ପୁରୁଷ ଓ ପ୍ରକୃତି
୧୮୭୫–୧୯୨୮
- ସଂକଳନ: ତରଙ୍ଗିଣୀ
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୧୯୦
- ସ୍ଥିତି
- ସାର୍ବଜନୀନ (Public domain)
ରାମ ସୀତା ବିହରନ୍ତି ପୁର−ଉପବନେ,ବିହଙ୍ଗ−ବିହଙ୍ଗୀ−କଥା ପ୍ରବେଶେ ଶ୍ରବଣେ ।କହେ ପକ୍ଷୀ, “ମହାରାଜା ମାରିଲେ ରାବଣ,”ପକ୍ଷିଣୀ କହଇ, “ରାଣୀ−ଯୋଗେ ତା ନିଧନ ।ରାମ ଯେବେ ମାରିଥିଲେ ଲଙ୍କାର ରାବଣ,ମାରନ୍ତୁ ସେ ଭଲା ଯାଇଁ ବିଲଙ୍କା−ରାବଣ ।”ଶୁଣି ନୃପ କହିଲେ, “ଏ ଆଶ୍ଚର୍ଯ୍ୟ−ବିଷୟ ।”କହନ୍ତି ଜାନକୀ, “ନାଥ ! ନ କର ସଂଶୟ ।ନିକର ଆସୁରୀ ମାୟା ଅଟଇ ଏ ପ୍ରଭୁ !ତୁମ୍ଭେ ମୋ କରତା ଭର୍ତ୍ତା ତୁମ୍ଭେ ମୋର ସବୁ ।ମୋର ଏ ଜୀବନ ନାଥ ତୁମ୍ଭ ଶ୍ରୀପୟରେ,ଏ ଦାସୀ ମାରିଲା ରକ୍ଷ ପୁଣି କି ପ୍ରକାରେ ?ଅସୁର ନିପାତ କଲ, ତେଣୁ ମାୟା−ରୂପେବିହଙ୍ଗ−ବିହଙ୍ଗୀରୂପୀ ଭଣ୍ଡନ୍ତି ଏରୂପେ,ମାୟା−ମୃଗରୂପେ ଯେହ୍ନେ ଭଣ୍ଡିଲେ ଅସୁରେ,ପକ୍ଷୀରୂପେ ପୁଣି ପ୍ରଭୁ ଆସିଲେ ଏ ପୁରେ ।”ଯେତେ ବୁଝାଇଲେ ସୀତା ନ ବୁଝିଲେ ରାମ,ଦେଖିଲେ ପ୍ରମାଦ ସତୀ, ବିଧି ହେଲେ ବାମ ।ଯୁଝିଲେ ସହସ୍ରଶିରା ରାବଣ ସହିତ,ବର୍ଷ ବର୍ଷ ବିତିଗଲା ନୋହିଲା ସେ ହତ ।ଲକ୍ଷଶିରାପୁତ୍ର ଶତଶିରାନାତି−ଯୁତରାମ ସୈନ୍ୟ କ୍ଷୟ କଲା ଅୟୁତ ଅୟୁତ ।ସୀତାରୂପ ବର୍ଣ୍ଣଥିଲା ଦିନେ ଗୁପ୍ତ ଦୂତ,ସେ ଲାବଣ୍ୟେ ରକ୍ଷ−ମତି ହେଲା ଅଭିଭୂତ ।ଶ୍ରୀରାମ−ଶିବିରେ ଛଦ୍ମ ବେଶେ ଉପଗତପାବନୀ−ପୀଡ଼ିତ ହୋଇ ହେଲା ବହିର୍ଗତ ।ସେ ପାପେ ହଟିଲା ବଳ ହେଲା ତା କୁମତି,ତପୋବଳ କ୍ଷୟ ହେଲା, ଘଟିଲା ଦୁର୍ଗତି ।ସୀତା−ଅପାମାନେ ରାମ ହେଲେ ରାଗାନ୍ୱିତ,ବିଲଙ୍କାର ଅଧିପତି ହେଲା ଭୂଲୁଣ୍ଠତ ।ବର ଦେଲେ ରାବଣାରି, “ଏ ଚାରି ଯୁଗରେପ୍ରକୃତିବଳରେ ଲୀଳା ହେବ ଘରେ ଘରେ ।ଗୃହିଣୀ ବିହୁନେ ଗୃହ ଅରଣ୍ୟ ସମାନ,ଆଶା ଆସକ୍ତିରେ ନର ହୁଏ ଯତ୍ନବାନ ।
ସମ୍ବନ୍ଧିତ ରଚନା
ନାନାବାୟା ଗିତ
ନନ୍ଦକିଶୋର ବଳ
ଗୋପାଳକୃଷ୍ଣଙ୍କ ଚଉତିଶା
ଗୋପାଳକୃଷ୍ଣ ପଟ୍ଟନାୟକ
ଜରା-ମରଣ
ନନ୍ଦକିଶୋର ବଳ
ତୀର୍ଥ ଯାତ୍ରା
ନନ୍ଦକିଶୋର ବଳ