ସୁକ୍ଷଣେ ଭେଟ
ନନ୍ଦକିଶୋର ବଳ
୧୮୭୫–୧୯୨୮
- ସଂକଳନ: ତରଙ୍ଗିଣୀ
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୧୪୦
- ସ୍ଥିତି
- ସାର୍ବଜନୀନ (Public domain)
କେତେ ଯୁଗଅନ୍ତେ କେତେ କର୍ମ−ସୁତ୍ରେଭେଟ ହୋଇଅଛି ତୁମ୍ଭ ମୋହର,ମୁହଁ ନ ଫେରାଇ, ପଦେ କଥା କହିସାର୍ଥ କର ବିଧି, ପ୍ରାଣ−ଦୋସର ।କିଏ କେଉଁ ଆଡ଼େ ଯିବା ପୁଣି ଚାଲିଭେଟ ପୁଣି କେବେ ହେବ କି ନାହିଁ,କିଏ ଜାଣେ ଆହା କେତେ ଯୁଗ ଅନ୍ତେ,ମନ ଖୋଲି କଥା କହ ରେ ଭାଇ ।ପ୍ରାଣ ଖୋଲି ମୁହେଁ ଚାହିଁବ ନାହିଁପ୍ରେମାନନ୍ଦେ କ୍ଷଣେ ହସିବ ନାହିଁ ?ପ୍ରାଣଭରା ପ୍ରୀତି ଦେବ କି ନାହିଁ ?ଭେଟ ହେଲା ତେବେ କେଉଁଥିପାଇଁ ?ସାର୍ଥ କର ବିଧି−ବିଧାନ ଭାଇଏ ସୁଯୋଗ କେଭେ ପାଇବା ନାହିଁ ।ଚକ୍ଷୁ ଅନ୍ତରାଳେ କ୍ଷଣ ପରେ କିଏକେଉଁଆଡ଼େ ଯିବା କାହିଁ ଉଭାଇ ।ଅନନ୍ତ ଆକାଶେ ଗ୍ରହ ତାରା ପରିକେଉଁଦିଗେ କିଏ ଛୁଟୁଛେଁ ଭାଇ ।ଜୀବନ ଅସ୍ଥିର ଅଚିର ଚଞ୍ଚଳକିଛି କାହିଁ ସ୍ଥିର ରହୁ ତ ନାହିଁ ।ଗଲେ ଏ ଯୋଗଟା ଆଉ ପୁଣି ଭାଇଏ ପ୍ରାଣ ମିଳନ ଘଟିବ ନାହିଁ ।ମନ ତ ଚଞ୍ଚଳ ଧନ ତ ଚଞ୍ଚଳଚଞ୍ଚଳ ଜୀବନ ଯୌବନ ଭାଇ ।କିଏ ଜାଣେ ବନ୍ଧୁ କେଉଁ ଆଡ଼େ ଦୁହେଁଦିନାକେତେ ପରେ ଯିବା ଉଭାଇ ।
ସମ୍ବନ୍ଧିତ ରଚନା
ନାନାବାୟା ଗିତ
ନନ୍ଦକିଶୋର ବଳ
ଗୋପାଳକୃଷ୍ଣଙ୍କ ଚଉତିଶା
ଗୋପାଳକୃଷ୍ଣ ପଟ୍ଟନାୟକ
ଜରା-ମରଣ
ନନ୍ଦକିଶୋର ବଳ
ତୀର୍ଥ ଯାତ୍ରା
ନନ୍ଦକିଶୋର ବଳ