ଶିକ୍ଷକ
ଗୋଦାବରୀଶ ମହାପାତ୍ର
୧୮୯୮–୧୯୬୫
- ସଂକଳନ: ବଙ୍କା ଓ ସିଧା
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୭୧
- ସ୍ଥିତି
- ସାର୍ବଜନୀନ (Public domain)
ବୟସକୁ ଦେଖି ଦରମା ତ ନାହିଁହେଲା ଅବସର ବେଳକହେ ଶିକ୍ଷକ - ଚଳିବି କିଭଳି ?ବଢ଼ିଲା ବଜାର ଦର ।ଛାତ୍ର ପଢ଼ିଲେ ପାଠ ଇସ୍କୁଲେ‘ଟିଉସନ’ ନାହିଁ ମିଳେତେଣୁ ଇସ୍କୁଲ ପଢ଼ା ଊଣା କରିଟିଉସନ କଲି ଘରେ ।ଚାରିଆଡ଼ୁ ହେଲା ଘୋର ଆପତ୍ତି,ଅଭିଯୋଗ ନୂଆ ନୂଆ -ଶିକ୍ଷକ କଲେ ଏ କି - ବ୍ୟବସାୟ- ପଇସାର ଦିଆନିଆ !କହିଲି ମୁଁ ଦିନେ ନ’ ଅଣା ସାତ’ ଣା‘ଚଉଦ କ୍ୟାରେଟ୍’ ଭଳିଖାଣ୍ଟି ମୁଁ ଥିଲି, ସାତ’ଣା ମିଶିଲିଟିଉସନ ଯେବେ କଲି ।
ସମ୍ବନ୍ଧିତ ରଚନା
ସୂର୍ଯ୍ୟ ପ୍ରତି ଦୀପ
ଗଙ୍ଗାଧର ମେହେର
ତାରା-ସୂର୍ଯ୍ୟ
ଗଙ୍ଗାଧର ମେହେର