ସିନ୍ଧୁପ୍ରତି
୧୮୭୫–୧୯୨୮
- ସଂକଳନ: ନିର୍ମାଲ୍ୟ
- ପଢ଼ିବା ସମୟ
- ୪ ମିନିଟ୍
- ଶବ୍ଦ
- ୬୬୬
- ସ୍ଥିତି
- ସାର୍ବଜନୀନ (Public domain)
ଉଦାର ପବିତ୍ର ସ୍ୱଚ୍ଛ ଗଭୀର ଗମ୍ଭୀରଅନନ୍ତ ଅସୀମ ଭୂମା ଅଗମ୍ୟ ଅଲଙ୍ଘ୍ୟଅକ୍ଷୟ ଅମର ଚିର ଅଜେୟ ଅପାରବିଚିତ୍ର ନୀଳୋର୍ମିମାଳା ଉଦ୍ଦାମ ଉନ୍ମତ୍ତଉତ୍ତୁଙ୍ଗ ତରଙ୍ଗୋଚ୍ଛ୍ୱାସୀ ଅଭ୍ରଭେଦୀ ଶିର,ନଭଶ୍ଚୁମ୍ୱୀ ଅମ୍ୱୁରାଶି−କଲ୍ଲୋଳବିଳାସୀବୀଚିମାଳ କଳକଳ ତରଳ ଚପଳଫେନିଳ ଚଞ୍ଚଳ ଚଳ କୋମଳ ମୃଦୁଳ,ଟଳ ଟଳ ଢଳ ଢ଼ଳ ଉତ୍ତାଳ କରାଳଅତଳ ଅକୂଳ ଭୀମ ଦୁର୍ଗମ ଦୁଃସହଚିକ୍କଣ ବନ୍ଧୁର ଉଚ୍ଚ ନୀଚ ବହୁରୂପୀରେ ସିନ୍ଧୁ ! କି ମହାଭାବେ ତୁ ଅନୁପ୍ରାଣୀତ ?କି ଗୂଢ଼ ଉଦ୍ଦେଶ୍ୟେ ସଦା ହେ ରହସ୍ୟମୟ ।ଧରିତ୍ରୀ−କର୍ଣ୍ଣରେ କହୁ ନିରତେ କି ବାର୍ତ୍ତା ?ମହୀ ଦେହେ ମୁଣ୍ଡ ପିଟି ଫେଡ଼ୁ କି ରହସ୍ୟ ?ଉନ୍ମତ୍ତ ଧୂର୍ଜଟୀ ସମ ପ୍ରଳୟ−ପ୍ରୟାସୀପ୍ରଚଣ୍ଡ ତାଣ୍ଡବ ନୃତ୍ୟେ ପ୍ରକାଣ୍ଡ ବ୍ରହ୍ମାଣ୍ଡମତାଇବୁ କେତେ ଆହା କେତେ ପୁରାତନତୋର ଏହି ବର ବପୁ ଯୁଗଯୁଗାନ୍ତରପ୍ରକାଶିତ ନୀଳାକାଶ ତଳେ ନୀଳସିନ୍ଧୁ !କେତେ ରତ୍ନ, ମୁକ୍ତା, ମଣି, ମାଣିକ୍ୟ, ପ୍ରବାଳ,ସଞ୍ଚିତ ହେ ରତ୍ନାକର ତୋ ମହା ଉଦରେ !କେତେ କେତେ ଜାତି, କେତେ ସାମ୍ରାଜ୍ୟ, ନଗରୀତୋ ଜଳ ବୁଦ୍ ବୁଦ୍ ସମ ତୋ ପୁଳିନେ ହସିକାଳର କରାଳୋଦରେ ଗଲେ ଯେ ଉଭେଇକାନ୍ଦି, କାନ୍ଦି, ତା କଳନା ନାହିଁ ନୀରନିଧି !ଅନନ୍ତ ବିସ୍ତୃତ ତୋର ନୀର−ଆସ୍ତରଣଅନାଇ ଗାଆନ୍ତି ନଭୁଁ ବିହଙ୍ଗମଗଣ;ପୂର୍ଣ୍ଣମାରେ ନୀଳବକ୍ଷୁଁ ଉଠଇ ଉଛୁଳିନୀରରାଶି ନୀରନିଧି ! ସମଗ୍ର ହୃଦୟତରଳ ପ୍ରଣୟରୂପେ ଉଠେ କି ଉଛୁଳି ?ପ୍ରସାରିଣ ଶୀତକର ଆଦରେ ଚନ୍ଦ୍ରମାଯେହ୍ନେ ଆହ୍ୱାନଇ ତୋତେ ବ୍ୟାକୁଳେ ବାରିଧି !ଲୋଡ଼ୁ କିବା ଆପଣାକୁ ଊର୍ଦ୍ଧ୍ୱେ ଫିଙ୍ଗିବାକୁ ?ତୋ ଉଦାର ରୂପ ଦେଖି ଫୁଲ୍ଲ ବିସ୍ଫାରିତଧରାଧୂଳି ପୃଥିବୀର କ୍ଷୁଦ୍ର ସ୍ୱାର୍ଥ ବର୍ଜିବିଶାଳ ଅମ୍ବରେ ଚିତ୍ତ ହୁଏ ରେ ଉତ୍ଥିତ ।କାହିଁକି ଆସକ୍ତ ବଦ୍ଧ ମୋର କ୍ଷୁଦ୍ର ପ୍ରାଣ,କିମ୍ପାଇ ଭାରତବାସୀ ଶୁଷ୍କମ୍ରିୟମାଣ ?ତୋ ମହାଭାବରେ ଦିନେ ମାତି ଭାରତୀୟେଦୂରେ ପିଙ୍ଗି ଧୂଳି କ୍ରୀଡ଼ୁଥିଲେ ତୋ ବକ୍ଷରେ,ଦୁର୍ଦ୍ଦିନେ ହରାଇ ବସି ତୋ ସ୍ୱର୍ଗୀୟ ପ୍ରୀତିପଲ୍ୱଳ ମଣ୍ଡୁକ ପରି ସଙ୍କୀର୍ଣ୍ଣ ଆବଦ୍ଧ,ତୋ ପବିତ୍ର ତୋୟା ସ୍ପର୍ଶେ ଯାଏ ତେଣୁ ଜାତି,ତୋ ଉଦାର ସୌନ୍ଦର୍ଯ୍ୟରେ ନ ମାନଇ ମନ,ଧାତୁ ଅଳଙ୍କାରେ ତେଣୁ ମଣନ୍ତି ସ୍ୱବପୁ,ନିମ୍ନେ ନୀଳସିନ୍ଧ, ଊର୍ଦ୍ଧ୍ୱେ ନୀଳ ମହାକାଶ,ରାକା ରଜନୀରେ ଶୁଭ୍ର କୌମୁଦୀ ପ୍ରକାଶ,ଏ ବିମୁକ୍ତ ଲାବଣ୍ୟରେ ସରଳତା ବୋଳା-ପ୍ରୀତି ସ୍ପର୍ଶିନ ପାରୁଛି ସ୍ୱଦେଶ−ହୃଦୟ,ଖଡ଼ୁ ନୋଲି କଣ୍ଠି ସୂତା କୁଣ୍ଡଳାଦି ନାଇଘୋର ଶୁଙ୍ଖଳିତ ଦେଶାଚାରେ ଲୋକାଚାରେପରସ୍ପର ବିସମ୍ୱାଦୀ ବହୁ ଶାସ୍ତ୍ରାଚାରେ;ଜୀବାତ୍ମାର ମୁକ୍ତ ଜ୍ଞାନ ଆତ୍ମ ସ୍ୱାଧୀନତାଲୁଚିଅଛି ଯାଇଁ ମିଥ୍ୟା ଲମ୍ଫନତା ଦ୍ୱେଷେ ।ହା ଭାରତ ! ଧୂଳି ମଳିବିଲୁଣ୍ଠିତ ଆଜିପର−ଉପଜୀବୀ ଭଣ୍ଡ ଗୋଡ଼ତଳେ ପଡ଼ି !କାହାନ୍ତି ବରେଣ୍ୟ ଭର୍ଗ ବିରାଟ ବରୁଣ,ଯା ଦର୍ଶନ ସିନ୍ଧୁ ମଧ୍ୟେ ଲଭି ପିତୃଗଣବୈଦିକ ଯୁଗରେ ପୂଜୁଥିଲେ ଦେବରୂପେମହାଶକ୍ତିଶାଳୀ ପାଶୀ ଲକ୍ଷ୍ମୀଙ୍କ ଜନକ ?ବହିତ୍ର ଭସାଇ ସିନ୍ଧୁ ତୋ ବିସ୍ତୀର୍ଣ୍ଣବକ୍ଷେକେତେ ଧନ ସୁସମ୍ପଦ ବହି ବିଦେଶରୁକେତେ ରତ୍ନ, ମଣି, ମୁକ୍ତା ତୋ ଗଭୀର ଗର୍ଭୁଁଉଦ୍ଧାରିଣ ସୁମଣ୍ଡିତ କଲେ ନିଜ ଗେହେ !ପରମାତ୍ମା−କଳା−ପ୍ରକାଶକ ମହାସିନ୍ଧୁ,ବିରାଟ ପୁରୁଷଙ୍କର ଛାୟା ତୋ ବକ୍ଷରେ,ଉନ୍ମତ୍ତ ମରୁତୋଚ୍ଛ୍ୱାସ ମଧ୍ୟେ ମହାଶକ୍ତି,ମଧୁର ମଳୟାନୀଳେ କରୁଣା ପ୍ରାସାଦ,ଯାଙ୍କ ସେ ବରେଣ୍ୟ ଭର୍ଗ ସର୍ବବ୍ୟାପୀ ଦେବସର୍ବ ଶକ୍ତିମାନ ସର୍ବଦର୍ଶୀ ଅନ୍ତର୍ଯ୍ୟାମୀସର୍ବଘଟେ ଜଡ଼ୋଦ୍ଭିଜ୍ଜେ ପ୍ରାଣୀଗଣ ମଧ୍ୟେବିରାଜନ୍ତି ଭାବଜ୍ଞାନ ଇଚ୍ଛାଶକ୍ତିରୂପେ;ଭକ୍ତି ଜ୍ଞାନ କର୍ମରୂପେ ମାନବ ମନରେସୁସୌନ୍ଦର୍ଯ୍ୟ ସତ୍ୟ ପୁଣ୍ୟ ପବିତ୍ରତାରୂପେସତ୍ୟ ଶିବ ସୁନ୍ଦର ସେ ଦ୍ୟୁଲୋକ ଭୂଲୋକେଅନ୍ତରୀକ୍ଷେ ଜଳେ ସ୍ଥଳେ ବିଶ୍ୱବ୍ରହ୍ମାଣ୍ଡରେବ୍ରହ୍ମରୂପେ ଏକ ଆତ୍ମା ପ୍ରେମ−ପବିତ୍ରତାଧନେ ଧନୀ ଜ୍ଞାନୀଗଣ ଦେଖନ୍ତି ସେ ଦେବେ,ଦେଖୁଥିଲେ ପୁରାକାଳେ ଭାରତୀୟ ଋଷି,ତେଣୁ “ଏକମେବ−ଅଦ୍ୱିତୀୟଂ” ମହାତାନସ୍ଫରିଥିଲା ଋଷି କଣ୍ଠୁ ପ୍ରଣବ ଛନ୍ଦେ,ଜାହ୍ନବୀ ଯମୁନା ପୂତ ବ୍ରହ୍ମାବର୍ତ୍ତ ଧାମେଉଭାହୋଇ ଋଷି ପୁଣ୍ୟ ଦୃଷଦ୍ବତୀ ତଟେମହାନ ଗମ୍ଭୀର ମନ୍ଦ୍ରେ ପ୍ରଶାନ୍ତ ପ୍ରଭାତେ‘ସତ୍ୟମେବ ଜୟତେ’ ଏ ମହାଧ୍ୱନି ଧରି,ନୀଳାକାଶେ ଧରିତ୍ରୀର ପର୍ବତେ କାନନସ୍ରୋତସ୍ୱତୀ ଝଙ୍କାରରେ ସିନ୍ଧୁ ! ତୋ କଲ୍ଲୋଳେବିହଙ୍ଗମ କାକଳୀରେ ପର୍ଜ୍ଜନ୍ୟ ଗର୍ଜ୍ଜନେଶୁଣିଥିଲେ ସେହି ଏକ ମହାନ ଶବଦ ।ଭାରତ ହରାଇ ଆଜି ସେ ମହାନ ଧନେହେୟ ଆଜି ଧରତ୍ରୀର ସର୍ବଲୋକମଧ୍ୟେ ।ଖଣ୍ଡ ଖଣ୍ଡ କରି ଏକ ମହାନ ଦେବତାକ୍ଷୁଦ୍ର ନଦୀ ପଲ୍ୱଳକୁ ତୋ ଜଳକୁ ଯେହ୍ନେକ୍ଷୁଦ୍ର ଶିଳା ଇନ୍ଧନରେ, ବଦ୍ଧ ରଖି ପ୍ରାଣଭେଦ ବୁଦ୍ଧି ବିଚାରିଣ ଆତ୍ମା ଆତ୍ମା ମଧ୍ୟେଅଶୁଚି ମଣଇ ଏକ ଅନ୍ୟ ସଂସ୍ପରଶେ ।ଦେ ରେ ସିନ୍ଧୁ ଦେ ରେ ସର୍ବ ଏକାକାର କରିସର୍ବଘଟେ ବିରାଜନ୍ତି ପରମାତ୍ମା ହରି ।ମହାନ ଦେବତା ଭକ୍ତ ହୋଇ କିମ୍ପା ଆର୍ଯ୍ୟଆଚରିବେ ହୀନ ବୁଦ୍ଧି ଅଜ୍ଞାନ ସମାନ ?ଯାର ପ୍ରଭୁ ଯେଡ଼େ ତାର ମନ ହୁଏ ତେଡ଼େ,କିପାଁ ତେବେ ଆଚରିବି ହୀନ କ୍ଷୁଦ୍ର ବୁଦ୍ଧି ?ସଂସାର ଟାଣଇ ନିଜ ସ୍ୱାର୍ଥ−ଜମ୍ୱାଳକୁ,ନିଅ ମହାସିନ୍ଧୁ ମୋତେ ପୁଣ୍ୟ ତ୍ରିଦିବକୁ,ସ୍ମରି ତୋତେ ପ୍ରସାରିତ ହେଉ କ୍ଷୁଦ୍ର ଚିତ୍ତ-ସଂସାରର କ୍ଷୁଦ୍ର କ୍ଷୁଦ୍ର ବିପତ୍ତିକେ ଭୀତ,ତୋ ମଧ୍ୟେ ଯେ ଭୂମା ପ୍ରଭୁ ଚିର ପ୍ରକାଶିତତାଙ୍କ ଉପାସନା ରସେ ମଗ୍ନ ରହୁ ଚିତ୍ତ ।ତୋତେ ତେଜି କ୍ଷୁଦ୍ର ଗଙ୍ଗା ଯମୁନାର ନୀରଅଜ୍ଞ ନାରୀ ଶିଶୁ ସମ ନବୋଳେ ଶରୀର,ଆତ୍ମା କରି ପବିତ୍ରିତ ଆତ୍ମାରୂପୀ ହରିନିଜମଧ୍ୟେ ଜଗତରେ କରେଁ ମୁଁ ଦର୍ଶନ ।ତୋ ତୀରେ ଆସିଛି ସିନ୍ଧୁ ଦେ’ରେ ଶାନ୍ତି ମୁକ୍ତି,ସ୍ୱାର୍ଥ−ହିଂସା−ରିପୁ−ତାପ−ମୃତ୍ୟୁ−ଜରା−ଭୀତିଅଳଙ୍କାର ବ୍ୟତିକ୍ରମ ଯତିଭଙ୍ଗ ଭୀତି-ସର୍ବ−ଅପଭୟୁଁ ସିନ୍ଧୁ ଦେ’ରେ ସ୍ୱାଧୀନତା,ତୋ ତରଙ୍ଗ ତାଳେ ତାଳେ ନାଚିଉଠୁ ପ୍ରାଣ,ପଦାଘାତ କରେ ଭୀରୁ ସଂସାରୀ−ଭ୍ରୂକୁଟୀ,ପ୍ରଚଣ୍ଡ ତାଣ୍ଡବେ ମାତି ଉଠୁ ଏ ଭାରତପୌରହିତ୍ୟ ଜାତିଭେଦ ବାଳିକାବୈଧବ୍ୟ,ବୃଦ୍ଧ ବାଳିକାର ଘୃଣ୍ୟ ବିଷମ ବିବାହପୁତ୍ତଳିକା କ୍ରୀଡ଼ା ସମ ବାଳିକା ବିବାହ,ଅନ୍ଧ ଜଡ଼ ପୂଜା, ମୂର୍ଖ ନର ପାଦପୂଜା,ଔଦାସିନ୍ୟ କପଟତା ମିଥ୍ୟା ରିପୁ−ସେବ ।ଲୋକ−ଭୟ କୁସଂସ୍କାର, ନାରୀ−ଦୁର୍ବଳର-ଆସୁରିକ ଅତ୍ୟାଚାର, ପ୍ରଳୟ−ଉଚ୍ଛ୍ୱାସେଭାସି ଯାଉ ମହାସିନ୍ଧୋ ! ଚିରକାଳ ସରି ।
ସମ୍ବନ୍ଧିତ ରଚନା
ଜରା-ମରଣ
ନନ୍ଦକିଶୋର ବଳ
ତୀର୍ଥ ଯାତ୍ରା
ନନ୍ଦକିଶୋର ବଳ
ସେହିପରି ଏ ମୋର ହୃଦୟ
ନନ୍ଦକିଶୋର ବଳ
କଥା ଓ ଜୀବନ
ନନ୍ଦକିଶୋର ବଳ