ଅନ୍ତିମ ମେଲାଣି
୧୮୯୮–୧୯୬୫
- ସଂକଳନ: ଯେ ଫୁଲ ଫୁଟିଥିଲା
- ପଢ଼ିବା ସମୟ
- ୩ ମିନିଟ୍
- ଶବ୍ଦ
- ୫୩୧
- ସ୍ଥିତି
- ସାର୍ବଜନୀନ (Public domain)
ଗାଅନା ଏ ବନେ ବିହଗ ଥିର ହୁଅ ସମୀରଢାଳନାରେ ଶଶୀ ନଭସୁ ଶୀତ-ଜୋଛନାଧାର ।ମୃଦୁମନ୍ଦ ବୀଚି ବିଳାସେ ନାଚନା ଗୋ ସରସୀହସନା ପ୍ରଭାତୀ-ତାରକା ଘେନି କୁସୁମରାଶି ।ଲୋଡ଼ି ବୁଲୁଛନ୍ତି ଶିଶୁଏ ପ୍ରାଣ-କୁଂଜ-ପ୍ରସାରେହଜିବାର ମଧୁ-କଳିଟି ମର-ପ୍ରୀତି ଉଢ଼ାଳେ ।ଦେଖନ୍ତୁ ବିଷାଦ-ତାମସେ ମର-ଜୀବନଖେଳଶୁଣନ୍ତୁ ଜୀବନ-ସଙ୍ଗୀତ ଫେଇ ମରମ-ହାର ।ଥିର କି ଜୀବନ-ସଂଗୀତ ? କାହିଁ ପ୍ରସରିଯାଏଚପଳା-ଚଳନେ କି ମହାବେଗେ ମଧୁ-ଆଗ୍ରହେ ।ସେ ପଥେ କି ଗଲ ଭାଇ ହେ ! ଘେନି ଶେଷ ମେଲାଣିବସି ଶୁଣୁଛ କି ପଥେ ସେ ବିଭୁ ପରମ-ବାଣୀ ?ଦେଖିଲ କି ତହିଁ ଦୂରୁ ସେ ନବ ରାଇଜେଅଜଣା-ସୋହାଗ-ସମ୍ପଦ ନବ-ନନ୍ଦନେ ରାଜେ ?ସେ ବନେ କି ଫୁଟେ କନକ-ଜ୍ୟୋତି ଦିବାଯାମିନୀଉଛୁଳେ କି ବିଶ୍ୱ ଆଦରି ନିତି ଅମୃତ-ବାଣୀ ?ସେ ଗଗନେ ନିକି ଚପଳା ଦିଏ ମୁକତ ଦେଖା ?ପାଇଥିଲ ଯେବେ ଆଗହୁଁ ଏତେ ସୋହାଗ-ଲେଖା ।ତେବେ କିପାଁ ବସିରହନ୍ତି ଏ ଯେ ମରୁ-ମରତେଏ ପୀରତି କିଆଁ ବହନ୍ତା ତବ ଜୀବନ-ପଥେ ।ଫେରିନାହିଁ କିଏ ଯେ ଦେଶୁ, ଫେରିବ ବା କେମନ୍ତେ ?ଫେରିବା ବାସନା କି ଲାଗି ଆଉ ପୋଷିବୁଁ ଚିତ୍ତେ ।ଦହୁଥିବ ସଦା ହୃଦୟ ତବ ବିଚ୍ଛେଦ-ସ୍ମୃତିଶୟନେ, ସପନେ, ବିହାରେ ସଖା-ଗହଣେ ନିତି ।ଖାଲି ଶୁଣୁଥିବୁ ନିକୁଂଜେ ବସି ପ୍ରାଣ ଜାଗରେସମୀର-ସରିତେ ତମରି ଶତ ମଧୁର-ସ୍ୱରେ ।ସରସୀ-ପୁଳିନେ, ତଟିନୀକୂଳେ ବକୁଳମୂଳେତମ ସ୍ନେହ-ଲୀଳା ବନ୍ଧାଟି ଶତ ହୃଦ-ଦୁଆରେ ।ବିଞ୍ଛି ବିଞ୍ଛି ଶତ ବାଲୁକା, ଦଳି ଚରଣେ ନିତିସେ ଦଳନେ ପୁଣି ଦେଖିବୁ ତବ ମୋହନ-ପ୍ରୀତି ।ଗୁରୁ-ଗଉରବ ଘେନିବା ଶିଶୁ ପରାଣ ଯେତେଖାଲି ଦିଶିବେ ହେ ଲୁଚିବେ ପ୍ରୀତି-ଅଜଣା-ପଥେ ।କୁଳ ଗୃହ ଏ ଯେ କିଶୋର-ପ୍ରୀତି ମୋହନ ହାସେମିଶିଯାଏ କି’ବା ଯାତନା-ଶଶୀ ଆଜି ନିମିଷେ ।ନୀରବେ ଚାହିଁଛୁ ଆକୁଳେ ଶତ ସ୍ମୃତି ଆଦରିଫାଟିଯାଏ ବୁକୁ ନୟନୁ ପଡ଼େ ଲୋତକ ଝରି ।ଥାଆନ୍ତେ ଜନକ ଜନନୀ ବହିଥାଆନ୍ତେ ବୁକେମିଶାନ୍ତେ ଜୀବନ କାହାଣୀ ବସି ତମରି ପାଖେ ।ବାଳୁତ ବୟସୁ ଭାଇ ! ସେ ସୁଖ ନଥିଲା କିଛିଦେଇଥିଲା ବିହି କପାଳୁ ସବୁ ସୋହାଗ ପୋଛି ।କାନ୍ଧେ ବହି ଦୁଃଖ-ବୁକୁଚା ଆସିଥିଲ ମରତେକାହା ଶିରେ ଲଦି ଭାରାଟି ଗଲ ଅଜଣା ପଥେ ?ଏ ମରତ ଦାଣ୍ଡେ ବହି କି ମହା ଭିକାରି-ବେଶ
ସମ୍ବନ୍ଧିତ ରଚନା
ସୂର୍ଯ୍ୟ ପ୍ରତି ଦୀପ
ଗଙ୍ଗାଧର ମେହେର
ତାରା-ସୂର୍ଯ୍ୟ
ଗଙ୍ଗାଧର ମେହେର