ଶଙ୍ଖ ଧ୍ୱନି
ଭକ୍ତକବି · ୧୮୫୩–୧୯୧୨ · ରାଧାନାଥ ଯୁଗ
- ସଂକଳନ: ବସନ୍ତ ଗାଥା
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୧୫୭
- ସ୍ଥିତି
- ସାର୍ବଜନୀନ (Public domain)
(୧)ପଶ୍ଚିମର ଚକ୍ରବାଳେ ବୁଡ଼ଇ ଭାଷ୍କର,ପ୍ରଶାନ୍ତ ଦିନାନ୍ତ ଛାୟା ଆବରେ ଅମ୍ବର ।ନିଃଶବ୍ଦେ ଗମ୍ଭୀରେ ଧୀରେ ସନ୍ଧ୍ୟା ଶାନ୍ତିମୟୀଶ୍ରାନ୍ତ ମହୀ ଶିରେ ଶାନ୍ତି-ବାରି ବରଷଇ ।ଦିବା-ଅବସାନେ ଶ୍ରାନ୍ତ ମୁହିଁ ପାନ୍ଥ-ଜନଗୃହ ଧ୍ୟାନେ ଚାଲୁ ଅଛି ଚଞ୍ଚଳ ଚରଣସହସା ସୁଦୂର ଗ୍ରାମେ ବାଜେ ଶଙ୍ଖ ଧ୍ୱନିସ୍ତମ୍ଭିତ ସେ ନାଦେ ଯେହ୍ନେ ନିଖିଳ ଅବନୀ ।କ୍ଷଣେ କର୍ଣ୍ଣ ଡେରି ଆହା ସେ ସ୍ୱର ଲହରୀଶୁଣିଲି ମୁଁ ଆଚମ୍ବିତେ ସ୍ୱପ୍ନାବିଷ୍ଟ ପରି ।ତହୁଁ ମହା ଜାଗରଣେ ଜାଗିଲା ମୋ ପ୍ରାଣଶୁଣିଲି ସେ ଧ୍ୱନି-ମଧ୍ୟେ ମହା ସିନ୍ଧୁ ତାନ ।ଅନନ୍ତ ଅର୍ଣ୍ଣବ ଧ୍ୱନି ମହା ମହୋଦାରଅର୍ଣ୍ଣିବ-ସମ୍ଭବ ଶଙ୍ଖେ କରୁଛି ବିହାର ।ଶଙ୍ଖ ଧ୍ୱନି(୨)ମହା ଅର୍ଣ୍ଣବର ମହା ପ୍ରଣବ-ଝଙ୍କାରମନ୍ଦ୍ରନାଦେ ଶଙ୍ଖ ଆହା ଘୋଷେ ଅନିବାର ।“ଅନନ୍ତ ଅପାର ସିନ୍ଧୁ ମୋର ମହାଳୟ,ମୋ ଅନ୍ତର ଅନନ୍ତ-ର ନାଦେ ନାଦମୟ,ସେ ଅମୃତ ଆଳୟରୁ ହୋଇ ଅନ୍ତରିତଭୁଲିବି କି ମୋହେ ତାର ଅମୃତ ସଂଗୀତ ?କ୍ଷୁଦ୍ରାଦପି କ୍ଷୁଦ୍ରତର ମର୍ତ୍ତ୍ୟ ଗୃହ ପାଇଁଅବିଦ୍ୟା-ପ୍ରମାଦେ, ପାନ୍ଥ, ହେଲ କି ହେ ବାଇ ?କେମନ୍ତେ ହେ ପାଶୋରିଲ ଜନ୍ମ-ଭୂମି-କଥାକାହିଁ ତୁମ୍ଭ ରସନାରେ ଅମୃତ ବାରତା ?ଆସ ଆସ ସୁଗମ୍ଭୀର ମହାବେଦ-ତାନେଜଗତେ ଜଗାଅ ସର୍ବ ଅନନ୍ତ ସନ୍ତାନେ ।ଅନନ୍ତେ ଜୀବନ-ସ୍ଫୁର୍ତ୍ତି, ଅନନ୍ତେ ଅଭୟ,ମର୍ତ୍ତ୍ୟ-ପ୍ରବାସରେ ଗାଅ ଅମୃତର ଜୟ ।
ସମ୍ବନ୍ଧିତ ରଚନା
ସୂର୍ଯ୍ୟ ପ୍ରତି ଦୀପ
ଗଙ୍ଗାଧର ମେହେର
ତାରା-ସୂର୍ଯ୍ୟ
ଗଙ୍ଗାଧର ମେହେର
ଅଛତ ଅନ୍ତରେ
ଲକ୍ଷ୍ମୀନାରାୟଣ ସାହୁ
ଗୀତାଭିଧାନ
ଉପେନ୍ଦ୍ର ଭଞ୍ଜ