ଭଣ୍ଡ ସନ୍ୟାସୀ
ଉତ୍କଳ ବ୍ୟାସ କବି · ୧୮୪୩–୧୯୧୮ · ରାଧାନାଥ ଯୁଗ
- ସଂକଳନ: ଅବସର ବାସରେ
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୧୮୪
- ସ୍ଥିତି
- ସାର୍ବଜନୀନ (Public domain)
ଧିକ! ଧିକ! ଜଗତରେ ବହୁଳ ଜଞ୍ଜାଳ,ଦିନେ ତ ପାରିଲି ନାହିଁ ସୁଖେ କାଟି କାଳ ।ଆଉ ତ ପାରିବି ନାହିଁ ଏତେ କୋଡ଼ି ହାଣି,ପେଟ ତ ଶୁଣିଲା ନାହିଁ ଦୁଃଖର କାହାଣୀ ।କି ଉପାୟେ ସହଜରେ ପାଇବି ଆହାର?ପରକାଳ ମାର୍ଗ ମଧ୍ୟ ହେବ ପରିଷ୍କାର?ପାଇଛି ଏଥିର ତତ୍ତ୍ୱ ଶୁଣ ଗୃହବାସୀ !କାଟିଲି ସଂସାର ମାୟା, ହେଲି ମୁଁ ସନ୍ନ୍ୟାସୀ ।କରିବି ଗଞ୍ଜାଇ ସେବା- ଚୁମୁଟା ଧାରଣ,ମୃଗଚର୍ମ ଖଣ୍ଡି ବକ୍ଷେ, ବିଭୂତି ଭୂଷଣ;ଲମ୍ବାଇ ମସ୍ତକେ ଜଟା, ପିନ୍ଧିବି କୌପୀନ,ଏ ସର୍ବ ଭୂଷଣ ଅଟେ ସନ୍ନ୍ୟାସୀର ଚିହ୍ନ ।ହସ୍ତେ ଥିବ କମଣ୍ଡଳୁ କନ୍ଧେ ଦୀର୍ଘ ଝୁଲି,ମାଗିବି ସୁଖରେ ଭିକ୍ଷା ଦ୍ୱାରେ ଦ୍ୱାରେ ବୁଲି ।ବର୍ତ୍ତମାନ କେହି ଜଣେ ନ ପଚାରେ ମୋତେ,ସାଧୁ ଦେଖି ଦଣ୍ଡବତ କରିବେ ସମସ୍ତେ ।ସହିବାକୁ ହେବ ନାହିଁ ସାହୁର ଗଞ୍ଜଣା,ଜମିଦାର ଗୋମାସ୍ତା କି ମାଗିବ ଖଜଣା?ବୃକ୍ଷମୂଳେ ଧୂନି ଥାପି ଥିବି ମୁହିଁ ବସି,ଦର୍ଶନ କରିବେ ଲୋକମାନେ ମୋତେ ଆସି ।କେହି ଭକ୍ତ ଆସି ଯେବେଦେଇ ଦୁଇ ଅଣାଭକ୍ତିଭରେ କରିବ ମୋ ଚରଣ ବନ୍ଦନା,ଦେବି ତାକୁ ଆଖି ବୁଜି ଦେହୁଁ ଧୂଳି ଝାଡ଼ି;ତା ଦେହରୁ ବ୍ୟାଧି ପାପ ପଳାଇବ ଛାଡ଼ି ।ସହଜେ ସରିବ ଦିନ କଲେ ଏହିରୂପ,ମାତ୍ର ପ୍ରଭୁ ଠକ ବୋଲି କରିବେ କି କୋପ ?ଲୋକେ ଭଣ୍ଡାଇବି ସତ- ପ୍ରଭୁଙ୍କୁ ଭଣ୍ଡାଇବସିବି କି ଇହ ପର ବେନି କୁଳ ଖାଇ ?ଯାଉ ସବୁ ସେ କଥାରେ ଦେବି ନାହିଁ ମନ,ପ୍ରାଣ ଦେଇଛନ୍ତି ଦେବେ ନାହିଁ କି ସେ ଅନ୍ନ?
ସମ୍ବନ୍ଧିତ ରଚନା
ଗୋଟିଏ ପ୍ରାର୍ଥନା
ଫକୀରମୋହନ ସେନାପତି
ବୃକ୍ଷବାଟିକା
ଫକୀରମୋହନ ସେନାପତି
ମୋ- ମୋହନ ବଂଶୀ
ଫକୀରମୋହନ ସେନାପତି
କ୍ଷଣିକ
ଫକୀରମୋହନ ସେନାପତି