ଶ୍ରାବଣ-ଶେଷେ
୧୮୯୮–୧୯୬୫
- ସଂକଳନ: ଯେ ଫୁଲ ଫୁଟିଥିଲା
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୧୯୨
- ସ୍ଥିତି
- ସାର୍ବଜନୀନ (Public domain)
ଶ୍ୟାମୋଜ୍ଜ୍ୱଳ ଶ୍ରାବଣ ଦିବସେଦୂରତାର ବହୁ ଦୂରୁ ଦିଗ୍ଦେଶ ବିତାନେବାସନାର ଅନ୍ତରାଳେ ଅନନ୍ତ ସ୍ଫୁରଣେକାହାର ଆହ୍ୱାନ ଲଭି ପରାଣ ଯାଏ ଗୋ ଦ୍ରବିନାଚେ ସୁପ୍ତ ଧମନୀ ଏ ନିମେଷୁ ନିମେଷେଶ୍ୟାମୋଜ୍ଜ୍ୱଳ ଶ୍ରାବଣ ଦିବସେ । ୧ ।(ମୁଁ ଯେ) ବସିପଡ଼େ ଅନନ୍ତ ଲୋକନେନୀଳିମାରେ ମିଶିଯାଏ ବିଶାଳ ଗଗନେଭାସିଯାଏ ବାରିଧାରେ ପ୍ରଶାନ୍ତ ସ୍ଫୁରଣେ ।ପଡ଼ିଯାଏ ରସାତଳେ ନିରାଶାର କୋଳାହଳେଭାସେ ଦୂର ଅତୀତ ଏ କ୍ଷୀଣ ବିଲୋକନେବସିପଡ଼େ ଅନନ୍ତ ଲୋକନେ । ୨ ।ଆସ କବି, ଆସ ଚିତ୍ରକର,କାବ୍ୟଚିତ୍ରେ ଛନ୍ଦିବାକୁ ଜଗତ ଜୀବନକଳ୍ପନାରେ ଢାଳିବାକୁ ସତ୍ୟତାର ପ୍ରାଣସୁନ୍ଦର ଶିଖର ମାଳେ କାସାର କହ୍ଲାରମେଳେଦେଖ ଉର୍ଦ୍ଧ୍ୱେ ନଭେ ସେ ଏ ଚିତ୍ର ମନୋହରଆସ କବି, ଆସ ଚିତ୍ରକର । ୩ ।ଇଚ୍ଛ କି ହେ ଭକ୍ତିର ସଂପଦ ?ଆସ ଆସ ଭକ୍ତକୁଳ ଆସ ହେ ବ୍ୟାକୁଳେ(ଏଠି) ଲୋଡ଼ାନାହିଁ ଝୁଲି ଲୋଡ଼ାନାହିଁ ଭସ୍ମମାଳେଉଦାର ବିଲୋକେ ବୁଲି, ଅନନ୍ତ-ପ୍ରତିଜ୍ଞା ଧରିଉନ୍ମୁକ୍ତେ ଦେଖିବ ଏଠି ସେ ଅବ୍ୟକ୍ତ ପଦଇଚ୍ଛ କି ହେ ଭକ୍ତିର ସଂପଦ ? । ୪ ।ବିଳାସୀ ହେ ଆସ ଏଥି ଥରେ,ଗୁଞ୍ଜରିତ ମାଳତୀର ମୋହନ ନିକୁଞ୍ଜେନିତି ବସି ଗାଏ ପକ୍ଷୀ ଭୃଙ୍ଗ ମଧୁଗୁଞ୍ଜେମୁକ୍ତି ଏଥି ବିଳାସର ଅନନ୍ତ ଅମୃତ-ଧାରବହିଯିବ ସେ ଅମୃତ ବିଳାସ-ବିଭୋରେବିଳାସୀ ହେ ଆସ ଏଥି ଥରେ । ୫ ।ବିଶ୍ୱେ ଖେଳେ ଅନନ୍ତ ବିକାଶମହାପ୍ରାଣ ତାର ଛବି ଗଗନେ, ପବନେ,ଭୂଧରେ, ସାଗରେ ହସେ ତଟିନୀ-ଜୀବନେଅନନ୍ତ ଉଚ୍ଛ୍ୱାସେ ମଦେ ମିଶିଯାଉ ସେ ସଂପଦେଦେବତ୍ୱ ହୃଦୟ ଧନ ପ୍ରେମୋଜ୍ଜ୍ୱଳ ହାସବିଶ୍ୱେ ଖେଳେ ଅନନ୍ତ ବିକାଶ । ୬ ।
ସମ୍ବନ୍ଧିତ ରଚନା
ସୂର୍ଯ୍ୟ ପ୍ରତି ଦୀପ
ଗଙ୍ଗାଧର ମେହେର
ତାରା-ସୂର୍ଯ୍ୟ
ଗଙ୍ଗାଧର ମେହେର