ମଧ୍ୟାହ୍ନେ ପର୍ବତ- ନିବାସୀ ପଶୁଏପିଅନ୍ତି ସଲିଳ ତହିଁ,ଆବର ନିଭୃତ ଗିରିଖୋଲବାସୀଅଜଗରୋପମ ଅହି ।ତୀକ୍ଷ୍ମଶଟ ଭୀମ- ଦଶନ ବରାହେକରି ଘୋର ଘୋଣା ଘୋଷ,ଜଳ ପିଇ ସାରି ସରତୀର ଦନ୍ତେବିଦାରନ୍ତି ବହି ରୋଷ ।ଗଲେ ସେ ସକଳେ ଆସନ୍ତି ତଦନ୍ତେମୃଗ ଏକ ପରେ ଏକ,ଥରେ ଥରେ ଚାହିଁ ଦେଉଥାନ୍ତି ତ୍ରାସେପଛ ଆଡ଼େ ଭାଙ୍ଗି ବେକ ।ପୃଥିବୀରୁ ବହୁ ଦୂରେ ଥାଇ ସୁଦ୍ଧାଲଭି ନାହି ଶାନ୍ତି ସର,ପଶୁପକ୍ଷୀଙ୍କର ତୀବ୍ର କୋଳାହଳେସତତ ଥାଏ ମୁଖର ।ସତ୍ୟ ସନାତନ ଶାନ୍ତି-ନିକେତନହରିପଦ ବିନା କାହିଁ,ବିଶୁଦ୍ଧ ଶାନ୍ତିର ସୁଧା ସ୍ନିଗ୍ଧଧାରାତିନି ଭୁବନରେ ନାହିଁ ।ଅଚଳ ଚରଣ ଭେଦି ନିଃସ୍ରବଇଭାଲୁପାଣି ନାମେ ଝର,ଭାଲୁଦଳେ ତହିଁ ରାଜତ୍ୱ ବିସ୍ତାରକରିଥାନ୍ତି ନିରନ୍ତର ।ନୀରନ୍ଧ୍ର ବର୍ବୁର କାନନ ମଧ୍ୟରୁବହିଆସେ ନିର୍ଝରିଣୀ,ସଲିଳ ତାହାର କାଚଧାର ସ୍ୱଚ୍ଛଶୀତଳ କରିବା ଜିଣି ।କଇଁଫୁଲିଆର କର ଧରି ଉଭାଟାଙ୍ଗଣୀବେଣ୍ଟା ପର୍ବତ ୧ପ୍ରିୟ ବନ୍ଧୁ ବୋଲି ପରସ୍ପରେ କି ସେକର-ବିମର୍ଦ୍ଦନେ ରତ ।୧- ଏହି ପର୍ବତରେ ଅନେକ ଟାଙ୍ଗନୀ ଗଛ ଦୃଷ୍ଟ ହୁଏ ।ସେ ଅଚଳଚୂଳେ ଆରୋହି ଚାହିଁଲେଦୂରୁ ଦିଶେ ଦାରୁବଟା,ରହିଛି କି ଗିରି- ପଦେ ବିସ୍ଫୋରିତସୂଚିକ୍କଣ କଳାପଟା ।ବଟା ହେଉଥିଲା ପୂର୍ବେ ତହିଁ ଦାରୁ ୨ସମର କାଳେ ପ୍ରଚ୍ଛନ୍ନେ,ସାଧାରଣ ସଭା ରୂପେ ସେ ଖଟୁଛିଏବେ ବନ୍ୟ ପଶୁଗଣେ ।୨-ବାରୁଦବିସ୍ମୃତିରେ ବହୁ ଇତିହାସ ସେହୁରଖିଛି କରି ଗୋପନ,ତା ଦର୍ଶନେ ମନ କାଳ ପ୍ରତିଲୋମେକରେ ଖରେ ସନ୍ତରଣ ।ଦେଖିଲାଣି ସେହୁ କାଳ-ସମୁଦ୍ରରଭଙ୍ଗୁର ବହୁ ତରଙ୍ଗ,ତେତିକି ଦେଖୁଛି କାଳ ତାର ଯେତେଚର୍ବଣ କରୁଛି ଅଙ୍ଗ ।ଗିରି ଉପତ୍ୟକା ମଧ୍ୟେ ବିଭ୍ରାଜିତବିଶାଳ କମଳାବନ,ସୁନ୍ଦରୀ ପ୍ରକୃତି- କମଳା ଦେବୀଙ୍କଚିରପ୍ରିୟ ନିକେତନ ।ଆଳବାଳ ମଧ୍ୟେ ପଙ୍କ୍ତି କ୍ରମେ ଉଭାଶ୍ୟାମଳ ତରୁପଙ୍କତି,ପବିତ୍ର ସୁରମ୍ୟ ବେଦି ପରେ ଯଥାଉଭା ଉର୍ଦ୍ଧ୍ୱବାହୁ ଯତି ।କେତେ ତରୁଶାଖେ ମୁନିଆଁ କୁଲାୟଶୋଭେ ବାତେ ଝୁଲି ଝୁଲି,ଜପନ୍ତି ଯତିଏ ଅବା ହରିନାମକରେ ଧରି ମାଳଝୁଲି ।ସୁପକ୍ଧ କମଳା ସରସ ମଧୁର,ତୃପ୍ତିପ୍ରଦ ନିର୍ବିକାର,ରାଜକବି ଚନ୍ଦ୍ର- ଚୂଡ଼ାମଣି ହୃଦଉପମା ଏକା ତାହାର ।ନାରଙ୍ଗ, ସୁରଙ୍ଗ୧ କରୁଣା, ପନସଆମ୍ୱ, ଲେମ୍ୱୁ, ଜାମୁ, ଟଭା,ସୁରମ୍ୟ କମଳା- କାନନ ଚୈପାଶେବସିଛନ୍ତି କରି ସଭା ।୧- ଲେମ୍ୱୁ ଜାତୀୟ ଘନ ଲୋହିତ ବର୍ଣ୍ଣର ଫଳ ।କମଳା-କୁସୁମ- ସୁସ୍ନିଗ୍ଧ-ସୁଗନ୍ଧସହ ବାୟୁ ମନ୍ଦେ ମନ୍ଦେ,ବହିଣ ନିଦାଘ ମଧ୍ୟାହ୍ନେ ସେଠାରେବୁଡ଼ାଏ ମନେ ଆନନ୍ଦେ ।ସେ ସୌରଭେ ମିଶି ଖଦିର ପ୍ରସୂନମଧୁର ଆମୋଦ ଆସି,ସୁବାସୋପଚାରେ ଅଦୃଶ୍ୟ ଅଚିରେପାନ୍ଥ-ଶ୍ରାନ୍ତି ଦିଏ ନାଶି ।ଉପକଣ୍ଠ ବନେ ଗହଳେ ଉଛୁଳେବହୁ ବିହଙ୍ଗମ ସ୍ୱର,ଏକତ୍ରେ ଧ୍ୱନିତ ବହୁ ବାଦ୍ୟ ପ୍ରାୟବିଦାରେ ଶ୍ରୁତି-ବିବର ।ଘନ ଛାୟା ଚ୍ଛନ୍ନ ସୁନ୍ଦର ଶୀତଳମର୍ତ୍ତ୍ୟେ ବୈଭ୍ରାଜ ୨ ସଙ୍କାଶ,ଅଥବା ଅମର୍ତ୍ତ୍ୟ ନନ୍ଦନ ଅବା ସେବସନ୍ତର ଗ୍ରୀଷ୍ମାବାସ ।୨- କୁବେରଙ୍କ ଉଦ୍ୟାନ ।ଦିଅନ୍ତି ପହରା ବ୍ୟାଘ୍ରଭଲ୍ଲୁକାଦିରାତ୍ରେ ସେ ବନ ଅନ୍ତିକେ ୩,ଯାମିନୀ-କାମିନୀ- କିଙ୍କିଣୀ ନିକ୍ୱଣପରାଏ ସ୍ୱନନ୍ତି ଝଙ୍କେ ।୩- ନିକଟରେ ।ଅସ୍ତ୍ରର ଅଚ୍ଛେଦ୍ୟ ଅଭେଦ୍ୟ ନିସର୍ଗ-କବଚୀ ବଜ୍ରକବଚ,ଖୋଜି ଖୋଜି ଖାଏ ବନବକ୍ଷୁଁ ଖୋଳିବଣଆଳୁ ଅଦା ବଚ ।ଭୀଷଣ ସୁନ୍ଦର ଦୃଶ୍ୟ ସେ ବନରଆଣେ ମନେ ଭୟ ଭକ୍ତି,ଏକାକୀ ତହିଁରେ ପଶିବାକୁ ନର-ମଧ୍ୟେ ନାହିଁ କାର ଶକ୍ତି ।ବନ ଉପକଣ୍ଠେ କଇଁ ଫୁଲ ହାରପ୍ରାୟ ଶୋଭେ ବଡ଼ନାଳ,ଭେଦି ନ ପାରଇ ଦୃଷ୍ଟିରେଖା ଯାରତୀରସ୍ଥ ବନ ବିଶାଳ ।ନାରିକେଳ ତରୁ ଭ୍ରମ ଉପୁଜାଏଦରିଦ୍ର ବନ୍ଧୁ ସଲପ ୪ତନୁଦାନେ ଦୀନ- ଉଦାର ପୁରାଏଧନ୍ୟ ସେ ସାଧୁ ପାଦପ ।୪- ସଲପ ଗଛ ସହ ନାରିକେଳ ଗଛର ବିଶେଷ ସୌସାଦୃଶ ଅଛି ।ଶାଳିମ୍ୱ ୫ ତେନ୍ତୁଳୀ ପ୍ରଭୃତି ପାଦପେହୋଇଛି ନିବିଡ଼ତର,ଥାଉ ଆନ ତାହା ଭେଦି ନ ପାରଇସହସ୍ର-ଦୀଧିଚି କର ।୫-ଏକ ଜାତୀୟ ବାଉଁଶ ।ଠାବେ ଠାବେ ବନେ ମାଡ଼ିଅଛି ଘନେମଖମଲ ଗୁଞ୍ଜଲତା,ପର କାନ୍ଧେ ପ୍ରାଣ ଦେହ ଭାର ଥୋଇଲମ୍ୱିଛି କାହିଁ ନେପତା ୬ ।୬- ନିର୍ମୂଳୀ ଲତା ।ଗରଜେ ଯେ କାଳେ ରହି ଅନ୍ତରାଳେବନ ମଧ୍ୟେ ମହାବଳ,କମ୍ପି ଉଠେ ସେହି ଭୀଷଣ ଶବଦେପାନ୍ଥ-ହୃଦ, ବନସ୍ଥଳ ।ଗିରି-କନ୍ଦରାରୁ ଶତ ପ୍ରତିଧ୍ୱନିଉଠି ତାର ହୁଏ ପ୍ରତେ,ମହାଭୟେ କିବା ଡ଼କା ଛାଡ଼ୁଛନ୍ତିପର୍ବତକୁ ପରବତେ ।ବନ-ଗିରିବାସୀ ପଶୁଏ ଆତଙ୍କେଲୁଚନ୍ତି କେ କାହିଁ ଯାଇ,ଘୋର କୋଳାହଳ ରଚନ୍ତି ପକ୍ଷୀଏଉଡ଼ି ଉଡ଼ି ନଭେ ଥାଇ ।ବଡ଼ନାଳ ବେନି- କୂଳେ ଶସ୍ୟକ୍ଷେତ୍ରଶସ୍ୟେ ଫଳେ ପୂର୍ଣ୍ଣ ସଦା,ନାଳ ପ୍ରାସଦରୁ କୃଷୀବଳ ଭାଗ୍ୟେସେ ଭୂମି ଚିରବରଦା ।କୋଳଥ, କାନ୍ଦୁଲ,୧ ବାର୍ତ୍ତାବୁ, ଚଲଣାକାକୁଡ଼ି, କଲରା, ଲାଉ,ଯଥାତଥା କାଳେ ଏ ସକଳ ତହିଁହେଉଥାଏ ହାଉଯାଉ ୨ ।୧-ହରଡ଼ । - ‘‘ଦେଶଜ’’ ବହୁତ ପରିମାଣ ।କାକୁଡ଼ି-କୃଷକ ବାଚାଳ ପରାୟେହେଉଥାଏ ‘ହୋଇ ହୋଇ’ଦିବସେ ବାନର ରାତ୍ରେ ଶିବା, ଶଶାନ ଦିଅନ୍ତି କ୍ଷଣେ ଶୋଇ ।ବିବିଧ ବ୍ରତତୀ- କୁଞ୍ଜେ ବିଚ୍ଛୁରିତବିବିଧ ପୁଷ୍ପେ ମଞ୍ଜୁଳ,ଭାରତୀ-କମଳା- ବିନୋଦ ବିହାରସ୍ଥଳ ତେଣୁ ନାଳକୂଳ ।ବାମେତର ଭାଗେ ଉଭାଶିର ତୋଳିବିଶାଳ ‘ଚାଉଳଭଜା’ସୁନ୍ଦର ସୁନୀଳ ନିର୍ଝର-ଶିରାଳଶିଖରିସମାଜେ ରଜା ।ପଞ୍ଚଶିଖ ତାର ପଞ୍ଚ କୃଷ୍ଣ ତମ୍ୱୁପରାୟେ ଦିଶେ ରୁଚିର,ଯୋଗ ସାଧନାର୍ଥେ ଯୋଗୀ ମହୀଧରରଚିଛି ପରା କୁଟୀର ।‘ନାକେଇକୁ’ ଚାହିଁ ରହିଛି ସେ ପୁଣିଚାହିଁଛି ପ୍ରତିଚାହାଣୀ,କିପାଁ ପରସ୍ପରେ ଏତେ ଆଶାଦୃଷ୍ଟିକିଏ ତା ପାରିବ ଜାଣି ।ସିନ୍ଧୁଆ, ଗଧିଆ ଶାର୍ଦ୍ଦୁଳକୁଳରଦୁର୍ଭେଦ୍ୟ-ଦୁର୍ଗ ସେ ଗିରି,ସୁରଙ୍ଗି ଦୁର୍ଗର ପୃଷ୍ଠରକ୍ଷୀ ଚିରନିସାର୍ଗ ଉଚ୍ଚ ପାଚେରି ।ଗିରିନାସାକୃତି ନାସିରେ ମହୁଲବେଷ୍ଟିତ ‘ମହୁଲଥଳୀ’,ବିଶାଳ ପ୍ରଶସ୍ତ ଆଗାର ସଦୃଶଅଛି ତାହା ଗର୍ଭେ ଦରୀ ।ଏକାଧାରେ ତହିଁ ବାସସ୍ଥାନ, ଖାଦ୍ୟଜଳ ଲଭି ଭଲ୍ଲବର୍ଗ,ନ ଇଚ୍ଛନ୍ତି କେବେ ଅନ୍ୟତ୍ର ଗମନେଛାଡ଼ି ସେ ସ୍ଥାନ ସଂସର୍ଗ ।‘ଚାଉଳଭଜାର’ ପାଦ ଶୋଭେ ବାଳ-ଖଦିର ବିଶାଳ ବଣ,ପଶୁମାନବର ଅଗମ୍ୟ ସେ ସ୍ଥାନତୀକ୍ଷ୍ମ କଣ୍ଟକପ୍ରବଣ ।ଅର୍ଦ୍ଧଶୁକ୍ଳ, ଅର୍ଦ୍ଧ- ପୀତ ପୁଷ୍ପଶିଖାପ୍ରକାଶେ ଶୋଭା ବୃକ୍ଷରେ,ଅର୍ଦ୍ଧ ପ୍ରଜ୍ଜ୍ୱଳିତ ଆଳତିବତୀ ସେକେ ଜାଣେ କିପାଇଁ ଧରେ ।ମାତି ତରୁଶାଖେ ଚଉପାଶେ ଡ଼ଙ୍କମେଲିଛି ଲତା ପଳାଶ,ବଲ୍ଲୀ-ବାଳାକର ବଢ଼ାଇ କରେ କିକୁସୁମ ଚୟନେ ଆଶ ।ସୌମ୍ୟ ତାଳଗୁଡ଼ ମାଲ୍ୟବନ୍ତ ମଧ୍ୟେ୧ଗିରିବର୍ତ୍ତ୍ମ ସାନ ଘାଟି,ଦୁଇ ପାଶେ ଉଭା ତୁଙ୍ଗ ସାନୁମାନଦେଲା ପ୍ରାୟ ଉର୍ଦ୍ଧ୍ୱୁ କାଟି ।୧- ଚାଉଳଲତା ପର୍ବତର ଅନ୍ୟ ନାମ ‘‘ମାଲ୍ୟବନ୍ତ ।’’ନାମେ ସିନା ସାନ, ମାତ୍ର ମହିମାରେଅଟେ ଘାଟି ମହୀୟାନ,ସାନ ସର୍ପ ସିନା ଗୋକ୍ଷୁର ମାତ୍ର ତାଗରଳ ନୁହେଁ ସାମାନ୍ୟ ।କର୍କରା କର୍କଶ, ଶ୍ୱାପଦ-ଆବାସଆଚ୍ଛାଦି ଅଙ୍ଗେ କଣ୍ଟକ,ପୂର୍ଣ୍ଣ ହୋଇ ବହୁ ସଙ୍କଟେ, ସଙ୍କଟନାମେ କରିଛି ସାର୍ଥକ ।ଚଢ଼ିବା କଠିନ ମାତ୍ର ଓହ୍ଲାଇବାସହଜ ସେ ଘାଟି ପଥେ,ଏଣୁ ତାହା ପୁଣ୍ୟ- ପାପ ପଥ ପ୍ରାୟହୁଅଇ ମାନସେ ପ୍ରତେ ।‘ଚାଉଳଭଜାର’ ପାଦତଳେ ସ୍ଥିତ‘ଦେଉଢ଼ିମିରା’ ଶିଖରୀ,ଦୁରୁ ଦିଶେ ତାହା ଜରତୀ କରିଣୀସମୀପେ କରଭ ପରି ।ଯେ ପର୍ବତ-ଶିରେ ସମାଧି-ନିରତଥିଲେ ଦେବ କ୍ଷତ୍ରିବର,ସୁରଙ୍ଗୀ ନୃପତି- କୁଳ-କ୍ଷୀରସିନ୍ଧୁ-ସମୁଦ୍ଭବ କଳାକର ।ସ୍ତର ପରେ ସ୍ତର ତା ଉପରେ ସ୍ତରସ୍ତରମୟ ସାନୁମାନ,ପ୍ରତେ ହୁଏ ଯଥା ସ୍ୱର୍ଗକୁ ଲାଗିଛିମର୍ତ୍ତ୍ୟରୁ ରମ୍ୟ ସୋପାନ ।ପଦପ୍ରାନ୍ତେ ତାର ଶୋଭା-ଗନ୍ତାଘରବିଦିତ ଅଶୋକବନସ୍ୱର୍ଣ୍ଣ ଲଙ୍କାପୁରେ ସୁବଳୟ ତଳେଅଶୋକବନ ଯେସନ ।ହରେ ବନଭୂମି ମନୁ ଶୋକତାପବିସ୍ତାରି ଶୋଭା-ଶାମ୍ୱରୀ ୨,ଶୋଭା ସ୍ୱରୁପିଣୀ- ଅମରାବତୀରତିଳୋତ୍ତମା ଅପସରୀ ।୨- ଇନ୍ଦ୍ରଜାଲ ବିଦ୍ୟା ।ଦର୍ଶନ ମାତ୍ର ସେ ବୁଡ଼ାଏ ମାନସେଆତ୍ମବିସ୍ମୃତିର କୂପେ,ଥାଉ ଆନ, ମୋହି ପାରେ ଦେବ ମନମୁନି-ବିମୋହନ-ରୂପେ ।ପ୍ରତୀଚୀ ଦିଗରେ ବହେ ବଗୀ ନାମେତଟନୀ ଅଚିର-ନୀରା,ଯା ଯୋଗୁ ସୁରଙ୍ଗୀ ମୃତ୍ତିକା ସତତପ୍ରସବେ ହୀରଣ୍ୟ ହୀରା ।ମାଡ଼ିଲା ପରାୟେ ତଳେ ଶୁକ୍ଳ ଲତାଶାଖାପ୍ରଶାଖା ବିସ୍ତାରି,ବହେ ତରଙ୍ଗିଣୀ କନ୍ୟା ପୌତ୍ରୀ ଘେନିବିତରି ବିଶଦ ବାରି ।ନିଦାଘ ସମୟେ ନଗ୍ନଦେହା ହୋଇଦିଶଇ ସିକତାମୟ,ମାତ୍ର ପ୍ରବୃଟର ବହିଯାଏ ତାରଗର୍ଭୁ ଅସମ୍ଭାଳ ପୟ ।କାନନ, ପ୍ରାନ୍ତର ଶସ୍ୟକ୍ଷେତ୍ର ଭେଦିଚାଲେ ତଟିନୀ ପ୍ରଖରା,ନଦୀ ରୂପେ ଅବା ଆପଣେ କମଳାପାଳନ୍ତି ସୁରଙ୍ଗୀ ଧରା ।କାହିଁ କହେ ଖରେ କାହିଁ ଅବା ଧୀରେକାହିଁବା ପ୍ରକାଶି ଗେଲ,ବନଭୂମି ସହ କୁଟିଳ ଗତିରେଖେଳେ ଲୁଚକାଳି ଖେଳ ।ଧାନ୍ୟ, ମୁଗ, ବ୍ରୀହି, କୋଳଥ, କାନ୍ଦୁଲବାଇଲ, ଜନା, ମାଣ୍ଡିଆ,ଗଙ୍ଗା ୧ ସୁଆଁ, ଜଡ଼ା, ଆଖୁ, କାଉଁରିମକୋଦୁଅ, କାଙ୍ଗୁ, ଘାଣ୍ଟିଆ୧- ଏହା ଗୋଟିଏ ଲଘୁପାକ ଅଥଚ ପୁଷ୍ଟିକର ଶସ୍ୟ । ମାଳ ଅଞ୍ଚଳରେ ସାଗୁ ପରିବର୍ତ୍ତେ ଏହାକୁ ରୋଗୀର ପଥ୍ୟରୂପେ ବ୍ୟବହାର କରନ୍ତି ।ଏ ସକଳ ଶସ୍ୟେ ପରିପୂର୍ଣ୍ଣ ତାରତୀରସ୍ଥ ଶସ୍ୟ କେଦାର,କେଦାର ନୁହେଁ ସେ ଐଳବିଳଙ୍କର୨ଆକଳିତ ଗନ୍ତାଘର ।୨- କୁବେରପିନ୍ଧାଇଛି ନଦୀ ସୁରଙ୍ଗୀ ନଗରୀପୟରେ ରୂପା ପଞ୍ଚମ ୩,ବହୁ କାଳୁଁ ତାର ବୟସ କଲାଣିସଂଖ୍ୟାସୀମା ଅତିକ୍ରମ ।୩- ବକ୍ରାକୃତି ପାଦଭୂଷଣ ।ତାହାରି ସଲିଳ- ବୁଦ୍ବୁଦ ପରାୟେମିଶିଲା ବହୁ ଘଟଣା-କାଳ-ପାରାବାରେ, ଦେଖିଛି ସେ ତାହାସଂଖ୍ୟା ତାର ତାକୁ ଜଣା ।ସଂସାରର ଶୀତ- ଉଷ୍ଣ ସମଭାବେସହିବାର ସଦୁପାୟ,ଶିଖାଇ ପାରେ ସେ ଆକାର ଇଙ୍ଗିତେଚତ୍ତୁଦର୍ଶୀ ଗୁରୁ ପ୍ରାୟ ।ଧରେ ‘ନିଧୁବନ’ ବକ୍ଷରେ ବହୁଳକଣ୍ଟା ଲତା ଗୁଳ୍ମ ବୃକ୍ଷ,ପୂର୍ବେ ଥିଲା ତାହା ଶୋଭା-ପ୍ରସ୍ରବଣଏବେ ବୟୋଧର୍ମେ ରୁକ୍ଷ ।ଘନ ସନ୍ନିବିଷ୍ଟ କୀଚକ ଅରଣ୍ୟେଆବୃତ ବନ ‘ଖାଣ୍ଡବ’ ୪ନିଦାଘେ ତହିଁରେ ପ୍ରକାଶେ ଅନଳଭୀଷଣ ନୃତ୍ୟ ତାଣ୍ଡବ ।୪- ସ୍ୱନାମପ୍ରସିଦ୍ଧ କାନନ ।ଏହା ଚାଉଳଭଜ ପର୍ବତର ପାଦଦେଶରେ ଅବସ୍ଥିତ ।କରନ୍ତି ସେକାଳେ ବନ୍ୟ ଜୀବକୁଳେକରୁଣ ରସ ଆବୃତ୍ତି,କେହି ବିକଳାଙ୍ଗ କେହି ହୁଏ ଖଞ୍ଜକେହି ବା ହୁଏ ଆହୁତି ।ଜଗନ୍ନାଥ ବଟ ୫ ବିରାଜେ ପ୍ରରୋହ-ଜଟିଳ ମସ୍ତକ ଟେକି,ମନେ ହୁଏ ଦେଖି ବାନପ୍ରସ୍ଥାଶ୍ରମୀସ୍ଥବିର ସନ୍ୟାସୀ ସେ କି ?୫- ଏହା ଗୋଟିଏ ପ୍ରାଚୀନ ବଟବୃକ୍ଷ । ପୁରାକାଳରେ ଯୁଦ୍ଧ ସମୟରେ ଏଠାରେ ଜଗନ୍ନାଥଙ୍କୁ ଲୁଚାଇ ରଖୁଥିଲେ ।ଷୋଳଭାଗ ପେଣ୍ଠେ ୬ କ୍ଷୁଦ୍ର ଶୈଳଚୂଳେପ୍ରଭୁ ଭୁବନ-ଈଶ୍ୱର,ଛବିଳ ଦେଉଳେ ନିବସନ୍ତି ଯଥାକୈଳାସେ ଚନ୍ଦ୍ର ଶେଖର ।୬- ପେଣ୍ଠ ‘‘ଦେଶଜ’’-କ୍ରୟବିକ୍ରୟର କେନ୍ଦ୍ର ସ୍ଥାନ । ଷୋଳଭାଗପେଣ୍ଠର ଉପକଣ୍ଠରେ ଭୁବନେଶ୍ୱର ମନ୍ଦିର ଅବସ୍ଥିତ ।ମନ୍ଦିର ଭିତ୍ତିର ଆପାଦମସ୍ତକଚାରୁ-କାରୁ ଚିତ୍ରମୟ,ଶିଖିବାକୁ ଇଚ୍ଛା କରିବ ଦେଖି ତାଦାନବ-ବିନ୍ଧାଣୀ ମୟ ।କାହିଁ ବିଖୋଦିତ ଦୁର୍ଗାରୂପ, କାହିଁଗଣେଶ, କାର୍ତ୍ତିକରୂପ,ଗଠନ-କୌଶଳେ ଦିଶେ ମୂର୍ତ୍ତିଗୁଡ଼ିଜୀବିତ ଜୀବ ସ୍ୱରୂପ ।ଧ୍ରୁବ ମଣ୍ଡଳକୁ ଘେରିଲା ପରାୟେସପ୍ତର୍ଷିବୃନ୍ଦ ଆକାଶେ,ବିଶୋଭିତ ବହୁ ଧ୍ୟାନଶୀଳ ମୁନି-ମୂର୍ତ୍ତି ମନ୍ଦିର ଚୌପାଶେ ।ଘୃଣିତ ଉତ୍କଟ ଅଶ୍ଳିଳତାବ୍ୟଞ୍ଜୀଛବି ସ୍ଥିତ ରାଶି ରାଶି,ମିଶିଅଛି ଅହୋ ମହାପ୍ରସାଦରେକାହୁଁ ଏ ଆମିଷ ଆସି ?ପବିତ୍ର ସ୍ୱର୍ଗେ ଏ ନାରକୀୟ ଦୃଶ୍ୟଅସହ୍ୟ ନିଶ୍ଚେ ଚକ୍ଷୁର,ହିଙ୍ଗୁ ସହବାସେ ବିକୃତ ଏଠାରେହୋଇଛି ସିନା କର୍ପୂର ।ମନ୍ଦିର ଚୌପାଶେ ବହୁକୋଣାକୃତିବେଢ଼ା ରହିଛି ଆବରି,ପ୍ରହରୀ ସକାଶ ଜଗି ବସିଛନ୍ତିବୃଷବୃନ୍ଦ ତଦୁପରି ।ଅଗ୍ରେ ବିଲମ୍ୱିତ ରହିଛି ପିଚ୍ଛିଳପ୍ରସ୍ତର ଦୀର୍ଘାୟତନ,ନୀଳକଣ୍ଠଙ୍କର ପହଡ଼ ପାଇଁ ବାବିସ୍ତୃତ ନୀଳାସ୍ତରଣ ।ଆହର୍ନିଶ ତାକୁ ମଣ୍ଡନ୍ତି ଧବଳତରାଟ କୁସୁମରାଜି,ସେ ଶୋଭା ଶାରଦ- ତାରକିତ-ନଭସୁଷମା ଦିଏ ପରାଜି ।ଚାହିଁଲେ ସେଠାରୁ ମୟୁର-ମେଦୁରଦିଶଇ ମୟୁରନଚା ୧,ପ୍ରାବୃଟେ ବାରିଦ- କୁଳ ବିଶ୍ରାମରନୀଳମଣିମୟ ମଞ୍ଚା ।୧- ପର୍ବତ ବିଶେଷ । ଏହି ପର୍ବତରେ ଅନେକ ମୟୂର ଦୃଷ୍ଟ ହୁଅନ୍ତି ।ଦୂରସ୍ଥ ବନ୍ଧୁକୁ ନିକଟେ ନିରେଖିନାଚନ୍ତି ସେକାଳେ କେକୀ,ଇନ୍ଦ୍ରଧନୁବର୍ଣ୍ଣେ ଶତବାର ଧୌତରତ୍ନଖତୀ ପୁଚ୍ଛ ଟେକି ।ସେକାଳ ମାଧୁରୀ ଦେଖି ଜାତ ହୁଏଉତ୍ପ୍ରେକ୍ଷା ମନେ ଏରୂପ,ବହୁନେତ୍ର ଫେଡ଼ି ନିରେଖେ କି ଗିରପ୍ରକୃତି ବିରାଟ ରୂପ ।ପଛୁଁ ମୁଣ୍ଡ ଟେକି ବକ୍ରେ ଉଭା ହୋଇ‘ସୁନାଇଙ୍ଗିତ’ ପର୍ବତ,ବାତ-ବିଦୁଳିତ- ତରୁ-କର ଯୋଡ଼ିକରେ ହରେ ୨ଦଣ୍ଡବତ ।୨- ମହାଦେବଙ୍କୁ ।ମଧୁର ଦର୍ଶନ ରମ୍ୟ ‘ମଧୁବନ’ରହି ଶସ୍ୟକ୍ଷେତ୍ର ମଧ୍ୟେ,ନୀରବରେ ମହା ବିସୃତି-ପୁରଣଗାଉଅଛି ଅଧ୍ୟେ ଅଧ୍ୟେ ।ବୃକ୍ଷଚ୍ଛାୟାତଳେ ଶତାବରୀ ଲତାଲୁଟିଛି ଭୂମେ ଗହଳେ,ପଡ଼ିଛି କି ସତୀ ଜଟିଳା ତାପସୀଯତି-ପତି-ପଦତଳେ ।ଯେତେବେଳେ ସୁଦ୍ଧା ଖୋଜିଲେ ସେ ବନୁଁମିଳେ ବହୁବିଧ କୋଳି,ସୁପକ୍ୱ ରସାଳ ସୁମଧୁର ଯଥାହୋଇଛି ଅମୃତେ ବୋଳି ।ରାବୁଥାନ୍ତି ତରୁ ଶିରେ ମୁହୁର୍ମୁହୁଅସଂଖ୍ୟ କୋଚିଳାଖାଇ,ପୃଥୁଳନ୍ତି ସେହି ମହାକୋଳାହଳେଉଚ୍ଚେ ରାବି କତାଖାଇ ୩ ।୩- ପକ୍ଷି ବିଶେଷ ।ରାତ୍ରେ କେବେ କେବେ ବରାହେ ସେ ଭୂମେକରିଣ ଦନ୍ତେ କର୍ଷଣ,ମୁସ୍ତା ଖାଇ ପ୍ରତି- ଉପକାରେ ତାରକରନ୍ତି ବଳବର୍ଦ୍ଧନ ।ତଦନ୍ତେ କୁମୁଦ- କମଳ-ଶୋଭିତରମଣୀୟ ଜଳାଧାର,ସାଗର ସଦୃଶ ବିସ୍ତୃତ ହେବାରୁସାଗର ନାମ ତାହାର ।ବହୁ ପର୍ବତରୁ ବହି ଆସି ଜଳସାଗରେ ହୁଏ ସଞ୍ଚିତ,ଅବଗ୍ରହେ ତାହା- ଯୋଗୁଁ କୃଷୀବଳେରଖନ୍ତି ଶସ୍ୟ ଜୀବିତ ।ନିରତେ ସେ ଜଳୀ ନାନା ଜଳଚରବିହଙ୍ଗ ରବେ ମୁଖର,ଜଳୀ ନୁହେ ତାହା ବିପଦ-ବାନ୍ଧବସୁରଙ୍ଗୀ ପରଜାଙ୍କର ।ମୂଷାମାଟି ପରି କ୍ଷୁଦ୍ର କର୍କରାରେଦେହ ମଣ୍ଡି ମୂଷାକଟା ୧,ହାଇଅଛି ଉଭା ସାଗର ପ୍ରତୀରେଶିରେ ଧରି ଗୁଳ୍ମଜଟା ।୧- ପର୍ବତ ବିଶେଷ ।ପଦପ୍ରାନ୍ତୁ ତାର ଝର୍ଝର ଆରବେବହୁଛି ‘ନିର୍ମଳଝର’,ଜଳ ପିଇ ତହିଁ କ୍ରୀଡ଼ନ୍ତୀ ବିଜନେଅରଣ୍ୟ ପଶୁନିକର ।ନିର୍ମଳଝରର ଜଳ ସୁନିର୍ମଳନିର୍ମଳ ଦୃଶ୍ୟ ପାବନ,ତଦ୍ଦର୍ଶନେ ସୁଦ୍ଧା ହୁଏ ସୁନିର୍ମଳମର୍ତ୍ତ୍ୟ-କଳୁଷିତ ମନ ।ଧରେ ‘ମଣ୍ଡାତରୁ’ ପଦ୍ମରାଗ ମଣି-ସ୍ତବକ ସଦୃଶ ଫଳ,ଆରକ୍ତ ପ୍ରଭାରେ ଦିଶୁଥାଏ ତାରବନଭୂମି ସମୁଜ୍ଜ୍ୱଳ ।ବିଷଦିଗ୍ଧ ଫଳ- ଭାରେ ଭାରାକ୍ରାନ୍ତହୋଇ ଉଭା ଭଲ୍ଲାତକ,ନବବଧୂ ପ୍ରାୟ କମଳା ସୁନ୍ଦରୀବସିଛି ପୋତି ମସ୍ତକ ।ନିଶୀଥ ପରାୟେ ସତତ ନିସ୍ତବ୍ଧସେ ମହାନିର୍ଜନ ସ୍ଥାନ,କାଠଖୁମ୍ପି ପକ୍ଷୀ କାଠହଣା ଶବ୍ଦେକ୍ୱଚିତ ଶବ୍ଦାୟମାନ ।ମଣି ସେ ଶବଦେ କାଠୁରିଆଙ୍କରଭୀମ କୁଠାର ଶବଦ,ଜଳ ପିଉଁ ପିଉଁ ବନ୍ୟଜନ୍ତୁକୁଳପଳାନ୍ତି ଗଣି ଆପଦ ।ଝର ପାଶେ ବିଜେ ମୃଣ୍ମୟ ମନ୍ଦିରେଶବର-ଅର୍ଚ୍ଚିତା ଦେବୀ, ୨ଶ୍ୱାପଦ ଆପଦୁଁ ଲଭନ୍ତି ନିସ୍ତାରଶବରେ ତାହାଙ୍କୁ ସେବି ।୨- ପ୍ରଚଳିତ ନାମ ବ୍ରାହ୍ମଣଦେଈ ।ନାକେଇ ଅଚଳ ଦିଶଇ ଓଲଟନୀଳ ମେହେରାବି ତୁଲ୍ୟ,ଟେକି ଉର୍ଦ୍ଧ୍ୱଦେଶେ ଚଟୁଳ ଚିକ୍କଣବହୁ ଠାବେ ବହୁ ଚୂଳ ।ସର୍ବୋଚ୍ଚ ଶିଖର ନାସିକାକୃତିରେହୋଇଛି ନିମ୍ନେ ଲମ୍ୱିତ,ତେଣୁ ହୋଇଅଛି ନାକେଇ ନାମରେଗିରି ନାମ ଅଭିହିତ ।ସେ ବିଶାଳ ଶୃଙ୍ଗ- ତଳେ ବିସ୍ତାରିତପ୍ରସ୍ତର ଶର୍ଯ୍ୟା ବିଶାଳ, ୩ସମହିଷ ପଲ ନିବସେ ତହିଁରେବର୍ଷାକାଳେ ମହିଷା ।୩- ଏହି ବିଶାଳବସୁ ଶିଳାଶଯ୍ୟାର ନାମ ‘‘ମହଷୀ ଖତ ।’’ବିଭୀତକ ମୁହୁଁ ବହେ ସଦା ତହିଁବିଶୁଦ୍ଧ ଶୀତଳ ପୟ,ପାନ କରି ତାହା ଗିରିଚାରୀ ଜୀବେଖଣ୍ଡନ୍ତି ତୃଷା ଆମୟ ।ଆଷାଢ଼େ ନାକେଇ ମାଳତୀ ସୁମନେସର୍ବାଙ୍ଗେ ହୋଇ ମଣ୍ଡିତ,ରସା ଯୋଷା ଶିରେ ଫୁଲଭୁଷା ଖୋଷାପରାୟେ ଦିଶେ ଶୋଭିତ ।ଭଲ୍ଲୁକକୁଳର ନିତ୍ୟ ରଙ୍ଗଭୂମିସେ ଗିରିର ଅଧିତ୍ୟକା,ରଚନ୍ତି ସେମାନେ ମଲ୍ଲଯୁଦ୍ଧ ତହିଁବସର୍ଜି ହୃଦୟୁଁ ଦକା ।ସେ ଶୈଳନିବାସୀ ଦନ୍ତୁର ବରାହେଅଯାଚ୍ୟ ବନ୍ଧୁ ଚଷାର,ଶସ୍ୟ-ଶତ୍ରୁ ମୁଥା ଖାଇ କ୍ଷେତ ଚଷିକରେ ପର ଉପକାର ।‘ବଗୀ’ ସିତନୀର ଅଭିଷିକ୍ତ ହରଶ୍ରୀ ବିଶ୍ୱନାଥ ଆଖ୍ୟାତ,ରଟେ କିମ୍ୱଦନ୍ତୀ ବିଶ୍ୱନାଥ ନୃପ *ସମାଧିରୁ ସେ ସଂଜାତ ।*ଏଥିର ଏତିହାସ ବୃତ୍ତାନ୍ତ କ୍ଷୟ ସର୍ଗରେ ଅନୁସନ୍ଧେୟ ।ଉତ୍ତୁଙ୍ଗ ମନ୍ଦିରେ ନିବସନ୍ତି ଦେବଭୃତ୍ୟ ପରିବାର ଘେନି,ଏକପାର୍ଶ୍ୱେ ସ୍ଥିତ ଦୁର୍ଗା, ବେନି ପାଶେକାର୍ତ୍ତିକ ଗଣେଶ ବେନି ।କାଦମ୍ୱିନୀ-ବନ୍ଧୁ କଦମ୍ୱ ସୁସ୍ନିଗ୍ଧ-ସୌରଭ ଆଛୁଆବର,ନନ୍ଦୀ ଭୃଙ୍ଗୀ ପରି ମନ୍ଦିରର ଦ୍ୱାରଜଗିଛନ୍ତି ନିରନ୍ତର ।ଦେଉଳ ଚୌପାଶେ ଅର୍ଦ୍ଧନିରମିତବେଢ଼ାର କଳାଚାତୁରୀ,ନୀରବେ ବଜାଏ ପ୍ରାଚୀନ ଉତ୍କଳଶିଳ୍ପ-ଗୌରବ-ମହୁରୀ ।କାହିଁ ବିଖୋଦିତ ଦଶ ଅବତାରକାହିଁ ଛନ୍ତି ମୁନି ବସି,କାହିଁ ବା ଶ୍ରୀକୃଷ୍ଣ ବଜାଉଅଛନ୍ତିକଦମ୍ୱ ମୂଳରେ ବଂଶୀ ।ଲାଗିଅଛି କାହିଁ ରାମାୟଣ ଯୁଦ୍ଧକାହିଁ ଭାରତ ସମର,କାହିଁ ଦ୍ୱୟ ହସ୍ତୀ ଗୁଳ୍ମ ତରୁଲତାଖୋଦିତ ଅଛି ବିସ୍ତର ।ଦେଖାଇଅଛନ୍ତି ପ୍ରାଚୀନ ଶିଳ୍ପୀଏତହିଁ ଶିଳ୍ପ ଶେଷସୀମା,ଏକାଳେ ଦୁର୍ଲ୍ଲଭ ହୋଇଅଛି ଆହାସେକାଳ ଖ୍ୟାତି ଗରିମା ।ହେରି ସେ ମାଧୁରୀ ହୁଏ ସ୍ୱତଃ ଯଥାହୃଦୟେ ଆନନ୍ଦ ଜାତତଥା ଆଧୁନିକ ଶିଳ୍ପଦଶା ଚିନ୍ତିହୁଏ ନେତ୍ରୁଁ, ଅଶ୍ରୁପାତ !