ସାରଳା ମହାଭାରତ ଉଦ୍ୟୋଗ ପର୍ବ
ସାରଳା ଦାସ · ଭାଗ ୩ / ୯ · ଭାଗ ୩
ସମ୍ପୂର୍ଣ୍ଣ ସୂଚୀପତ୍ର
ପଞ୍ଚ ପାଣ୍ଡବଂକର ସମର ପ୍ରତିଗ୍ୟାଂ, ଦୂତପଣେ ଶ୍ରୀକୃଷ୍ଣଙ୍କରହସ୍ତିନା ଗମନ ଓ ବ୍ୟାସାଦି ମୁନିଙ୍କ ସହ ବିଦୁର ଗୃହେ ବିଶ୍ରାମଯୁଝେଷ୍ଠି ଦେବଂକର ବଚନେ ବଦୟନ୍ତି ଦେବହରିୟେ ତୋହୋର ନିରାଧାର ବଚନେ ମୁଂ ଅଟଇ ଅଧିକାରୀ ।୧।ତୋହୋର ଆଗ୍ୟାଂୟେ କରି ମୁଂ ଯିବଇଂ ହସ୍ତିନାକୁପଡ଼ା ଖଣ୍ଡିୟେ ମାଗିବି ଯାଇ ମାନଗୋବିନ୍ଦ ରାଜାକୁ ।୨।ମାଗିଲେ ଯଦ୍ୟପି ନ ଦେବ କୁରୁପତିକିସ ବୋଲି ଉତ୍ତର ମୁଂ କରିବି ଯୁଗତି ।୩।ଯୁଝେଷ୍ଠି ବୋଇଲେ ମୁଂ ସୋଦର ଯୁଗତେଆବର ବିଶେଷେ ହରି ତୁ ଅଟୁ ମଧ୍ୟପତ୍ରେ ।୪।ଯୁଗତେଣ ଭାଗ ମୋହୋର ଦ୍ରିଯୋଧନ ଲାଗିପାପ ସେ ଆଚରି କି ଧର୍ମ ପରିତ୍ୟାଗୀ ।୫।ଅଥବା ମାଗନ୍ତେ ମୋତେ ନ ଦେବ ୟେକ ଗ୍ରାମନିଚୟେ ମୋହୋର ହରି ହୋଇଲା ସାଂଗ୍ରାମ ।୬।ସାଂଗ୍ରାମେ ପଶିଲେ ଯେବେ କରଇ ଓପ୍ରୋଧସୋଦରିମା ପଣ କଲେ କାର୍ଯ୍ୟ ନୋହଇ ଯେ ସିଦ୍ଧ ।୭।ଯୁଝେଷ୍ଠି ବୋଇଲେ ଯେ ନିରାଶ କରଇ ତୋତେଛାଡ଼ିଲାଇଂ ଓପ୍ରୋଧ ମୋର ସୋଦର କି ନିମନ୍ତେ ।୮।ୟେ ମୋହୋର ସତ୍ୟ ସତ୍ୟ ତିନିବାର ସତ୍ୟ ବାକ୍ୟ ୟେଇଦଂଭୂତ ଅସଂପ୍ରତେ କରି ଦେବରାୟେ ।୯।ତୋତେ ନିରାଶେ ଯେବେ ନ କରଇ ସାଂଗ୍ରାମନିଚୟେ ସତ୍ୟ ଲଂଘିଲି ମୋତେ ଅପ୍ରାପତ ହୋଇ ଧର୍ମ ।୧୦।ମାତା ପିତା ଦେବତାନ୍ତ ନିରାଶ କରନ୍ତେତଦ ଦୋଷ ଲଭଇଂ ମୁଂ ସାକ୍ଷୀ କରଇ ତୋତେ ।୧୧।କଉରୋବଂକ ତୁଲେ ଯେବେ ସାଂଗ୍ରାମ ନ କରଇନିରଞ୍ଜନ ଦେବତା ଥାଳରେ ବିଷ ମୁଂ ଭରଇ ।୧୨।ମମ କୁଳବଧୂ ପାକା ପ୍ରସନ୍ନ ଶ୍ରୋଣିପିତୃ ଲୋକେ ତର୍ପଣ ଯେ କରଇ ଚକ୍ରପାଣି ।୧୩।ବିଷମ କଷ୍ଠୋର ବାକ୍ୟ ଶୁଣିଣ ଦେବରାଜହୃଦଗତେ ଦାମୋଦର ଯେ ପାଇଲେ ବଡ଼ ଲାଜ ।୧୪।ଶଙ୍ଖ ଧୁନି ଶବଦ କରିଣ ଦେବ ମାୟାଧରବିଜେ ଦାମୋଦର ଭୀମସେନ ଶୟନ ମନ୍ଦିର ।୧୫।ପାଣ୍ଡବ ସୁନ୍ଦର ସେ ଦେଖିଣ ପରିଣାମିକିସ ଅର୍ଥେ ନିଶାକାଳେ ବିଜେକଲେ ଦେବସ୍ୱାମୀ ।୧୬।ଆହୋ ବ୍ରିକୋଦର ଯୁଝେଷ୍ଠି ଦେବଂକର ଆଗ୍ୟାଂ ପରମାଣେହସ୍ତିନାକୁ ଯିବି ମୁହିଂ ମଧ୍ୟପାତ୍ରପଣେ ।୧୭।ଦ୍ରିଯୋଧନ ରାଜାକୁ ମୁଂ ମାଗିବି ପଡ଼ାୟେତୁମ୍ଭନ୍ତ ଘେନିଣ ଥିବେ ଧର୍ମର ତନୟେ ।୧୮।ତୁ ଯେ ପାଣ୍ଡବ କୁଳକୁ ସୋହୋଡ଼ ବଳବନ୍ତାତୋତେ ନ ବିଚାରି କେମନ୍ତ କରିବା ଗମିତା ।୧୯।ବ୍ରିକୋଦର ସମାଦଇ ଶୁଣିମା ମଧୁରିପୁପରମନ ଜାଣନ୍ତା ତୁ ଜଗତ ଆଧିପୁ ।୨୦।ସ୍ୱାମୀ ଯୁଝେଷ୍ଟିଂକ ଚରିତ ତୁ ଜାଣୁନା ଯୁଗତେଅଠାଶି ସହସ୍ର ଋଷିଂକୁ ଭୋଜନ ଦିଅନ୍ତି ନିତ୍ୟେ ।୨୧।ମୁହିଂତ ବେଳକେ ଷାଠୟେ ପଉଟି ଭୁଞ୍ଜଇ ଅନ୍ନୟେମନ୍ତେ ତିନିବେଳେ ସରଇ ମୋର ଦିନ ।୨୨।ୟେକା ପଡ଼ା ଖଣ୍ଡିୟେକେ ସେ ପାରିବେଟିକି ବ୍ରତିମୋତେ ପଡ଼ା ଖଣ୍ଡିୟେ ମାଗ ହୋ ଶିରୀପତି ।୨୩।ଗୋବିନ୍ଦ ବୋଇଲେ ସେ ଚଳଇ ତୋହୋର ନାମେସେ କିମ୍ପାଇ ଗ୍ରାମ ଖଣ୍ଡିୟେ ଦେବ ତୋତେ ବୀର ଭୀମେ ।୨୪।ଭୀମସେନ ବୋଇଲା ମୁଂ ତାହାକଇଂ ଉପୁଗାରୀପାଣ୍ଡବାସୁରକୁ ମାରି ତାକୁ ଆଣିଲି ଉଦ୍ଧରି ।୨୫।ସାରଙ୍ଗୀ ରାକ୍ଷସୀ ତାକୁ ଭକ୍ଷିଲା ଯେତେବେଳେମୁହିଂ ତାହାକୁ ପ୍ରହାର କଲି ଖେଳର କୂତୋହୋଳେ ।୨୬।ଭାବଗ୍ରାହୀ ନାଥ ଭାବକୁ ଗ୍ରାହିଜ୍ୟ ଗୁଣକୁ କରୁ ପୂଜାସେ ୟେହା ବିଚାର କରିଅଛିନା କୁରୁରାଜା ।୨୭।ହରଷ ହୋଇ ଗ୍ରାମେକ ମୋତେ ଦେବଟି କୁରୁପତିଅଥବା ନ ଦିଲେ ସାଂଗ୍ରାମ ମୋର ହୋଇବଟି ଶ୍ରୀପତି ।୨୮।ଶ୍ରୀକୃଷ୍ଣ ବୋଇଲେ ତୁହୋ ସାଂଗ୍ରାମ ଯେ କଲେକାହା କାହାକଇଂ ଜିଣି ପାରିବୁଟି ତୋହୋର ବଳେ ।୨୯।ଭୀମସେନ ବୋଇଲା ହରି କପଟ ପାଶର କାଳେକୂଟେଣ ରାଜ୍ୟ ଘେନି ଆମ୍ଭନ୍ତ ବସାଇଲା ସଭାତଳେ ।୩୦।ଦ୍ରୋପତୀର କେଶ ଧରି ଆଣିଲାକ ଧୁଶାସନଉଲଗ୍ନ କଲା ସତୀର ପିନ୍ଧିଲା ବସନ ।୩୧।ସ୍ୱାମୀ ରାଗେଣ ପ୍ରତଗ୍ୟାଂ ମୁଂ କଲାଇଂ ସଭାର ତଳେଆରେ ଶତେଭାଇ ତୁମ୍ଭନ୍ତ ମୁଂ ମାରିବି ୟେକାବେଳେ ।୩୨।ବୀରବର ପ୍ରତଗ୍ୟାଂ ମୁଂ କରିବି ରଣରଙ୍ଗେଧୁଶାସନ ଦକ୍ଷିଣ ଭୁଜ ଉପାଡ଼ି ବିଦାରିବି ତାହାର ଅଙ୍ଗେ ।୩୩।ସେ ଧୁଶାସନର ଶ୍ରୋଣିତେ ଦ୍ରୋପତୀ କେଶ ପଖାଳିପଞ୍ଚଦଶ ବରଷ କେଶ ମୁକୁଳିତ ପାଞ୍ଚାଳୀ ।୩୪।କହୁ କହୁ ବ୍ରିକୋଦରର କମ୍ପିଲାକ ବେନିବାହାନରସିଂଘ ମୃତ୍ତି ପ୍ରାୟେ ଦେଖିଲେ ଜଗୁନାହା ।୩୫।ବିଚାରନ୍ତି ଶ୍ରୀକୃଷ୍ଣ ଯେ ଭୀମର ମନ୍ଦବୁଦ୍ଧିକଦାଚିତ କୁରୁ ପାଣ୍ଡବେ ନୋହଇ ଆଉ ସନ୍ଧି ।୩୬।ଭୀମସେନ ବୋଇଲା ସ୍ୱାମୀ ତୁ ଜଗତଜନ ଗୁରୁଯଦି ତୁ ମହୀ ହିତେ ମାନବେ ଅବତରୁ ।୩୭।ପାଣ୍ଡବଂକ ହିତେ ଯେବେ ଅଟୁ ତୁ ଗୋବିନ୍ଦଗ୍ରାମ ନ ମାଗି ହରି ଭିଆଇଆସ ଦ୍ୱନ୍ଦ ।୩୮।ମୋହୋର ଶପତ ତୋତେ ଠାକୁରଂକୁ ଆନଆମ୍ଭେତ ସର୍ବଦାୟେ ହରି ତୋହୋରେ ଶରଣ ।୩୯।ବ୍ରିକ୍ରୋଦର ମୁଖୁଂ ୟେସେନେକ ବାକ୍ୟ ଶୁଣିସାନନ୍ଦେ ମଧୁରିପୁ କଲେ କମ୍ୱୁ ଶବଦ ବାଣୀ ।୪୦।ତହୁଂ ଉଠି ଚଳିଗଲେ ଦେବ ଶିରୀବଛିରାତ୍ର ଅର୍ଦ୍ଧମାନେ ଯାଇଂ ଭେଟିଲେ ସର୍ବସାଚୀ ।୪୧।ପାଣ୍ଡବ ସୁନ୍ଦର ସେ ଦେଖିଣ ପରିଣାମିକିମର୍ଥେ ୟେ ନିଶାକାଳେ ବିଜେ ଦେବସ୍ୱାମୀ ।୪୨।ଆହୋ ଅରଜୁନ ଆମ୍ଭେ ଯାଉଅଛୁଂ ବେଗିମାନଗୋବିନ୍ଦ ରାଜାକୁ ପଡ଼ା ଖଣ୍ଡିୟେକ ମାଗି ।୪୩।ୟେକା ପଡ଼ାକେ ଯୁଝେଷ୍ଠି ହୋଇଲେ ତ୍ରିପୁତିବୋଇଲେ ଭାଇନ୍ତ ଘେନିଣ ପଛେ ମୁହିଂ ଥିବି ବ୍ରତି ।୪୪।ଶୁଣିଣ ସାନନ୍ଦ ଯେ ବାସବର ବାଳଧର୍ମ ଉଦିତ ହୋଇଲା ଆସି ୟେତେବେଳ ।୪୫।ଅଥବା ନାସ୍ତି ଯେବେ କରଇ କୁରୁପତିତୁ ତାହା ଶାନ୍ତି କରାଇ ଫେଡ଼ାଇବୁ ମନଭ୍ରାନ୍ତି ।୪୬।ତୁ ତ ଜଗୁଜନ ବାନ୍ଧବ ଶ୍ରୀହରିଯେମନ୍ତେ ସୋଦରେ ପ୍ରୀତି ହୋଅଇ ଆମ୍ଭରି ।୪୭।ତୁ ଦେବ ଭଗତ ମଛଳ ପୀତବାସଉଭୟ କୁଳ ରକ୍ଷାକୁ ହରି ବୁଦ୍ଧି କରିଣ ଆସ ।୪୮।କୂତୋହୋଳେ ଯେବେ ନ କରିବ ବୋଲ ହରିସମାର୍ଜନା କରିଣ ମୂର୍ଖନ୍ତ ବଶ୍ୟକରି ।୪୯।ଧୃତରାଷ୍ଟ ସଞ୍ଜୟେ ଭୂରିସର୍ବାନ୍ତ ଥାଇବିଦୁର ଭୀଷ୍ମ ଦ୍ରୋଣ ୟେହାନ୍ତ ବସାଇ ।୫୦।ମଧ୍ୟପାତ୍ରକୁ ସ୍ୱାମୀ ତୋ ତହୁଂ କେହୁ କ୍ଷମସୋମବଂଶ ରକ୍ଷାକର ହେ ପୁରୁଷ ଉତ୍ତମ ।୫୧।ୟେକା ସୋଦରେ ଯେବେ ଆମ୍ଭେ କରିବୁ ଦ୍ୱନ୍ଦଅବଶ୍ୟ ଉଭୟ କୁଳେ ପଡ଼ିବ ପରମାଦ ।୫୨।ହରି ତାହାଂକର ନାଶଗଲେ ଆମ୍ଭନ୍ତ ହୋଇବ ବ୍ୟଥାଆମ୍ଭର ନାଶଗଲେ ତାହାଂକୁହିଂ ଅବସ୍ଥା ।୫୩।ବହୁତ ମଣାଇ ଦେବ କହିବୁ ସଭାୟେଦ୍ରିଯୋଧନ ବେନିଭୁଜ ଧରିବୁ ଦେବରାୟେ ।୫୪।ପର ଉପୁଗାରୀ ବିନୟ ହୁଅନ୍ତି ଯେବଣ ଜନପ୍ରତକ୍ଷେ ଜାଣିମା ସେ ନିରଞ୍ଜନ ସମାନ ।୫୫।ତ୍ରିପୁତି ମନେ ଯେବେ ଦେବଟି ପଡ଼ାୟେମୁକୁଇ ପଡ଼ା ଖଣ୍ଡିୟେ ମାଗ ହୋ ବୋଲଇ ଧନଞ୍ଜୟେ ।୫୬।ଶୁଣିଣ କେଶବ ଯେ ଦ୍ରହସିତ ବାଣୀୟେହା ଶୁଣି ଚଳିବ ଯେ କଉରୋବ କୁଳମଣି ।୫୭।ମୋହୋର ମାଗନ୍ତେ ଯେବେ ନ ଦିଅଇ ତୋତେଦୁସହ ଅଭିମାନେ ମୁଂ ଆସିବି କେମନ୍ତେ ।୫୮।ଅର୍ଜୁନ ବୋଇଲେ ତୁ ଜଗତ ହିତକାରୀମୁହିଂ ତାର ସୋଦର ସେ ପ୍ରାଣୁଂ ଅଧିକ କରି ।୫୯।ସର୍ବଦା ସଦୟେ ମୋତେ କରଇ ମାନଗୋବିନ୍ଦଅତ୍ୟନ୍ତ ହରଷେ ସେ ହୋଇବେ ସାନନ୍ଦ ।୬୦।ତୁ ସ୍ୱାମୀ ପରମେଶୀ ବୁଝିବୁଟି ପୁରୁଷ ଉତ୍ତମସେ ମୋତେ ଦେବଟି ଉତ୍ତମ କରି ଗ୍ରାମ ।୬୧।ଗୋବିନ୍ଦେ ବୋଇଲେ ତୋତେ ଗ୍ରାମ ନ ଦିଅଇଟି ଯେବେକିସ ଉତ୍ତମ ମୁଂ ତାହାକଇଂ କରିବଇଂ ତେବେ ।୬୨।ଅଥବା ସେ ଯଦି ନ ଦିଅଇ ୟେକ ଗ୍ରାମନିଚୟେ ମହାଭାରଥ ହୋଇବ ସାଂଗ୍ରାମ ।୬୩।ଶ୍ରୀକୃଷ୍ଣ ବୋଇଲେ ତୁ ସାଂଗ୍ରାମ ହାଦେ କଲେକାହା କାହାକୁ ଜିଣି ପାରିବୁ ତୋହୋର ବଳେ ।୬୪।ଅର୍ଜୁନ ବୋଇଲେ ସ୍ୱାମୀ ପ୍ରଥମେ ଭୂରିସର୍ବାଦୁଜେଣ ଦ୍ରୋଣଗୁରୁ ଆବର ତୃତୀୟେ ଗାଙ୍ଗେବା ।୬୫।ଚତୁର୍ଥେଣ କର୍ଣ୍ଣ ପଞ୍ଚମେଣ ଶଲ୍ୟୟେହାକଂର ଅଭିମାନେ ଉଠନ୍ତି ଯେତେ ବଳ ।୬୬।ହରି ମୁହିଂ ଯେବେ ୟେହାନ୍ତ ସମରେ ନ ମାରଇଭୋ ଦେବ ଯୁଝେଷ୍ଠିଂକର ପଦ୍ମପାଦେ ହାରଇ ।୬୭।ସ୍ତିରୀଦ୍ରବ୍ୟ ଖାଇ ବଞ୍ଚନ୍ତି ଯେବଣ ପ୍ରାଣୀସେ ଦୋଷ ଲଭଇ ମୁହିଂ ଶୁଣିମା ଚକ୍ରପାଣି ।୬୮।ଅପାର ଅନ୍ୟାଚାରେ ବ୍ରତନ୍ତି ଯେବଣ ଜନତାହାଂକର ଅନ୍ନ ମୁହିଂ କରଇ ଭୋଜନ ।୬୯।ବ୍ରାହ୍ମଣ ହୋଇ ଯେବେ ହୋଅନ୍ତି ବୃଷଳୀପତିସେ ଲୋକରେ ଗଣିତା ମୋତେ କରିବୁ ଶ୍ରୀପତି ।୭୦।ଅର୍ଜୁନ ମୁଖରୁ ୟେସନେକ ବାକ୍ୟ ଶୁଣିସାନନ୍ଦେଣ ମଧୁରିପୁ କଲେ ଶଙ୍ଖଧ୍ୱନି ।୭୧।ଅର୍ଜୁନକୁ ସମାଦି ଯେ ଦେବ ଦାମୋଦରପ୍ରବେଶ ହୋଇଲେ ଯାଇଂ ଦ୍ରୋପତୀ କତିର ।୭୨।ଦେଖିଣ ପରମ ସାନନ୍ଦ ହୋଇଲେ ପାଞ୍ଚାଳୀପାଦାର୍ଘ୍ୟ ଦେଇ ପୂଜାକଲେ ବନମାଳୀ ।୭୩।କେଶବଂକ ସନ୍ନିଧ୍ୟେ ବିଜୟେ ଦ୍ରୁପଦ ଦୁଲାଳୀୟେତେବେଳେ କି କାରଣେ ବିଜେ ବନମାଳୀ ।୭୪।ବଦୟନ୍ତି ବାସୁଦେବ ଶୁଣ ଗୋ ଜିଘ୍ନସେନୀଯୁଝେଷ୍ଠି ଦେବଂକର ଆଗ୍ୟାଂ ବ୍ରତ ଘେନି ।୭୫।ମଧ୍ୟପାତ୍ରପଣକୁ ଆଗ୍ୟାଂଦିଲେ ମୁକୁଦୂତପଣେ ଯାଉଅଛି ହସ୍ତିନା ଭୁବନକୁ ।୭୬।ପଡ଼ା ତିନିଖଣ୍ଡି ମୁହିଂ ମାଗିବି ଅଭ୍ୟର୍ଥୀକୁରୁ ପାଣ୍ଡବେ ଯେମନ୍ତେ ସର୍ବଦା ହୋଅନ୍ତି ପୀରତି ।୭୭।ଉଭୟେ କୁଳ ବିରୋଧ ନୋହିବାର ନିମନ୍ତେଯୁଝେଷ୍ଠିଦେବ ଠାକୁରେ ଆଗ୍ୟାଂ ଦିଲେ ମୋତେ ।୭୮।ମାଗୋ ଲକ୍ଷେ ଋଷି ଘେନି ବ୍ୟାସ ମହାମୁନିମହା ଅନଳ ବିଦାରି ଜାତ ହୋଇଲୁ ଜିଘ୍ନସେନୀ ।୭୯।ଦ୍ରୁପଦ ତୋର ପିତା ଧୃଷ୍ଟଦ୍ୟୁମନ ତୋର ଭ୍ରାଥଅଯୋନି ଅଦାରା ତୁ ଅନଳୁ ସମ୍ଭୂତ ।୮୦।ସୋମବଂଶ ଉଦ୍ଧାରଣୀ ଗୋ ଯୁଝେଷ୍ଠିଂକ ପାଟବଂଶୀପାଣ୍ଡବଂକ ତହୁଂ ଶତେଗୁଣେ ତୁ ଅଟୁ ଗୁରୁହଂସୀ ।୮୧।ଯୁଝେଷ୍ଠି ଦେବଂକ ଆଗ୍ୟାଂ କହିଲି ଭୀମ ଅର୍ଜୁନକୁକୁରୁ ପାଣ୍ଡବେ ପ୍ରୀତି ହୋଉ ବୋଲି ସମସ୍ତେ କହିଲେ ମୁକୁ ।୮୨।ହରି ବୋଇଲେ ତୋତେ ନ କହିତ ହାଦେ ମୁଂ ଯିବଇଂ କେମନ୍ତେୟେ ତୋହୋର ନିରାଧାର ଅଟଇ ଗୋ ମୋତେ ।୮୩।ନାରାୟଣଂକ ମୁଖୁଂ ୟେସନେକ ବାକ୍ୟ ଶୁଣିମୋହେଣ ପଡ଼ିଲେ ଦେବୀ ଗତପ୍ରାଣ ଜାଣି ।୮୪।କେଶବ କୋଳକରି ଧଇଲେ ଯାଇଂ ଉଠିରୋବଇ ଜିଘ୍ନସେନୀ ସେ ପଞ୍ଚୁପ୍ରାଣ ଫୁଟି ।୮୫।କେଶବଂକ ସମ୍ୱୋଧନେ ସେ ହୋଇଲେ ସାଷ୍ଟମଭ୍ରାନ୍ତିକଥା ଉଦ୍ଦେଶ କିମ୍ପା କଲୁ ତୁ ପୁରୁଷଂକ ଉତ୍ତମ ।୮୬।ସଭାପର୍ବେ ହରି କପଟ ପାଶା ଭିଆଇବାର ବେଳେପାଣ୍ଡବଂକର ସମ୍ପଦ ଘେନିଲେ କୂଟବଳେ ।୮୭।ରାଜ୍ୟଭାର ସିଂହାସନ ଗଜ ଅଶ୍ୱ ଆଦିକରିଆତ୍ମା ବିକ୍ରେ ହୋଇଲେ କପଟ ବୃତ୍ତି ଆଚରି ।୮୮।ହରି ସଭାର ତଳେ ନେଇଣ ବସାଇଲେ ପଞ୍ଚୁଭ୍ରାଥବୋଇଲେ ପାଣ୍ଡବେ ରେ ହୋଇଲ ଆମ୍ଭର ଭୃତ୍ୟ ।୮୯।ସ୍ୱାମୀକି ଝିଂଘାସିଲେ ୟେକନେକ ସମୟେମମ କେଶ ଧରିନେଲା ଗାନ୍ଧାରୀ ତନୟେ ।୯୦।ଅନ୍ତରୀକ୍ଷ ମାର୍ଗେ ମୋତେ ନେଲାକ ଚାଣ୍ଡାଳନିଅନ୍ତେ ଚରଣ ମୋର ନ ପଡ଼ଇ ତଳ ।୯୧।ଅନେକ ଝିଂଘାସି ମୋତେ ବୋଇଲେ କୂଟବାଣୀଆକ୍ରୋଷି ଧରିଣ ଧୁଶା ମୋହୋର କେଶଝୁଣି ।୯୨।କେଶ ମୋହୋର ମୁକଳ ହୋଇଲା ସେହି ଦିନୁଂରାଗେ ନ ବାନ୍ଧିଲି କେଶ ମୋହୋର ବୁଦ୍ଧିହୀନୁଂ ।୯୩।ପଞ୍ଚଦଶ ବରଷ ପାଞ୍ଚମାସ ପାଞ୍ଚଦିନକେଶ ମୋର ଅବନ୍ଧନ ଶୁଣସି ଜନାର୍ଦ୍ଦନ ।୯୪।ହରି ଯେବଣ କରେ କେଶ ମୋର ଧରିଲା ଧୁଶାସନଆବର ପ୍ରପଞ୍ଚ ମୋତେ କଲାକ ବିବସନ ।୯୫।ହରି ଧୁଶାସନର ଦକ୍ଷିଣ ଭୁଜ ଉପାଡ଼ିବ ଭୀମାତେବେ ସେ ରହିବ ମୋର ସ୍ତିରୀ କୁଳର ସୀମା ।୯୬।ଦ୍ରୋପତୀ ବୋଇଲେ ଜଗନ୍ନାଥ ଯେବେ ତୋହୋର ମହିମାଂ ସତଯଦ୍ୟପି ଜଗନ୍ନାଥ ତୁ ଜାତଟି ମହତ ।୯୭।ଯଦ୍ୟପି ଜଗନ୍ନାଥ ତୁ ବାସଦେବ କୋଳେ ଜାୟେଯଦ୍ୟପି ଜଗନ୍ନାଥ ଦେବକୀ ତୋହୋର ମାୟେ ।୯୮।ଯଦ୍ୟପି ପୁରୁଷୋତ୍ତମ ଅଟୁ ତୁ ପରମ ଯୋଗୀଯଦ୍ୟପି ଶରଣ ମତ୍ସଳ ଦୁର୍ଦ୍ଧଂସ ପରିତ୍ୟାଗୀ ।୯୯।ଯଦ୍ୟପି ମୁନିମାନଂକର ସାନନ୍ଦ ବହୁତ ହୃଦେଯଦ୍ୟପି ସଚରାଚର ବରତଇ ତୋହୋରେ ହାଦେ ।୧୦୦।ଯଦ୍ୟପି ସତ୍ୟବନ୍ତ ପୁରୁଷ ତୁ ଅଟୁ ସତ୍ୟବାଦୀସୁରସିଦ୍ଧ ମୁନି ନିରଞ୍ଜନ ସକଳ ଯେ ସିଦ୍ଧି ।୧୦୧।ଯଦ୍ୟପି ପାଣ୍ଡବ ହିତେ ତୁ ବରତୁ ସର୍ବକାଳେମୁକୁଇଂ ସଦୟେ ଯେବେ ତୋହୋର ବଛସ୍ଥଳେ ।୧୦୨।କୁରୁ ପାଣ୍ଡବେ ଅପ୍ରୀତି ହୋଇ ଯେମନ୍ତେ ହୋଇବ ଦ୍ୱନ୍ଦତାହା ତୁ ଭିଆଇ ଆସ ହୋ ଗୋବିନ୍ଦ ।୧୦୩।ଗୋବିନ୍ଦେ ବୋଇଲେ ମା ଗୋ ତୁ ଭାରଥ କୁଳ ଲକ୍ଷ୍ମୀଶାସନ୍ତା ନାଶନ୍ତା ତୁ ଗୋ ପରମ ବଇଷ୍ଣମୀ ।୧୦୪।ତୋହୋର ଆଗ୍ୟାଂଗୋଟି ମା ଗୋ ନିରାଧାର ମୋତେହୋଇଲା କୁରୁ ପାଣ୍ଡବଂକ ସମର ଯଥାର୍ଥେ ।୧୦୫।ତହୁଂ ବିଜୟେ କରି ଯେ ଗଲେ ଜନାର୍ଦ୍ଦନେବିଜୟେ କେଶବ ଯାଇ ନକୁଳ ଶୟନ ଥାନେ ୧୦୬।ମାଦ୍ରୀର ନନ୍ଦନ ଦେଖି କେଶବ ଚରଣେ ପରିଣାମିସର୍ବଶୁଭ ନାଥ ବିଜୟେ କିମ୍ପେ ସ୍ୱାମୀ ।୧୦୭।ଗୋବିନ୍ଦେ ବୋଇଲେ ହୋ ଶୁଣ କୁମରମଣିକ୍ଷତ୍ରୀକୁଳ ଭୁଜଙ୍ଗ ମହିଂମା ତୋହୋର ଧନି ।୧୦୮।ବାବୁ କୋନ୍ତ ମୁନେ ଛତ୍ର କରି ଧଇଲୁ ସମରାଷ୍ଟଅଶ୍ୱିନୀ କୁମାର ମୁଖେ ତୋତେ ଆକାଶେ ଅଛି ପାଟ ।୧୦୯।ମୁହିଂ ମଧ୍ୟପାତ୍ର ହସ୍ତିନା ଭୁବନକୁଯୁଝେଷ୍ଠି ଦେବେ ଆଗ୍ୟାଂ ଦିଲେ ଯୋଗାଇ ଟିକି ତୁମ୍ଭକୁ ।୧୧୦।ପଡ଼ା ତିନିଖଣ୍ଡ ମୁଂ ମାଗିବି କୁରୁନାହାଯୁଝେଷ୍ଠି ଦେବ ଭୀମ ଅରଜୁନ ବୋଇଲେ ମୋତେ ଯାହା ।୧୧୧।ନକୁଳ ପ୍ରଣପତ୍ୟ ଶୁଣିମା ନାରାୟଣତୁହି ସେ ସାର୍ଥୁକ ନାଥ ମଧ୍ୟପାତ୍ରପଣ ।୧୧୨।ସ୍ୱାମୀ କୋଇନ୍ତାଂକ ଉଦରୁ ଜାତ ପୁତ୍ର ତିନିଯେ ଯାହାର ଶୁଭ ସେଟି ମନାସନ୍ତି ଘେନି ।୧୧୩।ତୁ ଯେ ମଧ୍ୟପାତ୍ର ୟେବେ ଶିରୀରଂଗକାଳେ ଭୀମସେନ ଠାକୁରେ ବୋଲିବେ ତୁମ୍ଭଂକୁ ନାହିଂ ଭାଗ ।୧୧୪।ଆମ୍ଭେ ବଇମାତ୍ରୀ ଭାଇ ବେନିଗୋଟିଆମ୍ଭଂକୁ ବେନିଖଣ୍ଡି ପଡ଼ା ଯେ ଦେବ ଧୃତରାଷ୍ଟି ।୧୧୫।ଗୋବିନ୍ଦେ ବୋଇଲେ ସେ ଦୁଷ୍ଟ ଯେ ପ୍ରକୃତିଧର୍ମ ଆଶ୍ରେକଲେ କି ସେ ମିଳଇ ଯୁଗତି ।୧୧୬।କର୍ଣ୍ଣ ଧୁଶାସନ କୂଟ କପଟ ଶକୁନିନ ପୁଣ ନ ଦିଅନ୍ତି ତୋତେ ପଡ଼ା ଖଣ୍ଡି ବେନି ।୧୧୭।ଯୁଝେଷ୍ଠି ଦେବେ ଜ୍ୟେଷ୍ଠ ସେ ତାହାଂକୁ ଦେବ ଯେ ପଡ଼ାୟେଭୀମସେନକଇଂ ପଡ଼ାୟେ ଦେବ ତାହାଂକୁ କରଇ ଭୟେ ।୧୧୮।ଅର୍ଜୁନକୁ ଦେବ ପଡ଼ାୟେ ସେ ଗତର ଉପୁଗାରୀତୁମ୍ଭକଇଂ ବେନି ପଡ଼ାୟେ ଦେବ ସେ କଉଂ ଗୁଣେ କରି ।୧୧୯।ନକୁଳ ବୋଇଲା ସେ ମୋତେ ନ ଦିଲେ ବେନିଗ୍ରାମନିଚୟେତ ନାରାୟଣ ମୋହୋର ହୋଇଲା ସାଂଗ୍ରାମ ।୧୨୦।କେଶବ ବୋଇଲେ ତୁ ସାଂଗ୍ରାମ ପୁଣ କଲେକାହା କାହାକୁଇଂ ଜିଣି ପାରିବୁ ତୋହୋର ଯେ ବଳେ ।୧୨୧।ନକୁଳ ବୋଇଲେ ଦେବ ଭାରଥେ ଭାରୋଇ ମଲ୍ଲପ୍ରଥମ ଯୁଦ୍ଧେ ମାରିବି ଯେ ମାତୁଳ ଶଇଲ୍ୟ ।୧୨୨।ଦୁଜେଣ ବୀର କର୍ଣ୍ଣ ତିଜେଣ ଶକୁନିସ୍ୱାମୀ ଲକ୍ଷ୍ମଣ କୁମାର ତୁଲେ ଯେତେକ ସନ୍ୟ ଘେନି ।୧୨୩।କୃପା ଆଚାର୍ଯ୍ୟ ହାଦେ ଅଶସ୍ତମା ବାହ୍ଲୀକଦୁର୍ଜୟେ ସୋମଦତ୍ତ ଆବର ସଉନିକ ।୧୨୪।ୟେତେକ ଯୋଦ୍ଧା ମୂଳେ ଚଳଇ ଯେତେ ସେନାଅଲେଖ ସଇନି ଯେ କେ କରୁ ଗଣନା ।୧୨୫।ତୁହି ମଧ୍ୟପାତ୍ରେ ହରି ସଭାୟ ପାଇଆସ ଲାଜକଉରୋବ ବଂଶ ବୁଡ଼ିଲାଟି ଜାଣିଥା ଦେବରାଜ ।୧୨୬।ନକୁଳ ମୁଖୁଂ ହରି ୟେସନେକ ପ୍ରତଗ୍ୟାଂ ଦେଖିଇନ୍ଦ୍ର ସୂର୍ଯ୍ୟ ଚନ୍ଦ୍ର ପ୍ରଜାପତି ନୁଆରନ୍ତି ରଖି ।୧୨୭।ନକୁଳକୁ ରୁହାଇ ଚଳିଲେ ବାସୁଦେବରୟଣୀ ତିନି ପହରେ ଯାଇ ଭେଟିଲେ ସହଦେବ ।୧୨୮।ଯୋଗୀ ଯେସନେକ ଜାଗଇ ଅନ୍ଧାରୀସହଦେବ ପ୍ରଣପତ୍ୟ ଦେଖିଣ ମଧୁହାରୀ ।୧୨୯।ସହଦେବ ବାସୁଦେବ ୟେକଇ ଆସନେସକଳ ଶୁଭ ବାରତା ଯେ ପୁଛନ୍ତି ଜନାର୍ଦ୍ଦନେ ।୧୩୦।ମନ୍ତୀବର ବୋଇଲା ଦେବ ସର୍ବ ଶୁଭକାର୍ଯ୍ୟମଧ୍ୟପାତ୍ରପଣ କେମନ୍ତ କଲୁ ଦେବରାଜ ।୧୩୧।ଗୋବିନ୍ଦେ ବୋଇଲେ ମୁଂ ଅଇଲି ତୋହୋର ନିମନ୍ତେଯୁଝେଷ୍ଠି ଦେବ ଠାକୁରେ ମଧ୍ୟପାତ୍ର କଲେ ମୋତେ ।୧୩୨।ଆହୋ ମନ୍ତ୍ରୀ ତୁହିତ ପଣ୍ଡିତ ମହାଭିଗ୍ୟଂଶୂରବନ୍ତ ବଳବନ୍ତ ଅଟୁ ତୁ ଧାର୍ମିକ ସର୍ବଗ୍ୟଂ ।୧୩୩।ସ୍ୱାମୀର ଆଜ୍ଞା ନିରାଧାର ମୁକୁକିସ ଉତ୍ତର ମୁଂ ଯେ କହିବି କାହାକୁ ।୧୩୪।ଆହୋ ପଣ୍ଡିତ ତୁ ଭୂତ ଭବିଷ୍ୟ ଗ୍ୟାଂତାତବ ବାକ୍ୟ ପ୍ରମାଣେ ମୁଂ ହୋଇବି ବକତା ।୧୩୫।ସହଦେବ ବୋଇଲା ସ୍ୱାମୀ ସନ୍ଧିକି ଯେବେ କାର୍ଯ୍ୟକେ ତୋହୋର ଆଗ୍ୟାଂ ଭ୍ରଷ୍ଟ କରିବ ଦେବରାଜ ।୧୩୬।ଦେବ ଦାନବେ କେ ତୋହୋର ଆଗ୍ୟାଂ ଭ୍ରଷ୍ଟ କରିବାକୁ କ୍ଷମଯେମନ୍ତ ଭିଆଇବୁଟି ଭିଆଅ ପୁରୁଷ ଉତ୍ତମ ।୧୩୭।ସ୍ୱାମୀ ଦୁଷ୍ଟ ଅବା ହୋଉ କି ସଜ୍ଜନହିଂ ହୋଉତୋହୋର ଆଗ୍ୟାଂ ମେଣ୍ଟିବାକୁ କ୍ଷମ ଅଛି କେହୁ ।୧୩୮।ମହୀଭରା ଉଶ୍ୱାସଟି ହୋଇବ ଯେମନ୍ତେଗୋବନ୍ଦେ ବୋଇଲେ ମୁଂ ବିଶ୍ୱାସେ କହଇ ତୋତେ ।୧୩୯।ସହଦେବ ବୋଇଲା ସ୍ୱାମୀ ଶୁଣିମା ଶିରୀରଙ୍ଗନ ଦେବା ଭଳି କରି ପଞ୍ଚଗ୍ରାମ ମାଗ ।୧୪୦।ଗୋବିନ୍ଦେ ବୋଇଲେ ତୋତେ କହିବା ଅଦ୍ୟାପିକେବଣ କେବଣ ଗ୍ରାମ ମାଗିବା ମୋତେ କହିବା ସଞ୍ଚପି ।୧୪୧।ସହଦେବ ବୋଇଲା ଦେବ ଯାଅ ଶୁଭଲଗ୍ନ ଘେନିଉପାୟ କରି ବିନାଶିବ କଉରୋବ ସଇନି ।୧୪୨।ଯହିଂର ନିମନ୍ତେ ଆମ୍ଭେ ମାନବ କୁଳେ ଜାୟେତାହା ନିବର୍ତ୍ତ କରିବୁନା ଦେବରାୟେ ।୧୪୩।ସୁବାକ୍ୟ ତେଜିଣ ଖଳବାକ୍ୟ କହିଲେଅନେକ ସୁଧର୍ମ ନାଶ ଯାଇଟି ଖଳଦୂତ ହୋଇଲେ ।୧୪୪।ସହଦେବ ବୋଇଲେ ସ୍ୱାମୀ ଶୁଣିମା ପୁରୁଷୋତ୍ତମଇନ୍ଦ୍ରପ୍ରଶସ୍ତ ଯମପ୍ରଶସ୍ତ ବାରୁଣା ହସ୍ତିନା ଜଇନ୍ତା ପଞ୍ଚୁଗ୍ରାମ ।୧୪୫।ଗୋବିନ୍ଦେ ବୋଇଲେ ହୋ ଶୁଣ ମନ୍ତ୍ରୀ ଚୂଡ଼ାମଣିପଡ଼ାର ନାମ ଅର୍ଥ ମୋତେ କହିବା ପରିମାଣି ।୧୪୬।ବୋଲନ୍ତି ମନ୍ତ୍ରୀବର ଶୁଣ ହୋ ଶ୍ରୀବତ୍ସିପଞ୍ଚୁଗ୍ରାମ ଅର୍ଥକରି କହ ଯହିଂ ଯିସ ଯିସ ଅଛି ।୧୪୭।ଯେତେ ଦୂରେ ଇନ୍ଦ୍ର ଦେବତା କରଇ ଜଳବୃଷ୍ଟିପ୍ରଥମେ ମାଗିବୁ ହରି ସେହି ପଡ଼ାଗୋଟି ।୧୪୮।ଯେତେଦୂର ଯମ ପ୍ରସାରଇ କାଳଫାଶିବୋଲିବୁ ଯମପ୍ରଶସ୍ତ ପଡ଼ାଗୋଟି ପାଣ୍ଡବଂକୁ ଦେଅସି ।୧୪୯।ତିଜେ ମାଗିବୁ ହରି ନଗ୍ର ବାରୁଣାବନ୍ତଯେତେ ଦୂରେ ଆତଯାତ ହୋଅଇ ମରୁତ ।୧୫୦।ଇନ୍ଦ୍ରପ୍ରଶସ୍ତ ଯମପ୍ରଶସ୍ତ ବାରୁଣାବନ୍ତ ତିନିପୂରଣ ନିମନ୍ତେ ମାଗିବୁ ହସ୍ତିନା ଜଇନ୍ତା ବେନି ।୧୫୧।କେବଣ ପୁରେ ଇନ୍ଦ୍ର ନ କରଇ ଜଳବୃଷ୍ଟିଯମ କାଳଫାଶି କାହିଂ ଅବା ନ ଘୋଟି ।୧୫୨।କେବଣ ପୁରେ ଆତଯାତ ନୋହଇ ପବନୟେହାତ କଦାଚିତେ ନ ଦେବ ଦ୍ରିଯୋଧନ ।୧୫୩।ଇଦଂବାକ୍ୟ ଶୁଣି ମାନଗୋବିନ୍ଦ ତୋତେ ଚଳିୟେଥୁଂ ସେ ଅପ୍ରୀତି ହୋଇବ ବନମାଳୀ ।୧୫୪।ହରି ୟେ ପଞ୍ଚଭୁବନୁଂ ଆନ ଭୁବନ ତ ନାହିଂୟେହା ଦିଲେ କଉରୋବେ ରହିବେ ଆର କାହିଂ ।୧୫୫।ନୀତିବନ୍ତ ପୁରୁଷ ହୋଇ ତୁ କହିବୁ ଅନୀତି ଭାବଶୁଣିକରି କୋପ ତୋତେ କଉରୋବେ କରିବେ ଅସମ୍ଭବ ।୧୫୬।ମାର ବୋଲି ତୋତେ ଆଗ୍ୟାଂ ଦେବେ କୁରୁପତିସାକ୍ଷୀକରି ଆସ ହରି ହୋଇବଟି ଅପ୍ରୀତି ।୧୫୭।ଆହୋ ଚଇତନ ନିଶୋଧନ ମନ୍ତ୍ରୀ ଯହୁଂ କହିଲାକ ୟେସନେକ ବୁଦ୍ଧିଶ୍ରୀ ନାରାୟଣ ବୋଇଲେ ମୋର କାର୍ଯ୍ୟ ହୋଇଲା ଯେ ସିଦ୍ଧି ।୧୫୮।ସହଦେବ ବୋଇଲା ହରି ମଧ୍ୟପାତ୍ର ମୁଖେ ଶମମଧ୍ୟସ୍ଥ ମୁଖେ ଅଛି ହରି ଧର୍ମ ଯେ ଅଧର୍ମ ।୧୫୯।ଶୁଣିଣ ସାନନ୍ଦ ଯେ ଦାନବ କୁଳ ଅଇରିହୃଦଗତେ ଧଇଲେ ଯାହା ସହଦେବ ତିଆରି ।୧୬୦।ୟେକାନ୍ତ ସମ୍ପାଦ ଯହୁଂ ହୋଅନ୍ତେଣ ବେନିରୟଣୀ ପ୍ରସରିଲା ଫୁରିଲା ଶଙ୍ଖଧୁନି ।୧୬୧।ଅରୁଣ ପ୍ରକାଶ ଯେ ନିର୍ମଳ ଅଈଶାନ୍ୟେସନ୍ଧ୍ୟା ସୁମରନ୍ତି ହରି ନିତ୍ୟକର୍ମ ବିଧାନେ ।୧୬୨।ଯମୁନା ନଦୀ ଧାରେ ଯେ ବହଇ ତ୍ରିବେଣୀଉତ୍ତର ବାହିନୀ ହୋଇଣ ଅଈଶାନ୍ୟେ ଭ୍ରମଣି ।୧୬୩।ନିତ୍ୟକର୍ମ ସାରିଲେ ହରି ନଦୀର ପଛିମ କୂଳେଗନ୍ଧର୍ବ ପର୍ବତ ଯେ ପିପ୍ପଳ ବଟ ତଳେ ।୧୬୪।ଲମ୍ୱିତ ଜୂଡ଼ା ଯେ କେଶ ତ୍ରିକଛ ବସନକରେ କୁଶ ବଟୁ ଶ୍ରୀବତ୍ସର ଚିହ୍ନ ।୧୬୫।ବିତକ୍ଷଣ ଉତ୍ତରୀ ଯେ ବନଗୁଣ ପଇତାୟେକମୁଖୀ ରୁଦ୍ରାକ୍ଷ କରେ ସେତ ଗଳାରେ ତୁଳସୀମାଳ ଭୂଷିତା ।୧୬୬।ଧାତାକଇଂ ଅଗୋଚର ଯାହାର ଚକ୍ରକୂଟ ବୁଦ୍ଧିଚଳନ୍ତି ହୃଷୀକେଶ ଯେ କଳିକି ପ୍ରବୋଧି ।୧୬୭।ମିଥିଳା ନଗ୍ର ସନ୍ନିଧ୍ୟେ ବିଜୟେ ଦେବହରିବ୍ୟାସେ ଆସୁଛନ୍ତି ଯେ ଯୁଝେଷ୍ଠି ଦେବନ୍ତ ଲୋଡ଼ି ।୧୬୮।ବଶିଷ୍ଠ ବିଶ୍ୱାମିତ୍ର ମାରକଣ୍ଡ ଅଗସ୍ତିବାଲମୀକ ସୁଦେବ ପାରେଶ୍ୱର ଶୁକ ଯତି ।୧୬୯।ୟେହାନ୍ତ ମୁଖ୍ୟକରି ଷାଠିୟେ ସହସ୍ର ଯେ ଋଷିନାରାୟଣଂକୁ ଭେଟିଲେ ସେ ସକଳ ଋଷି ଆସି ।୧୭୦।ଦଣ୍ଡ କମଣ୍ଡଳ ମୁନିମାନେ ଥୋଇଲେ ଭୂମିଗତେବିନୋପନ୍ତି ଋଷିମାନେ କେଶବ ପାଦଗତେ ।୧୭୧।କେଶବର ପଦ୍ମପାଦେ କରନ୍ତି ସର୍ବେ ପୂଜାତପୋଧନ ରୂପ ତୋ କିମର୍ଥେ ଦେବରାଜା ।୧୭୨।ଯୁଝେଷ୍ଠି ଉଦ୍ଯୋଗ ବାରତା ଆମ୍ଭେ ଶୁଣିକଣୟ ଉତୁରୀ ପଇତା ଅଛୁଂ ଆମ୍ଭେ ଆଣି ।୧୭୩।ବ୍ୟାସେ ବୋଇଲେ ଧର୍ମ ନନ୍ଦନକୁ ଭେଟିବା ଆମ୍ଭେ କାହିଂୟେସକରେ ନାରାୟଣ ତୁଲେ କେହି ନାହିଂ ।୧୭୪।ଗୋବିନ୍ଦେ ବୋଇଲେ ଯୁଝେଷ୍ଠି ରାଜଦେବେତାହାଂକ ଆଗ୍ୟାଂୟେ ମୁଂ ହସ୍ତିନାକୁ ଦୂତପଣକୁ ୟେବେ ।୧୭୫।ପ୍ରସ୍ତାପ ବାକ୍ୟେ ସେ ମାନଗୋବିନ୍ଦ ରାୟେପଡ଼ା ପାଞ୍ଚଖଣ୍ଡି ମାଗିଲେ ଯେ ଧର୍ମର ତନୟେ ।୧୭୬।ମୁହିଂ ଯୁଝେଷ୍ଠି ଦେବଂକର ଦୂତକାରୀତଦଅର୍ଥେ ମଧ୍ୟପାତ୍ର ମୁଂ ହସ୍ତିନା ନଗରୀ ।୧୭୭।ମାରକଣ୍ଡେ ବୋଇଲେ ହୋ ରହ ରହ ମୁନି ବ୍ୟାସଶ୍ରୀକୃଷ୍ଣ କିସ ସଭାରେ କରନ୍ତି ପ୍ରକାଶ ।୧୭୮।କିସ ଅବା ଉତ୍ତର କରଇ ମାନ ଚକ୍ରବ୍ରତୀକୁରୁ ପାଣ୍ଡବେ ଉପୁଜଇ ପ୍ରୀତିକି ଅପ୍ରୀତି ।୧୭୯।ନାରାୟଣ ବୋଇଲେ ହୋ ତୁମ୍ଭେ ଆସ ମୋହୋର ତୁଲେସୁବାକ୍ୟ ଉପୁଜିବ ସିନା ହୋ ସୁଜନ ଗୋଷ୍ଠୀ ଥିଲେ ।୧୮୦।ଆହୋ ବ୍ୟାସ ତୁମ୍ଭେ ପ୍ରତକ୍ଷେ ମହାତମାଅଗସ୍ତି ଅଛନ୍ତି ଯେ ପ୍ରତକ୍ଷେ ଦେବବ୍ରହ୍ମା ।୧୮୧।ଜଗତ ମୋହନ ପୁରୁଷ ଯେ ଅମୃତ ବାକ୍ୟ ଭାଷିନାରାୟଣ ତୁଲେଣ ଆସନ୍ତି ସର୍ବଋଷି ।୧୮୨।ହସ୍ତିନା ବାରୁଣା ଦୁଇନଗ୍ର ମଧ୍ୟସ୍ଥାନେକହଇ ଧବଳମୁଖୀ ସରସ୍ୱତୀ ଈଶାନ୍ୟେ ।୧୮୩।ସାମାନ୍ୟ ଦେଶଗୋଟି ନାମ ଅଙ୍ଗଦେଶସେ ମଧ୍ୟସ୍ଥାନରେ ଯେ ବିଦୁରଂକ ଗୃହବାସ ।୧୮୪।ମିଥୁନ ମାସ କୃଷ୍ଣପକ୍ଷ ପଞ୍ଚମୀ ଗୁଗୁବାରଉତ୍ତରାଷାଢା ନକ୍ଷତ୍ରକୁ ବେଳ ଦଣ୍ଡ ତେର ।୧୮୫।ତତୁଲ୍ୟ ନାମେ କରଣ ପ୍ରୀତି ନାମେଣ ଯୋଗଉତ୍ତରାଷାଢା ନକ୍ଷତ୍ର ଶ୍ରବଣା ନକ୍ଷତ୍ର ଭୋଗ ।୧୮୬।ତୁଲେଣ ସମ୍ଭର୍ବେ ଯେ ଋଷିଗଣମାନେବିଜୟେ ଗୋବନ୍ଦ ସେ ବିଦୁର ନଗ୍ର ସନ୍ନିଧାନେ ।୧୮୭।ଅମ୍ୱୁବତୀର ନନ୍ଦନ ଭୂତ ବବିଷ୍ୟ ଗ୍ୟାଂତାଭୁବନ ମଣ୍ଡଇ ସେ ସମସ୍ତ କରିଅଛି ସଂସ୍ଥା ।୧୮୮।କେଶବ ଗବନ ଜାଣି ଶାୟନ୍ତନୁର ନାତିଭାରିଯାର ନାମ ତାର ଅଟଇ ପ୍ରିୟବତୀ ।୧୮୯।ଭାନୁବନ୍ତ ବୋଲି ବିଦୁରର ପୁତ୍ରଗୋଟିକେଶବ ଚରଣ ତଳେ ତିନିହେଂ ଆସି ଲୋଟି ।୧୯୦।ରତ୍ନଝରୀ ନୀର ତୋଳି ଦିଅଇ ବିଦୁରର ପ୍ରିୟାପାଦ ପଖାଳଇ ଯେ ବିଦୁର ମହତ ଶ୍ରିୟା ।୧୯୧।ପୁତ୍ର ଶ୍ରୀଚରଣ ପୋଛଇ ଦେବାଙ୍ଗ ବସନ ଘେନିଛଡ଼ ଅର୍ଘ୍ୟ ପୂଜାକଲା ବିଦୁର ବିନୟ ଦୟିନୀ ।୧୯୨।ଋଷି ମାନଂକର ଚରଣ ପଖାଳିସବୁଂକୁହିଂ ପାଦାଅର୍ଘ୍ୟ କଣୟ ଘଟଣା ଥାଳୀ ।୧୯୩।ଋଷି ଜଣକେ ରତ୍ନଝରୀ ଗୋଟିୟେ ରତ୍ନପୀଢା ଗୋଟିୟେବସନ କୁଣ୍ଡଳ ରତ୍ନମାଳା ଗନ୍ଧ ଚନ୍ଦନମାନ ଦିୟେ ।୧୯୪।ପାଞ୍ଚ ପାଞ୍ଚ ମାଣିକ ସେ ଘଟଣ ଦୀପାବଳୀଷାଠିୟେ ସହସ୍ର ଥାପିଲା ପଞ୍ଚଦଶ ଉଗୁଳି ।୧୯୫।ଆସନ ସମାର୍ଜନ କୃଷ୍ଣାଜିନ ଛଉରୀଲକ୍ଷେ ଲକ୍ଷେ ସୁବର୍ଣ୍ଣ ଘେନି ପାଦପୂଜା କରି ।୧୯୬।ଆହୋ ବିଦୁରେ ମଧ୍ୟେଣ ନାରାୟଣେ ବେଢିଣ ବସିଲେ ସର୍ବମୁନିଛାମୁରେ ବିଦୁର ବିନୟୀ ପୁତ୍ର ଭାରିୟାନ୍ତ ଘେନି ।୧୯୭।ଜୟତୁ ଭଗବାନ ଭଗତ ମତ୍ସଳଜଳଧର ମେଘ ଜାଣି ବଦନ ଜ୍ୟୋତି ନୀଳୋତ୍ପଳ ।୧୯୮।ସାଧୁ ମୋହୋର ଜୀବନ ସାଧୁ ମୋହୋର ପୁରସାଧୁ ସାଧୁ ବଂଶ ସିନା ଅଟଇ ମୋହୋର ।୧୯୯।ସାଧୁ ମୋହୋର ବଂଶ ସାଧୁ ମୋହୋର ଜୀବନସଦୟେ ଭୂତନାଥ ବିଜୟେ ଜନାର୍ଦ୍ଦନ ।୨୦୦।ୟେ ମୋହର ଭୁବନେ ପଡ଼ିଲା ତୋହୋର ପଦରଜଜନ୍ମ ମୋହୋର ସୁଫଳ ଆଜି ନିସ୍ତରିଲି ଦେବରାଜ ।୨୦୧।ଅନେକ ଅପ୍ରାଧ ଦୋଷ କରିବା ମୋର କ୍ଷମାଦେଖିଲି ଗୁଣ ସାଗର ନାଥ ପୁରୁଷଂକ ଉତ୍ତମା ।୨୦୨।ସ୍ୱାମୀ ରାଜୀବ ଲୋଚନ ଶୁଦ୍ଧ କମଳ ପାଟିଯମର ଅର୍ଗଳ ଭାଞ୍ଜଇ ଧଇଲେ ଯାହାର ନାମଗୋଟି ।୨୦୩।ଶଙ୍ଖଚକ୍ର ସାରଙ୍ଗ ଶ୍ରୀଭୁଜେ କଉମୁଦୀଦ୍ରଶନେ ପ୍ରସନ୍ନେ ନାଥ ସର୍ବ କାର୍ଯ୍ୟ ସିଦ୍ଧି ।୨୦୪।ସ୍ୱାମୀ ପୁଣ୍ୟଭଦ୍ରା ତୀର୍ଥେ ଗଦାଧର ମୂରତିପିଣ୍ଡଦାନ ଦିଲେ ଜନେ ପାଆନ୍ତି ଗତି ଯେ ମୁକତି ।୨୦୫।ସ୍ୱାମୀ ଅଘଟଣ ଘଟଣ ହୁଆଇ ଯାହାର ବୋଲେଖଣ୍ଡଇ ସକଳ ପାତକ ଶ୍ରୀକୃଷ୍ଣ ନାମ ଧଇଲେ ।୨୦୬।ରୁକ୍ମିଣୀ ଜମ୍ବୁବତୀ କାଳନ୍ଦୀ ସତ୍ୟଭାମାସତ୍ୟା ଚଞ୍ଚଳା ଯେ କମଳା ଦେବୀ ଲକ୍ଷ୍ମଣା ।୨୦୭।ଭାରତୀ ତୁଳସୀ ଯେ ନୀଳେନ୍ଦୀ ବର୍ଣ୍ଣ ଓଳିବର୍ଣ୍ଣ ସୁସଞ୍ଚ ଯହୁଂ ନାମ ବନମାଳୀ ।୨୦୮।ଭାବଗ୍ରାହୀ ନାଥ ତୁ ଦାସ ବତ୍ସଳ ସ୍ୱାମୀବିକଚ କଦମ୍ବମାଳ ହୃଦରେ ଲୁଳୟାମି ।୨୦୯।ସ୍ୱାମୀ ବାଳକାଳେ ପୁତନା ଯାମଳା ଭାଞ୍ଜିଶକଟ ଭାଞ୍ଜିଣ ନାଥ ଷଣ୍ଢାସୁର ଦର୍ପ ଗଞ୍ଜି ।୨୧୦।ଘୋରମୁଖ ଗଜମୁଖ ବକା ଯେ କଦମ୍ବାଚାଣୁର ମୁଷ୍ଟିକ ଦତ୍ୟ ଅମ୍ବା ଯେ ପ୍ରଳମ୍ବା ।୨୧୧।କନିଷ୍ଠା ଅଙ୍ଗୁଳିରେ ଧଇଲା ଗୋବର୍ଦ୍ଧନ ମେରୁକାଳିଆ ନାଗର ନାଥ ମର୍ଦ୍ଦିଲୁ ଦର୍ପ ଫେରୁ ।୨୧୨।ସ୍ୱାମୀ କିଞ୍ଚିତେ କାଳସନ୍ତକ ରୂପ ଯେ ପ୍ରକାଶିଉର୍ଦ୍ଧ୍ୱେ ପ୍ରାଣତ୍ୟାଜ ହୋଇଲେ କଂସ କେଶୀ ।୨୧୩।ଜାରା ନାରକା କାଳ ଦମନ ଦର୍ପ ଧ୍ୱଂସିଦନ୍ତବକ୍ର ଶିଶୁପାଳ ମେରୁଶୂଳ ନାଶିଲୁ କୃତକେଶୀ ।୨୧୪।ସ୍ୱାମୀ ବଜ୍ରନାଭ ସୁନାଭ ବାଣାସୁର ସହସ୍ର ଭୁଜତମାଳକ ମୋଢାସୁର ବିଦାରିଲୁ ଦେବରାଜ ।୨୧୫।କୁମ୍ଭ ନିକୁମ୍ଭ ଯେ ବଜ୍ର କପଚ ଧ୍ୱଂସାଭକତ ମତ୍ସଳ ତଥା ତୁ ପୂରାଅ ମନୀଷା ।୨୧୬।ସ୍ୱାମୀ କଉତୁକେ ଗୋପରେ ତୁ ନନ୍ଦ ଘରେ କହ୍ନାଇବାହେ ବାନ୍ଧେଣୀ ତାଳୁରେ ଚୂଳ ହାଥରେ ବେଣୁ ବାଇ ।୨୧୭।ସ୍ୱାମୀ ବାଳଭୋଳ ରୂପ ତୋର ଦେଖିଣ ବିରଞ୍ଚିବଚ୍ଛାପଲ ହରିନେଲା କଉତୁକ ସିଞ୍ଚି ।୨୧୮।ରାଧା ସଙ୍ଗତେ କଉତୁକ କରନ୍ତେଣ ହରିବିବାନେ ବସାଇ ଧାତା ବତ୍ସାନ୍ତ ନିଲେ ହରି ।୨୧୯।ରାଧା ବିଜେକଲେ ଯେ ଆପଣାର ପୁରୀସନ୍ଧ୍ୟା ଅବକାଶେ ହରି ଲୋଡ଼ନ୍ତି ବାଛୁରୀ ।୨୨୦।କୁଞ୍ଜବନ ଯମୁନା ତୀରେ କଦମ୍ବ ମୂଳେ ମାଧବୀ ଲତାକେଣେ ଗଲେ ବତ୍ସା କେହି ନୋହିଲେ ଦେଖନ୍ତା ।୨୨୧।ଗାଈ ହମ୍ବାରାବ ଦିଅନ୍ତି ଯେ ବତ୍ସା ନା ଦେଖିଥନ ଭାରୟେ ବୁଲନ୍ତି ସେ ଗୋଗୋଷ୍ଠ ଉପେକ୍ଷି ।୨୨୨।ଲୋଡ଼ନ୍ତେ ଗୋପାଳେ ସେ ଧାଇଂଆସେ ନନ୍ଦଉଚ୍ଚେ ହାକ ଦିଅଇ ଯେ ଗୋବିନ୍ଦ ଗୋବିନ୍ଦ ।୨୨୩।ଯମୁନାର ତୀରେ ଯେ ବତ୍ସାନ୍ତ ନ ପାଇନିଜ ମନ୍ଦିରକୁ ହରି ଆସନ୍ତି ବେଗେ ଧାଇଂ ।୨୨୪।ଲୋଡ଼ନ୍ତେ ଦେଖିଲେ ନନ୍ଦ ଭାଣ୍ଡୀର ବୃକ୍ଷ ତଳେଆରେ କହ୍ନାଇ କାହିଂ ବତ୍ସାନ୍ତ ଛାଡ଼ିଲୁ ୟେତେବେଳେ ।୨୨୫।ଗାଈଂକ ବିକଳ ରେ କେହୁ ପୁଣ ସହୁରାଗ ଭାରିତ ହୋଇଲା ନନ୍ଦ କହୁଂ କହୁଂ ।୨୨୬।କଂସକୁ ନିଯୋଗ ଦେବି ସହସ୍ର ଭାର ଦୁଧବେଳେ ନ ପାଇଲେ ମୋତେ ପଡ଼ିବ ପରମାଦ ।୨୨୭।ରାଗେ ମହାଖୁଡ଼ର ନୟନୁଂ ଲୁଅ ଫୁଟିକୋପଭରେ ବାମକରେ ଧଇଲେ କେଶବର ଚୂଳଗୋଟି ।୨୨୮।ତିନ୍ତୁଳି ଛାଟେକ ଯେ ଘେନିଣ ନନ୍ଦ ମହାଖୁଡ଼େରାଗେଣ ପିଟିଲା ନେଇ କହ୍ନାଇ ଶରୀରେ ।୨୨୯।ଛାଟ ବାଜି ଶରୀରୁଂ ରୁଧିର ଗଲେ ଫୁଟିଡାହାଣ କରେ ପିଟଇ ବାମକରେ ଧରିଛି ଚୂଳଗୋଟି ।୨୩୦।ମାରିଣ ନନ୍ଦ ଯେ ଗଲାକ ବତ୍ସାନ୍ତ ଲୋଡ଼ିଧ୍ୟାନେଣ ବସିଲେ ହରି ବତ୍ସାନ୍ତ ଲୟେକରି ।୨୩୧।ଦେଖିଲେ ଧାତାର ବିବାନେ ଅଛନ୍ତି ବତ୍ସାପଲ୍ଲଗୋବିନ୍ଦେ ବୋଇଲେ ଧାତା ନକଲୁ କିଛି ଭଲ ।୨୩୨।ମୁହିଁ ଗୋପାଳୁଣୀନ୍ତ ଘେନି ହୋଇଲି ମତ୍ତଭୋଳବିଡ଼ିବାର ନିମନ୍ତେ ମୋର ହରିଲୁ ବତ୍ସାପଲ୍ଲ ।୨୩୩।ୟେତେକ କଷ୍ଠୋର ଯେ କିମ୍ପାଇଂ କଲୁ ମୋତେନନ୍ଦ ଯେ ପିଟୁଅଛି ତାହାର ଗ୍ୟାନ ଅବା କେତେ ।୨୩୪।ନନ୍ଦର କିସ ଦୋଷ ମୋତେ ତୁହି ସେ ଝିଂଘାସିୟେ ମଧ୍ୟ ଭୁବନେ ପିତାମହ ତୁ ଅପୂଜ୍ୟକ ହୋଅସି ।୨୩୫।ବିଦୁରେ ବୋଇଲେ ୟେହେନେକ କୁତୋହୋଳ କଲୁ ଦେବରାଜୟେସନେକ ବାକ୍ୟେ ବ୍ରହ୍ମା ହୋଇଲେ ଅପୂଜ୍ୟ ।୨୩୬।ନବସୃଷ୍ଟି କରତା ଯେ ଯେବଣ ପୁରୁଷତାହାକଇଂ ଶାପ ବିହିଲୁ କଲୁ ତୁ ଝିଂଘାସ ।୨୩୭।ୟେ ଦ୍ୱାପର ଯୁଗର ଲୋକଂକର ସାଧୁ ସାଧୁ ଜୀବନଗୋଟିୟେ ଚର୍ମ ନୟନେ ତୋତେ ପାଉଛନ୍ତି ଭେଟି ।୨୩୮।ଜଗତ ଜନ କରତା ଜଗନ୍ନାଥ ତୋର ନାମମୁହିଂ ତୋର ଚରଣ ଆର୍ଧନା କରିତେ କିସ କ୍ଷମ ।୨୩୯।ସଦା ସମ୍ପଦ ନାଥ ଅଗ୍ୟାନକୁ ଗ୍ୟାନ ଦ୍ୟନ୍ତାୟେ ମୋହ ବନ୍ଧନରୁ ନାଥ ତୁହି ସେ ଉଦ୍ଧାରନ୍ତା ।୨୪୦।ତୁ ଦେବ ମାତା ପିତା ତୁହି ସେ ଗୁରୁ ଦେବତାତୁ ଦେବ ସାଖା ସୋଦର ତୁ ଦେବ ସର୍ବ ଦାତା ।୨୪୧।ସ୍ୱାମୀ ଯାବତ ଚନ୍ଦ୍ର ଦିବାକର ଯାଉଂଶ୍ରୀ ଜଗନ୍ନାଥ ନାମ ଗୋଟି ହୃଦରେ ମୋର ଥାଉ ।୨୪୨।ତୁଳସାର ବଲ୍ଲବ ଚରଣେ ନିଜ ଦାସଶୂଦ୍ରମୁନି ସାରୋଳା ଜନ୍ମେ ଜନ୍ମେ ଅଭ୍ୟାସ ।୨୪୩।୧୧୭୪।
ଶ୍ରୀକୃଷ୍ଣଙ୍କର ବିଦୁର ମନ୍ଦିରରେ ଅବସ୍ଥିତି ଓ ବିଦୁରଙ୍କୁ ବର ଦାନଆହୋ ଚଇତନ ବିଦୁର ଅନେକ ତୁସ୍ତି କଲାକ ୟେ ବିଧିଗୁଣାସାଗର ନାଥ ପ୍ରସନ୍ନେ ସର୍ବସିଦ୍ଧି ।୧।ବାଳ ଚରିତ କଥା ବିଦୁର ଯହୁଂ ଭାଷିବାଳ ବୁଦ୍ଧି ପ୍ରସନ୍ନ ହୋଇଲେ ହୃଷୀକେଶୀ ।୨।ଅଦା ପୁଡ଼ାୟେକ ନଟିକାଳ ଗୁଡ଼ାୟେକେଶର ପୁଡ଼ାୟେ ମଧୁପାଣି ଫଳ ପୁଡ଼ାୟେ ।୩।ଲିଆ ମୁଆଂ ଗୁଡ଼ାୟେ ତିଳଲଡୁ ତିଳ ପାମ୍ପୁଡ଼ିଅମୃତ ଲଡୁ ପରଶଇ ଦନା ଦନା କରି ।୪।ଦହି ଦୁଧ ଶାକର ତହିଂ ମରିଚ ମିଶ୍ରିତ କରିଅଧାମ ସର ଲବଣୀ ଖଣ୍ଡରସ ଭରି ।୫।ଶାକର ସଜ ଲବଣୀ ଗଇଂଠା ପିଠା ପୁଳିଅମୃତପାଣି କଦଳୀ ଗୋଟିକା ମେଦିକରି ।୬।ଗଙ୍ଗାବାଣ ପଇଡ଼ା ଅମୃତ ରସଭରିଶୀତଳ ମୁଣୋହିରେ ବିଜୟେ ଦେବହରି ।୭।କାଚ ଝରୀ ଭିତରେ ସୁବାସିତ ପଣାକ୍ରପୂର ବାସେ ଯେ ଶରୀର ଆମୋଦନା ।୮।କୋମୋଦ ବେଣ୍ଟୁଳା ଯେ ପଦ୍ମ କେଶର ମଞ୍ଜିବାଳୁତ ରୂପ ଧରି କେଶବ ତାହା ଭୁଞ୍ଜି ।୯।କ୍ରପୂର ବାସମାନ ଚତୁସମ ଲେପିଗନ୍ଧରାଜ ଜୁଆଦ ଶରୀର କସ୍ତୁରୀ ତୁଲେ ଲେଖି ।୧୦।ଜାଇ ଜୁଇ ମଲ୍ଲୀ ମାଳତୀ ସେବତୀ କେତକୀ ଦୟଣାଚମ୍ପକ ବକୁଳ ନାଗେଶ୍ୱରୀ ଆବର କରୁଣା ।୧୧।ସୁବାସିତ କୁସୁମ ଯେ ଶ୍ୱେତବର୍ଣ୍ଣ ଗଭାଋଚିର କବରୀ ଯେ ନୀଳମେଘର ଆଭାହୃଦରେ ତୁଳସୀମାଳ ଶ୍ରୀକୃଷ୍ଣର ପାଉଅଛି ଶୋଭା ।୧୨।ତ୍ରପୁତି ନାରାୟଣ ଯେ ବିଦୁର ଭଗତେଜନ୍ମେ ଜନ୍ମେ ସେବା ତୋ ପ୍ରାପତ ହୋଉ ମୋତେ ।୧୩।ଋଷିଗଣମାନନ୍ତ ଯେ ଗଣ୍ଡାମାଂସ ଭୋଜିଭଗତି ଦେଖି ତପୋଧନେ ସମସ୍ତେହେଂ ଭୁଞ୍ଜି ।୧୪।ଗୋବିନ୍ଦେ ବୋଇଲେ ବିଦୁର ୟେ ବଡ ଆଶ୍ରିଜ କଥାୟେମାନ ସଞ୍ଚିତ କରି କାହିଂ କରିଥିଲୁ ବ୍ୟବସ୍ଥା ।୧୫।ୟେତେକ ବାଳଖିଲାକଇଂ କୃଷ୍ଣାଜିନ ଛଉଂରୀକନକ ଠରୀ ରତ୍ନପୀଢା ଆଦିକରି ।୧୬।ବିଦୁର ବୋଇଲା ସ୍ୱାମୀ ମୁଂ ଅଛିନି ୟେହା ଜଣିହସ୍ତିନାକୁ ମଧ୍ୟପାତ୍ରପଣେ ଆସିବେ ଚକ୍ରପାଣି ।୧୭।ତୁଲେଣ ଗୋଡ଼ାଇ ଆସିବେ ସକଳ ଋଷିମାନେସବୁନ୍ତିହିଂ ସଞ୍ଚିକରି ଅଛଇ ଯତନେ ।୧୮।ସ୍ୱାମୀ ସଂସାର ଗତି ପାଇ ତୋହୋର ସେନେହେଂସଞ୍ଚିତ ଅକାରଣ ନୋହଇ କେବେହେଂ ।୧୯।ତୁ ସ୍ୱାମୀ ଗୁଣ ସାଗର ନାଥ ପରିମାଣି ୟେହା ବୁଝଦାତବ୍ୟ ପୁରୁଷକୁ ବିଧାତା ବୁହାଇ ସିନା ବୋଝ ।୨୦।ସ୍ୱାମୀ ସୁସ୍ଥାନବାସୀ ଯେ ସୁଜନେଣ ଗୋଷ୍ଠିସୁସ୍ତିରୀ ପ୍ରସଙ୍ଗେ ସୁଜନେ ଯାର ଦୃଷ୍ଟି ।୨୧।ସୁଭୂମିରେ କୃଷି ସୁପୁତ୍ର ଯାହାର ଜାୟେଶ୍ରୀ ସୂର୍ଯ୍ୟଦେବତାଂକୁ ହୃଦରେ ଯାର ଲୟେ ।୨୨।ସୁମିତ୍ର ସାଧୁ ସୁଜନେ ଯେହୁ ଚଳିୟେତେ ଲୋକଂକର ବାନ୍ଧବ ତୁ ଅଟୁ ବନମାଳୀ ।୨୩।ସୁପଂକୁ ଭୋଜନେ ସୁପଛେ ଯେହୁ ଚଳିୟେହାଂକର ବାନ୍ଧବ ସୋଦର ଅଟୁ ତୁ ବନମାଳୀ ।୨୪।କୁସ୍ଥାନେ ବାସ କୁଳହୀନେ ଯାର ସେବାକୁସ୍ତିରୀ ପ୍ରସଙ୍ଗେ ଯେହୁ କୁଜନେ ବାନ୍ଧବା ।୨୫।କୂପଜଳେ ସନ୍ଧ୍ୟାସ୍ରାନ କୁଜନେ ଯାର ଗୋଷ୍ଠୀକୁଭୋଜନ କୁପଛ କୁଭୂମିରେ ଯାର ଥିତି ।୨୬।କୁବୁଦ୍ଧି କୁମନ୍ତ୍ରେ ଚଳନ୍ତି ଯେଉଂଣ ଜନନରକୁଂ ଆଗମ ସେ ନରକେ କରନ୍ତି ଗମନ ।୨୭।ସ୍ୱାମୀ ସଂସାର ମୋହଜଳ ୟେ ଅଗାଦ ଗଭୀରଲୋଭ ମୋହ କାମ କ୍ରୋଧ ହିଂସା ଯେ ଅପାର ।୨୮।ମାୟା ମୋହ ସଂସାର ୟେ ବିଜୁଳିର ଛାୟାଜଳବିମ୍ବ ପ୍ରାୟେକ ଯେ କ୍ଷଣେ କ୍ଷଣେ ମାୟା ।୨୯।ଆହୋ ଚଇତନ ୟେ ଭବ ସଂସାର ଅଟଇ ସର୍ବ ମିଛାଭାବେ ଭଜ ବାବୁ ସଦା ଜଗନ୍ନାଥଂର ଦୀକ୍ଷା ।୩୦।ଭୋଜନେ ଶୟନେ ଯେ ବିଦୁର ନାରାୟଣେ ଭଗତାଗୋବିନ୍ଦେ ବୋଇଲେ ବିଦୁର ତୁ ଅଟୁ ମହାଗ୍ୟାଂତା ।୩୧।ବହୁତ ବିନୋୟୀ ତୁ କହିଲୁ ସର୍ବଗ୍ୟଂତ୍ରିପୁତି ଭଜିଲୁ ମନେ ବର ମୋତେ ମାଗ ।୩୨।ବିଦୁରେ ବୋଇଲେ ସ୍ୱାମୀ ଅଳପ ଭଗତେବିନା ସେବାୟ କିସ ବର ମାଗିବଇଂ ତୋତେ ।୩୩।ଗୋବିନ୍ଦ ବୋଇଲେ ଭଗତିକି ସେ ଭାବ ମୂଳସେବାକରି ପାରିଲେ ନିଷ୍ଫଳ ହୋଇବ କି ଆର ।୩୪।ବିଦୁର ବୋଇଲା ସ୍ୱାମୀ ଯେବେ ଦେବ ବରବିପ୍ରଜନ ପାଦରଜ ପଡ଼ିବ ମୋହୋର ମନ୍ଦିର ।୩୫।ବିଦୁର ବୋଇଲେ ଯେବେ ହୋଇଲୁ ପ୍ରସନ୍ନଯମପୁରେ ହୋଇବ ବାନ୍ଧବ ଗହନ ।୩୬।ବିଦୁର ବୋଇଲେ ସ୍ୱାମୀ ବର ଯେବେ ଦେବପୁତ୍ର ପଉତ୍ରୀ ମୋହୋର ବୃଷାଳ ହୋଇବ ।୩୭।ସ୍ରାହାନେ ପ୍ରାପତ କର ମୋତେ ମଣିକର୍ଣ୍ଣକା ସରଶ୍ରାଦ୍ଧେ ପିଣ୍ଡ ପ୍ରାଣେ ପ୍ରଦାନ ମୋତେ କର ।୩୮।ଆବର ପ୍ରାପତ ମୋତେ ହୋଇବ ୟେକାଦଶୀ ବ୍ରତବଇକୁଣ୍ଠବାସୀ ମୋତେ କରାଅ ଜଗନ୍ନାଥ ।୩୯।ଅତୁଟ ଲକ୍ଷ୍ମୀ ମୋତେ ଦିଆଅ ଆଦିମୂଳଦେବାକଇଂ ମନରେ ମୋହୋର ନୋହିବ ବ୍ୟାକୁଳ ।୪୦।ସ୍ୱାମୀ ଜନ୍ମ ହୋଇଲେତ ଅବଶ୍ୟ ତୁଟଇ କାୟେପ୍ରାଗ ତ୍ରିବେଣୀ ତୀର୍ଥ ମୋତେ ପ୍ରାପତ କରିବା ଦେବରାୟେ ।୪୧।ଶୁଣିଣ ହସିଲେ ଯେ କାଳନ୍ଦୀ ପ୍ରାଣନାହାସମସ୍ତ ମାଗିଲୁ ବିଦୁର ନ ମାଗିଲୁ ଆନ କାହା ।୪୨।ବିଦୁର ବୋଇଲେ ସ୍ୱାମୀ ପାପ ପରିତ୍ୟାଗୀସାବଧାନ ହୋଇବ ସ୍ୱାମୀ ମୁହିଂ ଯାହା ମାଗି ।୩୪।ସ୍ୱାମୀ ଆବର କଥାୟେ ତୋତେ ଯେ ମାଗଇ ଦୟାନିଧିବିପୁଳ ଲକ୍ଷ୍ମୀ ହୋଇବ ନଥିବ ରୋଗ ବ୍ୟାଧି ।୪୪।ସ୍ୱାମୀ ଦରିଦ୍ରପଦ ନ ମାଗିଲି କ୍ରୋଧ ହିଂସାପରେଣ ପ୍ରଭାବ ନ ମାଗିଲି ପାପ ଯେ ମନୀଷା ।୪୫।ପର ସ୍ତ୍ରୀ ପରଧନ ପରବୃତ୍ତି ନ ହରିବିତବ ଚରଣେ ହରି ଜନ୍ମେ ଜନ୍ମେ ଅନୁବ୍ରତେ ସେବିଥିବି ।୪୬।ବିଦେଶେ ଜନ୍ମ ମୃତ୍ୟୁ ମୋତେ ନ କରାଅ ନାରାୟଣଦେବତା ହୋଉ ଅଥବା ହୋଉ କି ବ୍ରାହ୍ମଣ ।୪୭।କାଶୀନଦୀଠାରୁ ରୁଦ୍ରଗଙ୍ଗା ପରିଯନ୍ତେଚାଣ୍ଡାଳ ଯୋନିରେ ଜାତ କରାଅ ମୋତେ ।୪୮।ଯେବଣ କୁଳେ ମୋତେ ଜାତ ପଛେ କରତବ ପାଦପଦ୍ମେ ଚିତ୍ତ ଥିବଟି ମୋହୋର ।୪୯।ବିଦୁର ବୋଇଲେ ସ୍ୱାମୀ ଶୁଣିମା ଚଉବାହାସ୍ତିରୀକୁଳେ ଜନ୍ମ ମୋତେ ନକର ଜଗୁନାହା ।୫୦।ଦରିଦ୍ରେ ଜାତ ଦେବ ନ କରାଅ ମୁକୁହିଂଅପୁତ୍ରିକ ଲକ୍ଷଣ ନ ମାଗିଲି ଗୋସାଇଂ ।୫୧।ଅପାର ଗୋରଜ ଦେବୁ ବିପ୍ର ପାଦରଜତବ ଚରଣେ ସେବା ମୋର ଥାଉ ସଦା ଦେବରାଜ ।୫୨।ଅଭାବ ଜନ ତୁଲେ ମୋତେ ନ କରାଅ ଗୋଷ୍ଠିହତ୍ୟା ବିଦାଦକୁ ନ ଯିବା ମୋହୋର ଦୃଷ୍ଟି ।୫୩।ଆନକୁଳେ ଜାତ ମୋତେ ନ କରିବୁ ଜଗନ୍ନାଥଅସୁର ଭୋଗ ତୀର୍ଥେ ନ କରାଅ ପ୍ରାପତ ।୫୪।କେତେ ଯେ ଘଞ୍ଚାଳ ତୋତେ କରିବି ଦେବହରିନାରାୟଣ ନାମଗୋଟି ହୃଦେ ବିଘଂସୁ ମୋହୋରି ।୫୫।ଗତ ଆଗତ ଦୋଷେ ହୋଇଲି ଦରିଦ୍ରବାସୀତବ ନାମଗୋଟି ମମ ହୃଦେ ଥାଉ ଅହର୍ନିଶି ।୫୬।ସ୍ୱାମୀ ଜଗନ୍ନାଥ ଭଗତେ ବିଦୁର ତେତେ ମାଗିଲାକ ଯାହାମୁହିଂ ତୋହୋର ଦାସର ଦାସ ହାଦେ ଇଚ୍ଛଇ ଦେବ ତାହା ।୫୭।ମୁର୍ଖ ଅପଣ୍ଡିତ ମୁଂ ନ ଜାଣଇଂ କିଛିଅନୁଗ୍ରହ କରି ନାଥ ଭଗତେ ବର ବାଞ୍ଛି ।୫୮।ଅଗ୍ୟାନ ଅପାବନ ଅକାରଣ ଜୀବୀମୁହିଂତ ନ ଜାଣଇ କେଉଣସି ଜନ୍ମେ ତୋତେ ସେବି ।୫୯।ବିଦୁର ପ୍ରସନ୍ନେ ତୋତେ ବାଞ୍ଛିଲାକ ଯାହାୟେ ସଂସାର ଜନକଇଂ ନାଥ ପ୍ରାପତ କର ତାହା ।୬୦।ଜଗତ ଜନ ବନ୍ଧୁ ଜଗମୋହନ ନାମଗୋଟିଯାବତ ଜନ୍ମର ଦୁଷୁକୃତ ଯାଉ ଫିଟି ।୬୧।ଶ୍ରୀ ଉଦିଯୋଗ ପର୍ବ ୟେ ଭାରଥ ସାର ଖଣ୍ଡସ୍ୱାମୀ ଆପଣେ କରତା ତୁ କହିଲେ ମାରକଣ୍ଡ ।୬୨।ଅଗସ୍ତି ମହାମୁନି କହିଲେ ଯେବଣ ସେ ବାଣୀମୁହିଂ ତାହା ବଞ୍ଚାଇଲି ଶ୍ରବଣ ପଥେ ଆଣି ।୬୩।ସର୍ବ ଦ୍ୱନ୍ଦ ତେଜି ନରେ ନାରାୟଣେ କର ସେବାଶୁଦ୍ରମୁନି ସାରୋଳ ଦାସକୁ ତବ ଭୁବନ ଦେବା ।୬୪।୧୨୩୮।
କୁନ୍ତୀ ଓ ଶ୍ରୀକୃଷ୍ଣଙ୍କ କଥୋପକଥନ, ଶ୍ରୀକୃଷ୍ଣ ଧୃତରାଷ୍ଟଂକନିକଟେ ପ୍ରବେଶଏବଂ ଅନ୍ଧ ବ୍ରାହ୍ମଣର ଚକ୍ଷୁଦାନ ବିବରଣୟେଥୁ ଅନନ୍ତରେ ଚଇତନ କଲା ପୁଚ୍ଛାକିଞ୍ଚିତ ଭଗତେ ବିଦୁର ବହୁତ ଯେ କଲା ବାଞ୍ଛା ।୧।ଗୋବିନ୍ଦ ବିଜେକଲେ ଯେ ବିଦୁର ଭୁବନେଅଥବା କିସ ବାକ୍ୟ ଉପୁଜିଲା ତହିଂ ଆନେ ।୨।ବିଦୁର ଭୁବନେ ଯେ ରହିଲେ ଭାବଭୋଳାଚତୁର୍ଦ୍ଦଶ ଘଡ଼ି ଆସି ହୋଇଲାକ ବେଳା ।୩।ଯେବଣ ବେଳେ ଯୁଝେଷ୍ଠି ଅରଣ୍ୟକୁ ଗଲେକୋଇନ୍ତାୟେ ଯେ ବିଦୁର ଭୁବନେ ରହିଲେ ।୪।ନାରାୟଣ ଅଗ୍ରତେ କ୍ରୋଧଭରେ ଯାୟେଭିତରୁ ବାହାର ଯେ ହୋଇଲେ କୋଇନ୍ତାୟେ ।୫।ଜଗୁ ଜୀବନ ନାଥ ଧୂରୁଂ କଲେ ଦୃଷ୍ଟିକୋଇନ୍ତାଂକୁ ଦେଖି ଦେବ ଆସନ ତେଜି ଉଠି ।୬।ବିନୟ ଭାବେଣ କେଶବ କୃତ ଯେ ଆଞ୍ଜୋଳିକ୍ରୋଧଭର ହୋଇ କୋନ୍ତଭୋଜର ଦୁଲାଳୀ ।୭।ମନେ କ୍ରୋଧଭର କୋନ୍ତଭୋଜର ଦୁହିତାଭୋ କେଶବ ଦେଖ ଯେ ମୋହୋର ଅବସ୍ଥା ।୮।ବାବୁ ପରମ ସାଧବୀ ସେ ଅଟଇ ଗାନ୍ଧାରୀଅକୁଳ କୁଳେଣ ସେ ପୁତ୍ରନ୍ତ ଜାତକରି ।୯।ଗୋଲଖ ବୃକ୍ଷ ବିଭା ହୋଇଲା ବାଳକାଳେବ୍ୟାସେ ଧୃତିରାଷ୍ଟକୁ ଯେ ଦିଆଇଲେ ବୁଦ୍ଧିବଳେ ।୧୦।କୃତ୍ତିକା ନକ୍ଷତ୍ର ବୃଷରାଶି ବ୍ରହ୍ମରାକ୍ଷସୀ ଅସୁରୀଜ୍ୟେଷ୍ଠ କୃଷ୍ଣ ଅମାବଇ ଦିନରେ ଅବତରି ।୧୧।ହରି ତାହାର ନନ୍ଦନ ଦେଖ କୁଞ୍ଜଗଳ ଦେଶର ରାଜାଅମରାଧି ନାଥ ପ୍ରାୟେ ମଧ୍ୟସ୍ୱର୍ଗେ ପାଉଅଛି ପୂଜା ।୧୨।ସ୍ୱାମୀ ଦୃଭାସାଂକ ପ୍ରସାଦେ ମୁଂ ପାଇଲି ଜପାମାଳୀପଣ୍ଡୁରାଜାର ଭାରିଯା ମୁଂ ଭୋଜରାଜାର ଦୁଲାଳୀ ।୧୩।ଧର୍ମ ଅଂଶେଣ ଜାତ ହୋଇଲେ ଯୁଝେଷ୍ଠିପବନ ଅଂଶୁ ଜାତ ହୋଇଲେ ଭୀମଗୋଟି ।୧୪।ଇନ୍ଦ୍ର ଅଂଶେ ଜାତ ହୋଇଲେ ଫାଲଗୁନିଦୁତୀକୃଷ୍ଣ ନାମ ଦିଲୁ ତୁହି ତାକୁ କୋଳେ ଘେନି ।୧୫।ନକୁଳ ସହଦେବ ଅଶ୍ୱିନୀ କୁମାରଂକ ଚାଟପ୍ରତକ୍ଷେ କୁମାର ମୁଖେ ଆକାଶେ ଅଛି ପାଟ ।୧୬।ସ୍ୱାମୀ ୟେହେନେକ ପୁତ୍ର କଲି ଜାୟେକାଳେ ପୁତ୍ର ହୋଇଲେ ଷଣ୍ଢତିଳା ବୃକ୍ଷ ପ୍ରାୟେ ।୧୭।ସିଂଘେ ଉପୁଜି ପୁତ୍ରେ ଶ୍ରିକାଳେ ବୋଇଲେ ଗଣିଭିକ୍ଷା ମାଗି ବ୍ରତିଲେ ଚାଚକ ବ୍ରତ ଜାଣି ।୧୮।ହରି ଛିଦ୍ର କୁନ୍ତ ପଡ଼ିମାୟେଂସ ମୋର ଛିଡ଼ୁଦେହ ମୋହର ସଢୁ ଯେ ପେଟହିଂ ମୋର ପୋଡୁ ।୧୯।ହରି ୟେତେକ ଦୁଖେ ଯେ ବ୍ରତନ୍ତି ପଞ୍ଚୁଜଣେଭିକ୍ଷା ମାଗି ବ୍ରତନ୍ତି ନ ଥାନ୍ତି ମୋହୋର ସନ୍ନିଧାନେ ।୨୦।ଗହନ ଅରଣ୍ୟେ ଯେ କନ୍ଦମୂଳ ଭକ୍ଷନ୍ତେଆଧାର ନିମନ୍ତେ ଅବା ଭକ୍ଷିଲେ ଦୟିତେ ।୨୧ ।ଅଥବା ବନସ୍ତେ ପଡ଼ି ମଲେ ଅନ୍ନଶାସ୍ତିଚିହ୍ନ ବର୍ଣ୍ଣ ନ ପାଇଲି ଅଛନ୍ତି ଟିକି ବ୍ରତି ।୨୨ ।ହରି ଅପୁତ୍ରିକ ଲକ୍ଷଣ ଦଇବ ମୋର ତ କଲାପୁତ୍ରଂକ କଷ୍ଟେ କଂପେ ମୋ ପ୍ରାଣ ନ ଗଲା ।୨୩ ।ୟେଡ଼େ ବେଳେ ଭୂମିଗତେ ପଡ଼ିଲେ ଦେବି ଲୋଟିବାବୁ କେଶବ କେଣେ ଗଲେ ମୋହୋର ଅନ୍ଧର ଲଉଡ଼ି ଗୋଟି ।୨୪ ।ଗୋବିନ୍ଦେ ବୋଇଲେ ମାଗୋ କ୍ରୋଧ ଛାଡ଼ କୋଇନ୍ତେଅକାରଣେ ଅଶୁଭ ଗୋ କାହିଂର ନିମନ୍ତେ ।୨୫ ।ପୁତ୍ର ତୋହୋର ଗୋ ସେବିଲେ ଘୋର ବନେଧର୍ମବଳ ଘେନି ସେ ପଶିଲେ ଗହନେ ।୨୬ ।ଅନେକ ଦାନବ ସେ ଜିଣିଲେ ସମରେମହୀଭାର ଉଶ୍ୱାସିଲା ତୋହୋର ବିକ୍ରୋଦରେ ।୨୭ ।ଅନ୍ଧକ ବଧକଲା ନକୁଳ କୁମାରଲୋହାସୁରକଇଂ ନିବାରିଲା ସହଦେବ ମନ୍ତ୍ରୀବର ।୨୮ ।ମା ଗୋ ନିର୍ବାତ କବଚ ବୋଲି ଧୂମ୍ର ଲୋଚନର ପଣନାତିଜମ୍ୱୁ ଦଇବର ନାତି ବଜ୍ର କପଚର ଅପତି ।୨୯ ।ଆକାଶ ନିରୋଧିଲା ସେ ଅମର ବାରସ୍ୱତୀତିନିଯୁଗ ପରିଯନ୍ତେ ସେ ଆକାଶୁଂ ପଳାଇଲେ ସୁରପତି ।୩୦ ।ମା ଗୋ ଚଉରାଶି ବେଳ ଧାଡ଼ି ଦିଲା ଅମର ସ୍ୱର୍ଗେଅଳକା ଜୂର କଲା ସେ ବାସବର ରାଗେ ।୩୧ ।ବିଦୁରେ ବୋଇଲେ ସ୍ୱାମୀ ସେ ନିର୍ବାତ କପଚକି ନିମନ୍ତେ ଅଇରି ତା ହୋଇଲେ ସହସ୍ରାକ୍ଷ ।୩୨ ।ଗୋବିନ୍ଦେ ବୋଇଲେ ବିଦୁରେ ମୟେଂଷାସୁର ବଧ କାଳେଧୂମ୍ରଲୋଚ ନାଶ କଲା ଦୁର୍ଗାର କୁତୂହୋଳେ ।୩୩ ।ଜମ୍ୱୁ ଦଇତ ବୋଲି ତାହାର ନିଜ ପୁତ୍ରସେ ମନ୍ଥନ କଲାକ ଯେ ଆକାଶେ ଦେବନ୍ତ ।୩୪ ।ଇନ୍ଦ୍ର ଦେବତା ଯେ ତାହାକୁ ନାଶକଲାତେଣୁ ଜମ୍ୱୋଭେଦୀ ନାମ ବୋଲାଇଲା ।୩୫ ।ଜମ୍ୱୁ ଦଇବର ପୁତ୍ର କପଚ ବୋଲିସେହି ଅମର ସ୍ୱର୍ଗ ନିରୋଧିଲା ହାଦେ ପେଲି ।୩୬ ।ଇନ୍ଦ୍ର ନାଶ କରାଇଲେଟି ତାହାକୁ ନାରାୟଣ ହାଥେତାହାର ପୁତ୍ର ଉପୁଜିଲା ଅସୁର ନିର୍ବାତେ ।୩୭ ।ପିତୃ ପିତାମହ ରାଗେଣ ଶତ୍ରୁପଣ କରିଅମର ସ୍ୱର୍ଗକଇଂ ଦିଲା ଚଉରାଶି ବେଳ ଧାଡ଼ି ।୩୮ ।ବ୍ରହ୍ମା ଇନ୍ଦ୍ର କୁବେର ଆବର ପଶୁପତିଚନ୍ଦ୍ର ସୂର୍ଯ୍ୟ ସହିତେ କୋଟି ଦେବତାନ୍ତ ଜିଣିଲା ସବୁନ୍ତି ।୩୯ ।ବୃହସ୍ପତି କହିଲେ ମୃତୁଭେଦ ତାହାରେମାତଳି ଘେନିଗଲା ଅର୍ଜୁନକୁ ଅମରେ ।୪୦ ।ପଞ୍ଚବିଂଶ କାଠି ସଇନି ତୁଲରେ ତାର ଥିଲାଦିବା ରାତ୍ରେ ତାହା ଅର୍ଜୁନ ବଧ କଲା ।୪୧ ।ତାହାର ପୁତ୍ର ହିରଣ୍ୟ କପଚ ଯେ ବୀରଦିଗମ୍ୱର ବେଶ ଧରି ଯୁଜେଷ୍ଠିଂକି ହରିନେଲା ଅସୁର ।୪୨ ।ପୁଣ ସମର କରି ବଧ କଲା ତାହା ବୀର ପାଥଘୋଷଯାତ୍ରାୟେ ସେ ଜିଣିଵା ବିଦ୍ୟାଧର ଚିତ୍ରରଥ ।୪୩ ।ମା ଗୋ ଦ୍ରିଯୋଧନ ରାଜାକଇଂ ସେ ନେଉଥିଲା ବନ୍ଦୀକରିଭୀଷ୍ମ ଦ୍ରୋଣ କର୍ଣ୍ଣ ଶଲ୍ୟ ଯେ ପଳାଇଲେ ଅପସରି ।୪୪ ।ଦ୍ରିଯୋଧନ କଇଂ ବନ୍ଦୀକରି ବିଦ୍ୟାଧର ଚିତ୍ରରଥେଅନ୍ତରିଚ୍ଛେ ଘେନିଗଲା ପାଞ୍ଚ ଯୋଜନ ପରିଯନ୍ତେ ।୪୫ ।ମା ଗୋ ୟେହେନେକ ମହିଂମା ଗୋ ତୋହୋର ପୁତ୍ର ଗୋଟିଦ୍ରିଯୋଧନ ପାଇଂ ଅମରେ ବିବାଦ କଲାଟି କିରୀଟୀ ।୪୬ ।ଚିତ୍ରସେନ ସହଦୋରକଇଂ ଜିଣିଲା ସର୍ବସାଚୀମାନ ଗୋବିନ୍ଦ ରାଜାର ଫେଇଲା ମୃତୁଫାଶି ।୪୭ ।ଗଙ୍ଗା ସ୍ରାହାନେ ମେରୁ ଶୂଳ ଦ୍ରୋପତିଂକି ହରିନେଉଥିଲାଭୀମସେନ ହାଥେ ସେ ସଂପୋଡ଼େ ନାଶଗଲା ।୪୮ ।ମା ଗୋ ଦ୍ରୋପଂତିକି ଜଦ୍ୟରଥ ହରିନେଉଥିଲା ବନୁଂଅନେକ ଅବସ୍ତା ମୋ ଗୋ ତାହାକଇଂ ଦିଲା ତୋର ତନୁ ।୪୯ ।ରାଗେଣ ଭୀମସେନ ଛେଦୁଥିଲା ତାହାର ଶିରଗୋଟିଦୃଶିଲା ଓପ୍ରୋଧେ ତାହାକଇଂ ରଖିଲେ ଯୁଝେଷ୍ଠି ।୫୦ ।ରାଗେଣ ସାତବେଣ୍ଟି କଲେ ତାର କେଶକପାଳେ ଲିହିଲେ ୟେ ପାଣ୍ଡବଂକ ନିଜ ଦାସ ।୫୧ ।ଜଦ୍ୟରଥ କଇଂ ଜାନୁ ତଳେ ଗଳାଇଦିଲା ଭୀମାକିସ ପ୍ରତଗ୍ୟାଂ କହିବି ତୋ ଭୀମାର ମହିମାଂ ।୫୨ ।ଅନେକ ମହିମାଂ ତୋହୋର ପୁତ୍ରଂକର କଥାକହିତେ ନୁହଇ ଗୋ ତାହାଂକର ବ୍ୟବସ୍ଥା ।୫୩ ।ମା ଗୋ ବିରାଟ ରାଜ୍ୟେ ଅଗ୍ୟାଂତେ ଥିଲେ ଗୋପ୍ୟେବ୍ରାଘ ମାଲ ମାଇଲା ଭୀମ ନ ଜାଣିଲେ ସରୂପେ ।୫୪ ।ମା ଗୋ ଶତେସିଂଘର ପ୍ରାକ୍ରମ ସେ କୀଚକ ବିରାଟର ଶଳାଦ୍ରୋପତୀଂକ ନିମନ୍ତେ ତାହାକଇଂ ଭୀମସେନ ବଧ କଲା ।୫୫ ।କିରାତ ତ୍ରିଗର୍ତ୍ତ ବେନି ରାଜାର ଦର୍ପ ନାଶିମତ୍ସ ଦେଶେ ବିରାଟକୁ ଥାପିଣ ୟେବେ ଆସି ।୫୬ ।ମା ଗୋ ଗୋଧନ ହରଣେ ଯେ ଗଲେ ମତ୍ସ ଦେଶକୁ କଉରୋବେଅଷ୍ଟାଦଶ କ୍ଷଉଣି ସଇନି ଘେନିଣ ସମ୍ଭର୍ବେ ।୫୭ ।ଉତ୍ତର କୁମାରକୁ ଘେନିଣ ସୋହୋଦ୍ରାର ନାହାୟେକା ଅର୍ଜୁନକେ ମା ଗୋ ଧଂସିଲା ସର୍ବତାହା ।୫୮ ।ମା ଗୋ ସମୁଦ୍ର ଲହରୀ ଜାଣି ପଡ଼ିଲେ ସର୍ବେ ମହୀଲୋଟିପରକାର୍ଯ୍ୟ ବୋଲି ପାର୍ଥ ନକାଟିଲା ଶିରଗୋଟି ।୫୯ ।ମା ଗୋ ଯୁଝେଷ୍ଠି ଦେବେ ଯେ ପ୍ରତକ୍ଷେ ମହାତମାଯମ କାଳ ଦଣ୍ଡ ଭାଞ୍ଜି କାଳ ବର ନାମେ ଗଦା ବହଇ ତୋର ଭୀମା ।୬୦ ।ମା ଗୋ କୋଟି ସିଂଘର ବଳ ଯେବଣ ବଳରାମସୋହୋଦ୍ରା ହରଣେ ଅର୍ଜୁନ ତାହାନ୍ତ ଜିଣିଲା ସାଂଗ୍ରାମ ।୬୧ ।ମା ଗୋ ଅର୍ଜୁନର ମହିଂମା ମୋତେ ଅଗୋଚର ହାଦେମୁହିଂ ତାହାକଇଂ ହାରିଲି ଶତଧନୁର ବିବାଦେ ।୬୨ ।ଇନ୍ଦ୍ର ଦେବତାକଇଂ ଜିଣିଲା ଖାଣ୍ଡବ ବନ ଦହିଲାଅଗ୍ନି ଦେବତାର ଲୁଦୁବୁଦୁ ବ୍ୟାଧି ନାଶଗଲା ।୬୩ ।କିରାତ ରୂପେ ରୁଦ୍ରକଇଂ ଜିଣିଲାକ ବନେଅକ୍ଷୟେ ତ୍ରୋଣ ପଶୁପତ୍ର ଶର ଦିଲେକ ତ୍ରିଲୋଚନେ ।୬୪ ।ମା ଗୋ ସୁଗନ୍ଧିକା ହରଣେ ହନୁମନ୍ତର ବିବାଦେଶରେ ଶରେ ସାଗର ସେ ବାନ୍ଧିଲେ ସେତୁବନ୍ଧେ ।୬୫ ।ମା ଗୋ ଧନୁହୁଳେ ବସାଇଲେ ସେ ସପତ ବ୍ରହ୍ମାଣ୍ଡଅବଲୀଳେ ଧଇଲେଟି ମେଦିନୀ ନବଖଣ୍ଡ ।୬୬ ।ମା ଗୋ ପଞ୍ଚାଳ ଦେଶର କଥା ଜାଣୁନା ପ୍ରତକ୍ଷ୍ୟେୟେକ ଅର୍ଜୁନ ଜିଣିଲାକ ରାଜାଗଣ ଲକ୍ଷେ ।୬୭ ।ମା ଗୋ ନିରଞ୍ଜନେ ପ୍ରବୋଧି ବଇକୁଣ୍ଠ ଭୁବନକଇଂ ଗଲାମନଭେଦୀ ନାରାଜେ ନିରଞ୍ଜନ ନାଥ ଦିଲା ।୬୮ ।ମା ଗୋ ପାଣ୍ଡବାସୁରକୁ ମାରି ଦ୍ରିଯୋଧନ ଶତେ ଭାଇଂକୁ ତାରିତେଣୁ ସେ ପାଣ୍ଡବ ନାମ ବହିଲେକ ଦୃଢ଼କରି ।୬୯ ।ମା ଗୋ ବିରାଟ ରାଜ୍ୟେ ପୋୟେ ତୋର ଅବିଷେକ ସାରିୟେବେ ସେ ବାରୁଣାବନ୍ତେଣ ଅଛନ୍ତି ବିଜେକରି ।୭୦ ।ଅନେକ ନୃପତି ଖଟିଅଛନ୍ତି ତାହାକଇଂ ପାଶେମୁକୁଇ ରାଇ ଆଗ୍ୟାଂ ଦିଲେକ ଧର୍ମଶିଷେ ।୭୧ ।ମା ଗୋ ସ୍ୱାମୀଂକର ଆଗ୍ୟାଂୟେ ମୁଂ ଅଇଲି ୟେଡ଼େ ବେଗିମୁହିଂ ଯାଉଅଛି ଦ୍ରିଯୋଧନ କଇଂ ପଞ୍ଚୁପଡ଼ା ମାଗି ।୭୨ ।ମାଗୋ ଅନନ୍ତ କୋଟି ବ୍ରହ୍ମାଣ୍ଡ ମୋହୋର ଗର୍ଭଗତତୋହୋର ପୁତ୍ର ମହିଂମା ଦେଖ ମୁଂ ତାହାଂକର ଦୂତ ।୭୩ ।ମା ଗୋ ଦେଖସି ମହିଂମା ୟେକା ଉଦିଯୋଗ ପର୍ବର ଅନ୍ତେମହାଭାରତ ଯୁଦ୍ଧ ଅନ୍ତେ ୟେକାଙ୍ଗ ସମ୍ପଦ ମୁଂ ସର୍ବ ଦେବି ତୋତେ ।୭୪ ।ତୁ ସେ ମହତ ସାଧବୀ ଗୋ ଅନାଦି ଅପର୍ଣ୍ଣାୟେ ନବଦୀପ ସପତ ସାଗରକଇଂ ତୁହି ସେ ଶିରୋମଣି ସିନା ।୭୫ ।ସଂସାର ଜନ ହିତେ ହୋଇଲୁ ବଡ଼ ଦୁଖୀୟେବେ ସେ ନିଶ୍ଚୟେ ଗୋ ହୋଇବୁ ସର୍ବ ସୁଖୀ ।୭୬ ।ମୋତେ ମଧ୍ୟପାତ୍ରପଣେ ପେଷିଲେ ଧର୍ମ ରାୟେମାଗିବି ପଞ୍ଚୁରାଜ୍ୟେ ମୁଂ ପୀରତି ବିନୟେ ।୭୭ ।ପଞ୍ଚୁଗ୍ରାମ ମୋତେ ଯେବେ ଦିଅଇ ଯୁଗତେହୋଇବ ସନ୍ଧି , ସମର ନୋହିବ କଦାଚିତେ ।୭୮ ।ମା ଗୋ ଯେବେ ପଞ୍ଚୁଗ୍ରାମ ମୋତେ ନ ଦେବ କୁରୁପତିମୋହୋର ଅଭିମାନେ ତାର ବୁଡ଼ିଲାକ ବିଭୂତି ।୭୯ ।ବିଦୁରେ ବୋଇଲା ହୋ ଯୁଝେଷ୍ଠି ମନ୍ଦ କଲାତୋତେ କିମ୍ପେ ଦେବ ଦୂତପଣେ ବରଗିଲା ।୮୦ ।ସ୍ୱାମୀ କୁରୁସଭାରେ ଯେତେକ ବସନ୍ତି ସମସ୍ତହେଂ ମହାମନ୍ଦକର୍କଶ ମଧୁପିଙ୍ଗଳ ସେ ଅଟଇ ରାଜା ମାନ ଯେ ଗୋବିନ୍ଦ ।୮୧ ।ଶକୁନି ମନ୍ତ୍ରୀପଣେ ଓହୋକୁଳ ଗଲା ନାଶଦ୍ରିଯୋଧନ ପଥର ଘେରି ଭରି ନାଶକଲା ଗାନ୍ଧାରସେନର ବଂଶ ।୮୨ ।ସ୍ୱାମୀ , ଦୋଚାରୀ ଭାରିଯା ଯେ ରିପୁବନ୍ତ ମନ୍ତ୍ରୀଛିଦ୍ର କଳନ୍ତର ଯେ ଲେଞ୍ଚେଣ ପୀରତି ।୮୩ ।ଅବାଟ କୁଳବଧୂ ଅଭାବୀ ମଇତ୍ରୟେଡ଼େ ଲୋକନ୍ତ ବିଶ୍ୱାସ କଲେ ଆଷ୍ୟ ହୋଇ ହତ ।୮୪ ।ବଂଶ ନାଶ ଯିବ ୟେକା ଶକୁନି ମନ୍ତ୍ରୀପଣେୟେହେନେକ ସଭାକୁ କିମ୍ପେ ମଧ୍ୟପାତ୍ର ହେଲୁ ନାରାୟଣେ ।୮୫ ।ତସ୍କର ସଭାରେ କି ପୁରାଣିକେ ହାଦେ ବରିଅସୁର ସଭାରେ କାହିଂ ବନ୍ଦନା କରେ ହରି ।୮୬ ।ଅନ୍ଧର ହାଥେ କି ଚିହ୍ନାଇବି ରତ୍ନମଣିବଧିରେ ଶୁଣାଇବ କି କମ୍ୱୁ ଶବଦ ବାଣୀ ।୮୭ ।ସ୍ୱାମୀ ଚାଣ୍ଡାଳ ସଭାରେ କି ଫେଡ଼ିବ ଗ୍ରନ୍ଥ ପୋଥିପିଶାଚ ସଭାରେ କାହିଂ ବ୍ରହ୍ମାଣନ୍ତ ବରନ୍ତି ।୮୮ ।ଯଦ୍ୟପି ଗବନ ତୁହୋ କଲୁ ଦେବରାଜସଞ୍ଚୟେ କେଶବ ତୁ ପାଇବୁ ବଡ଼ ଲାଜ ।୮୯ ।ବିଦୁର ବହୁତ କଥା କହିଲା ଭଗ୍ନକରିଅଷ୍ଟାଂଗତ କାଳକଇଂ ପ୍ରାଣୀଂକି ବିପରୀତ ବୁଦ୍ଧିସ୍ଫୁରି ।୯୦ ।ମଧ୍ୟପାତ୍ରପଣ ତୋର ନ ଦେଖଇ ଯୁଗତେତୁ ଯାଉଅଛୁ ଦ୍ରିଯୋଧନର ସମ୍ପଦ ହରିବା ନିମନ୍ତେ ।୯୧ ।ଗୋବିନ୍ଦେ ବୋଇଲେ ବିଦୁର ତୁ ୟେମନ୍ତ କିମ୍ପେ କହୁଯୁଝେଷ୍ଠି ଦେବ ଠାକୁରେ ଅଟନ୍ତି ମହା ପ୍ରହୁ ।୯୨ ।ସେ ଧର୍ମ ଠାକୁରଂକର ମୁଂ ଅଟଇ ବଶ୍ୟାବୃତ୍ତିଅଥବା ଦେଉ କି ନଦେଉ ମୋର ଯିବାର ଯୁଗତି ।୯୩ ।ଯୁଝେଷ୍ଠି ଦେବ ସୋଦର ମୁହିଂ ମଧ୍ୟପାତ୍ରମୋତେ ନିରାଶ କଲେ ତୋହୋର ବାକ୍ୟ ସତ ।୯୪ ।ଯୁଝେଷ୍ଠି ଦେବ ଅବା କଲେ ଦୟା ହୃଦେଭୀମ ଅର୍ଜୁନ ଯେ ପଶିଲେନି ପରମାଦେ ।୯୫ ।ଆହୋ ବିଦୁର ଦ୍ରୋପତୀର ଅଭିମାନେ ସହିତେ କେ ପାରିକାହାର ବେଳେ ତାହାର ବାକ୍ୟ ଆନ କରି ।୯୬ ।କୋଇନ୍ତାୟେ ବୋଇଲେ ବାବୁ ଯେତେ କଷ୍ଟ ଦିଲେକ୍ଷତ୍ରୀକୁଳେ ଜାତ ହୋଇ ସହିବ କାହାର ବେଳେ ।୯୭ ।କେବଳ ପୁତ୍ର ମୋହୋର ଶ୍ରିକାଳେ ଜନ୍ମ ହୋନ୍ତିଧିକତି ହୋଉକିନା ତାହାଂକର ଜୀବତି ।୯୮ ।କୋଇନ୍ତାୟେ ବୋଇଲେ ହରି ତୁ ଯେବେ ଆମ୍ଭର ସହୋଦ୍ର ଯୁଗତେକୁରୁ ପାଣ୍ଡବ ଯୁଦ୍ଧ ହୋଇବ କେମନ୍ତେ ।୯୯ ।ତୁ ଯେବେ ଗୋବିନ୍ଦ ସମର ନ କରାଉମୋହୋର ଶୋଣିତ ମିଶାଇ ଅନ୍ନ ଖାଉ ।୧୦୦ ।ଯେବେ ତୁ ସନ୍ଧି କରି ଆସିବୁ ବନମାଳୀତୋହୋର ଛାମୁରେ ହରି ମୁଂ ପଶିବି ଜୂଇ ଜାଳି ।୧୦୧ ।କୋଇନ୍ତାକଇଂ ବଚନେ ସେ ସର୍ବ ଅନକୂଳେବିଜୟେ ଜଗୁମୋହନ ମଧ୍ୟାହ୍ନର ବେଳେ ।୧୦୨ ।ତୁଲେଣ ବିଦୁର ଯେ ବ୍ରହ୍ମଋଷିମାନେପ୍ରବେଶ ନାରାୟଣ ଯେ ହସ୍ତିନା ଭୁବନେ ।୧୦୩ ।ଧୃତିରାଷ୍ଟ ମନ୍ଦିରେଣ ସେ ହୋଇଲେ ପରବେଶଗାଲବର ନନ୍ଦନ ଯେ ଦେଖିଣ ହରଷ ।୧୦୪ ।ସଞ୍ଜୟେ ବୋଇଲେ ସ୍ୱାମୀ ଶୁଣ ଧୃତିରାଷ୍ଟେନାରାୟଣ ବିଜୟେ ଯେ ତୋହୋର ନିକଟେ ।୧୦୫ ।ଅମ୍ୱିକାର ନନ୍ଦନ ଶୁଣି ବହୁତ ବିନୟେଆସ୍ଥାନ ତେଜି ଉଠିଲା ସେ କୁଞ୍ଜଗଳ ରାୟେ ।୧୦୬ ।ପଦ୍ମପାଦ ଗୋଟି ତୋର ଦେସି ବନମାଳୀମୋହୋର ଲଲାଟେ ଘେନଇ ତୋହୋର ପାଦଧୂଳି ।୧୦୭ ।ଶ୍ରାକୃଷ୍ଣ ଚରଣେ ଯେ ଧୃତିରାଷ୍ଟର ଶିରସଞ୍ଜୟେ ନୀର ନିଉଡ଼ଇ ଚରଣ ଉପର ।୧୦୮ ।କୋଟିୟେ ତୀର୍ଥ ଘେନି ପୁଷ୍କର ଯାହାର ଚରଣେ ତିଥିୟେ ଜଳେ ଅଭିଷେକ ପାଇଲା ଧୃତିରାଷ୍ଟ ମହାଯତି ।୧୦୯ ।ଧୃତିରାଷ୍ଟ ବୋଇଲେ ହରି ମୋହୋର ବଡ଼ପୁଣ୍ୟକିସ ଦେଇ ତୋତେ ତ୍ରିପୁତି କରିବି ଜନାର୍ଦ୍ଦନ ।୧୧୦ ।ଅମୂଲ୍ୟ ରତ୍ନ ଦେଇ କରନ୍ତି ଅବା ପୂଜାବରୁଣ ନନ୍ଦିନୀ ଲକ୍ଷ୍ମୀ ଯାହାର ଭାରିଯା ।୧୧୧ ।ଗୀତ ଗାୟନ କରି ଅବା କରନ୍ତି ତ୍ରିପୁତିସଦା ସଙ୍ଗୀତାୟେ ଯାହାକୁ ଖଟନ୍ତି ସରସ୍ୱତୀ ।୧୧୨ ।ନୃତ୍ୟ ଆରମ୍ଭ କରି ଅବା ରଞ୍ଜନ୍ତି ତୋର ମନଚଉଷଠି କୋଟି ଅପକ୍ଷରାନ୍ତ ଘେନି ଯାହାକଇଂ ଖଟନ୍ତି ମଘବାନ ।୧୧୩ ।ତପ କରିବାକୁ ମୋହୋର ନାହିଂନା ଶକତିଦଶ ସହସ୍ର ବର୍ଷେ ତୁ ନ ଘେନୁ ଭଗତି ।୧୧୪ ।ବିଦୁରେ ବୋଇଲେ ତାତ କହିଲୁ ତ ହୁଡ଼ିଜନ୍ମ ଅଜନ୍ମ କରନ୍ତା ୟେହି ଚକ୍ରଧାରୀ ।୧୧୫ ।ଭଗତ ଜନ ମତ୍ସଳ ୟେ ଶ୍ରୀ ଜଗନ୍ନାଥ ନାମ ଗୋଟିଯାହାର ଦର୍ଶନେ ଅନ୍ଧପଟଳ ଯାଇ ଫିଟି ।୧୧୬ ।ଶୁଣ ହୋ ଧୃତିରାଷ୍ଟେ ୟେହି ଜନ୍ମର କଥାଆବର ଅବତାର କହିଂବାକଇଂ ମୁହିଂ କିସ ଶକତା ।୧୧୭ ।ଶୁଣ ହୋ ଧୃତିରାଷ୍ଟେ କହନ୍ତି ବିଦୁରକରବୀର ବୋଲି କରି ବଇତରଣି ତୀରେ ୟେକଇ ନଗର ।୧୧୮ ।ଲକ୍ଷେଅଶି ସହସ୍ର ଘର ସେହୁ ନଗ୍ରେ ବସଇରୁଦ୍ର ଶ୍ରମଣ ବୋଲି ତହିଂ ୟେକଇ ବ୍ରାହ୍ମଣଇଂ ।୧୧୯ ।ଜାତି ଅନ୍ଧ ବ୍ରାହ୍ମଣ ଜନ୍ମେଣ ଦରିଦ୍ର ଅଟେ ସେହିଶାସନ ଈଶାନ ଭାଗ ଗୋଟିକରେ ଥାଇ ରହି ।୧୨୦ ।ଭାରିଯା ଗୋଟିୟେ ପୁତ୍ର ଗୋଟିୟେ ତାହାରିବ୍ରାହ୍ମଣ ଭିକ୍ଷା ପାତ୍ର ମାଗଇ ସେ ପୁରୀ ।୧୨୧ ।ବାଳୁତ କାଳରୁ ତାର ନିରଞ୍ଜନ ଦିକ୍ଷାୟେକ ଗ୍ରାମକେ ସେ ମାଗଇ ମହତ ଭିକ୍ଷା ।୧୨୨ ।ମାଣକେ ପାଇକି ଅଧମାଣକେ ପାଇୟେକ ଗ୍ରାମହୁଂ ସେ ଆନ ଗ୍ରାମକୁ ନ ଯାଇ ।୧୨୩ ।ସତ୍ୟ ନିମନ୍ତେ ନାରାୟଣ କଲେକ କଷଣଅଦଭୁତେ ଉତପାତ ହୋଇଲେ ସେ ଗ୍ରାମିଣ ।୧୨୪ ।ସେହି ଗ୍ରାମକୁ ବ୍ରାହ୍ମଣୀ ଯେ ଭିକ୍ଷା ମାଗିଗଲାଦେଖିଲା ନଗ୍ର ଯାକ ସମସ୍ତ ପଳାଇଲା ।୧୨୫ ।ଦେଖେ ପାଣି ଦ୍ରବ୍ୟ ପଡ଼ିଅଛି କୁଢ଼ କୁଢ଼ଦାଣ୍ଡ ପିଣ୍ଡାୟେ ପଡ଼ିଅଛି ଅପାଂରୁ ଅପାର ।୧୨୬ ।ପାଟ ପତନି ନେତି ଯେ ଅଛି ପଡ଼ିବାତବିଘାତେ ୟେମାନ ଯାଉଛନ୍ତି ଉଡ଼ି ।୧୨୭ ।ସୁବାସିତ ତଣ୍ଡୁଳ ଶ୍ରୀଜଗନ୍ନାଥଂକୁ ଲାଗିଦେଖିଣ ବ୍ରାହ୍ମଣୀ ଯେ ସମସ୍ତ ପରିତ୍ୟାଗି ।୧୨୮ ।ନଗ୍ର ଯାକ ବ୍ରାହ୍ମଣୀ ଯେ ସମସ୍ତ ବୁଲିଗଲାଜନ ମନୁଷ୍ୟ ନ ଦେଖି ସେ ବାହୁଡ଼ି ଅଇଲା ।୧୨୯ ।ନିଶ୍ୱାସ ପକାଇ ସେ ବାହୁଡ଼ିଲା ବ୍ରାହ୍ମଣୀଦରିଦ୍ର ଅବା ହୋଇଲା ସେ ସତ ଛାଡ଼ି ନାହିଂ ପୁଣି ।୧୩୦ ।ବାଳୁତ ପୁତ୍ର ଗୋଟି କାଖେ ଭିକ୍ଷା ପାତ୍ର ଗୋଟି ହାଥେନିଶ୍ୱାସ ପକାଇ ବସିଲା ବ୍ରାହ୍ମଣର ସଂଗତେ ।୧୩୧ ।ବ୍ରାହ୍ମଣ ବୋଇଲା ଆଜ କିମ୍ପେ ବିମୋହିତ ମନଅପାର ଉଚ୍ଛରିତ ହୋଇଲା ଆଜର ଦିନ ।୧୩୨ ।ବ୍ରାହ୍ମଣୀ ବୋଇଲା ପଣ୍ଡାୟେ ବିତାରତ ୟେହେନେକ କୃତ୍ୟଜାତି ଅନ୍ଧ ଜନ୍ମ ଦରିଦ୍ର ବ୍ରତଇ ଭିକ୍ଷା ପାତ୍ର ।୧୩୩ ।ତହିଂ କି କଷଣ ବିଧାତା ଆଣି ହାଦେ କଲାଦେଖିଲି ନଗ୍ର ଯାକ ସମସ୍ତ ପଳାଇଲା ।୧୩୪ ।ପଣ୍ଡାୟେ ଆବର ଜୀବନ ଯେ ପ୍ରିୟୋଜନ କିସଅଥବା ଅନଳ ଜାଳି ତିନିହେଂ ଦେବା ଝାସ ।୧୩୫ ।ବ୍ରାହ୍ମଣ ବୋଇଲା ତୁମ୍ଭେ ପାଇଲ ଦୁଖଇଂସ୍ତିରୀ ହୋଇ ଭ୍ରଥାକୁ ପୋଷିତେ ନ ଯୋଗାଇ ।୧୩୬ ।ବ୍ରାହ୍ମଣ ବୋଇଲା ଦ୍ୱାରିକା ଭୁବନକୁ ବାଟ ଜାଣୁ କିରେ ସହିବିଷ୍ଣୁର ଭୁବନେ ହାଦେ ଦରିଦ୍ର ନାହିଂ କେହି ।୧୩୭ ।ବ୍ରାହ୍ମଣୀ ବୋଇଲା ପଣ୍ଡାହେ ପଚାରି ପଚାରିତୁଣ୍ଡ ଥିଲେ ଲଙ୍କା ଭୁବନ ତୁ ଭଲେ ଯାଇ ପାରି ।୧୩୮ ।ଅନ୍ଧର ଲଉଡ଼ି ଗୋଟି ଧରିଣ ବ୍ରାହ୍ଣଣୀପୁଅ ଗୋଟିକି କାଖରେ ବସାଇ କରି ଆଣି ।୧୩୯ ।ଭିଖ ମାଗିଣ ଯାଇ ରହନ୍ତି ବିଶ୍ରାମି ୟେକ ଗ୍ରାମପଚାରନ୍ତି ଦ୍ୱାରିକା ଭୁବନର ନାମ ।୧୪୦ ।ପାଞ୍ଚ ବର୍ଷ ଛଡ଼ମାସ ବାଇଶ ଦିବସଦ୍ୱାରିକା ଭୁବନେ ଯାଇଂ ହୋଇଲେ ପରବେଶ ।୧୪୧ ।ଦେଖିଲେ କଣୟ ପାଚେରୀ ଧବଳ ଜଗତିଭ୍ରମନ୍ତେ ରହିଲେ ଯାଇ ପଚ୍ଛିମ ଦ୍ୱାରକତି ।୧୪୨ ।ଯେବଣ ଘରେ ଯେ ଭିକ୍ଷା ମାଗଇ ବ୍ରାହ୍ମଣୀସୁବର୍ଣ୍ଣ ଥାଳିରେ ଭରି ଦିଅନ୍ତି ରତ୍ନ ମଣି ।୧୪୩ ।ୟେ ବିଧିରେ ବ୍ରାହ୍ମଣ ଯେ ଅବଦେକ ରହିଲାଅନେକ ରତ୍ନ ପାଇଣ ସେ ନିଶ୍ଚିନ୍ତ ହୋଇଲା ।୧୪୪ ।ଆହୋ ଚଇତନ ଫାଲଗୁନ ମାସ ଶୁକ୍ଳପକ୍ଷ ୟେକାଦଶୀଗୁରୁବାର ପୁନର୍ବସୁ ରକ୍ଷ ଯୁଗ୍ମରାଶି ।୧୪୫ ।ତଇଳିତ ନାମେ କରଣ ଆୟୁଷ୍ମାନ୍ ନାମେ ଯୋଗକୁମ୍ଭ ସଂକରାନ୍ତିକି ଅଟେ ସପ୍ତବିଂଶ ଭୋଗ ।୧୪୬ ।ସେ ଦ୍ୱାରିକା ଭୁବନେ ବାଳୁତ କୁମରମାନେଧୂଳିଖେଳ ଖେଳୁ ଅଛନ୍ତି ସେ ସିନ୍ଧୁର ଉଦ୍ୟାନେ ।୧୪୭ ।ସେ ଅନ୍ଧ ବ୍ରାହ୍ମଣ ପୁତ୍ର ଗୋଟି ଖେଳଇ ତାହାଂକର ତୁଲେରେଣୁ ଘର ଗୋଟି ଭାଙ୍ଗିଲା ତାହାର ପ୍ରଦ୍ୟୁମ୍ନର ହାବୋଡ଼ିଲେ ।୧୪୮ ।ଧୂଳି ମୁଠାଏ ଧରି ଅନ୍ଧର ପୁଅ ରାଗେଧାତିକରେ ମାଇଲା ସେ ପଦ୍ମନର ଅଙ୍ଗେ ।୧୪୯ ।ଅନ୍ଧ ପୁଅ ପଦ୍ମନକୁ ବୋଇଲା ଆରେ ଆରେ ଗଉଡ଼କିମ୍ପାଇରେ ମନ୍ଦ ମୋର ଭାଞ୍ଜିଲୁ ଧୂଳି ଘର ଖେଡ଼ ।୧୫୦ ।ଅନେକ ଯତନେ ମୁଂ ଥିଲାଇଂ ତାହା ତୋଳିପୁଣି ପଦ୍ମନକୁ ମାଇଲା ଯେ ଅଞ୍ଜୁଳାଏ ଧୂଳି ।୧୫୧ ।ପଦ୍ମନ ବୋଇଲା ଆରେ ଅନ୍ଧ ପୁଅ ବାଇଧୂଳି ଘର ସିନା ଭାଞ୍ଜିଲେ ହେ ତୋଳିତ ହୁଅଇ ।୧୫୨ ।ଉଚ୍ଚବାଚ କରନ୍ତେ ବାଳୁତ ବେନି ପୁତ୍ରେଅନ୍ଧ ପୁଅ ପଦ୍ମନକୁ ଚାପୁଡ଼େ ମାଇଲା କ ଗାତ୍ରେ ।୧୫୩ ।କୋମଳ ଶରୀର ଯେ ପଦ୍ମନର କାୟେଅଙ୍ଗୁଷ୍ଠି ଚିହ୍ନ ଦିଶିଲା ଯଷ୍ଟି ପ୍ରହାର ପ୍ରାୟେ ।୧୫୪ ।କାନ୍ଦି ସେ ପଦ୍ମନ ଯେ ଗଲା ନିଜ ପୁରେଅଶ୍ରୁ ଜଳ ବହଇ କହଇ ପିତାର ଛାମୁରେ ।୧୫୫ ।ଉଚ୍ଚସ୍ୱରେ କାନ୍ଦିଣ ପଦ୍ମନ କରଇ ଗୁହାରିଭୋଦେବ ଅନ୍ଧର ପୁଅ ଗୋଟି ମୋତେ ଚାପୁଡ଼େ ପ୍ରହାରି ।୧୫୬ ।ବତିଶ ସହସ୍ର ମୂଳେ ଅଷ୍ଟପାଟବଂଶୀ ରାଣୀୟେତେ ଭାରିଯାୟେ ଜ୍ୟେଷ୍ଠ ପୁତ୍ର ପଦ୍ମନ କୁମର ମଣି ।୧୫୭ ।ବଇକୁଲେ ସେ କାନ୍ଦି କହିଲା ଯହୁଂ ପିତାଂକର ଆଗେଝାତିକାରେ ଉଠିଲେ ହରି ପଦ୍ମନର ରାଗେ ।୧୫୮ ।ଯହିଂ ସେ ଭାବ ତହିଂ ଲାଗଇ ଅତି ମୋହଅନ୍ଧ ପୁଅ କାହିଂ ଅଛି ବେଗେ ମୋତେ କହ ।୧୫୯ ।ଅନାସ୍ତ ପ୍ରାୟେ ହୋଇଯେ କାନ୍ଦୁଛି ମୋହୋର ପୁତ୍ର ଗୋଟିଚକ୍ର ମାରି ଶିର ତାର ପକାଇବି କାଟି ।୧୬୦ ।ବାବୁ ବାବୁ ବୋଲି ଉଚ୍ଚସ୍ୱରେ ରାବ କରିଆସଇ ପଦ୍ମନ ଯେ ଶ୍ରୀ ଜଗନ୍ନାଥଂକର ହାତ ଧରି ।୧୬୧ ।ଅନ୍ଧ ପୁଅ ପଳାଇ ଯାଇ କହିଲା ପିତାର ଅଗ୍ରତେଭୋ ପିତା ଅନ୍ଧ ତୁ ରକ୍ଷା କର ମୋତେ ।୧୬୨ ।ଆସରେ ଅନ୍ଧର ଲଉଡ଼ି ତୁ ଦୋଷ କଲୁ କାହାକୁଭୋ ପିତା ନ ଜାଣି ମାଇଲି ବାସୁଦେବ ପୁତ୍ର ପଦ୍ମନ କୁମରକୁ ।୧୬୩ ।ଅନ୍ଧ ବୋଇଲା ବଳାରେ ପଦ୍ମ ନାରାୟଣଂକର ବତ୍ସାସଞ୍ଚୟେ ନାଶ କଲୁ ଆରେ ପୁତ୍ର ଆଉ ନାହିଂ ରକ୍ଷା ।୧୬୪ ।ଅନ୍ଧ ପୁଅ ବୋଇଲା ତାତ ମୁଂ ପଳାଇବି କାହିଂକିଅନ୍ଧ ବୋଇଲା ଅଷ୍ଟ ଦିଗ ପାଳ ଧର୍ମ ସାକ୍ଷୀ ।୧୬୫ ।ବାବୁ ଚତୁର୍ଦଶ ବ୍ରହ୍ମାଣ୍ଡ ଯାହାର ଗର୍ଭଗତପଳାଇ କାହୁଂ ପଶିବୁ ସେ ତୁ ଅଗ୍ୟାନ ଦୁଷ୍ଟ ପୁତ୍ର ।୧୬୬ ।ଦୂରୁଂ ଅନ୍ଧ ପୁତ୍ର ଯେ ଗୋବିନ୍ଦ ମୁଖ ଦେଖିକାଳ ଚକ୍ର ପ୍ରାୟେକ ଯେ ବୁଲାଇ ବେନି ଆଖି ।୧୬୭ ।ଅନ୍ଧ ପୁତ୍ର ବୋଇଲା ତାତ କୃଷ୍ଣ ବଡ଼ କୋପରକ୍ଷା କରି ନୁଆରିବୁ ବଡ଼ାଇ ପରିତାତ ।୧୬୮ ।ଅନ୍ଧ ବୋଇଲା ବାବୁ ତୁହି ଲୁଚିଥାଅ ମୋହୋର ପଛ କତିଅନେକ ବାଗେ କୋପ ଯେ କରାଇବି ଶାନ୍ତି ।୧୬୯ ।ଅଥବା କୋପ ଶାନ୍ତି ନ କଲେ ବାସୁଦେବଚକ୍ରେ ଶିର ଚ୍ଛେଦିଲେ ଯିବା ବଇକୁଣ୍ଠ ଠାବ ।୧୭୦ ।ବଚନେ ସାଷ୍ଟାମ ଅନ୍ଧ ଯେ କରଇ ପୁଅକୁପଦ୍ମନ ଭେଟାଇଲା ନେଇ ୟେହି ଅନ୍ଧପୁଅ ମାଇଲା ଦେବ ମୁକୁ ।୧୭୧ ।ଆହୋ ଚଇତନ ବାମ ଭୁଜେ ପଦ୍ମନ ଡ଼ାହାଣ ଭୁଜେ ଚକ୍ର ଧରିରାଗେଣ ଅନ୍ଧକଇଂ ସମସ୍ୟା କରନ୍ତି ଦେବହରି ।୧୭୨ ।ଗୋବିନ୍ଦେ ବୋଇଲେ ଅନ୍ଧୁ ତୁ ରହିଲୁ କାହିଂ ଆସିତୋହୋର ପୁତ୍ର ମୋହୋର ପୁତ୍ରକଇଂ ମାଇଲା ଝିଂଘାସି ।୧୭୩ ।ବତିଶ ସହସ୍ର ଅଷ୍ଟପାଟବଂଶୀର ମଧ୍ୟେପ୍ରଥମ ପୁତ୍ରଗୋଟି ପଦ୍ମନ ମୋହୋର ହାଦେ ।୧୭୪ ।ଅହୋ ଧୃତିରାଷ୍ଟ ଅନ୍ଧ ବୋଇଲା ସ୍ୱାମୀ ମୁଂ ଅଟଇ ନିରୀମାଖିଜାତହୁଂ ଅନ୍ଧ ଦରିଦ୍ର ଜନ୍ମେଣ ବଡ଼ ଦୁଖୀ ।୧୭୫ ।ମୁହିଂ ତୋହୋର ଦାସର ଦାସ ଭୃତ୍ୟର ଭୃତ୍ୟମୋହୋର ପୁତ୍ର ଛାର ପଦ୍ମନ କୁମରକୁ ମାରିବ ୟେହା କରିଅଛ ସତ ।୧୭୬ ।ତୋହୋର ପୁତ୍ରଗୋଟି ଚାପୋଡ଼େ ମାରିଅଛି ସଞ୍ଚା ଦେଖସି ରେ ଅନ୍ଧରାଗେଣ ପ୍ରତି ବାକ୍ୟ ସେ ଦିଅନ୍ତି ଗୋବିନ୍ଦ ।୧୭୭ ।ଦେଖୁକିନା ବୋଲି ଦେବ ବୋଇଲେ ବାକ୍ୟଗୋଟିଶତଜନ୍ମର ଅନ୍ଧ ପଟଳ ଗଲା ତାର ଫିଟି ।୧୭୮ ।ପ୍ରତକ୍ଷେ ଅନ୍ଧର ଦିଶିଲା ବେନିଚଚ୍ଛୁବୋଇଲା ସ୍ୱାମୀ ଜଗନ୍ନାଥ ତୁ ବିଜେ କରିଅଛୁ ।୧୭୯ ।ଅନ୍ଧ ଦେଖିଲାକ ଶଙ୍ଖଚକ୍ର ଗଦାପଦ୍ମ ଚତୁର୍ଭୁଜଜଳଧର ମେଘ ପ୍ରାୟେ ସରୂପ ଦେବରାଜ ।୧୮୦ ।ପ୍ରଳମ୍ୱିତ ହୋଇଲା ଅନ୍ଧ ଜଗନ୍ନାଥଂକ ପାଦତଳେଭୋ ସ୍ୱାମୀ ଶତଜନ୍ମର ସୁକୃତେ ତୋତେ ଦେଖିଲଇଂ ବେନିଡ଼ୋଳେ ।୧୮୧ ।ସେ ଅନ୍ଧ ବ୍ରାହ୍ମଣଂକୁ ଦେବ ପ୍ରସନ୍ନହୋଇଲେବିପୁଳ ଭୁବନ ଗୋଟିୟେକ ଦିଲେ ।୧୮୨ ।ବାରସ୍ୱତୀ ଭୁବନ ଜାଣି ରହିଲା ଅନ୍ଧ ଯେ ବ୍ରାହ୍ମଣକାଳେ ବଇକୁଣ୍ଠ ତାକୁ ଦିଲେ ନାରାୟଣ ।୧୮୩ ।ବିଦୁରେ ବୋଇଲେ ଶୁଣ ହୋ ଧୃତିରାଷ୍ଟ ୟେ ବାସୁଦେବର ମହିଂମା ଗୋଟିୟେ ବାସୁଦେବର ପ୍ରସାଦେ ଶତେଜନ୍ମର ଅନ୍ଧପଟଳ ଗଲା ଫିଟି ।୧୮୪ ।ଯୁଝେଷ୍ଠି ବୋଲିକରି ତୋର ଯେବଣ ପୁତ୍ରଗୋଟିୟେହି ଜଗନ୍ନାଥ ତାହାର ଚରଣ ତଳେ ଲୋଟି ।୧୮୫ ।ତୁ ତାହାର ପିଅର ହୋଇ ଅନ୍ଧ ବେନି ଚଛୁହୃଦଗତେ କପଟ ରଖି ତୁ ସେବା କରୁଛୁ ।୧୮୬ ।ନିକଂଳକ ଚିତ୍ତେ ଯେବେ ସେବା କରନ୍ତୁ ଭ୍ରାଥଧର୍ମ ଅର୍ଥ କର୍ମ ମୋକ୍ଷ ସମସ୍ତ ଅଛି ୟେଥ ।୧୮୭ ।ଶ୍ରୀ ଜଗନ୍ନାଥ ସ୍ମର ନରେ ତର ସଂସାର କଷ୍ଟୁଶ୍ରୀ ଜଗନ୍ନାଥ ସ୍ମର ନରେ ଅନ୍ଧପଟଳ ଫିଟୁ ।୧୮୮ ।ଶ୍ରୀ ଜଗନ୍ନାଥ ସୁମର ନରେ ଫିଟୁ ହୋ ଦୁର୍ଗତିଶ୍ରୀ ଜଗନ୍ନାଥ ସୁମର ନରେ ଯମ କାଳଦଣ୍ଡରେ ନୋହୁ ଶାସ୍ତି ।୧୮୯ ।ଶ୍ରୀ ଜଗନ୍ନାଥ ସୁମର ନରେ ପ୍ରସର ହେଉ ବୁଦ୍ଧିଶ୍ରୀ ଜଗନ୍ନାଥ ସୁମର ନରେ ପ୍ରାପତ ହେଉ ଋଦ୍ଧିସିଦ୍ଧି ।୧୯୦ ।ଶ୍ରୀ ଜଗନ୍ନାଥ ସୁମରେଣ ନୋହୁ କାଳଘାତଶ୍ରୀ ଜଗନ୍ନାଥ ସୁମର ନରେ ସୁପୁତ୍ର ହୋଉ ଜାତ ।୧୯୧ ।ଶ୍ରୀ ଜଗନ୍ନାଥ ସୁମର ନରେ ତୁଟୁ ସର୍ବ ରୋଗଶ୍ରୀ ଜଗନ୍ନାଥ ସୁମର ନରେ ପ୍ରାପତ ହୋଉ ସ୍ୱର୍ଗ ।୧୯୨ ।ଲୋଭ ମୋହ ହିଂସା ତେଜ୍ୟା କର ସର୍ବଶ୍ରା ଜଗନ୍ନାଥ ସୁମର ନରେ ପ୍ରାପାତ ହୋଉ ହୋ ଭାଗ୍ୟ ।୧୯୩ ।କୂଟ କପଟ ବୁଦ୍ଧି ସମସ୍ତ ଛାଡ଼ିବୁଶ୍ରୀ ଜଗନ୍ନାଥ ନାମ ଗୋଟି ହୃଦୟରେ ଧରିଥିବୁ ।୧୯୪ ।ଜମ୍ୱୁ ଦ୍ୱୀପ ଭ୍ରଥ ଖଣ୍ଡ ଦକ୍ଷିଣ ମହୋଦଧିଯମନିକ ତୀର୍ଥ ନୀଳ କଳ୍ପବଟ ବୈକୁଣ୍ଠ ପୁର ଭେଦି ।୧୯୫ ।ମହତ ଅଟଇ ସେ ଯେ ନୀଳ ସୁନ୍ଦର ଗିରିତହିଂର ଦ୍ରୋଚ୍ଛନା ଲାଗଇ ବ୍ରହ୍ମାଣ୍ଡ ଖଣ୍ଡ ଚାରି ।୧୯୬ ।ଚାରି ଲକ୍ଷ ବତିଶ ସହସ୍ର ବରଷ ଅଟେ କଳିତହିଂର ଦର୍ପ ମାଡ଼ି ବିଜୟେ ବନମାଳି ।୧୯୭ ।ଶ୍ୱେତ ଗଙ୍ଗା ତୀର୍ଥ ରୋହିଣୀ ଯେ କୁଣ୍ଡଶ୍ରୀଯମେଶ୍ୱର ଲିଙ୍ଗ ବିଜୟ ମାର୍କଣ୍ଡ ।୧୯୮ ।ଗୁପତ ଗଙ୍ଗା ଯମୁନା ଯେ ବହଇ ସରସ୍ୱତୀକୋଟିୟେ ତୀର୍ଥ ଘେନି ବିଜୟେ ପୁଷ୍କର ବଶ୍ୟା ବୃତ୍ତି ।୧୯୯ ।ବିଜୟେ ରାମ କୃଷ୍ଣ ସୁଭଦ୍ରା ଯେ ବ୍ରହ୍ମାଦୋଷ ଉପେକ୍ଷି ଗୁଣ ଘେନିମା ମହାତମା ।୨୦୦ ।ଶ୍ରୀ ଗୁଣ ସାଗର ନାଥ ଜଗତ ଜନ ବନ୍ଧୁଯାହାର ଚରଣାରବିନ୍ଦେ ଭାବଇ ନାଥ ଇନ୍ଦୁ ।୨୦୧ ।ଧବଳ ନୀଳ ଯେ କୁଂକୁମ ବନ ତିନିକାଳର ଅଭାବେ ସେ ଆନ ରୂପ ଘେନି ।୨୦୨ ।ଅନେକ ମହିଂମା ତୋହୋର କହିତେ କେ କ୍ଷମପରମ ଧାରଣା ସ୍ୱାମୀ ପୁରୁଷଂକ ଉତ୍ତମ ।୨୦୩ ।ସକଳ ଜନ୍ତୁରେ ଶ୍ରେଷ୍ଠ ମାନବ ରୂପ ବର୍ଣ୍ଣଆପଣେ ଯେବଣ ରୂପ ବିକାଶିଲ ଚିହ୍ନ ।୨୦୪ ।ଜଗୁ ଜୀବନ ନାଥ ଚରଣେ ଭୃତ୍ୟଂକର ଭୃତ୍ୟଶୂଦ୍ରମୁନି ସାରୋଳ ଦାସ ଶତ ସହସ୍ର ଦଣ୍ଡ ପ୍ରଳମ୍ୱିତ ।୨୦୫ ।୧୪୪୩ ।