ଗୀତ ଓ ସେବା
ନନ୍ଦକିଶୋର ବଳ
୧୮୭୫–୧୯୨୮
- ସଂକଳନ: ନିର୍ମାଲ୍ୟ
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୭୪
- ସ୍ଥିତି
- ସାର୍ବଜନୀନ (Public domain)
ଗୀତେ କି ଏ ଜନ୍ମ ହେବ ମୋ ଅନ୍ତ,ଗାଇ ଗାଇ ହେବି ମୁଁ ଭାଗ୍ୟବନ୍ତ ?ଗାୟନ ମାତ୍ର ତ ନୁହେଁ ଜୀବନ,ଜୀବନ କର୍ତ୍ତବ୍ୟ ସୁସମ୍ପାଦନ ।ଗାଇ ଗାଇ ଯେହୁ ଭଜେ ମରଣଅଟଇ ଜୀବନ ତା ଅକାରଣ ।ଜୀବନ ନ ଥିଲେ ଖାଲି ଗାୟନକାହାରି ନ କରେ ହିତ ସାଧନ ।ଆସ ରଙ୍କୀ, ରୋଗୀ, କ୍ଷୁଧାର୍ତ୍ତ, ଦୀନରୋଗେ ପାପେ ନୋହୁ ମଳିନ ହୀନ ।ସେବା କରି ହେଉ ଧନ୍ୟ ଜୀବନ,ହେବ ସେ ଜୀବନ୍ତ ବାକ୍ୟ ରଚନ,କରି ତାହା ଜନେ ଅନୁକରଣକରିବେ ଏ ଭବେ ସ୍ୱର୍ଗ ସ୍ଥାପନ ।
ସମ୍ବନ୍ଧିତ ରଚନା
ଜରା-ମରଣ
ନନ୍ଦକିଶୋର ବଳ
ତୀର୍ଥ ଯାତ୍ରା
ନନ୍ଦକିଶୋର ବଳ
ସେହିପରି ଏ ମୋର ହୃଦୟ
ନନ୍ଦକିଶୋର ବଳ
କଥା ଓ ଜୀବନ
ନନ୍ଦକିଶୋର ବଳ