ନବ ବର୍ଷ
ଭକ୍ତକବି · ୧୮୫୩–୧୯୧୨ · ରାଧାନାଥ ଯୁଗ
- ସଂକଳନ: ବସନ୍ତ ଗାଥା
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୧୫୨
- ସ୍ଥିତି
- ସାର୍ବଜନୀନ (Public domain)
(୧)ଏଇତ ମେଲାଣି ଘେନି କାଳ-ପର-ପାରେଗଲା ପୁରାତନ ବର୍ଷ ଚିର ପରିଚିତ,ଚିର ସଖା ସୁଖ-ଦୁଃଖ-ମୟ ଏ ସଂସାରେ,ବିଷାଦ-ଭାବନା-ଘନେ ଆବରି ମୋ ଚିତ ।ଏ ଜୀର୍ଣ୍ଣ ଜୀବନ ବହି ରୁଦ୍ଧ-ଦ୍ୱାର ଗେହେଏକକୀ ରହିଛି ପଡ଼ି ନୈରାଶ୍ୟ-ଜଡ଼ିତ;କିଏ ପୁଣି ରୁଦ୍ଧ ଦ୍ୱାରେ ଡାକୁଅଛି ସ୍ନେହେ,ଗାଇ ଆଶା-ରାଗିଣୀର ଅଭୟ ସଂଗୀତ ?ପଚାରିଲି “କିଏ ତୁମ୍ଭେ ନୂତନ ଅତିଥି,କାହିଁକି ଡାକୁଛ ମୋତେ ହେ ଅପରିଚିତ” ?ଶୁଣିଲି ଉତ୍ତର, “ବିଶ୍ୱ, ମଙ୍ଗଳର ଗୀତିଶୁଣାଇବା ପାଇଁ ନବ ବର୍ଷ ମୁଁ ପ୍ରେରିତ ।ବରଜି ନିରାଶା ମନୁ ଶୁଣ ହେ ସମ୍ୱାଦ,ଆନନ୍ଦ ମୟଙ୍କ ଆଶାମୟ ଆଶୀର୍ବାଦ ।’’ନବ ବର୍ଷ(୨)“ହେ ମର୍ତ୍ତ୍ୟ ପ୍ରବାସୀ ନର, ଅମୃତ-ପ୍ରୟାସୀଅମୃତ ସନ୍ତାନ ତୁମ୍ଭେ ସ୍ୱରଗର ଯାତ୍ରୀ ।ହୁଅ ହେ ଅନନ୍ତ-ଭକ୍ତ, ଅନନ୍ତ-ବିଶ୍ୱାସୀ,ଦେଖ ପଳାଉଛି ଭୟେ ଘୋର କାଳ ରାତ୍ରି ।ସତ୍ୟ ଶିବ ସୁନ୍ଦରର ଧ୍ରୁବ ଶୁଭ୍ରାଲୋକଲୋକେ ଲୋକେ ପ୍ରାଣେ ପ୍ରାଣେ ନିତ୍ୟ ବିରାଜିତ,ବିନାଶି ନିରାଶା ଦୁଃଖ ପାପ ତାପ ଶୋକ,ମଙ୍ଗଳ-ଆଶ୍ୱାସେ ବିଶ୍ୱ କରଇ ପ୍ଲାବିତ ।ସେ ଆଲୋକ-ସିନ୍ଧୁ ଜଳେ ପ୍ରେମେ ଅବଗାହି,ସେ ଆଶ୍ୱାସ-ସୁଧା ପାନେ ହୋଇ ବଳୀୟାନ,ବିଧାତାର ଇଚ୍ଛା-ସ୍ରୋତେ ଦିଅ ହେ ଭସାଇପ୍ରେମ-ଭକ୍ତି-ବିଶ୍ୱାସରେ ପରିପୂର୍ଣ୍ଣ ପ୍ରାଣ ।ଜଗତର ସେବା-ବ୍ରତେ ବିସର୍ଜି ଜୀବନ,ଧନ୍ୟ ହୁଏ, ବିଧିର ଏ ଆଶିଷ ବଚନ ।’’
ସମ୍ବନ୍ଧିତ ରଚନା
ସୂର୍ଯ୍ୟ ପ୍ରତି ଦୀପ
ଗଙ୍ଗାଧର ମେହେର
ତାରା-ସୂର୍ଯ୍ୟ
ଗଙ୍ଗାଧର ମେହେର