ସୁଖ ଦୁଃଖର ପରିଣାମ
ଉତ୍କଳ ବ୍ୟାସ କବି · ୧୮୪୩–୧୯୧୮ · ରାଧାନାଥ ଯୁଗ
- ସଂକଳନ: ଅବସର ବାସରେ
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୧୨୫
- ସ୍ଥିତି
- ସାର୍ବଜନୀନ (Public domain)
ମଙ୍ଗଳଉପରକୁ ଦୃଷ୍ଟି ଯାଏ ଦୁଃଖ ସମୟରେସୁଖ ସମୟରେ ଦୃଷ୍ଟି ପଡ଼ଇ ନିମ୍ନରେ ।ସୁଖିମନ ବ୍ୟାପ୍ତ ଥାଏ ଜଗତ ସଂସାରେ,ଦୁଃଖିଚିତ୍ତ ନିରନ୍ତରେ ଥାଏ ପ୍ରଭୁଠାରେ ।ଐଶ୍ୱର୍ଯ୍ୟ ବିଳାସେ ଯେବେ ଥାଉଁ ଉନମତ୍ତ,ଗର୍ବ, ଅଭିମାନେ ଥାଏ ମସ୍ତକ ଉନ୍ନତ ।ଜରାଜୀର୍ଣ୍ଣ ଅନ୍ନାଭାବେ ଶୀର୍ଣ୍ଣ କଳେବର,ସେ କାଳରେ ଭାଳୁଁ କାହିଁ ଅଛନ୍ତି ଈଶ୍ୱର ।ସବୁ ତ ଯାଉଛି ଘୂରି ସମୟ-ଚକ୍ରରେ,ନିରନ୍ତରେ ଶୁକ୍ଳ, କୃଷ୍ଣ ପକ୍ଷ ସମାନରେ ।ଉତ୍ତେଜନା ପରବର୍ତ୍ତୀ ସ୍ଥିର ଅବସାଦ,ସେହିପରି ଅଟେ ମଧ୍ୟ ପ୍ରଣୟ, ବିବାଦ ।ନିତାନ୍ତ ମାନବଗଣ ଭାଗ୍ୟର ଅଧୀନ,ଧନ, ମାନ, ପଦ ତାଙ୍କ ଥୋକେ ଦିନ ।ଏମନ୍ତ ଆସଇ ଦିନ ଯାଏ ସବୁ ସରି,ଜଣାଯାଏ ଛାୟାଲୀଳା ଅବା ସ୍ୱପ୍ନ ପରି ।ଜଗତ ଯନ୍ତ୍ରଣା ହେତୁ ଜନମିଲେ କ୍ଳାନ୍ତି,ହେ ପ୍ରଭୁ ବୋଇଲେ ଯେହ୍ନେ ଲାଭ ହୁଏ ଶାନ୍ତି !ହୃଦୟରେ ଭକ୍ତି ଜନ୍ମେ କଷ୍ଟ ସମୟରେ,ବିତ୍ତ ତେଜି ଚିତ୍ତ ରଖୁଁ ପ୍ରଭୁଙ୍କ ପୟରେ ।ନୁହେ କି ହେ ସୁଖଠାରୁ ଦୁଃଖ ହିତକର?ଯେଉଁ ଦୁଃଖ ଲାଗି ଲାଭ ହୁଅନ୍ତି ଈଶ୍ୱର?
ସମ୍ବନ୍ଧିତ ରଚନା
ଗୋଟିଏ ପ୍ରାର୍ଥନା
ଫକୀରମୋହନ ସେନାପତି
ବୃକ୍ଷବାଟିକା
ଫକୀରମୋହନ ସେନାପତି
ମୋ- ମୋହନ ବଂଶୀ
ଫକୀରମୋହନ ସେନାପତି
କ୍ଷଣିକ
ଫକୀରମୋହନ ସେନାପତି