ଶ୍ଳୋକ ରତ୍ନାକରଃ — ଗୋବିନ୍ଦ ରଥ · ସ୍ୱର୍ଣ୍ଣଲିପି। ୫ ।
ଯାହା ନ ହେବାର ଥାଏ ତା ନ ହୁଏ, ଯାହା ହେବାର ଥାଏ ତାହା ଅନ୍ୟଥା କେଭେ ହୁଏ ନାହିଁ । ଏହିରୂପ ଚିନ୍ତାବିଷଘ୍ନ ଔଷଧକୁ ମନୁଷ୍ୟମାନେ କାହିଁକି ପାନ କରୁ ନାହାନ୍ତି ? । ୫ ।
ମାତା ଲକ୍ଷ୍ମୀଃ ପିତା ବିଷ୍ଣୁଃ ସ୍ୱୟଂ ଚ ବିଷମାୟୁଧଃ ।
ତଥାପି ଶମ୍ଭୁନା ଦଗ୍ଧଃ ପ୍ରାକୃତଂ କେନ ଲଙ୍ଘ୍ୟତେ
। ୬ ।
ଯାହାର ମାତା ଲକ୍ଷ୍ମୀ, ପିତା ବିଷ୍ଣୁ, ନିଜେ ବିଷମାୟୁଧ, ଏପରି ଯେ କନ୍ଦର୍ପ ସେ ପୁଣି ଶମ୍ଭୁଙ୍କର କୋପାନଳରେ ଦଗ୍ଧହେଲା ଅହୋ- ପ୍ରାକୃତ ଘଟନାକୁ କେହି ଲଙ୍ଘିପାରନ୍ତି ନାହିଁ । ୬ ।
ମାତୁଳୋ ମାଧବୋ ଯସ୍ୟ ପିତା ଯସ୍ୟ ଧନଞ୍ଜୟଃ ।
ସ ଶେତେ ସମରେ ଶ୍ରୀମାନଭିମନ୍ୟୁର୍ମହାବଳଃ
। ୭ ।
ଯାହାଙ୍କର ମାମୁ ମାଧବ, ପିତା ଧନଞ୍ଜୟ, ନିଜେ ମହାବଳ ଏପରି ଯେ ଅଭିମନ୍ୟୁ ସେ ପୁଣି ଯୁଦ୍ଧରେ ଶୟନ କଲା । ୭ ।
ଲଲାଟେ ଲିଖିତଂ ଯତ୍ତୁ ଷଷ୍ଠୀ ଜାଗରବାସରେ ।
ନ ହରିଃ ଶଙ୍କରୋ ବ୍ରହ୍ମା ଚାନ୍ୟଥା କର୍ତ୍ତୁମର୍ହତି
। ୮ ।
ଷଷ୍ଠୀ ଜାଗର ବାସରେ ଷଷ୍ଠୀଦେବୀ ମନୁଷ୍ୟର ଲଲାଟରେ ଯାହା ଲେଖିଯାଇଥାନ୍ତି ତାକୁ ହରି, ଶଙ୍କର, କି ବ୍ରହ୍ମା ଅନ୍ୟଥା କରି ପାରନ୍ତି ନାହିଁ । ୮ ।
ଦୀପନିର୍ବାଣଗନ୍ଧଂ ଚ ସୁହୃଦ୍ବାକ୍ୟମରୁନ୍ଧତୀଂ ।
ନ ଜିଘ୍ରନ୍ତି ନ ଶୃଣ୍ୱନ୍ତି ନ ପଶ୍ୟନ୍ତି ଗତାୟୁଷଃ
। ୯ ।
ଗତାୟୁ ପ୍ରାଣୀମାନେ ଦୀପନିର୍ବାଣ ଗନ୍ଧକୁ ଆଘ୍ରାଣ କରନ୍ତିନାହିଁ, ମିତ୍ରର ବାକ୍ୟକୁ ଶୁଣନ୍ତି ନାହିଁ, ଅରୁନ୍ଧତୀ ନକ୍ଷତ୍ରକୁ ଦେଖନ୍ତି ନାହିଁ ॥
ପିତା ରକ୍ଷତି କୌମାରେ ଭର୍ତ୍ତା ରକ୍ଷତି ଯୌବନେ ।
ପୁତ୍ରଶ୍ଚ ସ୍ଥବିରେ ଭାବେ ନ ସ୍ତ୍ରୀ ସ୍ୱାତନ୍ତ୍ର୍ୟ ମର୍ହତି
। ୧୦ ।
ବାଲ୍ୟାବସ୍ଥାରେ ପିତା ରକ୍ଷା କରେ, ଯୌବନାବସ୍ଥାରେ ସ୍ୱାମୀ ରକ୍ଷା କରେ, ବୃଦ୍ଧ ଅବସ୍ଥାରେ ପୁତ୍ର ରକ୍ଷା କରେ ଅତଏବ ସ୍ତ୍ରୀ ସ୍ୱାତନ୍ତ୍ର୍ୟକୁ କଦାପି ପ୍ରାପ୍ତ ହୁଏ ନାହିଁ । ୧୦ ।
ଗୁରୁ ଶୁଶ୍ରୂଷୟା ବିଦ୍ୟା ପୁଷ୍କଳେନ ଧନେନ ବା ।
ଅଥବା ବିଦ୍ୟୟା ବିଦ୍ୟା ଚତୁର୍ଥୀ ନୋପପଦ୍ୟତେ
। ୧୧ ।
ଗୁରୁଙ୍କୁ ସେବା କରିଲେ ମନୁଷ୍ୟର ବିଦ୍ୟାଲାଭ ହୁଏ, ଅଥବା ବହୁ ଅର୍ଥ ବ୍ୟୟ କଲେ ବିଦ୍ୟାଲାଭ ହୁଏ, କିମ୍ବା ପରକୁ ବିଦ୍ୟା ଦାନ କଲେ ନିଜର ବିଦ୍ୟାଲାଭ ହୁଏ କିନ୍ତୁ ଏହି ତିନିଛଡ଼ା ବିଦ୍ୟା ଲାଭର ଚାରି ଉପାୟ ନାହିଁ । ୧୧ ।
ବିପଦି ଧୈର୍ଯ୍ୟ ମଥାଭ୍ୟୁଦୟେ କ୍ଷମା
ସଦସି ବାକ୍ପଟୁତା ଯୁଧି ବିକ୍ରମଃ ।
ଯଶସି ଚାଭିରୁଚିର୍ବ୍ୟସନଂ ଶ୍ରୁତୌ
ପ୍ରକୃତିସିଦ୍ଧମିଦଂହି ମହାତ୍ମନାଂ
। ୧୨ ।
ବିପଦ କାଳରେ ଧୈର୍ଯ୍ୟ, ଅଭ୍ୟୁଦୟରେ କ୍ଷମା, ସଭାରେ ବାକ୍ପଟୁତା, ଯୁଦ୍ଧରେ ଶୂରତା, ଯଶରେ ଅଭିଳାଷ, ଶ୍ରୁତିରେ ବ୍ୟସନ ଏ ସମସ୍ତ ମହାତ୍ମାମାନଙ୍କର ପ୍ରକୃତିସିଦ୍ଧ ଅଟେ । ୧୨ ।
ଦରିଦ୍ରାନ୍ଭର କୌନ୍ତେୟ ! ମାପ୍ରୟଚ୍ଛେଶ୍ୱରେ ଧନଂ ।
ବ୍ୟାଧିତସ୍ୟୈାଷଧଂ ପଥ୍ୟଂନୀରୁଜସ୍ୟ କିମୌଷଧୈଃ
। ୧୩ ।
ହେ କୌନ୍ତେୟ ! ତୁମ୍ଭେ ଦରିଦ୍ରମାନଙ୍କୁ ଧନ ଦିଅ, ଧନୀଙ୍କୁ ଧନ ଦିଅ ନାହିଁ । କାରଣ ବ୍ୟାଧି ପୀଡ଼ିତ ଲୋକର ଔଷଧ ପଥ୍ୟ, ନିରୋଗୀ ଲୋକର ଔଷଧ ଦ୍ୱାରା କି ପ୍ରୟୋଜନ । ୧୩ ।
ମାତୃବତ୍ପରଦାରେଷୁ ପରଦ୍ରବ୍ୟେଷୁ ଲୋଷ୍ଟ୍ରବତ୍ ।
ଆତ୍ମବତ୍ ସର୍ବ୍ବଭୂତେଷୁ ଯଃ ପଶ୍ୟତି ସ ପଣ୍ଡିତଃ
ଯେଉଁ ଲୋକ ପରଦାରାକୁ ମାତା ପରି ଦେଖେ, ପର ଦ୍ରବ୍ୟକୁ ମାଟି ପରି ଜ୍ଞାନ କରେ, ସମସ୍ତ ପ୍ରାଣୀମାନଙ୍କୁ ଆପଣାପରି ମଣେ ସେହି ଲୋକ ପଣ୍ଡିତ । ୧୪ ।
ଉଦ୍ଯୋଗିନଂ ପୁରୁଷସିଂହ ମୂପୈତି ଲକ୍ଷ୍ମୀ-
ର୍ଦୈବେନ ଦେୟ ମିତି କାପୁରୁଷା ବଦନ୍ତି ।
ଦୈବଂ ନିହତ୍ୟ କୁରୁ ପୌରୁଷମାତ୍ମଶକ୍ତ୍ୟା
ଯତ୍ନେ କୃତେ ଯଦି ନ ସିଦ୍ଧ୍ୟତି କୋଽତ୍ର ଦୋଷଃ
ଉଦ୍ଯୋଗୀ ପୁରୁଷକୁ ଲକ୍ଷ୍ମୀ ପ୍ରାପ୍ତ ହୁଏ, ଦୈବ ଦିଏ ଏକଥା କାପୁରୁଷମାନେ କହନ୍ତି ଅତଏବ ଦୈବ ଦିଏ ଏକଥା ଛାଡ଼ି ଆତ୍ମଶକ୍ତିରେ ପୌରୁଷ କର, ଯତ୍ନ କରୁ କରୁ ଯଦି ସିଦ୍ଧି ନ ହେଲା ତେବେ ସେଥିରେ କିଛି ଦୋଷ ନାହିଁ । ୧୫ ।
ଦାନୋପଭୋଗହୀନେନ ଧନେନ ଧନିନୋ ଯଦି ।
ଭବାମଃ କିଂ ନ ତେନୈବ ଧନେନ ଧନିନୋ ବୟଂ
ଦାନ ଓ ଉପଭୋଗହୀନ ଧନଦ୍ୱାରା ଲୋକ ଯଦି ଧନୀ ବୋଲାଏ ତେବେ ଆମ୍ଭେମାନେ ସେହି ଧନଦ୍ୱାରା କାହିଁକି ଧନୀ ନ ହେବା ॥
ନ ଗଣସ୍ୟାଗ୍ରତୋ ଗଚ୍ଛେତ୍ସିଦ୍ଧେ କାର୍ଯ୍ୟେ ସମଂ ଫଳଂ ।
ଯଦି କାର୍ଯ୍ୟେ ବିପତ୍ତିଃ ସ୍ୟାନ୍ମୁ ଖରସ୍ତତ୍ର ହନ୍ୟତେ
କୌଣସି କାର୍ଯ୍ୟରେ ଯେବେ ବହୁ ଲୋକଙ୍କ ସଙ୍ଗରେ ଯାଉଥିବ ତେବେ ସେମାନଙ୍କ ଆଗରେ କଦାପି ଯିବନାହିଁ କାରଣ କାର୍ଯ୍ୟରେ ଯଦି ବ୍ୟାଘାତ ଘଟେ ତେବେ ଅଗ୍ରଗଲୋକକୁ ସମସ୍ତେ ତିରସ୍କାର କରନ୍ତି । ୧୭ ।
ଯତ୍ର ବିଦ୍ୱଜ୍ଜନୋ ନାସ୍ତି ଶ୍ଳାଘ୍ୟସ୍ତତ୍ରାପ୍ଳଧୀରପି ।
ନିରସ୍ତପାଦପେ ଦେଶେ ଏରଣ୍ଡୋଽଅପି ଦ୍ରୁମାୟତେ
ଯେଉଁଠାରେ ପଣ୍ଡିତ ଲୋକ ନ ଥାନ୍ତି ସେଠାରେ ଅଳ୍ପବୁଦ୍ଧି ଲୋକ ମଧ୍ୟ ପୂଜା ପାଏ, ଯେପରି ବୃକ୍ଷହୀନ ଦେଶରେ ଗବ ଗଛ ମଧ୍ୟ ବୃକ୍ଷରେ ଗଣିତ ହୁଏ । ୧୮ ।
କାବା ସଦା ଶୋକଜଳେ ନିମଗ୍ନା ।
ବିଭର୍ତ୍ତି ଶମ୍ଭୁଃ କ୍ୱଚ ଚନ୍ଦ୍ରବିମ୍ବଂ
ସିନ୍ଦୂର ବିନ୍ଦୁ ର୍ବିଧବା ଲଲାଟେ
ସ୍ତ୍ରୀମାନଙ୍କର ଶ୍ରେଷ୍ଠ ଭୂଷଣ କଣ ? ସିନ୍ଦୂର ବିନ୍ଦୁ, ସର୍ବ୍ବଦାଶୋକ ଜଳରେ କିଏ ନିମଗ୍ନ ? ବିଧବା, ମହାଦେବ ଚନ୍ଦ୍ରବିମ୍ବ କେଉଁଠାରେ ଧାରଣ କରନ୍ତି ? ଲଲାଟରେ । ୧୯ ।
ଯୌବନଂ ଧନ ସମ୍ପତ୍ତିଃ ପ୍ରଭୁତ୍ୱମବିବେକତା ।
ଏକୈକମପ୍ୟନର୍ଥାୟ କିମୁ ଯତ୍ର ଚତୁଷ୍ଟୟଂ
ଯୌବନ, ଧନସମ୍ପତ୍ତି, ପ୍ରଭୁତ୍ୱ, ଅବିବେକତା, ଏସମସ୍ତ ଗୋଟିଏ ଗୋଟିଏ ଅନର୍ଥର କାରଣ ଅଟେ କିନ୍ତୁ ଏହି ସମସ୍ତ ଯୁଗପତ୍ ଯାହାଠାରେ ଥାଏ ସେଠାରେ ଯେ ଅନର୍ଥ ନ ହେବ ଏ ବିଷୟରେ କଣ କହିବା ॥
ଧନିନଃ ଶ୍ରୋତ୍ରିୟା ରାଜା ନଦୀ ବୈଦ୍ୟସ୍ତୁ ପଞ୍ଚମଃ ।
ପଞ୍ଚ ଯତ୍ର ନ ବିଦ୍ୟନ୍ତେ ତତ୍ର ବାସଂ ନ କାରୟେତ୍
ଧନୀ, ବେଦବିତ୍, ରାଜା, ନଦୀ, ବୈଦ୍ୟ, ଏହି ପାଞ୍ଚଟି କଥା ଯେଉଁ ଦେଶରେ ନାହିଁ ସେ ଦେଶରେ କଦାପି ବାସ କରିବ ନାହିଁ ॥
ଦୁର୍ଜନଃ ପରିହର୍ତ୍ତବ୍ୟୋ ବିଦ୍ୟୟାଳଂକୃତୋଽପିସଃ ।
ମଣିନା ଭୂଷିତଃ ସର୍ପଃ କିମସୌ ନ ଭୟଂକରଃ
ଦୁର୍ଜନ ଲୋକ ବିଦ୍ୟାରେ ଅଳଂକୃତ ହେଲେ ସୁଦ୍ଧା ତାହାକୁ ପରିତ୍ୟାଗ କରିବ, ଯେପରି ମଣିରେ ଭୂଷିତ ହୋଇଥାଏ ଯେ ସର୍ପ ସେ କଣ ଭୟଙ୍କର ନୁହେଁ ? । ୨୨ ।
ନାରିକେଳସମାକାରା ଦୃଶ୍ୟନ୍ତେଽପିହିସଜ୍ଜନାଃ ।
ଅନ୍ୟେ ବଦରିକାକାରା ବହିରେବ ମନୋହରାଃ
ଯେପରି ନାରିକେଳ ଫଳର ବାହ୍ୟ କଠିନ, ଅନ୍ତଃକରଣ କୋମଳ ସେହିପରି ସଜ୍ଜନମାନଙ୍କର ହୃଦୟ ଅଟେ । କିନ୍ତୁ ଯେପରି ବରକୋଳିର ବାହ୍ୟ ମନୋହର ଓ କୋମଳ, ଭିତର କଠିନ ସେହି ପରି ଦୁର୍ଜନମାନଙ୍କର ହୃଦୟ ଅଟେ । ୨୩ ।
ମନସ୍ୟନ୍ୟଦ୍ବଚସ୍ୟନ୍ୟତକର୍ମଣ୍ୟନ୍ୟଦ୍ଦୁରାତ୍ମନାଂ ।
ମନସ୍ୟେକଂ ବରସ୍ୟେକଂ କର୍ମଣ୍ୟେକଂ ମହାତ୍ମନାଂ
ଦୁର୍ଜନମାନଙ୍କର ମନରେ ଗୋଟିଏ କଥା, ବଚନରେ ଗୋଟିଏ କଥା, କାର୍ଯ୍ୟରେ ଗୋଟିଏ କଥା, କିନ୍ତୁ ସଜ୍ଜନମାନଙ୍କର ମନରେ ଏକ, ବଚନରେ ଏକ, କାର୍ଯ୍ୟରେ ଏକ କଥା ଅଟେ । ୨୪ ।
ଉତ୍ସବେ ବ୍ୟସନେ ଚୈବ ଦୁର୍ଭିକ୍ଷେ ରାଷ୍ଟ୍ର ବିପ୍ଳବେ ।
ରାଜଦ୍ୱାରେ ଶ୍ମଶାନେ ଚ ଯସ୍ତିଷ୍ଠତି ସବାନ୍ଧବଃ
ଯେଉଁ ଲୋକ ଉତ୍ସବରେ, ବ୍ୟସନରେ, ଦୁର୍ଭିକ୍ଷରେ ରାଷ୍ଟ୍ରବିପ୍ଳବରେ, ରାଜଦ୍ୱାରରେ, ଶ୍ମଶାନରେ ସ୍ଥିତ ହୁଏ ସେହି ପରମ ବାନ୍ଧବ ଅଟେ । ୨୫ ।
ହୀୟତେ ହି ମତିସ୍ତାତହୀନୈଃ ସହ ସମାଗମାତ୍ ।
ସମୈଶ୍ଚ ସମତାମେତି ବିଶିଷ୍ଟୈଶ୍ଚ ବିଶିଷ୍ଟତାଂ
ନୀଚଲୋକ ସହିତ ସହବାସ କଲେ ବୁଦ୍ଧି ନୀଚତାକୁ ପ୍ରାପ୍ତହୁଏ, ସମାନ ଲୋକ ସହିତ ବାସକଲେ ମତି ସମତା ପ୍ରାପ୍ତହୁଏ, ଉଚ୍ଚଲୋକ ସହିତ ବାସ କଲେ ବୁଦ୍ଧି ଉଚ୍ଚତା ପ୍ରାପ୍ତ ହୁଏ । ୨୬-।
କୋଽର୍ଥଃ ପୁତ୍ରେଣ ଜାତେନ ଯୋ ନ ବିଦ୍ୱାନ୍ମଧାର୍ମିକଃ ।
କାଣେନ ଚକ୍ଷୁଷା କିମ୍ବା ଚକ୍ଷୁଃପୀଡ଼ୈବ କେବଳଂ
ଯେଉଁ ପୁତ୍ର ଜାତହୋଇ ବିଦ୍ୱାନ୍ ବା ଧାର୍ମିକ ନ ହେଲା ସେ ପୁତ୍ରଦ୍ୱାରା କି ପ୍ରୟୋଜନ, ଯେପରି କଣା ଚକ୍ଷୁଦ୍ୱାରା କିଛି ପ୍ରୟୋଜନ ନାହିଁ କେବଳ ଚକ୍ଷୁଃପୀଡ଼ା ସର୍ବ୍ବଦା ହେଉଥାଏ । ୨୭ ।
କୃପଣସ୍ୟ ଧନଂ ଯାତି ବହ୍ନିତସ୍କରପାର୍ଥିବୈଃ ।
ନ ଦେବାୟ ନ ବିପ୍ରାୟ ନ ବନ୍ଧୁଭ୍ୟୋ ନଚାତ୍ମନେ
କୃପଣଲୋକର ଧନ ଅଗ୍ନି, ଚୌର, ରାଜା ଏମାନଙ୍କ ଦ୍ୱାରା ଅପହୃତ ହୁଏ କିନ୍ତୁ ସେ ଧନ ଦେବତା, ବିପ୍ର, ବନ୍ଧୁ, ବା ନିଜ ଯୋଗ୍ୟ ନୁହେଁ । ୨୮ ।
ଅତିଦର୍ପେ ହତା ଲଙ୍କା ଅତିମାନେ ଚ କୌରବାଃ ।
ଅତିଦାନେ ବଳିର୍ବଦ୍ଧଃ ସର୍ବମତ୍ୟନ୍ତ ଗର୍ହିତଂ
ଅତ୍ୟନ୍ତ ଗର୍ବରେ ଲଙ୍କା ନଗରୀ ନଷ୍ଟ ହେଲା, ଅତିଶୟ ମାନରେ କୌରବମାନେ ବିନାଶ ପ୍ରାପ୍ତହେଲେ, ଅତି ଦାନରେ ବଳିରାଜା ବନ୍ଧନ ହେଲା, ଅତଏବ ସବୁ କାର୍ଯ୍ୟ ଅତିଶୟ ହେଲେ ଏହିପରି ଗର୍ହିତ ହୁଏ । ୨୯ ।
ଦୁର୍ବଳସ୍ୟ ବଳଂରାଜା ବାଳାନାଂ ରୋଦନଂ ବଳଂ ।
ବଳଂ ମୂର୍ଖସ୍ୟ ମୌନତ୍ୱଂ ଚୌରାଣାମନୁତଂ ବଳଂ
ଦୁର୍ବଳ ଲୋକର ରାଜା ବଳ, ବାଳକମାନଙ୍କର ରୋଦନ ବଳ, ମୂର୍ଖ ଲୋକର ମୌନତ୍ୱ ବଳ, ଚୌରମାନଙ୍କର ମିଥ୍ୟା ବଳ ଅଟେ ॥
ନ ଚ ବିଦ୍ୟାସମୋ ବନ୍ଧୁର୍ନ ଚ ବ୍ୟାଧିସମୋ ରିପୁଃ ।
ନ ଚାପତ୍ୟସମଃ ସ୍ନେହୋ ନ ଚ ଦୈବାତ୍ପରଂ ବଳଂ ॥
ଜଗତରେ ବିଦ୍ୟା ବନ୍ଧୁଠାରୁ ଉତ୍କୃଷ୍ଟ ବନ୍ଧୁ ଆଉ ନାହିଁ ସେହିପରି ବ୍ୟାଧି ସମାନ ଶତ୍ରୁ, ପୁତ୍ର ସମାନ ସ୍ନେହ ଓ ଦୈବବଳରୁ ଶ୍ରେଷ୍ଠବଳ ଆଉ ନାହିଁ । ୩୧ ।
ଅସମ୍ଭବଂ ନ ବକ୍ତବ୍ୟଂ ପ୍ରତ୍ୟକ୍ଷଂ ଯଦି ଦୃଶ୍ୟତେ ।
ଶିଳା ତରତି ପାନୀୟେ ଗୀତଂ ଗାୟତି ବାନରଃ
ପ୍ରତ୍ୟକ୍ଷରେ ଦେଖିଲେ ସୁଦ୍ଧା ଅସମ୍ଭବ କଥା କଦାପି କହିବ ନାହିଁ । ଯେପରି ଜଳରେ ପଥର ଭାସେ ତାହା ଉପରେ ବାନର ବସି ଗୀତ ବୋଲେ ଏକଥା ସତ୍ୟ ହେଲେ ମଧ୍ୟ ସମସ୍ତେ ଅସମ୍ଭବ ମଣନ୍ତି । ୩୨ ।
ନୃତ୍ୟନ୍ତି ଭୋଜନେ ବିପ୍ରା ମୟୁରା ମେଘଦର୍ଶନେ ।
ସାଧବ ପରସଂପତ୍ସୁ ଖଳାଃ ପରିବିପତ୍ତିଷୁ
ବ୍ରାହ୍ମଣମାନେ ଭୋଜନ ପାଇଲେ ନୃତ୍ୟ କରନ୍ତି, ମୟୂରମାନେ ମେଘ ଦେଖି ନୃତ୍ୟ କରନ୍ତି, ସାଧୁମାନେ ପର ସଂପତ୍ତି ଦେଖି ନୃତ୍ୟ କରନ୍ତି, ଦୁର୍ଜନମାନେ ପରବିପତ୍ତି ଦେଖି ନୃତ୍ୟ କରନ୍ତି । ୩୩ ।
କିଂ କରିଷ୍ୟତି ବକ୍ତା ଚ ଶ୍ରୋତା ଯତ୍ର ନ ବିଦ୍ୟୁତେ ।
ନଗ୍ନକ୍ଷପଣକେ ଦେଶେ ରଜକଃ କିଂ କରିଷ୍ୟତି
ଯେଉଁ ଦେଶରେ ଶ୍ରୋତା ନାହାନ୍ତି ସେ ଦେଶରେ ବକ୍ତା ଥାଇ କଣ କରିବ । ଆଉ ଯେଉଁ ଦେଶରେ ସମସ୍ତେ ଲଙ୍ଗଳା ଅଟନ୍ତି ସେ ଦେଶରେ ରଜକ ଥାଇ ବା କଣ କରିବ । ୩୪ ।
କୃପୋଦକଂ ବଟଚ୍ଛାୟା ଶ୍ୟାମାସ୍ତ୍ରୀ ଚେଷ୍ଟକାଳୟଂ ।
ଶୀତକାଳେ ଭବେଦୁଷ୍ଣଂ ଗ୍ରୀଷ୍ମକାଳେ ଚ ଶୀତଳଂ
କୂପଜଳ, ବଟ ବୃକ୍ଷର ଛାୟା, ଶ୍ୟାମାସ୍ତ୍ରୀ, କୋଠାଘର ଏସବୁ ଶୀତକାଳରେ ଉଷ୍ଣ ହୁଅନ୍ତି ଓ ଗ୍ରୀଷ୍ମକାଳରେ ଶୀତଳ ହୁଅନ୍ତି ।
ନୀଚବଂଶୋଦ୍ଭବୋ ରାଜା ପୁତ୍ରୋ ମୂର୍ଖସ୍ୟ ପଣ୍ଡିତଃ ।
ନିର୍ଧନୋ ଧନମାପ୍ନୋତି ତୃଣବନୁନ୍ୟତେ ଜଗତ୍
ନୀଚଲୋକ ଯଦି ରାଜା ହୁଏ, ମୂର୍ଖଲୋକର ପୁତ୍ର ଯେବେ ପଣ୍ଡିତ ହୁଏ, ଦରିଦ୍ରଲୋକ ଯଦି ଧନୀ ହୁଏ ତା ହେଲେ ସେ ଜଗତକୁ ତୃଣପରି ମଣେ । ୩୬ ।
ଦୁର୍ଜନଃ ପ୍ରିୟବାଦୀ ଚ ନୈତଦ୍ବିଶ୍ୱାସକାରଣଂ ।
ମଧୁ ତିଷ୍ଠତି ଜିହ୍ୱାଗ୍ରେ ହୃଦି ହାଳାହଳଂ ବିଷଂ
ଦୁର୍ଜନଲୋକ ପ୍ରିୟ କଥା କହିଲେ ସୁଦ୍ଧା କଦାପି ତାହାକୁ ବିଶ୍ୱାସ କରିବ ନାହିଁ କାରଣ ତାହାର ଜିହ୍ୱାଗ୍ରରେ ମଧୁ ଥାଏ କିନ୍ତୁ ହୃଦୟରେ ହାଳାହଳ ବିଷ ଥାଏ । ୩୭ ।
ରୂପଯୌବନସଂପନ୍ନା ବିଶାଳକୁଳସମ୍ଭବାଃ ।
ବିଦ୍ୟାହୀନା ନ ଶୋଭନ୍ତେ ନିଗନ୍ଧାଇବ କିଂଶୁକାଃ
ରୂପ ଆଉ ଯୌବନ ସଂପନ୍ନ ଓ ବିଶାଳ କୁଳ ସମ୍ଭବ ହେଲେ ମଧ୍ୟ ଲୋକ ଯେବେ ବିଦ୍ୟାହୀନ ହୁଏ ତେବେ ସେ ଗନ୍ଧବିହୀନ କିଂଶୁକ (ପଲାଶ) ଫୁଲ ପରି ଶୋଭା ପାଏ ନାହିଁ । ୩୮-।
ସର୍ପଃ କ୍ରୂରଃ ଖଳଃ କ୍ରୂରଃ ସର୍ପାତ୍କ୍ରୂରତରଃ ଖଳଃ ।
ମନ୍ତ୍ରୌଷଧିବଶଃ ସର୍ପଃ ଖଳଃ କେନ ନିବାର୍ଯ୍ୟତେ
ସର୍ପ କ୍ରୂର, ଖଳ ମଧ୍ୟ କ୍ରୂର, କିନ୍ତୁ ସର୍ପଠାରୁ ଖଳ ଅତିଶୟ କ୍ରୂର କାରଣ ସର୍ପକୁ ମନ୍ତ୍ର ବା ଔଷଧିରେ ବଶୀଭୂତ କରାଯାଇ ପାରେ କିନ୍ତୁ ଖଳ କୌଣସି ଉପାୟରେ ବଶୀଭୂତ ହୋଇପାରେ ନାହିଁ ॥
ଅର୍ଥନାଶଂ ମନସ୍ତାପଂ ଗୃହେ ଦୁଶ୍ଚରିତାନି ଚ ।
ବଞ୍ଚନଂ ଚାପମାନଞ୍ଚ ମତିମାନ୍ନ ପ୍ରକାଶୟେତ୍
ବୁଦ୍ଧିମାନ୍ ଲୋକ ଧନନାଶ, ମନର ସନ୍ତାପ, ଗୃହର ଦୁଶ୍ଚରିତ ବଞ୍ଚନ ଓ ଅପମାନ ଏ ସମସ୍ତ କାହାରି ଆଗରେ ପ୍ରକାଶ କରେ ନାହିଁ । ୪୦ ।
କୋକିଳାନାଂ ସ୍ୱରୋ ରୂପଂ ନାରୀ ରୂପଂ ପତିବ୍ରତା ।
ବିଦ୍ୟା ରୂପଂ କୁରୂପାଣାଂ କ୍ଷମାରୂପଂ ତପସ୍ୱିନାଂ
କୋକିଳମାନଙ୍କର ସ୍ୱର ରୂପ, ନାରୀମାନଙ୍କର ପତିବ୍ରତାରୂପ କୁରୂପମାନଙ୍କର ବିଦ୍ୟାରୂପ, ତପସ୍ୱିମାନଙ୍କର କ୍ଷମା ରୂପ ଅଟେ । ୪୧ ।
ପୁସ୍ତକସ୍ଥା ତୁ ଯା ବିଦ୍ୟା ପରହସ୍ତଗତଂ ଧନଂ ।
କାର୍ଯ୍ୟକାଳେ ସମୁତ୍ପନ୍ନେ ନ ସା ବିଦ୍ୟା ନ ତଦ୍ଧନଂ
ପୁସ୍ତକସ୍ଥିତ ଯେଉଁ ବିଦ୍ୟା, ପରହସ୍ତଗତ ଯେଉଁ ଧନ ସେ ବିଦ୍ୟା ସେ ଧନ କଦାପି କାର୍ଯ୍ୟରେ ଆସନ୍ତି ନାହିଁ । ୪୨ ।
ଅନଭ୍ୟାସେ ବିଷଂ ବିଦ୍ୟାପ୍ୟଜୀର୍ଣ୍ଣେ ଭୋଜନଂ ବିଷଂ ।
ବିଷଂ ଗୋଷ୍ଠୀ ଦରିଦ୍ରସ୍ୟ ବୃଦ୍ଧସ୍ୟ ତରୁଣୀ ବିଷଂ
ଅଭ୍ୟାସ ନ କଲେ ବିଦ୍ୟା ବିଷତୁଲ୍ୟ, ଅଜୀର୍ଣ୍ଣରେ ଭୋଜନ ବିଷ ତୁଲ୍ୟ, ଦରିଦ୍ର ଲୋକର କୁଟୁମ୍ବ ବିଷତୁଲ୍ୟ, ବୃଦ୍ଧ ଲୋକର ତରୁଣୀ ବିଷତୁଲ୍ୟ ଅଟେ । ୪୩ ।
ଯସ୍ୟ କ୍ଷେତ୍ରଂ ନଦୀତୀରେ ଭାର୍ଯ୍ୟାଚାପି ପରପ୍ରିୟା ।
ପୁତ୍ରସ୍ୟ ବିନୟୋ ନାସ୍ତି ମୃତୁରେବ ନ ସଂଶୟଃ
ଯାହାର ଗୃହ ନଦୀତୀରରେ, ଭାର୍ଯ୍ୟାମଧ୍ୟ ପରପ୍ରିୟା, ଓ ପୁତ୍ରର ବିନୟ ଗୁଣ ନାହିଁ ତାହାର ନିଶ୍ଚୟ ମୃତ୍ୟୁ ହେବ ଏଥିରେ ସନ୍ଦେହ ନାହିଁ । ୪୪ ।
ରୋଗୀ ଚିରପ୍ରବାସୀ ପରାନ୍ନଭୋଜୀ ପରାବସଥଶାୟୀ ।
ଯଜ୍ଜୀବତି ତନ୍ମରଣଂ ଯନ୍ମରଣଂ ସୋଽସ୍ୟ ବିଶ୍ରାମଃ
ଯେଉଁ ଲୋକ ରୋଗୀ, ଚିର ପ୍ରବାସୀ, ପରାନ୍ନଭୋଜୀ, ପରଗୃହ ଶାୟୀ ସେ ଲୋକ ପ୍ରାଣ ଧାରଣ କରିବା ଯେ ସେ ମରଣ ତୁଲ୍ୟ ଅତଏବ ମରଣ ତାହାର ବିଶ୍ରାମ ଅଟେ । ୪୫ ।
ଋଣ କର୍ତ୍ତା ପିତା ଶତ୍ରୁ ର୍ମାତା ଚ ବ୍ୟଭିଚାରିଣୀ ।
ଭାର୍ଯ୍ୟା ରୂପବତୀ ଶତ୍ରୁ ପୁତ୍ରଃ ଶତ୍ରୁଃ କୁପଣ୍ଡିତଃ
ମନୁଷ୍ୟର ଋଣକାରୀ ପିତା ଶତ୍ରୁ, ବ୍ୟଭିଚାରିଣୀ ମାତା ଶତ୍ରୁ, ରୂପବତୀ ଭାର୍ଯ୍ୟା ଶତ୍ରୁ କୁପଣ୍ଡିତ ପୁତ୍ର ଶତ୍ରୁ ଅଟେ । ୪୬ ।
ବସ୍ତ୍ରହୀନସ୍ତ୍ୱଳଙ୍କାରୋ ଘୃତହୀନଂ ଚ ଭୋଜନଂ ।
ସ୍ତନହୀନା ଚ ଯା ନାରୀ ବିଦ୍ୟାହୀନଂ ଚ ଜୀବନଂ
ବସ୍ତ୍ରହୀନ ଅଳଙ୍କାର ଧାରଣ ବୃଥା, ଘୃତହୀନ ଭୋଜନ ବୃଥା, ସ୍ତନହୀନା ନାରୀ ବୃଥା, ବିଦ୍ୟାହୀନ ଜୀବନଧାରଣ ବୃଥା ଅଟେ । ୪୭ ।
ଯସ୍ମିନ୍ଦେଶେ ନ ସମ୍ମାନୋ ନ ପ୍ରୀତିର୍ନଚ ବାନ୍ଧବାଃ ।
ନ ଚ ବିଦ୍ୟାଗମଃ କଶ୍ଚିତ୍ତଂ ଦେଶଂ ପରିବର୍ଜୟେତ୍
ଯେଉଁ ଦେଶରେ ସମ୍ମାନ ନାହିଁ ପ୍ରୀତି ନାହିଁ ବା ବାନ୍ଧବ ନାହାନ୍ତି କି ବିଦ୍ୟାଗମ ନାହିଁ ସେ ଦେଶକୁ ପରିତ୍ୟାଗ କରିବ । ୪୮ ।
ନଖିନାଂ ଚ ନଦୀନାଂ ଚ ଶୃଙ୍ଗିଣାଂ ଶାସ୍ତ୍ରପାଣିନାଂ ।
ବିଶ୍ୱାସ ନୈବ କର୍ତ୍ତବ୍ୟୋ ସ୍ତ୍ରୀଷୁ ରାଜକୁଳେଷୁ ଚ
ନଖୀ, ନଦୀ, ଶୃଙ୍ଗି, ଶସ୍ତ୍ରପାଣି, ସ୍ତ୍ରୀ ଓ ରାଜକୁଳ ଏମାନଙ୍କଠାରେ କଦାପି ବିଶ୍ୱାସ କରିବ ନାହିଁ । ୪୯ ।
ପରୋକ୍ଷେ କାର୍ଯ୍ୟହନ୍ତାରଂ ପ୍ରତ୍ୟକ୍ଷେ ପ୍ରିୟବାଦିନଂ ।
ବର୍ଜୟେତ୍ତାଦୃଶଂ ମିତ୍ରଂ ବିଷକୁମ୍ଭଂ ପୟୋମୁଖଂ
ପ୍ରତ୍ୟକ୍ଷରେ ପ୍ରିୟବାଦୀ, ପରୋକ୍ଷରେ କାର୍ଯ୍ୟହନ୍ତା ଏପରି ଯେ ପୟୋମୁଖ ବିଷକୁମ୍ଭ ସଦୃଶ ମିତ୍ର ତାହାକୁ ତ୍ୟାଗ କରିବ । ୫୦ ।
କୁଦେଶଂ ଚ କୁବୃତ୍ତିଂ ଚ କୁଭାର୍ଯ୍ୟାଂ କୁନଦୀଂ ତଥା ।
କୁଦ୍ରବ୍ୟଂ ଚ କୁଭୋଜ୍ୟଂ ଚ ବର୍ଜୟେତ୍ତୁ ବିଚକ୍ଷଣଃ
ବିଚକ୍ଷଣ ବ୍ୟକ୍ତି କୁଦେଶ, କୁବୃତ୍ତି, କୁଭାର୍ଯ୍ୟା, କୁନଦୀ, କୁଦ୍ରବ୍ୟ, କୁଭୋଜ୍ୟ, ଏମାନଙ୍କୁ ତ୍ୟାଗ କରେ । ୫୧ ।
ଅଦାତା ବଂଶଦୋଷେଣ କର୍ମଦୋଷ ଦ୍ଦରିଦ୍ରତା ।
ବିଟପୋ ମାତୃଦୋଷେଣ ପିତୃଦୋଷେଣ ମୂର୍ଖତା
ମନୁଷ୍ୟ ବଂଶ ଦୋଷରୁ ଅଦାତା, କର୍ମ ଦୋଷରୁ ଦରିଦ୍ରତା, ମାତୃଦୋଷରୁ ବିଟପ, ପିତୃଦୋଷରୁ ମୂର୍ଖ ହୁଏ । ୫୨ ।
ପାଦପାନାଂ ଭୟଂ ବାତାତ୍ ପଦ୍ମାନାଂ ଶିଶିରାଭୟଂ ।
ପର୍ବ୍ବତାନାଂ ଭୟଂ ବଜ୍ରାତ୍ ସାଧୁନାଂ ଦୁର୍ଜନାଭୟଂ
ବୃକ୍ଷମାନଙ୍କର ବାୟୁଠାରୁ ଭୟ, ପଦ୍ମମାନଙ୍କର ଶିଶିରଠାରୁ ଭୟ, ପର୍ବ୍ବତମାନଙ୍କର ବଜ୍ରଠାରୁ ଭୟ, ସାଧୁମାନଙ୍କର ଦୁର୍ଜନଠାରୁ ଭୟ ହୁଏ । ୫୩ ।
ଯସ୍ୟ ନାସ୍ତିସ୍ୱୟଂ ପ୍ରଜ୍ଞା ଶାସ୍ତ୍ରଂ ତସ୍ୟ କରୋତି କିଂ ।
ଲୋଚନାଭ୍ୟାଂ ବିହୀନସ୍ୟ ଦର୍ପଣଃ କିଂ କରିଷ୍ୟତି
ଯାହାର ପ୍ରଜ୍ଞା ନାହିଁ ତାହାର ଶାସ୍ତ୍ରଦ୍ୱାରା ବା କି ପ୍ରୟୋଜନ, ଯାହାର ଲୋଚନ ନାହିଁ ତାହାର ଦର୍ପଣଦ୍ୱାରା ବା କି ପ୍ରୟୋଜନ ॥
ବରଂ ପ୍ରାଣ ପରିତ୍ୟାଗୋ ମାନଭଙ୍ଗେନ ଜୀବନାତ୍ ।
ପ୍ରାଣତ୍ୟାଗେ କ୍ଷଣଂ ଦୁଃଖଂ ମାନଭଙ୍ଗେ ଦିନେ ॥
ମାନଭଙ୍ଗ ଜୀବନଧାରଣଠାରୁ ପ୍ରାଣତ୍ୟାଗ ଭଲ, କାରଣ ପ୍ରାଣତ୍ୟାଗରେ କ୍ଷଣକାଳ ଦୁଃଖ ହୁଏ କିନ୍ତୁ ମାନଭଙ୍ଗରେ ଦିନେ ଦୁଃଖ ହୁଏ । ୫୫ ।
ତକ୍ଷକସ୍ୟ ବିଷଂ ଦନ୍ତେ ମକ୍ଷିକାୟା ବିଷଂ ଶିରଃ ।
ବୃଶ୍ଚିକସ୍ୟ ବିଷଂ ପୁଚ୍ଛେ ସର୍ବ୍ବାଙ୍ଗେ ଦୁର୍ଜନୋବିଷଂ
ତକ୍ଷକର ବିଷ ଦନ୍ତରେ, ମକ୍ଷିକାର ବିଷ ଶିରରେ, ବୃଶ୍ଚିକର ପୁଚ୍ଛରେ ଥାଏ, କିନ୍ତୁ ଦୁର୍ଜନର ବିଷ ସର୍ବ୍ବାଙ୍ଗରେ ଥାଏ । ୫୬ ।