ଭାଗ ୬ — ସାରଳା ମହାଭାରତ ଉଦ୍ୟୋଗ ପର୍ବ — ସାରଳା ଦାସ · ସ୍ୱର୍ଣ୍ଣଲିପିସମ୍ପୂର୍ଣ୍ଣ ସୂଚୀପତ୍ର
ମହାଲକ୍ଷ୍ମୀଙ୍କୁ ଆଣିବା ନିମନ୍ତେ ଦୁର୍ଯ୍ୟୋଧନ ଶକୁନିଙ୍କ ଦ୍ୱାରିକା ଗମନ ଓ ଶ୍ରୀକୃଷ୍ଣଙ୍କୁ ଆଣିବା ନିମନ୍ତେ ଅର୍ଜୁନଙ୍କର ଦ୍ୱାରିକା ଯାତ୍ରା
ୟେଥୁ ଅନନ୍ତରେ ଶୁଣ ବଇବସୁତ ବଦୟନ୍ତି ଅଗସ୍ତିଲକ୍ଷ୍ମୀଂକି ଘେନି ଦ୍ୱାରିକା ବିଜେକଲେ ଶିରୀପତି ।୧।ଅନେକ ଅରଷ୍ଟି ହୋଇଲା ହସ୍ତିନା କଟକରେକାଳାନଳ ଅଗ୍ନି ଜଳି ଉଠି ଦୋହରା ପୁଣ୍ୟଙ୍ଗରେ ।୨।ଅଦଭୁତେ ଆକାଶରୁ ଯେ ହୋଇଲା ରୁଧିର ବୃଷ୍ଟିବିନା ବାତେ ଜଗତୀ ଅଟାଳୀ ପଡ଼ିଲାକ ମହୀଲୋଟି ।୩।ନାରାଜ ବିନ୍ଧନ୍ତେ ଅଦଭୁତେ ଧନୁରୁ ଛିଡ଼ଇ ଯେ ଗୁଣବହୁତ ଉଲୁକାପାତ ହୋଇଲା ହସ୍ତିନା ଭୁବନ ।୪।ଦ୍ରିଯୋଧନ ବୋଇଲା ଶୁଣିମା ମାତୁଳ ଶକୁନିଅଦଭୁତେ ଅରିଷ୍ଟି ଉଲୁକାପାତ ରାଜ୍ୟରେ ଶୁଭେ କିମ୍ପେ ଧୂନି ।୫।ମାନଗୋବିନ୍ଦ ବଚନେ ଶକୁନି ବୋଇଲାବିପତ୍ତି ସମ୍ପତ୍ତି ୟେ ଦୁଇ ଦଇବର କଲା ।୬।ରାତ୍ରେକ ଦିବସେକ ଯେ ସର୍ବଦା ହୋଇଥାଇପାପ ପୁଣ୍ୟ ଯେ ସର୍ବଦା ଥାଇ ରହି ।୭।ଭୀଷ୍ମେ ବୋଇଲେ ଶୁଣ କୁରୁରାଜ ଦେବଅନେକକାଳେ ନ ଥିଲା ହସ୍ତିନାକୁ ପରାଭବ ।୮।ଅନେକ ଅଭିମାନ ସେ ପାଇ ଗଲେ ଜଗନ୍ନାଥେତୁଲେଣ ନେଲେ ଦେବୀ ମହାଲକ୍ଷ୍ମୀଂକ ସହିତେ ।୯।ୟେସନେକ କହନ୍ତି ତହିଂ ଭୀଷ୍ମ ମହାରଥୀଦ୍ରିଯୋଧନ ଶିର ମୁକୁଟ ଖସି ପଡ଼ିଲା ତତକ୍ଷଣାନ୍ତି ।୧୦।ଅନର୍ଘମଣି ମୁକୁଟ ପଡ଼ି ହୋଇଲା ଶତଚୂରଦେଖିଣ ମାନଗୋବିନ୍ଦ ଯେ ବହୁତ ବିସର ।୧୧।ବଡ଼ାଇ ଦୁରାପଦ ୟେ ଅଗୋଚର କଥାସଞ୍ଚୟେ ବିପତ୍ତି ମୋତେ ନୋହୋଇ ଅନ୍ୟସ୍ତା ।୧୨।ଦ୍ରିଯୋଧନ ବୋଇଲା ମାମୁଂ କରିବା କେଉଂଣ ବୁଦ୍ଧିକିଞ୍ଚିତ ଦୋଷେ ହରାଇଲି ୟେତେକ ସମ୍ପ୍ରଧି ।୧୩।ଦ୍ରୋଣେ ବୋଇଲେ ବାବୁ ବୁଦ୍ଧିୟେ ମୋହୋର ଅଛିଭଗତ ମତ୍ସଳ ସେ ଅଟନ୍ତି ଶିରୀବଛି ।୧୪।ଶକୁନି ଘେନି ତୁଲେ ଦ୍ୱାରିକାକୁ ଚଳ ୟେହିକ୍ଷଣବାବୁ ଆମ୍ଭକଇଂ ସମ୍ପକ୍ଷ ଅଛନ୍ତି ସଂକ୍ରିଷେଣ ।୧୫।ସେ ସ୍ୱାମୀ ଦେଖନ୍ତେଣ ତୋହୋର ଭଗତେବାହୁଡ଼ାଇ ଲକ୍ଷ୍ମୀ ତୋତେ ସମର୍ପିବେ ଜଗନ୍ନାଥେ ।୧୬।ଗୁରୁଂକ ବଚନ ଶୁଣି ରାଜା ମାନ ଯେ ଗୋବିନ୍ଦଦ୍ୱାରିକାପୁରକୁ ଯିବାକୁ ପରମ ସାନନ୍ଦ ।୧୭।ଶକୁନିକି ଘେନି ରାଜା ମାନଚକ୍ରବ୍ରତୀଦ୍ୱାରିକା ଭୁବନକୁ ଯେ ବିଜୟେ କଲେ ଧାତି ।୧୮।ମୁଣୋହି ସାରିଣ ସେ ଦେବ ଯେ ଅଚ୍ୟୁତେଶକ୍ରାବତୀପୁରେ ବିଜୟେ ଜଗଭୂତେ ।୧୯।ଦିବ୍ୟ ପଲଂକ ଉପରେ ଶେଯେଣ ସୁପାତିଶୟନେ ଜଗମୋହନ ଅଳସ ପ୍ରକୃତି ।୨୦।ୟେସନେକ ସମୟେ ଶକୁନି ମାନ ଯେ ଗୋବିନ୍ଦ
ପ୍ରବେଶ ହୋଇଲେ ଯହିଂ ଛନ୍ତି ପରମାନନ୍ଦ ।୨୧।
ସମସ୍ୟା ନ ଦେଇ ନୃପତି କୁରୁରାଣେ
ଦ୍ରିଯୋଧନ ବିଜେକଲା ବାସୁଦେବ ସୀମସ୍ଥାନେ ।୨୨।
ପଲଂକ ମାଡ଼ିଣ ଯାଇ ବସିଲା କୁରୁସାଇଂ
ଅସାଷ୍ଟମ ପ୍ରାୟେ ହରି ଅଛନ୍ତି ନିଦ୍ରାଯାଇ ।୨୩।
ଯୁଝେଷ୍ଠି ଦେବେ ପୁଛିଲେ ଯେ ସହଦେବ ମନ୍ତ୍ରୀଂକି
ଗୋବିନ୍ଦେ କିମ୍ପାଇ ବାହୁଡ଼ି ନଇଲେ ଆମ୍ଭର ତଂହିକି ।୨୪।
ଦ୍ରିଯୋଧନ ଅପମାନୁଂ ହରି ଆମ୍ଭଂକୁ କଲେ ରାଗ
ତେନ୍ୟାୟୁଂ କରି ମୋହୋଠାକୁ ନଇଲେ ଶ୍ରୀରଙ୍ଗ ।୨୫।
ସହଦେବ ବୋଇଲା ଶୁଣିମା ଦେବ ଯୋଗେଶ୍ୱର
ମାନଗୋବିନ୍ଦ ବିଜେକଲା ଦ୍ୱାରାବତୀପୁର ।୨୬।
ମହାଭାରଥ ଯୁଦ୍ଧକଇଂ ନିମନ୍ତ୍ରଣ ନିମନ୍ତେ
ଘେନିଣ ଆସିବ ସେ ରାମକୃଷ୍ଣ ବେନିଭ୍ରାଥେ ।୨୭।
ସହଦେବ ମୁଖୁଂ ଯୁଝେଷ୍ଠି ୟେସନେକ ବାକ୍ୟ ଶୁଣି
ଅର୍ଜୁନକୁ ଆଗ୍ୟାଂଦିଲେ ବାବୁ ଦ୍ୱାରିକା ଚଳ ଯା ୟେହିକ୍ଷଣି ।୨୮।
ବଳରାମେ ଗଦାଗୁରୁ ଅଟନ୍ତି କଉରୋବଂକର
ରାମଂକ ବଚନ ମୋତେ ଛାଡ଼ିବେ ଚକ୍ରଧର ।୨୯।
ଅନେକ ଅଳଂକାର ହୋଇଣ ସର୍ବସାଚୀ
ଦ୍ୱାରିକା ଭୁବନକଇଂ ଚଳଇ ପାଦଗତି ।୩୦।
ପାଦୁକାମନ୍ତ୍ର ଅର୍ଜୁନ ଯାହା ପାଇଥିଲା ବନେ
ସହସ୍ରେ ପଞ୍ଚାଶ ଯୋଜନ ଯେ ଗଲାକ ୟେକଦିନେ ।୩୧।
ଦେଖିଣ ଛାଡ଼ିଦିଲେ ତାଂକୁ କୃଷ୍ଣର ଦ୍ୱାରପାଳମାନେ
ଭ୍ରମନ୍ତେ ଭେଟିଲା ସତ୍ୟଭାମାଂକୁ ଭୁବନେ ।୩୨।
ଦକ୍ଷିଣକୁ ଶିରକରି ଶୋଇଛନ୍ତି ନାରାୟଣ
କୃଷ୍ଣଂକର ସୀମସ୍ଥାନେ ବସିଛି ରାଜା ଦ୍ରିଯୋଧନ ।୩୩।
ୟେସନେକ ସରୂପ ଅର୍ଜୁନ ଦେଖିଲା ପ୍ରତକ୍ଷେ
ନାରାୟଣ ପାଦତଳେ ଲୟେ ବସିଲା ବିବଛେ ।୩୪।
ଶକୁନି କହିଲା ଯାଇଂ ବଳରାମଂକ ଅଗ୍ରତେ
ମାନଗୋବିନ୍ଦ ଆଗତ ଶୁଣି ବଳରାମେ ବିଜେକଲେକ ତୁରିତେ ।୩୫।
ବଳରାମ ବିଜେ ଶୁଣି ଉଠିଲେ ବନମାଳୀ
ଅର୍ଜୁନର ମୁଖ ଚାହିଂଲେ ବେନିଚକ୍ଷୁ ମଳି ।୩୬।
ଶ୍ରୀ ପାଦପଦ୍ମ ତଳେ ବସିଅଛି ଫାଲଗୁନି
ଉଠିଣ କେଶବ ଯେ ଧଇଲେ ଭୁଜ ବେନି ।୩୭।
ଆସ ଆସ ଅର୍ଜୁନ ହୋ ମୋହୋର ପ୍ରାଣର ସଂଘାତ
ୟେସନେକ ବୋଲି ହରି ଯେ କଲେକ କୋଳାଗ୍ରତ ।୩୮।
ବାବୁ ୟେଡ଼େ ଅନୁଗ୍ରହ କାହୁଂ ହୋଇଲାକ ମୋତେ
ଠାକୁରଂକ କାର୍ଯ୍ୟ କି ଅଇଲୁ ମୋତେ ଦେଖିବାର ନିମନ୍ତେ ।୩୯।
ବଳରାମେ ବୋଇଲେ ହରି ଚାହାଂନି ଲେଉଟି
ତୋହୋର ପଛକତି ବସିଛି ରାଜା ଧୃତିରାଷ୍ଟି ।୪୦।
ବଳରାମଂକ ବଚନେ ହରି ଚାହିଂଲେ ନିରେଖି
ଉପହାସ୍ୟ କଲେ ମାନଗୋବିନ୍ଦକଇଂ ଦେଖି ।୪୧।
ଆହୋ ମାନଗୋବିନ୍ଦ ଗଉଡ଼ ମୋହୋର ରାଜ୍ୟ
ଅମୁଖ୍ୟ ଭୁବନ ମୋହୋର ୟେଥେଂ ତୋହୋର କିସ କାର୍ଯ୍ୟ ।୪୨।
ବ୍ରହ୍ମହତ୍ୟା ଗୋହତ୍ୟା ସ୍ତିରୀହତ୍ୟା ଯେ କରିଅଛି ମୁହିଂ
ବତ୍ସାନ୍ତ ବଧକଲି ମୁଂ ଜୀଇଂଲି ଗୋରସ ଯେ ଖାଇ ।୪୩।
ୟେତେକ ପାତକେ ଯେ ଅଛଇ ମୋର ଅଙ୍ଗେ
ୟେ ମୋହୋର ଭୁବନକୁ ତୁ ଅଇଲୁ କେଉଂଣ ବାଗେ ।୪୪।
ମାନଗୋବିନ୍ଦ ଥମ୍ଭୀଭୂତ ଜଗନ୍ନାଥଂକ ବଚନ ଶୁଣି
ତୁହି ଯେ କଟାଳୁଅଛୁ ହରି ପାଣ୍ଡବନ୍ତ ଆଣି ।୪୫।
ପାଣ୍ଡବେ ଜାର ଜାତକା କିସ ମୋତେ ଛେମ
ତୋତେ ଦେଖି ସେ ମୋହୋର ଆରମ୍ଭନ୍ତି ସାଂଗ୍ରାମ ।୪୬।
ବଳରାମେ ବୋଇଲେ ୟେହାକୁ କୋପ ଛାଡ଼ ବାବୁ
ଭଗତମତ୍ସଳା ଆମ୍ଭେ ଉପେକ୍ଷା କରିବାନା ସବୁ ।୪୭।
ତହିଂ ଦୋଷକରି ଯେବେ ଅଇଲା ଆମ୍ଭର ଭୁବନେ
କିସ ଅର୍ଥେ ଅଇଲା ସେ ପଚାର ଜନାର୍ଦ୍ଦନେ ।୪୮।
ମାନଗୋବିନ୍ଦ ବୋଇଲା ପାଣ୍ଡବଂକ ମୋହୋର ଯୁଦ୍ଧ
ତୁମ୍ଭନ୍ତ ନିମନ୍ତ୍ରିଲେ ମୋହୋର ସମସ୍ତ କାର୍ଯ୍ୟ ସିଦ୍ଧ ।୪୯।
ମୋହୋର ଥାଟକଇଂ ତୁମ୍ଭେ ଯିବ ବେନିଭ୍ରାଥେ
ମୁହିଂ ନିମନ୍ତ୍ରି ନେଇ ଅଇଲଇଂ ତହିଂର ନିମନ୍ତେ ।୫୦।
ଗୋବିନ୍ଦେ ବୋଇଲେ ଶୁଣ ବାବୁ ପାର୍ଥ
ମୋହୋର ପୁରେ ବିଜୟେ କଲୁ ତୁ କେଉଂଣ କାର୍ଯ୍ୟ ଅର୍ଥ ।୫୧।
ଅର୍ଜୁନ ବୋଇଲା କୁରୁ ପାଣ୍ଡବେ ସମର
ତୁମ୍ଭେ ବିଜୟେ କରିଯିବ ଦେବ ଚକ୍ରଧର ।୫୨।
ସ୍ୱାମୀ ଯୁଝେଷ୍ଠି ଠାକୁରେ ୟେ ଆଗ୍ୟାଂଦିଲେ ମୋତେ
ଉଠ ସ୍ୱାମୀ ଶ୍ରୀଘ୍ରେ ବିଜେ କରିଯିବା ଜଗନ୍ନାଥେ ।୫୩।
ଗୋବିନ୍ଦେ ବୋଇଲେ ସ୍ୱାମୀ ଶୁଣିମା ନୀଳାମ୍ୱର
ଉଭୟ କୁଳ ସଂକଟ ୟେ ବିଚାର ଦେବ କର ।୫୪।
ବଳରାମେ ବୋଇଲେ ଯେ ଆଗେ ନିମନ୍ତ୍ରଇ
ତାହାର ତହିଂକି ଯିବାର ଯୋଗାଇ ଉଚିତଇ ।୫୫।
ସର୍ବଗ୍ୟଂ ନାଥ ତୁତ ପୁରୁଷଂକ ଉତ୍ତମ
ଆଗ ନିମନ୍ତ୍ରଣକୁ ଯିବା ଉଚିତ ଅଟଇ ଯେ ଧର୍ମ ।୫୬।
ଗୋବିନ୍ଦେ ବୋଇଲେ ମୁଂ କେ ଆଗ ପଛ ନ ଜାଣଇ
ଆଗକରି ମୁଂ ପାଣ୍ଡବ ଅର୍ଜୁନକୁ ଦେଖିଲଇଂ ।୫୭।
ଦ୍ରିଯୋଧନ ବୋଇଲା ତୁମ୍ଭେ ଶୁଣିମା ରାମଚନ୍ଦ୍ରେ
କଦାଶ୍ଚିତେ ଦୟା ମୋତେ ନ କରନ୍ତି ଗୋବିନ୍ଦେ ।୫୮।
ମାନଗୋବିନ୍ଦକୁ ଘେନି ବିଜୟେ ନୀଳାମ୍ୱରେ
ବିଜେକଲେ ଯାଇଂ ଆପଣାର ନିଜ ପୁରେ ।୫୯।
ସ୍ରାହାନ ଭୋଜନ କରାଇଲେ ତାହାଂକୁ
ଅନେକ ଅକ୍ଷତ ଦିଲେ ମାନଗୋବିନ୍ଦକୁ ।୬୦।
ଚନ୍ଦ୍ରଶାଳାପୁରେ ବିଜେ ରାମ କୁରୁପତି
ସାତୁକୀକି ସନ୍ନିଧ୍ୟେ ହକାରି ଆଗ୍ୟାଂଦିଲେ ହଳପତି ।୬୧।
ଗୋବିନ୍ଦକୁ ହକାରିଣ ଯେ ଆଣ ମୋର କତି
ମୋହୋର ବଚନ ବୋଲି କହିବୁ ଶ୍ରୀପତି ।୬୨।
ନାରାୟଣ ତୁଲେ ଆମ୍ଭେ କରିବା ଭାଳେଣି
ମାନଗୋବିନ୍ଦ ଅର୍ଜୁନକୁ ପ୍ରୀତି କରାଇବା ଆଣି ।୬୩।
ରାମଂକର ବଚନେ ବେଗେ ଚକିଲା ସାତୁକୀ
ସତ୍ୟଭାମା ପୁରେ କୃଷ୍ଣ ଅର୍ଜୁନକଇଂ ଦେଖି ।୬୪।
ଅର୍ଜୁନକୁ ଘେନି ପଲଂକେ ବିଜୟେ ବନମାଳୀ
ଦୁହିଂକର ପାଦତଳେ ବସିଛି ଶକ୍ରାଜିତର ଦୁଲାଳୀ ।୬୫।
ତ୍ରୈଲୋକ୍ୟ ମୋହିନୀ ସେ ନାରାୟଣଂକର ବାମା
ଦୁହିଂକରି ପାଦ ଦୁଇଜାନୁରେ ଦେଇ ମଞ୍ଚାଳଇ ସତ୍ୟଭାମା ।୬୬।
ଡାହାଣ ଜାନୁରେ ନାରାୟଣଂକ ଚରଣଗୋଟି
ବାମ ଜାନୁରେଣ ପାଦ ଦେଇ ଅଛଇ କିରୀଟୀ ।୬୭।
କେତେବେଳେ ଶ୍ରୀହରିର ପାଦ ଚାପଇ ଡାହାଣେ ହାଥେ
ଅର୍ଜୁନର ପାଦଗୋଟି ମଞ୍ଚାଳଇ ବାମ କରପାତ୍ରେ ।୬୮।
ଆହୋ ଚଇତନ ୟେସନେକ ସରୂପ ଦେଖିଣ ସାତୁକୀ
ଶିବ ଶିବ ସୁମରି ଘୁଞ୍ଚିଆସି ବଳଦେବଂକର ତହିଂକି ।୬୯।
ଭାରିଯାର ସହିତେ ଯାହାକୁ ୟେଡ଼େକ ଅଭିନ୍ନ
ଅର୍ଜୁନ ଯେ ସେହୁ ଅଟେ ପ୍ରତକ୍ଷେ ନାରାୟଣ ।୭୦।
ବାହୁଡ଼ି କହେ ସାତୁକୀ ବଳରାମଂକର କତି
ତୁ ତ ଅଇଲୁ ବାବୁ ନଇଲେ କି ଶ୍ରୀପତି ।୭୧।
ସାତୁକୀ ବୋଇଲେ ଦେବ ଶୁଣିମା ବିଶ୍ୱବାସ
ଧୃତିରାଷ୍ଟ ପୁଅନ୍ତ ନକର ବିଶୁଆସ ।୭୨।
ଯେହେନେକ ସରୂପ ମୁଂ ଅଇଲଇଂ ଦେଖି
ସହସ୍ରେ ବଳରାମ ହୋଇଲେ କଉରୋବନ୍ତ ନୁଆରନ୍ତି ରଖି ।୭୩।
ହରି ଅର୍ଜୁନ ଶୋଇଅଛନ୍ତି ୟେକମେଳେ
ସତ୍ୟଭାମାଂକୁ ଦେଖିଲି ଦୁହିଂକରି ପାଦତଳେ ।୭୪।
ହରି ଅର୍ଜୁନଂକ ପାଦ ମଞ୍ଚାଳନ୍ତି ଶକ୍ରାବତୀ
ଜଗନ୍ନାଥଂକୁହିଂ ସେ ଶତେଗୁଣ ଗରୁହଂସୀ ଅଟନ୍ତି ମହାସତୀ ।୭୫।
ୟେତେକ ସୁଦୟା ହୃଦେ ଅଛଇ ଯାହାକୁ
ବ୍ରହ୍ମା ରୁଦ୍ର ଇନ୍ଦ୍ର ଚନ୍ଦ୍ର ସୂର୍ଯ୍ୟ ରଖି ନୁଆରିବେ କଉରୋବଂକୁ ।୭୬।
ଶୁଣିଣ ବିସରିଲେ ଯେ ସ୍ୱାମୀ ଦେବ ହଳୀ
କାଲି ପ୍ରଭାତେ କିସ ବୋଲଇ ଶୁଣିମା ବନମାଳୀ ।୭୭।
ୟେସନେକ ଭାଳନ୍ତେ ଯେ ରୟଣୀ ପ୍ରଭାତେ
ଦ୍ରିଯୋଧନ ହାଥ ଧରି ବିଜୟେ ହଳହସ୍ତେ ।୭୮।
ସ୍ରାହାନ ଦେବାର୍ଚନ ସାରିଣ ଦେବହରି
ଅର୍ଜୁନକୁ ଘେନି ଦେବ ଅଛନ୍ତି ବିଜେକରି ।୭୯।
ଦ୍ରିଯୋଧନ ଶକୁନି ସାତୁକୀ ଘେନିଣ ବିଜେ ବଳରାମେ
ଦେଖିଣ ପ୍ରଣପତ୍ୟ ହୋଇଲେ ଅର୍ଜୁନ ଶ୍ରୀପୁରୁଷୋତ୍ତମେ ।୮୦।
ବଳରାମେ ବୋଇଲେ ତୁ ଶୁଣ ନାରାଯଣ
କୁରୁ ପାଣ୍ଡବେ ଅନ୍ୟୋଅନି କେବଣ କାରଣ ।୮୧।
ଅଥବା ପ୍ରୀତି ଯେବେ ନୋହିବେ ବେନିଭାଇ
ତୁମ୍ଭର ଆମ୍ଭର ତହିଂକି ଯିବାର ନ ଯୋଗାଇ ।୮୨।
ଗୋବିନ୍ଦେ ବୋଇଲେ ସ୍ୱାମୀ ଶୁଣିମା ସଂକ୍ରିକ୍ଷେଣ
ରାବଣ ବଧକଲି ମୁଂ ଯେ ତ୍ରେତୟା ଯୁଗେଣ ।୮୩।
ଆକାଶେ ଅପଚ୍ଛାତି ଦିଲେକ ମୋତେ ପିତା
ବୋଇଲେ ବିଶ୍ରବା ନନ୍ଦନ ମାଇଲୁ ,କଲୁ ବ୍ରହ୍ମହତ୍ୟା ।୮୪।
ୟେବେ କହ୍ନା ଅବତାରେ ନାଶ କଲଇଂ ପ୍ରୋହିଣୀ
ଷଣ୍ଢାସୁରକୁ ମାଇଲି ମୁଂ ଯମୁନା କୂଳେ ଆଣି ।୮୫।
ୟେ ହତ୍ୟା ଦୋଷମାନ ମୋତେ ସଂସାରେ ହୋଇଲା ଅପଚ୍ଛାତି
ଶ୍ରୀ ମହାଭାରତ ଯୁଦ୍ଧ ଦେଖିଲେ ପାପ କରିବି ବିନଶ୍ୟତି ।୮୬।
ସ୍ୱାମୀ ଅର୍ଜୁନର ରଥେ ମୁହିଂ ହୋଇବି ସାରଥି
ଓହୋକୁଳେ ମଧ୍ୟପାତ୍ରପଣେ ଥିବି ହଳପତି ।୮୭।
ସଂଗ୍ରାମେ ଶହସ୍ର ମୁଂ ନ ଧରିବି ଦେବହଳୀ
ସତ୍ୟ ସତ୍ୟ ବୋଲିଣ ଯେ ବୋଲନ୍ତି ବନମାଳୀ ।୮୮।
ମିଥ୍ୟା ଯେବେ କହଇ ସଂଗ୍ରାମେ ଶହସ୍ର ଧରଇ
ଭୋ ଦେବ କାମପାଳ ତୋହୋର ଚରଣେ ହାରଇ ।୮୯।
ଅନେକ କଷ୍ଠୋର ବାକ୍ୟ ଯେ କହିଲେ ନାରାୟଣ
ଶ୍ରୀଭୁଜେ ଛୁଇଂଲେ ହରି ବଳଦେବଂକ ଚରଣ ।୯୦।
ବୋଲନ୍ତି ବଳଦେବ ନିୟମ ଲଂଘିଲେ
ଆହୋ ମାନଗୋବିନ୍ଦ ମୋତେ ସୁମରିବୁଟି ଶ୍ରୀକୃଷ୍ଣ ସାଂଗ୍ରାମେ ଶହସ୍ର ଧଇଲେ ।୯୧।
ମୁହିଂ ଆପଣେ ବିଜେ କରିବି ଯୁଦ୍ଧ ମହାଭାରଥ
ମାରିବି ପାଣ୍ଡବନ୍ତ ଯୁଝେଷ୍ଠି ପଞ୍ଚୁଭ୍ରାଥ ।୯୨।
ଆହୋ ଦ୍ରିଯୋଧନ କୃଷ୍ଣହିଂ ହୋଉ କି ଅର୍ଜୁନହିଂ ହୋଉ
ନ ମାରଇ ଯେବେ ଧର୍ମ ହେବତାର ଥାଳେ ବିଷ ଲାଉଂ ।୯୩।
ଶୁଣିଣ ସାନନ୍ଦ ଯେ ମାନଚକ୍ରବ୍ରତୀ
ଭୋ ସ୍ୱାମୀ ୟେବେ ମୋର ଫିଟିଲା ମନ ଭ୍ରାନ୍ତି ।୯୪।
ଶକୁନି ବୋଇଲା ହରି ପାଣ୍ଡବନ୍ତ ଛାଡିଲେ ଦୟା
ୟେବେ ସେ କଉରୋବ ବଳ ହୋଇଲେ ନିର୍ଭୟା ।୯୫।
ସଂଗ୍ରାମେ ଶହସ୍ର ଯେବେ ନ ଧରିବେଟି ଦେବହରି
ସହସ୍ରେ ପାଣ୍ଡବ ହୋଇଲେ ଦ୍ରିଯୋଧନକଇଂ ନୋହେ ସରି ।୯୬।
ମାନଗୋବିନ୍ଦ ବୋଇଲେ ହରି ଯେବେ କଲୁ ସଦୟେ
ଲକ୍ଷ୍ମୀଂକି ସମର୍ପ ମୋହୋର ସୋ ଅଟନ୍ତି ନିଜ ମାୟେ ।୯୭।
ଲକ୍ଷ୍ମୀର ଅଭାବେ ମୁଂ ହୋଇଲି ନିରିମାଖୀ
ରାଜାର ଶିରୀହାନି ହୋଇଲେ କି ହୋଅଇ ରାଜ୍ୟ ସୁଖୀ ।୯୮।
ଚନ୍ଦ୍ରଶାଳା ଭୁବନ ଦେଖାଇଲେ ଜଗନ୍ନାଥେ
ଅନେକ ବିନୟ ରାଜା ଶକୁନି ସହିତେ ।୯୯।
କରପତ୍ର ଯୋଡ଼ି ଯେ କୁଞ୍ଜଗଳ ଦେଶର ମହୀପତି
ଶ୍ରୀଲକ୍ଷ୍ମୀଂକି ଅନେକ ବିନୟେ ଭଗତି ।୧୦୦।
ଜୟତୁ କମଳିଣୀ ଗୋ ଅନାଦି ସିଦ୍ଧମାୟେ
ପରମାନନ୍ଦର ବଲ୍ଲଭୀ ଗୋ ଅଟୁ ସର୍ବଦାୟେ ।୧୦୧।
ମାଳାଦେଇ ବରିଲୁ ଶ୍ରୀ ନାରାୟଣ ଦେବସ୍ୱାମୀ
ଚଞ୍ଚଳା ନାମ ବହିଲୁ ଗୋ ଚଞ୍ଚଳ ମତି ଭ୍ରମି ।୧୦୨।
ନିଶ୍ଚଳ ହୋଇଣ ଗୋ ନ ରହୁ କେହୁଣସି ଠାବେ
ଚଞ୍ଚଳା ନାମଟି ତୋତେ ଦିଲେ ବାସୁଦେବେ ।୧୦୩।
ପରମ ନିରାକୁଳ ସେ ବରୁଣ ବାରାନିଧି
ତୋତେ ଦେଇଣ ହାଦେ ମେ ନାରାୟଣଂକୁ ପ୍ରବୋଧି ।୧୦୪।
ଅଭୟେ ଅକ୍ଷୟେ ଗୋ ତୁ ପରମ ସାଧବୀ
ସର୍ବଜନ କାରିଣୀ ଗୋ ତାରିଣୀ ମହାଦେବୀ ।୧୦୫।
ମା ଗୋ ବିଶଦ ପ୍ରଳୟକାଳେ ନାମ ତୋ ଶତଶ୍ରିୟା
ପଦ୍ମମାଳେକ ହୋଇ ବିଘଂସିଲୁ ନାରାୟଣଂକର ହିୟା ।୧୦୬।
ସେ ପଦ୍ମ ପାଖୁଡାକେ ଶତେ ବ୍ରହ୍ମାଣ୍ଡ ଯେ ଜାତ
ୟେ ତୋହୋର ଦିବସକେ ସେ ପୁଣି ହୋଅନ୍ତି ନିପାତ ।୧୦୭।
ସଦା ସମ୍ପଦ ଗୋ ଦେଉ ସର୍ବକାଳେ
ଭାବେଣ ଭଜିଲୁ ଗୋ ନାରାୟଣଂକ ଚରଣ କମଳେ ।୧୦୮।
ଅନାଦି ପୁରୁଷ ସେ ଜାଣଇ ସର୍ବବ୍ରହ୍ମ
ତୁମ୍ଭକୁ ଭଜିଣ ଗୋ ଉଦିତ କଲା ଧର୍ମ ।୧୦୯।
ଜଗତଜନ ତାରିଣୀ ଗୋ ସର୍ବଜନ ସାକ୍ଷୀ
ସୁରବର ସୁନ୍ଦରୀ ଗୋ ଶ୍ରୀ ନାରାୟଣୀ କମଳାକ୍ଷୀ ।୧୧୦।
ଖଟନ୍ତି ମାତାଂଗୀ ଶ୍ୱେତବର୍ଣ୍ଣ ବେନି ନାଗ
କୋଟିୟେ ତୀର୍ଥ ଘେନି ପୁଷ୍କର ଅବିଷେକ କରଇ ଶ୍ରୀଅଙ୍ଗ ।୧୧୧।
ହାଥେ ପଦ୍ମ ପାୟେ ପଦ୍ମ ଲଲାଟେ ପଦ୍ମଚିତା
ପଦ୍ମିନୀ ଦେଖି ଭାବିଲା ତୋତେ ପଦ୍ମନାଭ ଦେବତା ।୧୧୨।
କେତେ ପୁଣ୍ୟ ଦେଖି ତୋହୋର ପଦ୍ମପାଦ ଗୋଟି
ସେ ପଦାରବିନ୍ଦ ତଳେ ଲଲାଟ ମୋର ଲୋଟି ।୧୧୩।
ସଦା ସମ୍ପଦ ମୋତେ ଦେସି କମଳେ
ଜନ୍ମେ ଜନ୍ମେ ସେବା ଥାଉ ଗୋ ତୋହୋର ପାଦତଳେ ।୧୧୪।
ଅଗ୍ୟାନେ ଅପ୍ରାଧ କରନ୍ତି ଗୋ ଯେବଣ ପ୍ରାଣୀ
ତୁ ସେ ଅପ୍ରାଧ କ୍ଷେମା କରନ୍ତା ଗୋ କମଳଣୀ ।୧୧୫।
ଲଭିବି ପରମଗତି ଗୋ ତବ ପରସାଦେ
ଲୋଟନ୍ତି ସାରୋଳା ଦାସ କମଳା ପଦ୍ମପାଦେ ।୧୧୬॥୨୬୫୮।
ପଞ୍ଚ ଶ୍ରୀକୃଷ୍ଣଙ୍କର ଇନ୍ଦ୍ରପ୍ରସ୍ଥେ ଆଗମନ,କୁରୁକ୍ଷେତ୍ର ବଣ୍ଟନ ନିମନ୍ତେ ଶକୁନିର ଯୁଧିଷ୍ଠିରଙ୍କ ନିକଟେ ପ୍ରବେଶ ଓ ଅଳସୁଆ ବିବରଣୟେଥୁ ଅନନ୍ତରେ ବଇବସୁତ ମନୁଅଗସ୍ତିଂକି ପୁଚ୍ଛାକଲା ହୋଇଣ ଦିବ୍ୟଗ୍ୟାନୁ ।୧।ଅନେକ ତୁସ୍ତି ଯହୁଂ ମାନଗୋବିନ୍ଦ ସେ କଲାକହ ମହାମୁନି ହରି କିସ ଆଗ୍ୟାଂଦିଲା ।୨।ମାନଗୋବିନ୍ଦର ବିନୟ ଦେଖି ପ୍ରସନ୍ନ ଜନାର୍ଦ୍ଦନବୋଇଲେ ମହାଲକ୍ଷ୍ମୀ ଗୋ ଦ୍ରିଯୋଧନ ଭଗତି ଘେନ ।୩।ଯହୁଂ ଆଗ୍ୟାଂଦିଲେ ନାରାୟଣ ପରମ ସାନନ୍ଦେକମଳା ବିଜେକଲେ ଦ୍ରିଯୋଧନର କନ୍ଧେ ।୪।ଦେଖିଣ ସାନନ୍ଦ ଯେ ହୋଇଲା କୁରୁବୀରାକନ୍ଧେ ବହି ନୁଆରିଲା କମଳାର ମହାଭରା ।୫।ମାନଗୋବିନ୍ଦ ବୋଇଲା ଶୁଣ ମାତୁଳ ଶକୁନିଅତିଅନ୍ତ ଭାରା ହୋଇଲେ ଲକ୍ଷ୍ମୀଂକି ନୁଆରିଲି ଘେନି ।୬।ଶକୁନି ବୋଇଲା ରାଜା ଲକ୍ଷ୍ମୀକି ଘେନି ଶିରେଶିରାଗ୍ରତେ ଲକ୍ଷ୍ମୀ ଘେନି ଚଳଇ ହସ୍ତିନା ନଗ୍ରରେ ।୭।ଦେଖିଣ ବିରସ ମନ ସେ ପାଣ୍ଡବ ଅରୁଜନତୁଟିଲୀ ଲକ୍ଷ୍ମୀଂକି କିମ୍ପେ ବାହୁଡାଇ ଦିଲେ ଭଗବାନ ।୮।ନିଚୟେ ଆମ୍ଭନ୍ତ ଦୟା ଛାଡିଲେ ଦେବିହରିଲକ୍ଷ୍ମୀ ପ୍ରାପତ ହୋଇଲେ ଦ୍ରିଯୋଧନକୁ କେ ହୋଇବ ସରି ।୯।ଗୋବିନ୍ଦେ ବୋଇଲେ ତୁ ନ ବୁଝିଲୁ ଫାଲଗୁନିଶିରାଗ୍ରତେ ଗଲା ଲକ୍ଷ୍ମୀ ହୋଇଲା ତାର ଶିରୀହାନି ।୧୦।ବିପୁଳ ଲକ୍ଷ୍ମୀ ହୋଇଥିଲା କନ୍ଧରେ ଥିବା ପରିଯନ୍ତେଅତୁଟ ସମ୍ପଦ ହୋଇଥିଲାକ କାଳ ୟେତେ ।୧୧।ଭାରାଭର ନିବାରଣ କରିବା ନିମନ୍ତେୟେବେ ସର୍ବଶୁଭେ ରାଜ୍ୟ ପ୍ରାପତ ହେବ ତୋତେ ।୧୨।ଅର୍ଜୁନ ବୋଇଲା ଦେବ ତୁହି ସେ ସର୍ବସାକ୍ଷୀତୋହୋର ଅଭାବେ ସ୍ୱାମୀ ଆମ୍ଭେ ହୋଇବୁ ନିରିମାଖୀ ।୧୩।ପ୍ରଣପତ୍ୟ ହୋଇ ତହିଂ ବୋଲଇ କିରୀଟୀବହନ ବିଜେ କରିବା ଦେବ ବଇନେତ୍ର ପିଠି ।୧୪।ଯୁଝେଷ୍ଠି ଦେବଂକର ଆଗ୍ୟାଂ ପରମାଣେଇନ୍ଦ୍ରପ୍ରଶସ୍ତ ରାଜ୍ୟକୁ ବିଜେ କରିବା ୟେହିକ୍ଷଣେ ।୧୫।ବିନତା ନନ୍ଦନକୁ ସୁମରିଲେ ଦେବହରିତତକ୍ଷଣେ ଗରୁଡ ମିଳେ ଦ୍ୱାରାବତୀ ପୁରୀ ।୧୬।ବଇନେତ୍ର ପିଠିରେ ବିଜୟେ ଶ୍ରୀଜଗନ୍ନାଥେଶ୍ରୀକୃଷ୍ଣଂକ କୋଳରେ ହାଦେ ବିଜୟେ ବୀରପାଥେ ।୧୭।ଶ୍ରୀକୃଷ୍ଣ ଅର୍ଜୁନ ଯେ ଚଳନ୍ତି ଅତି ବେଗେବିଜେ ଜଗମୋହନ ସ୍ୱାମୀ ଇନ୍ଦ୍ରପ୍ରଶସ୍ତ ମଧ୍ୟସ୍ୱର୍ଗେ ।୧୮।ବୃକ୍ଷର ମଞ୍ଚାୟେ ଯେ ବିଜୟେ ଯୁଝେଷ୍ଠିଶ୍ରୀକୃଷ୍ଣ ବିଜୟ ଦେଖି ଧାତିକାରେ ଉଠି ।୧୯।ହରି ଅର୍ଜୁନ ଗରୁଡ ପିଠିକି କଲେ ତେଯ୍ୟାନିଉଛାଳି କରି ସନ୍ନିଧ୍ୟେ ପ୍ରଣପତ୍ୟ ଦେବରାଜା ।୨୦।ଯୁଝେଷ୍ଠି ଦେବେ ବୋଇଲେ ଉଠ ନାରାୟଣକର ପ୍ରସାରି ଧର୍ମରାୟେ ତାହାଂକୁ ବାଞ୍ଛିଲେ କଲ୍ୟାଣ ।୨୧।ପାୟେ ଯାଇ କେଶବ କରନ୍ତି ନିଉଛାଳିଛାମୁରେ ସାଷ୍ଟାଂଗେ ଗଡଘାଲି ଶୁତିଲେ ବନମାଳୀ ।୨୨।ଆରୋଗ୍ୟ ଅପାଦ ଖଣ୍ଡଣ ହୋଇ ଥାଉସି ଧନ ହେଉ ବ୍ରଧୁତତ୍ରିଜୀବୀ ହୋଇ ହରି ସର୍ବଦାୟେ ବ୍ରତ ।୨୩।ଧର୍ମରାୟେ ଆଗ୍ୟାଂଦିଲେ ଶୁଣରେ ନକୁଳପରମ କଲ୍ୟାଣ ହୋଉ ଶ୍ରୀହରିଂକି ବେଗେ ତୋଳ ।୨୪।ନକୁଳ କୋଳକରି ଯେ ଧଇଲା ଜଗଜ୍ଜେଠୀଶ୍ରୀଭୁଜେ ଭିଡି କୋଳକରି ବସାଇଲେ ଯୁଝେଷ୍ଠି ।୨୫।କୁଶଳା ବାରତା ପଚାରନ୍ତି ଧର୍ମରାୟେଗୋବିନ୍ଦ ବୋଇଲେ କୁଶଳ ସମସ୍ତ ତୁମ୍ଭର ପରସାଦେ ହୋୟେ ।୨୬।ଯୁଝେଷ୍ଠି ପ୍ରତିବାଚ ମୁହିଂ ଯେ ହସ୍ତିନାକୁ ତୋତେ ପେଷିଲି ମଧ୍ୟପାତ୍ରପଣେଶୁଭ ଅଶୁଭ ବାରତା ନ କହିଲୁ କି କାରଣେ ।୨୭।ଗୋବିନ୍ଦ ବୋଇଲେ ସ୍ୱାମୀ ତବ ଆଗ୍ୟାଂୟେ ଗଲିପ୍ରଥମେ ଦିବସେ ବିଦୁର ଭୁବନେ ରହିଲି ।୨୮।ସାଧୁ ବିଦୁର ସାଧୁ ମହିମାଂ ତାର ଧନିକେବଣ ସାଧବୀ ସେ ବିଦୁର ଜନନୀ ।୨୯।ଅପାର କରି ବୋଇଲା ଯେ ନ ଯିବା ଦେବରାଜହସ୍ତିନା ସଭାୟେ ଗଲେ ପାଇବୁ ବଡଲାଜ ।୩୦।ସ୍ୱାମୀ ଗୁରୁହୋଉ କି ଅଥବା ଶିଷ୍ୟପୁତ୍ର ହୋଉବାରଣ ବୋଲ ମେଣ୍ଟିଲେ କାର୍ଯ୍ୟ ହୋଇବାକ କାହୁଂ ।୩୧।ସ୍ୱାମୀ ଅନେକ ମଣାଇ ମୁଂ କହିଲି ପରମାର୍ଥପଣ୍ଡିତ ବୁଦ୍ଧି ହୋଇଲେ ସିନା ହୋଅନ୍ତା ଯଥାର୍ଥ ।୩୨।ସ୍ୱାମୀ ଅନୀତି ଆଚାର ଯହୁଂ କହିଲା କୋଇନ୍ତାଂକୁରାଗ ଅପାରେ ଗୋଚର ନୋହିଲାତ ମୁକୁ ।୩୩।ମୁହିଂ ସଭାରେ ଅନେକ କହିଲି କୂଟବାଣୀରାଗେଣ ଖଡଗ ଧରି ଲୋଡ଼ିଲା ମୋତେ ହାଣି ।୩୪।ତାହାଂକର ଦୁଷ୍ଟପଣ ଦେଖି ମୁଂ ବିଚାରିଲି ମନେକରେଣ ଚକ୍ର ଧରି ଯେ କୋପାନଳ ନୟନେ ।୩୫।ଗଂଗାର ନନ୍ଦନ ଯେ ଭୀଷ୍ମ ମହାରଥୀବହୁତ ବିନୋୟୀ ମୋର କୋପ କରାଇଲେ ଶାନ୍ତି ।୩୬।ସ୍ୱାମୀ ଇଦଂବାଚ ଅଭିମାନ ଯେ ମୋହୋର ଶରୀରେଣ ଘାରିବାହାରେ ବାହାରେ ଗଲି ଯେ ଦ୍ୱାରାବତୀ ପୁରୀ ।୩୭।ସ୍ୱାମୀ କଦାଶ୍ଚିତେ କାର୍ଯ୍ୟ ତୋର ନୋହିଲା ସୁଫଳଶୁଣିଣ ଯୁଝେଷ୍ଠି ଦେବ ଯେ ଧଇଲେ କରବାଳ ।୩୮।ବୋଇଲେ ଉଠରେ ଭୀମ ଅର୍ଜୁନ ନକୁଳ ସହଦେବକୃଷ୍ଣର ଅଭିମାନେ ଆମ୍ଭର ଜୀବନ କିମ୍ପା ଥିବ ।୩୯।ସ୍ୱୀମୀର ଦୃଢବାକ୍ୟେ ସେ ପବନର ବଳାଗଦାବର ଧରନ୍ତେ ସେ କମ୍ପିଲା ମହାଖଳା ।୪୦।କରେଣ ଗାଣ୍ଡିମ ଧନୁ ଧରିଣ ଅର୍ଜୁନମନଭେଦୀ ନାରାଜ ଯେ ଧଇଲା କୋପମନ ।୪୧।ନକୁଳ କୋନ୍ତ ଘେନିଣ ଯେ ଉଠିଲା ଗଳଗାଜିଖଡଗ ଫଳାକୁ ଧରିଣ ସବଦେବ ରଣେ ସାଜି ।୪୨।ଯୁଝେଷ୍ଠି ଦେବେ ବୋଇଲେ ହରି ମୋହୋର ୟେହି ଅନକୂଳଧଉମ୍ୟ ପୁରୋହିତ ବୋଇଲେ ବାବୁରେ କୋପ ତୁ ସମ୍ଭାଳ ।୪୩।ପ୍ରୋହିତେ ବୋଇଲେ ହରି ଯେ ଆଗେ ସଂଗ୍ରାମେ ଲଂଘଇହତ୍ୟାଦୋଷମାନ ଅବଶ୍ୟ ତାହାକୁ ଲାଗଇ ।୪୪।ବାବୁ ଗ୍ରାମସୀମା ନ ପାଇ ତୁ ହୋଇଅଛୁ ଅନର୍ଥୀତୋହୋର ତହିଂ ସାଂଗ୍ରାମକୁ ସାଜିଲାନି କୁରୁପତି ।୪୫।ଧଉମ୍ୟ ପ୍ରୋହିତେ ବୋଇଲେ ସମରକୁ ତୁ ହୋଉଛୁ ଆଗିଆଣିମାନଗୋବିନ୍ଦ ଆସଇ କିନା ଆଗେ ଆଠ ଯେ ପଲାଣି ।୪୬।ୟେମନ୍ତର ସମୟେ ସେ ମାନଚକ୍ରବ୍ରତୀସନ୍ନିଧ୍ୟେ ହକାରିଲା ଯେ ଶକୁନି ମହାମନ୍ତ୍ରୀ ।୪୭।ଭୋ ମାତୁଳ ଯାଅନି ତୁ ପାଣ୍ଡବଂକର ତହିଂକିପାଞ୍ଚେହେଂ ଆସନ୍ତୁନା ସେ ସାଂଗ୍ରାମ ଭୂମିକି ।୪୮।ଯେତେକ ସହୋଦ୍ର ସଖା ଥାଆନ୍ତି ତାହାଂକର ସଙ୍ଗେକୁରୁକ୍ଷେତ୍ର ମଣ୍ଡଳକୁ ଯେ ବାଣ୍ଟିବା ବେନିଭାଗେ ।୪୯।ରାଜାର ଆଗ୍ୟାଂ ଶିରେ ଘେନିଣ ମହାମନ୍ତ୍ରୀଇନ୍ଦ୍ରପ୍ରଶସ୍ତେ ଯାଇଂ ପ୍ରବେଶ ସେ ଝାତି ।୫୦।ଆହୋ ଚଇତନ ଯମୁନା ନଦୀତୀରେ ପାଣ୍ଡବେ ବିଜୟେସନ୍ନିଧ୍ୟେ ମିଳିଲା ଯାଇଂ ମନ୍ତ୍ରୀ କୂଳକ୍ଷୟେ ।୫୧।ପାଣ୍ଡବଂକ ଅଗ୍ରତେ କହଇ ଶକୁନିସାଂଗ୍ରାମ ଭୂମିକି ଆସ ତୁମ୍ଭେ ଅନକୂଳ ଘେନି ।୫୨।ଅଥବା ସନ୍ଧି ଯେ କରାଇବା ତୁମ୍ଭଂକୁଭାଇନ୍ତ ଘେନିଣ ତୁମ୍ଭେ ଚଳିଯିବ ବନସ୍ତକୁ ।୫୩।ଆହୋ ଯୁଝେଷ୍ଠି ଦଶବରଷ ପରିଯନ୍ତେ ବାଳୁତ ବୁଦ୍ଧି ହୋଇବିଂଶ ବରଷେ ସେ ସ୍ତିରୀମେଳେ କ୍ରୀଡାକରେ ଯାଇ ।୫୪।ପଞ୍ଚିଶ ବରଷେ ଯୁବା ସୁନ୍ଦରପଣକଇଂ ଇଚ୍ଛାତିରିଶ ବରଷେ ବିତକ୍ଷଣକଇଂ ବାଞ୍ଚ୍ଥା ।୫୫।ଚାଳିଶ ବରଷେ ସେ ତରୁଣ ବୁଦ୍ଧି ଆସଇଦେବତା ପିତୃଲୋକଂକୁ ଭଗତି ମନାସଇ ।୫୬।ଧନ ଜନ ସମ୍ପଦେ ବହୁତ କରଇ ସେ ବାଞ୍ଚ୍ଥାଦାତବ୍ୟ ଶକତି ହୋଅଇ ଗୁରୁଜନେ ଭଗତି ଇଚ୍ଛା ।୫୭।ପଞ୍ଚାଶ ବରଷେ ଶିଖରୁ ଖସଇ ଯେ ତନୁଷାଠିୟେ ବରଷେ ତାର ତରଳ ହୋୟେ ମନୁ ।୫୮।ସତୁରି ବରଷେ ବୃଦ୍ଧ ହୋଅଇ ଭେକଳାଗୁରୁ ଗଉରୋବ ନାହିଂ ସେ କହଇ ସମସ୍ତ ମୁକୁଳା ।୫୯।ସର୍ବଭ୍ରମ ହୋଅଇ ବିଚଳିତ ହୋୟେ ମନାଅଶି ବରଷେ ସଭାବେ ନ ଚିହ୍ନଇ କିନା ।୬୦।ଅପରାପର ନ ଚିହ୍ନଇ ନଉ ଯେ ବରଷେବାଳୁତ ବୁଦ୍ଧି ହୋଅଇ ବଧିର ବିଶେଷେ ।୬୧।ନମସ୍କାର କଲେ ନ ଚିହ୍ନଇ ପୁତ୍ରକଇଂବୋଲଇ କାହୁଂ ଅଇଲ ବାଭିୟେ ଘର ତୁମ୍ଭର କାହିଂ ।୬୨।ଆହୋ ଯୁଝେଷ୍ଠି ଶତେକ ବରଷେ ପ୍ରାଣୀଂକର ନଇଂ ପଡଇ ମେରୁକାଠିଭୂମିକି ଦୃଷ୍ଟିକରି ଚଳଇ ଧରି ଲାଠି ।୬୩।ପୁତ୍ର ନାତିନ୍ତ ଦେଖିଲେ ଶତ୍ରୁ ପରାୟେ ମଣଇସଭା ସମସ୍ୟାରେ ତାକୁ କେହି ନ ଗଣଇ ।୬୪।ଅତିପୁଣ୍ୟ କଲେ ବିଶାଶୟେ ବରଷ ବ୍ରତିନାନା ପାତକ ନ ଗଚ୍ଛଇ ତାକୁ ଯମ ନ ଦିଅଇ ଶାସ୍ତି ।୬୫।ଶକୁନି ବୋଇଲା ବାବୁ ୟେତ ବିପରୀତ ସଂସାରମୁହିଂ ୟେହା ଦେଖୁଅଛି ବାବୁ ଜଳବିମ୍ୱୁ ଆକାର ।୬୬।ରାଗ ମୋହ ହିଂସା ଅହଂକାର ଅପବାଦେଗତଦୋଷ ପାତକେ ଅଳପେ ନାଶଯାନ୍ତି ହାଦେ ।୬୭।ଯୁଝେଷ୍ଠି ବୋଇଲେ ମାମୁଂ ତୁ ସଂସାର କଲୁ ନିନ୍ଦାତୋହୋର ପରା ମନ୍ତ୍ରୀ ହୋଇ ତୁ କିମ୍ପେ ହୋଇଲୁ ଧନ୍ଦା ।୬୮।ଶକୁନି ବୋଇଲା ଯୁଝେଷ୍ଠି ତୁ ନ ଚିହ୍ନୁ,ସହଦେବ ଚିହ୍ନଇ ମୋତେପାପ ଆତ୍ମା ଜିଣି ନୁଆରି ପଡ଼ିଅଛି ଲୋକିତେ ।୬୯।ଯୁଝେଷ୍ଠି ବୋଇଲେ ୟେ ଯୁଗ ଶତେ ପଞ୍ଚାଶ ବରଷକୁ ଆଷ୍ୟଅଳପକେ ନାଶ ଯାଆନ୍ତି ଯେ ମାମୁଂ ତାହାଂକର କିସ ଦୋଷ ।୭୦।ବାଳୁତ ଅଗ୍ୟାନେ ସେ ପାତକ ଦୋଷ ନାହିଂସେ କିମ୍ପେ ନାଶ ଯାଇଟି ଗ୍ୟାନ ଅଗ୍ୟାନ କାହିଂ ।୭୧।ଶକୁନି ବୋଇଲା ବାବୁ ଶୁଣସି ମହାରାୟେତହିଂର ଚରିତ ତୋତେ କହିବା ଥୋକାୟେ ।୭୨।କୃଷ୍ଣାବେଣୀ ନଦୀ ତୀରେ କାମପୁର ବୋଲି ନଗ୍ରେମେଳକା ନାମେ ତହିଂ ଥାଇ ୟେକ ଶୂଦ୍ରେ ।୭୩।ଅଗ୍ୟାନ ଅଳସୁଆ ସେ କିଛି ନ କରେ ଗାଆଂଗୁଞ୍ଜାଆନ ବୃତ୍ତି କରି ନୁଆରଇ ସେ ଶୁଖିଲା କାଠ ଭଞ୍ଜା ।୭୪।ଗୋଚ୍ଛାୟେକ କାଠ ଭାଞ୍ଜି ପକାବଇ ଘରେଭାରିଜା ବିକଇ ତାହାର ପୁରୁଷ କରଇ ଆହାରେ ।୭୫।ସବୁ ତାକୁ ଦେଇ କଣକଳ୍ପ ଭୁଞ୍ଜଇ ଘରଣୀପ୍ରଭୁ ଭାରିଜା ତାହାର ନାହିଂ ପୁତ୍ର ପ୍ରାଣୀ ।୭୬।ୟେହି ମତେଣ ବରଷ ଚାଳିଶ ବହିଗଲାକାଠ ଭାଞ୍ଜିବାରୁ ସେ ଆନ କ୍ରୀତୀ ନ ଜାଣିଲା ।୭୭।ବିରୁଦ୍ଧ ବୋଲିଣ ଜାଣ ୟେକ ସମ୍ୱତ୍ସରେଶରଦ ଋତୁ ସେ ଅଶିଣ ମାସରେ ।୭୮।କୃଷ୍ଣପକ୍ଷ ଦଶମୀ ଭୃଗୁବାରେ ସ୍ୱାତୀ ଯେ ନକ୍ଷତ୍ରେବଡାଇ ବାତ ବରଷଣ ହୋଇଲା ସେ ଦିବାରାତ୍ରେ ।୭୯।ୟେକେଣ ଅଳସୁଆ ଦୁଜେଣ ମହାଝଡ଼ିଦୋଳିରେ ବସି ସେ ଯେ ଉପବାସେ ପଡ଼ି ।୮୦।ଭାରିଜା ବୋଇଲା ବେଳ ଉଛୁର ହୋଉଅଛିଦିବସ ସରିଲା କିମ୍ପା ନୁଆଣିଲ କାଠ ଗୋଚ୍ଛି ।୮୧।ଭାରିଜାର ଝିଂଘାସେ କରେ କୁଠାର ଘେନିଘରୁ ବାହାର ହୋଇଲା ବେଳେ ଅଛି ଘଡ଼ି ତିନି ।୮୨।ନଗ୍ରର ପୂର୍ବଭାଗେ ଯେ ଅଛି ମଣ୍ଡୋପ ଗୋଟିୟେକୁଠାର ସୀମସ୍ଥାନ କରି ସେ ଲୋଟାଇଲା ତାର କାୟେ ।୮୩।ଧୂଳିରେ ପଡ଼ି ଗଡନ୍ତେ ସେ ବେଳେ ଅସ୍ତଗଲାଶଙ୍ଖଧୁନି ଫୁରନ୍ତେ ସେ ଅଳସୁଆ ଚିଆଇଂ ଉଠିଲା ।୮୪।ଭାଳଇ ଅଳସୁଆ ମୁଂ କି ବୁଦ୍ଧି କରିବିକାଠ ନ କାଟିଲି ଆଜି ଘରକଇଂ କେହ୍ନେ ଯିବ ।୮୫।ଝଡରେ ଜନଜନ୍ତୁ କେହି କାହିଂ ନୁଆସଇକରେଣ କୁଠାର ଘେନି ଦେଉଳେ ପଶିଲାକ ଯାଇଂ ।୮୬।ଆହୋ ସେ ଦେଉଳେ ଅଛନ୍ତି ଯେ ବ୍ରହ୍ମା ବିଷ୍ଣୁ ମହେଶ୍ୱର ତିନିଗୋଟି ପିତୁଳିଦେବଦାରୁ ଭିଆଣ ବସନ ଗୁଡ଼ିଆଇ ଚିତ୍ରପଟ ଶାଳୀ ।୮୭।ବିଚାରଇ ଅଳସୁଆ ୟେତ ବଡାଇ ସୁସଞ୍ଚ କାଠସାତସାତ ହାତ ଉଞ୍ଚ ତିନି ତିନି ହାତ ମୋଟ ।୮୮।ବିଷ୍ଣୁ ପ୍ରତିମା ଗୋଟିକି କାଢି ପକାଇଲା ତଳେକୁଠାର ଉଞ୍ଚାଇଅଛି ହାଣିମ ବଚ୍ଛଥଳେ ।୮୯।ପ୍ରତିମାହୁଂ ବାହାର ଯେ ହୋଇଲେ ଜଗନ୍ନାଥେରହ ରହ ଅଳସୁଆରେ ବୋଲି ଧଇଲେ ବେନିହାଥେ ।୯୦।ଆରେ ଆରେ ପାମର ମୂର୍ଖ ତୁ ପାପ ପୁଣ୍ୟ ନ ବିଚାରୁଆମ୍ଭେ ଯେ ଦେବତା ଆମ୍ଭନ୍ତ ଚିରି ଲୋଡୁ ।୯୧।ଆରେ ସଂସାର ସମସ୍ତ ଜନେ ଆମ୍ଭନ୍ତ ଆରାଧିଦେଖୁଂ ଦେଖୁଂ କେମନ୍ତେ କରୁଛୁ ମନ୍ଦବୁଦ୍ଧି ।୯୨।ମେଳକା ଅଳସୁଆ ବୋଇଲା ମୂରୁଖ ଦରିଦ୍ର ଅଟଇ ମୁହିଂଦେବତା ବ୍ରାହ୍ମଣ ବୋଲି ମୋହୋର ଗ୍ୟାନ ନାହିଂ ।୯୩।ଛାଡ଼ ମୋହୋର ହାଥ ଚିରିବଇଂ ମୁହିଂ କାଠଦୁଇପ୍ରାଣୀ ବଞ୍ଚିବୁ ସୁସ୍ଥେ ଯେ ବଞ୍ଚିବୁ ଅନ୍ନ କଷ୍ଟ ।୯୪।ୟେ ତିନି ପ୍ରତିମା ମୋତେ ହୋଇବ ଦିନା ଚାରିୟେହେନେକ ବ୍ରତି ପାରଇ ୟେ ମାସକ ଝଡ଼ି ।୯୫।ଆରେ ଆରେ ପାମର ଆମ୍ଭେ ନାରାୟଣ ଦେବତାଅମ୍ଭନ୍ତ ଚିରି ଲୋଡୁ ତୁ ଯିବୁ ନାଶାଂଗତା ।୯୬।ତୁମ୍ଭେ ଯେବେ ସ୍ୱାମୀ ବିଷ୍ଣୁ ଜଗନ୍ନାଥ ମୂରତିୟେ ମୋହୋର ମେଣ୍ଟଣ ହୋଉ ଅନ୍ନ ଶାସ୍ତି ।୯୭।ତଣ୍ଡୁଳ ପାଞ୍ଚମାଣ କଉଡ଼ି ପାଞ୍ଚବୋଡ଼ିୟେତେକ ପାଇଲେ ମୁଂ ବ୍ରତିବି ମହାଝଡ଼ି ।୯୮।ନାରାୟଣ ବୋଇଲେ ଗଣପତି ଅଛନ୍ତି ଦକ୍ଷିଣବାଡେଚାଉଳ ପାଞ୍ଚମାଣ କଉଡ଼ି ପାଞ୍ଚବୋଡ଼ି ଅଛି ତାହାଂକ ପଛଆଡ଼େ ।୯୯।ୟେ ଆମ୍ଭର ସତ୍ୟ ସତ୍ୟ ନକର ଆମ୍ଭକଇଂ ନାଶନ ପାଇଲେ ପଛେ ତୁ ଆମ୍ଭକଇଂ କର ରେ ବିନାଶ ।୧୦୦।ତହିଂ ବିଷ୍ଣୁ ପ୍ରତିମା ନେଇ ବସାଇଲା ନିଜ ସ୍ଥାନେଚଳଇ ଅଳସୁଆ ଯେ ଆନନ୍ଦ ପଞ୍ଚୁମନେ ।୧୦୧।ରୟଣୀ ଘଡ଼ିକେ ସେ ଆସି ଯେ ହୋଇଲା ପ୍ରବେଶଦେଖିଲା ଚାଉଳ କଉଡି ଅଛି ବିଘ୍ନରାଜାଂକର ପାଶ ।୧୦୨।ତଣ୍ଡୁଳ କଉଡ଼ି ସେ ଅଇଲା ବେଗେ ଘେନିୟେ ବିଧିରେ ବଞ୍ଚିଲା ସେ ଝଡ଼ି ଦିନା ତିନି ।୧୦୩।ଝଡ଼ି ସରିଲା ତାକୁ ନଦିଲେ ନାରାୟଣେପୁଣିହିଂ ଅଳସୁଆ ଚିରି ଲୋଡଇ ବିଷ୍ଣୁ ପ୍ରତିମା ମନ୍ଦପଣେ ।୧୦୪।ଚିରନ୍ତେଣ ପ୍ରତିମାଉଂ ନାରାୟଣ କଲେ ବିଜେଆରେ ଆରେ ରହ ରହ ବୋଲି ବୋଇଲେ ଦେବରାଜେ ।୧୦୫।ଆରେ ଝଡ଼ି ବୋଲି ସିନା ଆମ୍ଭନ୍ତ ଚିରି ଲୋଡୁଥିଲୁଦୁର୍ଗତି ବଞ୍ଚିଲୁ ୟେବେ କିମ୍ପେ କଟାଳିଲୁ ।୧୦୬।ଅଳସୁଆ ବୋଇଲା ଗୋସାଇଂ ମୁଂ ଅଗ୍ୟାନ ହୋଇଲିୟେହାଉଂ ସୁଲଭ ମୁଂ କାହିଂ ନ ଦେଖିଲି ।୧୦୭।ମୁକୁଇଂ ପ୍ରସନ୍ନ ଯେବେ ହୋଇଲ ଜଗନ୍ନାଥେଚାଉଳ କଉଡ଼ି ମୋତେ ହେବା ବ୍ରତିବା ପରିଯନ୍ତେ ।୧୦୮।ଭୟେଣ ନାରାୟଣ ତାହାକୁ କଲେକ ସନମତିଚାଉଳ କଉଡ଼ି ନେଉଥିବୁ ଗଣପତି ପାଶରୁ ନିତି ।୧୦୯।ବାହୁଡ଼ାଇ ନିଜ ସ୍ଥାନେ ନେଇ ବସାଇଲା ବିଷ୍ଣୁ ପାଷାଣଚଳଇ ଅଳସୁଆ ନିଜ ମନ୍ଦିରେଣ ।୧୧୦।ରୟଣୀ ପାହାନ୍ତି ଯେ ଆସଇ ତାହାର ଘରଣୀଗଣପତି ଛାମୁରୁ ନିତ୍ୟେ ନିଅଇ ଚାଉଳ କଉଡ଼ି ପୁଣି ।୧୧୧।ସମୟେକ ଅଳସୁଆର ହୋଇଲା ଉତ୍ତମ ଗୃହ ବାସସେ ନଗ୍ର ଲୋକମାନେ ତାହାକଇଂ କଲେ ଆଶ ।୧୧୨।ଅନନ୍ତା ନାମେଣ ଶୂଦ୍ରେକ ତାହାର ପଡ଼ିଶାସାମର୍ଥ୍ୟ ଲୋକ ସେ ନିତ୍ୟେ ଲାଗଇ ତୃଷା ।୧୧୩।ଲୀଳାବତୀ ବୋଲିଣ ଯେ ତାହାର ଘରଣୀବାଲ୍ୟକାଳହୁଂ ସେ ମେଳକା ଭାରିଜା ସହିତେ ସଂଘାତୁଣୀ ।୧୧୪।ସେ ଅନନ୍ତା ଶୂଦ୍ରକଇଂ ପଚାରଇ ତାହାର ଭାରିଜାବିମୁଖେ ଗାଳିଦିଲୁ ୟେଘର କରିବି ପରିତେଜ୍ୟା ।୧୧୫।ଦେଖୁଅଛୁ ଅଳସୁଆ ଗୋଟା ଘରଗୁଞ୍ଜାସେ କିଛିହିଂ କରି ନୁଆରଇ ଶୁଖିଲା କାଠଭଞ୍ଜା ।୧୧୬।ସୁନ୍ଦର କରି ସେ କଲାକ ଗୃହବାସ ଗୋଟିକାଳକ ଦୁଖ ପଡ଼ି ଆମ୍ଭ ତିନି ପ୍ରାଣୀଂକ ନିଅଣ୍ଟି ।୧୧୭।ଅନନ୍ତା ବୋଇଲା ୟେତ ବଡଇ ଦୁଲଭ କଥାତାହାର ଭାରିଜାକୁ ପଚାରନ୍ତି ୟେଥିର ତଦନ୍ତ ବାରତା ।୧୧୮।ଦିନେକ ଅଳସୁଆ ଭାରିଜା କତିରେଣ ବସିସେ ଅନନ୍ତା ଭାରିଜା ପୁଚ୍ଛଇ ହୋଇଣ ବିଶ୍ୱାସି ।୧୧୯।କାହିଂ ଦୁଖ ପଡ଼ି ନଯାନ୍ତି ତୁମ୍ଭର ଯେ ପ୍ରହୁୟେତେକ ସମ୍ପଦ ସଂଘାତୁଣୀ ଅର୍ଜିଲ ତୁମ୍ଭେ କାହୁଂ ।୧୨୦।ବହୁତ ବିଶ୍ୱାସି ପଚାରିଲା ସେ ସଦିଭାବେସ୍ତିରୀମାତ୍ରକ ସିନା କହିଲା ପ୍ରସ୍ତାବେ ।୧୨୧।ଶୁଣସି ଗୋ ସଂଘାତୁଣୀ ୟେ ବଡାଇ ଦୁଲଭ କଥାମୋହୋର ସ୍ୱାମୀ ଚିରି ଲୋଡୁଥିଲା ଯେ ବିଷ୍ଣୁ ପାଷାଣ ଦେବତା ।୧୨୨।ଡରେଣ ସତ୍ୟ କଲେ ଶ୍ରୀଜଗନ୍ନାଥେଚାଉଳ ପାଞ୍ଚମାଣ କଉଡ଼ି ପାଞ୍ଚବୋଡ଼ି ସେ ଦିଅନ୍ତି ଆମ୍ଭନ୍ତ ନିତ୍ୟେ ।୧୨୩।ବେନିମାଣ ବେନିବୋଡ଼ି ସେ ଲାଗଇ ଆମ୍ଭର ଆହାରତିନିମାଣ ତିନିବୋଡ଼ି ଯେ ବଞ୍ଚଇ ପ୍ରତିଦିନର ।୧୨୪।ତେଣୁକରି ସଂଘାତ ଆମ୍ଭର ଗୃହବାସ ହୋଇଶୁଣିଣ ଅନନ୍ତା ଶୂଦ୍ର ଭାରିଜା ବେଗେ ଉଠିଣ ଆସଇ ।୧୨୫।ଅନନ୍ତା ଶୂଦ୍ର ଆଗେ ଯେ କହିଲା ତାର କଥାଚିରି ଲୋଡନ୍ତେ ଧନ ଦିଅଇ ବିଷ୍ଣୁ ପାଷାଣ ଦେବତା ।୧୨୬।ଶୁଣି ଅନନ୍ତା ଶୂଦ୍ର କରେ କୁଠାରେକ ଘେନିସେହି ଦେଉଳ ଭିତରେ ସେ ପଶିଲା ରୟଣୀ ।୧୨୭।ଆକ୍ରୋଷି ଧଇଲା ସେ ରୁଦ୍ର ପାଷାଣ ଦେବତାକଇଂତଳେ ପକାଇ କୋଠାର ଘେନି ହାଣିତେ ଲୋଡଇ ।୧୨୮।ଲହ ଲହ ଜିଭ୍ୟା ଅତୀୟ ବିକଟାଳପାଷାଣୁଂ ବାହାର ହୋଇଲେ ସେ ଦେବ ଯେ ସୁଢଳ ।୧୨୯।ବୋଇଲା ନହେଣ ବିଦାରିବି ତୋହୋର ବୁକୁତୁ କେହ୍ନେ ଚିରି ଲୋଡୁ ଅଛୁରେ ଆମ୍ଭକୁ ।୧୩୦।ବିକଟାଳ ରୂପ ଦେଖିଣ ତ୍ରାସିଲା ଅନନ୍ତାବୋଇଲା ସ୍ୱାମୀ ଅଳସୁଆକଇଂ ଦୟାକଲେ ଯେ ନାରାୟଣ ଦେବତା ।୧୩୧।ସେ ଅଳସୁଆକୁ ଚାଉଳ କଉଡ଼ି ଦେଉଥାଉ ନିତିମୋତେ କିମ୍ପେ ତୁମ୍ଭର ୟେମନ୍ତେ ବିକଟାଳ ମୂରତି ।୧୩୨।ବୟଦନ୍ତି କପାଳୀ ଯେ ତ୍ରିଲୋଚନ ଶୂଳୀଧର୍ମ କେହ୍ନେ ଲଂଘି ଲୋଡୁରେ ତୋହୋ ଭଳି ।୧୩୩।ମୂର୍ଖ ଅଳସୁଆ ପାମର ମନ୍ଦଜାତିମୂର୍ଖ ଲୋକଂକୁ ଆମ୍ଭେ ଦେବତାୟେ କରୁଂ ଭୀତି ।୧୩୪।ଦୁଖ କଷ୍ଟେ ପଡ଼ି ଗ୍ୟାନ ତୋହୋର ଅଛିଶାହାସ୍ର ସଙ୍ଗତେ ତୋହୋର ଧର୍ମକୁ ଗ୍ୟାନ ବାଛି ।୧୩୫।ଦେବତା ଅସୁର ଯେ ମାନବ ରୂପ କାୟେଅସୁର କଳା ଲୋକନ୍ତୁ ଆମ୍ଭେ ଦେବତାୟେ କରୁଭୟେ ।୧୩୬।ତୁ ଯେ ଭୋଖୀ ଶୋଷୀ ଦେବତା ବ୍ରାହ୍ମଣ ଅତିଥେ ଅନ୍ନ ଦ୍ୟନ୍ତାଗ୍ୟାନ ଥିଲା ପ୍ରାଣୀଂକି ଯେ ନ ଡରନ୍ତି ଦେବତା ।୧୩୭।ୟେହୁ ଆମ୍ଭନ୍ତ ଡରାଇ ବ୍ରତିଅଛି ପାମର ମନ୍ଦ ଦୁଷ୍ଟଯମ ଲୋକେ ଦେଖୁ କିନା ୟେହାର ଦୁଖ କଷ୍ଟ ।୧୩୮।ପାପ ଆଚାରକଇଂ ଯେ ଅଛଇ ତୋହୋର ଭୟେଆର ଜନ୍ମକଇଂ ହୋଇବୁଟି ସାଧୁ ଗୋଟିୟେ ।୧୩୯।ସ୍ୱାମୀଂକର ତହିଂ ୟେସନେକ ବାକ୍ୟ ଶୁଣିବାହୁଡାଇ ପ୍ରତିମାକୁ ବସାଇଲା ଆଣି ।୧୪୦।କୁଠାର ଘେନିଣ ସେ ନିଜ ପୁରେ ଯାଇଂଭାରିଜାକୁ ବୋଇଲା ବଡ ଭୟେ କଲି ମୁହିଂ ।୧୪୧।ଆରବେଳେ ସଖିଗୋ ୟେହା ମୋତେ ନ ବୋଲିବୁ କଦାଚିତେଅନାହାରେ ଯାଉ ପ୍ରାଣ ୟେହା ନୋହିବ ମୋ ହାଥେ ।୧୪୨।ସେହି ଅଳସୁଆ ତହିଂ ଭୋଗ ଭୁଞ୍ଜୁଥିଲାସମୟ ଆସନ୍ତେ ତାକୁ କାଳ ଗ୍ରାସ କଲା ।୧୪୩।ଯମ କିଂକର ତାହାକୁ ଧରି ନେଇଗଲେଯମକୁ ଦିଅନ୍ତେ ଯମ ବହୁତ ଦଣ୍ଡ ଦିଲେ ।୧୪୪।ଅନନ୍ତ ଶୂଦ୍ର ମରନ୍ତେ ସରିଲା ଦୁର୍ଗତିକାଞ୍ଚୀ ନଗ୍ରେ ହୋଇଲା ସେ ରାଜା ଚକ୍ରବତୀ ।୧୪୫।ୟେହା କହିଣ ଶକୁନି ପୁଣି ବୋଲେ ଗୀରଅଳସୁଆ ପ୍ରାୟେ ଅଟେ ଅନ୍ଧର କୁମର ।୧୪୬।ତୁହି ଯେ ଅଟୁ ଦରିଦ୍ର ଅନନ୍ତାର ପରିପାରିବୁ ତୁ କାହିଂ ପାପ ଆଚରଣ କରି ।୧୪୭।ଭୋଗ ଭୁଞ୍ଜୁଥିଲା ବସି ଅଳସୁଆ ମଲାଯମଦେବତା ତାହାକୁ କି ଦୁଖ ନ ଦିଲା ।୧୪୮।ତୁହି ୟେବେ ପାଉଅଛୁ ଯେଉଂପରି ଦୁଖସେହି ପରିମାଣେ ହେବ ତୋର ପରମ ଯେ ସୁଖ ।୧୪୯।ଶକୁନି ବୋଇଲା ବାବୁ ଶୁଣ ତୁ ଯୁଝେଷ୍ଠିସେ ଅଳସୁଆ ତୁଲେ ଲେଖା କରିବ ଧୃତରାଷ୍ଟ ପୁତ୍ରଗୋଟି ।୧୫୦।ତୁ ଯେ ଦରିଦ୍ର ଈଶ୍ୱର ବୋଲାଇ ତୋର ବାନାପାପ ଆଚାରେ ତୁ ପଶିବୁ କେସନା ।୧୫୧।ଛାଡ ହୋ ରାଗ ମୋହ ହିଂସା କର ତେଜ୍ୟାପୁଣିହିଂ ସମୟେକେ ତୁହୋ ବନବାସ ଯା ଯା ।୧୫୨।ଶକୁନିର ବଚନେ ବୋଇଲେ ଧର୍ମରାୟେବନବାସ ଗଲି ମାମୁଂ ଅର୍କତୀର୍ଥୁଂ ହିମଗିରି ଯାୟେ ।୧୫୩।ମୋହୋର ନ ଗମିଲା ନାହିଂନା ହାଦେ ଆନ ତୀର୍ଥୟେବେ ଜାଣିମା ମାମୁଂ ତୁମ୍ଭର କ୍ଷତୀବୃତ୍ତ ।୧୫୪।ତୁ ମହାମନ୍ତ୍ରୀ ପଣ୍ଡିତ ଭିଗ୍ୟଂ ଅଟୁ ହୋ ସୁବୁଦ୍ଧିଆବର ପାଣ୍ଡବେ କଉରୋବ ନୋହନ୍ତେ କଦାଚିତେ କଥାସନ୍ଧି ।୧୫୫।ୟେ ତୋହୋର ହିତପଣ ମୁହିଂ ଜାଣଇ ଯେ ଭଲେସମୟେକେ କଉରୋବ ୟେବେ ବନବାସ ଗଲେ ।୧୫୬।ଆମ୍ଭେ ସମୟେକେ ପଞ୍ଚୁରାଜ୍ୟେ ହୋଇବୁ ଯେ ରାଜାୟେହା ନିର୍ବାଣ କରି ମାମୁଂ ଭିଆଇଆସ ଯା ଯା ।୧୫୭।ନିରାଧାର ବଚନ ବୋଲନ୍ତି ଧର୍ମରାୟେୟେ ମୋହୋର ଦୃଢବାକ୍ୟ ଶୁଣିମ ମାମୁଂ ହେ ।୧୫୮।ୟେସନେକ କହନ୍ତେ ଯେ ଆଦିତ୍ୟ ଅସ୍ତଗଲେଶକୁନି ସହଦେବ ବାସୁଦେବ ୟେକତ୍ୱ ହୋଇଲେ ।୧୫୯।ଶକୁନି ବୋଇଲା ଦେବ ଶୁଣ ଜଗନ୍ନାଥକୁରୁ ପାଣ୍ଡବ ସନ୍ଧି କରିବା ତୁମ୍ଭର ବିଚାର କେମନ୍ତେ ।୧୬୦।ଗୋବିନ୍ଦେ ବୋଇଲେ ଶକୁନି ତୁ କେମନ୍ତେ ବିଚାରୁସନ୍ଧି ବିସନ୍ଧି ତୁ କେମନ୍ତେ କରି ଲୋଡୁ ।୧୬୧।ଶକୁନି ବୋଇଲା ହରି ତୋହୋର ପରସାଦେକୁରୁ ପାଣ୍ଡବେ ୟେକଆତ୍ମା କରିପାରଇ ମୁଂ ହାଦେ ।୧୬୨।ତୁ ଯେମନ୍ତେ ଆଗ୍ୟାଂ ହୋ ଦେବୁ ବାସୁଦେବତୋହୋର ଆଗ୍ୟାଂୟେ ସିନା ବ୍ରତୁଂ ଆମ୍ଭେ ସର୍ବ ।୧୬୩।ଭାରା ନିବାରଣ ହରି କରିବା ନିମନ୍ତେପାଣ୍ଡବେ ଯୁଝେଷ୍ଠି ଭୀମ ଅର୍ଜୁନ ନକୁଳ ସହଦେବ ୟେହାନ୍ତ କରିଅଛୁଂ ଜାତେ ।୧୬୪।ୟେ ପଞ୍ଚୁପାଣ୍ଡବେ ଯେ ଅଟନ୍ତି ୟେକଆତ୍ମାଯୁଝେଷ୍ଠି ଦେବେ ଯେ ପ୍ରତକ୍ଷେ ପରମାନନ୍ଦ ମହାତ୍ମା ।୧୬୫।ହରି ଅନନ୍ତ ବ୍ରହ୍ମାଣ୍ଡର ଅଟୁ ତୁହି ରାୟେମୁହିଂ ମନ୍ତ୍ରୀ ପାତ୍ର ସହଦେବ ଦ୍ୱାରପାଳ ଭୀମ ଧନୁର୍ଜୟେ ।୧୬୬।ନୀଳେନ୍ଦୀଦଳ ସ୍ୱୀମୀ ବିଷ୍ଣୁର ଆଗ୍ୟାଂ ପରମାଣେମହୀଭାରା ନିବାରଣ ଆମ୍ଭେ କରିବା ପଞ୍ଚୁଜଣେ ।୧୬୭।ଅଥବା ଭାରା ନିବାରଣ ୟେବେ ନ କରିବା ବସୁମତୀଆଗ୍ୟାଂ ଦେବା କୁରୁନାଥ ପାଣ୍ଡବନ୍ତ ମୁଂ କରାଇବି ପୀରତି ।୧୬୮।ଗୋବିନ୍ଦେ ବୋଇଲେ ଶକୁନି ମହାଭାରା ଉଶ୍ୱାସ ହୋଉୟେମାନେ ଥିଲେ କଳିଯୋଗ ଭୋଗ୍ୟ ହୋଇବାକ ଆର କାହୁଂ ।୧୬୯।ଶକୁନି ବୋଇଲା ସହଦେବ ବାସୁଦେବ ଆମ୍ଭେ ତିନିପାଣ୍ଡବଂକର ନିମନ୍ତେ ଆମ୍ଭେ ବ୍ରତୁଂ ହିତ ଘେନି ।୧୭୦।ଶକୁନି ବୋଇଲା ହରି ପାଣ୍ଡବନ୍ତ ଘେନିସାଂଗ୍ରାମ ଭୂମିକି ଅନକୂଳ କର ନାଥ ଆଜ ପ୍ରଭାତ ରଜନୀ ।୧୭୧।ଆହୋ ଜଗଭୁତ ଆରେକ ସଂଶୟ କଥା ପୁଚ୍ଛଇ ଦେବ ତୋତେପାଣ୍ଡବେ ପୂର୍ବଭାଗ ପାଆନ୍ତି ଯେମନ୍ତେ ।୧୭୨।ତେବେ ସେ ଯଶକଥା ହୋଇବ ଦେବହରିପାଣ୍ଡବଂକ ହିତେ ଯେବେ ଜାତ ମଧୁପୁରୀ ।୧୭୩।ହରି ସକଳ ଗୁଣେ ନିର୍ବାଣ ତୁ ଅଗୋଚର ଅବା କିସ ତୋତେସାଂଗ୍ରାମ କଥା ୟେବେ ହୋଇଲା ସତ୍ୟେ ସତ୍ୟେ ।୧୭୪।ବଦୟନ୍ତି କେଶବ ତୁମ୍ଭେ ଶୁଣ ମହାଦନ୍ତ୍ରୀକୁରୁବଳ ସଇନ୍ୟେ ଛନ୍ତି ଅନେକ ଯେ ରଥୀ ।୧୭୫।ସର୍ବେହେଂ ପାଞ୍ଚଭାଇ ଅଛନ୍ତି ସଙ୍ଗତେକେମନ୍ତେ ନାଶ ହୋଇବେ ଯୁଦ୍ଧ ଯେ ଯୁଗତେ ।୧୭୬।ଶକୁନି ବୋଇଲା ହୋ ଶୁଣ ଦଇତାରିପରମାନନ୍ଦ ପୁରୁଷ ତୁ ଯାହା ଅଛୁ ବିଚାରି ।୧୭୭।ସକଳ ବ୍ରହ୍ମାଣ୍ଡ ନାଥ ତୋହୋର ଗର୍ଭଗତେୟେ ତୋହୋର ହୃଦରୁ ହୋଉଅଛି ଜାତେ ।୧୭୮।ହରି ଭୀଷ୍ମର ଛାମୁକୁ ଯେ ଶ୍ରୀଖଣ୍ଡୀ ସରିସେନାଦ୍ରୋଣ ଗୁରୁଂକୁ ଧୃଷ୍ଟଦ୍ୟୁମନେ ଛନ୍ତି ନିନା ।୧୭୯।କର୍ଣ୍ଣକୁ ଅଛନ୍ତି ନିନା ପାଣ୍ଡବ ଧନୁର୍ଜୟେଶଲ୍ୟ ଯୁଝେଷ୍ଠିଂକ ହାଥେ ଯିବ କ୍ଷୟେ ।୧୮୦।ଦ୍ରିଯୋଧନ ଶତେଭାଇଂକି ଅଛି ବୀରଭୀମାଭୂରିଶ୍ରବାଂକୁ ଅଛିନା ସାତୁକୀ ମହାତମା ।୧୮୧।କଉରୋବ ବଂଶ ନାଶଯିବା ଶକୁନି କୂଟବୁଦ୍ଧିବହନ କରି କର ଉପାୟେ ବଂଶ ନାଶଯିବାର ବିଧି ।୧୮୨।ହରି ମୁକୁଇ ନାଶ କରିବ ସହଦେବ ମନ୍ତ୍ରୀୟେହେନେକ ନିରିବାଣ ଧାତା ପୂର୍ବେ କରିଛନ୍ତି ।୧୮୩।ଗୋବିନ୍ଦେ ବୋଇଲେ ଶକୁନି ତୁ ଥିବୁନା ସମୟେଆମ୍ଭର ତୁଲେ ପଛେ ଯିବୁନା ସର୍ଗ ଯାୟେଂ ।୧୮୪।ଦ୍ରିଯୋଧନ ବୋଲିଣ ଯେବଣ ମହାରାଜାଗାନ୍ଧାରୀ ନନ୍ଦନ ସେ ମୋହୋର ଭଗ୍ନୀଜା ।୧୮୫।ମୋହୋର ବଂଶ ଦ୍ରିଯୋଧନ ପଥର ଘରେ ଭରିବିନା ଦୋଷେ କୁଟୁମ୍ୱ ମୋର ପକାଇଲା ମାରିସେ ଚରିତମାନ ମୁଂ ହୃଦରେ ଅଛି ଧରି ।୧୮୬।ମୁହିଂ ଯେ ପିତୃଲୋକଂକର କାର୍ଯ୍ୟ କରିବିତାହାନ୍ତ ନାଶିଲେ ମୁଂ ଯେ କାରଣ ପାଇବି ।୧୮୭।ଦ୍ରିଯୋଧନ ବଂଶ ନାଶ କରିବଇଂ ଯେବେଶତେ ଭଣଜାଂକୁ ମରାଇଲେ ମୋହୋର ମନ୍ତ୍ରୀପଣ ତେବେ ।୧୮୮।ମାତୁଳର ଗ୍ୟାନେ ଯେବେ ଭଣଜାକୁ ପଡଇ ପରମାଦୟେତେ ଦୋଷ ସରି ଗୋ ବ୍ରାହ୍ମଣ ଶିରଚ୍ଛେଦ ।୧୮୯।ହରି ଶତେକ ଭଣଜାନ୍ତ ମରାଇବି ମୁହିଂତେଣେ କରି ଗୋହତ୍ୟା ବ୍ରହ୍ମହତ୍ୟା ତିରୀହତ୍ୟା ପାଇବଇଂ ।୧୯୦।ଅପାର ହତ୍ୟାଦୋଷ ହରି ହୋଇବାକ ମୋତେକିଛିମାତ୍ର କାରଣ ମୋତେ ପାଣ୍ଡବଂକ ନିମନ୍ତେ ।୧୯୧।ହରି ତୋହୋର ମୁଖ ଚାହିଂ ଭାରତ ଯୁଦ୍ଧରେ ପଡ଼ିଲେନାନା ପାତକ ଖଣ୍ଡିବ ରଣଯଗ୍ୟଂ କଲେ ।୧୯୨।ଆହୋ ଚଇତନ ସନ୍ଦେଶ ବାରତା ଯହୁଂ କହିଲା ଶକୁନିଶୁଣିଣ ସନ୍ତୋଷ ହୋଇଲେ ଦେବ ଚକ୍ରପାଣି ।୧୯୩।ଚଳଇ ଶକୁନି ଯେ ଆପଣା ଭୁବନେଣପ୍ରବେଶ ହୋଇଲା ମାନଗୋବିନ୍ଦ ସନ୍ନିଧ୍ୟେଣ ।୧୯୪।ସକଳ ସନ୍ଦେଶ ମାନଗୋବିନ୍ଦକଇଂ କହିରାତ୍ର ପ୍ରଭାତେ ସଜ ହୋଇଲା ମାନଗୋବିନ୍ଦାଇଂ ।୧୯୫।ୟେସନେକ ସମୟେ ଶୁଣ ହୋ ଚଇତନସହଦେବ ବାସୁଦେବ ବିଜୟେ ୟେକଇ ଆସନ ।୧୯୬।କଳିକାଳ ପୁରୁଷଂକୁ ସୁମରିଲେ ଜନାର୍ଦ୍ଦନପ୍ରବେଶ ହୋଇଲେ ଆସି ସେହୁ ବେନିଜନ ।୧୯୭।ନାରାୟଣଂକ ଚରଣେ ପ୍ରଣପତ୍ୟ ବେନିବୋଇଲେ କିମର୍ଥେ ଆମ୍ଭନ୍ତ ସୁମରିଲେ ଦେବ ଚକ୍ରପାଣି ।୧୯୮।ଗୋବିନ୍ଦେ ବୋଇଲେ ହୋ ଦ୍ୱାପର ଯୁଗ ଗଲାକଳିଯୁଗ ଆସି ୟେବେ ପ୍ରବେଶ ହୋଇଲା ।୧୯୯।କୁରୁ ପାଣ୍ଡବେ ପ୍ରୀତି ହୋଇଲେ ତୋହୋର ଯୁଗଭୋଗ କାହିଂଯେମାନେ ନଶିଲେ ରାଜା ହୋଇବୁ ସିନା ତୁହି ।୨୦୦।କାଲି କୁରୁକ୍ଷେତ୍ର ମଣ୍ଡଳ ଯେ ବେନିଭାଗ ହୋଇବଓହୋକୁଳ ମଧ୍ୟସ୍ଥ ଯେ ବିଦୁର ଗୁଳା ଦେବ ।୨୦୧।କଳିକାଳ ତୁମ୍ଭେ ସୁବର୍ଣ୍ଣର ବେନିକାଠି ହୋଇପଡ଼ିଣଥିବ ତୁମ୍ଭେ ସାଂଗ୍ରାମ ମଧ୍ୟଭୂଇଂ ।୨୦୨।ଯୁଝେଷ୍ଠିଦେବ ଯେଉଂଣ ଖଣ୍ଡି ଘେନିମଯତନେ ସେ ପୂର୍ବଭାଗେ ଈଶାନ୍ୟେ ପଡ଼ିବ ।୨୦୩।ପଛିମ ଭାଗେ ପଡ଼ିବ ଦ୍ରିଯୋଧନ କାଠିତେବେ ସେ ଖଣ୍ଡଣ ଯିବନା ମହୀଭାରା ଅରଷ୍ଟି ।୨୦୪।ହରିର ଆଗ୍ୟାଂ ପ୍ରମାଣେ ସେ କଳିକାଳେ ବେନିକୁରୁକ୍ଷେତ୍ର ମଣ୍ଡଳେ ପଡ଼ିଲେ ଅନକୂଳ ଘେନି ।୨୦୫।ମାର୍ଗଶୀର ତ୍ରୟୋଦଶୀ ବୁଧବାର ଦିନରୋହିଣୀ ନକ୍ଷତ୍ରକୁ ଯେ ଭୋଗ୍ୟ ସେହି ଦିନ ।୨୦୬।ତୈତିଳ ନାମେ କରଣ ଶୁଭନାମେ ଯୋଗବିଛା ସଂକ୍ରାନ୍ତିକି ଯେ ତ୍ରିଂଶଦିନ ଭୋଗ ।୨୦୭।ସେ ଦିନ ରାତ୍ର ପାଞ୍ଚଘଡ଼ିଥାଉଂ କଉରୋବେଥାଠ ଘେନି ଚଳିଲେ ସେ ବଡ଼ାଇ ସମ୍ଭର୍ବେ ।୨୦୮।ଆହୋ ଦ୍ରିଯୋଧନ ରାଜାର ପୁନର୍ବସୁ ଯେ ମିଥୁନ ରାଶିରୋହିଣୀ ନକ୍ଷତ୍ରକୁ ହେଲା ବିପତ୍ତି ତାର ଆସି ।୨୦୯।ପୁଷ୍ୟାକୁ ରୋହିଣୀ ପୁଣି ସାଧକ ଅଟଇ ଯେ ତାରଯୁଝେଷ୍ଠି ଦେବଂକୁ ଶୁଭଯୋଗ ସେ ଦିନର ।୨୧୦।ମାନଗୋବିନ୍ଦର ତୁଲେ ସାତପଦ୍ମ ରଥୀ ପନ୍ଦର ମେବଚ୍ଛ ହାଥୀବେନି ସାଗର ମୁକୁଟବନ୍ଧା ଯୋଦ୍ଧା ପାଞ୍ଚ ମର୍ଭୁତ ସେନାପତି ।୨୧୧।ଭୀଷ୍ମ ଦ୍ରୋଣ କର୍ଣ୍ଣ ଶଲ୍ୟ କୃପ ସୋମଦତ୍ତୟେ ଛଡ଼ ମହାରଥୀ ତୁଲେ ବତିଶ ସହସ୍ରରଥ ।୨୧୨।ଲକ୍ଷେକ ପାଟଛତ୍ର ବେନିଲକ୍ଷ ଉଦଣ୍ଡଆଲମ୍ୱ ଚାରିଲକ୍ଷ ପାଞ୍ଚଲକ୍ଷ ମୟୂର ଝାଲ ଛତ୍ରଖଣ୍ଡ ।୨୧୩।ୟେକଲକ୍ଷୀ ପାଞ୍ଚଲକ୍ଷୀ ଉଠନ୍ତି ବେନିକୋଟିଲକ୍ଷେକ ଶଙ୍ଖ ଫୁରଇ ସୁବର୍ଣ୍ଣ ବନ୍ଧା ହେଟି ।୨୧୪।ୟେଗାର କ୍ଷଉଣୀ ବଳ ଘେନି ବଡାଇ ସମ୍ଭର୍ବେବିଜୟେ ମାନଗୋବିନ୍ଦ ସଙ୍ଗେ ଦ୍ରୋଣଗୁରୁ ଗାଙ୍ଗବେ ।୨୧୫।ଆହୋ ଚଇତନ ପାଣ୍ଡବ ପାଞ୍ଚେହେଂ ସାତୁକୀ ବାସୁଦେବେଥାଠ ସଇନା ତୁଲେ ନାହିଂ ସାତଜଣ ସର୍ବେ ।୨୧୬।ଆଠ ସହସ୍ର ଆଠଶ ଚଉରାଶୀ ପହଣ୍ଡେକୋଶେକ କରି ୟେହା ସ୍ରିଜିଲେ ମାରକଣ୍ଡେ ।୨୧୭।ଚାରିକୋଶ ଯୋଜନେକ ଶାହାସ୍ର ସଙ୍ଗତପଞ୍ଚୁ କଟକ ମଧ୍ୟେ ବାରଯୋଜନ କୁରୁକ୍ଷେତ୍ର ।୨୧୮।ପଛିମେ ହସ୍ତିନା ପୂର୍ବେଣ ଜଇନ୍ତିନାଦକ୍ଷିଣେ ଇନ୍ଦ୍ରପ୍ରଶସ୍ତ ଯମପ୍ରଶସ୍ତ ଉତ୍ତରେ ବାରୁଣା ।୨୧୯।ୟେ ପଞ୍ଚୁ କଟକର ମଧ୍ୟେ ଦ୍ୱାଦଶ ଯୋଜନ କୁରୁକ୍ଷେତ୍ର ଭୂମିଛଡ ଛଡ ଯୋଜନ କରି କଲେ ଭାଗ ବେନି ।୨୨୦।ପୂର୍ବ ପଛିମ କରିଣ କଲେ ବେନିଭାଗଧୂଶାସନ ପୂର୍ବଭାଗ ଆବୋରିଲା ବେଗ ।୨୨୧।ଭୀମସେନ ବୋଇଲା ପୂର୍ବଭାଗ ଯେ ଆମ୍ଭରଆନ୍ୟୋଅନ୍ୱି ହୋଇଲେ ତହିଂ ୟେକଇ ଭାଗର ।୨୨୨।ଯେବଣ ଭୂଇଂ ଯଶ ତହିଂକି ସର୍ବେ ବଢିଅଯଶ ଭୂଇଂକି ଯେ ସମସ୍ତେ ଯାନ୍ତି ଛାଡି ।୨୨୩।ଭୋ ରାଜନ ୟେକଇ ଭାଗ ଯହୁଂ ଆବୋରିଲେ ବେନିରହ ରହ ଭୀମ ଧୁଶାସନ ବୋଲି ବୋଇଲା ଶକୁନି ।୨୨୪।ପ୍ରଥମ ଅନକୂଳହୁଂ କିଂପା କର ଗୋଳମେଳାଦୁଇ କୁଳ ମୁଖ୍ୟ ଦେବା ଧର୍ମଗୁଳା ।୨୨୫।ଶକୁନିକୁ ସନ୍ନିଧ୍ୟକୁ ରାଇଲେ ଜଗନ୍ନାଥଆମ୍ଭେତ ନ ଜାଣୁ ମନ୍ତ୍ରୀ ଗୁଳାଭାଗ କେମନ୍ତ ।୨୨୬।ଶକୁନି ବୋଇଲା ଦେବ ଭଲ ମଧ୍ୟସ୍ଥ ଜଣେଦୂରପ୍ରାୟେ ହୋଇଥିବ ନ ଚାହିଂବ ୟେଣେ ।୨୨୭।ଦୁଇ ରାଜାୟେ ଘେନିମା କାଠି ଦୁଇଖଣ୍ଡିମଧ୍ୟସ୍ଥ ହାଥରେ ଦେବା କରିଣ ୟେକରୁଣ୍ଡି ।୨୨୮।ସେ ଦୁଇକାଠି ନେଇ ଦୂର ମଧ୍ୟସ୍ଥ ଲୋକ ହାଥରେ ଦେବସେ ବେନିଖଣ୍ଡି କାଠି ମଧ୍ୟସ୍ଥ ପୂର୍ବେ ପଛିମେ ପକାଇବ ।୨୨୯।ଯାହାର ଖଣ୍ଡି ଯେଉଂଶ ଭାଗେଣ ପଡଇକର୍ମକୁ ଆଦରିଣ ସେ ତାହା ଆବୋରଇ ।୨୩୦।ବିଦୁରକୁ ରାଇଣ ବୋଇଲେ କୁରୁପତିତୁ ପିତା ଓହାଡ ହୋଅ ବାରୁଣାବନ୍ତ କତି ।୨୩୧।ରାଜାର ଆଗ୍ୟାଂ ପାଇଂ ମଧ୍ୟସ୍ଥ ପଣେ ଗଲେକ ବିଦୁରେବାରୁଣାବନ୍ତ ଓହାଡ଼େ ରହିଲା ପଞ୍ଚୁ ଯୋଜନରେ ।୨୩୨।କେ କିସ ପଦାର୍ଥ ଘେନିମା ବୋଲି ଅନ୍ୟେଷଇ ଧୃତିରାଷ୍ଟିଦେଖିଲା ଭୂମିରେ ପଡିଅଛି ସୁବର୍ଣ୍ଣର ବେନିକାଠି ।୨୩୩।ଦେଖିଣ ଆଶ୍ରିଜ ଯେ ହୋଇଲା ଦ୍ରିଯୋଧନ ପଞ୍ଚୁମନକେ ୟେହା ନିବାଡ଼ି ଥୋଇଅଛି ଯତନ ।୨୩୪।ଅଷ୍ଟରତ୍ନ ଜଡ଼ିତ ସୁବର୍ଣ୍ଣର ବେନିକାଠି ଲାଗିବଡ଼ଖଣ୍ଡି ମାନଗୋବିନ୍ଦ ଆବୋରିଲା ଅତିବେଗି ।୨୩୫।କାଠି ଘେନି ଦ୍ରିଯୋଧନ ବୋଇଲା ଶୁଣ ଜଗନ୍ନାଥେୟେହା କେ ସଞ୍ଚିତ କରି ଥୋଇଲାକ ୟେଥେ ।୨୩୬।ଗୋବିନ୍ଦେ ବୋଇଲେ ତୁ ପନ୍ନଗା ନାରାୟଣକିସ ଅପୂର୍ବ ତୋତେ ୟେ ଦଇବ ନିର୍ବାଣ ।୨୩୭।କଣୟ ପଦ୍ମ ଚାଲନ୍ତେଣ ଯାହାର ପୃଥୀରେଣ ଫୁଟିକିସ ଅପୂର୍ବ ତୋତେ ସୁବର୍ଣ୍ଣ ବେନିକାଠି ।୨୩୮।ଚକ୍ରକୂଟ ବୁଦ୍ଧିକି ମାନବେ ଗୋଚର କାହିଂଉପାୟେ ବୁଦ୍ଧିକଲେ ଦେବ ତ୍ରଇଲୋକ୍ୟର ସାଇଂ ।୨୩୯।ଦ୍ୱାଦଶ ଆଙ୍ଗୁଳ କାଠି ଖଣ୍ଡି ଧଇଲା ଦ୍ରିଯୋଧନଛଡ ଆଙ୍ଗୁଳ ଖଣ୍ଡି ଘେନିଲେ ଯୁଝେଷ୍ଠି ରାଜନ ।୨୪୦।ଦୁଇ ନୃପତି ତାହା ଘେନିଲେ ୟେକଚିତ୍ତନେଇଣ ସମର୍ପିଲେ ଜଗନ୍ନାଥଂକର ହାଥ ।୨୪୧।ଗୋବିନ୍ଦ ହାକଦିଲେ ଐସ ହୋ ବିଦୁରଅମ୍ୱୁବତୀ ନନ୍ଦନ ବିଜୟେ ଆସି ସନ୍ନିଧ୍ୟର ।୨୪୨।ସୁବର୍ଣ୍ଣର ବେନିକାଠି ଯେ ଘେନିଲେ ଜଗନ୍ନାଥେଧର୍ମ ସୁମରି ଦିଲେ ନେଇ ବିଦୁରର ହାଥେ ।୨୪୩।କରେଣ କାଠି ଘେନି ବିଚାରଇ ବିଦୁର ମହାତମାମୋତେ କିସ ଗୋଚର ତୁହି ସେ ଜାଣୁନା ପୁରୁଷଂକ ଉତ୍ତମା ।୨୪୪।କେବଣ ଖଣ୍ଡି କାହାରଟି ମୋହୋର ଗ୍ୟାନ ନାହିଂପରମାନନ୍ଦ ପୁରୁଷ ବିଚାର କର ତୁହି ।୨୪୫।ପୂର୍ବଭାଗ ଯେମନ୍ତେ ପାବନ୍ତି ଯୁଝେଷ୍ଠିତେବେ ପାଣ୍ଡବଂକର ଫିଟଇନା ଅରଷ୍ଟି ।୨୪୬।ବିଦୁର ମହାତମା ନିରୋପଇ ବେନିକାଠିଜ୍ୟେଷ୍ଠଖଣ୍ଡି ଘେନିଥିବେ ଜ୍ୟେଷ୍ଠଭାଇ ଯୁଝେଷ୍ଠି ।୨୪୭।ଜ୍ୟେଷ୍ଠଖଣ୍ଡି ଯେ ସାନଭାଇ ଦ୍ରିଯୋଧନ ହୋଇବହୃଦଗତେ ବିଦୁର ପ୍ରବେଶ ସଦିଭାବ ।୨୪୮।ବଡଖଣ୍ଡି ଘେନିଣ ପକୀଇଲା ପୂର୍ବଭାଗେସାନଖଣ୍ଡି ଘେନି ପକାଇଲା ପଛିମ ଦିଗ ଲାଗେ ।୨୪୯।ଯଶ ଦେଖି କଉରୋବେ କଲେ ଶଙ୍ଖଧୁନିପୂର୍ବଭାଗ ଆବୋରିଲେ କୁରୁବଳ ସଇନି ।୨୫୦।ସମସ୍ତ ଯୋଦ୍ଧାମାନେ ଯେ ସାନନ୍ଦ କଉରୋବେମନରେ ବିଷାଦ ଯେ ହୋଇଲେ ପାଣ୍ଡବେ ।୨୫୧।ଗୋବିନ୍ଦେ ବୋଇଲେ ଗୋଳ ନ କର ହୋ ଆଗପରିମାଣି ବୁଝିମାନା କାହାର କେଉଂ ଭାଗ ।୨୫୨।ପୂର୍ବଭାଗ ଖଣ୍ଡିକ ସେ ଶକୁନି ତୋଳିଣ ଆଣିଲାମାପନ୍ତେ ଛଡ ଆଙ୍ଗୁଳି ସେ ଯଥାର୍ଥ ହୋଇଲା ।୨୫୩।ପଛିମ କାଠି ଖଣ୍ଡିକ ମାପିଲା ଶକୁନି ମନ୍ତ୍ରୀବରଦ୍ୱାଦଶ ଆଙ୍ଗୁଳ ହୋଇଲା ଦ୍ରଯୋଧନର ଆଗର ।୨୫୪।ମାୟାଧର ପୁରୁଷ ତହିଂ ଭିଆଇଲେ ଚକ୍ରକୂଟକଳିକାଳ ପୁରୁଷ ତୋହି ହୋଇଵେ ଉଲଟ ପାଲଟ ।୨୫୫।ନାରାୟଣର ଆଗ୍ୟାଂୟେ ତକ୍ଷଣେ ଲେଉଟିସାନ ବଡ ହୋଇଲା ବଡ ସାନ ହୋଇଲାକ କାଠି ।୨୫୬।ଜୟେ ଜୟେ ଶଙ୍ଖନାଦ କଲେକ ପାଣ୍ଡବେଅନେକ ସାନନ୍ଦେ ଆବୋରିଲେ ପୂର୍ବଭାଗେ ।୨୫୭।ଜୟତୁ ମାଧବ ସହସ୍ର ପାପ ପୁଣ୍ୟଂ ତୁହି ସେ ଉଦାସୀମାୟା ମୋହୋ ସଂସାରେ ପାପ ଯହୁଂ ଧଂସି ।୨୫୮।ଯାହାକୁ ସାହାପକ୍ଷ ଦେବାଧି ଦେବରାୟେସୁବିଧାନେ ତରନ୍ତି ମୁକତି ଗତି ପାୟେ ।୨୫୯।ମାୟାଧର ପ୍ରହୁ ତୁ ମାୟାଧର ପୁରୁଷମାୟା କାୟା ବହି ତୋର ନାମ ବିଶ୍ୱବାସ ।୨୬୦।ଯାହାକୁ ସାହାପକ୍ଷଟି ଦେବାଧି ଦେବରାୟେସୁବିଧାନେ ତରନ୍ତି ମୁକତି ଗତି ପାୟେ ।୨୬୧।ଯମଦଣ୍ଡ ଭଞ୍ଜନ ନାଥ ପରମାନନ୍ଦ ସ୍ୱାମୀଶରଣ ଉଦ୍ଧାରଣ ନାଥ ଚଞ୍ଚଳ ଚିତ୍ତଗାମୀ ।୨୬୨।ଜନ୍ମେ ଜନ୍ମେ ମୋହୋର ଭାବଇ ମନୀଷାତବ ପାଦତଳେ ଭାବ ଭଗତି ମୋର ଆଶା ।୨୬୩।ସ୍ୱାମୀ କିଞ୍ଚିତ ଭଗତି ମୁଂ କରିଥିଲି ବାଳକାଳେତବ ଭଗତି ନିମନ୍ତେ ମାନବ ଜନ୍ମେ ୟେବେ ମହୀତଳେ ।୨୬୪।ଅନୀତି ସଂସାର ୟେ ମୋହଜଳ ଫାଶିକାଳାନଳ ପ୍ରାୟେକ ଦିଶଇ ଦିବାନିଶି ।୨୬୫।ଅନାଦି ଅନ୍ନପୂର୍ଣ୍ଣା ସେ କଞ୍ଜର ନନ୍ଦିନୀଦିବାରାତ୍ରଖଟିଲା ସପତସ୍ୱର ବୀଣା ଘେନି ।୨୬୬।ଜଗତ ବିଦ୍ୟା ଯେ ଦିଅନ୍ତି ଦେବଗୁରୁତବ ଲୟେ ମାଗଇ ମାଗୋ ସୁବୁଦ୍ଧି ମୋତେ ଫୁରୁ ।୨୬୭।ଜଗବନ୍ଦନ ନାଥ ଜଗନ୍ନାଥ ନାମ ଗୋଟିଶୂଦ୍ରମୁନି ସାରୋଳ ଦାସ ତବ ପାଦପଦ୍ମେ ଲୋଟି ।୨୬୮॥୨୯୨୬।
କୁରୁକ୍ଷେତ୍ରରେ ଶୁଭସ୍ତମ୍ଭ ସ୍ଥାପନ, ତହିଂ ମଧ୍ୟସ୍ଥ ପୁରୁଷ ଏବଂପୂର୍ଣ୍ଣ ପ୍ରଳୟ ଓ ଦେବନାଶନ ବଟ ପ୍ରଭୃତିର ବିବରଣଶୁଣ ହୋ ଚଇତନ ବଦୟନ୍ତି ମହାମନୁଶ୍ରୀବିଷ୍ଣୁ ପୁରାଣକୁ ଶୁଣିମା ମନ ଧ୍ୟାନୁଂ ।୧।କେଶବ ଯାହା କଲେ ଉଦିଯୋଗ ପର୍ବେକୂଟ କପଟେ ମହୀଭାରା ଉଶ୍ୱାସିବେ ବାସୁଦେବେ ।୨।ଯଥାର୍ଥ ସମର କଲେ ପାଣ୍ଡବେ କାହିଂ କଉରୋବଂକୁ ସରିସହସ୍ରେ ପାଣ୍ଡବେ ହୋଇଲେ ଭୀଷ୍ମ ଦ୍ରୋଣଂକୁ ଜିଣିତ ନୁଆରି ।୩।ୟେହି ଠାବରୁ ବେନିଭାଗ ହୋଇଲା ବୋଇଲେ ଦେବହରିବାମପାଦ ଅଙ୍ଗୁଷ୍ଠ ନହେଣ ଦିଲେ ଦେବ ଚିରି ।୪।ଆହୋ ଶ୍ରୀ ନାରାୟଣ ଯାହା ନହେଣ ଚିରିଦିଲେକୁରୁକ୍ଷେତ୍ର ମଣ୍ଡଳେ ନଦୀ ଗୋଟିୟେ ବୁହାଇଲେ ।୫।ପାଞ୍ଚତାଳ ବିସ୍ତାର ଗଭୀର ସାତତାଳରୁଧିର ନଦୀ ହୋଇଲା ଶୁଣ ହୋ ମହୀପାଳ ।୬।ୟେହା ଶୁଣି ପୁଚ୍ଛାକଲେ ବଇତବସୁତ ମନୁସାଂଗ୍ରାମର ବାରତା ମୋତେ କହିବାକୁ ଗ୍ୟାନୁ ।୭।କହନ୍ତି ମହାଋଷି ମନୁରାଜାର ଆଗକୁରୁକ୍ଷେତ୍ର ମଣ୍ଡଳ ହୋଇଲା ବେନିଭାଗ ।୮।ପୂର୍ବେଣ ପାଣ୍ଡବେ ଯେ ପଚ୍ଛିମେ କଉରୋବେଓହୋକୁଳ ହକାରି ବଦନ୍ତି ବାସୁଦେବେ ।୯।ବେନିଭାଗ କରିଣ ଯେ ବାଣ୍ଟିଲେ କୁରୁକ୍ଷେତ୍ରଶୁଭ ଖମ୍ୱେକ ପୋତ ୟେଥେଂ କରିଣ ମଧ୍ୟପାତ୍ର ।୧୦।ଶକୁନି ବୋଇଲା ଯେ ଶ୍ରୀକୃଷ୍ଣଂକ ଅଗ୍ରତେଶୁଭଖମ୍ୱ ଚିହ୍ନ ନ ଥିଲେ ଭୂମି ବାରିବା କେମନ୍ତେ ।୧୧।ମାନଗୋବିନ୍ଦ ବୋଇଲା ଯୋଗାଇ ୟେହୁ କଥାଶ୍ରୀ ବାସୁଦେବଂକର କଥା କେ କରିବ ଅନ୍ୟଥା ।୧୨।ମାନଗୋବିନ୍ଦ ବୋଇଲା ବାସୁଦେବ ମୁଖ ଚାହିଂସେ ଶୁଭଖମ୍ୱ ଅଣାଅ ଅଛଇଂ କେଉଂଠାଇଂ ।୧୩।ଗୋବିନ୍ଦ ବୋଇଲେ ଖମ୍ୱ ନାହିଂଟି ନିକଟେଗୋକୁଳ ପର୍ବତେ ଅଛି ପଞ୍ଚବିଂଶ ଯୋଜନ ବାଟେ ।୧୪।ତହିଂକି ଲୋକ ପଠିଆଇ ଘେନିଣ ବେଗେ ଆସଦେବତା ନିର୍ବାଣ ସେ ହୋଇଛି ଅବିନାଶ ।୧୫।ଦ୍ରିଯୋଧନ ବୋଇଲା ଯେବେ ନିର୍ବାଣ ହୋଇଅଛିକେ ତାହା ଆଣିବ ବେଗେ କହ ଦେବ ବାଛି ।୧୬।ରାଜାର ବଚନେ ଯେ ଗୋବିନ୍ଦେ ଆଗ୍ୟାଂ ଦିଲେପ୍ରଥମେ ଅଠାଶି ସହସ୍ର ମାଲେ ଗଲେ ।୧୭।ପିମ୍ପୁଡ଼ି ଭେଳା ପ୍ରାୟେ ଲାଗିଣ ବୃକ୍ଷରରୋମେହେଂ ଉପାଡ଼ି ଯେ ନୋହିଲା ତାହାଂକର ।୧୮।କାହାର ମୁଖରୁ ବାହାର ରୁଧିରପ୍ରାଣତ୍ୟାଜ ହୋଇଣ କେ ପଡ଼ିଲା ଭୂମିର ।୧୯।କାହାକୁ ଦିଶିଲାକ ଉଲୁକାପାତ ପ୍ରାୟେକେ ଉପାଡ଼ି ନୁଆରି ପଳାଇଲା ମହାଭୟେ ।୨୦।ଦେଶାଉରମାନେ ବାରତା ଘେନି ଆସିଗୋବିନ୍ଦଂକ ଛାମୁରେ ଜଣାନ୍ତି ନିବେଶି ।୨୧।ସ୍ୱାମୀ ତବ ଆଗ୍ୟାଂ ପ୍ରମାଣେ ଯେ ଅନେକ ମାଲ ଗଲେବୃକ୍ଷ ଉପାଡ଼ିବାକୁ ବହୁତ ପ୍ରତଗ୍ୟାଂ ଯେ କଲେ ।୨୨।ଅଚଳ ମେରୁ ସେ ଗୋପ୍ୟାନ ହୋଇଅଛିସେ ମାଲଂକ ବଳେ କାର୍ଯ୍ୟ ନୋହେ କିଛି ।୨୩।ମାନଗୋବିନ୍ଦ ବୋଇଲା ହରି ହୋଇବ କେମନ୍ତେନୋହିଲେ ସମସ୍ତେ ଯିବାକି ଜଗନ୍ନାଥ ।୨୪।ଗୋବିନ୍ଦେ ବୋଇଲେ ୟେହା ନୋହଇ ଯୁଗତିପାରୁଶେ ହକାରିଲେ ସହଦେବ ଶକୁନି ବେନି ମନ୍ତ୍ରୀ ।୨୫।ବେନିକୁଳକୁ ତୁମ୍ଭେ ପଣ୍ଡିତ ମନ୍ତ୍ରୀବରକାହାର ବଳେ ସେ ଆସିବ ବୃକ୍ଷବର ।୨୬।ଶକୁନି ବୋଇଲା ଦେବ ଭୀମସେନ ଯାଉସହଦେବ ବୋଇଲା ଦେବ ଧୁଶାସନ ସଙ୍ଗେ ଥାଉ ।୨୭।ୟେ ଦୁଇ ବୀର ଗଲେ ବୃକ୍ଷ ଆସିବ ଦେବହରିନୋହିଲେ କାହାର ବଳେ ଆଣିତ ନୁଆରି ।୨୮।ଗୋବିନ୍ଦେ ଆଗ୍ୟାଂ ଦିଲେ ଭୀମ ଧୁଶାସନକୁ ରାଇବହନ ଖମ୍ୱ ତୁମ୍ଭେ ଘେନିଆସ ଯାଇ ।୨୯।ଶକୁନି ବୋଇଲା ସ୍ୱାମୀ ମଙ୍ଗଳ ଯୋଗାଡ଼ ଘେନିତୁଲେଣ ଯାଇଥାନ୍ତୁ ଖର୍ବେକ ସଇନି ।୩୦।ଦେବଯାତ୍ରା ପ୍ରାୟେ କରି ଖମ୍ୱ ଘେନିଆସକେବଣ ବୃକ୍ଷ ସେ ପୂର୍ବେ ପାଉ ପଉରୁଷ ।୩୧।ୟେସନ ସମ୍ଭର୍ବ ଘେନି ଭୀମ ଧୁଶା ଗଲେମାଳା ଚନ୍ଦନ ଦେଇ ସେ ବୃକ୍ଷକଇଂ ନିମନ୍ତ୍ରଣ କଲେ ।୩୨।ଗୋକୁଳ ପର୍ବତେ ସେ ଚନ୍ଦନ ବୃକ୍ଷ ଥାଇବହୁତ ତୋଷ ହୋଇଲା ପାଣ୍ଡବ କଉରୋବେ ପୂଜା ପାଇ ।୩୩।ଦ୍ରୋଣେ ଚ୍ଛେଦିଲେ ଯାହା ବିଦ୍ୟା ପରୀକ୍ଷା ନିମନ୍ତେଗୋବିନ୍ଦେ କହିଲେ ତାହା ଭୀମ ଧୁଶାସନର ଅଗ୍ରତେ ।୩୪।ସେହି ବୃକ୍ଷ ତହୁଂ ଆଣ ଅକ୍ଷତ ପର୍ବତରୁତୁଲେଣ ଅଠାଶି ସହସ୍ର ବଳ ହନ୍ତକାରୁ ।୩୫।ବାସୁଦେବ ଆଗ୍ୟାଂରେ ଯେ ଅକ୍ଷତେ ଚଳିଧରିଣ ବୃକ୍ଷକଇଂ ଉପାଡ଼ନ୍ତି ମହାବଳୀ ।୩୬।ବୃକ୍ଷ ଉପାଡ଼ନ୍ତେ ଯେ ଶୁଭିଲାକ ଶବଦଆକାଶେ ଦେବଗଣ ଯେ ହୋଇଲେ ତବଦ ।୩୭।କନ୍ଦରେ କମ୍ପିଲେ ଯେ ମନ୍ଦର ଟଳ ମଳପବନ ନ ବହଇ ଥମ୍ଭୀଭୂତ ସିନ୍ଧୁଜଳ ।୩୮।ସତ୍ୟଯୁଗେ ଯେହ୍ନେ ଦେବ ଅସୁର ବେନିବଳମନ୍ଦର ଉପାଡ଼ନ୍ତେ ଯେହ୍ନେ ଶୁଭେ ଗୋଳ ।୩୯।ସେହି ସାଦ୍ରିଶେ ହୁଅନ୍ତି କୁରୁ ପାଣ୍ଡବେ ବେନିପର୍ବତ ଉପରୁ ବୃକ୍ଷନ୍ତ ଆସନ୍ତି ସେ ଘେନି ।୪୦।ସହସ୍ରେକ ଶଙ୍ଖ ଛାମୁରେଣ ଫୁରିବୀରତୂର ବିଜିଘୋଷ ସହସ୍ରେକ ବୀର କାହାଳୀ ।୪୧।ସହସ୍ରେ ପାଟଛତ୍ର ସହସ୍ରେ ଚାମରସହସ୍ରେକ ଅଶୁଆର ସହସ୍ରେକ ନେତ ଯେ ଉଲୋକ ।୪୨।ସହସ୍ରେକ ଉଦଣ୍ଡ ସହସ୍ରେକ ୟେକଲକ୍ଷ୍ମୀସହସ୍ରେକ ବିମଳ ସହସ୍ରେକ ମୟୂର ଝାଲି ପଚ୍ଛୀ ।୪୩।ୟେକଲକ୍ଷ୍ମୀ ପାଞ୍ଚଲକ୍ଷ୍ମୀ ସହସ୍ରେକ ଦାଉଣ୍ଡିଅଷ୍ଟରତ୍ନ ପାଣିଦ୍ରବ୍ୟ ଶରୀରଯାକ ମଣ୍ଡି ।୪୪।ସହସ୍ରେକ ସାଙ୍ଗି ଯେ ଲାଗନ୍ତି ମହାବୀରାଛାମୁରେ ନୃତ୍ୟଗୀତ କରନ୍ତି ଯେ ସହସ୍ରେ ଅପଛରା ।୪୫।ଆଗ ପଛ ପଟୁଆର ଶୁଭଖମ୍ୱ ଆସନ୍ତେଦେଖିଣ ଆକାଶେ ସାନନ୍ଦ ହୋନ୍ତି ସମସ୍ତ ଦଇବତେ ।୪୬।ଧୁଶାସନ ବୋଇଲା ବୃକ୍ଷ କେଉଂଶ ଠାବେ ଥୋଇବାହୃଦ ବ୍ୟଥାକଲା କେବଣ ଠାବେ ଓହ୍ଲାଇବା ।୪୭।ଭୀମସେନ ବିଚାରଇ ମନେ ମନେ ହୃଦେୟେ ମୋଢା ବଡ଼ ମନ୍ଦ ଗଲେଣ ଯାଉ ରୋଗେ ।୪୮।ଅଣକୋପିତ ନିର୍ଦ୍ଦୟା ଅଟଇ ବ୍ରିକୋଦରଶରଣ ନ ରଖଇ ସେ କରଇ ଅପହାର ।୪୯।ଜନ୍ତୁରେ ଦୟା ଯହୁଂ ନ ବସଇ ତାହାରଧୁଶାସନ ମଲେ ଭଲ ହୋଇତ ମୋହୋର ।୫୦।ପୁଣି ବିଚାରି-ବୋଇଲା ମଲେ ଭଲ ନାହିଂଦ୍ରୋପତୀର କେଶ ମୁକତି ହୋଇବ ୟେହାର ତହିଂ ।୫୧।ଧୁଶାସନ ଯଦ୍ୟପି ମରିବ ୟେହିଠାରୁଦ୍ରୋପତୀର କୋପ କେ ସହିତେ ପାରୁ ।୫୨।ଧୁଶାସନ ଭୀମ ଦୁହେଂ ଆସନ୍ତି ବେଗ ହୋଇପ୍ରବେଶ ହୋଇଲେ ଯାଇଂ କୁରୁକ୍ଷେତ୍ର ମଣ୍ଡଳଇ ।୫୩।ଯୁକତେ ଭୀଷ୍ମରୂପ ଧରିଛି ପାବନେିୟେକା ନିଶ୍ୱାସକେ ମିଳିଲେ କୁରୁକ୍ଷେତ୍ର ଭୂମି ।୫୪।ପୃଥିବୀ ଉତସଲ୍ୟ ହୋଇଲା ଆନନ୍ଦ ମତିବାସୁଦେବଂକ ଅଗ୍ରତେ ତାହା କଲେ ନେଇ ଧାତି ।୫୫।ଭୀମସେନକୁ ବୋଇଲେ ଆସି ପ୍ରବେଶ ହୋଇଲା ନିଶିତୁମ୍ଭର ଉଛୁର ଦେଖି ଆମ୍ଭେ ବିକଳ ହୋଉଅଛୁଂ ବସି ।୫୬।ଭୀମସେନ ବୋଇଲା ହରି ସତେହେଂ ହୋଇବାକ ଗୋଳତେବେ ସେ ଗାନ୍ଧାରୀ ପୁଅନ୍ତ ମୁଂ କରିବଇଂ ରୋଳ ।୫୭।ସ୍ୱାମୀ ୟେମନ୍ତେ ହୋଇ ଯେବେ ମହାଭାରଥ ହୋଇବଆମ୍ଭ ପାଞ୍ଚ ଭାଇନ୍ତ କେ ପୁଣି ଆବୋରିବ ।୫୮।ଶୁଣିଣ ଟହ ଟହ ହସିଲେ ମହାପ୍ରହୁଅଦ୍ୟାପି ଦୁଷ୍ଟପଣ ନ ଛାଡୁ ତୁରେ ବାବୁ ।୫୯।ଶ୍ରୀଜଗନ୍ନାଥେ ଭୀମସେନକଇଂ ୟେକାନ୍ତେ ହକାରିକାହାରି ଆଗେ ନ କହିବୁ ମନେ ଥିବୁ ଧରି ।୬୦।ୟେହା ଶୁଣି ଭୀମସେନ କାହାକୁ ନ କହିମନ ଦୁଖକରି ସେ ବଡବ୍ୟଥା ପାଇ ।୬୧।ଯୁଝେଷ୍ଠି ଦେବେ ବୋଇଲେ ଭୀମ କେବଣହିଂ କଥାଭୀମସେନ ବୋଇଲା ଦେବ ଦୁସ୍ତର ବାରତା ।୬୨।ସ୍ୱାମୀ କୁରୁକ୍ଷେତ୍ର ମଣ୍ଡଳେ ଯେ ଶୁଭଖମ୍ୱ ପୋତାଇବଦୁଇ ଭାଇଂକର ବଂଶ ତହିଂ ନାଶଯିବ ।୬୩।ଯୁଝେଷ୍ଠି ବୋଇଲେ ରେ ୟେଡ଼େ ତୋର ଶଂକାୟେତେକ ନିସ୍ତରିଲି ପରମାନନ୍ଦ ମୋତେ ସାଖା ।୬୪।ଯୁଝେଷ୍ଠି ଦେବେ ବୋଇଲେ ବାବୁରେ ୟେହି ଛାର କଥାପୁଣ୍ୟ ଥିଲା ପ୍ରାଣୀଂକି ପ୍ରମାଦ ପଡଇ ସର୍ବଥା ।୬୫।ଆହୋ ଧୁଶାସନ ତହୁଂ ଗଲା ବେଗ ହୋଇଦ୍ରଯୋଧନ ଆଗରେ କହିଲା ବେଗେ ଯାଇଂ ।୬୬।ଗୋସାଇଂ ଭୀମକୁ ମୋତେ ଯେ ପେଷିଲେ ଦେବହରିଅଗ୍ରବୃକ୍ଷ ବାସୁଦେବ ଛାମୁରେ ଆଣିକରି ।୬୭।ଭୀଷ୍ମ ରୂପ ଧରିଣ ଦୁହେଂ ଘେନିଣ ଅଇଲୁକୁରୁକ୍ଷେତ୍ର ମଣ୍ଡଳେ ନେଇଣ ଥୋଇଲୁ ।୬୮।କେବଣ ଉପାୟେ କରିବେ ନ ଜାଣଇଂ ମୁହିଂୟେହା ତୁମ୍ଭେ ଜାଣିଣ ଥାଅ ସର୍ବଭାଇ ।୬୯।ଦ୍ରିଯୋଧନ ବୋଇଲା ରେ ମୋ ତହୁଂ ଅଛି କେ ବଡଜଣମୁହିଂତ ଅଟଇ ରେ ପନ୍ନଗା ନାରାୟଣ ।୭୦।ୟେତେ ବୋଲିଣ ସେ କୁରୁବଳ ପାଶୋରିଲେଶ୍ରୀଜଗନ୍ନାଥେ ଖଳ ଦୁର୍ବଳକଇଂ ଯହୁଂ ରାଇଣ ପେଷିଲେ ।୭୧।କୁରୁକ୍ଷେତ୍ର ମଣ୍ଡଳେ ଦୁହେଂ ଥିବ ଉଭା ହୋଇଆହୋ ଖଳ ଦୁର୍ବଳ ତୁମ୍ଭେ ବେଗେ ଯାଇ ।୭୨।ବଡ଼ାଇ ଭାରା ପାଉଅଛି ବସୁନ୍ଧରାୟେ ମୋହୋର ବେଳେ ସହି ନୁଆରଇ ଅନର୍ଗଳା ।୭୩।ୟେମନ୍ତ ଶୁଣିଣ ଯେ ସେ ଖଳ ଦୁର୍ବଳେପ୍ରବେଶ ହୋଇଲେ ଯାଇଂଣ କୁରୁକ୍ଷେତ୍ର ମଣ୍ଡଳେ ।୭୪।ସମସ୍ତଂକର ଗର୍ଭେ ପଶିଲେ ଯାଇଂ ଦୁହେଂୟେକୁୟେକ ଆନମୃତ୍ତି ହୋଇଲେ ସଭିୟେଂ ।୭୫।ସମସ୍ତେ ଦୃଷ୍ଟ ହୋଇଲେ ତାହାଂକର ପଶନ୍ତେଦିନୁଦିନ କହୁଥାନ୍ତି ଆନୁଆନ ମତେ ।୭୬।ସଂଘାତ ମଇତ୍ରକୁ କହନ୍ତି ଆନୁଆନୟେକକୁ ଆରେକ ହୋଅନ୍ତି ଅଭିନ୍ନ ।୭୭।ସୋହୋଦ୍ରେ ସୋହୋଦ୍ରେ ହୋଇଲେ ଅଇରିତାଉପାୟେ ନାଶ କରୁଅଛନ୍ତି ବିଧାତା ।୭୮।ମନେ ମନେଣ ସେ ହୋଉଅଛନ୍ତି ଆନନ୍ଦଆପଣେ ଆପଣେ ହୋଉଅଛନ୍ତି ପରମାଦ ।୭୯।ଶ୍ରୀଜଗନ୍ନାଥେ ସୁମରଣା କଲେକ ବ୍ୟାସଂକୁବେଗେ ଆସ ତୁମ୍ଭେ ହୋ କୁରୁକ୍ଷେତ୍ର ମଣ୍ଡଳକୁ ।୮୦।ୟେତେକ ବଚନେ ସେ ବ୍ୟାସ ତପୋନିଷ୍ଠିପ୍ରବେଶ ହୋଇଲେ ଆସି ଶ୍ରୀଜଗନ୍ନାଥଂକର କତି ।୮୧।ବ୍ୟାସେ ବୋଇଲେ କିସ କାର୍ଯ୍ୟ ଶ୍ରୀପୁରୁଷୋତ୍ତମମୋତେ ଯେ ସୁମରିଲୁ ଦେବ ନାରାୟଣ ।୮୨।ଜଗନ୍ନାଥେ ବୋଇଲେ ତୁମ୍ଭେ ଅଷ୍ଟଋଷି ଥାଇଂମଞ୍ଚେ ଶୁଭସ୍ତମ୍ଭ ତୁମ୍ଭେ ପୋତାଇବ ନେଇଂ ।୮୩।ଋଷିଶୃଙ୍ଗ ନାରଦ ବିଭାଣ୍ଡକ ଦୃଭାସାମାରକଣ୍ଡେ ବ୍ୟାସେ ଅଗସ୍ତି ବିଶ୍ୱାମିତ୍ରା ।୮୪।ୟେହାକଂର ମୂଳ ଯେ ଅନେକ ଋଷିମାନେସେ ଆସି ପ୍ରବେଶ ଯେ ହୋଇଲେ ବହନେ ।୮୫।ସନ୍ଧ୍ୟା ନିତ୍ୟକର୍ମ ସାରି ଶୁଭଖୁମ୍ୱ ପ୍ରତିଷ୍ଠାୟେ ପଶିଶ୍ରୀଜଗନ୍ନାଥେ ଆପଣେ ହୋଇଲେ ସମ୍ଭାଷି ।୮୬।ଶ୍ରୀଜଗନ୍ନାଥେ ବୋଇଲେ ଭୀମ ଧୁଶାସନକୁଶୁଭଖମ୍ୱ ଘେନିଆସ ଗୁଳାବାଣ୍ଟ ଥାନକୁ ।୮୭।ଦୁଇଭାଇ ଭୀଷ୍ମରୂପ ଧରିଣ ଆକ୍ରୋଷିପବନୁଂ ଆପାତେ ଥମ୍ୱ ଘେନି ବେଗେ ଆସି ।୮୮।ବ୍ୟାସେ ବୋଇଲେ ଶୁଭ ଅନକୂଳ ହୋଇଲା ରେ ବାବାଥମ୍ୱକୁ ଅଷ୍ଟରତ୍ନେ ବେଗେ ନିବାଡିବା ।୮୯।ବ୍ରହ୍ମଜାତି ହୀରା ଶୁଦ୍ଧ ସୁବର୍ଣ୍ଣ ସଙ୍ଗେ ପୋୟେଳାମାଣିକ୍ୟ ବଇଡୁର୍ଯ୍ୟ ମର୍କତମଣି ନୀଳା ।୯୦।ଲୋହିତ ବର୍ଣ୍ଣ ଜାଣି ଦିଶଇ ତାର କାୟେଦେଖିଣ ବୃକ୍ଷକୁ ପ୍ରଶଂସା କରନ୍ତି ଦେବରାୟେ ।୯୧।ଅମୃତ ବେଳ ଯେ ଶୁଭଯୋଗ ବିଚାରିତିଥିବାର ନକ୍ଷତ୍ର କହିଲେ ଗ୍ରହକାରୀ ।୯୨।ୟେମନ୍ତର ସମୟେ ଦେବକୀର ବାଳଦେଖିଲେ ପଚ୍ଛୀୟେ ଗୃହକୁ କରଇ ଅନକୂଳ ।୯୩।ଗ୍ୟାନକୋଶ ନାମେଣ ଚଡାଇ ଭରତିଆତିରଣ ତାଳେକ ଘେନି ସେ ହୋଇଅଛି ଠିଆ ।୯୪।ଭୂମିରେ ଘର କରଇ ଭରତିଆ ପଚ୍ଛୀସେ ଭରତିଆ ଅନକୂଳ ଲକ୍ଷିଲେ ଶ୍ରୀବସି ।୯୫।ଆପଣେ ଶ୍ରୀକରେ ଯେ ଘେନିଣ ବାସୁଦେବକୁରୁକ୍ଷେତ୍ର ମଧ୍ୟରେ ପୋତିଲେ ଶୁଭଖମ୍ୱ ।୯୬।ପାଞ୍ଚତାଳ ଉତ୍ସର୍ଗ ନବତାଳ ପୋତାତିନିତାଳ ମୋଟା ଅଟଇ ଶିଖା ତା ।୯୭।ଯେସନେକ ମେରୁଗିରି ପୃଥୀକି ଆକ୍ରୋଷିତେସନେକେ ପଟାନ୍ତର ଶୁଭଖମ୍ୱ ଦିଶି ।୯୮।ପୃଥୀରେ ଯେସନେକ ମେରୁକିଳା ବସିଥିଲାତହୁଂ ଅଧିକ ହୋଇ ଶୁଭଖମ୍ୱ ବିକାଶିଲା ।୯୯।ଦେଖିଣ ଅନେକ ପ୍ରଶଂସା କଲେ ସମସ୍ତ କଉରୋବେବୋଇଲେ ସମର ଭୂମି ପ୍ରାୟେକ ଦିଶିଲାକ ୟେବେ ।୧୦୦।ସେହି ବୃକ୍ଷର ଗର୍ଭରେ ପୁରୁଷେକ ଥିଲାଶ୍ରୀନାରାୟଣଂକ ଦ୍ରଶନେ ସେ ମୁକତ ହୋଇଗଲା ।୧୦୧।ସାର ବଇକୁଣ୍ଠପୁରେ ଯାଇଣ ବିଶ୍ରାମିଦ୍ରଶନ କଲା ଯାଇଂ ନିରାକାର ଦେବସ୍ୱାମୀ ।୧୦୨।ୟେ ବଚନ ଶୁଣି ଯେ ବିଲଂକ ଅଧିପତିଛଡଅର୍ଘ୍ୟେ ପୂଜା କଲାକ ପଣ୍ଡିତ ଅଗସ୍ତି ।୧୦୩।ଭୋ ଅଗସ୍ତି ନାରାୟଣେ ଯେ ଶୁଭଖମ୍ୱ ପୋତିତହୁଂ ପୁରୁଷେକ ହୋଇଲା ଉତପତ୍ତି ।୧୦୪।କେବଣ ମହାତ୍ମା ସେ କେବଣ ଶାପେ ଥିଲାକୁରୁକ୍ଷେତ୍ର ମଣ୍ଡଳରେ କେସନେ ମୁକ୍ତ ହୋଇଗଲା ।୧୦୫।ୟେଥିର ଚରିତ ମହାତ୍ମା ବିଶେଷି ମୋତେ କହଶୁଣିଣ ମନଭ୍ରାନ୍ତି ଫିଟୁ ମୋ ସନ୍ଦେହ ।୧୦୬।ଅଗସ୍ତି ବୋଇଲେ ଶୁଣ ଅନେକ କାଳର କଥାମନୁ ସାନନ୍ଦ ବୋଲିଣ ଯେ ସତ୍ୟଯୁଗର ବାରତା ।୧୦୭।ପୃଥୀଜଳ ପ୍ରଳୟ ହୋଇଲା ୟେତେବେଳେସମସ୍ତେ ନାଶଗଲେ ୟେ ମୃତୁ ମଣ୍ଡଳେ ।୧୦୮।ପୃଥିବୀ ଆପ ତେଜ ବାୟବ୍ୟ ଆକାଶସେ ପିତାମହ ଶରୀରେ ସମସ୍ତେ ପରବେଶ ।୧୦୯।ସେ ବ୍ରହ୍ମଜଳ ପ୍ରଳୟ କରିଣ ଭଗବନ୍ତେମରୁଳ ପିଠିରେ ବସି ଉଠିଲେ ଚଉଦକଳ୍ପ ପରିଯନ୍ତେ ।୧୧୦।ଆହାର ମଇଥୁନ ନିଦ୍ରା ନାହିଂ ତାର କିଛିଚଉଦକଳ୍ପ ପରିଯନ୍ତେ ମରୁଳ ଶୂନ୍ୟେ ଉଡୁଅଛି ।୧୧୧।ଉଡନ୍ତେଣ ମରୁଳ ଚାହିଂଲା ଲେଉଟିଧାତା ଜାଣିଲେ ସେ ବାହାନଗୋଟି ମୋହୋର ଫୁଟି ।୧୧୨।ସେ ବ୍ରହ୍ମା ଧ୍ୟ୍ୟାୟେକଲେ ହୃଦେ ବିଷ୍ଣୁ ଦେବତାଂକୁସୁମରନ୍ତେ ନାରାୟଣ ଭେଟିଲେ ପିତାମହଂକୁ ।୧୧୩।ବ୍ରହ୍ମା ବୋଇଲେ ଦେବ ହୋଇଲା ଜଳଗ୍ରଳେଚଉଦକଳ୍ପ ପରିଯନ୍ତେ ମୁଂ ଉଡ଼ିଲି ଶୂନ୍ୟ ମଣ୍ଡଳେ ।୧୧୪।ଦେଖିଣ ବିଚାର ଯେ କଲେକ ପଦ୍ମନାଭସେ ବ୍ରହ୍ମ ପୁରୁଷଂକୁ ଗର୍ଭେ ଦିଲେ ଠାବ ।୧୧୫।ବ୍ରହ୍ମ ପ୍ରଳୟ ଯେ କରିଣ ଅନନ୍ତେଗରୁଡ଼ ପିଠିରେ ରହିଲେ ସତର କଳ୍ପ ପରିଯନ୍ତେ ।୧୧୬।ତିନିପୁର ମଧ୍ୟ୍ୟେ ଆବର ନାହିଂ କିଛିପୃଥିବୀଯାକ ସବୁ ଜଳେ ପ୍ରଳୟ ହୋଇଅଛି ।୧୧୭।ସତର କଳ୍ପ ପରିଯନ୍ତେ ଗରୁଡ଼ ଶୂନ୍ୟେ ଉଡୁଥିଲାଉଡନ୍ତେଣ ଖଗବର ଲେଉଟି ଚାହିଂଲା ।୧୧୮।ନାରାୟଣ ଜାଣିଲେ ଆମ୍ଭନ୍ତ ଖଗେବର ନୁଆରଇ ବହିରୁଦ୍ରର ସନ୍ନିଧ୍ୟେ ବିଜୟେ ଭାବଗ୍ରାହୀ ।୧୧୯।ରୁଦ୍ରର ସନ୍ନିଧ୍ୟେ ଯହୁଂ ବିଜୟେ ଅଚ୍ୟୁତଗରୁଡ଼ ନାରାୟଣକଇଂ ଗର୍ଭେ ସଂହରିଲେ ବିଶ୍ୱନାଥ ।୧୨୦।ବିଷ୍ଣୁ ପ୍ରଳୟ କରିଣ ଦେବ ବିଶ୍ୱବାସୀଅଠାଇଶ କଳ୍ପ ପରିଯନ୍ତେ ବୁଲିଲେ ସେ ବୃଷଭ ପିଠିରେଣ ବସି ।୧୨୧।ସେ ରୁଦ୍ର ଦେବତା ହାଦେ ଭରା ସହି ନୁଆରିଲାବାହାନ ଅଶକତେ ସେ ଧର୍ମଦେବତାକଇଂ ସୁମରିଲା ।୧୨୨।ଧର୍ମ ଦେବତା ପ୍ରବେଶ ଆସି ରୁଦ୍ର ଦେବତାର ପାଶକେବଣ ନିମନ୍ତେ ମୋତେ ସୁମରିଲା ବିଶ୍ୱବ୍ୟାସ ।୧୨୩।ଧର୍ମଦେବତାଂକ ଆଗରେ ରୁଦ୍ର ଦେବତା କହିଲାମୋହୋର ଦେଖନ୍ତେ ବ୍ରହ୍ମା ବିଷ୍ଣୁ ପ୍ରଳୟେ ହୋଇଲା ।୧୨୪।ଅଠାଇଶକଳ୍ପ ପରିଯନ୍ତେ ମୁଂ ବସି ଭ୍ରମିଲି ବୃଷଭର ପିଠିୟେତେ ବୋଲି ଧର୍ମକଇଂ ବଦୟନ୍ତି ଧୂର୍ଜଟି ।୧୨୫।ରୁଦ୍ର ପ୍ରଳୟ ବୋଲି ଜାଣିଲେ ଧର୍ମଦେବୟେତେ ବିଚାରି ରୁଦ୍ରଦେବକଇଂ ଗର୍ଭେ ଦିଲେ ଠାବ ।୧୨୬।ଧର୍ମଦେବତାର ଉଦରେ ଯେ ବିଜୟେ ଶୂଳପାଣିରୁଦ୍ର ପ୍ରଳୟ ହୋଇଲା ନାଶଗଲା ୟେ ଧରଣୀ ।୧୨୭।ରୁଦ୍ରଦେବତାକଇଂ ଗର୍ଭରେଣ ଲାଇଚଉତିରିଶି କଳ୍ପ ପରିଯନ୍ତେ ବଞ୍ଚିଲେ ଧର୍ମରେହିଂ ।୧୨୮।ସେ ଧର୍ମପୁରୁଷହିଂ ସହିତ ନୁଆରିଲେଠୁଳ ପୁରୁଷକଇଂ ସେ ସୁମରଣା କଲେ ।୧୨୯।ଠୁଳ ପୁରୁଷ ଆସି ପୁଚ୍ଛାକଲା ଧର୍ମ ଦେବତାଂକୁକେବଣ କାରଣେ ଧର୍ମ ଚିନ୍ତା କଲ ମୁକୁ ।୧୩୦।ଠୁଳର ଚରଣେ ଧର୍ମଦେବତା ପରିଣାମିମୋତେ ଅସକ୍ୟ ହୋଇଲା ତୁ ବିଚାରକର ଦେବସ୍ୱାମୀ ।୧୩୧।ସେ ଧର୍ମ ପୁରୁଷକଇଂ ଗର୍ଭରେ ଠାବଦିଲାଗର୍ଭରେ ଭରି ସେ ଷାଠିୟେକଳ୍ପ ବଞ୍ଚିଲା ।୧୩୨।ସେହୁ ଠୂଳ ପୁରୁଷ ଭାରା ସହି ନୁଆରିଲେନିରଞ୍ଜନ ଦେବତାଂକୁ ସୁମରଣ କଲେ ।୧୩୩।ସେ ନିରଞ୍ଜନ ଉଦରେ ଠୂଳ ପୁରୁଷ ପଶିଲାସତୁରୀ କଳ୍ପ ପରିଯନ୍ତେ ଶୂନ୍ୟରେ ଉଡିଲା ।୧୩୪।ସେ ନିରଞ୍ଜନ ପୁରୁଷ ଯେ ସହି ନୁଆରିଲାନିରାଲମ୍ବ ପୁରୁଷକୁ ସୁମରଣା କଲା ।୧୩୫।ନିରଞ୍ଜନ ଯହୁଂ ଧ୍ୟ୍ୟାୟେକଲା ନିରାଲମ୍ବ ପୁରୁଷକୁଶୂନ୍ୟେଣ ଶବଦ ସ୍ୱାମୀ ଦିଲେକ ତାହାକୁ ।୧୩୬।ବଚନ ଶୁଭଇ ସ୍ୱାମୀର ନ ଦିଶଇ ଶରୀରଅଶ୍ରୁତି ଅମୃତ୍ତି ତାର ନାହିଂନା ଆକାର ।୧୩୭।ନିରଞ୍ଜନ କହଇ ଦେବ ଜନ୍ତୁ ପ୍ରଳୟ ହୋଇଲାତଦ ଅନ୍ତରେ ସେ ହାଦେ ବ୍ରହ୍ମ ପ୍ରଳୟ ଗଲା ।୧୩୮।ତଦ ଅନ୍ତରେ ହୋୟେ ବିଷ୍ଣୁର ଯେ ପ୍ରାଳେସୁରାସୁର ନାଶଗଲେ ଆକାଶ ମଣ୍ଡଳେ ।୧୩୯।ମହେଶ୍ୱରେ ପ୍ରଳେଗଲେ ଧର୍ମହିଂ ପ୍ରଳେଗଲାଠୂଳ ପ୍ରଳେ ଯେ ଷାଠିୟେ କଳପ ହୋଇଲା ।୧୪୦।ୟେବେ ଦେବ ନିରଞ୍ଜନ ପ୍ରଳେ ହୋଉଅଛିତୁ ଦେବ ସମ୍ଭାଳଣ ମୋତେ କର ଦେବ ଶିରୀବଚ୍ଛି ।୧୪୧।ସତୁରୀକଳ୍ପ ବଞ୍ଚି ସେ ଦେବ ନିରଞ୍ଜନନିରାଲମ୍ବ ଦେବ ପୁରୁଷେ ସେ ହୋଇଲେ ଲୀନ ।୧୪୨।ଶୁଣ ହୋ ମନୁ ପୁରୁଷ ମହାପ୍ରଳେ ହୋଇଲାନରଲୋକ ବ୍ରହ୍ମଲୋକ ବିଷ୍ଣୁଲୋକ ନାଶଗଲା ।୧୪୩।ଶିବଲୋକ ଧର୍ମଲୋକ ଦେହଲୋକ ଠୂଳଲୋକନାଗଲୋକ ନିରଞ୍ଜନ ଲୋକ ନାଶଗଲେ ଯେ ଅନେକ ।୧୪୪।ମରୁଳ ଗରୁଡ ଆବର ବୃଷଭମହା ପ୍ରଳୟ ଗର୍ଭେ ଭରିଲେ ଆଦିଦେବ ।୧୪୫।ସେ ଅଣାକାର ପୁରୁଷ ଅନନ୍ତ କୋଟିକଳ୍ପ ପରିଯନ୍ତେସମସ୍ତ ଗର୍ଭେ ଭରି ଭରି ରହିଅଛନ୍ତି ନିଚିନ୍ତେ ।୧୪୬।ନାହିଂ ରାତ୍ର ନାହିଂ ତାହାଂକୁ ଦିବସଆଦି ଅନ୍ତ ମଧ୍ୟ୍ୟ ନାହିଂ ସନ୍ଧ୍ୟା ଅବକାଶ ।୧୪୭।ଯୁଗ ମନୁକଳ୍ପ ସେ ନ ଜାଣଇ କିଛିଆହାର ମଇଥୁନ ନିଦ୍ରା ନ ଜାଣଇ କିଛି ।୧୪୮।ଜଳ ସ୍ଥଳ ଅନଳ ଯାହାର କିଛି ନାହିଂୟେକାମାତ୍ର ୟେ ପୁରୁଷ ହାଦେ ଅଛି ରହି ।୧୪୯।ଅଣାକାର ପୁରୁଷ ଶୂନ୍ୟ ଭୁବନେକ ରଞ୍ଚିଅଲେଖ ଲେଖନ କରି ବିଚିତ୍ର ପୁରକେ ସଞ୍ଚି ।୧୫୦।ନିର୍ମଳ ଭୁବନ ସେ ଅତୀୟ ପରିମଳ ଅଲେଖ ପୁରସତୁରୀଲକ୍ଷ ଯୋଜନ ବିସ୍ତାର ତହିଂର ।୧୫୧।ଲକ୍ଷେ ଲକ୍ଷେ ଯୋଜନ ତହିଂର ଚାରିଦ୍ୱାରବିଂଶଲକ୍ଷ ଯୋଜନ ପାଚେରୀ କମଳ ଶିର ।୧୫୨।ସୁବର୍ଣ୍ଣର ପାବଚ୍ଛ ଯେ କାଞ୍ଚନର ପୀଢମର୍କତ ଖଞ୍ଜିଲା ଅଛଇ ଚାରିବେଢ ।୧୫୩।ମାରାଗର ଶ୍ରେଣୀ ତହଂ ନୀଳାର କୋଣକାଣ୍ଡଉଦେଗିରି ପର୍ବତେ ଯେହ୍ନେ ଦିଶଇ ମାରତଣ୍ଡ ।୧୫୪।ତେସନ ସାରିକ୍ଷ ଅନ୍ତରୀକ୍ଷେ ଚାଳ ଦିଶିସ୍ୱଂୟେ ନିର୍ବାଣ ତାହା କଲେକ ବ୍ରହ୍ମରାଶି ।୧୫୫।ସଷ୍ଟିକର ଖମ୍ବ ଯେ ବଇଡୁର୍ଯ୍ୟର ଭରାଅଷ୍ଟରତ୍ନେ ଖଞ୍ଜିଣ ମଣ୍ଡିତ ସର୍ବ ପିଢା ।୧୫୬।ହୀରାର ପଦ୍ମ ଯେ ମୁକୁତା ଖଞ୍ଜା ପାଖୁଡାପୋୟେଳାର କେଶର ଯେ ମାଣିକ୍ୟର ଝରା ।୧୫୭।ଆପଣେ ଯେ ଶୂନ୍ୟ ସ୍ୱାମୀ ଭୁବନହିଂ ଶୂନ୍ୟେଣ ଖଞ୍ଜିନବସାଗର ଆଦିତ୍ୟ ପ୍ରଭା ତେଜ ଗଞ୍ଜି ।୧୫୮।ସେହି ଅଲେଖ ଭୂଇଂ ସ୍ୱାମୀର ଆଶ୍ରମସଉନିଧି ବଇକୁଣ୍ଠ ଅଟଇ ତାହାର ନାମ ।୧୫୯।ସେଠା ସଂଘଦ୍ୱାର ଯେ ବତିଶ ଯୋଜନ ସ୍ଥଳୀୟେକାଦଶ ଯୋଜନ ଓସାର ବେନିକୋଶ ଉଗୁଳି ।୧୬୦।ସେ ଦ୍ୱାରେ ଦ୍ୱାରପାଳ ଜୟ ବିଜୟ ବେନିଲକ୍ଷେ ଲକ୍ଷେ ଭାର ଗଦାନ୍ତ କରେ ଘେନି ।୧୬୧।ସେ ବଇକୁଣ୍ଠ ବେଢିଅଛି ମହାପଦ୍ମ ନାଗନବଲକ୍ଷ ଯୋଜନ ତାର ଫେରୁର ଉଚ୍ଛର୍ଗ ।୧୬୨।ନାଶାର ପବନ ତାର ମହା ବିଷଜ୍ୱାଳାଆଠକୋଟି ସୂର୍ଯ୍ୟର ତେଜ ତାହାର ବେନିଡୋଳା ।୧୬୩।କୁମ୍ଭେକ ନାମେ ତହିଂ ଗରୁଡ଼େକ ଅଛିଚାରି ଚାରି ଯୋଜନ ତାହାର ବେନିଡେଣା ଅଛି ।୧୬୪।ଶଙ୍ଖେ ଶଙ୍ଖେ ଯୋଜନ ତାହାର ବେନିଗୋଡ଼ବେନିଶଙ୍ଖ ଯୋଜନ ଯେ ତାହାର ଲାଉଡ଼ ।୧୬୫।ପିଠିର ମୋଟ ଅଟଇ ତାହାର ଶଙ୍ଖ ଦଶଦେବନାଶନ ବୃକ୍ଷ ଉପରେ ତାହାର ଯେ ବାସ ।୧୬୬।ସେ ଦ୍ୱାରେ ଅଛଇ ଯେ ଦେବନାଶନ ବଟବେନିଲକ୍ଷ ଯୋଜନ ଉଚ୍ଛର୍ଗ ଲକ୍ଷେ ଯୋଜନ ମୋଟ ।୧୬୭।ସେ ବୃକ୍ଷର ନାମ ଅଟଇ ଦେବନାଶନବିଷ୍ଣୁନାଥ ଶରୀରେ ଅଟଇ ତାହାର ସ୍ଥାନ ।୧୬୮।ଅଣାକାର ବିଷ୍ଣୁ ବିଜୟେ ସେହି ସ୍ଥାନେତହୁଂ ସେ ଦଶ ଅବତାର ବସଇ ବିଷ୍ଣୁ ନାମେ ।୧୬୯।ମଚ୍ଛ କୂର୍ମ ବରେହା ନରସିଂହ ବାବନପ୍ରଶୁଧର ଶ୍ରୀରାମ କାହ୍ନୁ ସଂକ୍ରିଷେଣ ।୧୭୦।ବଉଧ କଳଂକୀ ଯେ ଦଶ ଅବତାରସେ ସ୍ୱାମିର ଶରୀରୁଂ ଯେ ହୋଅନ୍ତି ବାହାର ।୧୭୧।ଭୋଗ ସରିଲେ ଶରୀରେ ପୁଣି ହୋଅନ୍ତି ଲୀନପୁଣିହିଂ ଆଗ୍ୟାଂ ଦିଲେ ହୋଅନ୍ତି ଉତପନ୍ନ ।୧୭୨।ସମସ୍ତେ ଗର୍ଭେ ସଂହରି ବସିଲେ ବିଶ୍ୱବାସୀଅନନ୍ତ କଳ୍ପ ପର୍ଯ୍ୟନ୍ତ ଶୂନ୍ୟେ ଛନ୍ତି ବସି ।୧୭୩।ପୃଥୀ ଆପ ତେଜ ବାୟିବ୍ୟ ଆକାଶଜଳ ସ୍ଥଳ ଅନଳ ସମସ୍ତ ଗଲା ନାଶ ।୧୭୪।ନାହିଂ ମେଘ ନାହିଂ ଯୋଗ ପବନ ନାହିଂ ଚନ୍ଦ୍ରସୂର୍ଯ୍ୟନାହିଂ ବ୍ରହ୍ମ ନାହିଂ ରୁଦ୍ର ନାହିଂ ବିଷ୍ଣୁ ନାହିଂ ସୁରରାଜ ।୧୭୫।ନାହିଂ ମଞ୍ଚ ନାହିଂ ସ୍ୱର୍ଗ ନାହିଂନା ପାତାଳନାହିଂ ତପତ ନାହିଂ ଶୀତଳ ନାହିଂ ଦିଗପାଳ ।୧୭୬।ନର ନାଗ ଯକ୍ଷ ଅମର କିନ୍ନରହିଂ ନାହିଂୟେକାମାତ୍ରକେ ସେ ପୁରୁଷେ ଅଛି ରହି ।୧୭୭।କେତେକାଳ ପରେ ସେ ହାଇୟେ ମାଇଲାସେ ହାଇ ଭିତରୁ ପବନ ବାହାର ହୋଇଲା ।୧୭୮।ସେ ପବନ ତହୁଂ ଯୋଗ ପୁରୁଷ ଅବତାରସେ ଯୋଗ ପୁରୁଷ ତହୁଂ ନିର୍ଗୁଣ ବାହାର ।୧୭୯।ନିର୍ଗୁଣ ତହୁଂ ନିରଞ୍ଜନ ପୁରୁଷ ହୋୟେ ଜାତନିରଞ୍ଜନ ତହୁଂ ଠୂଳ ପୁରୁଷ ସମ୍ବୁତ ।୧୮୦।ସେ ଠୂଳର ତହୁଂ ଧର୍ମ ଜାତ ଯେ ହୋଇଲାସେ ଧର୍ମର ତହୁଂ ତିନିପୁତ୍ର ଉପୁଜିଲା ।୧୮୧।ବ୍ରହ୍ମା ବିଷ୍ଣୁ ମହେଶ୍ୱର ତିନିଂକର ନାମତାହାନ୍ତ ରାଇଣ ଆଗ୍ୟାଂଦିଲେ ଦେବଧର୍ମ ।୧୮୨।ବ୍ରହ୍ମାଂକୁ ବୋଇଲେ ତୁ ସୃଷ୍ଟି ଜାତକରବିଷ୍ଣୁଂକୁ ବୋଇଲେ ତୁ ଦାନବନ୍ତ ମାର ।୧୮୩।ଈଶ୍ୱରଂକୁ ବୋଇଲେ ତୁ ସାଧ ଯୋଗଗ୍ୟାନୟେତେବୋଲି ମହାତମା ହୋଇଲେ ଅନ୍ତର୍ଦ୍ଧାନ ।୧୮୪।ସେ ବ୍ରହ୍ମାର କପାଳୁଂ କପିଳା ହେଲା ଜାତସେ କପିଳାର ତହୁଂ ଜାତ ହେଲେ ବେଦସାତ ।୧୮୫।ଆୟୁର ଜ୍ୟୋତି ଧନୁର ଶୁଷୁମୁନାଅଜପା ଗାୟତ୍ରୀ ସାବିତ୍ରୀ ସପତ ଶାଖା ଉତପନ୍ନା ।୧୮୬।ସପତ ବେଦରୁ ଯେ ସମସ୍ତ ଅବତାରନବଖଣ୍ଡ ମେଦିନୀ ଯେ ସପତ ସାଗର ।୧୮୭।ଜଳ ସ୍ଥଳ ଅନଳ ତପନ ତାପନଚନ୍ଦ୍ରସୂର୍ଯ୍ୟ ଆବର ଗ୍ରହ ଦିଗପାଳମାନ ।୧୮୮।ସେ ବ୍ରହ୍ମାର ଦକ୍ଷିଣ ଆଙ୍ଗୁଷ୍ଠିରୁ ପୁରୁଷେ ହୋଇଲେକ ଜାତଦକ୍ଷ ନାମ ତାହାର ଦିଲେକ ବିଧାତା ।୧୮୯।ସେ ଦକ୍ଷର ହୋଇଲାକ ଷାଠିୟେ ଦୁହିତାଦିଗପାଳମାନନ୍ତ ସେ କଲେକ ପରିଣିତା ।୧୯୦।ସେ କନ୍ୟାଂକର ତହୁଂ ସମସ୍ତେ ହୋଇଲେକ ଜାତଅଷ୍ଟକୁଳା ନାଗେ ଆଠଲକ୍ଷ ପରବତ ।୧୯୧।ଦେବ ଦାନବ ଯେ ମାନବ ଅବତାରସୁର ନର ନାଗ ଗନ୍ଧର୍ବ କିନ୍ନର ବିଦ୍ୟାଧର ଅମର ।୧୯୨।ବନ କନ୍ଦର ଲତା ନାନା ବୃକ୍ଷମାନଗ୍ରହଗଣମୂଳେ ମେଘମାଳ ଉତପନ ।୧୯୩।ଚାରିଖାନି ଚଉରାଶି ଲକ୍ଷ ଜୀବଜନ୍ତୁଯେ ଯାହା ଅନୁକର୍ମେ ସେ ସ୍ରିଜନ ବ୍ରତ ହେତୁ ।୧୯୪।ୟେହିମତି ଆତଜାତ କରଇ ଯେବଣ ମହାତ୍ମାସେ ସାର ବଇକୁଣ୍ଠ ଦ୍ୱାରେ ଉଭା ରୁଦ୍ରପାଳ ନାମେ ବ୍ରହ୍ମା ।୧୯୫।ଭିତରକୁ ଯାଇତେ ଦ୍ୱାରପାଳେ ନ ଦିଲେ ଯେ ପଶିବାହୁଡ଼ିଣ ବ୍ରହ୍ମା ସେ ଦେବନାଶନ ବୃକ୍ଷତଳେ ବସି ।୧୯୬।ଦେବନାଶନ ବୃକ୍ଷତଳେ ବସିଲେ ବେଦପତିସମୟେକେ ପିତାମହ ମନେ କଲେ ଭ୍ରାନ୍ତି ।୧୯୭।ବ୍ରହ୍ମାମାନେ ଯେତେକ ଆସନ୍ତି ଦ୍ରଶନ କରିସେ ବୃକ୍ଷର ତଳେ ଅଛନ୍ତି ଯେ କୋଟି ହୋଇ ମରି ।୧୯୮।ଦେବତାମାନେ ଯେତେକ ଆସନ୍ତି ଦ୍ରଶନ କରିସେ ବୃକ୍ଷର ତଳୁଂ କେହି ନୁଆରନ୍ତି ଉବୁରି ।୧୯୯।ଶୁଣ ହୋ ମନୁପୁରୁଷ ବଦୟନ୍ତି ବ୍ରହ୍ମବେତ୍ତାସେ ବୃକ୍ଷର ତଳକୁ ଗଲେ ଛାଡଇ ମନୁ ସର୍ବଚିନ୍ତା ।୨୦୦।ମହାସୁସ୍ଥ ପାଇଣ ସେ ରହନ୍ତି ଅପାରକାଳସେ ବୃକ୍ଷର ତଳେ ପ୍ରାଣତ୍ୟାଜ ହୁଅନ୍ତି ସକଳ ।୨୦୧।ସେ ରୁଦ୍ରପାଳ ବ୍ରହ୍ମା ଯହୁଂ ଭିତରକୁ ନ ଗଲାମହାସୁସ୍ଥ ପାଇଣ ସେ ବୃକ୍ଷ ତଳେଣ ରହିଲା ।୨୦୨।ଶତେକଳ୍ପ ପରିଯନ୍ତେ ସେ ବୃକ୍ଷତଳେ ବସିକାଳ ଅବସାନେ ସେ ପ୍ରାଣତ୍ୟାଜ ହୋଉଅଛି ।୨୦୩।ଗଗନଚାରୀ ନାମେଣ ୟେକଇ ନାରଦସେ ଆସି ପ୍ରବେଶ ହୋଇଲା ପିତାମହର ସନିଧ୍ୟ ।୨୦୪।ପିତାଂକର ପ୍ରାଣତ୍ୟାଜ ହୋଇବାର ବେଳେନାରଦେ ବୋଇଲେ ଆସି ଜୀବନ ଶେଷକାଳେ ।୨୦୫।ଭୋ ପିତା ତୁମ୍ଭେତ ୟେବେ ନୁଆରିଲ ଜାଣିସେ ବୃକ୍ଷର ତଳେ ବସିଲୁ ନ ଜାଣି ।୨୦୬।ଯେତେକ ଲୋକେ ଆସନ୍ତି ୟେ ବୃକ୍ଷ ତଳକୁକେହି ନ ବ୍ରତନ୍ତି ବୋଲି ନାରଦେ କହିଲେ ପିତାମହଂକୁ ।୨୦୭।ମୋତେ ରାଇଣ ଆଗ୍ୟାଂ ଦିଲେକ ଚକ୍ରପାଣିମୁହିଂ ହାଦେ ଆସିଅଛି ବ୍ରହ୍ମାମାନଂକର ଶିରନ୍ତ ଗଣି ।୨୦୮।ଶତାଉନ କୋଟି ହୋଇଲା ବ୍ରହ୍ମାଂକର ଶିର ଅସ୍ଥିଆଉର ଅସ୍ଥିମାନ ଗଲାନି ନିବ୍ରତ୍ତି ।୨୦୯।ଶତବଦନ ବ୍ରହ୍ମା ଯେ ଶ୍ୱେତବ୍ରହ୍ମା କୁଶକେତୁ ବ୍ରହ୍ମା ପୁଣିସୋମପାଳ ଚନ୍ଦ୍ରକ ବ୍ରହ୍ମା ସନକ ବ୍ରହ୍ମା ପଦ୍ମଯୋନି ।୨୧୦।ହୃଦେକ ଶୂଦ୍ରେକ ବ୍ରହ୍ମା ଆବର ମନ୍ଦପାଳଅବଳାସ୍ତମ୍ଭ ବ୍ରହ୍ମା ବ୍ରହ୍ମା ରୁଦ୍ରପାଳ ।୨୧୧।ୟେସନେକ ଅନେକ ବ୍ରହ୍ମା ପାଇଲେନି ମରଣଶ୍ରୀବତ୍ସ ନାମେ କରଣ ୟେହା ପାଞ୍ଜିରେ କରଇ ଲେଖନ ।୨୧୨।ଚତୃମୁଖ ଅଷ୍ଟମୁଖ ଶତମୁଖ ସହସ୍ରେକ ମୁଖଅହିବ୍ରତେକ ମୁଖ ଲକ୍ଷେକ କୋଟିୟେକ ମୁଖ ।୨୧୩।ୟେମାନଂକର ଅସ୍ଥିମାନ ଗଲାନି ନିର୍ଯ୍ୟାପିଗଗନଚାରୀ ନାରଦ କହିଲେ ସଞ୍ଚପି ।୨୧୪।ବ୍ରହ୍ମା ବିଷ୍ଣୁ ମହେଶ୍ୱର ରୁଦ୍ରଦେବଯମ କୁବେର ପବନ ନାଶ ଯାନ୍ତି ସର୍ବ ।୨୧୫।ବାରିତ ନୁଆରିଲି ମୁଂ ୟେମାନଂକର ଶିରନାରଦ କହନ୍ତି ସେ ରୁଦ୍ରପାଳ ବ୍ରହ୍ମାଂକ ଆଗର ।୨୧୬।ନାରଦ ବଚନେ ସେ କୋପିତ ବେଦପତିୟେ ପ୍ରାଣ ହରଣ ତରୁ କିମ୍ପେ ରହିଅଛି ୟେଥି ।୨୧୭।ୟେ ସାର ବଇକୁଣ୍ଠର ୟେ କେସନେକ କଥାଆରେ ରେ ତରୁ ତୁ ୟେ ବିଷ୍ଣୁଦ୍ୱାରେ ନ ଥା ।୨୧୮।ଶାପ ପାଇଣ ଯେ ଭୟେକଲା ବୃକ୍ଷ ଦେବନାଶକରପତ୍ର ଯୋଡ଼ିଣ ଉଭା ପିତାମହର ପାଶ ।୨୧୯।ଅଳପ ଦୋଷକଇଂ ବହୁତ କଲ କୋହଶାପକଇଂ ଅନୁଗ୍ରହ ମୋତେ ମୁକତି ବାଟ କହ ।୨୨୦।ବ୍ରହ୍ମାୟେ ବୋଇଲେ ତୁ ଅଟୁ ଦେବନାଶନ ବୃକ୍ଷଶ୍ରୀବିଷ୍ଣୁର ଦ୍ୱାରେ ଥାଇ ତୁ କିମ୍ପେ ୟେତେକ ନିରାପକ୍ଷ ।୨୨୧।ତୋହୋର ତଳେ ଯେ ନାଶଗଲେ ଦେବତାୟେମୃତୁ ମଣ୍ଡଳେ ଯାଇତୁଂ ଥିବୁ ନା ସମୟେ ।୨୨୨।ପ୍ରାଣତ୍ୟାଜ ବେଳେ ବ୍ରହ୍ମାୟେ ବୋଇଲେକ ରୋଷେମୁକତ ହୋଇବୁ ତୁ ଛତିଶ ଲକ୍ଷ ବରଷେ ।୨୨୩।ସତ୍ୟଯୁଗ ସତର ଲକ୍ଷ ଅଠାଇଶି ସହସ୍ର ବରଷତ୍ରେତୟା ଯୁଗ ବାରଲକ୍ଷ ଛୟାଣୋଇ ସହସ୍ର ବରଷ ।୨୨୪।ୟେତେକେଣ ତ୍ରେତୟା ଯୁଗ ହୋଇବାକ ଶେଷୟେ ଅନନ୍ତ ଦ୍ୱାପର ଯୁଗ ଆଠଲକ୍ଷ ଚଉଷଠି ସହସ୍ର ବରଷ ।୨୨୫।ତଦ ଅନ୍ତରେ ହୋଇବ ଅନୁଭବ ନାମେଣ ଦ୍ୱାପର ଯୁଗଦେବ ଗୋଲଖ ନାମେ ଇନ୍ଦ୍ର ବସିବାକ ସ୍ୱର୍ଗ ।୨୨୬।ସେ ଦ୍ୱାପର ଯୁଗ ଆଠଲକ୍ଷ ଚଉଷଠି ସହସ୍ର ବରଷର ଅନ୍ତେବଇବସୁତ ମନୁ ଭୋଗ ହୋଇବ ଲେଖନ୍ତେ ।୨୨୭।କୁମ୍ଭେକ ନାମେଣ ବ୍ରହ୍ମା କୃତ୍ତିକ ନାମେ ଯମବିରୁଥି ନାମେଣ କାଳ ପାଳେକ ନାମେ ଧର୍ମ ।୨୨୮।ସମୀରଣ ନାମେ ପବନ ସୋହି ନାମେ କ୍ଷିତିସହସ୍ରେ ମୁଖ ବାସୁକି ବହଇ ମଧ୍ୟପୃଥୀ ।୨୨୯।ସୋମକ ନାମେ ରୁଦ୍ର ଡଗର ନାମ ନାରଦଭାନୁ ନାମେଣ ଆଦିତ୍ୟ କାମ୍ୟକ ନାମେ ଚନ୍ଦ୍ର ।୨୩୦।ସେ ଯୁଗେଣ ବିଷ୍ଣୁ ଯେ ଶୁକ୍ଳାମ୍ବର ଅବତାରକୁନ୍ଦ କ୍ରପୂର ଜାଣି ନାରାୟଣ ଶରୀର ।୨୩୧।ସେ ଦ୍ୱାପର ଯୁଗେ ତୁ ଅଗ୍ରବୃକ୍ଷେକ ହୋଇବୁବାରୁଣାବନ୍ତେ କୁଣ୍ଡଳା ପର୍ବତରେ ଥିବୁ ।୨୩୨।ତ୍ୱଷ୍ଟା ଋଷିର ଶାପେ ଇନ୍ଦ୍ର ହୋଇବ ଯେ ଭସ୍ମପାଞ୍ଚ ମୂରତି ଧରି ପାଣ୍ଡବେ ପାଞ୍ଚେହେଂ ହୋଇବେ ଜନମ ।୨୩୩।ଯୁଝେଷ୍ଠି ଭୀମ ଅର୍ଜୁନ ନକୁଳ ସହଦେବପନ୍ନଗା ବିଷ୍ଣୁ ଅଂଶେ ଶତେକ କଉରୋବ ।୨୩୪।ପ୍ରଶୁରାମ ପ୍ରସନ୍ନେଣ ଦ୍ରୋଣଗୁରୁ ସିଦ୍ଧାଛଡ଼ ଉତ୍ତର ଶତେ ଭାଇଂକି ସେ ଶିଖାଇବେ ଧନୁର୍ବିଦ୍ୟା ।୨୩୫।କୁରୁ ପାଣ୍ଡବେ ବିଦ୍ୟା ପରୀକ୍ଷା ନିମନ୍ତେସେ ବନେ ଦ୍ରୋଣଗୁରୁ ଦେଖିବାକ ତୋତେ ।୨୩୬।ତୁ ଯେ ଅନମିତେ ଦେବତାଂକର ପ୍ରାଣ ହରୁତୋତେ ଅନମିତେ ନାରାଜେ ଦ୍ରୋଣଗୁରୁ ଚ୍ଛେଦନ କରୁ ।୨୩୭।ତୋହୋର ମୂଳେ ଯେତେ ଦେବତାଂକ ପଡ଼ିଲା ଅସ୍ଥିକୁଢମୃତୁ ମଣ୍ଡଳେ ତୁ ରୁଧିର ନଦୀରେ ବୁଡ଼ି ମର ।୨୩୮।ସେ ଦ୍ୱାପର ଯୁଗ ଆଠଲକ୍ଷ ବରଷ ସଂପର୍ଣ୍ଣେମୁକତ ହୋଇ ଆସିବୁ ତେତେକର ଦିନେ ।୨୩୯।ପାଣ୍ଡବେ କଉରୋବେ ହୋଇବେ ଅନ୍ୟୋଅନ୍ୱେନାରାୟଣ ପାଣ୍ଡବ କୁରୁକ୍ଷେତ୍ର ମଣ୍ଡଳ ଦ୍ରଶନେ ।୨୪୦।ଇନ୍ଦ୍ରପ୍ରଶସ୍ତ ଯମପ୍ରଶସ୍ତ ହସ୍ତିନା ଜଇନ୍ତା ବାରୁଣା ମଧ୍ୟଲାଗେସେ କୁରୁକ୍ଷେତ୍ର ସମରଭୂମି ବାଣ୍ଟିବେ ବେନିଭାଗେ ।୨୪୧।ଗୋବିନ୍ଦ ଆଗ୍ୟାଂ ପ୍ରମାଣେ ଭୀମ ଧୁଶାସନ ବେନିକୁଣ୍ଡଳା ନାମେ ପର୍ବତୁଂ ତୋତେ ସେହୁ ଯିବେ ଘେନି ।୨୪୨।ଶ୍ରୀକରେ ନାରାୟଣ ତୋତେ ପୋତିବେ ମଧ୍ୟସ୍ଥାନେପାଇବୁ ପରମଗତି ବସିବୁ ନିଜ ସ୍ଥାନେ ।୨୪୩।ରୁଧିର ନଦୀରେ ତୋର ବୁଡ଼ିବ ନିଜ ଶାଖା ଶିଖମଞ୍ଚେ ଚିରାଞ୍ଚନ ହୋଇ ରହିବୁ ରକତ ଚନ୍ଦନ ବୃକ୍ଷ ।୨୪୪।ଶୁଣ ହୋ ମନୁ ପୁରୁଷ ବଦୟନ୍ତି ବ୍ରହ୍ମବେତ୍ତାତୁ ଯେ ପୁଚ୍ଛାକଲୁ ଶୁଭସ୍ତମ୍ଭର ବାରତା ।୨୪୫।ବ୍ରହ୍ମାଂକର ଶାପେ ସେ ମଧ୍ୟପୁରେ ଥିଲାନାରାୟଣଂକ ଦ୍ରଶନେ ସେ ମୁକତି ହୋଇଗଲା ।୨୪୬।ଜୟତୁ ନିରାଲମ୍ବ ନିରାକାର ମୂରତିଜୟତୁ ନିରାଲମ୍ବ ନାଥ ଶୂନ୍ୟେଣ ଉତପତ୍ତି ।୨୪୭।ଜୟତୁ ନିରାଲମ୍ବ ଶୂନ୍ୟ ଭୁବନ ବ୍ୟାପିଜୟତୁ ନିରାଲମ୍ବ ନାଥ ଅରୂପ ସ୍ୱରୂପୀ ।୨୪୮।ଜୟତୁ ନିରାଲମ୍ବ ନାଥ ଠୂଳ ଶୁନ୍ୟବାସୀଜୟତୁ ନିରାଲମ୍ବ ନାଥ ଯୋଗ ବ୍ରହ୍ମରାଶି ।୨୪୯।ଜୟତୁ ନିରାଲମ୍ବ ଆସନ ଯାହାର ଶୂନ୍ୟଜୟତୁ ନିରାଲମ୍ବ ନ ଜାଣଇଂ ତୋହୋର ବର୍ଣ୍ଣ ଚିହ୍ନ ।୨୫୦।ଜୟତୁ ନିରାଲମ୍ବ ଅମୃତ ଯାହାର ସଞ୍ଚାଜୟତୁ ନିରାଲମ୍ବ ନାଥ ଅନନ୍ତ କାଳ ବଞ୍ଚା ।୨୫୧।ଜୟତୁ ନିରାଲମ୍ବ ସୟଳ ଜନ ଚିନ୍ତାଜୟତୁ ନିରାଲମ୍ବ ନାଥ ବିହି ଯେ ବିଧାତା ।୨୫୨।ଜୟତୁ ନିରାଲମ୍ବ ସୟଳ ଜନ ପ୍ରହୁଜୟତୁ ନିରାଲମ୍ବ କେହି ନ ଜାଣେ ଉତ୍ପତ୍ତି ହେଲୁ କାହୁଂ ।୨୫୩।ସ୍ତମ୍ଭନ ମୋହୋନ ନାଥ ବଶ ଉଚ୍ଚାଟନଗୁଟିକା ଅଞ୍ଜନ ନାଥ ଧରଣ ଧାରଣ ।୨୫୪।ଚଉଷଠି ବନ୍ଧ ଯେ ବିଶାଶତେ ମୁଦ୍ରାତୁହି ସେ ଜିଣିଲୁ ନାଥ କାଳକାମ ନିଦ୍ରା ।୨୫୫।ଛେଦ ଭେଦ ଗ୍ୟାନ ବିଗ୍ୟାନ ଖେଚଡାକାଳ ମହାକାଳ ବୀର ଡାକେଣୀ ପିଚାଶୁଣୀ ଚାମଡା ।୨୫୬।ମନ ପ୍ରକୃତିର ୟେମାନ ଯାହାର ଜାତକ୍ଷେମା ସାଗର ନାଥ ସଞ୍ଚିଲୁ ସମସ୍ତ ।୨୫୭।ପାଦ ପାତାଳେ ଆକାଶେ ଯାହାର ଶିରଦିଗାଙ୍ଗ ମୃଦ୍ଧନା ଯାହାର ଉଦରଟି ମଧ୍ୟପୁର ।୨୫୮।ରେଖବର୍ଣ୍ଣ ବିବର୍ଜିତ ଯେବଣ ସ୍ୱାମୀ କଳାଶୂନ୍ୟକୁ ଶବଦ କଲା ତୋତେ ନାଥ ନାହିଂ ନ ଦେଖିଲା ।୨୫୯।ଆଦି ଅନ୍ତ ମଧ୍ୟ ସ୍ୱାମୀ ନାହିଂ ଯାହାର ମୃତୁରୋଗ ଶୋକ ବିବର୍ଜିତ ଯାହାର ନିଜ ହେତୁ ।୨୬୦।ଦେବ ବର୍ଣ୍ଣ ଚିହ୍ନ ଯେ ନ ପାଇଲେ ଦେଖିଶୂନ୍ୟ ଶବଦକୁ ପାରିବ କେ ଲେଖି ।୨୬୧।ରୂପ ଗୁଣ ସରୂପ ନାଥ ତୋର ନ ଜାଣନ୍ତି କେହିତେଣୁ ସେ ଅଣାକାର ନାମ ହାଦେ ବହି ।୨୬୨।ସପତ ପାତାଳ ଶିର ବଇକୁଣ୍ଠ ପୁରତୋହୋ ତହୁଂ ନାଥ ସେ ଦଶ ଅବତାର ।୨୬୩।ତମୁଂ ଅଗ୍ନିଜାତ କୋପୁଂ ଯାହାର ଯମଚକ୍ଷୁରୁ ଚନ୍ଦ୍ର ସୂର୍ଯ୍ୟ ଦୟାରୁ ଜାତ ଦେବ ଧର୍ମ ।୨୬୪।ନାସାଉଂ ପବନ ସେ ହୋଇଲା ଉତପନଶରାର ରୋମୁଂ ଯାହାର ନକ୍ଷତ୍ରଗଣମାନ ।୨୬୫।ୟେକେଣ ଅନେକ ସ୍ୱାମୀ ତୁ ଅନେକ ରୂପ ଧରୁଜାତ ଅନ୍ତ କରିଣ ନାଥ ଗର୍ଭରେ ସଂହାରୁ ।୨୬୬।ସ୍ୱାମୀ ତୁ ସେ ପିତା ମାତା ତୁହି ସେ ବ୍ରହ୍ମ ହେତୁତୁ ସେ ଦିନ ଦଣ୍ଡବେଳା ଭୋଗ ଛଡ଼ଋତୁ ।୨୬୭।ତୁହି ସେ ପୃଥୀ ଆପ ତେଜ ବାଇବ ଆକାଶତୁହି ସେ ସର୍ବଗ୍ୟଂ ନାଥ ମହତ ପୁରୁଷ ।୨୬୮।ଚାରିଖାନି ଚଉରାଶି ଲକ୍ଷ ଜୀବଜନ୍ତୁ ସମ୍ପାଦିଥାବର ଜଙ୍ଗମ କୀଟ ପତଙ୍ଗ ଯେ ଆଦି ।୨୬୯।କାଷ୍ଠ ପାଷାଣ ଯେ ଆବର ମୃତ୍ତିକାସବୁରି ହୃଦରେ ନାଥ ତୁହି ସେ ବିଜେ ୟେକା ।୨୭୦।ଶୂନ୍ୟେଣ ଥାଉ ନାଥ ଶୂନ୍ୟେଣ ଆସୁ ଯାଉଅବିକାର ପୁରୁଷ ତୁ କାହାକଇଂ ଦୃଶ ନୋହୁ ।୨୭୧।ଜୟ ତୁ ନିରାଲମ୍ୱ ବଇକୁଣ୍ଠପୁର ବାସୀପଶିଲି ଶରଣ ନାଥ ତବପୁରେ ଠାବ ଦେସି ।୨୭୨।ଶ୍ରୀବାସୁଦେବ ନିରାକାର ନିରାଲମ୍ୱ ପୁରୁଷପାଦତଳେ ଶରଣ ପଶିଲି ରଖ ବିଶ୍ୱବାସ ।୨୭୩।ଶ୍ରୀ ନିରାଲମ୍ୱ ନାଥ ଚରଣାରବିନ୍ଦେ ସେବିବଦୟନ୍ତି ଶୂଦ୍ରମୁନି ସାରୋଳ ଦାସ କବି ।୨୭୪॥୩୨୦୦।