ଶିଖର ଚଣ୍ଡୀ
ଗୋବିନ୍ଦ ରଥ
୧୮୪୮–୧୯୧୮
- ସଂକଳନ: କରତାଳି
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୭୭
- ସ୍ଥିତି
- ସାର୍ବଜନୀନ (Public domain)
ହେ ମାତ ଶିଖରଚଣ୍ଡି,ପଟିଆ ରାଜ୍ୟକୁ ମଣ୍ଡି ।ରହିଛ ଘୋର ବନରେ,ଉଚ୍ଚ ପର୍ବତ ଶିଖରେ ଗୋ ।୧।ପଟିଆର ମହାରାଜ,ଥରେ ଥରେ କରି ସାଜ ।ତୋ ପୀଠେ କରନ୍ତି ପୂଜା,ଶାଣିତାସ୍ତ୍ର ଥାଏ ଗୁଂଜା ଗୋ ।୨।ହିଂସ୍ରଜନ୍ତୁମାନଙ୍କର,ଭୟ ଥାଏ ଏ ବଣର ।ବ୍ୟାଘ୍ର ଭାଲୁ ପଲ ପଲ,ଅହିରାଜ ସାପ ଶଲ ଗୋ ।୩।ପାଖଲୋକ ପାଖେ ବେନି,ସଙ୍ଗରେ ପାଇକ ଘେନି ।ତବ ବଳେ ବଳିୟାର,ସେ ଶଙ୍କା କରନ୍ତି ଛାର ଗୋ ।୪।ହେ ମାତ ପର୍ବତେଶ୍ୱରୀତବ ଅନୁକମ୍ପା ସ୍ମରି ।ସୁଖେ ଦେବି ଗୁଆପାନ,ରଖିବ ମୋର ପରାଣ ଗୋ ।୫।