କେ
ଗୋବିନ୍ଦ ରଥ
୧୮୪୮–୧୯୧୮
- ସଂକଳନ: ଢଗମାଳିକା (ପ୍ରଥମ ଭାଗ)
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୧୧୬
- ସ୍ଥିତି
- ସାର୍ବଜନୀନ (Public domain)
କେମ୍ପା କରଣ, ଛୋଟା ଘୋଡ଼ା, ଖନା ଓକିଲ, ହାକିମ ତେଢ଼ା ।କେଉଟ ବୁହାଏ ମାଛ, ଖାଏ କଙ୍କଡ଼ା ।କେବେ ଶଗଡ଼ ଉପରେ ନାହା, କେବେ ବା ନାହା ଉପରେ ଶଗଡ଼ ।କେବେ ତେଲ ସାତିରେ ନଣ୍ଡା, କେବେ ଖଣ୍ଡ ଖଣ୍ଡ ମୁଣ୍ଡା ମୁଣ୍ଡା ।କେବେ ଘିଅ ପଣା, କେବେ ବା ମୁଠିଏ ଚଣା, କେବେ ସେବି ମନା ।କେହି ସାତ, କେହି ସତର, କେ ହୀରା, କେ ପଥର ।କେଉଁ ବାହାକୁ ଦିବୋଳ ଅଳତା ।କେତେ ଦିନ ଥିବ ଆମ୍ବର ପଣ, ଆମ୍ବ ସରି ଗଲେ ଟାକୁଆ ବଣକେବେ ଦେଇଥିଲା ଧାନ ପାଏ, ଗୋଡ଼ାଇ ମାରୁଛି ଏବ ଯାଏ ।କେବେ ଦେଇଥିଲ ମୂଢ଼ି ପାଏ, ଖୁଣ୍ଟଣା ଦେଉଚ ବୁଢ଼ୀ ଯାଏ ।କୋକୋଡ଼ିକେ ବୋଡ଼ିଏ ମିଛ ।କୋଳରେ ଶୁଏ, କାନରେ କହେ, ତା କଥା ଏକି ଅନ୍ୟଥା ହୁଏ ?କୋଶେ ଗଲେ ପୋଷେ ପାଇ ।କୁନ୍ତିଙ୍କର ଅର୍ଜୁନ ମଲେ ପାଞ୍ଚ, କର୍ଣ୍ଣ ମଲେ ପାଞ୍ଚ ।