ସାତ୍ୟକିର
ଗଣକବି · ୧୮୮୨–୧୯୫୬
- ପଢ଼ିବା ସମୟ
- ୩ ମିନିଟ୍
- ଶବ୍ଦ
- ୪୬୬
- ସ୍ଥିତି
- ସାର୍ବଜନୀନ (Public domain)
[ଗୀତ ଆଜ୍ଞାକର ମହୀପାଳ - ବୃତ୍ତେ]
ଯାଉଛି ଚାରିଦିଗକୁ କର ହରି ଆଶୀର୍ବାଦ । ସୁମରିବୁ ଚିନ୍ତାମଣି ପଥେ ପଡ଼ନ୍ତେ ବିପଦ ।ପଦ । ମହୀପତି ମହୀସୁରେ, ଆବର ବରି ୠଷିରେ । ଘେନି ତବ ଆଜ୍ଞା ଶିରେ ଜଣାଇଦେବୁ ସମ୍ୱାଦ ।୧। ନୋହିବ ଊଣା କିଞ୍ଚିତ, ତୋ କାର୍ଯ୍ୟେ ଜାଣ ଅଚ୍ୟୁତ ! କର ଯା ଉଚିତ ପୂର୍ଣ୍ଣ ହେଉ ଆମ୍ବ ମନସାଧ ।୨। ଯା’ର ନାମେ ରାଧାନାଥ, ଦୂରେ ପଳାଏ ଦୁରିତ । ତା କାର୍ଯ୍ୟେ ଦେବ କେ ବାଧା ବଇଷ୍ଣବ ରଚେ ପଦ ।୩।
(ପ୍ରସ୍ଥାନ)
ବଳରାମ – ଚାଲ ହରି, ଏବେ କରିବା ଯଜ୍ଞର ଆୟୋଜନ; ଆସିଯିବେ ନିମନ୍ତ୍ରଣ ଶୁଣିଲାମାତ୍ରକେ ୠଷିଗଣେ । ତେତେବେଳେ ଅପଦସ୍ଥ ହେବା କି କାରଣେ ? ଜଣାଇବା ଉଗ୍ରସେନ ରାଜାକୁ ଏମାନ । ବିଳମ୍ୱ ନ କରି ବେଗେ ଚାଲ ରେ ମୋହନ ।
(ପ୍ରସ୍ଥାନ)ୠଷିଗଣଙ୍କର ପ୍ରବେଶ ଗୀତ(ସାଙ୍ଗେଲି ସୁର)
ଜୟ ଜୟ ଶ୍ରୀରାଧାମୋହନ ବାଧାବିଘ୍ନହାରି ।ପଦ । ବୃନ୍ଦାବନଚାରି ହରି କଂସକେଶୀ-ସଂହାରି । ବଂଶୀବଟବିହାରୀ ହେ ପ୍ରଭୁ ବାଳଗୋପାଳ ରୂପଧାରି ।୧। ପାପତାପ-ଧ୍ୱଂସନକାରୀ, ଜୟ ବାରିଶାୟୀ ହେ ଗିରିଧାରି । ଭବଭବାର୍ଣ୍ଣବ ତରୀ ହେ ପ୍ରଭୁ ବରହୀ ମୁକୁଟ ଶିରୋପରି ।୨। ଅଘା ବକାସୁର ଦର୍ପଚୂରି, ନମୋ ଅଘନାଶନ ଦୈତ୍ୟଅରି । ବଇଷ୍ଣବର ନାଶ ବଇରି ହେ ପ୍ରଭୁ ଜଳଧିଜେମା ତୋ ପରିବାରୀ ।୩।
ୠଷି – ଜୟ ଶ୍ରୀରାଧାକାନ୍ତ କି ଜୟ, ଜୟ ଶ୍ରୀରାଧାରାଣୀ କି ଜୟ, ଜୟ ଶ୍ରୀ ଯଦୁରାଜନ ଉଗ୍ରସେନ କି ଜୟ, ଜୟ ଶ୍ରୀ ୠଷିଦେବ ବାହ୍ମଣ କି ଜୟ ।
କୃଷ୍ଣ – ଜୟ ଋଷିବୃନ୍ଦେ ! ଚାଲ ଯଜ୍ଞଶାଳକୁ; ଯଜ୍ଞ ଆୟୋଜନ କରିବା । କ୍ରମେ ସମସ୍ତେ ଆସିଯିବେ । ଶୁଭକର୍ମରେ ଅନାବଶ୍ୟକ ।ୠଷି – ଜୟ ମଧୁସୂଦନ, ଜୟ ଯଦୁନନ୍ଦନ, ଜୟ ଜନାର୍ଦ୍ଦନ, ଜୟ କଂସନିସୂଦନ, ଦେବ-ନାଗ-ନର-ମାନଉଦ୍ଧାରଣ,ପୂତନାମାରଣ ଜୟ ଜୟ ନାରାୟଣ ହରି ।(ସମସ୍ତଙ୍କର ପ୍ରସ୍ଥାନ)(ସାତ୍ୟକିର ଗୋସିଂହରାଜ୍ୟେ ପ୍ରବେଶ । ଗୋସିଂହ ଦୂତେ ଧରି ଗୀତ)[ଜୟ ରଘୁନାଥ - ବୃତ୍ତେ]
ଦୂତେ – ଆରେ ଆରେ ନର, କାହିଁ ତୋର ଘର ଜେନାବତୀପୁର ଅଟେ ଏହି । ଗୋସିଂହ ଅସୁର ଏଥେ ଦଣ୍ଡଧର ନ ଜାଣୁ କି ମୂଢ଼ ଚୋର ତୁହି । ମନ୍ତ୍ରୀ ଜପାସୁର । କି ହେତୁ ପଶିଲୁ ଏ ଦେଶର ।୧। ନରମାଂସ ନିତ୍ୟ ଅଟେ ଯା ଆହାର ତା ଆଗୁ କି ଫେରି ଯିବୁ ସତେ । ଦେବତା ଗନ୍ଧର୍ବ ଯକ୍ଷ ନାଗ ନରେ ଯା ନାମେ କମ୍ପନ୍ତି ଅବିରତେ । ତୋର ଆୟୁ ଶେଷ ହେଲାଣି ହେତୁ ରେ ରକ୍ଷଗ୍ରାସ ।୨।
ସାତ୍ୟକି – ମୋତେ ଅନୁଚରେ ରାଜାର ଆଗରେ ନେଇ ହାଜର କରାଅ ବେଗେ । ଯେବଣ କାରଣେ ଅଇଲି ମୁଁ ଏଣେ କାରଣ କହିବି ଅନୁରାଗେ । ଆଉ ବେଳ ନାହିଁ । ରାଗିବେ ତେଣେ ରୁକ୍ମିଣୀସାଇଁ ।୩।
ଦୂତ – ନ କହିଲେ ଖଣ୍ଟ ପଡ଼ିବ ସଂକଟ ନିକଟ ହେବ ତୋ ଯମପୁରୀ । ମଷା ମଷା ମାଂସ ହିଂସା ନ ପଡ଼ିବ ସଂସାରୁ ମାନବ ଯିବୁ ତରି । ଚାଲ ରାଜାପାଶେ । ବୁଝାଶୁଝା ହେବ କବି ଭାଷା ।
(ଗୋସିଂହ ପାଶେ ସାତ୍ୟକିର ପ୍ରବେଶ ଓ ଗୋସିଂହର ପ୍ରଶ୍ନ)
ଗୋସିଂହ – ଭାଷରେ ପାମର ! କାହିଁ ତୋର ଘର, କି ନିମନ୍ତେ ମୋ ରାଜ୍ୟେ ପଶିଲୁ । ଚିନ୍ତ ଶିବ ଶିବ ଯିବ ନିଶ୍ଚେ ଜୀବ ଜୀବଧବପୁର । କିସ ନାମ ଧରୁ କିଏ ତୋର ଗୁରୁ ଭୀରୁ କହ ମୋହର ନିକଟେ, ଜାଣିନାହିଁ ରକ୍ଷଭକ୍ଷ୍ୟ ନରଜାତି; ବୃଥାରେ ଯା ପଡ଼ିଲୁ ସଂକଟେ ।
ସାତ୍ୟକି – ଜେନାବତୀ କଟକ ସମ୍ରାଟ୍ !ଘେନ ଘେନ ଭୃତ୍ୟର ଏ ଅଳି ।ଶିନିପୁତ୍ର ସାତ୍ୟକି ମୋ ନାମ,
ସମ୍ବନ୍ଧିତ ରଚନା
ସୂର୍ଯ୍ୟ ପ୍ରତି ଦୀପ
ଗଙ୍ଗାଧର ମେହେର
ତାରା-ସୂର୍ଯ୍ୟ
ଗଙ୍ଗାଧର ମେହେର