ପୁଟଳେଇ
୧୮୪୮–୧୯୧୮
- ସଂକଳନ: କରତାଳି
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୨୦୬
- ସ୍ଥିତି
- ସାର୍ବଜନୀନ (Public domain)
ଚୈତ୍ର ପୂର୍ଣ୍ଣିମାର ମେଳା,ଦେଖିଚି ଛାଗଳ ଖେଳା ।ବିରୋଧୀକି ମାରି ଟେଳା,ରଖ ଦେବି ଭକ୍ତ ଭେଳା ଗୋ ।୧।ଆଗୋ ମାତ ପୁଟଳେଇ,ତୋଷିବି ମୁଁ କିସ ଦେଇ ।ପୁଞ୍ଚାଏ ମନ୍ଦାର ଫୁଲ,ଦେବି ଶିରେ ହେବ ତୁଲ ଗୋ ।୨।ଚଇତି ମୁଣ୍ଡିଆ ଘାଟ,ଆସିବେ କୈବର୍ତ୍ତ୍ୟ ଥାଟ ।କରିଯିବେ ଘୋଡ଼ା ନାଟ,ବସିଥିବ ଯାତ୍ରା ହାଟ ଗୋ ।୩।ପାଶେ ଅଛି ସାଧୁ ମଠ,ଯେ ସାଧୁ ଯୋଗ୍ୟ କର୍ମଠ ।ଗିରିଶିଖେ ଚମତ୍କାର,ଶିଳା ଖୋଳା ଜଳାଧାର ଗୋ ।୪।କଣ୍ଟି କୋରେଇ ଠାକୁରାଣୀହେ କଣ୍ଟି କୋରେଇ ମାତ,ତବ ନାମ କଲି ଖ୍ୟାତ,ପଦ୍ମସଦ୍ମ ସରତୀରେ,ଗୁପ୍ତେ ଅଛ ଅତି ଧୀରେ ଗୋ ।ନିସ୍ତିପୁର ଗ୍ରାମବାସୀ,ଜନ୍ତାଳ କରନ୍ତି ଆସି ।ଏ ପୀଠେ ହେବି ତପସ୍ୱୀମୋ ମନ ଯାଉଛି ରସି ଗୋ ।୨।ରଖ ଗୋ ମୋତେ ଆଶ୍ୱାସୀମୁଁ ଅଛି ବଡ ବିଶ୍ୱାସୀ ।ଚୁଆ ଚନ୍ଦନ ଲଗାଇ,ମାଜଣା ଦେବି କରାଇ ଗୋ ।୩।ପଦଫୁଲ ତୋଳାଇବି,ମଣ୍ଡଣିରେ ମଣ୍ଡାଇବି ।ଦେବି କଇଁମୁଣ୍ଡି ଭୋଗ,ପାଇଲେ ମହାସୁଯୋଗ ଗୋ ।୪।ମୈନାକ ଠାକୁରାଣୀ (ମୈନାକ ପର୍ବତ)ମଇନାକ ଗିରି ଶିରେ,ଅଛ ସୁରମ୍ୟ ମନ୍ଦିରେ ।ମଇନାକ ଠାକୁରାଣୀ,ଦିଅ ମୋତେ ଦାନାପାଣି ଗୋ ।୧।ରଣପୁର ଦୁର୍ଗବାସୀ,ତବଯୋଗେ ସୁଖେ ବସି ।କରନ୍ତି ଅମୃତ ପାନ,ନିତ୍ୟ ଦରଶନ ଧ୍ୟାନ ଗୋ ।୨।କଷ୍ଟେ ଉଚ୍ଚେ ଉଠି ଦେବି,ଯାଆନ୍ତି ସେବକେ ସେବି ।ଚୁଆ ଚନ୍ଦନ କର୍ପୂର,ଅଙ୍ଗେ ମାଖନ୍ତି ପ୍ରଚୁର ଗୋ ।୩।ଦିବ୍ୟ କରୁଣ ନେତ୍ରରେ,ଚାହିଁଚ ରାଜ ନବରେ ।ରଣପୁର ଅଧୀଶ,ଧନେ ମାନେ ଉଣା କିସ ଗୋ ।୪।ତୁମ୍ଭେ ଅନୁଗ୍ରହ କଲେ,କୃଷକ ରହିବେ ଭଲେ ।ସଯତ୍ନେ ଦେଖ କେଦାର,ପୂରାଇ ଦିଅ ଭଣ୍ଡାର ଗୋ ।୫।