ସତ୍ୟାର ଉକ୍ତି
ଗଣକବି · ୧୮୮୨–୧୯୫୬
- ପଢ଼ିବା ସମୟ
- ୫ ମିନିଟ୍
- ଶବ୍ଦ
- ୭୭୨
- ସ୍ଥିତି
- ସାର୍ବଜନୀନ (Public domain)
[କାହିଁ ଗଲ ଜୀବିତେଶ - ବୃତ୍ତେ]
କି କହିବି ଇନ୍ଦ୍ରସୁତ ମୋର ଦୁଃଖର କାରଣ ମୁଖେ । କରୁଥିଲେ ରାମ ହରି ଯାଗ ରଇବତ ଗିରିଶିଖେ ।ପଦ । ତାଙ୍କ ରଣେ ହାରି କଉପଣ କାହିଁ ଲୁଚିଥିଲା ଅନ୍ତରୀକ୍ଷେ ! ପୁଣି ନିଶିଯୋଗେ ଯଜ୍ଞ ଧ୍ୱଂସି ଫିଙ୍ଗିଅଛି ମହାଦୁଃଖେ ।୧। ରୋହିଣୀସତେ ଈଷିତେ କୃଷ୍ଣ ତୁଲେ ଜାକି ବେନି କାଖେ । ମାଡ଼ିଲା ସେ ହୋମାନଳେ ମୁଁ ତା ଦେଖିଛି ଥାଇ ପ୍ରତ୍ୟକ୍ଷେ ।୨। ନାଶି ମୁନି-ୠଷିପ୍ରାଣ ଦୋଷୀ ଘେନି ମୋତେ ଇଚ୍ଛାସୁଖେ । ଯାଉଥିଲା ରାଜ୍ୟେ ଚଳି ଶୋକେ ଡାକିଲଇଁ ତିନିଲୋକେ ।୩। ମରିଲେ କିବା ତରିଲେ ପଦ ଯୋଖେ ।୪।
ଅର୍ଜୁନର ଶୋକ[ଚଉଦ ଅକ୍ଷରୀ - ବୃତ୍ତେ]ମନ୍ଦ ବିହି ଅନ୍ଧ କଳୁ ଆଝୁଁ ଅର୍ଜୁନକୁ ।ଗୋବିନ୍ଦ ହେ ।ସତେ କି ଦେଖିବି ସେହି କାଳିଆ କାହ୍ନୁଙ୍କୁ ।ଗୋବିନ୍ଦ ହେ ।୧।ଅରକ୍ଷ ହୋଇଲେ ଏବେ ପାଣ୍ଡୁସୁତେ ହେଳେ ।ଗୋବିନ୍ଦ ହେ ।ରାଣ୍ଡପୁଅ ପାଞ୍ଚଜଣେ ଦେଲୁ କାହା କୋଳେ ।ଗୋବିନ୍ଦ ହେ ।୨।ଶାଲ୍ୱ ଶିଶୁପାଳ କଂସ କେଶୀକି ସଂହାରି ।ଗୋବିନ୍ଦ ହେ ।ଛାର ଗୋସିଂହ ସ୍ତରରେ ଗଲୁ ନିଜ ପୁରୀ ।ଗୋବିନ୍ଦ ହେ ।୩।ଅଘା ବକା ତୃଣା ଷଣ୍ଢା ବ୍ୟୋମା ଗଣ୍ଡା ଗଣ୍ଡା ।ଗୋବିନ୍ଦ ହେ ।ଅଷ୍ଟମଲ୍ଲ ମାରି ଧରା କରିଥିଲ ଥଣ୍ଡା ।ଗୋବିନ୍ଦ ହେ ।୪।ତୁ ଗିଳିଥିଲୁ ଅନଳ, ସେ ଗିଳିଲା ତୋତେ ।ଗୋବିନ୍ଦ ହେ ।ବ୍ରହ୍ମକଳେବରେ ଅଗ୍ନି ଦହିଲା କେମନ୍ତେ ।ଗୋବିନ୍ଦ ହେ ।୫।ଅଷ୍ଟପାଟବଂଶୀକି ନିବେଶି କାହା ପାଶେ ।ଗୋବିନ୍ଦ ହେ ।ଭାଇ, କି ଭାବି ଗମିଲ ବଇକୁଣ୍ଠବାସେ ।ଗୋବିନ୍ଦ ହେ ।୬।ଚାଲ ଶତଧନୁ ଶକ୍ରାଜିତର ଦୁଲଣୀ ।ଗୋବିନ୍ଦ ହେ ।ରଇବତେ ଯିବା ବିପ୍ର ବଇଷ୍ଣବ ଭଣି ।ଗୋବିନ୍ଦ ହେ ।୭।(ଅନଳକୁଣ୍ଡପାଶେ ଅର୍ଜୁନର ରୈବତଶୃଙ୍ଗେ ପ୍ରବେଶି)(ସ୍ତବ ଉଠ ଉଠ ବାପଧନ ମନ ଊଣା - ବୃତ୍ତେ)
ନମୋ ନମୋ ବୈଶ୍ୱାନରେ ନମୋ ବିଶ୍ୱବିନାଶୀ । ନମସ୍ତେ ହେଜାତବେଦ ଖାଣ୍ଡବ ବନଗ୍ରାସି ।ପଦ । ନମୋ ହେ ସାନୁଧାରି, ଦିଅ ମୋ ରାମ ହରି । ତା ନୋହିଲେ ତୋହରି, କୁଣ୍ଡେ ପିଣ୍ଡ ମୋହରି । ଝାସି ନିଶ୍ଚିତ ଭଜିବି ଯୋଗ ଆସନେ ବସି ।୧। ଧ୍ୟାୟି କୃଷ୍ଣେ ସ୍ନେହରେ, ତେଜିବି ଏ ଦେହରେ । ଭକ୍ଷି ଲକ୍ଷ୍ମୀନାହାରେ, ରହିବୁ କି କାହାରେ । ଦେବତାଙ୍କଠାରୁ ଜନ୍ମି ନୁହ ତୁ ଦେବଦ୍ୱେଷୀ-।୨। ବ୍ୟାପୀ ସଚରାଚର, ଏ କି ତୋହ ବିଚାର । କିସ ଗୋଚର, ମୁହିଁ ତୋ ପରିଚାର-। ଦିଅ ଜୀବ ଜୀବନକୁ ଏ ରସେ ବଇ ଭାଷି ।୩।
(ରାମ କୃଷ୍ଣ ଅନଳୁ ବାହାରି ଗୀତ)[କହ କରୁଣାସାଗର ହେ - ବୃତ୍ତେ]
ରାମ – ଆସ ବାସନନନ୍ଦନ ରେ, ଆସ ଆସ କୋଳକୁ ମୋର । ତୋହ ଯୋଗେ ଆଜି ପାଇଲି ଅର୍ଜୁନ ହରାଇଥିବା ହାର ।ପଦ । ଭାଷ ଅସୁରକୁ ନାଶି କେମନ୍ତେ, ଆଣିଦେଲୁ ସତ୍ୟଭାମା ମୋତେ । କେଉଁପରି ପଥେ ଭେଟିଲୁ ଦଇତେ, କହି ସଂଶୟ ହର ।୧। ଶତଜନ୍ମେ ଏହି ୠଣ ତୋହରି, ଶୁଝି ନ ପାରିବେ ବୁଝ ରେ ହରି ! ଭାଇଠାରୁ ଭ୍ରାତ ଯାହା ପାଞ୍ଚୁ ଚିତ୍ତ ମାଗ ରେ ଇଚ୍ଛାବର ।୨। ଶ୍ୱାସରୁଦ୍ଧ ରାଜା ୠଷି ସରବେ, ପବନାସ୍ତ୍ର ପେଶି ବଞ୍ଚା ତୁ ଏବେ । ପାଆନ୍ତୁ ପରାଣ ଏବେ ଯଦୁଗଣ ଯଶ ହେଉ ବିସ୍ତାର ।୩। ଯାଗ ଶେଷ କରି ଯିବା ଦ୍ୱାରିକା । କାହାର ମନରେ ନ ଥିବା ଦକା ।ବଇଷ୍ଣବ ଏକା ମାଗୁଛି ଏ ଭିକ୍ଷା କାଟ ମୋ ଶତ୍ରୁ ଶିର ।୪।
ଅର୍ଜୁନ – ପ୍ରଭୁ, ଯେବେ ମୋତେ ଏକାନ୍ତ ବର ଦେବାକୁ ବାସନା ଥାଏ, ମୋର ଏତିକି ପ୍ରାର୍ଥନା ଯେ, ଏ ଶତଧନୁ ତୁମ୍ଭଠାରେ ଦ୍ରୋହୀ ହୋଇ ମଣିଭଦ୍ର ଗିରିରେ ଲୁଚିଥିଲା; ସେ ମୋତେ ଗୋସିଂହ ସତ୍ୟଭାମାକୁ ନେବାର ଖବର କହିବାରୁ ମୁଁ ରାକ୍ଷସକୁ ନାଶ କରି ତୁମ୍ଭ କୃପାରୁ ସତ୍ୟଭାମାକୁ ଉଦ୍ଧାରକଲି । ଏହି ବର ଦିଅ ଯେ, ଶତଧନୁକୁ ତୁମ୍ଭର କାଳେ କାଳେ ଭୟ ନ ହେଉ ।
ସମ୍ବନ୍ଧିତ ରଚନା
ସୂର୍ଯ୍ୟ ପ୍ରତି ଦୀପ
ଗଙ୍ଗାଧର ମେହେର
ତାରା-ସୂର୍ଯ୍ୟ
ଗଙ୍ଗାଧର ମେହେର