ଶ୍ରୀପଞ୍ଚମୀ
ଭକ୍ତକବି · ୧୮୫୩–୧୯୧୨ · ରାଧାନାଥ ଯୁଗ
- ସଂକଳନ: ବସନ୍ତ ଗାଥା
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୧୫୨
- ସ୍ଥିତି
- ସାର୍ବଜନୀନ (Public domain)
(୧)ମଧୁ-ଜନ୍ମ-ତିଥି ମଧୁମୟୀ ଶ୍ରୀପଞ୍ଚମୀ,ଯାର ଆଗମନେ ଜାଗେ ଧରଣୀ ଉଲ୍ଲାସେ.ଶତ ପୁଷ୍ପ ବିକଶଇ ବିଶ୍ୱପ୍ରାଣ ରମି,ବହଇ ମଳୟ, ଗାଏ କୋକିଳ ଉଚ୍ଛ୍ୱାସେ ।ଆସିଛି କି ସେ ଦିବସ ମହୋତ୍ସବ ମୟଭାରତ-ଜନନୀ ମହାଦେବୀ ଭାରତୀର,ଯାର ନାମେ ପୁଲକିତ ହୁଅଇ ହୃଦୟସୁରି ବେଦ-ଗାନ-ପୂତ ସରସ୍ୱତୀ ତୀର ?ଯାର ନାମେ ପଡ଼େ ମନେ ସେ ରୋମାଞ୍ଚ-କରବିଧୁରା ନ୍ତ୍ରୋଞ୍ଚିର ଶୋକ, ତମସ । ତଟରେଶ୍ଳୋକରୂପେ ପରିଣତ କରୁଣା ସାଗର-କବି-କୁଳ-ଗୁରୁ ମୁନି ବାଲ୍ମୀକି-ଅନ୍ତରେ ?ଯାର ନାମେ ଉଦ୍ଧୋଧୀତ ହୁଅଇ ପରାଣେଶତ ଶତ ପୂର୍ବ ସ୍ମୁତି ଅପୂର୍ବ ବିଧାନେ ?ଶ୍ରୀପଞ୍ଚମୀ(୨)ଆସିଛି ଯଦି ସେ ଦିନ ତୋ ପୂଜାରେ ପୂତ,ଆସ ମା ଭାରତି, ବୀଣା-ପାଣି ଭୂ ଭାରତେ ।ସେ ବୀଣା-ଝଙ୍କାରେ ଜାଗୁ ଭାରତର ସୁତ,ଦୀକ୍ଷିତ କର ମା ତାକୁ ମହା-ସତ୍ୟ-ବ୍ରତେ ।ଜାଗୁ ମହାବୀର ତୋର ଗମ୍ଭୀର ଆହ୍ୱାନେ,ମହା ପୁରୁଷର ମହାଜୟ-ଶଙ୍ଖ-ନାଦବାଜୁ ମା ଗମ୍ଭୀରେ ପୁଣି ଭାରତ ବିମାନେ,ଅପସରୁ ଭାରତର ସକଳ ପ୍ରମାଦ ।ସ୍ୱର୍ଗୀୟ ଜୀବନ ସ୍ରୋତ ବହୁ ଏ ଭାରତେ,ପୁଣ୍ୟ ଅଭିଷେକ-ଧାରା ପଡ଼ୁ ତା ଲଲାଟେ ।ଉଭା ହେଉ ସେ ପୁଲକେ ବିପୁଳ ଜଗତେ,ଶୁଣି ତବ ଅଭିନବ ମହା ବେଦ-ପାଠେ ।ଦେଖାଅ ମା ନବ ବୀର ନବ ଋଷି କବି,ଦିବ୍ୟ ତେଜୋମୟ ନବ ନର-ନାରୀ-ଛବି ।
ସମ୍ବନ୍ଧିତ ରଚନା
ସୂର୍ଯ୍ୟ ପ୍ରତି ଦୀପ
ଗଙ୍ଗାଧର ମେହେର
ତାରା-ସୂର୍ଯ୍ୟ
ଗଙ୍ଗାଧର ମେହେର