ସୂଚୀଛାନ୍ଦ
ଗଣକବି · ୧୮୮୨–୧୯୫୬
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୧୭୮
- ସ୍ଥିତି
- ସାର୍ବଜନୀନ (Public domain)
[ମାନକର ଦାନ ଧନ - ବୃତ୍ତେ]
ଶୁଣ ବୁଧେ ଶୂଦ୍ଧ ଚିତ୍ତେ ହରିବଂଶ ଚରିତ । ସୁଭଦ୍ରାର ପରିଣୟ ଶୁଣି ହର ଦୁରିତ ।ପଦ । ରଇବତ ଗିରିଶୃଙ୍ଗେ ଯଜ୍ଞ କଲେ ଅଚ୍ୟୁତ । ଯେ ପ୍ରକାରେ ହତ ହେଲା ସେ ଗୋସିଂହ ଦଇତ ।୧। ଯେଉଁପରି ରାମ ତୁଲେ ଶ୍ୟାମ କଳହ ଜାତ । ହୋଇଲା ମେହିଲା ସେ ସୁଭଦ୍ରା ଅର୍ଜୁନ-ଚିତ୍ତ ।୨। ତାହା ବିସ୍ତାରି ଲେଖିବି ଘଟିଛି ଯା ଉଚିତ । ବ୍ୟାସରଚନାରେ ଯେ କି ରହିଥିଲା ସଞ୍ଚିତ ।୩। ନ ଜାଣେ ମୁଁ କ୍ରିୟାକର୍ମ ଧର୍ମ ବାରିବଂଶତ । ବଇ ଭଣେ ମାତ୍ର ଜାଣେ କରତା ସେ ହରି ତ ।୪।
(ରୈବତ ଶୃଙ୍ଗେ କୃଷ୍ଣ ଓ ବଳରାମଙ୍କର ପ୍ରବେଶ, କୃଷ୍ଣଙ୍କର ଗୀତ)[ତୁମ କଦାର କୁଲେର ବହୂ - ବୃତ୍ତେ]
ଶୁଣ ରେବତୀପତି ! ଦେଖି ଏ ରୈବତ ଗିରି ବଳିଛି ମତି ହେ ।ପଦ । ଯଜ୍ଞର ଏ ଯୋଗ୍ୟ ସ୍ଥାନ, କର ଭାଇ ଅନୁମାନ । ନାହିଁ ନ କରିବ ମୋର ଏହି ବିନତି ହେ ।୧। ଏ ସ୍ଥାନେ କରନ୍ତେ ଯୋଗ, ଖଣ୍ଡିବ ଦୁରିତ ରୋଗ । କାଳକ ନ ଥିବ ଯଦୁକୁଳେ ବିପତ୍ତି ହେ ।୨। ପଠାଇଣ ନିମନ୍ତ୍ରଣ, ଆଣିବା କରି ବରଣ । ଦେବତା ୠଷି ବ୍ରାହ୍ମଣ କୁଟୁମ୍ବ ଜ୍ଞାତି ହେ ।୩। ଭାଷେ ବଇଷ୍ଣବ ଦ୍ୱିଜ, ଆଦେଶ ଦିଅ ଅଗ୍ରଜ ! ନ ତେଜ ମୋ ଅଳି ବଇଆ ଚିନ୍ତି ହେ ।୪।
ବଳରାମ – କୃଷ୍ଣଚନ୍ଦ୍ର ! ଦେଖ ଏହି ରୈବତ ପର୍ବତ ଶୋଭାରାଶିଫଳପୁଷ୍ପେ ସାଜିଛନ୍ତି ଗିରିତରୁରାଜିଘନଘନ ବହିଣ ପବନ ପୁଷ୍ପଗନ୍ଧ ବିଞ୍ଚୁଛନ୍ତି ପରାଗର ସହ ।
ସମ୍ବନ୍ଧିତ ରଚନା
ସୂର୍ଯ୍ୟ ପ୍ରତି ଦୀପ
ଗଙ୍ଗାଧର ମେହେର
ତାରା-ସୂର୍ଯ୍ୟ
ଗଙ୍ଗାଧର ମେହେର
ଅଛତ ଅନ୍ତରେ
ଲକ୍ଷ୍ମୀନାରାୟଣ ସାହୁ
ଗୀତାଭିଧାନ
ଉପେନ୍ଦ୍ର ଭଞ୍ଜ