ଗୀତ
ବୈଷ୍ଣବ ପାଣି
ଗଣକବି · ୧୮୮୨–୧୯୫୬
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୫୮
- ସ୍ଥିତି
- ସାର୍ବଜନୀନ (Public domain)
[କି କହିବି ପୂତନା ମୋ - ବୃତ୍ତେ]
ଜେନାବତୀ – ପତି ଦୋଷ କ୍ଷମା କର ଦାସର । ନିମନ୍ତ୍ରଣ ଘେନି ଆସିଅଛି ତବ ପାଶର ।୧। ରଇବତ ଗିରିରେ ଅଛନ୍ତି ରାମ ଶ୍ରୀହରି । ଯଜ୍ଞ କରୁଛନ୍ତି ଯଦୁଗଣ ସଙ୍ଗତେ ଧରି-।୨। ପଠାଇଲେ ଦେଇ ନିମନ୍ତ୍ରଣ କରେ ମୋହର । ମୋ ନାମ ସାହିତ୍ୟିକ ଶିନି ଯାଦବର କୁମାର ।୩। ବେଗ ବେଗ ହୋଇ ଯାଗଠାବକୁ ଚଳ ଦେବ । ମୋ ତୁଲେ ଆସନ୍ତୁ ରସେ ଭାଷଇ ବଇଷ୍ଣବ ।୪।
ସମ୍ବନ୍ଧିତ ରଚନା
ସୂର୍ଯ୍ୟ ପ୍ରତି ଦୀପ
ଗଙ୍ଗାଧର ମେହେର
ତାରା-ସୂର୍ଯ୍ୟ
ଗଙ୍ଗାଧର ମେହେର