ଗୋଟିଏ ପ୍ରାର୍ଥନା
ଉତ୍କଳ ବ୍ୟାସ କବି · ୧୮୪୩–୧୯୧୮ · ରାଧାନାଥ ଯୁଗ
- ସଂକଳନ: ଅବସର ବାସରେ
- ପଢ଼ିବା ସମୟ
- ୭ ମିନିଟ୍
- ଶବ୍ଦ
- ୧୧୭୧
- ସ୍ଥିତି
- ସାର୍ବଜନୀନ (Public domain)
୬୯ ।ମାନବ ଅବସ୍ଥା୭୦ ।ଗିରିନଦୀ୭୧ ।ବିରହୀ ହଳଦୀବସନ୍ତ୭୨ ।ରଜନୀଗନ୍ଧା୭୩ ।ହରି ସର୍ବସ୍ୱ୭୪ ।କର୍ତ୍ତବ୍ୟପାଳନ୭୫ ।ଅଭାବ୭୬ ।ନବଜୀବନ୭୭ ।ପିତାମହୀ୭୮ ।ଭୁବନେଶ୍ୱର୭୯ ।ବିଦାୟ ପ୍ରାର୍ଥନା୮୦ ।ଶେଷ ପ୍ରାର୍ଥନା୮୧ ।ଦୁଃଖ ସମୟ୮୨ ।ମହାଦେବଙ୍କ ତାଣ୍ଡବନୃତ୍ୟ୮୩ ।ଦିଗ୍ବିଜୟୀ ବୀର୮୪ ।କଳାପାହାଡ଼୮୫ ।ବିପନ୍ନ ନାବିକ୮୬ ।ତୁମ୍ଭେ- ଆମ୍ଭେ୮୭ ।ଯିଶୁ-କ୍ରୁଶ୮୮ ।ଜଗାଇ ମାଧାଇ୮୯ ।ଭକ୍ତ ବର୍ଣ୍ଣନା୯୦ ।କାହିଁ ଯିବି?୯୧ ।ସୁଖ କାହିଁ?୯୨ ।ଦୂରେ୯୩ ।କୃଷ୍ଣ ଏବଂ ଖ୍ରୀଷ୍ଟ୯୪ ।ତାହାଙ୍କ ଆଦେଶ୯୫ ।ସାଧୁସୁନ୍ଦର ଦାସଙ୍କ ଅଦ୍ୱୈତବାଦ ଚୌପଦୀଛାନ୍ଦ୯୬ ।ପ୍ରେମ୯୭ ।ସଙ୍ଗଦୋଷ୯୮ ।ଶେଷମିଳନ୯୯ ।ଜୀବନତରୀ୧୦୦ ।ଜୀବନର ଗତି୧୦୧ ।ନିୟତି୧୦୨ ।ଚରମ ଚିନ୍ତା୧୦୩ ।ମହା ନିମନ୍ତ୍ରଣ୧୦୪ ।ଧ୍ରୁବ ବିଶ୍ୱାସ୧୦୫ ।କାହାନ୍ତି?୧୦୬ ।ସେ ସଙ୍ଗୀତ୧୦୭ ।ମହାରାଜା କୃଷ୍ଣସିଂହ୧୦୮ ।ଯୁବକ ଶରଚ୍ଚନ୍ଦ୍ର୧୦୯ ।ଜୀବନ-ତରୀ୧୧୦ ।ଦିଅ ଦରଶନ୧୧୧ ।ନିତ୍ୟଧାମ ଆଗେ୧୧୨ ।ମଧୁସୂଦନ ରାଓ୧୧୩ ।ଉତ୍କଳ ଭୂମି୧୧୪ ।କରନ୍ତୁ କଲ୍ୟାଣ୧୧୫ ।କୃପାନିଧାନ୧୧୬ ।ମୃତ୍ୟୁର କରାଳ ମୂର୍ତ୍ତି୧୧୭ ।ମାତଃ ବୋଲନ୍ତୁ୧୧୮ ।ସଞ୍ଜୀବନୀ ସୁଧା୧୧୯ ।ଜ୍ୟୋତିଃ ସ୍ୱରୂପ୧୨୦ ।କାହାକୁ ଭରସା୧୨୧ ।ସାଧୁ ସଂସର୍ଗ୧୨୨ ।ପଦ୍ମନାଭ ନାରାୟଣ୧୨୩ ।ମଧୁସୂଦନ ଦାସ ସି. ଆଇ. ଇ.୧୨୪ ।ଆତ୍ମ ସମର୍ପଣ୧୨୫ ।ତୁଚ୍ଛ କଣ?୧୨୬ ।ସ୍ନେହମୟୀ ମାତା୧୨୭ ।ଯୋଗୀ ନାଥ୧୨୮ ।କାଳ୧୨୯ ।ତୁକାରାମ୧୩୦ ।ଆଶା୧୩୧ ।କକ୍ଷଭ୍ରଷ୍ଟ ତାରକା୧୩୨ ।ଲୋକଚିହ୍ନା୧୩୩ ।ଜୀବବ୍ରହ୍ମ୧୩୪ ।ପୁନର୍ମିଳନ୧୩୫ ।ଜୀବନେ ବିଡ଼ମ୍ବନା୧୩୬ ।ବିହଗ ଯୁଗଳ୧୩୭ ।ମାନବର ମନ୧୩୮ ।ଜଗତ ମଙ୍ଗଳମୟ୧୩୯ ।ଆତ୍ମା ଅବିନାଶୀ୧୪୦ ।ସ୍ନେହ ନିମନ୍ତ୍ରଣ୧୪୧ ।ଜୀବନର ପରିଣାମ୧୪୨ ।ଉତ୍କଳ କୃଷକ୧୪୩ ।ଶ୍ରୀ ଦାମୋଦର ପଟ୍ଟନାୟକ୧୪୪ ।ତୁମ୍ଭଙ୍କୁ ଅନାଇ୧୪୫ ।ମିଷ୍ଟକଥା୧୪୬ ।ସୋଽହଂ୧୪୭ ।ହଜିଲା ଧନ୧୪୮ ।ଅନନ୍ତ୧୪୯ ।ପାତୁଆ-ପାତୁଈ୧୫୦ ।ଜନ୍ମଭୂମି୧୫୧ ।ଗର୍ଦ୍ଦଭର ସୂକ୍ଷ୍ମବୁଦ୍ଧି୧୫୨ ।ଚାନ୍ଦମଣିର ଅଙ୍ଗୀ୧୫୩ ।କର୍ମଫଳ୧୫୪ ।ନଭୋ୧୫୫ ।ଧର୍ମ ଚତୁଷ୍ପଦ୧୫୬ ।ଶ୍ରୀ ଚୈତନ୍ୟ ଦେବଙ୍କ ସଂକୀର୍ତ୍ତନ୧୫୭ ।ଶଙ୍ଖୀ ବିରାଡ଼ୀ- ବଣୀ ପକ୍ଷିଣୀ୧୫୮ ।ଦୁଃଖୀ ମାନବ୧୫୯ ।ଅଜ୍ଞେୟ ଜୀବନ ଗତି୧୬୦ ।ଭୂଆ ବିରାଡ଼ୀ ଓ କାଳିଆ କୁକୁର୧୬୧ ।ଅଚିନ୍ତ୍ୟ ଶକ୍ତି୧୬୨ ।କାହିଁ ସେ?୧୬୩ ।ପାଷାଣ ପ୍ରତିମା୧୬୪ ।କେଉଁ ଜାତି ବର୍ବର?୧୬୫ ।ଜନନୀ ଉତ୍କଳ-ଭାଷା୧୬୬ ।ଭଗ୍ନ ଶିବମନ୍ଦିର୧୬୭ ।‘‘ମନ୍ଦ କବିଯଶଃପ୍ରାର୍ଥୀ’’୧୬୮ ।କବି ଅନ୍ନପୂର୍ଣ୍ଣା୧୬୯ ।ଦେବୀପ୍ରତିମା ବିସର୍ଜନ୧୭୦ ।ଲାଗ ଲାଗ୧୭୧ ।ମୁଁ ହାଟବାହୁଡ଼ା୧୭୨ ।ପ୍ରେମ-ସଙ୍ଗୀତ୧୭୩ ।ମୋହର ଶତ୍ରୁ୧୭୪ ।ସତୀତୀର୍ଥ୧୭୫ ।ଜାପାନ୧୭୬ ।ଶ୍ରୀମତୀ ମାଧବୀ ଦେବୀ୧୭୭ ।ସେହି ନାମ୧୭୮ ।ଅନୁଭୂତି୧୭୯ ।ଉତ୍କଳ ଯୁବକ୧୮୦ ।ଉତ୍ଥାନ ସଙ୍ଗୀତ୧୮୧ ।ନବବଧୂ ଆହ୍ୱାନ୧୮୨ ।କବିତା ବିହଗୀ୧୮୩ ।ନୀଳମଣି ବିଦ୍ୟାରତ୍ନ୧୮୪ ।ରାମରଥ କଥା୧୮୫ ।ଚନ୍ଦ୍ରପ୍ରଭାର ନିର୍ଜଳା ଏକାଦଶୀ୧୮୬ ।କର୍ତ୍ତବ୍ୟ ପାଳନ୧୮୭ ।ଶାନ୍ତିର ଗୌରବ୧୮୮ ।ସତୀ ଲୁକ୍ରେସିଆ୧୮୯ ।ଚନ୍ଦ୍ର ବର୍ଣ୍ଣନା୧୯୦ ।ବାରବିଳାସିନୀ୧୯୧ ।କବିର କଳିହୁଡ଼ୀ ସ୍ତ୍ରୀ୧୯୨ ।ଶ୍ମଶାନ୧୯୩ ।ଉପେନ୍ଦ୍ରଭଞ୍ଜଙ୍କ ସ୍ୱପ୍ନ ଦର୍ଶନ୧୯୪ ।ଆଶା୧୯୫ ।ମୋ ଗୀତର ଭଣିତମାତୃସ୍ତବରାଗ - ମଙ୍ଗଳକୈବଲ୍ୟଦାୟିନୀ ମାତଃ! ତ୍ରିଭୁବନେଶ୍ୱରୀ!ମୋ ହୃଦୟେ ବିରାଜିତା ହୁଅ କୃପା କରି ।୧।ସୁଖଦେ! ବରଦେ! ସର୍ବେଶ୍ୱରୀ! ଭଗବତୀ!ରଚିବି କବିତା, କୃପା କର ମୋହ ପ୍ରତି ।୨।ତବ କୃପା ବିନା ମାତଃ! କେ ଅଛି ଏମନ୍ତ?ମାନବଦୁର୍ଲ୍ଲଭ, ଲାଭ କରିବ କହତ? ।୩।ତସ୍କର ବାଲ୍ମୀକି କବି ମାତଃ! ତବ ବରେ,ଆଦି ଶ୍ରେଷ୍ଠ କବି ନାମେ ଖ୍ୟାତ ଭୁବନରେ ।୪।ଦେଉନ୍ତୁ ପ୍ରତିଭା ମାତଃ! କଳୁଷିତ ଜ୍ଞାନେ,ରଚିବି କବିତାମାଳା, ବଡ଼ ଇଚ୍ଛା ପ୍ରାଣେ ।୫।ମହାଶକ୍ତି ମହାପ୍ରାଣ କର ମା! ଏ ଦାସେ,ସରଳ ଭାଷାରେ ଗୀତ ଗାଏଁ ଅନାୟାସେ ।୬।ସତ୍ୟ ମାତଃ! ନାହିଁ ବିଦ୍ୟା ତପସ୍ୟା ସଞ୍ଚୟ,ଯାହା ବଳେ ଦେବି କବି ନାମେ ପରିଚୟ ।୭।ଦେଇଛ ତ ମାତଃ! ମୋର ହୃଦେ ଉତ୍ତେଜନା,ତେଣୁ ଇଚ୍ଛା କରିବାକୁ କବିତା ରଚନା ।୮।ଜ୍ଞାନାବଧି ନିରବଧି କରୁଛି ସାଧନା,କୃପାମୟୀ! କର କୃପା, ନ କର ବଞ୍ଚନା ।୯।ବିଶ୍ୱମ୍ଭରୀ! ବିଶ୍ୱେଶ୍ୱରୀ! ତୁମ୍ଭରି ଆଜ୍ଞାରେଅକିଞ୍ଚନ ଅଜ୍ଞ ଦେଲି ଚିତ୍ତ ରଚନାରେ ।୧୦।ବସି ମୋ ହୃଦୟେ ଦେଉଅଛ ଜ୍ଞାନେ ବଳ,ରଚନା ସକାଶେ ଚିତ୍ତ ନିୟତ ଚଞ୍ଚଳ ।୧୧।ଭୟ ବା ଉତ୍ସାହ ନାହିଁ ନିନ୍ଦା ସ୍ତୁତି ପ୍ରତି,ରଚିବି କବିତା, ମାତଃ! ଦିଅ ଅନୁମତି ।୧୨।ନବ ନବ ଭାବରାଶି କରିବି ପ୍ରକାଶ,ଏଡ଼େ ଉଚ୍ଚ ଆଶା ମଧ୍ୟ କରେ ନାହିଁ ଦାସ ।୧୩।ଗାଇବି ମହିମା ତବ, ନିତାନ୍ତ ପ୍ରତ୍ୟାଶା,କୃପାମୟୀ! କୃପା କର, ପୂର୍ଣ୍ଣ ହେଉ ଆଶା ।୧୪।ଗାଇବି ପାଇବି ଶାନ୍ତି ଆକୁଳ ଜୀବନେ,ଦୂରାଶା ମନରେ ପୋଷି ଭରସା ଚରଣେ ।୧୫।ଯେ କବିତା ରଚିବି ମୁଁ ତବ ପ୍ରସାଦରେ,ଗାଇବେ ଉତ୍କଳବାସୀ ସର୍ବେ ନାରୀ ନରେ ।୧୬।କଣା ମାତ୍ର କରୁଣାରେ ସନ୍ତୋଷ ମନ,ମଣ୍ଡୂକ ଗଣ୍ଡୂଷଜଳେ କରେ ବିଚରଣ ।୧୭।କାହା କରୁଣାରେ ମୋର ଏତେ ଅହଙ୍କାର?ସର୍ବ ବିଷୟରେ ସର୍ବମୟୀ ମୂଳାଧାର ।୧୮।ନାହିଁ ମା, ଯିବାର ଆଶା କୀର୍ତ୍ତିକ ମନ୍ଦିର,ସେବିବି ମୋ ମାତୃଭାଷା କରିଅଛି ସ୍ଥିର ।୧୯।ଜନନୀ ଗୋ! ତୁମ୍ଭ ପଦେ କରୁଛି ମୁଁ ଅଳି,କୁପୁତ୍ର ଜଞ୍ଜାଳ ଶୁଣି ହୁଅ ନାହିଁ ଚଳି! ।୨୦।ରୁଦ୍ର ତାଳ ରୁଦ୍ର ରସ ମୋର ସାଧ୍ୟାତୀତ,ଗାଇବି ପବିତ୍ର ଶାନ୍ତି କରୁଣା ସଙ୍ଗୀତ ।୨୧।ଦାରିଦ୍ର୍ୟଭଞ୍ଜିନୀ ସର୍ବ ଦୁଃଖନିବାରିଣୀ!ଜ୍ଞାନାଧାରେ ବିଶ୍ୱାଧାରେ କାରଣକାରିଣୀ ।୨୨।କ୍ଷୀଣ ପ୍ରାଣେ ଦିଅ ମାତଃ! ମନ୍ତ୍ର ସଞ୍ଜୀବନୀ,କଳୁଷ କଣ୍ଠରେ କରେଁ ବେଦବ୍ୟାଖ୍ୟା ଧ୍ୱନି ।୨୩।ଆଦି କବି ମହାଦେବୀ! ତୁମ୍ଭର ରଚନାଏ ବିଶ୍ୱ ବ୍ରହ୍ମାଣ୍ଡ ନିତ୍ୟ କରୁଛି ଘୋଷଣା ।୨୪।ପଙ୍ଗୁ ପାରେ ଲଙ୍ଘି ଗିରି, ମୂକ ଗାଏ ଗୀତ,ପାଏ ଯେବେ ମାତଃ! ତବ କରୁଣା କିଞ୍ଚିତ ।୨୫।ପୃଥିବୀ, ଆକାଶେ, କିମ୍ବା ଶୟନେ, ସ୍ୱପନେ,ପ୍ରାଣମୟୀ! ପ୍ରାଣରୂପେ ଦେଖୁଛି ନୟନେ ।୨୬।ତୁମ୍ଭବିନା ତିଳ ମାତ୍ର ଦେଖୁ ନାହିଁ ସ୍ଥାନ,ତୁମ୍ଭେ, ତୁମ୍ଭେ! ସର୍ବସ୍ଥାନେ ତୁମ୍ଭେ ବିଦ୍ୟମାନ ।୨୭।କଳା କାଷ୍ଠା ରୂପେ ପରିଣାମପ୍ରଦାୟିନୀ,ଶାନ୍ତି ପ୍ରୀତି ଭକ୍ତି ମୁକ୍ତି ଗତି ବିଧାୟିନୀ ।୨୮।ଜନନୀ ସ୍ୱରୂପେ କର ସନ୍ତାନ ପାଳନ,କନ୍ୟାରୂପେ କର ଲୋକ ଆନନ୍ଦ ବର୍ଦ୍ଧନ ।୨୯।ଶିକ୍ଷୟିତ୍ରୀରୂପେ ଲୋକେ ଦିଅ ବିଦ୍ୟାଶିକ୍ଷା,ଗୁରୁସ୍ୱରୁପିଣୀ ମାତଃ! ଦିଅ ଧର୍ମ ଦୀକ୍ଷା ।୩୦।ବିଦ୍ୟାରୂପା! ବିରାଜିତା ମାନବ ହୃଦୟେ,ନମସ୍ତେ ନମସ୍ତେ ସର୍ବେଶ୍ୱରୀ ସର୍ବମୟେ ।୩୧।ସର୍ବଭୂତେ ବିରାଜିତା ଛାୟା ସ୍ୱରୂପରେ,ଜ୍ଞାନରୂପେ ବିରାଜିତା ମାନବ ଅନ୍ତରେ ।୩୨।ଚୈତନ୍ୟରୁପିଣୀ ମାତଃ! ଚେତନାଦାୟିନୀ !ପ୍ରାଣରୂପେ ଅବସ୍ଥିତା, ପ୍ରାଣସ୍ୱରୂପିଣୀ! ।୩୩।ପ୍ରତି ଅଣୁ ପରମାଣୁ ମଧ୍ୟେ ଅବସ୍ଥିତେ!ସର୍ବମୟୀ ସର୍ବେଶ୍ୱରୀ ଜଗତପୂଜିତେ! ।୩୪।ପ୍ରାଣ, ମନ ସମର୍ପଣ କରୁଅଛି ତୋତେ,ନମସ୍ତେ ନମସ୍ତେ ମାତଃ! ନମସ୍ତେ ନମସ୍ତେ ।୩୫।ଶରଣରାଗ - ଆହାରୀପଠାଇଛ ମୋତେ ହେ ପ୍ରଭୁ ଜଗତେଏ କଥା ଥାଉ ମୋ ମନରେ,ତୁମ୍ଭର ଆଦେଶ ପାଳିବି ବିଶେଷ,ତୁମ୍ଭ ଦତ୍ତ ବୁଦ୍ଧି ବଳରେ,ପ୍ରଭୁ ହେ!ଏତିକି ମୋହର ପ୍ରାର୍ଥନା,ଘଟ ବା ଅନିଷ୍ଟ ପାଏଁ ନାନା କଷ୍ଟ,କର୍ତ୍ତବୁଁ ନ ହେବି ବିମନା ।ମାୟା ଆକର୍ଷଣ ନିତାନ୍ତ ଭୀଷଣ,ଧନ ମାନେ ଚିତ୍ତ ଚଞ୍ଚଳ,ଜଗତ ସଂସାର ସକଳ ଅସାର,ମୂଳାଧାର ତୁମ୍ଭେ କେବଳପ୍ରଭୁ ହେ!କୃପା କରି ଦିଅ ସୁମତି,ନ ଲଭୁ ମୋ ମନ, ଜୀବର ଜୀବନ!ଲୋଭ ଜଗତର ସମ୍ପତ୍ତି ।ଗତ ଧନ ମାନେ ବୃଥା ଅଭିମାନେଚିତ୍ତ ମୋ ସନ୍ତତ ଚଞ୍ଚଳ,ନ ଜାଣିଲି ପ୍ରଭୋ! ଏ ପଦାର୍ଥ ସବୁକ୍ଷଣିକ ମାତ୍ରକ କେବଳ,ପ୍ରଭୁ ହେ!ଏତିକି ମୋହର ପ୍ରାର୍ଥନା,ଯାଇଛି ଯା ଯାଉ, ତାହା ପାଇଁ ଆଉନ କରେଁ ଯେମନ୍ତ ଶୋଚନା ।ରୋଗେ, ଭୋଗେ, ଯୋଗେ, ରାଗେ ବା ସୋହାଗେ,ସାଗରେ, ପ୍ରାନ୍ତରେ, କାନ୍ତାରେ,ପ୍ରଣୟ ଆସରେ, ଦଣ୍ଡ କରାଗାରେ,ସକଳ ସମୟେ ସରାଗେ,ପ୍ରଭୁ ହେ!ତୁମ୍ଭଙ୍କୁ କରିବି ସ୍ମରଣ;ରଖିବି ମନରେ ସର୍ବ ସମୟରେତୁମ୍ଭେ ଏକ ମାତ୍ର ଶରଣ!ଥାଉଁ ମୋ ଚେତନା ଏତିକି ପ୍ରାର୍ଥନା,ପ୍ରଭୁ ହେ ତୁମ୍ଭ ଶ୍ରୀ ଚରଣେ,ହେବେ ନାଡ଼ି କ୍ଷୀଣ ଜ୍ଞାନ ଶକ୍ତିହୀନହେବ ସେ କାଳରେ ଆପଣ,ପ୍ରଭୁ ହେ!ଦେବ କୃପା କରି ଦର୍ଶନ,ତୁମ୍ଭ କୃପା ଦେଖି ଶରୀର ଉପେକ୍ଷିପ୍ରୟାଣ କରିବ ଜୀବନ ।ସୁଖେ, ଦୁଃଖେ, ଶୋକେ, ଅନ୍ଧାରେ, ଆଲୋକେ,ଉତ୍ସବେ ଅଥବା ବିପଦେ,ସ୍ୱଦେଶେ, ବିଦେଶେ, ନିରାଶେ, ଉଲ୍ଲାସେ,ବିଷାଦେ ଅଥବା ସମ୍ପଦେ,ପ୍ରଭୁ ହେ!ଏତିକି ମୋର ନିବେଦନ,ଜୀବନ ବିକଳେ ତୁମ୍ଭ ପଦତଳେପଶିବି ଯେମନ୍ତ ଶରଣ ।ଗୋଟିଏ ପ୍ରାର୍ଥନାମଙ୍ଗଳମହାପ୍ରଭୋ! କେବଳ ମାତ୍ର ଦେଉନ୍ତୁ ଦର୍ଶନ,ଅନ୍ଧକାରେ ହେଉଛି ତ ବ୍ୟାକୁଳ ମୋ ମନ ।ଯେ ରୂପ ଦେଖିଲେ ପ୍ରଭୋ! ଲଭିବି ସାନ୍ତ୍ୱନା,ଦେଖାଅ ଅଭୟ ରୂପ, ନ କର ବଞ୍ଚନାନ ପାଇ ତୁମ୍ଭଙ୍କୁ ଚିତ୍ତ ହେଉଛି ଚଞ୍ଚଳ,ଜାଣ ତ ହେ ପ୍ରଭୋ! ମନ ନିତାନ୍ତ ଦୁର୍ବଳ ।ତୁମ୍ଭର ମହିମା ଛାୟା ପଡ଼ୁ ମୋ ହୃଦୟେ,ସୁଖେ ଦୁଃଖେ ନିରଖିବି ସକଳ ସମୟେ ।ଦର୍ଶନ କରିବି ସୁଖେ ହେ ଜଗତସାଇଁ ।ଦ୍ୱିତୀୟ ପ୍ରାର୍ଥନା ମୋର ଆଉ କିଛି ନାହିଁ ।ଲଭେଁ ସ୍ୱର୍ଗବାସ ଅବା ଭୀଷଣ ଦୁର୍ଗତି,ଯାହା ଇଚ୍ଛା ଦିଅ ପ୍ରଭୋ ! ନାହିଁ ମୋ ଆପତ୍ତି,ଏତିକି ପ୍ରାର୍ଥନା ମୋର ଆହେ ଭଗବାନ!ଆପଣା ସାକ୍ଷାତେ ତାହା କରିବେ ବିଧାନ ।
ସମ୍ବନ୍ଧିତ ରଚନା
ବୃକ୍ଷବାଟିକା
ଫକୀରମୋହନ ସେନାପତି
ମୋ- ମୋହନ ବଂଶୀ
ଫକୀରମୋହନ ସେନାପତି
କ୍ଷଣିକ
ଫକୀରମୋହନ ସେନାପତି
ସୁଖ ଦୁଃଖର ପରିଣାମ
ଫକୀରମୋହନ ସେନାପତି