ମେଲାଣି
ଉତ୍କଳ ବ୍ୟାସ କବି · ୧୮୪୩–୧୯୧୮ · ରାଧାନାଥ ଯୁଗ
- ସଂକଳନ: ଅବସର ବାସରେ
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୧୬୮
- ସ୍ଥିତି
- ସାର୍ବଜନୀନ (Public domain)
ମଙ୍ଗଳଦେବୀ ! ପ୍ରିୟେ ! ଯାଅ ଯାଅ ଦେଉଛି ମେଲାଣି !ମନ୍ତ୍ରର ସାଧନା ମୋର ଗୃହଠାକୁରାଣୀ ।ଅନିତ୍ୟ ଭଙ୍ଗୁର ଦେହ ଅଟେ ଦୁହିଙ୍କର,ମାତ୍ର ଦୁହିଙ୍କର ଆତ୍ମା ଅକ୍ଷୟ, ଅମର ।ଅନିତ୍ୟ ପାର୍ଥିବ ମାୟା କରିଛ ମୋଚନ,ଶିଥିଳ ହେବାର ନୁହେ ଆତ୍ମାର ବନ୍ଧନ ।ତେଜିଛ ପାର୍ଥିବ ଦେହ, ଅଛି ମୁଁ ପୃଥ୍ୱୀରେ,ପୁନଶ୍ଚ ମିଳନ ହେବି ଚିରେ ବା ଅଚିରେ ।ଇହ, ପର ଦୁଇକାଳେ ଅଛୁଁ ବେନି ଜନେ,ମାତ୍ର ତୁମ୍ଭ ପ୍ରତିରୂପ ଭାସୁଛି ନୟନେ ।ତୁମ୍ଭେ ନିତ୍ୟ, ମୁହିଁ ନିତ୍ୟ, ସତ୍ୟ, ଅବିନାଶୀ,ଅନନ୍ତ ସ୍ରୋତରେ ଯାଉଅଛୁଁ ଭାସି ଭାସି ।ଜ୍ୟୋତିର୍ମୟରୂପୀ ଆତ୍ମା ମହାନ ମିଳନ,କେ ଭାଙ୍ଗିବ କେ କରିବ ଅଚ୍ଛେଦ୍ୟ ଛେଦନ?କଳ୍ପନା ଅତୀତ କାଳ ଗଗନ ପ୍ରାଙ୍ଗଣେ,ଉଜ୍ଜ୍ୱଳ ନକ୍ଷତ୍ରରୂପେ ଥିବୁଁ ଦୁଇ ଜଣେ ।କେବେ ଦୂରେ, କେବେ ପାଖେ, ବିଚ୍ଛିନ୍ନ ମିଳିତ,ବେନି କକ୍ଷେ ବେନି ଗ୍ରହ ଯଥା ବିଘୂର୍ଣ୍ଣିତ ।ଅନନ୍ତ ଅନନ୍ତ କାଳ ଯାଇଅଛି ବହି,କାଳାତୀତ କାଳଯାଏଁ ଥିବୁଁ ପୁଣି ରହି ।ଆତ୍ମାରେ ଜଡ଼ିତ ଆତ୍ମା, ମନେ ଲଗ୍ନ ମନ,ହୃଦୟେ ହୃଦୟେ ମେଳ ଦୁଶ୍ଛେଦ୍ୟ ବନ୍ଧନ ।ବିନଷ୍ଟ ତ ହୋଇ ନାହିଁ, ଯାଇଛ ଆଗରେ,ମହାକାଳସ୍ରୋତ ଭେଦି ତିମିର ମାର୍ଗରେ ।ଯାଉଛି ପଛରେ ପ୍ରିୟେ! କରନ୍ତୁ ଅପେକ୍ଷା,ସେ ଅମୃତମୟ ଧାମେ ପୁଣି ହେବ ଦେଖା lଦିବା ନିଶି ବ୍ୟାକୁଳିତ ହୁଏ ତୁମ୍ଭ ପାଇଁ,ତୁମ୍ଭେ କି ରହିଛ ପ୍ରିୟେ, ମୋତେ ବାଟ ଚାହିଁ ?
ସମ୍ବନ୍ଧିତ ରଚନା
ଗୋଟିଏ ପ୍ରାର୍ଥନା
ଫକୀରମୋହନ ସେନାପତି
ବୃକ୍ଷବାଟିକା
ଫକୀରମୋହନ ସେନାପତି
ମୋ- ମୋହନ ବଂଶୀ
ଫକୀରମୋହନ ସେନାପତି
କ୍ଷଣିକ
ଫକୀରମୋହନ ସେନାପତି