ପ୍ରେମିକ
ଗୋଦାବରୀଶ ମହାପାତ୍ର
୧୮୯୮–୧୯୬୫
- ସଂକଳନ: ବଙ୍କା ଓ ସିଧା
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୬୪
- ସ୍ଥିତି
- ସାର୍ବଜନୀନ (Public domain)
ନାଆଁ ସୁନାମଣି, ବର୍ଣ୍ଣ ତା ସୁନାପରାଣର ପ୍ରିୟତମାମୋର କାମନାର ମୂର୍ତ୍ତିମତୀ ସେସାକ୍ଷାତ ରମା ସମା ।ଦେଶରକ୍ଷାର ଅମୋଘ ଅସ୍ତ୍ରଦେଶାଇ ଘୋଷଣା ଦେଖିମାନସପଟେ ମୁଁ ଲେଖିଲି ତା’ ନାମ‘ଚଉଦ କ୍ୟାରେଟ୍ସଖୀ !’ଏଥୁଁ ହେଲା ଫଳ ମାନ ଅଭିମାନନ ଶୁଣି ପଦେକ କଥାକର ଧରି ଧୀରେ କହିଲି - ଗୋ ପ୍ରିୟେଶୁଣିବନି ମନୋବ୍ୟଥା ?ବଦନ ହଲାଇ ନାସିକା ଫୁଲାଇଦେଖାଇ ସୁଲଭ ଢମକହିଲେ - ଏଣିକି ଦେଇପାରେ ମୁହିଁ‘ଚଉଦ କ୍ୟାରେଟ୍’ ପ୍ରେମ !!
ସମ୍ବନ୍ଧିତ ରଚନା
ସୂର୍ଯ୍ୟ ପ୍ରତି ଦୀପ
ଗଙ୍ଗାଧର ମେହେର
ତାରା-ସୂର୍ଯ୍ୟ
ଗଙ୍ଗାଧର ମେହେର