ଜରା-ଆକ୍ରମଣ
ଭକ୍ତକବି · ୧୮୫୩–୧୯୧୨ · ରାଧାନାଥ ଯୁଗ
- ସଂକଳନ: ବସନ୍ତ ଗାଥା
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୧୬୭
- ସ୍ଥିତି
- ସାର୍ବଜନୀନ (Public domain)
(୧)ଶକ୍ତି ହରା ଜରା ଛୁଇଁଲାଣି ଦେହ ପୁରଅଲକ୍ଷିତେ ବଳ ମୋର କରୁଅଛି ଜୁର ।ଯୌବନ-ପ୍ରାସାଦ-ଭିତ୍ତି ଅଳ୍ପ ଆଘାତରେଭାଙ୍ଗି ପଡ଼ୁଅଛି ନିତି କମ୍ପି ଥର ଥରେ ।ଲଭି ଯାଉଅଛି କ୍ରମେ ଦୀପ୍ତି ନୟନରସାମର୍ଥ୍ୟ ଯାଉଛି ତୁଟି ଏ ମୋ ଚରଣର ।ମସ୍ତକର କେଶ ଏବେ ହେଲାଣି ପଳିତଦୁର୍ବଳ କଣ୍ଠର ସ୍ୱର, ସବୁ ବିକଳିତ ।ଅପ୍ରସନ୍ନା ଏବେ ନିଦ୍ରା ଦେବୀ ଶ୍ରାନ୍ତି ହରା,ବେଗେ ମାଡ଼ି ଅସୁଅଛି ନିଶାଚରୀ ଜରା ।ଏହି ଭଗ୍ନ ଦେହ ଘରେ ରହିଅଛି ପଡ଼ିଆସୁଛି ମରଣ ମତେ ତହୁଁ ଦେବ ତଡ଼ି ।ବାଧୁଅଛି ବାସନାକୁ ଯୌବନ ବିରହ,ବିକଳେ କାନ୍ଦୁଛି ସେହି ତେଣୁ ଅହରହ ।ଜରା-ଆକ୍ରମଣ(୨)ଜରା ଆକ୍ରମଣେ ତେବେ ହେବି କି ନିରାଶଢାଳିବି କି ଆର୍ତ୍ତନାଦେ ବିଷାଦର ଶ୍ୱାସ ?ନିରାଶାର କଥା ଛିଛି କହିବି କେମନ୍ତେଅନ୍ତରରେ ଅନୁଭବି ଅନନ୍ତ ବସନ୍ତେ ?ଜୀବନ ବିଧତା ପ୍ରଭୋ କରୁଣା ସାଗର,ଅନନ୍ତ ବସନ୍ତ ତୁମ୍ଭେ ଏ ମୋ ଜୀବନର ।ଗର୍ଜି ତର୍ଜି ଆସୁ ଜରା ଘୋରା ବ୍ୟାଘ୍ରୀ ପରିତା କ୍ରୁର ନଖରାଘାତେ ଯାଉ ଦେହ ଜରି ।ବିକଟ ଭ୍ରୂକୁଟି କରି ଆସୁ ଆଧି ବ୍ୟାଧି,ଯେତେ ସାଧିବାର ସେତେ, ଯାଉ ଦାଉ ସାଧି ।ଅନନ୍ତ ଅଭୟ ପ୍ରଭୋ ଦେଇଛ ଅନ୍ତରେଅନନ୍ତ ଜୀବନ ଧାରା ଢାଳି ମହାଦରେ ।ଅମୃତ ଉତ୍ସାହ, ତେଣୁ, ଆନନ୍ଦ ଅମୃତଝର ନୀର ପ୍ରାୟେ ପ୍ରାଣୁ ହେଉଛି ନିଃସୃତ ।
ସମ୍ବନ୍ଧିତ ରଚନା
ସୂର୍ଯ୍ୟ ପ୍ରତି ଦୀପ
ଗଙ୍ଗାଧର ମେହେର
ତାରା-ସୂର୍ଯ୍ୟ
ଗଙ୍ଗାଧର ମେହେର