୍ଞା ୧ ବର୍ଦ୍ଧନେ,
ନିଯୁକ୍ତ ସେ ଅହରହ କାୟବାକ୍ୟମନେ ।
କରିବେ ନିଶ୍ଚୟ ତୁମ୍ଭ ପ୍ରତିଭା ପ୍ରଚାର,
ଆସୁଛି ସେଦିନ, ନାହିଁ ବିଳମ୍ୱ ତାହାର ।
୧- କୀର୍ତ୍ତି ।
ଧନ୍ୟ ରାଜକବି ତବ ଲେଖନୀ କ୍ଷମତା,
ନୁହଇ ଲେଖନୀ ତାହା କାବ୍ୟ-କଳ୍ପଲତା ।
ତାହା ବଳେ କରିଗଲେ ହେ ନୃପ ସଞ୍ଚୟ,
ବିପୁଳ ଅକ୍ଷରକୀର୍ତ୍ତି ଭୂତଳେ ଅକ୍ଷୟ ।
ଅଦ୍ଭୁତ କ୍ଷମତା କାବ୍ୟକ୍ଷେତ୍ରେ ପ୍ରଦର୍ଶାଇ,
ଯାଇଅଛ ତୁମ୍ଭେ ଲୋକେ ତୁମ୍ଭଙ୍କୁ ଚିହ୍ନାଇ ।
ତୁମ୍ଭ ଚର୍ମ-ତନୁ ସିନା ହରିଅଛି ବିଧି,
ମାତ୍ର କାବ୍ୟମାଳା ଅଛି ଯୋଗ୍ୟ ପ୍ରତିନିଧି ।
କରିବ ତା’ଯୋଗୁଁ ଦେଶ ଗୌରବନୁଭୂତି,
ଘରେ ଘରେ ହେବ ତବ କାର୍ଯ୍ୟ ଅନୁକୃତି ।
ଆସିବ ସେ ଶୁଭଦିନ ଅଦୁର ଭବିଷ୍ୟେ,
ପୁରିବ ଉତ୍କଳ ତବ ଶିଷ୍ୟ ଉପଶିଷ୍ୟେ ।
ବୁଡ଼ାଇ ଅକ୍ଷୟ ପ୍ରୀତି-ରଙ୍ଗେ କଳ୍ପ-ତୂଳୀ,
ଆଙ୍କି ହୃଦ-ପଟେ ତବ ପବିତ୍ର ପିତୁଳି,
ପୂଜିବେ ସ୍ୱଦେଶବାସୀ ପୁରୁଷାନୁକ୍ରମେ,
ମଣିବେ ସମ୍ଭ୍ରାନ୍ତ ନିଜେ ତୁମ୍ଭରି ସମ୍ଭ୍ରମେ ।
ବୁଝୁଥିଲ ତୁମ୍ଭେ କବି ଏ ଦେହ ପିଞ୍ଜର,
ସତତ ପତନ ପ୍ରାୟ ରୋଗଶୋକ ଘର ।
କାରାରୁଦ୍ଧ ତହିଁ ଆତ୍ମାରୂପୀ ଧୂର୍ତ୍ତ ପକ୍ଷୀ,
ଛିଦ୍ର ପାଇ ଉଡ଼ିଯିବ ପୂର୍ବାବାସ ଲକ୍ଷି ।
ତେଣୁ ତୁମ୍ଭେ ଉପେକ୍ଷିଣ ପ୍ରାକୃତ ବିଷୟ,
ତୋଳୁଥିଲେ ଅପ୍ରାକୃତ କୀର୍ତ୍ତି-ଦେବାଳୟ ।
ରାଜା ତୁମ୍ଭେ, ମାତ୍ର ତବ ହୃଦୟେ ସତତ,
କରୁଥିଲେ ଅନିତ୍ୟତା ବୈରାଗ୍ୟ ରାଜତ୍ୱ ।
ଶ୍ୟାମକିଶୋରଙ୍କ ନାମେ ଖଣ୍ଡଇ ପ୍ରମାଦ,
ପିତୃ ସଦ୍ଗୁଣର ସେହି ସୁଯୋଗ୍ୟ ଦାୟାଦ ।
ପିତୃସମ ସୁବୈଷ୍ଣବ ସୁକବି ତେସନ,
ପରଦୁଃଖେ ଟଳୁଥିଲା ତାଙ୍କ ସିଂହାସନ ।
ବିଷୟ-ସୁଖରେ ରାଏ ଅର୍ପି ଜଳାଞ୍ଜଳି,
ବୈରାଗ୍ୟ-ପ୍ରବାହେ ସଦା ପଡ଼ିଥିଲେ ଢଳି ।
ଅଛନ୍ତି ସେ କର୍ମବୀର ଏହି ଶ୍ମଶାନରେ,
ଭସ୍ମମୟ ରୂପେ ମହା ଭସ୍ମ-ଆସନରେ ।
ଚନ୍ଦ୍ରୁ ଜାତ ଅଂଶୁପ୍ରାୟ ତାହାଙ୍କ କୁମର,
ଶ୍ରୀ ଗୋବିନ୍ଦଚନ୍ଦ୍ର ରାଜ ଶୁଭଗୁଣାକର ।
ଦାକ୍ଷିଣାତ୍ୟ ବହୁ ତୀର୍ଥ କରି ପର୍ଯ୍ୟଟନ,
ତ୍ରିପତି ତୀର୍ଥରେ କଲେ ପ୍ରାଣ ବିସର୍ଜନ ।
ହୋଇଲା ଆନୀତ ତାଙ୍କ ପୁତ ଶବ ସତ୍ତ୍ୱ,
ସେ ସତ୍ତ୍ୱ ଏଠାରେ ସୁଦ୍ଧା ଲଭିଲା ପଞ୍ଚତ୍ୱ ।
ତାହାଙ୍କର ଖୁଲ୍ଲତାତ ଦେବ କ୍ଷତ୍ରିବର,
ସୁକଠୋର ହଠଯୋଗ ସାଧନ ତତ୍ପର ।
ଯାଙ୍କ ଭ୍ରାତୃଭକ୍ତି ସିନ୍ଧୁ ସମାନ ଅଗାଧ,
ଭାତ୍ରାଦେଶେ କଲେ ମହାନାଟକାନୁବାଦ ।
କବି, ଯୋଗୀ, ଆତ୍ମଦର୍ଶୀ, ସେ ମହାପୁରୁଷ,
ଆଶ୍ରିଲେ ଏ ସ୍ଥାନ, ଶେଷ ହୁଅନ୍ତେ ଆୟୁଷ ।
ଶ୍ରୀ ଚୈତନ୍ୟଚନ୍ଦ୍ର ରାଜା ନୃପତି ଅଗ୍ରଣୀ,
ସୁରଙ୍ଗୀ ବକ୍ଷର ଚିର ପ୍ରଗୌରବ-ମଣି ।
ସେ ନୃପତି ହୋଇ ଆହା କାଳର ଅଧୀନ,
ହୋଇଛନ୍ତି ଏ ଶ୍ମଶାନ ଧୂଳିରେ ବିଲୀନ ।
ପୁଣ୍ୟଶ୍ଳୋକ ଶ୍ରୀନୀଳାଦ୍ରିଚନ୍ଦ୍ର ମହାରାଜ,
ଯାହାଙ୍କର କୀର୍ତ୍ତି ବାନ୍ଧି ବସିଛି ସମାଜ ।
ଯହିଁ ଦେଖ ସୁରଙ୍ଗୀରେ ତାହାଙ୍କ କୀରତି,
ଥିଲେ ସେହୁ ଚିରକୀର୍ତ୍ତି ଉପାସକ ଯତି ।
ଜାଣୁଥିଲେ ନାହିଁ ସେହୁ ଦ୍ୱେଷ ହିଂସା କୋପ,
ହୋଇଅଛି ତାଙ୍କ ତନୁ ଏ ଶ୍ମଶାନେ ଲୋପ ।
ଦୁର୍ଜ୍ଜୟ ପ୍ରତାପୀ ଏହି ସର୍ବଗ୍ରାସୀ ସ୍ଥଳୀ,
ଦିଅନ୍ତି ସକଳେ ଏହା ପଦେ ଆତ୍ମବଳି ।
ଭୂପତି କିଶୋରଚନ୍ଦ୍ର ନୀଳାଦ୍ରି ତନୟ,
ଉଦ୍ଯୋଗୀ ପୁରୁଷ ଧୀର ଉଦାର ହୃଦୟ ।
ରୋଗେ ଶୋକେ ତାପେ ମୁଖ ନ କରନ୍ତି ହେଟ,
ପ୍ରିୟକାର୍ଯ୍ୟ ଥିଲା ଯାଙ୍କ ଜୀବନେ ଆଖେଟ ୧ ।
୧-ମୃଗୟା ।
କେବେ ଆଗ୍ନେୟାସ୍ତ୍ର କେବେ ଅଧିକ୍ୟ ୨ଧାରିଣ
ବନେ ବୁଲି ବିନ୍ଧୁଥିଲେ ଶମ୍ୱର ହରିଣ ।
ଏକପତ୍ନୀବ୍ରତ ସେହି ଗୃହସ୍ଥ ସନ୍ନ୍ୟାସୀ,
ଅକାଳେ ବିଲୀନ ହେଲେ ଏ ଶ୍ମଶାନେ ଆସି ।
୨-ଗୁଣଯୁକ୍ତ ଧନୁ ।
ମାତ୍ର ପୂର୍ବୁଁ ଆସିଥିଲେ ତାଙ୍କ ଧର୍ମଜାୟା,
ଉପେକ୍ଷି ଭଙ୍ଗୃର ଭବେ ସେ ଭବର ମାୟା ।
ଚାହିଁ ବସିଥିଲେ ସତୀ ପତି-ଆଗମନେ,
ରହିଲେ ଉଭୟେ ଏଥି ଅଖଣ୍ଡ ମିଳନେ ।
ଚତୁର୍ଥ ସର୍ଗ
-ବଙ୍ଗଳାଶ୍ରୀ-ସୁରଙ୍ଗୀ ପଶ୍ଚିମେ ନୂଆଗଡ଼ ନାମେବିଦିତ ପ୍ରାଚୀନ ଦୁର୍ଗ,ଉଡ଼ାଉଣ ଥିଲା ସମଜ୍ଞା-କେତନଯାହାର ଅତିତ ଯୁଗ ।ସୌନ୍ଦର୍ଯ୍ୟ, ସମ୍ପଦ ସୌଭାଗ୍ୟ ସମୟେଥିଲା ସେହୁ ରାଜଧାନୀ,ଅନିତ୍ୟ ସେ ସର୍ବ, ତୁଟିଯାନ୍ତେ ଏବେହୋଇଅଛି ଅରଣ୍ୟାନୀ ।ଏ ସଂସାର ମଧ୍ୟେ ଭବିତବ୍ୟାଧୀନନୁହନ୍ତି ଜୀବେ କେବଳ,ଆଉ ଆନ କଥା ଜଡ଼ ପଦାର୍ଥରଅଛି ସୁଦ୍ଧା ଭାଗ୍ୟବଳ ।ନିତ୍ୟ ପରିବର୍ତ୍ତ ଘଟୁଛି ଯା ଭବେଭାଗ୍ୟ ସିନା ତାର ମୂଳ,ଆଣିଦିଏ ସେହୁ ସୁଖେ ଦୁଃଖେ ହୋଇଅନୁକୂଳ ପ୍ରତିକୂଳ ।ରଚିଥିଲା ଯେଉଁ ଭାଗ୍ୟ, ଦୁର୍ଗେ କରିସୁନ୍ଦରଠାରୁ ସୁନ୍ଦର,ଭର୍ଣ୍ଣାନାଭ ପ୍ରାୟ ହରିଲା ତା ଶୋଭାପୁଣି ସେ ଭାଗ୍ୟ-ତସ୍କର ।ରାଜଭବନର ଚିହ୍ନ ବର୍ଣ୍ଣ ଏବେଦିଶୁ ନାହିଁ କିଛି କାହିଁ,ସୌଭାଗ୍ୟ ସଙ୍ଗତେ ଅସ୍ତିତ୍ୱ ତାହାରନେଇଛି କାଳ ଭସାଇ ।ଏହିପରି ପଥ ଘାଟ, ଦେବାଳୟମଣ୍ଡପ ଆଗାର ରାଜି,ହୋଇଅଛି କ୍ଷତ- ବିକ୍ଷତ ଶରୀରମହାକାଳ-ବାତ୍ୟା ବାଜି ।ଯେଉଁ କାଳ ଗଢ଼େ ସେହିକାଳ ଭାଙ୍ଗେଭଙ୍ଗା ଗଢ଼ା ତାର ରୀତି,ଯେତେ ଭାଙ୍ଗୁଅଛି ତେତିକି ପୁଣି ସେଗଢ଼ୁଅଛି ନିତି ନିତି ।କରିଯାଉଅଛି ତାହା କାର୍ଯ୍ୟ ସେହୁନ ରଖି କାହା ପ୍ରତୀକ୍ଷା,ଘଟଣା ବ୍ୟାଜରେ ଗୋପନେ ପ୍ରଚାରିଆଧ୍ୟାତ୍ମିକ ମହାଦୀକ୍ଷା ।ନୂଆଗଡ଼ ପୂର୍ବେ ମହାରଣ୍ୟ ଭେଦିଚାଲନ୍ତି ଯାଉଁଳୀ ନଦୀ,ଗମନ୍ତି କି ଆହା ସନ୍ନିଧି ଲଭିଣକଳିନ୍ଦଜା ୧ ବିଷ୍ଣୁପଦୀ ୨ ।୧-ଯମୁନା ନଦୀ । ୨-ଗଙ୍ଗା ।କିମ୍ୱା ଧରାକଣ୍ଠେ ରଜତନିର୍ମିତଦୋସରି ମୋହନ ମାଳ,ଅବା ଖେଳି ଖେଳି ଚାଲିଛି କି ଆହାବ୍ୟାଳ ସଙ୍ଗେ ଆନ ବ୍ୟାଳ ।ନାହିଁ ତାହାଙ୍କର ତର୍ଜନ ଗର୍ଜନନର୍ତ୍ତନ ବା ଉଲ୍ଲମ୍ଫନ,ଅବା ତଟପ୍ଳାବୀ ଭଙ୍ଗୁର ତରଙ୍ଗଭଉଁରୀ ଭୀମ ଘୂର୍ଣ୍ଣନ ।କରନ୍ତି ଉତ୍ସାହ- ଉଦ୍ୟମବିହୀନପରାଏ ମନ୍ଥର ଗତି,ତୋଳନ୍ତି ଇଙ୍ଗୁଦୀ ଫଳ ତୀରବନୁଁହରଷେ ବନ୍ୟ ଯୁବତି ।ଠାବେ ଠାବେ ତୀରେ ଖର୍ଜ୍ଜୁର ପାଦପେଝୁଲଇ ବାୟା କୁଲାୟ,ଭିକ୍ଷା ଝୁଲି କାନ୍ଧେ ଧରି ଉଭା କିବାଭିକ୍ଷାଜୀବୀ ଶୀର୍ଣ୍ଣକାୟ ।ବେନି ତଟିନୀର ସଙ୍ଗମ ପ୍ରଦେଶନିର୍ଜନ ମହାନିସ୍ତବ୍ଧ,ବେଳେ ବେଳେ ଶୁଭେ ନଦୀପଠାଚାରୀମହିଷର ଟିପାଶବ୍ଦ ।ସଙ୍ଗମ ସ୍ଥାନରେ ତ୍ରିକୋଣାକୃତିରେବିରାଜିତ କ୍ଷୁଦ୍ର ଦ୍ୱୀପ,ତହିଁ ପରେ ଶୋଭେ ଦକ୍ଷିଣ କବାଟ ୩ଶାଳ୍ମଳୀ, ଇଙ୍ଗୁଦୀ, ନୀପ ।୩-ବୃକ୍ଷବିଶେଷଦର୍ଶନ ମାତ୍ରେ ତା’ ପୁରାଣବର୍ଣ୍ଣିତଶାଳ୍ମଳୀ ଦ୍ୱୀପର କଥା,ଅଯାଚିତ ଭାବେ ହୃଦୟ ମଧ୍ୟରେଉଦିତ ହୁଏ ସର୍ବଥା ।ଉତ୍ତର ଦିଗରେ ସମାଧିସ୍ଥ ଋଷିପରାଏ ଋଷିପର୍ବତ,ଭେଦିଣ ବିଶାଳ ନୀଳ ନଭସ୍ତଳତୋଳିଛି ଶିର ଉନ୍ନତ ।ସର୍ବଗ୍ରାସୀ କାଳ କୁଟିଳ ହାସ୍ୟକୁନ କରି ଭ୍ରୁକ୍ଷେପ ଗିରି,ଯୁଗଯୁଗାନ୍ତରୁ ରହି ପ୍ରକାଶୁଛିଅବଧି ପାର୍ଥିବ ଶିରୀ ।ସ୍ତରେ ସ୍ତରେ ରହି ପ୍ରକାଶେ କାନନ-ମାଧୁରୀ ଶ୍ୟାମାୟମାନ,ଦୂରୁ ଦିଶେ ଯଥା ରହିଛି ବିସ୍ତୃତଡ଼ୋରିଆ ନୀଳ ବିତାନ ।ପ୍ରତୀଚୀ ଦିଗରେ ରହି ବିଲମ୍ୱିତକାଙ୍ଗୁଦେଈ ଗିରିମାଳ,ବିସ୍ତାରି ଅସଂଖ୍ୟ ଶାଖା ଉପଶାଖାଚୁମ୍ବୁଅଛି ଚକ୍ରବାତ ।ଅସ୍ତାଦ୍ରି ଜିଗ୍ମିଷୁ ୪ ଦେବ ବିଭାବସୁବସି ଏ ପର୍ବତ ଶିରେ,କମଳିନୀ ଧୈର୍ଯ୍ୟ ସହ ଓଟାରନ୍ତିବିକ୍ଷିପ୍ତ ମୟୁଖେ ଧୀରେ ।୪-ଗମନେଚ୍ଛୁକ ।ଅଦ୍ଭୁତ ମହିମା- ମୟୀ କାଙ୍ଗୁଦେଈସେ ଅଚଳ ଅଧିଦେବୀ,ଘୋର ଅବଗ୍ରହେ ଲଭନ୍ତି ସଲିଳକୃଷକେ ତାହାଙ୍କୁ ସେବି ।କାଠୁରିଆକୁଳ କୁଠାର ଶବଦଅନୁକାରୀ ବାଟଛାପି ୫,ଉଚ୍ଚେ କରେ ଶବ୍ଦ ଗିରିବନେ ଘନପତ୍ର-ଅନ୍ତରାଳେ ଛାପି ।୫- କପୋତାକାର ପକ୍ଷିବିଶେଷ ।କାଷ୍ଠଜୀବୀଙ୍କର କୁଠାର ଶବଦମଣି ତାକୁ ମହାବଳ,ଆଶାନ୍ୱିତ ମନେ ଆସି ଉପସ୍ଥିତହୁଏ ସେଠାରେ ଚଞ୍ଚଳ ।ତହୁଁ ଧୂର୍ତ୍ତ ଖଗ ଅନ୍ୟତ୍ର ଯାଇଣକରେ ଶବ୍ଦ କାଠହଣା,ଏହିରୂପେ ସଦା କରି ବୁଲୁଥାଏମହାବଳେ ପ୍ରତାରଣା ।ବୁଦ୍ଧିବଳ ସନା ବାହୁବଳ ଆଦିସକଳ ବଳକୁ ବଳେ,ସେ ବଳେ ନଗଣ୍ୟ କ୍ଷୁଦ୍ର ପକ୍ଷୀ କରେପରାଜୟ ମହାବଳେ ।ଦକ୍ଷିଣ ଦିଗରେ ବହେ କେର ନଦୀ ୧ବିଷମ ଶିଳା-ଶେଯରେ,କାହିଁ ବ୍ୟଗ୍ରେ ଗୌଣେ କାହିଁ ବା ସଳଖେକାହିଁ ବକ୍ରଗତି ଧରେ ।୧- ଏହି ଅଂଶରେ ବାହୁଦା ନଦୀ କେର ନଦୀ ନାମରେ ଅଭିହିତ ।ଗୋପନେ ଗୋପନେ ବହେ କାହିଁ ଭେଦିନୀରନ୍ଧ୍ର ବଂଶ ଅଟବୀ,ସୁର-ପର ହର ଜଟାଜୁଟେ ଯଥାପ୍ରଚ୍ଛନ୍ନେ ବହେ ଜାହ୍ନବୀ ।ତୁଙ୍ଗ ବଡ଼ଗଭା ଏଲଗଲ ଗିର ୨ମଧ୍ୟେ ଏଲଗଲ ଗଣ୍ଡ,ଛୁଇଁ ନାହାନ୍ତି ସେ ସ୍ଥାନକୁ ଅବଧିକିରଣ-ଦଣ୍ଡେ ମାର୍ତ୍ତଣ୍ଡ ।୨- ବତଗଭା ଏବଂ ଏଲଗଲ ସ୍ୱନାମପ୍ରସିଦ୍ଧ ପର୍ବତଦ୍ୱୟ ।ବେନି ତୀରେ ବେନି ଦୁରାରୋହ ଗିରିଟେକିଛନ୍ତି ଉର୍ଦ୍ଧ୍ୱେ ଶିର,ମଧ୍ୟେ ଅପ୍ରଶସ୍ତ ତରଙ୍ଗିଣୀ ଶଯ୍ୟାପାତାଳ ପ୍ରାୟ ଗଭୀର ।ବିଜନ ଭୀଷଣ ଚିର ଅନ୍ଧାରିତକେର ନଦୀର ସେ ଖଣ୍ଡ,ଚିତ୍ରୋତ୍ପଳାଗର୍ଭେ ବିରାଜିତ ଯଥାରୁଦ୍ର ସପ୍ତକୋଶୀ ଗଣ୍ଡ ।ଦେଖି ସେ ସ୍ଥାନର ଭୀମକାନ୍ତ ଦୃଶ୍ୟଅପୂର୍ବ ତରଙ୍ଗାୟିତ,ଅପ୍ରତ୍ୟାଶପୂର୍ବ ଭାବାବେଶେ ହୁଏହୃଦ-ସିନ୍ଧୁ ଉବ୍ଦେଳିତ ।ପରଶ ମାତ୍ରେ ସେ ଅମର-ବାଞ୍ଚିତପୂତ ଅପାର୍ଥିକ ସ୍ଥାନ,ସଂସାରର ସତ୍ତା ମାନବ ଅସ୍ମିତାଭବେ ଖରେ ଅନ୍ତର୍ଦ୍ଧାନ ।ସ୍ୱର୍ଗେ ବା ବୈକୁଣ୍ଠେ କିମ୍ୱା ସୁଖମୟଅଜ୍ଞାତ ଧାମେ ଆସିଛି,ସେ ଶାଶ୍ୱତ ସ୍ଥାନେ ବସିଥିବା ଯାଏବାରି ହୁଏ ନାହିଁ କିଛି ।ଶୋକତାପ-ଦଗ୍ଧ ଦ୍ୱନ୍ଦ-କଳୁଷିତସଂସାର ଘୋର ଗହନ-ମଧ୍ୟରେ ସେ ସ୍ଥାନ ଶୁଭ୍ର ସୁଶୀତଳଶାନ୍ତିସୁଖ-ନିକେତନ ।ରଜତମ ନାଶି ସତ୍ତ୍ୱେ ପରକାଶେଧନ୍ୟ ସେ ସ୍ଥାନ ପ୍ରଭାବ,ଆଜନ୍ମ ନାସ୍ତିକ ହୃଦେ ଆଣିପାରେପଲକେ ଆସ୍ତିକ ଭାବ ।ଭୀଷଣ ପ୍ରଦେଶ, ସେ ଭୀଷଣତାକୁନିସର୍ଗ ଶୋଭା ସର୍ବଥା,ଆଚ୍ଛାଦି ରଖିଛି ଗୂଢ଼ ଆବରଣେକମଳେ କମଳ ଯଥା ।ଅଦୃଷ୍ଟ ଅଶ୍ରୁତ ସେ ମହା ସୁଷମାଉପମା ଉତ୍ପ୍ରେକ୍ଷାହୀନ,ବଡ଼ଶୀ ପ୍ରାୟେ ସେ ଆତର୍କିତ ଭାବେଟାଣି ଧରେ ମନ-ମୀନ ।ଚିର ଦୁଃଖୀ ନର- ନୟନ-ସଙ୍ଖାଳିସେ ଦୁଃଖପାସୋରା ସ୍ଥଳ,ଦୁଃଖୀ ଲୋଡ଼େ ସିନା ନିକାଞ୍ଚନ, ତେଜିସଂସାର ଘୋର ଗହଳ ।କବି ପକ୍ଷେ ତାହା ସାରସ୍ୱତ କୁଞ୍ଜଯୋଗୀ ନେତ୍ରେ ତ୍ରିପିଷ୍ଟପ,ରସିକ ପକ୍ଷରେ ବିଳାସ ଭଣ୍ଡାରଭାବୁକ କଳ୍ପପାଦପ ।ବନ୍ଧୁର ଉପଳ- ଶେଯେ ଜଳସ୍ରୋତବହିଯାଏ କଳକଳି,ପୃଥୁଳେ ତାହାକୁ ବହୁ କଳକଣ୍ଠବିହଗକୁଳ କାକଳି ।ଉଠୁଥାଏ ସଦା ସେ ବିପୁଳ ସ୍ୱରପ୍ରଭାତେ କିବା ପ୍ରଦୋଷେହେଉଛି କି ନାନା ବାଦିତ୍ର ବାଦିତଗମ୍ଭୀର ସ୍ନିଗ୍ଧ ନିର୍ଘୋଷେ ।ଠାବେ ଠାବେ ରହି ସ୍ରୋତମୁଖେ ଶିଳାସୃଜୁଛି ବହୁ ପ୍ରବାହ,ଗଣ୍ଡ ମଧ୍ୟେ ଅବା ମୁଣ୍ଡ ଟେକିଛନ୍ତିବିକଟ ଭୀଷଣ ଗ୍ରାହ ।କାହିଁ ସ୍ରୋତ ଛିନ୍ନ କହିଁ ବା ସଂଯୁକ୍ତସଜିତ କାହିଁ ତ୍ରିବେଣୀ,କାହିଁ ପଞ୍ଚନଦ କାହିଁ ଉପନଦୀକାହିଁ ଶାଖାନଦୀଶ୍ରେଣୀ ।କାହିଁ ଅବା ଶିଳା- ସଂରୁଦ୍ଧ ପ୍ରବାହଅପ୍ରଶସ୍ତ ଛିଦ୍ର ଦେଇ,ପ୍ରପାତ ଆକାରେ ଝର୍ଝର ଆରବେପଡ଼ୁଛି ତଳକୁ ଡ଼େଇଁ ।ଜଳଦେବୀଙ୍କର ସଦା ଲୋଳାୟିତରଜତ ରସନା ପରି,ବୁଲୁଥାନ୍ତି ଖେଳି ଜଳେ ଇତସ୍ତତଃଚଞ୍ଚଳେ ବହୁ ଶଫରୀ ।ସୁନ୍ଦର ବର୍ତ୍ତୁଳ ଚିକ୍କଣ କର୍କରାଯାଏ ସ୍ରୋତେ ଗଡ଼ି ଗଡ଼ି,ଶାଳଗ୍ରାମକୁଳ ରଚନ୍ତି କି ଜଳ-କେଳି ହୋଇ ଜଡ଼ାଜଡ଼ି ।ସ୍ରୋତ ଧାରେ ଧାରେ ମାଡ଼ିଛି ଗହଳେଧବଳ ଶୈବାଳ ଲଟା,ଜରତୀ ତଟନୀ ବିସ୍ତାରିଅଛି କିପକକେଶରଚୀ ଜଟା ।ଇଜ୍ଜ୍ୱଳ, କରଞ୍ଜ, ଉଡ଼ୁମ୍ୱର, ଜାମ,ବକୁଳ, ହରିଡ଼ା, ବେଲ,ଯଜାଙ୍ଗ ସଙ୍ଗତେ ପାଣି କନିଅରହୋଇଛନ୍ତି ତହିଁ ମେଳ ।ଶାଖେ ଶାଖେ ଛନ୍ଦି ଗଣ୍ଡ ପରେ ଟାଣି-ଅଛନ୍ତି ପତ୍ର-ଚାନ୍ଦୁଆ,ନିର୍ଭୟରେ ତହିଁ ରାବୁଥାନ୍ତି ବସିମଧ୍ୟାହ୍ନରେ ଶୁକ ଶୁଆ ।ବକ, ମତ୍ସ୍ୟରଙ୍କ ଆଦି ଖଗବର୍ଗତହିଁରେ ଚିର ଅତିଥି,ଡାହୁକ, ଟିଟ୍ଟିଭ ଡ଼ମ୍ୱବାଉ, ପାରା,ବିହରନ୍ତି ବୀଥି ବ୍ୟଥି ।ଏକେ ତ ସ୍ୱଭାବ- ଶୀତଳ ସେ ସ୍ଥାନଦୁଯେ ତହିଁ ଗନ୍ଧବହ,ବହେ ମନ୍ଦେ ମନ୍ଦେ ଦୂର ବନସ୍ଫୁଟଚମ୍ପା ପରିମଳ ସହ ।ଅଗାଧ ଗଭୀର ସେ ଗଣ୍ଡଦର୍ଶନେଏ ଭାବ ହୁଏ ଭଦ୍ରେକ,ଏହିପରି ସିନା ଚନ୍ଦ୍ରଚୂଡ଼ାମଣିନୃପତି ବୁଦ୍ଧି ବିବେକ ।ହେ ନୃପ ଅଗ୍ରଣି, ଚନ୍ଦ୍ରଚୂଡ଼ାମଣିମହାଯଶା ସଦାଶୟ,ଗଣ୍ଡଜଳ ସମ ସ୍ୱଚ୍ଛ ସୁନିର୍ମଳଶୀତଳ, ତବ ହୃଦୟ ।ତବ ରାଜ୍ୟେ ଏହି ମହାଦୃଶ୍ୟ, କ୍ଷୁଦ୍ରେକରିପାରେ ମହୀୟାନ,ନ ହେବ ତୁମ୍ଭର ହୃଦୟ ମହତକିପାଇଁ ହେ ମତିମାନ !ଭାଗ୍ୟଦର ତୁମ୍ଭେ, ପ୍ରକୃତି ତୁମ୍ଭଙ୍କୁକରିବା ପାଇଁ ଭବିନ ୧ଦେଖାଉଛି ସିନା ତବ ନେତ୍ରେ କୃତିଏ ଶୋଭା ନିତ୍ୟ ନବୀନ ।୧- କବି, କାବ୍ୟକର୍ତ୍ତା ।ଇଜ୍ଜ୍ୱଳ ସୁମନ ଦୋଦୁଲ୍ୟ ସ୍ତବକଗଣ୍ଡଜଳେ ପ୍ରତିଫଳି,ସିନ୍ଧୁଗର୍ଭ ସ୍ଥିତ ପ୍ରବାଳ ଲତିକାଶୋଭାକୁ ଦିଅଇ ଦଳି ।ଅବା ସିନ୍ଧୁଗର୍ଭେ ଗୁପତେ ବହୁଛିବାଡ଼ବ ଅନଳଧାରା,ଅଥବା ଚହଟେ ଘନ ଅନ୍ତରାଳୁରଙ୍ଗ ଶମ୍ପା ଘନଦାରା ।ନୀଳିମା ବର୍ଦ୍ଧନ କରିଅଛି କାହିଁହରୀତକୀ ପଡ଼ି ପୟେ,ତାରକିତ କାହିଁ କରିଛନ୍ତି ଜଳେଅରଣ୍ୟ କୁସୁମଚୟେ ।କାହିଁ ଅବା ଜଳେ ଭାସେ ଅଗଣିତକୁମ୍ଭାକୃତି କୁମ୍ଭୀଫଳ,ଫଳାହାର ବ୍ରତୀ ଅଜିନପତ୍ରର ୨ଅଟେ ଯା ପ୍ରିୟ ସମ୍ୱଳ ।୨- ବାଦୁଡ଼ି ।ସ୍ୱଭାବ-ନିଃଶଙ୍କ କରକଟରଙ୍କଶବର ଜାତି ଶିଶୁଏ,ଗଣ୍ଡ ଖୋଲେ ପଶି ବିକ୍ରମ ପ୍ରକାଶିଚିପନ୍ତି ବସି କାଦୁଏ ।ଶିକାର ଆଶରେ ବୁଲୁଥାନ୍ତି ତହିଁସ୍ଥାନେ ସ୍ଥାନେ ବନ୍ୟ ଜାତି,ଧରି କରେ ରୌପ୍ୟ ସନ୍ନିଭ ଭାସୁରତୀକ୍ଷ୍ମ ପଶୁଘାତୀ କାତି ।ବିଶୁଦ୍ଧ ଗନ୍ଧନା- କାଷ୍ଠ ସଂଘର୍ଷଣେ ୩ଉତ୍ପାଦି ଅଗ୍ନିକଣିକା,ଟାଣି ନେଉଥାନ୍ତି ବେଳେ ବେଳେ ତହିଁସଂଯୋଗି ବିଶାଳ ପିକା ।
୩- ଏହା ଅଗ୍ୟାବଥୁ ବୃକ୍ଷ । ତୈଲଙ୍ଗୀୟମାନେ ଏହାର ଶାଗ ଭକ୍ଷଣ କରନ୍ତି । ଶୁଷ୍କ ଗନ୍ଧନା କାଷ୍ଠ ଘର୍ଷଣରେ ଅଗ୍ନି ଉତ୍ପାଦିତ ହେଉଥିବାର ଲେଖକଙ୍କର ପ୍ରତ୍ୟକ୍ଷୀଭୂତ ହୋଇଅଛି ।
ଚିର ଛାୟାଯୁକ୍ତ ଭବ ମାୟାମୁକ୍ତସେ ସ୍ଥାନ ବୈକୁଣ୍ଠୋପମ,ନିଦାଘ ମଧ୍ୟାହ୍ନେ ଦର୍ଶକର ତହିଁଉପୁଜେ ପ୍ରଭାତ-ଭ୍ରମ ।ଏଲଗଲ ଗିରି ନିବାସୀ ଅନ୍ତ୍ୟଜ-ଶବର କନ୍ଧ ଜାତିର,ଶରୀରେ ସଞ୍ଚାରେ ସେ ଗଣ୍ଡ ସଲିଳବିଶୁଦ୍ଧଧାର ରୁଧିର ।ବନ୍ୟ ଫଳମୂଳ ଗଣ୍ଡ ଜଳ ବିନାଅରଣ୍ୟ ବର୍ବରଗଣେ,ନ ଚିହ୍ନନ୍ତି କିଛି ପୁଣି ରାଜା ଭିନ୍ନକାହାକୁ ମର ଭୁବନେ ।ପର୍ବତ ଉପରେ କରିଣ କର୍ଷଣକରନ୍ତି ବିବଧ ଚାଷ,ପରିଶ୍ରମ ତାଙ୍କ ଜୀବନର ବ୍ରତପରିଶ୍ରମର ସେ ଦାସ ।ମୋଟା ଭାତ, ମୋଟା ଲୁଗାରେ ତାଙ୍କରକଟିଯାଏ ସୁଖେ ଦିନ,ନ ଧରନ୍ତି ଭ୍ରମେ ବାହ୍ୟ ପରିପାଟୀନବ୍ୟ ସଭ୍ୟତାର ଚିହ୍ନ ।ସୁଖ ନାମେ ଯାହା ଅଭିହିତ ତାହାଭୁଞ୍ଜନ୍ତି ସେହୁ ମହୀରେ,ଦୁର୍ଲ୍ଲଭ ଯେ ସୁଖ ରାଜହର୍ମ୍ୟେ ତାହାସୁଲଭ ତାଙ୍କ କୁଟୀରେ ।ବର୍ଣ୍ଣିବି ରେ ଗଣ୍ଡ କି ଭାଷାରେ ତୋତେଖୋଜି ଖୋଜି ପାଉ ନାହିଁ,ତୋ ଗୁଣ ବର୍ଣ୍ଣନା ଉପଯୁକ୍ତ ଶବ୍ଦମାତୃଭାଷାରେ ବା କାହିଁ ?ନଗଣ୍ୟ ଲେଖନୀ- କ୍ଷମତା ଆବରନ ଗଣ୍ୟ ନରକ୍ଷମତା,ତୋ ମହିମା ସହ ତୁଳନାରେ ତାଳସହ ସେ ତିଳ ସର୍ବଥା ।ତୋ ଦର୍ଶନେ ନୀଚ ହୃଦୟହୀନରତୁଟଇ ମୋହ ଦୁରାଶା,ତୁଟିଯାଏ ଯଥା ପତନ ଆଘାତେମୂଷଳୀ ମହାପିପାସା ୧ ।୧- ଝିଟିପିଟି । ଏହାକୁ ତୃଷା କଲା ସମୟରେ ଏ ଉପରୁ ଖସିପଡ଼େ, ତାଦ୍ଦ୍ୱାରା ଏହାର ତୃଷା ଦୂର ହୁଏ ।କି ବର୍ଣ୍ଣିବି ତୋର ଗୁଣ, ସାରସ୍ୱତରସନାକୁ ତାହା ବଳେ,ତୋ ଦର୍ଶନ ମାତ୍ରେ ନର ମମକାର ୨ବୁଡ଼ିଯାଏ ତୋର ଜଳେ ।୨-‘ମୋର ଧନ’, ‘ମୋର ପୁତ୍ର’ ଇତ୍ୟାଦି ଭାବି ।ମହାତୀର୍ଥ ହୋଇ ରହିଅଛୁ ଆସିନର-ନେତ୍ର ଅଗୋଚରେ,କେ କହିବ ବିଧି ବିହିଲା କିପାଇଁଏ ଶାପ ତୋହ ଭାଗ୍ୟରେ ।ତୋ ଗର୍ଭ ବିସ୍ତୃତ ପ୍ରସ୍ତର ବିତାନସଙ୍ଗତେ ରତ୍ନଖଚିତ-ଦନ୍ତାବଳ ଦନ୍ତ ଭଦ୍ରାସନ ନୁହେଁସହସ୍ର ଅଂଶେ ତୁଳିତ ।ପ୍ରସ୍ତର ନୁହେଁ ସେ ସୁଖାମୃତମୟଶାଶ୍ୱତ ଶାନ୍ତି ମଣ୍ଡପ,ଶାନ୍ତିଦେବୀ ତହିଁ ବସି ନିର୍ଜ୍ଜନରେଆଚରନ୍ତି ତୀବ୍ର ତପ ।ନୂଆଗଡ଼ ମଧ୍ୟେ ଠାବେ ଠାବେ ସ୍ଥିତଅଦ୍ୟାପି ଦେବମନ୍ଦିର,କେହି ଭଗ୍ନୋନ୍ମୁଖ କେହି ଅର୍ଦ୍ଧଭଗ୍ନକେ ଜରାଜୀର୍ଣ୍ଣ ସ୍ଥବିର ।ମହାକାଳ ମୂକ- ସାକ୍ଷୀ ପ୍ରାୟ ଠିଆଜଗନ୍ନାଥ ଦେବାଳୟ;କପାଟ ଦେହଳୀ ଯାହାର ଅଦ୍ଭୁତଚାରୁ କାରୁକଳାମୟ ।ପ୍ରବେଶ ମାର୍ଗରେ ଦ୍ୱାରଶୁଣୀ ଦେବୀବସିଛନ୍ତି ଦ୍ୱାର ଜଗି,ରଚିଛନ୍ତି ବଂଶ- କୁମ୍ଭେ ତାଙ୍କ କୁଞ୍ଜଦୃଢ଼େ ହୋଇ ଲଗାଲଗି ।ଅଦୂରେ ତାହାର ଛବିଳ ଦେଉଳେନିବସନ୍ତି ବୃଦ୍ଧ ହର,ବରାଭୟଦାତା ଦୁଃଖି-ଦୁଃଖତ୍ରାତାପ୍ରଭୁ ଶ୍ରୀ ବାଲୁଙ୍କେଶ୍ୱର ।ଭୂତପୂର୍ବ ରାଜ- ନଅର ସମ୍ମୁଖେ-ଜଗଦମ୍ୱାକ୍ରୁରାଶିଣୀ,ବସନ୍ତି ଉଜ୍ଜ୍ୱଳି ଦିଗ, ଦେବପ୍ରଭାପ୍ରତିମୂର୍ତ୍ତି ସ୍ୱରୂପିଣୀ ।ନର-ନୟନର ଅସହ୍ୟ ତାଙ୍କରବଦନ ଉଜ୍ଜ୍ୱଳ ପ୍ରଭା,ତେଣୁ ପୃଷ୍ଠଭାଗେ ପାଉଅଛି ପୂଜାଦେବୀଙ୍କ ମସ୍ତକ ଗଭା ।ଦେବୀଙ୍କ ଚୌପାଶେ କନିଅର କୁଞ୍ଜେପ୍ରସ୍ଫୁଟିତ ପୁଷ୍ପେ ମଣ୍ଡି,ଗୁଣୁ ଗୁଣୁ ସ୍ୱରେ ଗୁଣନ୍ତି ଭ୍ରମରେଦେବୀ ତୁଷ୍ଟି ପାଇଁ ଚଣ୍ଡୀ ।ମସ୍ତକେ କଉଡ଼ି- ଝାମ୍ପି ଦିଶେ ଯଥାମେଦୁର ମୁକ୍ତାକିରୀଟ,ଦାଉ ଦାଉ ଦିଶେ ଶ୍ରୀଅଙ୍ଗ-ପିହିତସମୁଜ୍ଜ୍ୱଳ ନୀଳ ଛିଟ ।ରାଜ୍ୟ ଅଧିଷ୍ଠାତ୍ରୀ ସଦ୍ୟ ବରଦାତ୍ରୀଅଟନ୍ତି ସେ ଦେବୀ ଯେଣୁ,ତେଣୁ ତାଙ୍କଠାରେ ଯାଚନ୍ତି ସତତସକଳେ କରୁଣାରେଣୁ ।କ୍ରୁରାଶିଣୀ ନାମ ସ୍ମରଣ ମାତ୍ରକେପଳାଏ ବିପଦ ଭୟ,ଚନ୍ଦ୍ରବଂଶୀ ନୃପେ ଅତେୟ, ଲଭିଣତାଙ୍କ ବାହୁଚ୍ଛାୟାଶ୍ରୟ ।ଅଶ୍ୱିନେ ତାଙ୍କର ପୁଣ୍ୟ ପୀଠେ ବସେମେଳା ପ୍ରତି ସମ୍ୱତ୍ସର,ଦେଶ ଦେଶାନ୍ତରୁ ରୁଣ୍ଡୀଭୂତ ଆସିହୁଅନ୍ତି ଯାତ୍ରିନିକର ।ବହୁ ପଣ୍ୟପୂର୍ଣ୍ଣ ବିପଣୀବୀଥିକାବସେ ଆସି ତହିଁ କେତେ,ରାଜ୍ୟ ଅଭ୍ୟନ୍ତର ବାଣିଜ୍ୟ ବାରତାଜଣାଇଦିଏ ସଙ୍କେତେ ।ସିଂହଦ୍ୱାର, ଯହୁଁ ଉଠୁଥିଲା ବନ୍ଦି-ମୁଖ ବିନିଃସୃତ ଗୀତ,ଏବେ ସେ ହେଉଛି ବିଭାବରୀ ସାରାଶିବାରବେ ମୁଖରିତ ।ଯେ ପ୍ରାଙ୍ଗଣ ପୂର୍ବେ ସ୍ୱଚ୍ଛ ସୁନିର୍ମଳଥିଲା କମଳା ଆବାସା,କାଳବଶେ ଆହା ମାଡ଼ିଅଛି ଏବେଗହଳେ ତହିଁରେ ଘାସ ।ଯହିଁ ଦ୍ୱାରଦେଶେ ଝୁଲୁଥିଲା ସଦାହୀରା ନୀଳା ମୋତି ଝାଲି,ବୃକ୍ଷୁଁ ବୃକ୍ଷାନ୍ତରେ ଟାଣିଛନ୍ତି ତହିଁଊର୍ଣ୍ଣନାଭ ତନ୍ତୁଜାଲି ।ଥିଲା ନାହିଁ ଯହିଁ ଅନ୍ଧାରର ତିଳେପ୍ରବେଶର ଅଧିକାର,ସେ ରାଜନଅର ହୋଇଅଛି ଏବେଅନ୍ଧାରମୟ କାନ୍ତାର ।ଗଡ଼ ଚଉପାଶେ ଗଭୀର ପରିଖାତ୍ରିଭାଗ ହୋଇ ପ୍ରୋଥିତ,ଆରମ୍ଭିଛି ଏବେ ନୀରବ ଭାଷାରେଜୀବନ ଶେଷ ସଙ୍ଗୀତ ।ପରିଖା ପ୍ରଚୀରେ ନିବିଡ଼ ଦୁର୍ଭେଦ୍ୟବିସ୍ତୃତ ଶାଳିମ୍ୱବନ,ବିଭୀଷିକା ସଖୀ- ଅମା ରଜନୀରଚିର-ପ୍ରିୟ-ନିକେତନ ।ସେହି ବନଭୂମି ସେହି ଗିରିନଦୀପୂର୍ବ ପରି ଅଛି ସର୍ବ,ମାତ୍ର ସେ ସ୍ଥାନର ପୂର୍ବ ଗଉରବହୋଇଛି ସମୂଳେ ଖର୍ବ ।ନାହିଁ ସେ ଗୌରବ ନାହିଁ ସେ ବିଭବଅଛି ମାତ୍ର ନାମ ଖାଲି,ନାଗରିକେ ବିକି ଭାଙ୍ଗି ସେ ନାମକୁଖାଉଛନ୍ତି ଆଜିକାଲି ।ଲାଗିଛି ଉତ୍ଥାନ ପତନର ଭବେଚିର ଘୋର ସଂଘର୍ଷଣ,ଆଜି ସେ ଉଠୁଛି କାଲି ସେ ପଡ଼ୁଛିମାନି ଅଦୃଷ୍ଟ ଲିଖନ ।ଏ ଭବେ ସକଳ ଭଙ୍ଗୁର ଅନିତ୍ୟଅନିତ୍ୟ ପୁଣି ଏ ଭବ,ଅନିତ୍ୟତା ମଧ୍ୟେ ନିତ୍ୟ ବସ୍ତୁ ସତ୍ତାନୁହଇ କି ଅସମ୍ଭବ ।ଏହିପରି ଭବେ କୋଟି ରାଜଧାନୀଲଭି ନିଜ ଅଭ୍ୟୁଦୟ,ଦୁଇ ଦିନେ ଜଳ- ବୁଦ୍ବୁଦ ପରାୟେଭଜୁଛି ପୁଣି ବିଲୟ ।କେତେ ରାଜା କେତେ ଭାଗ୍ୟଧର ଗଲେକାଳ-ତରଙ୍ଗରେ ଭାସି,ଘର୍ଷଣ-ସଂଜାତ ସ୍ଫୁଲିଙ୍ଗ ସମାନକ୍ଷଣେ ପ୍ରଭା ପରକାଶି ।ଯେତେ ହେଉଅଛି ତିରୋହିତ ପୁଣିହେଉଛି ତେତିକି ଜାତ,ଏପରି ଲାଗିଛି ଲାଗିଥିବ ଭବେଚିରକାଳ ଯାତୟାତ ।କାଙ୍ଗୁଦେଇ ଗିରି କଟକୁ ବାହାରିଇନ୍ଦ୍ରପୂଜା ନାମେ ଝର,ଗିରି ଉପକଣ୍ଠେ ନଦୀରୂପେ ବହେପ୍ରାବୃଟେ ହୋଇ ପ୍ରଖର ।କ୍ରମେ କ୍ରମେ ସେହୁ ନିମ୍ନକୁ ଗଭୀରତିର୍ଯ୍ୟକ ସୁଡ଼ଙ୍ଗମତି,ଦେଖି ପ୍ରତେ ହୁଏ ପାତାଳେ ପ୍ରବେଶକରନ୍ତି କି ଭୋଗବତୀ ।୧।୧ - ପାତାଳ ଗଙ୍ଗା ।ନିଦାଘେ ସେଠାରେ ଇନ୍ଦ୍ରପୂଜା କଲେଝରି ଆସୁଥିଲା ଜଳ,ମାତ୍ର ସେ ଘଟନା ରହିଛି ଏକାଳେକିମ୍ବଦନ୍ତୀରେ କେବଳ ।କିୟଦୂରେ ତାର ଯନ୍ତ୍ରଗଡ଼ ନାମେଅତି ରମଣୀୟ ସ୍ଥାନ,ତରୁଲତା ଗୁଳ୍ମ ଗହଳେ ଦିଶଇଦୂରରୁ ଶ୍ୟାମାୟମାନ ।ପୁରାକାଳେ ତହିଁ ଯମର ମନ୍ତ୍ରଣାହେଉଥିଲା ସଂଗୋପନେ,ଅହର୍ନିଶ ଏବେ ପକ୍ଷୀଙ୍କ ମନ୍ତ୍ରଣାଲାଗିଅଛି ସେ ବିଜନେ ।ଗଡ଼ ନିଦର୍ଶନ ନାହିଁ କିଛି ମାତ୍ରକେବଳ ବନ ବିଶାଳ,କହୁକାଳୁଁ ତାର ଅସ୍ଥି, ମାଂସ, ମଜ୍ଜାଗର୍ଭସ୍ଥ କରିଛି କାଳ ।ଗଡ଼ ଡ଼ିହ ପରେ ଦୀର୍ଘ ତରୁଭରେଅଟଳେ ଦଣ୍ଡାୟମାନ,କଳୁଛନ୍ତି କସି ସେ ପାଶ୍ୱବର୍ତ୍ତୀ ଗିରିଉଚ୍ଚତାର ପରିମାଣ ?ପୁଷ୍ପରୂପ ବୀର- ବଉଳି ଶ୍ରବଣେପିନ୍ଧିଣ କେଳିକଦମ୍ବ,ବରବେଶ ଧରି ହୋଇଅଛି ଉଭାପ୍ରକାଶି ମାନସେ ଦମ୍ଭ ।କାହିଁ ବା ସୁନାରି ଅଳଙ୍କାର ଭାରେନିମ୍ନକୁ ପଡ଼ିଛି ଝୁଲି,ଦୋହଲୁଛି ପୃଷ୍ଠେ ଫୁଲଥୋପାରୂପୀପୀତ ପାଟ ଝୁମ୍ପାଫୁଲି ।ନିପୁତ୍ର ପୁଷ୍ପିତ ପଳାଶ ଲତିକାମାଡ଼ିଅଛି ଶାଖାପରେ,ପିନ୍ଧିଛି କି ଆହା ସୁନାରି-ସୁନ୍ଦରୀହିଙ୍ଗୁଳିତ ଶଙ୍ଖା କରେ ।କାହିଁ ବା ବିଶୁଷ୍କ କୀଚକ ରନ୍ଧ୍ରରେପ୍ରବେଶି ଧୀର ପବନ,ଉଠାଏ ସଗନେ ମହା ନିକାଞ୍ଚନେଶତ ଶତ ବଂଶୀସ୍ୱନ ।ବଂଶବନେ ଥାଇ ଶ୍ରୁତିକଟୁ ସ୍ୱରେରଟୁଥାନ୍ତି କୁଣ୍ଡାଖାଇ ୨ତୈଳ ଅଭାବରେ କେଏଁ କେଏଁ ସ୍ୱରେରଟେ ଯଥା କପାଖାଇ ୩ ।୨ - ପକ୍ଷୀ ବିଶେଷ ।୩ - କପାରୁ ମଞ୍ଜା ଭିନ୍ନ କରିବାର ଯନ୍ତ୍ର ।କାହିଁ ବା ପଥିକ- ବନ୍ଧୁ ଚାରକୋଳିକାହିଁ ବା କଷାଇ କୋଳି,ତୃଷାର୍ତ୍ତ ପଥିକେ ଅପେକ୍ଷା କରନ୍ତିଡାଳେ ବସି ଧୀରେ ଦୋଳି ।ଗଡ଼ ଚଉପାଶେ ବେଢ଼ିଛି ସଜଳସଂକୀର୍ଣ୍ଣ ଗଭୀର ଖାଇ,ଟାଙ୍କୁରି ଉଠଇ ଭୟେ ଲୋମାବଳିଦେଲେ ତା’ ତଳକୁ ଚାହିଁ ।ବହିପାର୍ଶ୍ୱ ତାର ଆବୃତ, ବିସ୍ତୃତ-ନୀରନ୍ଧ୍ର କୀଚକବନେ,ପଶିଲେ ସେ ବନେ ବାହୁଡ଼ିବା ଆଶାସ୍ଥାନ ପାଏ ନାହିଁ ମନେ ।ମାନବ-ଅଗମ୍ୟ- ସ୍ଥଳ ଜାଣି ତାକୁଗଧିଆ କୁଟୁରା ତହିଁ,ବଂଶାନୁକ୍ରମରେ ସକୁଟୁମ୍ବେ ସର୍ବେନିର୍ଭୟେ ଅଛନ୍ତି ରହି ।ଦିଶଇ ସେଠାକୁ ଜରାସନ୍ଧ ଗିରି-ଆସୁରିକ ରୁଦ୍ରକାୟା,ଦୂରରୁ ଆଭାସେ ଯଥା ମୂର୍ତ୍ତିମତୀବିଭୀଷିକା ପ୍ରତିଚ୍ଛାୟା ।ବେନି ଫାଳେ ଚିରି ଯୋଡ଼ିଦେଲା ପ୍ରାୟହେବାରୁ ସେ ସାନୁମାନ,ଧରିଅଛି ତେଣୁ ସୁଦୂର ଅତୀତୁଁଜରାସନ୍ଧ ଅଭିଧାନ ।ରାଇଗଡ଼ ପୁଣି ବୋଡ଼ାଗଡ଼ ଆଦିସଦୃଶ୍ୟ ଦୁର୍ଗ ଅନେକ,ସୁରଙ୍ଗୀ ରାଜ୍ୟର ସ୍ଥାନେ ସ୍ଥାନେ ରହିବଢ଼ାଇଥିଲା ତା’ ଟେକ ।ମାତ୍ର କାଳଚକ୍ର ସମ୍ମୁଖେ ଟେକିବକିଏ କେତେ କାଳ ମଥା,ଲଭିଛନ୍ତି ଏବେ ସେ ସକଳ ପୂର୍ବ-ବର୍ଣ୍ଣିତ ଦୁର୍ଗ ଅବସ୍ଥା ।