ବେନି ଉପଚୁଡ଼ାପ୍ରାୟ ପୃଢ଼ ୩ ବେନି,ଗଡ଼ି ଆସୁଛନ୍ତିନିମ୍ନେ କାଠ ଘେନି ।ଉପଯମ ପ୍ରାୟେକ୍ରୁର ଦୃଷ୍ଟି ପାତେ,ଅର୍ପୁଥାନ୍ତି ଭୀତିଗତିପଥେ ପାନ୍ଥେ ।୩- ଅଣ୍ଡିରା ମହିଷ ।ସପ୍ତଶୃଙ୍ଗୋପରିବିଶାଳ ପ୍ରାନ୍ତର,ଝରେ ତହିଁ ପୂତ‘‘ତପ୍ତ ପାଣି ଝର’’ ।ଗନ୍ଧକ ଗନ୍ଧରେସେ ସ୍ଥାନର ବାୟୁ,ଚିର ବିନିର୍ମଳବୃଦ୍ଧି କରେ ଆୟୁ ।କଳି ନୁହେଁ ବନବିପୁଳ ବିସ୍ତାର,ପ୍ରକୃତି-ସମ୍ରାଜ୍ଞୀମହା ଦରବାର ।ମାଘ ମାସର ସେଚିର ପ୍ରିୟସ୍ଥଳ,ଲୋଡ଼ା ତହିଁ ସୁଦ୍ଧାନିଦାଘେ କମ୍ଭଳ ।ସଂସାର ସେ ସ୍ଥାନେଦୂରରୁ ଜୁହାରେ,ତେଣୁ ତା ଦୌରାତ୍ମ୍ୟନ ଖଟେ ସେଠାରେନାହିଁ ତହିଁ ଭବ-ସମ୍ବନ୍ଧିନୀ ମାୟା,ଅଥବା ପାପରବିଭୀଷଣ ଛାୟା ।ନାହିଁ ସଂସାରରଅତୃପ୍ତ ପିପାସା,ନାହିଁ ଶୂନ୍ୟଗର୍ଭାକୁହୁକିନୀ-ଆଶା ।କାମନା-ଅନଳଉତ୍ତାପ ପ୍ରଖର,ଛୁଇଁ ପାରେ ନାହିଁସୀମା ସେ ସ୍ଥାନର ।ବିଷାଦ-ତରଙ୍ଗଭୀଷଣ ବିଳାସ,ପଶିପାରେ ନାହିଁଭୟେ ତାହା ପାଶ ।ବାସନା-ଭୁଜଙ୍ଗୀ-ଲୋଭ-ମହାମଣି,ନାହିଁ ତହିଁ, ଯେଣୁନୁହେଁ ସେ ଧରଣୀ ।ସେ ସ୍ଥାନ ନିର୍ଜନନିସ୍ତବଧ ଅତିପ୍ରକୃତିସ୍ଥ ତହିଁହୁଏ କ୍ଷପ୍ତ ମତି ।ଅନ୍ଧାର ଦେଉଳପ୍ରାୟ ପୁଞ୍ଜ ପୁଞ୍ଜ,ବନ ମଧ୍ୟେ ରାଜେରମ୍ୟ ଲତାକୁଞ୍ଜ ।ଲତା କାନ୍ଥ ଲତାଚାଳେ ସେ ନିର୍ମିତ,ସରି ନୁହେଁ ମଣି-ହର୍ମ୍ୟ ତା ସହିତ ।ଦୁର୍ଲଭ ଯେ ରତ୍ନନୃପତି ଭଣ୍ଡାରେସୁଲଭ ସେ ଶାନ୍ତିଏକା ସେହିଠାରେ ।ସ୍ୱାଧୀନତା ଦେବୀମୁକ୍ତଭାବେ ତହିଁ,କରୁଛନ୍ତି କ୍ରୀଡ଼ାନିକାଞ୍ଚନେ ରହି ।ସାରସ୍ୱତ ଋଷି-ବାଞ୍ଛିତ ସେ କୁଞ୍ଜ,ମାଡ଼ିଅଛି ତହିଁନାନାଛନ୍ଦେ ଗୁଞ୍ଜ ।ଭବେ ମର୍ମଭେଦୀମହା ହାହାକାର,ମଧ୍ୟରେ ସେ କୁଞ୍ଜଶାନ୍ତିର ଆଗର ।ସଂସାର ଗହଳେସେହୁ ସୁଖସ୍ୱର୍ଗ,ତାହା ପାଶେ ସିନାତୁଚ୍ଛ ଅପବର୍ଗ ।କେଉଁ କୁଞ୍ଜ ଅବାଲଇ ବାହାଡ଼ାରେ ୧ବୈଦୁର୍ଯ୍ୟ ପ୍ରବାଳଆଭାକୁ ଧିକ୍କାରେ ।କାହା ଶରେ ଅବାଅତି ଘଞ୍ଚାଳିଆ,ବନ୍ଧା ହୋଇଅଛିଲତା ଛାମୁଣ୍ଡିଆ ।୧- ଲତାବିଶେଷ । ଏହି ଲତା ହରିତ ଏବଂ ରକ୍ତବର୍ଣ୍ଣ ପତ୍ରରେ ଆମୂଳଚୁଳ ମଣ୍ଡିତ ।ଇନ୍ଦୀବର ଶ୍ୟାମାକାହିଁ ଗିରିବର୍ଣ୍ଣୀ ୨,ସହ ଏକାସନେବିଜେ ମୁଦ୍ଗପର୍ଣ୍ଣୀ ୩।ତରତୀ ଜଟିଳା-ଦଦୟା ତାପସୀ,ଆଚରେ ତପସ୍ୟାକେଉଁ କୁଞ୍ଜେ ବସି ।୨- ଅପରାଜିତା ।୩ - ବଣମୃଗଲତା ।ମୃଗ ମୃଗୀର କେଅଭୟ ଆଗାର,କା ମଧ୍ୟେ ରୋମନ୍ଥେରତ କୃଷ୍ଣସାର ।ଶାବକନିକରକରୁଛନ୍ତି ଲାସ୍ୟ,କେବେ କୁଶେ, କେବେଦୁବେ ମାରି ଆସ୍ୟ ।ଉଠେ କେଉଁ କୁଞ୍ଜୁବିହଗ କାକଳି,ଲାଳିତ୍ୟରେ ଯିବପାଷାଣ ତରଳି ।ଦୁର୍ମୂଖ ବାୟସକଟୁଗୀତ ଗାଇ,ସେ ଲାଳିତ୍ୟେ ଦିଏକାର୍କଶ୍ୟ ମିଶାଇ ।ବାଚଂଯମ ୪ ଭୂତିବହି ମଧୁଦୂତ,ବେଳେ ବେଳେ କେବେକରେ ମଧୁଋତ ।ଅଦୂରେ କଜ୍ଜଳ-ପତ୍ରୀ ଧରି ଧାରା,ଝଙ୍କାରି ବଜାଏକଣ୍ଠ-ଏକତାରା ।୪- ମିତଭାଷୀ ।ବିଷାଦ-ନୈରାଶ୍ୟ-ବିଜଡ଼ିତ ସ୍ୱରେ,କାହିଁ ବା କୁରରୀଉଚ୍ଚେ ନାଦକରେ ।ଗିରିଦେବୀ ସହବନଦେବୀଗଣେ,ବସି ଏହି କୁଞ୍ଜେଲତା-ଦୋଳାସନେ,ଥାଆନ୍ତି ନିଭୃତେଦୋଳିଖେଳେ ରତ,ଲଭି ପରସ୍ପରେଆଳାପେ ଉଷତ ।ଦୃଢ଼େ ବିଛୁଆତିବେଢ଼ିଛି ତୁଳସୀ,ତାପସୀକୁ ଆହାଗ୍ରାସେ କି ରାକ୍ଷସୀ ।ଫଳପତ୍ର ଭଭେବିଷଦିଗ୍ଧ ତାର,ଯଥା ଦୂରାତ୍ମାରବାକ୍ୟ ବ୍ୟବହାର ।ଉଚ୍ଚ ବୃକ୍ଷଚୁଳେବସି ଶାରୀ ଶୁକ,କେ ଜାଣି କିମ୍ପାଇହୋଇଛନ୍ତି ମୂକ ।ନ ମଣନ୍ତି ସୁଖସେ ଆପଣା କଥା,ଆତ୍ମଦର୍ଶୀ ସାଧୁଆତ୍ମଶ୍ଳାଘା ଯଥା ।ତପ୍ତ ପାଣିକୁଣ୍ଡେପୂର୍ଣ୍ଣ ତପ୍ତଜଳ,ପର୍ବତର କି ସେନୟନ ଉଜ୍ଜ୍ୱଳ ।ଅଥବା ଉନ୍ନତଏହି ସାନୁ ମାନନ ପାଇ ଉନ୍ନତି-ଆସନରେ ସ୍ଥାନ,ଖେଦେ ତପ୍ତ ଅଶ୍ରୁଦେଉଅଛି ଢାଳି,ଆତ୍ମ ଅପମାନନ ପାରି ସମ୍ଭାଳି ।ଉଠୁଛି ବୁଦ୍ବୁଦଯଥା ଗୁନ୍ଥାମୋତି,ଅବା ଗିରିନେତ୍ରୁବହିର୍ଗତ ଜ୍ୟୋତି ।ଜିଣିବ ସେ ଜଳସ୍ଫଟିକେ ନିର୍ଦ୍ୱନ୍ଦେ,ମାତ୍ର ସମାଯୁକ୍ତଗନ୍ଧ ଶିଳା ଗନ୍ଧେ ।ସଂସାର ପ୍ରାୟ ସେବାହାରେ ଉଷ୍ଣଳ,ମାତ୍ର ସୁଶୀତଳକୁଣ୍ଡ ଅନ୍ତସ୍ତଳ ୫ ।ମାତୃଭୂମି କୋଳପ୍ରାୟ ହୁଏ ପ୍ରତେ,ଶରୀରେ ତା ଜଳପ୍ରବର୍ତ୍ତେ ରକତେ ।କ୍ଷେତ୍ରେ ସିଞ୍ଚି ତାହାକୃଷୀବଳଚୟ,କୀଟ ଉପଦ୍ରବୁରୁହନ୍ତି ନିର୍ଭୟ ।ଆରୋଗ୍ୟ ସଲିଳବୋଲି ନାମ ଖ୍ୟାତ,ଜଳ ନୁହେଁ ଏହାବନୌଷଧି କ୍ୱାଥ ।ବନବାସ କାଳେରାମ ମହାଯଶା,ସତତ ଭାରତ-ଗୌରବ-ଭରସା,କରିଥିଲେ ଏଥିତ୍ରିରାତ୍ର ଅତୀତ,ସେବକ ଲକ୍ଷ୍ମଣଜାନକୀ ସହିତ ।ଶଙ୍କର ପୂଜାରେରାମଙ୍କର ପ୍ରୀତି,ବନେ ମୂର୍ତ୍ତି ସ୍ଥାପିପୂଜୁଥାନ୍ତି ନିତି ।ଜଳାୟେ ଶିବ-ମୂର୍ତ୍ତି ଅନ୍ୱେଷଣେ,ପଠାଇଲେ ରାମଅନୁଜ ଲକ୍ଷ୍ମଣେ ।ମାତ୍ର ଖୋଜି ଖୋଜିକାହିଁ ସେ ନପାଇ,ବସିଲେ ଏଠାରେଶ୍ରାନ୍ତିନାଶ ପାଇଁ ।କୁଳ-ଅଧିଦେବୀଜାହ୍ନବୀଙ୍କି ବୀର,ସୁମରିଲେ କରିଚିତ୍ତବୃତ୍ତି ସ୍ଥିର ।ସ୍ମରୁ ସରୁ ଅତିଅତର୍କିତ ଭାବେ,ଧନୁହୁଳେ ଦେଲେଲେଉଟାଇ ଗ୍ରାବେ ।ଆଚମ୍ବିତ ତହୁଁହେଲେ ଆବିର୍ଭୂତା,ଧରି ଦିବ୍ୟରୂପଜହ୍ନୁ ଋଷି-ସୁତା ।ପ୍ରଣମନ୍ତେ ବୀର,ଉଠାଇ ସତ୍ୱରେଆଶିଷି ଭାଷିଲେଦେବୀ ସୁଧାସ୍ୱରେ ।ଆସିଲି ମୁଁ ବତ୍ସତୋହର ସ୍ମରଣେ,କର୍କରା-କଳୁଷଏହି ଶୈଳାରଣ୍ୟେ ।ଆଜିଠାରୁ ଏଥିମୋର ଏକ ଶକ୍ତି,ତୋହ ସୃଷ୍ଟ କୁଣ୍ଡେକରିବେ ବସତି ।ତନବଳା ସ୍ନାନେପୂତ ହେବ କୁଣ୍ଡ,ତୀର୍ଥମଣି ଏଥିହେବେ ଲୋକେ ରୁଣ୍ଡ ।ଏ ସଲିଳ ସ୍ନାନେଏ ସଲିଳ ପାନେ,ହେବେ ନିରାମୟଚିର ରୋଗୀମାନେ ।ଏ ପର୍ବତେ ବାବୁନାହାନ୍ତି ଗୀର୍ବାଣ,ଶରେ ଶିବମୂର୍ତ୍ତିକର ତୁ ନିର୍ମାଣ ।ଏହା ଭାଷି ଦେବୀହେଲେ ଅନ୍ତର୍ହିତ,କୁଣ୍ଡ, ଉଷ୍ଣଜଳହେଲାକ କ୍ଷରିତ ।ରଚି ଶକ୍ତି ଲିଙ୍ଗସୌମିତ୍ରି ତକ୍ଷଣେ,ଜଣାମଣା କଲେଅଗ୍ରଜ ଚରଣେ ।ଗଙ୍ଗା ଆବିର୍ଭାବଶୁଣି ଦାଶରଥି,ମହାନନ୍ଦେ ଯାଇସ୍ନାନ କଲେ ତଥି ।ଅନୂଜ ବିଶିଖ-ଖୋଦିତ ମହେଶେ,ସଂସ୍ଥାପିଲେ ତହିଁଜାହ୍ନବୀ ଆଦେଶେ ।ଧରନ୍ତି ସେ ଶିବନାମ ବୁଦ୍ଧେଶ୍ୱର,ମହିମା ତାଙ୍କରସର୍ବତ୍ର ଗୋଚର ।ସେକାଳେ ପ୍ରସିଦ୍ଧିଲଭିଥିଲା ଉତ୍ସ,ଭାଗ୍ୟଦୋଷେ ଏବେହୋଇଅଛି ତୁଚ୍ଛଦୂର ଦୂରାନ୍ତରୁଆସି ଯାତ୍ରୀମାନ,ପୂଜୁଥିଲେ ତାଙ୍କୁଦେବତା ସମାନ ।ସ୍ୱାସ୍ଥ୍ୟ ସମ ସୁଖନାହିଁ ତ୍ରିଜଗତେ,ସ୍ୱାସ୍ଥ୍ୟହିଁ ପରମପୂଣ୍ୟ ଶାସ୍ତ୍ରମତେ ।କରିପାରେ ଯେହୁସେ ପୂଣ୍ୟ ପ୍ରଦାନ,ଦେବତାଠାରୁ ସେବଳି ମହୀୟାନ ।ଜଗତେ ଯା କିଛିଦେହୀ ବା ଅଦେହୀ,ନୁହନ୍ତି ଈଶ୍ୱର-ସତ୍ତାଶୂନ୍ୟ କେହି ।ଯହିଁ ବିଦ୍ୟମାନବିଶ୍ୱଦେବ ସତ୍ତା,ସେହି ପୂଜାସ୍ପଦସେହି ତ ଦେବତା ।ଲକ୍ଷ ଲକ୍ଷ ଲୋକଆସିଣ ଏ ସ୍ଥାନେ,କରୁଥିଲେ ଆତ୍ମାତୃପ୍ତ ଏଥି ସ୍ନାନେ ।ଗଞ୍ଜାମେ ଏ ଝରଧନ୍ୱନ୍ତରୀ ପ୍ରାୟ,ନ ବୁଝେ କେ ଗୁଣଏ କାଳରେ ହାୟ !ବୁଝୁଛନ୍ତି ମାତ୍ରବିଦେଶୀ ନିକର,କରୁଛନ୍ତି ଝରଜଳେ ସମାଦର ।ମାତ୍ର ଥିଲେ ସୁଦ୍ଧାଝର ନିଜ ଘରେ,ନ ଚିହ୍ନନ୍ତି କେହିଅଯୋଗ୍ୟ ପଣରେ ।ଥିଲେହେଁ କସ୍ତୁରୀମୃଗ ନାଭିଦେଶେ,ଭ୍ରମେ ଇତସ୍ତତଃସେ ଗନ୍ଧ ଅନ୍ୱେଷେ ।ଘଟିଛି ସେ ଦଶାଏ ଦେଶେ କେବଳ,କୁଗ୍ରହ କିମ୍ବା ଏଅଭିଶାପ ଫଳ ।ଥିଲେ ରେ ନିର୍ଝରତୁହି ସଭ୍ୟଦେଶେ,ପାଉଥାନ୍ତୁ ପୂଜାତୀର୍ଥ ନିର୍ବିଶେଷେ ।ହେଇଥାନ୍ତା ଆହାମହା ମୂଲ୍ୟବାନ,ତୋ ସଲିଳ ସ୍ୱର୍ଣ୍ଣ-ସଲିଳ ସମାନ ।କରିଥାନ୍ତୁ କେତେଦରିଦ୍ରେ କୁବେର,ମପା ହେଉ ଥାନ୍ତାଜଳ ସେର ସେର ।କୋଟି କୋଟି ମଣିହୀରା ମୁକ୍ତା ପୁଣି,ପଦପ୍ରାନ୍ତେ ତୋରହେଉଥାନ୍ତା ବୁଣି ।ସ୍ୱଦେଶେ ବିଦେଶେତୋହ ନାମେ ବାଜା,ବଜାଉଣଥାନ୍ତେକି ପ୍ରଜା କି ରାଜା ।ମାତ୍ର ରହି ଏହିଭାଗ୍ୟହୀନ ଦେଶେ,ସମଦଶାପନ୍ନହେଲୁ ତୁହି ଶେଷେ ।ଶ୍ମଶାନ ତୁଳସୀପରି ଏ ପର୍ବତେ,ଅରଣ୍ୟାନୀ ମଧ୍ୟେରହିଛୁ ଗୁପତେ ।ତୋହ ପରି ଏକାଦୁର୍ଭାଗ୍ୟ ପ୍ରବଣ,ଦେଉଳ ନିର୍ଝର ୧ଅଟ୍ରିପ୍ରସ୍ରବଣ । ୨ତିନିଙ୍କର ଏକାଦାରୁଣ ଅଦୃଷ୍ଟ,ଏକା ମୃତ୍ତିକାରେହୋଇଅଛି ସୃଷ୍ଟ ।୧- ଆଠ ମଲ୍ଲିକର ପଞ୍ଚଧାର ପର୍ବତ ପାଦଦେଶରେ ‘‘ଦେଉଳ ଝର’’ ନାମକ ଉଷ୍ଣପ୍ରସ୍ରବଣ ଅଛି ।୨- ଖୋର୍ଦ୍ଧାର ଅଟ୍ରିଗ୍ରାମସ୍ଥ ଉଷ୍ଣପ୍ରସ୍ରବଣ ।କେତେ ଦିନେ ଭାଗ୍ୟଫେରିବ ତୁମ୍ଭର,ତାହା ବିଶ୍ୱସ୍ରଷ୍ଟା-ଠାକୁରେ ଗୋଚର ।କୁଣ୍ଡମଧ୍ୟେ ସ୍ଥିତାଝର ଅଧିଦେବୀ,ଭ୍ରମନ୍ତି ନିର୍ଭୟେକନ୍ଧେ ତାଙ୍କୁ ସେବି ।ସ୍ୱଳ୍ପ ରୋଗଦୁଃଖେସେମାନେ ବିହ୍ୱଳି,ଦେବୀଙ୍କ ଛାମୁରେସମର୍ପନ୍ତି ବଳି ।ହୋଇଛି ସେ ତୀର୍ଥବଳି ଲୋହେ ପୁରି,ଛାଗ କୁକ୍କୁଟରରୂଦ୍ର ଯମପୁରୀ ।ଶୁଭସହ ତହିଁମିଶିଛି ଆପଦ,ପୂତ ସୁଧା ସଙ୍ଗେମିଶିଅଛି ମଦ ।ବୋଳି ହେଲା କିମ୍ପାକର୍ପୂର ଗୋମୟେ,ପଶିଲା ଶ୍ୱପଚପୂଣ୍ୟ ଦେବାଳୟେ ।ଏହି ପ୍ରଶ୍ନ ତହିଁପଚାରିଲେ ଆହା,କହେ ପ୍ରତିଧ୍ୱନିଲେଉଟାଇ ତାହା ।ମହାତୀର୍ଥ ଏହୁବିଶୁଦ୍ଧ ଗୋକ୍ଷୀର,ମିଶିଲା ତହିଁରେବିଭତ୍ସ ରୁଧିର ।ଦେଲେ କେଉଁ ଦେବଏ ଦାରୁଣ ଶାପ,ମିଶିଗଲା ଆହାପୂଣ୍ୟ ସଙ୍ଗେ ପାପ ।ପର ଅପକାରୁନିଜ ଉପକାର,ବାହାର କରିବାନୀତିକୁ ଜୁହାର ।ପ୍ରାଣ ବହି ପ୍ରାଣମୂଲ୍ୟ ଯେ ନଜାଣେ,ତା ଯୋଗ୍ୟ ଉପାଧିନାହିଁ ଅଭିଧାନେ ।ବଳିଦାନ ତାଙ୍କଦେଖି ଏ ପ୍ରକାରେ,କହୁଥାଏ କାଳନୀରବ ଭାଷାରେ-‘‘ରଖିଥାଅ ମନେଦିନେ ଏହି ଭଳି,ଅର୍ପିବ ମୋ ପଦେସର୍ବେ ଆତ୍ମବଳି ।ରଖି ନ ପାରିବେତେତେବେଳେ କେହି,ନ ଲଭିବ ତ୍ରାହିକୋଟି ବଳି ଦେଇ ।ଅପରକୁ ମାରିନିଜେ ବଞ୍ଚିବାର,ଅଟଇ ଜଘନ୍ୟପିଶାଚ ବେଭାର ।ପର ପ୍ରାଣ ରକ୍ଷାଆତ୍ମପ୍ରାଣଦାନେ,ସାର ଅମରତ୍ୱସିନା ନର ପ୍ରାଣେ ।ନିରୀହର ମୁହିଁଚିର ଅନୁବଳ,ଦିନେ ଏ ପାପରଦେବୀ ପ୍ରତିଫଳ ।ମୋହର ଅଜ୍ଞାତ-ସ୍ଥଳ ଏ ସଂସାରେ,ଅଣ ଅଧିକାରନାହିଁ କେଉଁ ଠାରେ ।ଅବ୍ୟର୍ଥ ଅକାଟ୍ୟମୋ ମହା ଆଦେଶେ,ମୋ ନିୟତି-ଦୂତୀଭ୍ରମେ ଦେଶେ ଦେଶେ ।ଯହିଁ ଲୁଚ ତହୁଁଆଣିବ ସେ ଧରି,କୃତ ପାପ ଫଳଭୁଞ୍ଜିବ ମତ୍ସରି !’’ବାଜିଲା ଚୌଦିଗେମାଧ୍ୟନ୍ଦିନଶଂସୀ,ଲଳିତ ସୁସ୍ୱରେତୁତି ୩ କଣ୍ଠ ବଂଶୀ ।ମୁଣ୍ଡ ପରେ ଉଠିଚଣ୍ଡ ସପ୍ତସପ୍ତି,୪ଚରାଚରେ ଖରେଅଜାଡ଼ିଲେ ତପ୍ତି ।୩- କ୍ଷୁଦ୍ରାବୟବ ସଙ୍ଗୀତକାରୀ ପକ୍ଷୀ ବିଶେଷ ।୪- ସୂର୍ଯ୍ୟ ।ନାଚିଲା ବିସ୍ତାରିଦୂରେ ମରୀଚିକା,ଧୂମ-ଧୂସରିତ-ବେଣୀ-ବିଭୀଷିକା ।ଗିରି-ପରିବାରପଶୁପକ୍ଷୀକୁଳ,ହେଲେ ରୁଦ୍ର ରୌଦ୍ରେବିଷମ ବ୍ୟାକୁଳ ।କେହି ଲତାକୁଞ୍ଜେ,କେହି ଭୀତମନେ,ରୁଚିଲେ ନିରନ୍ଧ୍ର-ମସ୍କର କାନନେ ୧ରଜତମୋନାଶୀବୈରାଗ୍ୟ ଉଦୟେ,ଲୁଚିଯାନ୍ତି ଯଥାକ୍ରୁର ରିପୁଚୟେ ।୧- ବାଉଁଶ ବନରେ ।ଶୋଷେ ଶୁଷ୍କକଣ୍ଠଚଞ୍ଚୁ ମେଲି ବାୟା,ଆଶ୍ରା କଲେ ତରୁ-ଡାଳପତ୍ର ଛାୟା ।ଅମଳୀ ୨ ପରାୟେମାରି ଘନ ହାଇ,ଶାଖେ ଶାଖାମୃଗବସିଲେ ଘୁମାଇ ।୨- ମାଦକ ସେବୀ ।ଲୋମ ବିଦାରି କେଖୁଣ୍ଟିଣ କିଟିଭେ ୩,ଚାଟି ଦେଉଥାଏଥରେ ଥରେ ଜିଭେ ।ହେଲା ନାହିଁ ଶ୍ରୁତକାହାରି ଶବଦ,ବନଭୂମି ହେଲାନୀରବ ନିସ୍ତବ୍ଧ ।୩- ଉକୁଣି ।ଗ୍ରୀଷ୍ମ ସନ୍ତାପରେକର୍ମ-କ୍ଳାନ୍ତ ହୋଇ,ସହସା ପ୍ରକୃତିପଡ଼ିଲା କି ଶୋଇ ?ଜଣାଯାଏ ବନମହାଶୂନ୍ୟାୟିତ,ଉଠେ ମହାଶୂନ୍ୟୁ୪ମହାଶୂନ୍ୟ ଗୀତ ।୪- ଆକାଶରୁ ।କୋଳାହଳ ଗଲାକାନନେ ଉଭାଇ,ଆସିଲା କି ସ୍ୱର୍ଗମର୍ତ୍ତ୍ୟକୁ ଓହ୍ଲାଇ ?ପାର୍ଥିବ ବିକୃତିମନରୁ ମୋହରି,ନେଇଗଲା କିଏକେଉଁ ଆଡ଼େ ହରି ।ହୃଦୟ-ସରସୀହୋଇଗଲା ସ୍ଥିରନ ଖେଳିଲା ତହିଁକଳ୍ପନା-ହିଣ୍ଡୀର ।ରୋଧିଦେଲା କିଏଚକ୍ଷୁ କର୍ଣ୍ଣପଥ,ଅଲକ୍ଷରେ ବାକ୍ୟବୁଦ୍ଧି ମନୋରଥ ।ବୁଡ଼ିଲା ବିସ୍ମୃତି-ସାଗରେ ବିବେକ,ମୋଡ଼ିଲା ଅଚେତାଆତ୍ମସତ୍ତା ବେକ ।ମାତ୍ର ସେ ସକଳହେଲା କ୍ଷଣସ୍ଥାୟୀ,ନଶ୍ୱର ବିଶ୍ୱେ ବାଚିର କିଏ କାହିଁ ।ଭାଙ୍ଗିଲା ଅଯତ୍ନସୁଲଭ ଔଦାସ୍ୟ,କ୍ଷଣ ବିସ୍ମୃତିରଭଙ୍ଗୁର ବିଳାସ ।ଏ ଦୁଷ୍ଟ ସଂସାରବଡ଼ ଦଗାଦାର,ତିଳେ ମାତ୍ର ସୀମାଲଙ୍ଘିଲେ ତାହାର,ଧରିଆଣେ ଖରେପ୍ରଦାନି ଗଳଥାପଳାୟିତ ଚୋରେପ୍ରତିହାରୀ ଯଥା ।ସେ ସୁଖର ଧ୍ୟାନଭାଙ୍ଗିଲା ମୋହର,ହେଲେହେଁ ଅସ୍ଥାୟୀତାହା ସୁଖକର ।ହେଉ ପଛେ ତାହାଆକାଶ-ସୁମନ,ମାତ୍ର ମୋହ ପକ୍ଷେତପ-ପ୍ରାପ୍ତ-ଧନ ।ସଂସାର ହସ୍ତରୁମୁହୂର୍ତ୍ତକ ପାଇଁ,ଲଭିଥିଲି ତାହାପ୍ରସାଦରୁ ତ୍ରାହି ।ମାତ୍ର ଏକା ଭାଗ୍ୟଅଟେ ମୋ ଭଗାରୀ,ଆଣିଲା ସେ ପୁଣିସଂସାରେ ଓଟାରି ।ବନ୍ୟ କୁକ୍କୁଟରକର୍କଶ ନିଃସ୍ୱନ,କଲା କର୍ଣ୍ଣେ ତୀବ୍ର-କୁଳିଶ ବର୍ଷଣ ।ଝିଁଝିଁ ସ୍ୱନେ ଘନେରାବିଲେ ଝିଙ୍କାରୀ,ଉଚ୍ଚାଟେ ଡାହୁକେରଟିଲେ ଚିତ୍କାରି ।ଭାଙ୍ଗିଗଲା ତହୁଁପ୍ରକୃତିର ଧ୍ୟାନ,ପଳାଇଲା ଘେନିନିସ୍ତବ୍ଧତା ପ୍ରାଣ ।ନିଜ ଅଧିକାରନଷ୍ଟ ହେବା ଜାଣି,ତେଜିଲେ ଆସନଖରେ ଶାନ୍ତି-ରାଣୀ ।ନିରେଖିବା ମାତ୍ରେଦୁର୍ଜନ ପ୍ରଭାବ,ସ୍ଥାନ ତ୍ୟାଗ ସିନାସଜ୍ଜନ ସ୍ୱଭାବ ।ବାୟାନୀଡ଼େ ସର୍ପପଶି ଗ୍ରାସି ଛୁଆ,ବାୟା ବାୟାଣୀକିକଲା କୁଆବୁଆ ୫ ।ହୋଇ ଦୁହେଁ ଅତିଡହଳ ବିକଳ ୬ ।କଲେ ଆର୍ତ୍ତସ୍ୱରେଘୋର କୋଳାହଳ ।୫- ବ୍ୟତିବ୍ୟସ୍ତ ।୬- ଶୋକକାତର ।ସେ ଶବ୍ଦେ ଆହୁତହୋଇ ଆନ ଖଗେଉପସ୍ଥିତ ଆସିହେଲେ ସଙ୍ଗେ ସଙ୍ଗେ ।ଦଳେ ଦଳେ ଉଡ଼ିଆସିଲେ ବାୟସେ,ରବେ ମୁଖରିତକରି ବିହାୟସେ ।ବଣି, ପାରା, ଚିଲଭଦଭଦଳିଆ,ପାକୀ, ଲମ୍ବଲାଞ୍ଜିସାତଭାୟା, ଟିଆ ।କୁମ୍ଭାଟୁଆ, ବକହଳଦୀବସନ୍ତ,ଏ ଆଦି ବିହଙ୍ଗକରି ନୁହେଁ ଅନ୍ତ ।ଏକତ୍ର ଆରାବକରି ଘନଘନ,ଘୁରି ଘୁରି କଲେଶତ୍ରୁ ଆକ୍ରମଣ ।ସେ ରବେ କାନନପଡ଼ିଲା ଭଛୁଳି,ସଂଗ୍ରାମ-ଅନଳଉଠିଲା କୁହୁଳି ।ନଖେ ଥଣ୍ଟେ କରିଦାରୁଣ ଆଘାତ,କଲେ ଦୁଷ୍ଟ-କାଳ-ସର୍ପକୁ ପରାସ୍ତ ।କ୍ଷତ ଯନ୍ତ୍ରଣାରେଗର୍ଜି ସାଇଁ ସାଇଁପକାଇଲା ଖଳପଛକୁ ନ ଚାହିଁ ।ଜୟ ଜୟ ନାଦକରି ଯୁଦ୍ଧ ଜିଣି,ଚଳିଲା ସ୍ୱସ୍ଥାନେବିହଙ୍ଗ-ବାହିନୀ ।ଜାତିପ୍ରୀତି ଐକ୍ୟସହାନୁଭୂତିର,ଦେଖାଇଲେ ସର୍ବେଦୃଷ୍ଟାନ୍ତ ଗଭୀର ।ବୁଝିବ କି ତା ଏବିଜନ ପ୍ରଦେଶ,ଅପାତ୍ରରେ ସିନାବୃଥା ଉପଦେଶ ।ଅନନ୍ତର ତେଜିତପ୍ତପାଣିଝର,ସିଂହରାଜ ଆଡ଼େହେଲି ଅଗ୍ରସର ।ବେନି ପାଶେ ବନନିବିଡ଼ ପ୍ରକାଣ୍ଡ,ହେବ ବେନି ଖଣ୍ଡବାଜି ତହିଁ କାଣ୍ଡ ।ମୁକ୍ତାମଞ୍ଜା ୧ ଧବ,ଶାଳ, ପିଆଶାଳ,କଣ୍ଟାନାଗେଶ୍ୱର,କୁଟଜ, ମାହାଳ ୨ ।୧-ରିଠାଗଛ୨-ମହାନିମା ଗଛ ।ବେଲ, ବଣଅଉ,ଜାମୁ, ମାତୁକଙ୍ଗ,ଗମ୍ଭାରୀ, କନ୍ଦୁକ,ରସାଳ, ବାସଙ୍ଗ ।ଜେଉଟ, ତ୍ରିପର୍ଣ୍ଣ ୩ତାର ପାନ୍ଥବନ୍ଧୁ,ଆଛୁ, ଛୁରିଆନା,ଭୂମି କରକନ୍ଦୁ ।୩-ପଳାଶଓହଳ-ଶ୍ମଶ୍ରୂଳବଟ, ମୁଣ୍ଡମୁଣ୍ଡୀ ୪,କସେଇ, ପିଛୁଳି-କକୁଭ, ଭୃକୁଣ୍ଡୀ ।ନାନା ଗୁଳ୍ମ, ଲତାପାଦପ ବହୁଶ,ବଢ଼ାଇ ଅଛନ୍ତିଅରଣ୍ୟର ଦୃଶ୍ୟ ।୪-ବନ୍ୟବୃକ୍ଷବିଶେଷ ।ପ୍ରତି ଗଛେ କରେସୌନ୍ଦର୍ଯ୍ୟ ନିବାସ,କରେ ପତ୍ରେ ପତ୍ରେମାଧୂର୍ଯ୍ୟ ବିଳାସ ।ସେ ଶୋକ-ପାସୋରାସୁଷମା ବର୍ଣ୍ଣନ,କରି ନୁହେଁ ହେଲେସହସ୍ର ବଦନ ।ସାରସ୍ୱତ ଗିରପରାଜିତ ଯହିଁ,କି ବର୍ଣ୍ଣିବ ନରସ୍ୱଳ୍ପ ଜ୍ଞାନ ବହି ।ସମୀର ହିଲ୍ଲୋଳେଦୋଳି ଫୁଲଖଡ଼ି ୫ଧବଳ ଚାମରଢାଳେ ହରଘଡ଼ି ୬ ।୫ - ତଣ୍ଡୀଜାତୀୟ ବୃକ୍ଷ । ଏହାର ଫୁଲ ଫୁଲଛାଞ୍ଚୁଣୀ ରୂପେ ବ୍ୟବହୃତ ହୁଏ ।୬ - ସର୍ବଦାବହିଅଛି ନିଷ୍ଠାଉଦ୍ଭିଦ ପରାଣେ,କା ଉଦ୍ଦେଶ୍ୟେ ଢ଼ାଳେମାତ୍ର ତା’ ନ ଜାଣେ ।କେଉଁ ଅଂଶେ କୁଶସୌନ୍ଦର୍ଯ୍ୟ ଗରିମା,ଦେଖାଏ ବିସ୍ତାରିଘନ ହରିତିମା ।ମୃଗଯୂଥେ ରାତ୍ରେଉପବାସ ସହି,କରନ୍ତି ପାରଣାପ୍ରାତେ ଆସି ତହିଁ ।କାହିଁ ବା ପ୍ରକୃତି-ସ୍ୱରୁପିଣୀ ରମା,ଲୁଚାଇ ଦେଇଛିବନେ ସ୍ୱ-ସୁଷମା ।ଆରଣ୍ୟ-ସର୍ଷପକାହିଁ ପ୍ରକଟିତ,ପ୍ରସ୍ଫୁଟ ପ୍ରସୂନେ,-ପୁରଟ-ପୁଟିତ ।ଗିରିବର ଲାଗିଫୁଲ-ଶେଯ ଧରି,ଉଭା ଅବା ଆହାକାନନ ସୁନ୍ଦରୀ ।ତମୋମଣି ୭ ପ୍ରାୟସୁବର୍ଣ୍ଣ ଭ୍ରମରେ ୮,ଉଡ଼ୁଛନ୍ତି ତହିଁଗୁଣୁଗୁଣୁ ସ୍ୱରେ ।ବିଜିତ ବକ୍ଷରେବିଜେତା ସମାନ,ବସି ତରୁରୁହ ୯ପ୍ରକାଶେ ଗୁମାନ ।୭ - ଜୁଳୁଜୁଳିଆ ପୋକ । ୮ - ସୁନାଗୁଣା ପୋକ୯ - ବୃକ୍ଷଉପରେ ଜାତ ବୃକ୍ଷ ।ଅଟେ ସିନା ସେହୁନିପଟ ୧ ନିଖଟୁ ୨ସଦା ପରପ୍ରାଣ-ଶୋଷଣ-ସୁପଟୁ ।ଗିରିଦେହେ ଶସ୍ୟ-କେଦାରପଙ୍କତି,ଛେଲା ହୋଇ ଦିଶେପରିଷ୍କୃତ ଅତି ।୧ - ନିତାନ୍ତ ।୨ - ଅଯୋଗ୍ୟ ।କୋଠ କାଟି କ୍ଷୌର,ନବ୍ୟ ରୁଚି ମତେହୋଇଛି କି ସଦ୍ୟଧରାଧର ସତେ ?କ୍ରୀଡ଼ା ଅବସନ୍ନମହିଷାଳବାଳେ,ଦୃଢ଼େ ସିଇଁ ଠୁଲାବିଶାଳ କୁଦାଳେ ୩,୩ - ବୃହତ୍ପତ୍ର ବିଶିଷ୍ଟ ବୃକ୍ଷ ।ମାହାରାରୁ ୪ ଦୁଗ୍ଧଦୁହିଁ ଆଣି ତହିଁ,ପିଅନ୍ତି କୌତୁକେନାନା କଥା କହି ।ଲଳିତ ସରଳତାଙ୍କ ଗ୍ରାମ୍ୟ ଭାଷା,ବଢ଼ାଏ ପରାଣେଶ୍ରବଣ ପିପାସା ।୪ - ମହିଷଗୋଠରୁ ।କଉପୀନଧାରୀବନ୍ୟ ଜାତି ବହୁ,ଶାତଷଣ୍ଡୁ କାହିଁସଂଗ୍ରହନ୍ତି ଜଉ ।ବୁଲନ୍ତି ସର୍ବତ୍ରଭୟ ପରିହରି,ଶ୍ୱାପଦେ ମଣନ୍ତିପୋଷାଶ୍ୱାନ ପରି ।ଗିରିଗୁହା ତାଙ୍କନିସର୍ଗ ଆଳୟ,ବାଡ଼ି ଫଳ ଫୁଲ-ବନ୍ୟଦ୍ରବ୍ୟଚୟ ।ଉପାର୍ଜନ୍ତି ବଳେଶୈଳୁ ଗ୍ରାସ ବାସ,ନ ହୁଅନ୍ତି କେବେଅଭାବର ଦାସ ।ମାତ୍ର ନ ଜାଣନ୍ତିଜୀବନେ ସଞ୍ଚୟ,ଚିରବ୍ରତ ସଦ୍ୟ-ଆୟ, ସଦ୍ୟ ବ୍ୟୟ ।ଗିରି ଯେ ଜାତିରଅକ୍ଷୟ-ଭଣ୍ଡାର,କିସ ଲୋଡ଼ା ଭଲାସଞ୍ଚୟେ ତାହାର ।ସଂଗ୍ରହଇ ମଧୁକେବଣ ସାହସୀ,ଅନ୍ଧକାରମୟଗିରିଖୋଲେ ପଶି ।ଖୋଜୁ ଖୋଜୁ ମଧୁବୁଲି ଚୁଡ଼େ ଚୁଡ଼େପଡ଼େ ବେଳେ ବେଳେଭଲ୍ଲୁକ ହାବୁଡ଼େ ।ମାତ୍ର ମଣିଲୋଭେଭୁଜଗ ଦଂଶନେ,ନ କରେ ଭ୍ରୁକ୍ଷେପକଦାଚ ସେ ମନେ ।ସ୍ଥାନେ ସ୍ଥାନେ ସ୍ଥିତପର୍ବତେ ପଲ୍ୱଳ,ଯେତେ ବୃଷ୍ଟି ହେଲେପୁରେ ନାହିଁ ଜଳ ।ଲୋଭୀ ଆଶା ପ୍ରାୟସଦା ସେ ଅପୂର୍ଣ୍ଣ,ଭାସମାନ ତହିଁସୂକ୍ଷ୍ମ ଗେରୁଚୂର୍ଣ୍ଣ ।ପିଇଲେ ସେ ଜଳଗଣ୍ଡୂଷ ମାତର,ମାଡ଼ିବସେ ଖରେଉଗ୍ର ମାଳତ୍ୱର ।ଶୃଙ୍ଗ ପରେ ଶୃଙ୍ଗଲଙ୍ଘି ସ୍ତରେ ସ୍ତରେ,ଉପସ୍ଥିତ ହେଲିସର୍ବୋଚ୍ଚ-ଶିଖରେ ।ନ ଡ଼ରି କାଳରଅଟ୍ଟହାସ୍ୟ ଲବେ,ଅବସ୍ଥିତ ଗିରିସୌନ୍ଦର୍ଯ୍ୟ-ଗୌରବେ ।ଯାଇଅଛି ଉଚ୍ଚେବିହାୟସେ ଭେଦି,କି ସେ ବିଶ୍ୱସ୍ରଷ୍ଟା-ଯୋଗୀ ଯୋଗବେଦିବିକୃତ ପ୍ରାକୃତପାର୍ଥିବତା ଯହିଁ,ଶତ ଉପଚାରେପାରେ ନାହିଁ ରହି ।ନୈରାଶ୍ୟକୁ-ହେଳୀଏ ସ୍ଥାନ-ଗଗନେ,କରିପାରେ ନାହିଁକଳୁଷିତ କ୍ଷଣେ ।ନିସ୍ତବ୍ଧତା ସହପବିତ୍ରତା ଶାନ୍ତି,ଅହରହ ଏଥିଯୋଗେ ରତ ଥାନ୍ତି ।ଘୃଣିତ ସଂକୀର୍ଣ୍ଣନୀଚ ସ୍ୱାର୍ଥ ଭାବ,ଏ ସ୍ଥାନ ପରଶେଭଜେ ତିରୋଭାବ ।ଦେହାନ୍ତରେ ସ୍ୱର୍ଗ-ଭୋଗ ଘଟିପାରେ,ମାତ୍ର ସେ ସୁଯୋଗଦେହକେ ଏଠାରେ ।ଏହି ଶୃଙ୍ଗ ପଥେଦେବକନ୍ୟାମାନେ,ଅବତରି ସ୍ୱର୍ଗୁଯାନ୍ତି ସିନ୍ଧୁ ସ୍ନାନେ ।ବାହୁଡ଼ିବା କାଳେବନପୁଷ୍ପ ତୋଳି,ବନଦେବୀବର୍ଗେଯାଆନ୍ତି ସଙ୍ଖୋଳି ।ଅର୍ପନ୍ତି ତାହାଙ୍କୁତ୍ରିଦିବ ବାରତା,ପ୍ରତିଦାନେ ଘେନି-ଯାନ୍ତି ମର୍ତ୍ତ୍ୟ-କଥା ।ସେ ସ୍ୱର୍ଗୀୟ ବାର୍ତ୍ତାବହି ପ୍ରସ୍ରବଣ,ଧରାତଳେ ନିତ୍ୟକରେ ବିତରଣ ।କାଦମ୍ବିନୀକୁଳଏ ଶୃଙ୍ଗ-ଉରସେ,ଖେଳୁଥାନ୍ତି ଗୁଡ଼ା-ବାଗୁଡ଼ି ହରଷେ ।ପୃଥିବୀକୁ ଚାହିଁବିଜୁଳି ବିକାଶ-ଛଳେ ପ୍ରକାଶନ୍ତିଜ୍ୟୋତିର୍ମୟ ହାସ୍ୟ ।ଶୈଳ-ସମୀରଣେପିଆଶାଳ ଫୁଲ,ଗଡ଼ି ବୁଲୁଥାଏଚୌପାଶେ ବହୁଳ ।ନଖ ମାରି ତହିଁକଟାସ ୧ ଶାବକେଡ଼େଇଁ ଡ଼େଇଁ କ୍ରୀଡ଼ାକରନ୍ତି ପୁଲକେ ।୧ - ବନ୍ୟବିଡାଳ ।ନୁଳିଆ ଶିଶୁଏଯଥା ଗୁଡ଼କଙ୍କେ,ଗୋଡ଼ାନ୍ତି ସିକତା-ସିକ୍ତ ବେଳା ଅଙ୍କେ ।ବାଳୀ ଭୟେ ଏଥିକପୀଶ ସୁଗ୍ରୀବ,ଯାପିଥିଲେ କିଛିକାଳ ସସଚିବ ।‘‘ସୁଗ୍ରୀଖୋଲ’’ ବରୀବିଶାଳ ରୁଚିର ୨ଦିଏ ମୂକସାକ୍ଷ୍ୟଏ କିମ୍ବଦନ୍ତୀର ।ପୁରାବୃତ୍ତ ପୁଣ୍ୟ-ସ୍ମୃତି-ଜ୍ୟୋତିପୂତ,ସାଇତିଛି ଶୈଳଶରୀରେ ବହୁତ ।୨ - ‘‘ସୁଗ୍ରୀଖୋଲ’’ ନାମକ ବିଶାଳ ଗୁମ୍ଫା ।କରିଥିଲେ ଏଥିକିଛି ଦିନ ବାସ,ହିଡ଼ିମ୍ବା ସହିତଭୀମ ମହେଷ୍ୱାସ ।ମଗୟୁ କୁଳରଧୈର୍ଯ୍ୟ-ମୃଗ ସଙ୍ଗେ,ବନ ମୃଗଯୂଥେବିନ୍ଧୁଥିଲେ ରଙ୍ଗେ ।‘‘ତପ୍ତପାଣି’’ କୁଣ୍ଡେକରିଣ ତର୍ପଣ,ମଣିଥିଲେ ବୀରଆପଣାକୁ ଧନ୍ୟ ।ଚାହିଁଲେ ତଳକୁଗିରି ଶିଖରରୁ,ସର୍ବେ ଖର୍ବାକୃତିଗ୍ରାମ, ଗୁଳ୍ମ, ତରୁ ।ଚୌଦିଗେ ବିରାଜେଅନନ୍ତ ପ୍ରକୃତି,କଳି ନୁହେଁ ତାରବିପୁଳ ବିସ୍ତୃତି ।ଦିଗ୍ବଳୟ ଯାଏଅସ୍ପଷ୍ଟ ଆଭାଷେ,ଯାଇଛି ତେଣିକିମିଶିଣ ଆକାଶେ ।ମହାନ ପୃଥିବୀମହାନ ଅମ୍ବର,ମହାନ ମହାନମିଶି ପୃଥୁତର ।ମହା ମହାନତା-ପାରାବାରେ ବୁଡ଼ି,ମାନବର ଚିର-ଲକ୍ଷ୍ୟ ଯାଏ ହୁଡ଼ି ।ବିସ୍ମୟ-ଦୋଳିରେଦୋଳି ଖେଳେ ମନ,ଆତ୍ମଜ୍ଞାନ ତହୁଁକରେ ପଳାୟନ ।ଧାରଣା ଅତୀତସେହି ମହାନତା,ଆଙ୍କିଦିଏ ମନେବିଶ୍ୱପତି ସତ୍ତା ।ପ୍ରସାରେ ଜ୍ଞାନରଅପ୍ରଶସ୍ତ ସୀମା,କର୍ମୁ ଜଣା ସିନାକର୍ତ୍ତାର ମହିମା ।ଏ ଦୃଶ୍ୟ ଦର୍ଶନେନାସ୍ତିକ ହୃଦୟ,ହେବ ନିଶ୍ଚେ ପୁଣ୍ୟଆସ୍ତିକ୍ୟ ଆଳୟ ।ଖରା ରୂପ ଦିବ୍ୟଜ୍ୟୋତିର୍ମୟ ବାସ,ପିନ୍ଧିଣ ପ୍ରକୃତିପ୍ରକାଶିଛି ହାସ ।ପବନ ହିଲ୍ଲୋଳେରଶ୍ମିରେଖା ହଲି,ଦିଶେ ସ୍ୱର୍ଣ୍ଣ ସିନ୍ଧୁବାଳବୀଚିଭଳି ।ଧୂମ-ଧୂସରିତଛାୟାରୂପ ଧରି,ଦିଶେ ଦୂରଗିରିପ୍ରେତମୂର୍ତ୍ତି ପରି ।ଗୋଲାକୃତି କ୍ଷିତି,ଗଗନ ଉଭୟ,ତଦ୍ଦର୍ଶନେ ହୁଏଏ ଭାବ ଉଦୟ-ଧରା ନୀଳରତ୍ନପେଟିକା ସଙ୍କାଶ,ଢାଙ୍କୁଣି ତାହାରନୀଳ-ମହାକାଶ ।ଗର୍ଭେ ସୁରକ୍ଷିତରବି-ମହାମଣି,ଅସୀମ ଅକ୍ଷୟରୁଦ୍ର ପ୍ରଭାଖଣି ।ସ୍ୱଭାବେ ଏ ମହୀଗିରି-ପାଠଶାଳା,ଗୁରୁ ଏହୁ, ଶିଷ୍ୟଆନ ଶୈଳମାଳା ।ଅବା ସିଂହରାଜଶିଖରୀ ସମାଜେ,ସଭାପତି ରୂପେମଧ୍ୟରେ ବିରାଜେ ।ଏ ଯେ ପ୍ରକୃତିରଶ୍ରେଷ୍ଠ ସେନାପତି,ଅପରେ ତାହାରସୈନିକ ପଙ୍କତି ।ଆଚରିଛି କାଳସହିତେ ସଂଗ୍ରାମ,ଜୀବନରେ କେଭେନ ଜାଣେ ବିଶ୍ରାମ ।ବାସର ତୃତୀୟ-ଯାମ ହେଲା ଗତ,ପ୍ରୌଢ଼ ଦିନ ହେଲାବୃଦ୍ଧେ ପରିଣତ ।କ୍ରମେ କ୍ରମେ ଖରାଦିଶିଲୋକ ଫିକା,ଫିଟିଲା ପାଣ୍ଡୁରଦିଗ-ଯବନିକା ।ରୁକ୍ଷ ଆସନରେବସନ୍ତେ ରୁଚିର,ଆଶ୍ରିଲା ସେ ଯାଇକୃପଣ ଶରୀର ।ପ୍ରୀତିକର ସ୍ପର୍ଶେପତ୍ରୁ ପିଙ୍ଗଳିମା,ଝରିଲା ପ୍ରକାଶିବିଶ୍ୱେଶ ମହିମା ।ବହାଇଲା ତହୁଁକୁରରୀ ସହସା,କରୁଣରସରନଦୀ କୂତଙ୍କଷା ।ଚିର ଶୋକଶିଷ୍ୟାଶୋକେ ମୁହ୍ୟମାନ ,ଶୋକ ଉପାୟନେଗଠିତ ତା ପ୍ରାଣ ।କରୁଛି ସତତଶୋକ ଉପାସନା,ଶୋକେ ମଣି ଏକାଶୋକର ସାନ୍ତ୍ୱନା ।ଏହା ବିନା ଶୋକ-ରୋଗର ନିଦାନ,ଚରକ ସୁଶ୍ରୁତେପାଇ ନାହିଁ ସ୍ଥାନ ।ଦିଶିଲେ ସୁସ୍ପଷ୍ଟଅସ୍ପଷ୍ଟ ଶଇଳେ,ରୂକ୍ଷ ରୂପ ହେଲାପରିଣତ ନୀଳେ ।ଦିଶିଲା ମହେନ୍ଦ୍ରମହେନ୍ଦ୍ର-ବାଞ୍ଛିତ,ଅସିତ ଅତସୀଯା’ରୂପେ ଲାଞ୍ଛିତ ।ଉପକଣ୍ଠଲମ୍ବୀଦୁର୍ଭେଦ୍ୟ କାନ୍ତାର,ଆଚ୍ଛାଦିଛି କଟି-ଦେଶ ଯାଏଁ ତାର ।ସମୁଦ୍ର ସଲିକେପ୍ଳାବି ଅର୍ଦ୍ଧଅଙ୍ଗ,କରୁଛି କି ସ୍ନାନବିରାଟ ମାତଙ୍ଗ ?ପାଦେ ରାଜେ ଶୋଭା-ପଞ୍ଜରୀ ମଞ୍ଜୁଷା,ମହୀ-ମହିଳାରମଞ୍ଜୁ, ଖୋଷା-ଭୂଷା ।ବହୁ ପୁଣ୍ୟତୀର୍ଥେମହେନ୍ଦ୍ର, ସଙ୍କୁଳ,ଗିରି ନୁହେଁ ତାହା,ତୀର୍ଥର ଦେଉଳ ।କୁନ୍ତୀ ପାଣ୍ଡବଙ୍କପବିତ୍ର ମନ୍ଦିର,ଶୋଭେ ଶିରେ ଯଥାମୁକୁଟ ରୁଚିର ।ମହେନ୍ଦ୍ର-ତନୟା ୧ବଂଶଧାରା ୨ ବହିଯାଏ ଖରେ ଯଥାଶିଖି-ଭୀତ-ଅହି ।୧-୨ - ମହେନ୍ଦ୍ରତନୟା ଏବଂ ବଂଶଧାରା ନଦୀ ମହେନ୍ଦ୍ର ପର୍ବତରୁ ନିର୍ଗତ ହୋଇଅଛି ।ଦିଶୁଛି ‘‘ଅଜୟଗଡ଼’’ ଧରାଧର ୩ଶୟାନ କି ଅହୋମହାଅଜଗର ।ଚାହିଁଛି ତାହାକୁଦୂରୁ ଦେବଗିରି ୪ପ୍ରକାଶି ମାରାଗ -ମଞ୍ଚ ପ୍ରାୟଶିରୀ ।୩ - ପାରଳାଖେମୁଣ୍ଡିର ସର୍ବୋଚ୍ଚ ପର୍ବତ ।୪ - ପାରଳାଖେମୁଣ୍ଡିର ଅନ୍ୟତମ ଉଚ୍ଚ ପର୍ବତ ।ଦେବଔଷଧିରେଖ୍ୟାତ ଯା ପ୍ରଶସ୍ତି,କି ସେ ଗଙ୍ଗବଂଶୀନୃପ ପାଟହସ୍ତୀ ।ତୋଳିଛି ଉତ୍ତରେଗିରି ଦୁଧସର ୫ଶାଳବନଭେଦୀଭତ୍ତୁଙ୍ଗ ଶିଖର ।୫ - ଘୁମୁଷର ରାଜ୍ୟର ପ୍ରଧାନ ପର୍ବତ ।ଶୁଣିଅଛି ପୂର୍ବେଭଞ୍ଜ କବିଗୀତ,ଗିରି ମଧ୍ୟେ ସେହୁକାବ୍ୟ ସୁପଣ୍ଡିତ ।ରତ୍ନଗର୍ଭା ମହୀଦିଶେ ଘୁମୁଷର,କବି ପ୍ରତିଭାରେନିରତେ ଭାସ୍ୱର ।ନିଖିଳ ଉତ୍କଳେତୀର୍ଥ ସାରସ୍ୱତ,ଟେକ ତାହାଯୋଗେଉତ୍କଳ ମହତ୍ତ୍ୱ ।ବିସ୍ତୃତ କେରାଣ୍ଡି-ମାଳମହାଚଳ ୬ଶାର୍ଦ୍ଦୁଳକୁଳରପ୍ରିୟବାସସ୍ଥଳ ।୬ - ପୂର୍ବଘାଟ ପର୍ବତଶ୍ରେଣୀ ।ଦିଶଇ ଅସ୍ପଷ୍ଟଦୁରୁ ତାହା କାନ୍ତି,ଯାଇଛି ବା ଲାଗିମେଘ-ସ୍ତର କାନ୍ତି ।ପଛୁ ତାଳଗୁଡ଼ି ୭ଟେକିଅଛି ମଥା,ଶିଷ୍ୟକାନେ ଗୁରୁମନ୍ତ୍ର ଦିଏ ଯଥା ।୭ - ସୁରଙ୍ଗୀର ସର୍ବୋଚ୍ଚ ଶୈଳ ।ବସି ଯାହା ପଦେଦୀନବନ୍ଧୁ କବି,ଅଙ୍କୁଥିଲେ ସୁଖେପ୍ରାକୃତିକ ଛବି ।ଉପେକ୍ଷି ସେ ରାଏରତ୍ନ ସିଂହାସନ,ପୂଜୁଥିଲେ ସଦାଭାରତୀ ଚରଣ ।ତାରିଣୀଙ୍କ ପୀଠତାରିଣୀ ଶିଖରୀ ୧ଉଭା ଆହା ଶୋଭାଚିତ୍ରପଟ ଧରି ।ଗୁଳ୍ମଜଟାଧରଆକୃତିରେ ଖର୍ବ,ମାତ୍ର ସୁଷମାରେବହେ ଗୁରୁଗର୍ବ ।୧ - ପ୍ରଚଳିତ ନାମ ତାରାତାରିଣୀ ପର୍ବତ ।ବାରିଦ-ମେଦୁରମାରୁଆ ପର୍ବତ ୨ଦିଶେ ଯୋଗଧ୍ୟାନେଉପବିଷ୍ଟବତ ।ପବିତ୍ର ନିର୍ମଳ‘‘ନିର୍ମଳନିର୍ଝର’’ ୩ଗାଉଅଛି ତାରସ୍ତୁତି ନିରନ୍ତର ।୨ - ଖଲ୍ଲିକୋଟଗଡ଼ର ସନ୍ନିହିତ ଶୈଳ୩ - ଖଲ୍ଲିକୋଟ ଗଡ଼ର ଉପକଣ୍ଠବର୍ତ୍ତୀ ସ୍ୱନାମପ୍ରସିଦ୍ଧି ଝରଣା ।ନାଗେଶ୍ୱର କୁଞ୍ଜେହଳଦୀବସନ୍ତେ,ରଚୁଥାନ୍ତି ଯହିଁସଙ୍ଗୀତ ବସନ୍ତେ ।ଧରାକୋଟ ରାଜ୍ୟୁଶଇଳ ଶୁଳିଆ,ଦିଶୁଅଛି ବାମେଟାଙ୍ଗରମୁଣ୍ଡିଆ ।କବି କୃଷ୍ଣସିଂହସ୍ପର୍ଶେ ସେହୁ ପୂତ,ଏଣୁ ତା ଚରଣେପ୍ରଣତି ପ୍ରଭୁତ ।ଗିରି ଋଷିମାଳଋଷିଙ୍କ ବସତି,ୠଷିକୂଲ୍ୟା ଯାରକନ୍ୟା ଗୁଣବତୀ ।ଶୋଇଛି ଦୁର୍ଗମ-କାନ୍ତାର ମଧ୍ୟରେଭାସୁଛି କି ମହାମଗର ସାଗରେ ?କିମ୍ବା ଭେଦି କାଳ-ଜଳଧି ଉତ୍ସଙ୍ଗ,ଉଠିଛି ଭୀଷଣଘଟଣା-ତରଙ୍ଗ ।ଖେମଣ୍ଡି ରାଜ୍ୟରନିଃସର୍ଗ ପାଚୀରି,ବିରାଜେ ଉଦୟ-ଗିରି ରାମଗିରି ୪ ।ଦେବେ ଯା ମମତାନ ତେଜନ୍ତି ଦଣ୍ଡେସେ ସୁବର୍ଣ୍ଣଗିରିଶୋଭେ ଅନ୍ୟଖଣ୍ଡେ ୫ ।୪ - ବଡ଼ଖେମୁଣ୍ଡି ମାଳର ସର୍ବୋଚ୍ଚ ପର୍ବତଦ୍ୱୟ ।୫ - ସାନଖେମୁଣ୍ଡିରେ ।ପଶ୍ଚିମେ ବିସ୍ତୃତଜୟପୁର ମାଳ,ନିରାଟ ବିକଟବିପୁଳ ବିଶାଳ ।ପୂର୍ବେ ପୟୋନିଧିକ୍ରୋଧରେ ଅଧୀର,ପିଟି ଦେଉଅଛିବେଳା ପଦେ ଶିର ।ଗର୍ଜୁ ଅଛି ରୁଦ୍ରନାଦେ ଅନିମେଷ,ସହସ୍ର ବଦନେଫୁତ୍କାରେ କି ଶେଷ ?ଅବା ଖିଳସୃଷ୍ଟିସଂହାରୀ ଈଶାଣ,ବଜାନ୍ତି ସଘନେପ୍ରଳୟ ବିଶାଣ ।ନାଚି ନାଚି ବୀଚିଶିର ଦୋହଲାଇ,ମାନସ ଗତିରେଆସୁଅଛି ଧାଇଁ ।କାହିଁ ବା ସଳଖେକାହିଁ ଅଙ୍ଗ ମୋଡ଼ି,ଏକସଙ୍ଗେ ଆନଯାଉଅଛି ଯୋଡ଼ି ।ଶ୍ୱଶୁର ହେତୁ ବାହୋଇ ଭକ୍ତିନତ,କରୁଛି ଏ ଶୈଳେସିନ୍ଧୁ ଦଣ୍ଡବତ ।ଚିର ଫଳବାନଉଦ୍ୟାନଖଣ୍ଡର,ସୁସ୍ନିଗ୍ଧ ନୀଳିମାଦିଶେ ପ୍ରୀତିକର ।ଉଦ୍ୟାନ ମହିମାବୁଝିଛି ଜଳଧି,ଧୋଉଅଛି ତାରପାଦ ନିରବଧି ।ଢାଳୁଛି ଚାମରସଦା ପବମାନ,ବୁଝନ୍ତି ମହତେମହତ ସମ୍ମାନ ।ଦିଶୁଛି ଚିଲିକାକେଡ଼େ ଶୋଭାବନ,ଉତ୍କଳ-କମଳାବିଶାଳ ଦର୍ପଣ ।ଗର୍ଭେ ଘଣ୍ଟଶିଳା ୬,ହେବାପାଇଁ ମୁହାଁ,ଦହିବେହେଡ଼ିରେପଡ଼ିଛି କି ଖୁଆ ?୬ - ଚିଲିକା ମଧ୍ୟସ୍ଥ ପର୍ବତ ।ସ୍ଫଟିକ-ମେଖଳେକିବା ଶାଳଗ୍ରାମ,ବସି ପ୍ରକାଶଇଶୋଭା ଅବିରାମ ।ଦୂରେ ଋଷିକୂଲ୍ୟାସଂକୀର୍ଣ୍ଣ ମୁହାଣ,ନିରେଖି ପୁଲକେଫୁଲିଉଠେ ପ୍ରାଣ ।ଭଜିଛି ବିଲୋପସାଗରେ ସୁନ୍ଦରୀ,ବିଶ୍ୱାସ । ଶରୀରେମୁକ୍ତ ଆତ୍ମା ପରି ।ସ୍ୱର୍ଣ୍ଣ ଘନ-ଯାନୁଅବତରି ଯହିଁ,କରନ୍ତି ଅମରେସ୍ନାନ ମୁଦ ବହି ।ତହିଁ ସିନ୍ଧୁଘୋଷପ୍ରତିଧ୍ୱନି ବ୍ୟାଜେ,ଜରାଜୀର୍ଣ୍ଣ ଦୁର୍ଗଡାକେ ବିଶ୍ୱରାଜେ * ।ଯୌବନ ସହିତେତାର ଭାଗ୍ୟ-ଭାନୁ,ଆଶ୍ରିଲେଣି ବହୁଦିନୁ ଅସ୍ତସାନୁ ।* ପ୍ରାଚୀନ ଗଞ୍ଜା ଦୁର୍ଗ । ଏହା ଋଷିକୁଲ୍ୟାର ସଙ୍ଗମସ୍ଥଳରେ ଅବସ୍ଥିତ ।କ୍ଷତବିକ୍ଷତ କେହୋଇ କାଳ-ରଣେ,ବସିଅଛି କରିପ୍ରତୀକ୍ଷା ମରଣେ ।ଭାଗ୍ୟ ତୁଟିଯାନ୍ତେଯଥା ଭାଗ୍ୟରଙ୍କେ,ବାଞ୍ଛନ୍ତି ମରଣପଲକେ ପଲକେ ।ବାରୁଣୀ-ତୋରଣେଦେବ ବିକର୍ତ୍ତନ,ସଧୀରେ ସଧୀରେକଲେ ଉନ୍ମୋଚନ ।ଉଠିଲା ଆକାଶେମହାସିନ୍ଦୂରିମା,ଭାଙ୍ଗିଲା ଭଙ୍ଗୁରପ୍ରବାଳ ଗରିମା ।ଭେଦି ଚକ୍ରବାକବିରଳ କୁହୁଡ଼ି,ଖସି ଖସି ରବିତଳେ ଗଲେ ବୁଡ଼ି ।ପ୍ରାଚୀ-ତାପସୀ କିସନ୍ଧ୍ୟାକାଳ ବୁଝି,ଆହ୍ନିକ ସକାଶେଦେଲେ ଆଖି ବୁଜି ?ପ୍ରଦୋଷ-ଭୁଜଙ୍ଗକରାଳ ଦଂଶନ,କଳା କରିଦେଲାସୃଷ୍ଟି ଅପଘନ ।ଶୁଭିଲା ଚୌଦିରାପକ୍ଷି-କଣ୍ଠ-ବାଦ୍ୟ,ସାୟାହ୍ନ-ଶଙ୍ଖୁଆ-ଶିବା ଶଙ୍ଖନାଦ ।ପେଚକ ସହିତଭାଗ୍ୟ ବିନିମୟ,କରି ନୀରବିଲେଚକ୍ରବାକଚୟ ।ସନ୍ତ୍ରାସେ ଆଲୋକକରି ପଳାୟନ,ଶିକ୍ଷୋନ୍ନତ ଦେଶେପଶିଲା ଶରଣ ।ବିଜେ କଲା ତହୁଁତାରାନେତ୍ରୀ ରାତ୍ରି,ଦଳିତ-ଅଞ୍ଜନ-ଜିତ କୃଷ୍ଣଗାତ୍ରୀ ।ତମିସ୍ରା-ମିତଣୀଚିମଣିନିକର,ଉଡ଼ି ଅନ୍ଧକାରେକଲେ ଗାଢ଼ତର ।କୌଶିକ କୌଶିକୀଉଲ୍ଲାସେ ପ୍ରଫୁଲ୍ଲିଦେଲେ ଥରେ ଥରେଉଚ୍ଚେ ହୁଳାହୁଳୀ ।ଗଭୀର ବିକଟଭଲୁକ ନିସ୍ୱନ,ନିଶା ବିଭୀଷିକାକଲା ବିବର୍ଦ୍ଧନ ।ଅନ୍ଧକାରେ ହେରିଗିରି-ଦିହୁଡ଼ିଆ,ଦାବାନଳ ଜାଳିଦେଲା ଖରେ ନିଆଁ ।ବନଦେବୀଙ୍କରଆଗ୍ନେୟ ମନ୍ଦିର,ପ୍ରାୟ ଅଗ୍ନିସ୍ତୁପଦିଶେ ସୁରୁଚିର ।ଲମ୍ବି ଆସେ କାହିଁଦହି ଲତାଗୁଚ୍ଛ,ନଭେ ଧୂମକେତୁସଞ୍ଚାଳେ କି ପୁଚ୍ଛ ?ଅଥବା ନିକଷେକୁନ୍ଦନର ରେଖା,କିମ୍ୱା ନୀଳଘନେବିଦ୍ୟୁ ଦିଏ ଦେଖା ।କାହିଁ ବା ପ୍ରଚଣ୍ଡେଜଳେ ତୁଙ୍ଗକୁଟ,ଗିରିଶିରେ କି ସେସୁବର୍ଣ୍ଣ ମୁକୁଟ ?ଧାଡ଼ି ଧାଡ଼ି ହୋଇଦିଶେ କେଉଁଠାରେ,ଅସଂଖ୍ୟ ରୁଶୂନିନିଶୁଣୀ ପ୍ରକାରେ ।ପର୍ବତର ସେ କିପୂଣ୍ୟପୁଞ୍ଜ ପ୍ରଭା,ଆଶାର ଝଟକନିରାଶାରେ ଅବା ।ଧନ୍ୟ ସିଂହରାଜ !ଧନ୍ୟ ତୋ ମହିମା,ଭାବୁକ ନୟନଆନନ୍ଦ ପ୍ରତିମା ।ପ୍ରସ୍ତର ନୋହୁ ତୁରତ୍ନ ରୁପାନ୍ତର,ଅନନ୍ତ ମଣିରେତୋ ଗର୍ଭ ଭାସ୍ୱର ।ତୁହି ସତ୍ୟ ଶିବସୁନ୍ଦର ରେ ଗିରି,ଶୋକ-ତାପ-ଦୁଃଖ-ପାସୋରା ତୋ ଶିରୀ ।ଯନ୍ତ୍ରଣା-ବିଦଗ୍ଧଅବସନ୍ନ ପ୍ରାଣ,ହୁଏ ଯେତେବେଳେଭାରଭୂତ ଜ୍ଞାନ,ତୋ ଦର୍ଶନେ ଆହାଦୁଃସ୍ୱପ୍ନ ପରାଏ,ସେ କ୍ଳେଶ ମାନସକ୍ଷଣେ ଭୁଲିଯାଏ ।ମହାଦାନେ ତୋରବଡ଼ ଅନୁରାଗ,ଗଢ଼ୁଅଛୁ ନିତିଅନ୍ୟର ସୌଭାଗ୍ୟ ।କି କୁଣିଆ କିବାଆଶ୍ରିତ ନିକରସକଳେ ସମର୍ପୁସମ ସମାଦର ।କିନ୍ତୁ ଗିରି, ଖଣ୍ଡ-ତପସ୍ୱୀ ନିଶ୍ଚେ ତୁ,କିମ୍ବା ତୋର କୋଷ୍ଠୀରନ୍ଧ୍ରେ ସ୍ଥିତ କେତୁ ।ଆକାରେ ମହେନ୍ଦ୍ରତୋହଠାରୁ ସାନ,ମାତ୍ର ଲଭିଅଛିପୁରାଣରେ ସ୍ଥାନ ।ଜ୍ୟେଷ୍ଠ ହୋଇ ତୁହିସୌଭାଗ୍ୟ-ବର୍ଜିତ,ରହିଛୁ ଅଦ୍ୟାପିଲୋକେ ଅଚିହ୍ନିତ ।ଅଚିହ୍ନିତ ଆହାଅଟେ ରେ ଯେସନ,ତୋହରି ଉଦ୍ୟାନସୁରଭି ସୁମନ ।ତେଣୁ ବା ନିରେଖିଅଜୟର * ମୁଖ,ନୀରବେ ପ୍ରକାଶତାହା ପାଶେ ଦୁଃଖ ।ସମଦଶାପନ୍ନଅଟେ ସେ ତୋହର,ଅଦୃଷ୍ଟେ ଦୁହିଁଙ୍କୁଦୁହେଁ ପଟାନ୍ତର ।*ପୂର୍ବୋକ୍ତ ଅଜୟଗଡ଼ ପର୍ବତ ।ଦୁଃଖୀର ବେଦନାନିବେଦନ ସ୍ଥାନ,ନାହିଁ ଏ ସଂସାରେଦୁଃଖୀ ବିନା ଆନ ।ଦୁଃଖୀ ସହବାସଲୋଡ଼େ ଦୁଃଖୀ ଖାଲି,ଦୁଃଖୀକୁ ମଣେ ସେଦୁଃଖର ସଙ୍ଖାଳି ।ଦୁଃଖାଶ୍ରୁରେ ଦିଏପଖାଳି ତା ମୁଖ,ମଣି ତାକୁ ପ୍ରାଣେଶାନ୍ତି , ତୃପ୍ତି, ସୁଖ ।ଛି ଛି ଏ କଳ୍ପନାବୃଥା ସିନା ମୋର,କଳ୍ପନା-ସୂତାରେବଳୁଅଛି ଡୋର ।ମହଜ୍ଜନ ହୃଦେସୁନାମ ପ୍ରୟାସ,କରିପରେ ନାହିଁକେଉଁ କାଳେ ବାସ ।କରିଛି ପରାର୍ଥେଯେହୁ ଆତ୍ମଦାନ,ଛାର ପ୍ରଶଂସା କିସ୍ପର୍ଶିବ ତା ପ୍ରାଣ ।ଯାଉଛି ରେ ଗିରିଘେନ ନମସ୍କାର,ଡ଼ାକିଲାଣି ପଛୁହଟିଆ ସଂସାର ।ଆସୁଛି ମୁଁ ଯେତେତାହା ପାଶୁ ହଟି,ସେତିକି ମୋତେ ସେଧରୁଛି ଆକଟି ।ନିଳ ପୂଜା ବିନାଜାଣେ ନାହିଁ ଆନ,ସେବାରେ ଖଟାଇକରେ ଆୟୁପାନ ।ବଡ଼ ଠକ ସେହୁଦୃଢ଼େ ଧରି ଚୁଟି,ଗଇଁଠା ବୋଲିଣଗିଳାଏ ଗେଙ୍ଗୁଟି ।ଭାଗ୍ୟ ରଙ୍ଗମଞ୍ଚ-ଏ ମହୀମଣ୍ଡଳେ,ମୋର ଅଭିନୟଚଳେ ନାହିଁ ଭଲେ ।ମନୋରଥ-ସ୍ରୋତପ୍ରତିଲୋମେ ମୋର,ଧାଏଁ ଭାଗ୍ୟ-ତରୀଛାଡ଼ି ଘୋଷ ଘୋର ।ବନ୍ଧନେ ସତତଯାପିଲି ଜୀବନ,ସ୍ୱାଧୀନତା ହେଲାସୌଭାଗ୍ୟ ସ୍ୱପନ ।ଯାତନା-ମସୀରେମୋହୋ ଭାଗ୍ୟଲିପି,ଦେଇଛି କେଜାଣିକିପାଁ ଧାତା ଲିପି ।ଉଇଁ ଲୟପ୍ରାପ୍ତହୃଦେ ନାନା ଆଶା,ସଂକଳ୍ପ-ସଲିଳେମେଣ୍ଟୁଛି ପିପାସା ।ଜୀବନ-ସରଣୀବିପଦ-ପିଚ୍ଛଳ,ଚାଲୁଅଛି ତହିଁହୋଇ ଟଳମଳଜୀବନ ମରଣସନ୍ଧିସ୍ଥଳେ ମତେ,କରାଇଛି ଠିଆଭାଗ୍ୟ ଅବିରତେ ।ନିରତେ ଆଶଙ୍କା-ପ୍ରବଣ ମୋ ପ୍ରାଣ,ଦୁଃଖ-ଧନେ ମୁହିଁମହା ଧନବାନ ।ଚିରବୈରୀ ମୋରସ୍ୱାସ୍ଥ୍ୟ ଶାନ୍ତି ସୁଖ,ଦେଖିବାକୁ ମୋତେମନା ତାଙ୍କ ମୁଖ ।ତପି ହାହାକାର-ତାରକ ମନ୍ତର,ସଂସାରକୁ ଡ଼ରିଥାଏ ସ୍ୱତନ୍ତର ।ତଥାପି ସେ ରୁଷ୍ଟକି ଅଜ୍ଞାତ କୋପେ ।ମାନସ-ମାତଙ୍ଗେପକାଏ ସ୍ୱଟୋପେ ।ପ୍ରକୃତି-ମାତାରତୁହି ମହାଶକ୍ତି,ଏଣୁ ତୋ ଦର୍ଶନେବଳିଲା ଆସକ୍ତି ।ପୁଲକେ ପ୍ରଫୁଲ୍ଲିଆସିଥିଲି ଧାଇଁ,କିନ୍ତୁ କି ଦେଖିବିଦେଖିଜାଣେ ନାହିଁ ।ତୋ ମହା ମହିମା-ପାରାବାରେ ବୁଡ଼ି,ଆକତା ହୋଇ ମୁଁଯାଉଛି ବାହୁଡ଼ି ।ରହିଲା ମାନସେଖୋଦିତ ତୋ କଥା,ବୌଦ୍ଧାନୁଶାସନଜଉଗଡ଼େ ଯଥା ।ଜୀବନ-ପଞ୍ଜିକାପ୍ରତ୍ୟେକ ପତ୍ରରେ,ରହିଲା ତୋ ସ୍ମୃତିଅକ୍ଷୟ ଅକ୍ଷରେ ।ବନ୍ଧା ଦେଇ ତୋତେମନୋନେତ୍ର ବେନି,ପ୍ରତିଦାନେ ସ୍ମୃତିଯାଉଅଛି ଘେନି ।ରଙ୍କ ଗଣ୍ଠି ରତ୍ନପ୍ରାୟେ ସେ କେବଳ,ହେବ ମୋ ଜୀବନେଭବିଷ୍ୟ-ସମ୍ବଳ ।ହୃଦୟ-ମନ୍ଦିରେସ୍ଥାପି ତୋ ମୂରତି,ଅର୍ପୂଥିବି ପୂଜାସଭକ୍ତି-ଆରତି ।ପ୍ରୀତି ପୁଷ୍ପାଞ୍ଜଳିଢ଼ାଳି ତୋ ଚରଣେ,ଶମିବି ସନ୍ତତସନ୍ତପ୍ତ ଜୀବନେ ।ବର୍ଣିଛନ୍ତି ସ୍ୱର୍ଗଟେକ ଶାସ୍ତ୍ରକାରେ,ମାତ୍ର ସେ ଗୌରବତୁଚ୍ଛ ତୋହଠାରେ ।ଥାଆନ୍ତା ଯଦ୍ୟପିସ୍ୱର୍ଗ ସ୍ୱରଗର,ଖଟନ୍ତା ସିନା ସେତୋତେ ପଟାନ୍ତର ।ତୀର୍ଥଠାରୁ ବଳିମହାତୀର୍ଥ ତୁହି,ମହାଭାବେ ପୂତମନ ତୋତେ ଛୁଇଁ ।ତ୍ରିତାପ-ବିଦଗ୍ଧ-ହୃଦୟ କାନନେ,ଫୁଟେ ଚାରୁଚମ୍ପାତୋ ରୂପ ଦର୍ଶନେ ।ମଧୁ ମନ୍ଦାକିନୀତପ୍ତ ମରୁସ୍ଥଳେ,ତରଙ୍ଗ ବିସ୍ତାରିଖେଳେ କଳକଳେ ।ତେଜିବାକୁ ତୋତେବଳୁନାହିଁ ମତି,ହେଉଛି ହୃଦୟଆରତେ କରତି ।କିନ୍ତୁ କି କରିବିଝିଙ୍କୁଛି ସଂସାର,ପରାଧୀନ ଯେହୁକି ଚାରା ତାହାର ।ଅଦୂର ଭବିଷ୍ୟେନିଶ୍ଚୟ ନିୟତି,ନିହିବ ତୋ ଭାଗ୍ୟେଅତୀତ ଉନ୍ନତି ।ଶୁଭାଶୁଭ ସେହୁଆଣେ ପର୍ଯ୍ୟାୟରେ,ଚିରୁ ସୁଖ ଦୁଃଖନାହିଁ ଚରାଚରେ ।ଫଳିବ ଅବଶ୍ୟମୋ ଭବିଷ୍ୟବାଣୀ,ଥାଅ ସିଂହରାଜଘେନୁଛି ମେଲାଣି ।