ସାରଳା ମହାଭାରତ ଉଦ୍ୟୋଗ ପର୍ବ
ସାରଳା ଦାସ · ଭାଗ ୫ / ୯ · ଭାଗ ୫
ସମ୍ପୂର୍ଣ୍ଣ ସୂଚୀପତ୍ର
ଦୁର୍ଯ୍ୟୋଧନ ଦୁଇଖଣ୍ଡ ପଡ଼ା ଦେବା ନିମନ୍ତେ ଭୀଷ୍ମଙ୍କ ଠାରେ ଇଚ୍ଛା ପ୍ରକାଶ ଓ ଶକୁନିର ଅମତ ଏବଂ ବାବନା ଭୂତର ବିବରଣଭୀଷ୍ମ ବୋଇଲେ ସେ ବଳି ଦାନ ଦିଲାପରମ ଗତି ପାଇ ସେ ପାତାଳେ ଇନ୍ଦ୍ର ହୋଇଲା ।୧ ।ଆକାଶେ ଇନ୍ଦ୍ର ସେ ହୋଇବ ସମୟେୟେହେନେକ ସମ୍ପଦ ତାକୁ ଦିଲେକ ଦେବରାୟେ ।୨ ।ଶକୁନି ବୋଇଲା ମୁଂ କହଇ ସେ ହରିର କଥାଶୁଣ ହୋ ଗାଙ୍ଗବେ ପୂର୍ବର ୟେହେନେକ ବାରତା ।୩ ।ଜମ୍ୱୁ ଦ୍ୱୀପ ଭ୍ରଥଖଣ୍ଡ ଓଡ଼ରାଷ୍ଟ ମଣ୍ଡଳେବ୍ରହ୍ମାର କୁଶସ୍ଥଳୀ ବଇତରଣୀ ନଦୀକୂଳେ ।୪ ।ବେଦପୁର ବୋଲି କରି ୟେକଇ ଶାସନଅହିବ୍ରତେ ଶତେଘର ବସନ୍ତି ମହାଜନ ।୫ ।ସେ ନଗ୍ରେ ଦ୍ୱିଜ ଜାତି ଅଷ୍ଟଗୋଟି ବାଳୀବାଳୁତ କୁତୂହୋଳେ ଧୂଳିଖେଳ ଖେଳି ।୬ ।ୟେସନେକ ସମୟେ କପିଳାସ ସ୍ୱର୍ଗବାସୀବୃଷଭ ଆରୋହିଣ ଶଂକର ଗିରିଜା ବିଜେକଲେ ଆସି ।୭ ।ଶୂନ୍ୟେଣ ଥାଇଣ ଯେ ଦେଖିଲା ବିଶ୍ୱନାଥପାର୍ବତୀଂକି ପୁଚ୍ଛିଲେ ୟେତ ବଡ଼ାଇ କୁତୂହୋଳ ସଂଘାତ ।୮ ।ପାର୍ବତୀ ବୋଇଲେ ସେ ବାଳୁତ କାଳର ଖେଳକୁମାରୀ ସାଧନା ୟେହା ରାନ୍ଧଣା ବାଢ଼ଣା କୁଢ଼ କୁଢ଼ ।୯ ।ପିତାର ଘରେ ଆମ୍ଭେ ଥିଲୁଂ ବାଳକାଳେଧୂଳି ଖେଳ ଖେଳୁଂ ଆମ୍ଭେ ସାନ କୁମାରୀଂକ ମେଳେ ।୧୦ ।ଈଶ୍ୱରେ ବୋଇଲେ ପାର୍ବତୀ ଦେବୀଂକ ଆଗେ ହସିସେ ଯେବେ ଗୃହବାସୀ ତହିଂକି କି ନ ଯାଇ ଭିକ୍ଷାଶୀ ।୧୧ ।ପାର୍ବତୀ ବୋଇଲେ ସ୍ୱାମୀ ତୁମ୍ଭେ ଜନ୍ମହୁଂତ ବାଇସଜ୍ଜନ ବାକ୍ୟ କି ସର୍ବଦାୟେ ତହିଂ ଥାଇ ।୧୨ ।ଧୂଳିଘର ଧୂଳିଭାତ ଧୂଳିର ତିଉଣ ଖେଳାଖେଳିତହିଂ ପ୍ରାର୍ଥନା କଲେ କିସ ପାଇବ ଭିକାରୀ ।୧୩ ।ଈଶ୍ୱରେ ବୋଇଲେ ତୁମ୍ଭେ ରହ ଅନ୍ତରୀକ୍ଷମୁହିଂ ଯାଇ ମାଗଇଂ ତହିଂ କୁଆଂଳୀ ରୂପେ ଭିଖ ।୧୪ ।ପାବର୍ତୀ ବୋଇଲେ ତୁମ୍ଭଂକୁ ଦେଖି ଭୟ ଯେ କରିବେବିଭତ୍ସ ରୂପ ଦେଖିଲେ ଭୟେ ପଳାଇବେ ।୧୫ ।ଗିରିଜାକୁ ରୁହାଇଣ ଦେବ ବିଶ୍ୱବାସୀବାଳୁତ ରୂପ ଧରି କୁଆଂଳୀ ରୂପ ପରକାଶି ।୧୬ ।ୟେକଇ ବଦନ ଦେବ ଶିରେଣ ସୀତାଶୁଂବହଇ ଧବଳାଂଗୀ ତ୍ରିବେଣୀ ଆକାଶୁ ।୧୭ ।ଛନ୍ଦ୍ରମେଣ କୁଆଂଳୀ ରୂପ ଧଇଲେ ଦେବ ତ୍ରିୟମ୍ୱେକକଣ୍ଠରେ ଅସ୍ଥିମାଳ ଲମ୍ୱିତ ହୃଦୟେକ ।୧୮ ।ଶୁଦ୍ଧ ସଷ୍ଟିକର ମୁଦ୍ରା ଲମ୍ୱଇ ବେନିକର୍ଣ୍ଣେଜଗୁଜନ ମୋହନ ପୁରୁଷ ହରଷ ବଦନେ ।୧୯ ।ଡାକି ଡ଼ମ୍ୱରୁ ଯେ ଡ଼ିବି ଡ଼ିବି ବାଜିକ୍ଷୁଦ୍ର ଘଣ୍ଟି ଘାଗୁଡ଼ି କଟିମେଖଳା ସାଜି ।୨୦ ।ଅନନ୍ତ ଉଡ଼ୁଙ୍ଗ ଯେ ଶ୍ରୀଭୂଜେ ବାହୁଟିନେତର କର୍ପଟି ସ୍ୱାମୀର ହୃଦରେ ଚିରିକୁଟୀ ।୨୧ ।ଭୁଜେଣ ଯାମଳା ଲାଉ କରେଣ ତ୍ରିଦଣ୍ଡଝଲକନ୍ତି ଚଉକତି ତିଳକ ଶଶୀଖଣ୍ଡ ।୨୨ ।ୟେସନେକ ସରୂପ ସ୍ୱାମୀ ବାଳୁତ କୁଆଂଳୀକୁମାରୀଂକ ସଙ୍ଗେ ରଙ୍ଗରାସେ କୁତୋହଳୀ ।୨୩ ।ଡ଼ିବି ଡ଼ିବି ଡ଼ମ୍ୱରୁ ସୁସଞ୍ଚ ସୁସ୍ୱରେଣ ବାଇକୁମାରୀଂକ ଖେଳଘରେ ହର ମିଳିଲେକ ଯାଇଂ ।୨୪ ।ଦେଖିଣ ହସିଲେ ଯେ ବାଳୁତ କୁମାରୀମିଛି ମିଛିକା ଘରକୁ ଗୋ ସଖୀ ହାଦେ ସତିକା ଭିକାରୀ ।୨୫ ।ଧୂଳିର ଭାତ ଧୂଳିର ତିଉଣ ଗୋ ସଂଘାତକିସ ଭିକ୍ଷା ଦେବା ଗୋ କୁଆଂଳୀର ପାତ୍ର ।୨୬ ।ସୁସଞ୍ଚ କରିଣ ଯେ ପୂରୋଇଲେ ଧୂଳିସଦାନନ୍ଦ ପାତ୍ରେ ସେ ନେଇଣ ଦିଲେ ତୋଳି ।୨୭ ।ହରଷ ସାନନ୍ଦେ ଦିଲେ ଧୂଳି ଆଠ ମୂଠିଦେଖିଣ ସାନନ୍ଦେ ଯେ ଦେବ ହୋଇଲେ ଧୂର୍ଜଟି ।୨୮ ।ଈଶ୍ୱରେ ପ୍ରଶଂସା କରନ୍ତି ଧନ୍ୟ ତୁମ୍ଭର ସତବାଳୁତ କୁମାରୀ ହୋଇ ୟେଡ଼େକ ନିରିଭୀତ ।୨୯ ।ସାନନ୍ଦେ ପ୍ରସନ୍ନ ହୋଇଲେ ସଦାନନ୍ଦପ୍ରସନ୍ନେ ବର ଦିଲେ ହୋଇଣ ସାନନ୍ଦ ।୩୦ ।ସତରେ ମୋର ପାଦେ ଦିଲ ରେଣୁ ଭିକ୍ଷାସରୂପେ ଈଶାନ୍ୟେ ନାଥ ପୂରୋଇଲେ ମନବାଞ୍ଛା ।୩୧ ।କୋଟିୟେ କଳ୍ପ ଆଷ୍ୟ ଘେନି ତୁମ୍ଭେ ବସ ଅମର ସ୍ୱର୍ଗେଯୁବା ବୟସ ହୋଇଥାଅ ଅନନ୍ତ କୋଟିଯୁଗେ ।୩୨ ।ରମ୍ଭା ଉରୁବଶୀ ମେନକା ଚିତ୍ରରେଖାକାମସେଣୀ ମୋହିନୀ ମଦନିକା ଅମ୍ୱିକା ।୩୩ ।କଳ୍ପ ଭୋଗ କର ତୁମ୍ଭେ ଅଷ୍ଟ ଅପଚ୍ଛରୀୟେହି ରୂପେ ମୋହ ତୁମ୍ଭେ ଅମର ସ୍ୱର୍ଗପୁରୀ ।୩୪ ।କୋଟିୟେ ଇନ୍ଦ୍ର ଯେବେ ଅମରେ ନାଶଯିବଯୁବା ବୟସ ତୁମ୍ଭର ଯେ ଅତୁଟ ହୋଇଥିବ ।୩୫ ।ଶୁଣ ହୋ ଗାଙ୍ଗବେ କହଇ ଶକୁନିସଦାଶିବର ପ୍ରସନ୍ନେ ଅଛୟେ ସ୍ୱର୍ଗ ଘେନି ।୩୬ ।ବଳିରାଜାର ଭାରିଯା ନାମ ହାରାବତୀଅର୍ଘ୍ୟ ଘେନି ଉଭାହେଲା ସେ ବାବନର କତି ।୩୭ ।ବୋଇଲା ବାବନ ତୁ ତ୍ରଇଲୋକ୍ୟନାଥ ବୋଲାଉଜଗତ ଜନ ଠାକୁର ତୋହୋର ପାତ୍ର ଧିକଯାଉ ।୩୮ ।ସଦାଶିବର ପାତ୍ର ମହିଂମା ଶୁଣ ହୋ ବାବନରେଣୁ ଭିକ୍ଷା ଦେଇ ପାଇଲେ ସେ ଅମର ଭୁବନ ।୩୯ ।ମୋହୋର ସ୍ୱାମୀ ତୋତେ ତ୍ରଇଲୋକ୍ୟ ଦାନଦିଲାସମ୍ପଦ ନାଶଗଲା ସେତ କାରଣ ନ ପାଇଲା ।୪୦ ।ଧିକ ଧିକ ବାବନ ତୋହୋର ପାତ୍ରଗୋଟିମୋହୋର ସ୍ୱାମୀ ନାଶଗଲା ତୋହୋର ପ୍ରାୟେ ପ୍ରଭୁଗୋଟି ।୪୧ ।ହେ ତ୍ରଇଲୋକ୍ୟ ଜନେ ମୁଂ ତୁମ୍ଭରେ କରଇ ସାକ୍ଷୀନାରାୟଣ ପାତ୍ରେ ଦାନଭିକ୍ଷା ନ ଦେବାଟି କିଛି ।୪୨ ।ଈଶ୍ୱର ପାତ୍ରହିଂ ସେ ପରମ ମଉଷଧିକଣକଳ୍ପେ ଦାନ ଦିଲେ ବହୁତ କାର୍ଯ୍ୟ ସିଦ୍ଧି ।୪୩ ।ଶୁଣ ହୋ ଗାଙ୍ଗବେ ପୂର୍ବର ୟେହେନକ ବାଣୀଦେଇଣ ତ୍ରିପୁତି କେ କରିବ ଚକ୍ରପାଣି ।୪୪ ।ଦାନମାନ ଭଗତେ ଯେ ନ ଘେନଇ ସେବାଦେଇଣ ତ୍ରିପୁତି କେ କରିବ ତାହାକଇଂ ଅବା ।୪୫ ।ସପତ ବ୍ରହ୍ମାଣ୍ଡ ଯେବେ ଦେବ ତାହାର ହାଥେଶାନ୍ତି ନ ଭୁଜିବ ତ୍ରିପୁତି ନୋହିବ ସେ କଦାଚିତେ ।୪୬ ।ଶାହାସ୍ର ସଙ୍ଗତେ ଯାହା କହିଲା ଶକୁନିଭୀଷ୍ମ ଦ୍ରୋଣ ଭୂରିସର୍ବାୟେ ଶୁଣି ହୋଇଲେକ ତୁନି ।୪୭ ।ଆସ୍ଥାନୁଂ ଉଠିଣ ଗଲେ ଭୀଷ୍ମ ଦ୍ରୋଣେଅଶସ୍ତମା କୃପା ଆଚାର୍ଯ୍ୟେ ଚଳିଲେ ତତକ୍ଷଣେ ।୪୮ ।ଶଲ୍ୟ ଶକୁନି ଯେ କର୍ଣ୍ଣ ସହିତେଯେ ଯାହା ଭୁବନେ ଗଲେ ଭୋଜନ ନିମନ୍ତେ ।୪୯ ।ଚନ୍ଦ୍ରଶାଳା ପୁରେ ବିଜୟେ ସାମରାଷ୍ଟେସଞ୍ଜୟେ ବିଦୁର ଗାନ୍ଧାରୀ ଆବର ଧୃତିରାଷ୍ଟେ ।୫୦ ।ପ୍ରବେଶ ହୋଇଲେ ମାନଗୋବିନ୍ଦ ସନ୍ନିଧ୍ୟାନେଦେଖିଣ ପୂଜାକଲେ ନୃପତି ଦ୍ରିଯୋଧନେ ।୫୧ ।ଶୁଣ ବାବୁ ଦ୍ରିଯୋଧନ ମାନଚକ୍ରବ୍ରତୀଲକ୍ଷେ ରାଜା ମଉଡ଼ମଣି ମହୀମଣ୍ଡଳ ଆଧିପତି ।୫୨ ।ପନ୍ନଗା ନାରାୟଣ ତୁ ମାନବେ ଅବତାରଭାରା ନିବାରେଣ ତୁ ରଖିଲୁ ସଂସାର ।୫୩ ।ସୋମଂବଶ ଥିଲେ ଯେତେକ ମହାରାଜାତୋହୋର ପରାୟେ କେହି ନ ପାଇଲେ ପୂଜା ।୫୪ ।ବାବୁ ପାଣ୍ଡବେ ତୋହୋର ସୋଦର ପଞ୍ଚୁଭ୍ରାଥତୋହୋ ପ୍ରାୟେ ଭ୍ରାଥ ଥାଉଂ କିସେ ହୋଇବେ ଅନାସ୍ତ ।୫୫ ।ପାଣ୍ଡବେ ପାଞ୍ଚହେଂ ଅଟନ୍ତି ପଞ୍ଚୁ ଯେ ଅଗିନିକୃଷ୍ଣ ତହିଂକି ସାଖା ଯେ ପବନର ରୂପ ଘେନି ।୫୬ ।ବାବୁ ମାନଗୋବିନ୍ଦ ପବନ ଅଗ୍ନି ଯେ ୟେକତ୍ୱ ହୋଇଲେମହା ଅରଣ୍ୟ ଦହଇ ୟେହାଂକର ୟେକତ୍ୱ ବହିଲେ ।୫୭ ।ତୁ ୟେହା ବିଚାରି କରିବୁ ନାହିଂକି ଜାଣିପାଣ୍ଡବନ୍ତ ସଂପକ୍ଷଟି ଦେବ ଚକ୍ରପାଣି ।୫୮ ।ଅନେକ ବାଗେ କୋପ ଯେ କଲେ ପାଣ୍ଡବଂକୁ ବଳରାମେକଦାଚିତେ ତାଂକୁ ସରି ନୋହିଲେଟି ସାଂଗ୍ରାମେ ।୫୯ ।ଆହୋ ଦ୍ୱାରିକାୟେ ଅରଜୁନ ଯେବଣ କୃତ୍ୟକଲାରାମକୃଷ୍ଣ ଭୟେଣୀ ସୁଭଦ୍ରାକଇଂ ହରିଲା ।୬୦ ।ସାତବଂଶ ଯାଦବ ଘେନି ରାମ କଲେ ଅନେକ ରୋଳସାଂଗ୍ରାମେ ହାରିଲେଟି କୃଷ୍ଣ କାମପାଳ ।୬୧।ଧୃତରାଷ୍ଟେ କହିଲେ ଯହୁଂ ପାଣ୍ଡବଂକର ଅନେକ ମହିମାଂପାଣ୍ଡବାସୁରକୁ ମାରି ରଖିଲା ଆମ୍ଭର ସୀମା ।୬୨।ରାଧାଚକ୍ର ବିନ୍ଧିଲେଟି ଲକ୍ଷେ ରାଜା ପରିମୁଖେଗୋଧନ ହରଣେ ତୋତେ ଜିଣିଲେ ପ୍ରତକ୍ଷେ ।୬୩।ଖାଣ୍ଡବ ବନ ଦହି ଜିଣିଲା ଇନ୍ଦ୍ରକୁଲକ୍ଷେ ରାଜାନ୍ତ ଜିଣି ଆଣିଲେଟି ରାଜୁସି ଯାଗକୁ ।୬୪।ତ୍ରଇଲୋକ୍ୟ ଠାକୁର ସେ ଯେବଣ ଅଧିକାରଦୁଷ୍ଟମନ୍ତ୍ରୀ ବୁଦ୍ଧିରେ ତୁ ୟେ କଥା ନ ବିଚାର ।୬୫।ଧୃତିରାଷ୍ଟ ବୋଇଲେ ମୁଂ ଜାଣିଲି ତୋହୋର ହିଆସମସ୍ତ ବୁଡ଼ିଲା ପାଣ୍ଡବଂକୁ ଜଗନ୍ନାଥ ସାହା ।୬୬।ସୋଦର ଛାଡ଼ି ହରି ପାଣ୍ଡବଂକ ନିମନ୍ତେଯାଦବନ୍ତ ଗଞ୍ଜାଇଲେ ହରି ପାଣ୍ଡବଂକ ହାଥେ ।୬୭।ଯେବଣ ଶତ୍ରୁକୁ ଅବା ଜିଣିତ ନୁଆରିପଛେଣ ନାଶଇ ତା ଉପାୟେ ବୁଦ୍ଧିକରି ।୬୮।ସନ୍ନିଧ୍ୟକୁ ହକରାଇ ଆଣି ରୁହାଇବା ତାହାଂକୁପଡ଼ା ଦୁଇଖଣ୍ଡି ଦେବା ତାହାଂକ ବ୍ରତିବା ନିମନ୍ତକୁ ।୬୯।ବାବୁ ପଣ୍ଡିତ ବୃତ୍ତି କରି ରାଗ କର ତେଜ୍ୟାବେଭାରେ ସୋଦର ସେ ତୋହୋର ୟେଥକୁ କିସ ଲଜ୍ଜା ।୭୦।ବଦୟନ୍ତି ଗାଙ୍ଗେବ ଯେ ଶାୟେନ୍ତନୁର ବତ୍ସିଲାଭ ଅଲାଭ ୟେଥିରେ ବେନି କାର୍ଯ୍ୟ ଅଛି ।୭୧।ବାବୁ ପରମେଶି ପରିମାଣି ବୁଝିବା ଯେବେ ସୋଦରେ ଅଛି କାର୍ଯ୍ୟଯୁଗତେ ପାଣ୍ଡବେଂକର ହୋଇବ ଅଧରାଜ୍ୟ ।୭୨।ଅଥବା ନିରାଶ କରିବାକୁ ଯେବେ ତୋର ବୁଦ୍ଧିକାହାକୁ ଯାଚିଦେବା ଅର୍ଜିଲାର ସମ୍ପ୍ରଧି ।୭୩।ନିରାଶ ହୋଇ ୟେଥୁଂ ନ ଯାଆନ୍ତୁ ନାରାୟଣଆରମ୍ଭେ ସମର ତୁ ନ କର ଆରୋପଣ ।୭୪।ଦ୍ରିଯୋଧନ ବୋଇଲା ତୁମ୍ଭେ ଅଟ ମହାରଥାନିରୁତାନ୍ତ ବେଳକୁ ତୁମ୍ଭେ ଲାଘବେ କହ କଥା ।୭୫।ଯାଅ ଯାଅ ତୁମ୍ଭେମାନେ ଯେ ଯାହା ଆଶ୍ରମେକିମ୍ପାଇଂ ନିରାଶ କରିବା ଶ୍ରୀପୁରୁଷ ଉତ୍ତମେ ।୭୬।ପାଣ୍ଡବନ୍ତ ଗ୍ରାମ ଦିଲେ ସାଂଗ୍ରାମେ ନୋହିବ କଦାଚିତେସମସ୍ତେ ହୋଇ ବୋଇଲେ ଜଗନ୍ନାଥ ତ୍ରିପୁତି ହୁଅନ୍ତି ଯେମନ୍ତେ ।୭୭।ବାରୁଣାବନ୍ତ ରାଜ୍ୟ ଉତ୍ତର ଦିଗ ଆଡ଼େପଡ଼ା ଦୁଇଖଣ୍ଡ ଦେବା ମେଖଳା ନଦୀ କଚ୍ଛାଡ଼େ ।୭୮।ଭୀଷ୍ମ ଦ୍ରୋଣେ ବୋଇଲେ ବାବୁ ଜୀବନ ତୋର ସାଧୁ ସାଧୁକୋଟିକଳ୍ପ ଆଷ୍ୟ ପାଇବୁ ଶିରୀ ନ ଛାଡ଼ିବ ତୋର କନ୍ଧୁ ।୭୯।ସଂସାର ତରିଲା ତୋହୋର ଅମିୟ ବଚନ ଗୋଟିଓହୋକୁଳର ଅନ୍ଧପଟଳ ୟେକା ବାଇକେ ଗଲା ଫିଟି ।୮୦।ସଂସାର ଜିଣିଲେ ହରି ଜଗନ୍ନାଥପଣେତୁ ୟେବେ ଜଗନ୍ନାଥକଇଂ ଜିଣିଲୁ ଅମିୟ ବୟାଣେ ।୮୧।ଅନେକ ସାନନ୍ଦେଣ ଗଲେ ସର୍ବ ଯୋଧୀସରିଲା ସମର ସେ ହୋଇଲା କଥା ସନ୍ଧି ।୮୨।ଛାଡ଼ିଲେ ଉଚ୍ଚବାଚ ସମସ୍ତେ ହୋଇଲେ ଶାନ୍ତିଧର୍ମ ଉଦିତ ହୋଇଲା କୁରୁ ପାଣ୍ଡବେ ହେଇଲେକ ପ୍ରୀତି ।୮୩।ଜୟତୁ ଧର୍ମଦେବତା ଉଦିତ ସର୍ବସିଦ୍ଧିଜୟତୁ ଧର୍ମଦେବତା ସାତୁକ୍ୟ ପୟୋଧି ।୮୪।ନିରାଲମ୍ବ ପୁରୁଷ ନିର୍ମଳ ନିରାକାରକର୍ମଣ ପୁରୁଷ ଧର୍ମହିଂ ସେ କରଇ ପାର ।୮୫।ଅମାୟା ଅନନ୍ତ ଅଦୃଶ୍ୟ ସର୍ବଚିନ୍ତାଦୁଖୀଜନ ଉଦ୍ଧାରଣ ନାଥ ତୁହି ସେ ଗତିମୁକତି ଦିଅନ୍ତା ।୮୬।ନମାମି ନାରାୟଣ ନୟନ ବିରାଜିଯୋଗୀଜନ ଚିନ୍ତାମଣି ହୃଦଗତେ ସର୍ବ ଭଜି ।୮୭।ଅସଙ୍ଗତ ସଙ୍ଗତ କରନ୍ତା ଦେବସ୍ୱାମୀନିରାକୁଳ ନିରାଲମ୍ବ ନିରାଲକ୍ଷ ଅନ୍ତର୍ଯ୍ୟାମୀ ।୮୮।ଭାବଗ୍ରାହୀ ଜଗନ୍ନାଥ ତୁ ଭଗତମଚ୍ଛଳାତ୍ରିଭୁବନ ମଣ୍ଡଳେ ନାଥ ତୁ ଶୁଦ୍ଧ ଯେ ନିଷ୍କଳା ।୮୯।ଅନୁବ୍ରତେ ଚିନ୍ତା ନାଥ ପର ଦୁଖେ ଦୁଖୀକିଞ୍ଚିତ ସଦୟେ ନାଥ ତୋହୋର କାଳ ନ ଗଚ୍ଛି ।୯୦।ଯାବତ ଜୀବନ ତାବତ ଧର୍ମ ଘୋଟିକିଞ୍ଚିତ ଦରଶନେ କୋଟିଜନ୍ମର କଷ୍ଟ ଫିଟି ।୯୧।ୟେ ଭାବ ସାୟେର ନାଥ ଦେଖୁ ଦେଖୁ ହାଦେ ଧନ୍ଦାହୃଦଗତେ ଗ୍ୟାନ ଥାଉଂ ଅଦଉଡ଼ିୟେ ବନ୍ଧା ।୯୨।ଶ୍ରୀ ଜଗନ୍ନାଥ ପଦ୍ମପାଦେତ ଆରାଧିନିରାଳମ୍ବ ଭୂମିକି ବଳାଇଲି ବୁଦ୍ଧି ।୯୩।ଶ୍ରୀ ଧର୍ମ ଦେବତା ଚରଣେ ଲୟେ ଘେନିବଦୟନ୍ତି ସାରୋଳ ଦାସ ଗ୍ରନ୍ଥିକ ଶୂଦ୍ରମୁନି ।୯୪।ଅହୋ ଚଇତନ ଧର୍ମ ଉଦିତ ହୋଇଲା କୁଞ୍ଜଗଳ ଦେଶ ସ୍ୱର୍ଗେସୁରକ୍ଷା ଗଲା କୁରୁପାଣ୍ଡବଂକର ୟେକ ଯୋଗେ ।୯୫।ସେହିଦିନ ରାତ୍ରେ ଅର୍ଦ୍ଧେଣ ରୟଣୀରାଜାଂକୁ ଦ୍ରଶନ କଲା ମନ୍ତ୍ରୀ ଯେ ଶକୁନି ।୯୬।ଦ୍ରିଯୋଧନ ୟେକାନ୍ତେ ଶକୁନିର ତୁଲେବୋଲେ ଭୋ ମାତୁଳ କୃଷ୍ଣ ଯେ ୟେଥକୁ ଦୂତପଣେ ଅଇଲେ ।୯୭।ଜଗତ କାରଣ ପୁରୁଷ ଯହୁଂ ଆପଣେ ମଧ୍ୟପାତ୍ରଅନନ୍ତ କୋଟି ବ୍ରହ୍ମାଣ୍ଡ ଯାହାର ଗର୍ଭଗତ ।୯୮।ବହୁତର ବଚନ ମାମୁଂ ମୁଂ ନୁଆରିଲି ମେଣ୍ଟିଶ୍ରୀକୃଷ୍ଣର ବଚନେ ଦେବା ପଡ଼ା ଦୁଇଗୋଟି ।୯୯।ଯାବତ ଜୀବଂକୁ ଜଗନ୍ନାଥହିଂ ସେ ମୂଳୟେହାନ୍ତ ତ୍ରିପୁତି କଲେ ଅପାଦ ମେଣ୍ଟିବା ସକଳ ।୧୦୦।ଶକୁନି ବୋଇଲା ତୁ ବାବୁ ସକଳ ଜନ ଚିନ୍ତାସବୁଂକରି ଭାରାଭାର ତୁହି ସେ ସହନ୍ତା ।୧୦୧।ଭୀଷ୍ମେ ଦ୍ରୋଣେ ବସନ୍ତି ଆସ୍ତାନେ ତୋହୋର ଗୁରୁ ପରମ ଗୁରୁତାହାଂକର ଆଗ୍ୟାଂ କେ ଅନ୍ୟସ୍ଥା କରିପାରୁ ।୧୦୨।ସେ ବଡ଼ ପଣ୍ଡିତ କ୍ଷତ୍ରିୟ ବଳବନ୍ତାତାହାଂକର ଆଗ୍ୟାଂ ୟେଥେ କେହୁ ଭ୍ରଷ୍ଟ ଯେ କରନ୍ତା ।୧୦୩।କର୍ଣ୍ଣ ଧୁଶାସନ ଦୁର୍ଜୟେ ଶଲ୍ୟ କୃପେସମସ୍ତେ ପ୍ରବେଶ ଯାଇଂ ରାଜାର ସମୀପେ ।୧୦୪।ଶକୁନି ବୋଇଲା ଯେବେ ଯୋଗାଇ ସବୁରି ମନକୁୟେକା ଜଣକେ କି ସାମରଥ ବହୁତ ବଚନ ମେଣ୍ଟିବାକୁ ।୧୦୫।ୟେ ମୋହୋର ବଚନ ଶୁଣିଥା ଧୃତିରାଷ୍ଟିଗୋବିନ୍ଦକଇଂ ଯେବେ ଦେଇଲୋଡ଼ୁ ପଡ଼ା ବେନିଗୋଟି ।୧୦୬।ଦାନେଣ ଅତ୍ରିପୁତି ଯେ ନାମେଣ ଅତ୍ରିପୁତିଭଗତେ ଅତ୍ରିପୁତି ଯେ ଗ୍ୟାନେଣ ଅତ୍ରିପୁତି ।୧୦୭।ବଳିରାଜାକୁ ଦାନ ମାଗିଲା ତିନିପାଦ କ୍ଷିତିତ୍ରଇଲୋକ୍ୟେ ଘୋଟିଲା ବାବନର ବିଶ୍ୱମୃତ୍ତି ।୧୦୮।ବାବାନର କାୟା ଯେ ବାଆନ ଅଙ୍ଗୁଷ୍ଠିସାତ ସାତ ଆଙ୍ଗୁଳି ବାବନର ଦୁଇପାଦ ଗୋଟି ।୧୦୯।ୟେଣେ ତିନିପାଦ ଭୂମି ମାଗିଲା ବାବନଉପହାସ୍ୟ କରି ବଳି ବାବନକୁ ଦିଲା ଭୂମି ଦାନ ।୧୧୦।ୟେକା ପାଦକେ ଘୋଟିଲା ନବଦ୍ୱୀପା ସପତ ସାଗର ସୃଷ୍ଟିବ୍ରହ୍ମାଣ୍ଡ ଘୋଟିଲା ଯେ ଆରେକ ପାଦଗୋଟି ।୧୧୧।ଦୁଇପାଦେ ବାବନ ବ୍ରହ୍ମାଣ୍ଡ ଘୋଟିଲାତଦ୍ୟାପି ବାବନ ଯେ ଶାନ୍ତି ନ ଭଜିଲା ।୧୧୨।ତୁ ଯେବେ ବେନିପଡ଼ା ଦେଇଲୋଡ଼ୁ ନାରାୟଣ ଅଗ୍ରତେୟେକା ପଡ଼ାକେ ଘୋଟିବ ନବଦ୍ୱୀପ ସପତ ସାଗର ପରିଯନ୍ତେ ।୧୧୩।ବାବୁ ସଭାୟେଣ ବସି ହରି ମାଗିବ ଯେତେବେଳେସମସ୍ତେ ଶୁଣିମେ ସିନା ସତ୍ୟ ବାଇକର ବେଳେ ।୧୧୪।ବିପତ୍ତିକି ଦ୍ରିଯୋଧନ ଯେବେ ତୋହୋର ଅଛି ଇଚ୍ଛାପାଣ୍ଡବଂକୁ ଗ୍ରାମ ଦେବାକୁ କରିବୁ ମନବାଞ୍ଛା ।୧୧୫।କୁଟୁମ୍ବ ରକ୍ଷା ଯେବେ କରିବୁ ସମ୍ପଦେଶିରୀ ଭୁଞ୍ଜିବୁ ପାଣ୍ଡବନ୍ତ ରାଇଜ ସୁଚିମୁନେ ନ ଦେ ।୧୧୬।ଶୂନ୍ୟକଇଂ କରିଣ କରନ୍ତି ସେହି ପାଞ୍ଚଭାଇଗ୍ରାମ ସୀମା ଦିଲେ ତୋର ପ୍ରାଣ ଯେ ପାଇତ ନାହିଂ ।୧୧୭।ଦ୍ରିଯୋଧନ ବୋଇଲା ହରି ନିରାଶ ହୋଇଗଲେବ୍ରତି ପାରିବାଟିକି ବାସୁଦେବର କୋପକଲେ ।୧୧୮।ଶକୁନି ବୋଇଲା ନାରାୟଣ ଅଟନ୍ତି ୟେକାଅସଂଖ୍ୟ କୁରୁସାଗର କାହାକଇଂ ଶଂକା ।୧୧୯।ଅନୀତି ବ୍ରାହ୍ମଣ ଯେ ଲାଘବ ମଧ୍ୟପାତ୍ରଲୋଭୀ ଭିକ୍ଷାବାସୀ ଖଳଭାବ ମଇତ୍ର ।୧୨୦।ଦୋଚାରୀ ଭାରିଯା ଯେ ଦୁର୍ଗତି ଚିନ୍ତାପୁତ୍ରଶାହାସ୍ରେ ଦୋଷ ନାହିଂ ବଧକଲେ ୟେହାନ୍ତ ।୧୨୧।ମଧ୍ୟପାତ୍ରପଣ ଯେବେ ଅଟଇ ଯୁଗତେଯେତେ ଦେବା ତେତେକ ତ୍ରିପୁତି ହୋଇବେ କି ଜଗନ୍ନାଥେ ।୧୨୨।ଦୁଇ ପଡ଼ାକେ ଯେବେ ତ୍ରିପୁତି ହୋଇବ ବାସୁଦେବଓହୋକୁଳ ରକ୍ଷ ହୋଇବ ପ୍ରମାଦ ନ ପଡ଼ିବ ।୧୨୩।ଅତ୍ରିପୁତି ହୋଇଲେ ଆମ୍ଭେ ସମସ୍ତେ ୟେକ ହୋଇଣ ଥିବାସେହି ସଭାତଳେ ଶ୍ରୀକୃଷ୍ଣକୁ ମାରି ପକାଇବା ।୧୨୪।ୟେହାକୁ ବଧକଲେ ପାଣ୍ଡବେ ହୋଇବେ ଅନାସ୍ତୟେହି ସେ ନାରଖାରମାନ ଭିଆଇ ସମସ୍ତ ।୧୨୫।ଶକୁନିର ମୁଖୁଂ ୟେସନେକ ବାକ୍ୟ ଶୁଣିଦ୍ରିଯୋଧନ ରାଜା ଉତଶଲ୍ୟ ମତି ପୁଣି ।୧୨୬।ତୃତୀୟ ପ୍ରହର ସମ୍ପୂର୍ଣ୍ଣ ହୋଇଲାକ ନିଶିଛିଦ୍ରକଥା କହି ଶକୁନି ନିଜ ପୁରକଇଂ ଆସି ।୧୨୭।କର୍ଣ୍ଣ ଧୁଶାସନ ଦପର୍ଜୟ ସହିତେଆସ୍ତାନୁଂ ଉଠିଗଲେ ସମସ୍ତ ଅମନାତ୍ୟେ ।୧୨୮।ଶୟନ ମନ୍ଦିରେ ବିଜେ ମାନଚକ୍ରବତୀଅର୍ଘ୍ୟ ଘେନି ଛାମୁରେ ମିଳିଲା ଭାନୁମତୀ ।୧୨୯।ଶଯ୍ୟା ଯୁଗତେଣ ଅର୍ଘ୍ୟ ବନ୍ଦାପନାବିନୟ ଭାବେ ମହାସତୀ ବୋଲଇ ବୟଣା ।୧୩୦।ସ୍ୱାମୀ ଗୋବିନ୍ଦେ ଅଇଲେ ଯେ ଯୁଝେଷ୍ଠିଂକ ଆଗ୍ୟାଂ ଘେନିତୁଲେଣ ଅଛନ୍ତି ଯେ ସମସ୍ତ ମହାମୁନି ।୧୩୧।ସଭାରେ କିସ ଉତ୍ତର କଲେ ପୁରୁଷଉତ୍ତମପାଣ୍ଡବଂକ ନିଂମନ୍ତେ ହରି ମାଗନ୍ତି ପଞ୍ଚୁଗ୍ରାମ ।୧୩୨।ଯୁଗତେଣ ସୋଦର ସେ ଆମ୍ଭର ଅଟନ୍ତି ଜ୍ୟେଷ୍ଠଶ୍ରୀମନ୍ତ ଶୂରବନ୍ତ ଗୁଣବନ୍ତ ପୁଣି ପ୍ରାକର୍ମେ ବଳିଷ୍ଠ ।୧୩୩।ଗୋବିନ୍ଦେ ମଧ୍ୟପାତ୍ରପଣେ କେବଣ ଅଭାଗିଯୁଗତେଣ ଭାଇଂକ ଭାଗ ଚାରିଯୁଗେ ହାଦେ ଲାଗି ।୧୩୪।ଯଦ୍ୟପି ପଞ୍ଚୁଗ୍ରାମ ମାଗନ୍ତି ଜଗନ୍ନାଥେସ୍ୱାମୀ ପଡ଼ା ତିନିଖଣ୍ଡି ଦେବା ବାସୁଦେବଂକ ଅଗ୍ରତେ ।୧୩୫।ସ୍ୱାମୀ ଗୋବିନ୍ଦେ ତ୍ରିପୁତି ହୋଇଲେ ପାଣ୍ଡବେ କିସ ଅର୍ଥୀସମସ୍ତେହେଂ ଭଗତି ହୋଇ ବୋଲିବା ଅଭ୍ୟର୍ଥୀ ।୧୩୬।ଭଗତ ମତ୍ସଳ ସେ ଅଟନ୍ତି ବାସୁଦେବତାହାଂକର ତ୍ରିପୁତି ହୋଇଲେ ଆମ୍ଭର ଅପାଦ ନାଶଯିବ ।୧୩୭।ଦ୍ରିଯୋଧନ ବୋଇଲା ଶୁଣ ଗୋ ଭାନୁବତୀଭୀଷ୍ମ ଦ୍ରୋଣ ଆଦିକରି କହିଲେ ୟେହିମତି ।୧୩୮।ମୁହିଂ ହୃଦଗତେ ଗୋ ବିଚାରୁଥିଲି ୟେହାଶକୁନିର ବିଚାରକଇଂ ଯେ ନ ଯୋଗାଇଲାକ ତାହା ।୧୩୯।ବୋଇଲା ପାଣ୍ଡବଂକୁ ଗ୍ରାମ ଦିଲେ ହୋଇବଟି ପ୍ରମାଦଇସଂଗ୍ରାମ ହୋଉ ପଛେ ସୁଚିମୁନେ ନ ଦେ ଭୂଇଂ ।୧୪୦।ଭାନୁବତୀ ବୋଇଲା ସ୍ୱାମୀ ବହୁତ କଲା କୃତ୍ୟୟେକା ଜଣକେ ଭୁଞ୍ଜିଲେ ପଡ଼ଇ ପ୍ରମାଦ ବହୁତ ।୧୪୧।ଶୁଣ ସାବଧାନେ ସ୍ୱାମୀ କହଇ ପୂର୍ବର କଥାହଠକର୍ମ ପୁରାଣେ ଯାହା ହୋଇଛି ସଂଗୀତା ।୧୪୨।ତୁଙ୍ଗଭଦ୍ରା ନଦୀକୂଳେ ଗ୍ୟାନପୁର ବୋଲି ନଗ୍ରେମଲେଣ ମୋକ୍ଷ ନାହିଂ ସେ ଅମୋକ୍ଷ ଭୂମି ହାଦେ ।୧୪୩।ଯେତେକ ଲୋକ ତହିଂ ହୋଅନ୍ତି ପ୍ରାଣେ ହତଆକାଶେ ପଶିତେ ନୁଆରି ସମସ୍ତେ ହୁଅନ୍ତି ପ୍ରେତ ।୧୪୪।ୟେମନ୍ତେ ସେ ନଦୀକୂଳେ ସମସ୍ତ ପ୍ରେତେ ହୁଅନ୍ତି ରୁଣ୍ଡଅତିଅନ୍ତ ନିର୍ଭୟେ ସେ ଅତି ପରଚଣ୍ଡ ।୧୪୫।ପଚ୍ଛିମ ସୋମରାଷ୍ଟେ ଶୂଦ୍ରେକ ବୋଲି ରାଉଳସେ ଯାଇଂ ବିଶ୍ରାମିଲା ତୁଙ୍ଗଭଦ୍ରା ନଦୀକୂଳ ।୧୪୬।ବଡ଼ାଇ ନିର୍ମଳିତ ପରିମଳ ସେହୁ ଗ୍ରାମଗ୍ୟାନପୁର ନଗ୍ରେ ରହିଲା ସେ କରିଣ ଆଶ୍ରମ ।୧୪୭।ଗୁଣବନ୍ତ ପୁରୁଷ ଦେଖି ତାଂକୁ ସମସ୍ତ କଲେ ପୂଜାଭାରିଯା ଗୋଟିୟେ ତାର ୟେକଇ ଆତ୍ମଜା ।୧୪୮।ଦିନେକ ଶୂଦ୍ରକ ରାଉଳ ପ୍ରକୃତି ଶଂକାୟେଣ ଗଲାଧବଳୀ ପର୍ବତ ତଳେ ଗୋରଡ଼ା ୟେକ ଦେଖିଲା ।୧୪୯।ଗ୍ରାମଲୋକମାନନ୍ତ ସେ ମାଗିଲାକ ଭୂମିମାଘିତିଳ ଖଣ୍ଡିୟେ ବୁଣିମାକ ଆମି ।୧୫୦।ଗ୍ରାମଲୋକ ବୋଇଲେ ତହିଂ ସମସ୍ତ ଭୂତଂକର ମେଳିଦୃଭାର ପ୍ରେତଂକର ସଙ୍ଗେ କେ ହୋଇବ ବାରୁଆଳି ।୧୫୧।ସେ ରାଉଳ ବୋଇଲେ ମୁଂ ମହାଜାଲ ପାତିଲେୟେକା ଘାନ୍ତିକେ ସମସ୍ତ ଭୂତ ବାନ୍ଧିପାରଇ ମୋହୋର ବେଳେ ।୧୫୨।ଲଙ୍ଗଳ ଚାରିଗୋଟି ସେ ଯୋଗାଇଣ ଘେନିଗଲାକୃଷିକାରୀମାନନ୍ତ ଲଗାଇ ସେ ବାହୁଡ଼ି ଅଇଲା ।୧୫୩।ସେ ପ୍ରେତମାନେ ସମସ୍ତେ ମେଳି ହୋଇସେ କୃଷିକାରୀମାନନ୍ତ ଲାଗିଲେ ସର୍ବେ ଯାଇଂ ।୧୫୪।ହଳନ୍ତ ଛାଡ଼ିଣ ସେ କେଶବାସ ଅସମ୍ଭାଳେଅନ୍ତରାଳ ହୁଅନ୍ତି ସେ ଭୁତଂକ କୁତୂହୋଳେ ।୧୫୫।ବଳଦେ ପଳାଇଲେ ଲଙ୍ଗଳ ଜୁଆଳି ଭାଞ୍ଜିଡିଅନ୍ତି କିରିଷାଣେ ନାଚନ୍ତି ଗଳଗାଜି ।୧୫୬।ଅନ୍ନ ଘେନି ଶୂଦ୍ରକ ରାଉଳ ଗଲାକ ଅତିବେଗେଦେଖିଲା ବଳଦେ ପକାଇ ଯାଉଅଛନ୍ତି ଆଗେ ।୧୫୭।କିରିଷାଣେ ନାଚନ୍ତି ପାଡ଼ୁଛନ୍ତି ବୋବିମହା ରାଉଳ ବୋଇଲା କୃଷି ଉପୁଜଇ କି ୟେ ଭୁବି ।୧୫୮।ମହା ରାଉଳ ମହାମୁଦ୍ରା ପାତିଲା ବହନଆହୋ ସ୍ୱାମୀ ସେ ସମସ୍ତ ଭୁତମାନନ୍ତ ସେ କଲାକ ବନ୍ଧନ ।୧୫୯।ବିକଳେ ଭୂତମାନେ ଲୋଟନ୍ତି ତାର ପାୟେୟେତେକାଳେ ଗୋସାଇଂ ଆମ୍ଭନ୍ତ ପଡ଼ିଲା ଅପଚୟେ ।୧୬୦।ମହା ରାଉଳ ବୋଇଲା ସେ କିଳିବି ତୁମ୍ଭଂକୁନୋହିଲେ ଷାଠିୟେ ପଉଟି ତିଳ ଦେବ କିରେ ମୁକୁ ।୧୬୧।ବନ୍ଧନ ଡରେ ଯେ ସମସ୍ତେ ହୋଇ କଲେଅଇଣ୍ଠା ଚଣ୍ଡକୁ ସେ ଲଗାଇଦେଇ ଗଲେ ।୧୬୨।ବାହୁଡ଼ିଣ ମହା ରାଉଳ ନିଜ ପୁରକୁ ଗଲାକୃଷିକାରୀମାନନ୍ତ ବୋଧି ତ୍ରିପୁତି କରାଇଲା ।୧୬୩।ବାବନାଭୂତ ବୋଲି ସେ ଭୂତଂକର ରାଜାମହା ପ୍ରଚଣ୍ଡ ସେ ଚଣ୍ଡମାନଂକର ଦୂଜା ।୧୬୪।ସେ ନ ଥିଲା ସେ ଦିନ ପ୍ରବେଶ ହୋଇଲା ଆସିବୋଇଲା କ୍ରୀଡ଼ାଭୂମି କେ ରେ ଆମ୍ଭର ଚଷି ।୧୬୫।ଭୂତେ ବୋଇଲେ ସେ ଶୂଦ୍ରେକ ନାମେ ୟେକଇ ରାଉଳସେ ୟେହା ଚଷାଇ ବୁଣାଇବ ମାଘିତିଳ ।୧୬୬।ଆମ୍ଭେ ନିରୋଧିଲୁ ତାହାର କିରିଷାଣମାନଂକୁମହାଜାଲ ପାତି ସେ ଧଇଲା ଆମ୍ଭଂକୁ ।୧୬୭।ଷାଠିୟେ ପଉଟି ତିଳ ଦେବୁ ଅଇଣ୍ଠା ଚଣ୍ଡଂକୁ ଲଗାକ୍ଷଣକେ ନ ଛାଡଇ ସେ ମାଗଇ ଅତି ବେଗା ।୧୬୮।ବାବନାଭୂତ ଚାଳିଲା ତାହାଂକର ବୋଲ ଶୁଣିମୁହିଂ ଦଣ୍ଡେ ନ ଥିଲା ଯାକେ ୟେଡେକ କୃତ୍ୟକଲା ଆଣି ।୧୬୯।ମୁହିଂ ତୁମ୍ଭର ଠାକୁର ଅଟଇ ମହାପ୍ରହୁଷାଠିୟେ ପଉଟି ତିଳ ରେ ଦେବ ତୁମ୍ଭେ କାହୁଂ ।୧୭୦।ୟେବେ ସଭିୟେ ଆସ ମୋହୋର ତୁଲେଖୁରୀ ଖପର ମଣ୍ଡା ଆମ୍ଭେ ଖାଇବା ହୋଇଲେ ।୧୭୧।ଭୂତେ ବୋଇଲେ ଗୋସାଇଂ ଆମ୍ଭର ତେଣେ କିସ କାର୍ଯ୍ୟତିଳ ଛଡାଇ ପାରିଲେ ହେବ ବହୁତ କାର୍ଯ୍ୟ ।୧୭୨।ଶୁଣ ହୋ ମହାରାଜା ସେ ବାବନାଭୂତ ତହୁଂ ଗଲା ବେଗିସେ ମହାରାଉଳର ୟେକାପୁତ୍ର ଗୋଟିକି ଯାଇଂ ଲାଗି ।୧୭୩।ଭୂତର ଚେରେଷ୍ଟା ସେ ମହାରାଉଳ ଜାଣିଲାମହାଜାଲ ପାତିଣ ବାବନାଭୂତକୁ ଧଇଲା ।୧୭୪।ଲୁହାର କଣ୍ଟା ଘେନି ସେ କିଲିଲା ବେଳକୁସେ ବାବନାଭୂତ ବୋଇଲା ଗୋସାଇଂ ରକ୍ଷାକର ମୁକୁ ।୧୭୫।ସେ ମହାରାଉଳ ବୋଇଲା ଛାଡିବି ଯେବେ ତୁକୁତିନିଷାଠି ପଉଟି ତିଳ ଦେବୁ କିନା ମୁକୁଂ ।୧୭୬।ପାଣିରେ ପକାଇ ଦେବି ଶଙ୍ଖବର୍ଣ୍ଣ କରି ଛଡାଇଅଇଣ୍ଠା ଚଣ୍ଡକୁ ସେ ଅଇଲା ଲଗା ଦେଇ ।୧୭୭।ଗ୍ରାମେ ଗ୍ରାମେ ପଶି ଭୂତେ ଖସାନ୍ତ ଝାଡିଲେଷାଠିୟେ ପଉଟି ତିଳ ନେଇ ଶୂଦ୍ରେକ ରାଉଳକୁ ଦିଲେ ।୧୭୮।ମାନଗୋବିନ୍ଦର ଆଗେ ୟେହା ଭାନୁବତୀ କହିଲେସ୍ୱାମୀ କାଳେ ୟେମନ୍ତେ ହୋଇବଟି ବହୁତର ବୋଲ ମେଣ୍ଟିଲେ ।୧୭୯।ବହୁତର ବୋଲ ମେଣ୍ଟି ଯେ ୟେକର ବୋଲ ଘେନିକାଳେ ବାବନାଭୂତ ପ୍ରାୟେ ହୋଇବଟି ତୋହୋ ମନ୍ତ୍ରୀ ଶକୁନି ।୧୮୦।ମାନଗୋବିନ୍ଦ ବୋଇଲା ଗୋ ଶୁଣସି ଭାନୁମତୀଜନ୍ମେ ଜନ୍ମେ ପ୍ରାପତ ହୋଉ ମତେ ଶକୁନି ପ୍ରାୟେ ମନ୍ତ୍ରୀ ।୧୮୧।ପଞ୍ଚୁରାଜ୍ୟ ଭୋଗକରି ମୁଂ ତାହାର ପରସାଦେଅନେକ ଦତ୍ୟ ଦାନବ ମୁହିଂ ଜିଣିଲି ଅପ୍ରମାଦେ ।୧୮୨।ଭୀମାକୁ ବିଷଲଡୁ ଖୁଆଇଲି ୟେକା ଶକୁନିର ବୁଦ୍ଧିପଶାଖେଳାଇ ପାଣ୍ଡବଂକର ମୁଂ ଘେନିଲି ସମ୍ପ୍ରଧି ।୧୮୩।ବାରୁଣାବନ୍ତେ ଘରେକ ଭିଆଇଲା କୂଟ କପଟେଜଉ ସଜଳସ ଗୁଆଘୃତ ଛଣପଟେ ।୧୮୪।ମୋହୋର ଶତ୍ରୁ ବିନାଶିବାକୁ ତାହାର ୟେଡେକ ହିୟାମୋହୋର ପ୍ରାଣଥିବା ଯାକେ କେସନେକେ ଭାଞ୍ଜି ପାରଇ ତାହା ।୧୮୫।ଭାନୁବତୀ ବୋଇଲା ସ୍ୱାମୀ ମୃତୁକାଳେ ପ୍ରାଣୀଯେଣେ ନାଶିବ ତେଣୁ ରୁଚଇ ଅମୃତ ରସ ବାଣୀ ।୧୮୬।ସ୍ୱାମୀ ଶକୁନିର ପିତୃଲୋକନ୍ତ ପଥର ଘରେ ଭରିତୁମ୍ଭେ ତାହାର ବଂଶ ଅକାରଣେ ଅଛ ମାରି ।୧୮୭।କୂଟ କପଟ ମନ୍ତ୍ରୀ ସେ ଜାଣଇ ସର୍ବସାଧିତୁମ୍ଭର ବଂଶ ନାଶ କରାଇବାକୁ ତାର ଅଛି ବୁଦ୍ଧି ।୧୮୮।ସ୍ୱାମୀ ତୁମ୍ଭର ପ୍ରାକ୍ରମ ଅଛତି ସେ ହେତୁ କରିକେବଣ ବେଳେ ତୁମ୍ଭେ ପାଣ୍ଡବନ୍ତ ନୋହିବ ସମସରି ।୧୮୯।ବିଷଲଡୁ ଭକ୍ଷି ଭୀମସେନ ପାରକଲାନାଗେଣୀବଳ ଧ୍ୱଂସି ଅନେକ ବିଦ୍ୟାନ୍ତ ପାଇଲା ।୧୯୦।ଜଦୁର ଘରୁ ଉଦ୍ଧୁରି କିମ୍ଭିରୀ ଦତ୍ୟ ମାରିମଧୁବନ ତୋଟାରେ କିନ୍ନରୀ ଦତ୍ୟ ସଂହାରି ।୧୯୧।ହିଡିମ୍ୱେକ ବଧକଲା ହିଡିମ୍ୱେକ ବନେ ପଶିୟେକଚକ୍ରା ନଗ୍ରେ ବକାସୁରକୁ ବିନାଶି ।୧୯୨।ଅଙ୍ଗାରପନ୍ନଙ୍ଗ ଗନ୍ଧର୍ବକଇଂ ଯେ ଜିଣିଲା ଫାଲଗୁନିଚଣ୍ଡାଳ ବଳ ମାରି ସେ ୟେକଚକ୍ରା ନଗ୍ର ଘେନି ।୧୯୩।ପାଞ୍ଚାଳ ଦେଶକୁ ଗଲେ ଯେ ବ୍ରାହ୍ମଣ ରୂପ ଧରିମହାଲାଖ ବିନ୍ଧିଲା ଅର୍ଜୁନ ତଳକୁ ମୁଷ୍ଟିକରି ।୧୯୪।ଲକ୍ଷେକ ନୃପତି ଯେ ହୋଇଥିଲେ ସର୍ବେ ମିଳିରାଧାଚକ୍ର ବିନ୍ଧିଲା ପାଥ ଲଭିଲା ପାଞ୍ଚାଳୀ ।୧୯୫।ଅନେକ ନୃପତି ଘେନି ତୁମ୍ଭେ କଲ ଯେ ସମରସନ୍ୟ ନାଶ ଗଲା ଅନେକ ହୋଇଲେ ଅପହାର ।୧୯୬।ଇନ୍ଦ୍ର ଦେବତାୟେ ଅର୍ଜୁନ ହୋଇଲା ବିବାଦୀଖାଣ୍ଡବ ବନ ଦହନେ ଅଗ୍ନି ଦେବତାର ଖଂଡିଲା ଲୁଦୁବୁଦୁ ବ୍ୟାଧି ।୧୯୭।ନିର୍ବାତ କପଚ ମାରି ସ୍ୱର୍ଗ କଲା ରକ୍ଷାଇନ୍ଦ୍ର ଦେବତାର ପୂରୋଇଲା ମନବାଞ୍ଛାଶରେ ସାଗର ବାନ୍ଧି ହନୁମନ୍ତ ସଙ୍ଗେ କଲା କକ୍ଷା ।୧୯୮।ଘୋଷଯାତ୍ରା କାଳେ ଚିତ୍ରସେନ ତୁମ୍ଭଂକୁ ନେଉଥିଲା ହରିତହୁଂ ଫାଲଗୁନି ଆଣିଲା ଯେ ବନ୍ଦୀ ମୁକଳ କରି ।୧୯୯।ପାଣ୍ଡବାସୁର ତୁମ୍ଭନ୍ତ ଜିଣିଲା ଯେତେବେଳେସେ ଦଇତ ମାରି ତୁମ୍ଭନ୍ତ ଉଦ୍ଧରିଲା ସେ ହେଳେ ।୨୦୦।ସ୍ୱାମୀ ଗୋଧନ ହରଣେ ତ ଜାଣ ସର୍ବକଥାକେ ଅବା ନ ଥିଲେ ତହିଂ ସମସ୍ତେ ମହାରଥା ।୨୦୧।ଧର୍ମ ଅଲଂଘିତ ସେ କଇଚ୍ଛା ଜଗଜ୍ଜେଠୀଚିରାଞ୍ଚନ କଥା ରୁହାଇଲା କିରୀଟୀ ।୨୦୨।ସ୍ୱାମୀ କଲା ଉପୁଗାର ନ ମାନନ୍ତି ଯେବଣ ଜନଜୀବନ୍ତେ ଅସାର୍ଥୁକ ମଲେଣ ନରକେ ପତନ ।୨୦୩।ଦୁର୍ବୁଦ୍ଧି କହନ୍ତି ତୋତେ କର୍ଣ୍ଣଧୁଶାସନ ଶକୁନି ଶଲ୍ୟୟେହାଂକର ବୋଲେ ଥିଲେ କାଳେ ନୋହିବଟି କିଛି ଭଲଗାନ୍ଧାରସେନ ପୁତ୍ର ଅଛି ଯେ କୁଶ ଶଲ ।୨୦୪।ଭାନୁବତୀ କହନ୍ତେ ୟେ ପ୍ରସର ହୋଇଲା ରୟଣୀସ୍ରାହାନ ମନ୍ଦିରେ ଯାଇଂ ବିଜୟେ କୁରୁମଣି ।୨୦୫।ନିତ୍ୟକର୍ମ ସାରିଣ କଲା ଦେବପିତୃ ପୂଜାଦିବ୍ୟ ଅଳଂକାର ବେଶ ହୋଇଲା କୁରୁରାଜା ।୨୦୬।ଅମନାତ୍ୟମାନେ ଯାଇଂ କଲେକ ଦ୍ରଶନସରସ୍ୱତୀ ନଦୀ ତୀରେ ଯମପ୍ରଶସ୍ତ ସ୍ଥାନ ।୨୦୭।ବିଜୟେ ସମ୍ଭର୍ବରେ ସମସ୍ତ ସେନାମାନେପଟୁଆର ପଡ଼ି ଅଛଇ ଯେ ଗହନେ ।୨୦୮।ଆସ୍ଥାନରେ ବିଜେ ମାନଚକ୍ରବ୍ରତୀପାରିଦଣ୍ଡମାନେ ଯାଇଂ ଦ୍ରଶନ କରନ୍ତି ।୨୦୯॥୨୧୩୨।
କୌରବ ସଭାକୁ ଶ୍ରୀକୃଷ୍ଣଙ୍କର ଦ୍ୱିତୀୟ ଥର ଗମନ,ଭୟଙ୍କର ଅପମାନ ଓ ନରସିଂହ ରୂପ ଧାରଣଶୁଣ ହୋ ଚଇତନ ପୁଚ୍ଛାକଲୁ ଯାହାବିଦୁର ଭୁବନୁଂ ବିଜୟେ କଲେ ଚଉବାହା ।୧।ଅଠାଶି ସହସ୍ର ଶତେ ଋଷି ଅଛନ୍ତି ସଙ୍ଗେଆସ୍ଥାନେ ଯାଇଂ ବିଜେକଲେ ଦେବ ଶିରୀରଙ୍ଗେ ।୨।ଭୀଷ୍ମେ ବୋଇଲେ ଚାହିଂ ଶକୁନିର ମୁଖଜଗୁ ବନ୍ଦନ ନାଥର ପ୍ରସନ୍ନ ବଦନ ଦେଖ ।୩।ତାରଣ ମାରଣ ଯେ ଜାଣଇ ସର୍ବବୁଦ୍ଧିସର୍ବଗ୍ୟଂ ନାଥ ୟେ କରଇ ସର୍ବ କାର୍ଯ୍ୟ ସିଦ୍ଧି ।୪।ଭୀଷ୍ମେ ବୋଇଲେ ହୋ ବାବୁ ଶୁଣ ମହାମନ୍ତ୍ରୀ ଶକୁନିଆଗ୍ୟାଂ ହୋଇଲା କି ପାଣ୍ଡବନ୍ତ ପଡାଖଣ୍ଡ ବେନି ।୫।ଶକୁନି ବୋଇଲା ହୋ ସବୁରି ୟେହେନେକ ବୁଦ୍ଧିକୁତୂହୋଳ ପୁରୁଷ ୟେ ଦ୍ୱନ୍ଦ କରାଇ କି ସନ୍ଧି ।୬।ଶକୁନି ବୋଇଲା ଦୁଇପଡାୟେ କଣ ସେ ନୃପତି ହୋଇବଉପାୟେ କରି ସେ ଭାରାଭର ନିବାରିବ ।୭।ୟେହିକ୍ଷଣି ଶୁଣିମା ସିନା ସଭାମଧ୍ୟେ ବାଣୀବୁଝକିନା କେଉଂଣ କେଉଂଣ ପଡ଼ା ମାଗନ୍ତି ଚକ୍ରପାଣି ।୮।ବିଳମ୍ୱ ନୁହଇ ୟେ ସରୂପ ଯେ କଥାୟେହିକ୍ଷଣି ଶୁଣିମା ସିନା ପଡାର ବାରତା ।୯।ୟେସନେକ ବିଚାରନ୍ତେ କଉରୋବ ସଭାୟେଆସ୍ତାନରେ ବିଜେକଲେ ଦେବାଧି ଦେବରାୟେ ।୧୦।ନାରାୟଣ ତୁଲେ ଯେ ସମସ୍ତ ଋଷିମାନେପୂରିତ ମହାସଭାୟେ ବିଜେ ଦେବ ଜନାର୍ଦ୍ଦନେ ।୧୧।ଦ୍ରିଯୋଧନ ପ୍ରତିବାକ୍ୟ ଶୁଣିମା ବାସୁଦେବକିମ୍ଭୂତ ଅର୍ଥେ ବିଜୟେ କହସି ସଦିଭାବ ।୧୨।ମଧ୍ୟସ୍ଥପଣେ ଆସିଛ କହ କେସନେକ କଥାସରୂପ କହିବ ନ କହିବ କିଛି ମିଥ୍ୟା ।୧୩।ବଦୟନ୍ତି କେଶବ ଶୁଣ ହୋ ମାନଗୋବିନ୍ଦସମସ୍ତେ ବଇକୁଲ୍ୟ ଆମ୍ଭେ ନ ପୁଣ ହୋଇ ଦ୍ୱନ୍ଦ ।୧୪।ଓହୋକୁଳ ବିରୋଧ ମଧ୍ୟପାତ୍ର ପଣେ ଭଲ କାହିଂଓହୋକୁଳ ପୀରତି ହୋଇଲେ ୟେହାଉଂ ଧର୍ମ ନାହିଂ ।୧୫।ମୁହିଂ ମଧ୍ୟପାତ୍ର ମୋହୋର କିସ ଉପାୟେଯାହା ସେ ବୋଇଲେ ମୋତେ ଯୁଝେଷ୍ଠି ଦେବରାୟେ ।୧୬।ଜମ୍ୱୋଦ୍ୱୀପ ଭ୍ରଥଖଣ୍ଡ ଯାକେ ଭୋଗ ଯେ ତୁମ୍ଭଂକୁପଡା ପାଞ୍ଚଖଣ୍ଡି ମାତ୍ର ଦେବା ଯୁଝେଷ୍ଠି ଠାକୁରକଂକୁ ।୧୭।ଲକ୍ଷେକ ଯୋଜନ ଆୟେତନ ପଞ୍ଚୁରାଇଜର ସ୍ଥଳୀକଣକଳ୍ପେ ଦିଲେ ସୋଦରେ ହୁଅନ୍ତି ସମ୍ଭାଳି ।୧୮।ମୁନିମାନନ୍ତ ସାକ୍ଷ୍ୟକରି ଗ୍ରାମ ଆମ୍ଭେ ମାଗୁଂପାଣ୍ଡବେ ସୋଦର ତୋହୋର ଯୁଗତେ ଭାଗ ଲାଗୁଂ ।୧୯।ଆକ୍ରୋଷିଣ ବଚନ ଯହୁଂ କହିଲେ ବନମାଳୀଶୁଣିଣ ମାନଗୋବିନ୍ଦ ଅଧର କମ୍ପାଇ ଚଳି ।୨୦।ମଧ୍ୟସ୍ଥ ହୋଇ କିମ୍ପେ କହୁ ଅନୀତିଭାବଆଡତିଆ କଥାରେ କିମ୍ପେ ପଶୁ ବାସୁଦେବ ।୨୧।ପାଣ୍ଡବେ କିସ ସୋଦର ମୋହୋର ନିୟତ ଭ୍ରାଥଯୁଝେଷ୍ଠି ଯାହାକୁ ବୋଲି ସେ ଧର୍ମେଅଂଶେ ଜାତ ।୨୨।ଭୀମସେନ ଯାହାକୁ ବୋଲି ସେ ପବନ ଅଂଶେ ଜାୟେବାସବର ପୁତ୍ର ସେ ପାଣ୍ଡବ ଧନୁର୍ଜୟେ ।୨୩।ନକୁଳ ଯାହା ବୋଲି ସେ ଅଶ୍ୱିନୀ କୁମାରଂକ ସନ୍ତତିସହଦେବ ଯାହା ବୋଲୁ ସେ କୁମାରେ ଉତପତ୍ତି ।୨୪।ପଣ୍ଡୁର ପୁତ୍ରହୋଇ ଗୋଟିୟେତ ନାହିଂସୋଦ୍ରିମାପଣ ହରି ୟେଥେ ବଞ୍ଚାଉ ତୁ କାହିଂ ।୨୫।ଯୁଗତେ ପଣ୍ଡୁବୀର୍ଯ୍ୟେ ହୁଅନ୍ତେ ଯେବେ ଜାତନିଚୟେ ଭାଗ ତାଂକୁ ଲାଗନ୍ତା ଜଗନ୍ନାଥ ।୨୬।ଦାରା ଚଉର୍ଯ୍ୟ ୟେହାନ୍ତ ଜାତକଲେ କୋଇନ୍ତାଦୋଚାରୀ ନାରୀ ପୁତ୍ରେ ସେ ରାଇଜେ କିସ କରତା ।୨୭।ଆହୋ ସର୍ବଗ୍ୟଂ ନାଥ ହରି ତୁ ଜାଣିଣ ନ କହୁଂବନ୍ଧୁତା ସଧକଲେ ମଧ୍ୟସ୍ଥ ହୋଇ କହୁଂ ।୨୮।ଦ୍ରିଯୋଧନ ମୁଖରୁ ୟେସନେକ ବାକ୍ୟ ଶୁଣିଦ୍ରହସିତ ହୋଇଣ ବଦୟନ୍ତି ଚକ୍ରପାଣି ।୨୯।ଆହୋ ଦ୍ରିଯୋଧନ ତୋହୋର ବାଳୁତଭାବ ମତିମାତାର କଥା ଯେ ତୁ ନ କରିବା ବିଖ୍ୟାତି ।୩୦।ଆଦି ବୃହସ୍ପତିଂକର ଭାରିଯା ତାର ମହାସ୍ୱତୀଶିଷ୍ୟପୁତ୍ର ଚନ୍ଦ୍ର ତୁଲେ ବଢାଇଲେ ପୀରତି ।୩୧।ସତ୍ୟଯୁଗେ ଅନୀତି ଯହୁଂ କଲେ ଦେବୀ ତାରାନିଜ ସ୍ୱାମୀ ତେଜିଣ ସେ ଇଚ୍ଛିଲେ ପରଦାରା ।୩୨।ତାରାର ଗର୍ଭେ ଯେ ଚନ୍ଦ୍ର ଦେବତାଂକର ବୀର୍ଯ୍ୟେତହୁଂ ଉତପତ୍ତି ହୋଇଲେ ବୁଧ ଯେ ଆତ୍ମଜେ ।୩୩।ବୁଧର ପୁତ୍ର ଯେ ଉପୁଜିଲେ ପୁରରବାପୁରରବାର ପୁତ୍ର ଉପୁଜିଲା ଆୟୁର ନୃପଦେବା ।୩୪।ଆୟୁର ନନ୍ଦନ ଯେ ନଘୋଷ ନୃପତିନଘୋଷର ନନ୍ଦନ ହୋଇଲାକ ଯଯାତି ।୩୫।ଯଯାତିର ତହୁଂ ଉପୁଜିଲା ପୁରୁନାମେ ସନ୍ତତିପୁରୁର ନନ୍ଦନ ହୋଇଲା ପ୍ରବୀର ମହାକ୍ଷତ୍ରୀ ।୩୬।ପ୍ରବୀର ନନ୍ଦନ ଯେ ମନସ୍ୱୀ ମହାବୀରାତାହାର ନନ୍ଦନ ଯେ ଇଳିନାର ବୀରା ।୩୭।ଇଳିନାର ନନ୍ଦନ ଯେ ହୋଇଲା ନୃତି ଅନୁପାମଦୁଷ୍ୟନ୍ତ ବୋଲିକରି ୟେହାର ପୁତ୍ର ନାମ ।୩୮।ଦୁଷ୍ୟନ୍ତର ନନ୍ଦନ ଯେ ନୃପତି ଭରଥଭୂମନୁ ବୋଲିକରି ୟେହାର ନିଜ ପୁତ୍ର ।୩୯।ଭୁମନୁର ପୁତ୍ର ଯେ ବିରଥ ନୃପତିବିଭୁରିକ୍ଷ ବୋଲିକରି ୟେହାର ସନ୍ତତି ।୪୦।ବିଭୁରିକ୍ଷର ନନ୍ଦନ ଶମ୍ଭୁରାଣ ମହାରାୟେସେ ପ୍ରଦାନ ହୋଇଲା ତପତି ନାମ କନ୍ୟା ଆଦିତ୍ୟର ଦୁହିତାୟେ ।୪୧।ତାହାର ନନ୍ଦନ ହୋଇଲା କୁରୁ ନାମେ ନୃପତିକୁରୁରାଜାର ପୁତ୍ର ଯେ ପାର୍ଥିକ ନୃପତି ।୪୨।ୟେହାର ନନ୍ଦନ ଯେ ଶାୟନ୍ତକୁ ମହାଯତିକହନ୍ତି ଗୋବିନ୍ଦ ଶୁଣ ହୋ କୁରୁପତି ।୪୩।ଚିତ୍ର ବିଚିତ୍ର ବୋଲିଣ ଶାୟନ୍ତନୁର ନିଜ ପୁତ୍ରଗଙ୍ଗାର ତହୁଂ ଭୀଷ୍ମେ ହୋଇଲେ ସମ୍ଭୂତ ।୪୪।ପିତୃଅର୍ଥେ ଭୀଷ୍ମେ ଦାରା ସଂହରିଲେଚିତ୍ର ବିଚିତ୍ର ଭାରିଯା ବ୍ୟାସଂକର ବୀର୍ଯ୍ୟେ ତିନିପୁତ୍ରେ ହୋଇଲେ ।୪୫।ତୋହୋର ପିତା ଯେ ଅଟଇ ଧୃତିରାଷ୍ଟଆବର ବିଦୁର ପଣ୍ଡୁ ଅଟଇ ଗରିଷ୍ଠ ।୪୬।ଆହୋ ଦ୍ରିଯୋଧନ ତୁ ଅନୀତି କଥା କହୁଆଦିଦାରା ଚଉର୍ଯ୍ୟେ ଜାତ ତୋର ବୁଧ ମହାପ୍ରଭୁ ।୪୭।ବ୍ରହ୍ମାୟେ ରତିକଲେ ମୋହନିକା ଅପକ୍ଷରୀ ତୁଲେତାହାର ତହଂ ବଶିଷ୍ଠେ ଦାହେ ଉପୁଜିଲେ ।୪୮।ହରଣୀ ନାମେଣ ଯେ ୟେକଇ ଚାଣ୍ଡାଳୁଣୀତାହାର ତୁଲେ ବଶିଷ୍ଠେ କଲେକ ରମଣି ।୪୯।ବଶିଷ୍ଠଂକ ବୀର୍ଯ୍ୟେ ଚାଣ୍ଡାଳୁଣୀ ଗର୍ଭବାସୀତାହାର ତହୁଂ ଜାତ ହୋଇଲେ ଶକତି ମହଋଷି ।୫୦।ଶକତି ମହଋଷି ଆକାଶ ଗଙ୍ଗାକଇଂ ସ୍ରାନକରି ଗଲେଗ୍ୟାନଚନ୍ଦ୍ର ଦୋହିତା ଅପଚ୍ଛରୀକୁ ଦେଖିଲେ ।୫୧।ଭୋଜପୁର ନଗ୍ରେ ସେ ନୃତ୍ୟ କରୁଥିଲାଆସନ୍ତେଣ ମହାତ୍ମା ତାକୁ ବନସ୍ତେ ଦେଖିଲା ।୫୨।ବସେଣ ଆରମ୍ଭ ସେ ନୃତ୍ୟକରି ଆସୁଅଛି କେଲୁଣୀପଚ୍ଛିମାଳୀ ନାମ ତାର ସେ ସୁସଞ୍ଚ ଗାୟେଣୀ ।୫୩।ସର୍ବ ଅଳଂକାର ହୋଇଣ ସେ ୟେକାୟେ ଆସୁଅଛିଦେଖିଣ ମହାତମା ନୁଆରିଲେ ମନମୃଚ୍ଛି ।୫୪।ପାରାଶ ନାମେଣ ୟେକ ପର୍ବତର ତଳେକ୍ରୀଡାରଙ୍ଗ ଇଚ୍ଛିଲେ ସେ ଅପକ୍ଷରୀ ତୁଲେ ।୫୫।ଅମୋହରେତ ଛାଡ଼ିଲେ ଶକତି ମୁନିବରସଇନ୍ଦୁ ଜାତ ହୋଇଲେ ପାରେଶ୍ୱର ମୁନିବର ।୫୬।ପାରେଶ୍ୱର ମୁନିବର ଗୋମତୀ ଗଙ୍ଗାତୀରେ ଗଲେଦାସ ରାଜା କଇବ୍ରତ ଦୁହିତା ନାବ ବାହୁଣୁ ଦେଖିଲେ ।୫୭।ସତ୍ୟବାଦୀ ନାମେଣ ସେ ଅଟଇ କେଉଟୁଣୀନାଉକା ବିବାନେ ତାହାର ତୁଲେ କଲେକ ରମଣି ।୫୮।ପାରେଶ୍ୱର ମହାମୁନି ତାକୁ ଯହୁଂ କଲେକ ଶରଧାଆମିଷ ଗନ୍ଧ ଛାଡ଼ି ସେ ହୋଇଲେକ ଯୋଜନଗନ୍ଧା ।୫୯।ତାହାର ତୁଲେ ପାରେଶ୍ୱର କଲେକ ଅଭିଳାଷକଇବ୍ରତ ତହୁଂ ଉପୁଜିଲେ ମୁନିବ୍ୟାସ ।୬୦।ଆହୋ ଦ୍ରିୟୋଧନ ଭୀଷ୍ମେ ଯହୁଂ କଲେ ଦାରା ସଂହରଣଚିତ୍ର ବିଚିତ୍ରବୀର୍ଯ୍ୟେ ନାଶଗଲେ ଅପୁତ୍ରିକ ହୋଇଣ ।୬୧।ସୋମବଂଶ ନିଶେଷ ଦେଖିଣ ସତ୍ୟବଦୀବ୍ୟାସଂକୁ ବୋଇଲେ ବଂଶ ରକ୍ଷାକର ବ୍ରହ୍ମଯତି ।୬୨।ଅମ୍ୱା ଅମ୍ୱାଳିକା ଚିତ୍ର ବିଚିତ୍ରବୀର୍ଯ୍ୟ ଭାରିଯାସତ୍ୟବତୀ ବୋଇଲେ ୟେହାଂକର ତୁଲେ ପୀରତି ବଢା ଯା ଯା ।୬୩।ବ୍ୟାସେ ବୋଇଲେ ମା ଗୋ ଅନୀତି କିମ୍ପେ କହୁକନିଷ୍ଠ ଭାଇ ଭାରିଯା ସେ ଆମ୍ଭର ଭାଇବୋହୂ ।୬୪।ଗୁରୁ ପରମ ଗୁରୁ ଯେ ମୁଂ ଅଟଇ ଯୁଗତେଗୁରୁ ହୋଇ ଶିଷ୍ୟପତ୍ନୀ ହରିବି କେମନ୍ତେ ।୬୫।ସତ୍ୟବତୀ ବୋଇଲେ ତୋହୋର ବୀର୍ଯ୍ୟେ ଉପୁଜିବ ଯେବଣ ପୁତ୍ରଗୋଟିମାତୃକୁଳ ପିତୃକୁଳ ଉଦ୍ଧରିବ ବଂଶ ବେନିଗୋଟି ।୬୬।ଭ୍ରାତୃବଧୂ ରମଣ କଲେ ଯହୁଂ ବ୍ୟାସ ମୁନିବରତହୁଂ ଉପୁଜିଲେ ଅନ୍ଧ ପଣ୍ଡୁ ଯେ ବିଦୁର ।୬୭।ଆହୋ ଦ୍ରିଯୋଧନ ୟେହେନେକ ଚରିତ ହାଦେ ଅଛି ପୂର୍ବେତୁ କାହିଂ ପୁଣ ଅବିଗୁଣ ବିଚାର କରୁ ୟେବେ ।୬୮।ପରମ ସାଧବୀ ଯେ ଅଟନ୍ତି କୋଇନ୍ତାୟେଦିଗପାଳ ମେଳେ ଉପୁଜାଇଲେ ତନୟେ ।୬୯।ପୁତ୍ର ନ ଥିଲେ ସେ ଦେବତାନ୍ତ ସେବାକରିସମ୍ମୁଖେ ଭେଟିଲେ ସେ ଭୋଜରାଜାର କୁମାରୀ ।୭୦।ଅନାଦି ଅପର୍ଣ୍ଣା ସେ ପ୍ରତକ୍ଷେ ମହାଦେବୀପୁତ୍ର ଉପୁଜାଇବା ନିମନ୍ତେ ସେ ଦିଗପାଳନ୍ତ ସେବି ।୭୧।ଆହୋ ଦ୍ରିଯୋଧନ ତୋହୋର ମାୟିକା ଅଜା ଗାନ୍ଧାରସେନ ନୃପତିଜ୍ୟେଷ୍ଠ କୃଷ୍ଣ ଅମାବଇ ଦିନ ସେ ଗାନ୍ଧାରୀ ଉତପତ୍ତି ।୭୨।କୃତ୍ତିକା ବୃଷରାଶି ତା ଜାତି ବ୍ରହ୍ମ ଅସୁରୀଆବର ଭବିଷ୍ୟ ଦେଖ ଉଆଂସି ଅନାଚାରୀ ।୭୩।ନିକଟ ରାଜାୟେ କେହି ବିଭା ନୋହିଲେ ଡରେଗାନ୍ଧାରସେନ ନୃପତି ରାଜାମାନନ୍ତ ବରଣ କଲା ଧୂରେ ।୭୪।ମାଳାଦେଇ ଯେଉଂଣ ରାଜାନ୍ତ ବରିଲାଗାନ୍ଧାରୀର ନାମେ ବରିଲାକୁ ବାଇଶି ରାଜା ମଲା ।୭୫।ୟେହା ଶୁଣି ପ୍ରଦାନ ତାକୁ କେହି ନୋହିଲେକ ଡରେବତିଶ ବରଷ ଥିଲା ଗାନ୍ଧାରୀ ଅବିବାହୀ ପିତାର ଘରେ ।୭୬।ଦୁହିତା ହୋଇ ପିତା ଘରେ ହୋଇଲେ ରଜୋବତୀପିତୃ ଲୋକନ୍ତ ଅକାରଣେ ହୋଅଇ ଅଗତି ।୭୭।ୟେହି ବ୍ୟାସ ଋଷିୟେ ଥାଇଣ ଯେ ବୁଦ୍ଧି ଉପାୟେକ କଲେଗୋଲଖ ବୃଷକଇଂ ବରି ତାକୁ ବିଭା କରାଇଲେ ।୭୮।ଗାନ୍ଧାରୀ କର ଲାଗନ୍ତେ ଶାହାଡା ବୃକ୍ଷ ଡାଳେସେ ବୃକ୍ଷ ନାଶଗଲା ହାଥ ବନ୍ଧନର ବେଳେ ।୭୯।ୟେ ବିଧିରେ ଗାନ୍ଧାରୀକି ପ୍ରଦାନ ନୋହିଲେକ କେହିସତୁରି ବରଷ ହୋଇଲା ପିତାଘରେ ଥିଲା ରହି ।୮୦।ଆହୋ ଦ୍ରିଯୋଧନ ତୁମ୍ଭେ ଶୁଣ ପିତା ଧୃତିରାଷ୍ଟଂକ କଥାସଭାର ମଧ୍ୟେ ଶୁଣ ହୋ ତହିଂର ବାରତା ।୮୧।କାର୍ତ୍ତିକମାସ ଶୁକ୍ଳପକ୍ଷ ଚତୁର୍ଦ୍ଦଶୀ ରାତିଶଉରୀବାର କୃତ୍ତିକା ନକ୍ଷତ୍ର ପାହାନ୍ତି ।୮୨।ବିଷ୍ଟିମାନେ କରଣ ପରିଘ ଯେ ଯୋଗଲଗ୍ନକୁ-ଚତୁର୍ଥ ଘରେ ଶନିଶ୍ଚର ଭୋଗ ।୮୩।ସେ ଦିନ ଜନମ ହୋଇଲେ ତୋର ପିତା ଧୃତିରାଷ୍ଟଇସେହିମତି ସେ ବ୍ରହ୍ମ ଅସୁର ଅଟଇ ।୮୪।ତାହାକଇଂ କେହି ନୋହିଲେ କନିଆ ଦିଅନ୍ତାନାମ ଧରି ବରିଲେ ନାଶଗଲେ ଶତେକ ବନିତା ।୮୫।ୟେହି ବ୍ୟାସେ ଥାଇ ଉପାୟେ ଭିଆଇଲେଗାନ୍ଧାରୀକି ଆଣି ତୋ ପିତାକୁ ଦିଆଇଲେ ।୮୬।ଯୁଗତରେ ବିଭା ନୋହିଲେ ଧୃତିରାଷ୍ଟଇପ୍ରକୃତରେ ଗାନ୍ଧାରୀ ବିଧବା ଜାଣ ତେଣୁଟି ଅଟଇ ।୮୭।ତୁମ୍ଭଂକୁ ଜାତକଲା ଗାନ୍ଧାରୀ ତୁ ତ ଆପଣେ ଜାଣୁଆପଣାର କଳଂକ ଥାଉଂ ଥାଉଂ ପରେ ଦୋଷ ବଖାଣୁ ।୮୮।ଅସାର୍ଥୁକ ଜୀବନ ତୋହୋରେ ନୋହୋଇ କିଛି କାର୍ଯ୍ୟମୋହୋର ବିଚାରନ୍ତେ ପାଣ୍ଡବରେ ଯୋଗାୟେଟି ରାଜ୍ୟ ।୮୯।ମହାସଭାରେ କେଶବ ଯହୁଂ କହିଲେ ୟେ ବାଣୀମାନଗୋବିନ୍ଦ କୋପକଲା ବଂଶର କଳଂକ ବଚନ ଶୁଣି ।୯୦।କୋପେଣ ପ୍ରଜ୍ୱଳିତ ରାଜା ମାନଚକ୍ରବ୍ରତୀମଧ୍ୟସ୍ଥପଣ ତୋର ଦିଶେ ଶିରୀପତି ।୯୧।ୟେ ମହାସଭାରେ ମୋତେ ତୁ ଯେତେକ କଥା କହୁଶରୀରରେ ପ୍ରାଣ ଥିଲେ କାହାର ବେଳେ ୟେହା ସହୁ ।୯୨।ଯଦ୍ୟପି ଦିଗପାଳ ତୁ ଅଟୁ ଜଗନ୍ନାଥନନ୍ଦ ଗଉଡ଼ ଯେ ଅଟଇ ତୋର ତାତ ।୯୩।ଗୋପାଳଂକ ମେଳେ ତୁ ବଢିଲୁ ବାଳକାଳୁଂଲାଜ ସଂକୋଚ ତୁ କିଛିହିଂ ନ ଭାଳୁ ।୯୪।କହୁଂ କହୁଂ ମଧୁ ପିଙ୍ଗଳ ଧୃତିରାଷ୍ଟର ବାଳକୁରୁକୁଳ ବଂଶକୁ ୟେ ଅଟଇ କ୍ଷୟେକାଳ ।୯୫।କାଳଚକ୍ର ପ୍ରାୟେକ ଯେ ବୁଲାଇ ବେନିଆଖିଜଗବନ୍ଦନ ନାଥଂକୁ ଶତ୍ରୁପାୟେ ଦେଖି ।୯୬।ବାହୋସ୍ଫୋଟ ମାରିଣ ସେ ନିଶରେ ହାଥ ଭରିଅଧରେ ଦନ୍ତଚାପି ଭୁଜରେ ଗଦା ଧରି ।୯୭।ଆରେ ଆରେ ଧୁଶାସନ ଦୁର୍ଜୟ ଦୁର୍ବିନ୍ଦମାର ମାର ଗଉଡ଼ନ୍ତ ମଧ୍ୟପାତ୍ର ବଡ ମନ୍ଦ ।୯୮।ରାଜା କୋପବାକ୍ୟ ଅନୀତି ବାଣୀ ଶୁଣିଯଷ୍ଟି ପ୍ରହାର କରନ୍ତେ ସର୍ପେ ଯେସନେ ଟେକନ୍ତି ଫଣୀ ।୯୯।କରେଣ ଶହସ୍ର ଧଇଲେ ଦୃଷ୍ଟି ଯୋଦ୍ଧାମାନେମାର ମାର ଶବଦ ଯେ ଶୁଭଇ ଗହନେ ।୧୦୦।ଗଦା ମୁଦୁଗର ଯେ ଛେଲ ଚକ୍ର କାତିବିଜୁଳିର ତେଜପ୍ରାୟେ କୁନ୍ତ ଅସିପତ୍ର ଝଲକନ୍ତି ।୧୦୧।ତ୍ରିପଣ୍ଡ ଗଳଇ ରାଜାର ଉଚ୍ଚବାଚ ବାକ୍ୟେପରିଘ କୁନ୍ତ ବୁଲାଇ ତହିଂ ଉଠିଲେ ଦୁଷ୍ଟଲୋକେ ।୧୦୨।ନାରାୟଣଂକ ତୁଲେ ଯେ ଋଷିମାନେ ଥିଲେଦୁଷ୍ଟଂକର ମୂରତି ଦେଖି ସମସ୍ତେ ଅପସରି ଗଲେ ।୧୦୩।ମାନଗୋବିନ୍ଦ ରାଜାର ଅନୀତି ବାକ୍ୟ ଦେଖିରକତ କୁମୁଦ ପ୍ରାୟେ ସ୍ୱାମୀର ବିରାଜଇ ବେନିଆଖି ।୧୦୪।ହୃଦଗତେ କୋପେ ଯେ ବସିଲା ବାସୁଦେବଆମ୍ଭର ସହିଲେ ମାନଗୋବିନ୍ଦ ବହୁତ କଟାଳ କରିବ ।୧୦୫।ୟେଥକୁ ୟେହାଂକର ଶାସ୍ତି ମୁହିଂ ଦେବତ ପାରଇଯୁଝେଷ୍ଠିଦେବ ଠାକୁରଂକ କୋପକୁ ମୁଂ ବହୁତ ଡରଇ ।୧୦୬।ବୋଲିବେ ହରି ତୁ ମଧ୍ୟପାତ୍ରପଣେ ଗଲୁମୋହୋର ସୋଦରନ୍ତ ଅନମିତେ ନାଶକଲୁ ।୧୦୭।ଗୋପାଳ ପରାୟେ ମୋତେ ବୁଝିଛନ୍ତି ଦୁଷ୍ଟେନ ମଣନ୍ତି ଅପରାପର ଆଗ୍ୟାନ ମତିଭ୍ରଷ୍ଟେ ।୧୦୮।ଦୁଷ୍ଟନ୍ତ ଡରାଇବା ଆନୁଆନ ରୂପ ଧରିଅନନ୍ତ ମୂରତି ଦେଖି ଯିବେ ଅପସରି ।୧୦୯।ୟେସନେକ ବିଚାରିଣ ଦେବ ଶିରୀବଚ୍ଛେସଭାର ମଧ୍ୟେ ଦେବ ବିକାଶିଲେ ମହାମଚ୍ଛେ ।୧୧୦।ଦେଖିଣ ଆଶ୍ରିଜ ଯେ ହୋଇଲେ କଉରୋବେଦେଖ ହୋ ଗଉଡ଼ର ୟେସନେକ ସ୍ୱଭାବେ ।୧୧୧।ଅଦଭୂତେ ମଚ୍ଛରୂପ ବିକାଶିଲା କାହୁଂ ଆଣିବ୍ୟାଘ୍ର ମୀନ ସର୍ପ ମାଇଲେ ଦୋଷନାହିଂ ଶାହାସ୍ରେ ବଖାଣି ।୧୧୨।ଗଦା ବୁଲାଇ ଧୁଶାସନ ଧାମଇ ମହାକୋପେତତକ୍ଷଣେ କେଶବ ଧଇଲେ କୂର୍ମ ରୂପେ ।୧୧୩।କୁରୁମର ପିଠିରେ ଗଦା ଯେ ପିଟିଲା ଗଳଗାଜିସହସ୍ରେକ ଖଣ୍ଡ ହୋଇ ଯେ ଆୟୁଧ ଗଲା ଭାଜି ।୧୧୪।ଗଦା ମୃଦୁଗର ଛେଲ ପରିଘ କୁନ୍ତଚକ୍ର ଜାଠିକୁତୂହୋଳେ ପ୍ରହାର କରନ୍ତି କୁରୁମର ପିଠି ।୧୧୫।ଶହସ୍ର ସର୍ବ ପଡ଼ିଣ ଯେ ହୋଇଲେ ଶତେ ଚୂରଆଶ୍ରିଜ ହୋଇଲେ ଚାହିଂଣ କୁରୁବୀର ।୧୧୬।ବୋଲନ୍ତି ଗଉଡର ୟେ ଚରିତ କେମନ୍ତଶହସ୍ରକୁ ଭୟକରି କୂର୍ମରୂପ କଲା ଗାତ୍ର ।୧୧୭।ହୃଦଗତେ ବିଚାରନ୍ତି ଦେବ ଶିରୀବଚ୍ଛିକେବଣ ମୂର୍ଖ ୟେ କଉରୋବେ ନ ଜାଣନ୍ତି କିଛି ।୧୧୮।ଧାତିକାରେ ଆନ ମୃତ୍ତି ଧଇଲେ ଜଗୁନାହାତତକ୍ଷଣେ ସଭାର ମଧ୍ୟେ ହୋଇଲେ ବରେହା ।୧୧୯।ଅତୀୟ ବିସ୍ତାର ସେ ଯେ ବରେହାର କାୟେଦେଖ ହୋ ହାଦେ ଗଉଡ ହୋଇଲା ଶୂକଳ ଗୋଟାୟେ ।୧୨୦।ଦେଖିଣ କଉରୋବେ କରନ୍ତି ଉପହାସ୍ୟବାବନ ରୂପ ଦେବ ତତକ୍ଷଣେ ପ୍ରକାଶ ।୧୨୧।ସରୂପ ବ୍ରାହ୍ମଣ ୟେ ଖୂର୍ପ ରୂପଗୋଟିଦେଖିଣ ସମସ୍ତେହେଂ ହସନ୍ତି ନାଶିକାୟେ ଦେଇଣ ଅଙ୍ଗୁଷ୍ଠି ।୧୨୨।ମୃତୁ ଭୟେଣ ୟେତ ବାବନ ରୂପ ପ୍ରକାଶିଶହସ୍ରନ୍ତ ଧରିଣ ଦୁଷ୍ଟେ କଟାଳ କଲେ ଆସି ।୧୨୩।ବିଚାରନ୍ତି କେଶବ ୟେ ଅତି ମୂର୍ଖମେଳାଦେଖି ନ ବୁଝନ୍ତି ମୋର ଅନନ୍ତ ରୂପକଳା ।୧୨୪।ଦୁଷ୍ଟଂକର ମତି ଦେଖି କୋପ ୟେ ଶ୍ରୀରଙ୍ଗମହା ଭୀଷ୍ମ ମୂରତି ଧରି ବିକାଶିଲେ ନରସିଂଘ ।୧୨୫।ମହା ଭୟଂକର ଯେ ନୃସିଂଘ ମୃତ୍ତି ସ୍ୱାମୀଂକର ଦେଖିଭୟେଣ ପଳାଇଲେ ସର୍ବ ଆସ୍ତାନ ଉପେକ୍ଷି ।୧୨୬।ଶଙ୍ଖଚକ୍ର ଗଦା ଶାରଙ୍ଗ ଚତୁର୍ହସ୍ତେକାଳଚକ୍ର ପ୍ରାୟେ ନୟନ ଦିଶଇ ଅନ୍ତର୍ଗତେ ।୧୨୭।ନୟନ ବୁଲାବନ୍ତେ ପଳାବନ୍ତି ସମସ୍ତ କଉରୋବେଗର୍ଜନ୍ତେ ତ୍ରାସିଲେ ଯେ ଆକାଶେ ସମସ୍ତ ସୁରଦେବେ ।୧୨୮।ଦିଗାଙ୍ଗ ମୃଦ୍ଧା ଯେ ବିକାଶିଲା ଅଙ୍ଗମହୀମଣ୍ଡଳଯାକେ ବିକାଶିଲେ ନରସିଂଘ ।୧୨୯।ବିକରାଳ ରୂପ ବିକଟ ଦଶନଇକାଳାନାଳ ବଦନ କାଳାନଳ ଡୋଳଇ ।୧୩୦।ଡରେଣ ଖିନିକ୍ଷେତ୍ରେ ପଳାଇଲେ କଉରୋବ ବଳପଳାନ୍ତି ମହାଭୟେ ହୋଇଣ ଅସମ୍ଭାଳ ।୧୩୧।ଯେ ଯାହା ମନ୍ଦିରେ ଯାର ପଶିଲେ ଭୟେ ଝାତିସହି ନୁଆରିଲେ କଉରୋବେ ନୃସିଂହ ତେଜ କାନ୍ତି ।୧୩୨।ଆଦିତ୍ୟ ଅସ୍ତଗଲା ମେରୁର ପଛିମେଶାନ୍ତିମୃତ୍ତି ଭଜିଲେ ଶ୍ରୀପୁରୁଷ ଉତ୍ତମେ ।୧୩୩।ବିଦୁର ମନ୍ଦିରକଇଂ ବିଜୟେ ଶ୍ରୀହରିଋଷିଗଣମାନେ ଯେ ସନ୍ନିଧ୍ୟେ ବିଜେକରି ।୧୩୪।ବଦୟନ୍ତି ମାରକଣ୍ଡେ କଶ୍ୟପ ମହାଯତିସ୍ୱାମୀ ବିଶ୍ୱରୂପ ଦେଖି ପଳାଇଲେ ସର୍ବେହେଂ କୁରୁପତି ।୧୩୫।ବ୍ୟାସେ ବୋଇଲେ କଉରୋବେ ସାଧୁରେ ତୁମ୍ଭର ଜୀବତିକେବଣ ବାଗେ କେବଣ ଯୋଗେ ମନାଇଲ ଶ୍ରୀପତି ।୧୩୬।ଅଇରିତାପଣେ ଅରଜିଲ ପରମ ଗତିକୋପକରି ଦେଖାଇଲେ ସ୍ୱାମୀ ଯେ ପଞ୍ଚଇ ମୂରତି ।୧୩୭।ଯେବଣ ଅବତାର ଶାହାସ୍ରେ ଶୁଣିଲେପରମ ଗତି ପାଇଲ ୟେବେ ଦୃଷ୍ଟିକି ଆଶ୍ରେ କଲେ ।୧୩୮।ଯେବଣ ଅବତାରକୁ ତୁସ୍ତି କରଇ ବେଦବ୍ରହ୍ମାତାହା କଉରୋବେ ଦେଖିଲ ସାଧୁ ତୁମ୍ଭର ମହିମାଂ ।୧୩୯।ଜାତ ହୋଇଲେ ମୃତୁ ହୁଅଇ ଅବଶ୍ୟଶତ୍ରୁତାପଣେ ଯେ ଅର୍ଜିଲ ସ୍ୱର୍ଗବାସ ।୧୪୦।ସହସ୍ରେ ଜନ୍ମ ତପକଲେ ନ ଦେଖିଲେ ଯାହାଅଭଗତେ କଉରୋବେ ପ୍ରାପତ ହେଲ ତାହା ।୧୪୧।ଅଥବା କଉରୋବେ ରେ ମୃତୁ ହୋଇକିନା ପ୍ରାପତଅନନ୍ତ ମୂରତି ଦେଖାଇଲେ ଜଗନ୍ନାଥ ।୧୪୨।ଅନୁଗ୍ରହ ନାଥ ନିଗ୍ରହ ପରମ ଗତିଦ୍ରଶନେ ପ୍ରସନ୍ନେ ଭକତି ମୁକତି ।୧୪୩।ଅନନ୍ତ ଅବତାର ନାଥ ଶୂନ୍ୟକୁ ମୁକତି ଚିନ୍ତାପରମ ନିରାକୁଳ ସ୍ୱାମୀ ବିହନ୍ତା ବିଧାତା ।୧୪୪।ଜଳ ସ୍ଥଳ ଅନଳ ପୃଥିବୀ ଆପ ତେଜବାୟିବ୍ୟ ଆକାଶ ତୁହି ସେ ଦେବରାଜ ।୧୪୫।ଦେଖିତ ଅଗୋଚର ଅସଖ୍ୟ ଅନ୍ତର୍ଯ୍ୟାମୀସର୍ବ ସମ୍ପଦ ଦିଅନ୍ତା ଅନନ୍ତ ଦେବସ୍ୱାମୀ ।୧୪୬।ନ ଗଲାଇଂ ତୀର୍ଥ ମୁହିଂ ନ କଲାକ ଧର୍ମନ ସାଧିଲି ଯୋଗ ମୁଂ ନ ଧଇଲି ତବ ନାମ ।୧୪୭।ରାଜୀବ ଲୋଚନ ସ୍ୱାମୀ ଅଭୟେ ନିରାକୁଳନା ଦେଖିଲି ଦେବତାନ୍ତ ପୂର୍ବକର୍ମ ଅବଳ ।୧୪୮।ପାଇଲି ପରମ ଗତି ନରସିଂଘ ସୁମରନ୍ତେମହାଭୀଷ୍ମ ରୂପ ଦେବ ପ୍ରାପତ କର ମୋତେ ।୧୪୯।ଯେଉଂ ଦେବତା ମତ୍ସ୍ୟ କୂର୍ମ ବରେହା ବାବନ ନରସିଂଘମୁହିଂ ତାହା ପ୍ରାପତେ ପାଇଲି ପ୍ରାଣଲିଙ୍ଗ ।୧୫୦।ଭାରତୀର ବଲ୍ଲଭ ଶ୍ରୀବାସୁଦେବଜନ୍ମେ ଜନ୍ମେ ହୃଦଗତେ ଭାବଇ ପଦ୍ମନାଭ ।୧୫୧।ସର୍ବମଙ୍ଗଳ ନାଥ ସୟଳ ଜନଚିନ୍ତାଅପାଦେ ସମ୍ପଦେ ନାରାୟଣ ସେ ଉଦ୍ଧାରନ୍ତା ।୧୫୨।ଶ୍ରୀ ପୁରୁଷୋତ୍ତମ ନାଥର ମୁଂ ଜନ୍ମେ ଜନ୍ମେ ଦାସବଦୟନ୍ତି ସାରୋଳା ଦାସ ଜନ୍ମେ ଜନ୍ମେ ଅଭ୍ୟାସ ।୧୫୩॥୨୨୮୫।
କୌରବ ସଭାକୁ ଶ୍ରୀକୃଷ୍ଣଙ୍କର ତୃତୀୟା ଥର ଗମନ ଓ ଅପମାନ ଏବଂ ମହାଲକ୍ଷ୍ମୀ ସହିତ ଦ୍ୱାରିକା ଗମନଶୁଣ ହୋ ବଇବସୁତ ମନୁ ବଦୟନ୍ତି ଅଗସ୍ତିଉଦିଯୋଗ ପର୍ବେ ଯାହା କଲେକ ଶ୍ରୀପତି ।୧।ଦେବଂକୁ ଦୁର୍ଲ୍ଲଭ ଯେ ମାନବେ ଅଗୋଚରଧର୍ମେ ସେ ପ୍ରାଣ ପାଇଅଛନ୍ତି କୁରୁବୀର ।୨।ସ୍ରାହାନ ନିତ୍ୟକର୍ମ ସାରିଣ ଦ୍ରିଯୋଧନମୁଣୋହି ସାରିଣ ରାୟେ ବିଜୟେ ଆସ୍ଥାନ ।୩।ଭୀଷ୍ମ ଦ୍ରୋଣ ଭୂରିସ୍ରବା କର୍ଣ୍ଣ ଶଲ୍ୟ ସୋମଦତ୍ତେରାଜାର ସନ୍ନିଧ୍ୟେ ଯାଇଂ ମିଳିଲେ ସମସ୍ତେ ।୪।ଦ୍ରିଯୋଧନ ବଦନ ଚାହିଂଣ ବୋଲନ୍ତି ମୃଦୁବାଣୀବଡାଇ କଷ୍ଠୋରତ କଲେକ ଚକ୍ରପାଣି ।୫।ମଧ୍ୟପାତ୍ରପଣ ୟେହାକୁ ବୋଲିବା କେମନ୍ତେୟେହି ସେ ପାଣ୍ଡବଂକର ବଳ ଅଟଇ ଯୁଗତେ ।୬।ଯେତେବେଳେ ପାଣ୍ଡବଂକର ଆମ୍ଭର ଦିନ ଯାଉଥିଲାବନକଇଂ ଗଲା ଯୁଝେଷ୍ଠି ସକଳ ସହିଲା ।୭।ଭାଇଂକର ତହୁଂ ଯହୁଂ ନଗଲା ତାର ବୋଲଅତି ଅଷ୍ଟାଙ୍ଗତ ବେଳକୁ ପେଷିଲା ସେ ଗୋବିନ୍ଦ ମହାମଲ୍ଲ ।୮।ଦୂତପଣ ଲକ୍ଷଣ କି ବୋଲିବା ନାରାୟଣପାଣ୍ଡବଂକ ତହୁଂ ବଳେ ୟେ ସହସ୍ରେକ ଗୁଣ ।୯।ଯେତେ ଯେତେ ଉତ୍ତର କଲେକ ଜଗନ୍ନାଥେପାଣ୍ଡବେ କି ୟେତେ ଉତ୍ତର କରନ୍ତେ ଯଥାର୍ଥେ ।୧୦।ଆବର ଚରିତ ଦେଖିଲଟିକି ଦେବ କୁରୁରାୟେୟେକେଣ ଅନେକ ରୂପ ବିକାଶିଲେ ଦେବରାୟେ ।୧୧।ଯେବଣ ରୂପ ଧରିଲେ ହରି ନ ଲଂଘିଲେ ଧର୍ମେବେଳେ ପ୍ରାଣ ପାଇଲୁ ଗତର ପୁଣ୍ୟକର୍ମେ ।୧୨।ୟେହା ତୁ ଅନ୍ତର ନ କର ରାଜଦେବାପଡ଼ା ଦୁଇଖଣ୍ଡ ଦେଇ ଶ୍ରୀ ଜଗନ୍ନାଥଂକୁ ଭଗତି ହୋଇବା ।୧୩।ଅନନ୍ତ ଅବତାର ହରି ଲକ୍ଷ୍ମୀ ଯାହାର ଭାରିଯାକୃଷ୍ଣର ଅଭାବେ ଲକ୍ଷ୍ମୀ କରିବେଟି ତେଜ୍ୟା ।୧୪।ଲକ୍ଷ୍ମୀର ଅଭାବେ ରାଜାର ଯାଇଟି ସମ୍ପଦବଡ ବିପଦ ଉପୁଜଇ ପଡଇ ପରମାଦ ।୧୫।ଲକ୍ଷେ ରାଜାରେ ବାବୁ ତୁ ଅଟୁ ମଉଡମଣିକୋଟିପାଦେ ଅନୁବ୍ରତେ ତୋର କନ୍ଧେ ବିଜେ କମଳିଣୀ ।୧୬।ତୁ ଅତିଅନନ୍ତ ବିଚକ୍ଷଣ ଶ୍ରୀ ମହାଲକ୍ଷ୍ମୀର ପରସାଦେଅଥବା ଶ୍ରୀକୃଷ୍ଣ ଅଭାବେ ଲକ୍ଷ୍ମୀ ଛାଡିବେଟି ତୋତେ ହାଦେ ।୧୭।ଲୋଭ ମୋହ କୋହ ଅହଂକାର ନୋହେନା ଗଣନାଜନ୍ମେଣ ଅଭାବ ହୋଇଲେ ଯମ ବନ୍ଧନ ସିନା ।୧୮।ସୋଦରେ ଦାତବ୍ୟ ହୋଇବ ନୋହିବ କୃପଣଦୁଖୀଜନଂକ ଦୟା ଥିବ ହୃଦୟେଣ ।୧୯।ପରେଣ ପରାଭବ ନୋହିବଟି ପରକୃତିଭଗତ ଜନ ମଚ୍ଛଳ ହୋଇବ ଅନୁବ୍ରତୀ ।୨୦।ରୋଗୀଜନେ ଚିନ୍ତା କରିବ ମଉଷଧିମୂର୍ଖ ଲୋକଂକୁ ଶିଖାଇବ ସଦବୁଦ୍ଧି ।୨୧।ଦରିଦ୍ରେ ଦାନ ଦେବ କଷ୍ଟିଲୋକନ୍ତ କରିବ ଦୟାଗୁରୁଜନେ ଭଗତି ହୋଇବ ସଂଘାତ ମଇତ୍ରେ କରିବ ମାୟା ।୨୨।କଳହେ ମଧ୍ୟସ୍ଥ ନୋହିବ ଭାବକୁ ହୋଇବ ବଶସ୍ତିରୀଂକ ଭାବ ନ ଯିବ ନ କରିବ ବିଶ୍ୱାସ ।୨୩।ଅସୁର ଭୋଗତୀର୍ଥେ ନ କରିବ ସ୍ରାନକର୍ମଗୋପଛ ଭୁବି ନ ଚଷିବ ନ କରିବ ଧାନ ।୨୪।ୟେତେ ବାଗେ ଯେବଣ ମହାତ୍ମା ପାରେ ସାଧିଇହଲୋକେ ପରଲୋକେ ତରିତେ ତାର ବୁଦ୍ଧି ।୨୫।ଶିରୀ ଆଷ୍ୟ ବର୍ଦ୍ଧୁତ ହୋଅଇ ଲକ୍ଷ୍ମୀ ହୋଅଇ ବଶଜୀବନ୍ତେ ବିପୁଳଭୋଗ ମଲେ ସ୍ୱର୍ଗବାସ ।୨୬।ବାବୁ ବିଷ୍ଣୁରେ ଭଗତି ହୁଅ ସୋଦରେ ହୁଅ ପ୍ରୀତିଓହୋକୁଳ ରକ୍ଷାକର ଦ୍ୱାପର ଯୁଗେଣ ରହୁ କୀରତି ।୨୭।ଭୀଷ୍ମଂକର ବଚନ ଶୁଣିଣ ରାଜା ଧୃତିରାଷ୍ଟିକିଛି ସମସ୍ୟା ନ ଦେଇ ସଭାରୁ ଗଲା ଉଠି ।୨୮।ବିଜୟେ ମାନଗୋବିନ୍ଦ ଭିତର ଅବକାଶେଧୃତିରାଷ୍ଟ ଗାନ୍ଧାରୀ ବିଜୟେ ରାଜାପାଶେ ।୨୯।ରାଜାର ଅଗ୍ରତେ ଯେ ଜଣାବଇଂ ସଞ୍ଜୟେବାବୁ ଆସ୍ଥାନେ ବିଜେକଲେ ତୁମ୍ଭର ମାତା ପିତାୟେ ।୩୦।କର୍କଶ ମଧୁପିଙ୍ଗଳ ରାଜା ଧୃତିରାଷ୍ଟିନାହିଂ ମାନ୍ୟ ଧର୍ମ ସେ ଆସ୍ତାନୁଂ ନ ଉଠି ।୩୧।ଯେବଣ ଜନେ ତାକୁ କହନ୍ତି ଧର୍ମକଥାସେହୁ କଥାମାନ ସେ ମଣଇ ବିଷପିତା ।୩୨।ସଞ୍ଜୟେ ପ୍ରତିବାକ୍ୟ ଶୁଣ ହୋ ଧୃତିରାଷ୍ଟଆସ୍ତାନେ ପ୍ରବେଶ ଆସି ହୋଇଲୁଂ ରାଜାଂକ ନିକଟ ।୩୩।ଭୁଜ ଧରି ବସାଇଲା ସଞ୍ଜୟେ ମହାମନ୍ତ୍ରୀଗାନ୍ଧାରୀ ସହିତେଣ ବିଜୟେ ରାଜାର କତି ।୩୪।ଅମ୍ୱିକାର ନନ୍ଦନ ପୁଚ୍ଛଇ ସଙ୍ଗତେବାବୁ ଜଗନ୍ନାଥଂକୁ କୋପକଲ କାହିଂର ନିମନ୍ତେ ।୩୫।ଦ୍ରିଯୋଧନ ବୋଲେ ହରି ମଧ୍ୟସ୍ଥ ପଣେ ଆସିଅନେକ ଦେଶର ରାଜା ସଭାୟେ ଛନ୍ତି ମୋତେ ଛନ୍ତି ବହୁତ ଝିଂଘାସି ।୩୬।ସହି ନୁଆରିଲି ମୁହିଂ ତାହାର କୂଟବାଣୀରାଗେଣ ବୋଇଲି ୟେହାନ୍ତ ପକାଅ ରେ ହାଣି ।୩୭।ନଟକାର ଲୋକ ୟେହ୍ନେ ବହୁତ ରୂପ କାଛିତେସନେକ ରୂପ ଯେ ଧଇଲେ ଶିରୀବତ୍ସି ।୩୮।ମତ୍ସ୍ୟ କୁରୁମ ବରେହା ବାବନ ନରସିଂଘଅନେକ ମାୟାରୂପ ଆଜ ହୋଇଲେ ଶ୍ରୀରଙ୍ଗ ।୩୯।ଭୋ ତାତ ମଧ୍ୟସ୍ଥ ଲୋକଂକର ଅଛି କି ୟେସନେକ କଥାପାଣ୍ଡବେ କଉରୋବେ ପ୍ରୀତି ଆଉ ହୋଇବ କି ସର୍ବଥା ।୪୦।ଧୃତିରାଷ୍ଟ ବୋଇଲେ ବାବୁ ନ ଶୁଣିଲୁ କି ୟେହାକେହୁ ପାଣ୍ଡବେ କେହୁ ଅଟନ୍ତି ଜଗୁନାହା ।୪୧।ବାବୁ ହରି ଅର୍ଜୁନ ଅଭେଦ ୟେକ ଆତ୍ମାପାଣ୍ଡବେ ଅପ୍ରୀତି ତୁ ନୋହସି ମହାତମା ।୪୨।କଠୋର ବଚନ ଯହୁଂ କହିଲେ ଧୃତିରାଷ୍ଟରାଗେଣ ମାନଗୋବିନ୍ଦ ଅଧର କଲା ପୁଷ୍ଟ ।୪୩।ରକତ କୁମୁଦ ପ୍ରାୟେ ବିକାଶଇ ଦୃଷ୍ଟିରାଗେଣ କୁରୁନାଥ ଆସ୍ତାନରୁ ଗଲା ଉଠି ।୪୪।ରାତ୍ର ସାତଘତି ଯେ ମୁଣୋହି ଉତ୍ତାରେନିଅବକାଶରେ ବିଜୟେ ଦିବ୍ୟ ଅବତାରେ ।୪୫।ଶ୍ରୀକରେ ଅର୍ଘ୍ୟ ଘେନିଣ ରାଣୀ ଭାନୁବତୀବିଜୟେ ମାହେଶ୍ୱରୀ ପନ୍ନଗା ନାରାୟଣ କତି ।୪୬।ଅର୍ଘ୍ୟ ବନ୍ଦାବନ୍ତେ ଭୁମନୁର ଦୁଲାଳୀହାଥରୁ ଝଡି ପଡିଲା ତାର ସୁବର୍ଣ୍ଣ ଅର୍ଘ୍ୟସ୍ଥଳୀ ।୪୭।ଦେଖିଣ କୋପଭର ରାଜା ମାନଚକ୍ରବ୍ରତୀକିମର୍ଥେ ବିଚଳିତ ଗୋ ହୋଇଲା ତାର ମତି ।୪୮।ଅନ୍ତରେ ମହାସତୀ ହୋଇଲା ପରିଣାମିଅରିଷ୍ଟି ଉତପାତ ଆଗତ ପ୍ରାୟେ ଦିଶେତ ସ୍ୱାମୀ ।୪୯।ସ୍ୱାମୀ ସମରକାଳେ ଯେବେ ହୋଇବ ଗୁଣଚ୍ଛେଦଝମକନ୍ତେ ଖଣ୍ଡା ଯେବେ ହୋଅଇ ବିରୋଧ ।୫୦।ଅନକୂଳବେଳେ ଯେବେ ହାଥରୁ ପଡଇ ଖଡିଅଦଭୁତେ ହାଥରୁ ତୁଟଇ ଯେବେ ଚୁଡି ।୫୧।ଭୋଜନବେଳେ ଯେବେ ହାଥରୁ ପଡଇ ଗୁଣ୍ଡାସାଂଗ୍ରାମେ ପ୍ରହାରନ୍ତେ ଯେବେ ବେନିଖଣ୍ଡ ହୁଅଇ ଖଣ୍ଡା ।୫୨।ମଙ୍ଗଳବେଳେ ଯେବେ ଶିରରୁ ମୁକୁଟ ଖସଇବନ୍ଦାପନାକାଳେ ଯେବେ ହାଥରୁ ଅର୍ଘ୍ୟସ୍ଥଳୀ ଝଡଇ ।୫୩।ଅଦଭୁତେ ଗର୍ଜି ଯେବେ ପଡଇ ନିର୍ଘାତେଅଦଭୁତେ ବୃକ୍ଷ ଯେବେ ପଡଇ ନିର୍ବାତେ ।୫୪।ଅଦଭୁତେ ନୟନୁ ଯେବେ ହୋଅଇ ଅଶ୍ରୁପାତଅଦଭୁତେ ଚଳଇ ଯେବେ ପାଷାଣ ଦଇବତ ।୫୫।ଅଦଭୁତେ ମେଘରୁ ଯେବେ ବରଷଇ ଶୋଣିତାଅଦଭୁତେ ନାଶ ସେ ଯାଇଟି ନରନାଥା ।୫୬।ରାଜାର ଛାମୁରେ ଜଣାଇଲା ଭାନୁବତୀ ରାଣୀୟେତେକ ଉତପାତ ହୋଇଲେ ନାଶଯାନ୍ତି ପ୍ରାଣୀ ।୫୭।ସ୍ୱାମୀ ୟେତେକ ଉତପାତ ଅଶୁଭ ଯେ କଥାପଣ୍ଡିତ ଜନେ ୟେହା ଜାଣନ୍ତି ସର୍ବଥା ।୫୮।ସ୍ୱାମୀ ଜଗନ୍ନାଥେ ଭଗତି ଯେବେ ହୋଇବ ୟେକମନେଉତପାତମାନ ଶାନ୍ତି ହୋଅନ୍ତି ବହନେ ।୫୯।ସ୍ୱାମୀ ଅଭଗତି ଅପ୍ରୀତି ହୋଇଲେ ନାରାୟଣେଉତପାତମାନ ଯେ ନୋହଇ ଦହନେ ।୬୦।ସ୍ୱାମୀ ନାରାୟଣେ ଭଗତି ହୋଅନ୍ତି ଯେବଣ ଜନକିସ ତାହାର ବଂଶ କିସ ତାହାର ଜୀବନ ।୬୧।ସ୍ୱାମୀ ୟେବେହେଂ ବଂଶକୁ କରିବୁ ଯେବେ ରକ୍ଷାନାରାୟଣଂ ଭଗତି ହୃଦେ କର ବାଞ୍ଛା ।୬୨।ଭଗତ ମତ୍ସଳ ନାଥ ଅନୁଗ୍ରହ କରିବାବଂଶରକ୍ଷା ଯିବ ସର୍ବଶୁଭ ହୋଇବା ।୬୩।ସ୍ୱାମୀ ନାରାୟଣେ ଅଭଗତି ହିରଣାକ୍ଷ ହୋଇଲାନରସିଂଘ ରୂପେ ହରି ନହେ ବିଦାରିଲା ।୬୪।ନାରାୟଣେ ଭଗତି ହୋଇଲା ପ୍ରହଲାଦପାଇଲା ଅଇଶୁର୍ଯ୍ୟ ସେ ଲାଗିଲା ପରମପଦ ।୬୫।ସ୍ୱାମୀ ନାରାୟଣେ ଅଭଗତି ହୋଇଲା ରାବଣଛପନଗଣ୍ଡା ଯୁଗ ରାଜ୍ୟ ନାଶଗଲାକ ତତକ୍ଷଣ ।୬୬।ସ୍ୱାମୀ ନାରାୟଣେ ଭଗତି ଯେ ହୋଇଲା ବିଭୀଷଣତ୍ରିଜୀବୀ ହୋଇଲା ରାୟେ ଲଂକାର ଭୁବନେଣ ।୬୭।ନାରାୟଣେ ଅଭଗତ ହୋଇଲା ରାୟେ କଂସଅଷ୍ଟମଲ୍ଲ ତୁଲେ ନାଶଗଲାଟି ତାର ବଂଶ ।୬୮।ନାରାୟଣେ ଭଗତି ଯେ ହୋଇଲା ଅକ୍ରୁରସର୍ବ ବିତକ୍ଷଣ ହୋଇ ସେ ବସିଲା ସ୍ୱର୍ଗର ।୬୯।ସର୍ବ ନାରାୟଣେ ଅଭଗତି ହୋଉଛି କଉରୋବେବଂଶ ନାଶଯିବ ସଭିୟେଂ ମରିବେ ୟେକଠାବେ ।୭୦।ସ୍ୱାମୀ ନାରାୟଣେ ଭଗତି ହୋଇଛନ୍ତି ପାଣ୍ଡବେପୃଥୀରେ ୟେକଛତ୍ର ହୋଇ ଦେହ ଘେନି ସ୍ୱର୍ଗକଇଂ ଯିବେ ।୭୧।ଭାନୁବତୀର ମୁଖୁଂ ରାଜା ୟେସନେକ ବାକ୍ୟ ଶୁଣିଆସ୍ତାନୁ ଉଠିଲା ରାଜା କୋଡ଼ି ଶିରଝୁଣି ।୭୨।ତୁଲୋ ଭାନୁବତୀ ମୋତେ ଝିଂଘାସି କଥା କହୁଛତ୍ରୀକୁଳେ ଜାତହୋଇ କାହାରବେଳେ ସହୁ ।୭୩।ଆଗୋ ଆପଣାର ପ୍ରୀତି ପ୍ରିୟା ହୋଇ କହୁ ତୁ ବିଖଣ୍ଡସ୍ତିରୀଲିଙ୍ଗ ନୋହିଥିଲେ କାଟନ୍ତି ତୋର ମୁଣ୍ଡ ।୭୪।ଭାନୁବତୀ ବୋଇଲା ସ୍ୱାମୀ ଯେହ୍ନେ ମୋହୋର କର୍ମବଂଶନାଶ କଲୁନି ଆସି ସରିଲା ସର୍ବଧର୍ମ ।୭୫।ଆହୋ ମାନଗୋବିନ୍ଦ ସଭାରେ ଯେତେବେଳେ ଜଗନ୍ନାଥଂକୁ ବୋଇଲୁ ଅନୀତିଉତପାତ ପୁରୁଷେ ପଶିଲେ ଆଜର ନିଶାରାତି ।୭୬।ସ୍ୱାମୀ ମୁହିଂ ଆଜ ନିଦ୍ରାଗତ ହୋଇଥିଲି ନିଶାକାଳେସ୍ୱପନ ଦେଖିଲି ମୁହିଂ କେଶବାସ ଅସମ୍ଭାଳେ ।୭୭।ତୃତୀୟ ପ୍ରହର ଆସି ହୋଇଲାନି ନିଶାରାତିଅସ୍ଥିକୁଢ ଗୋଟିୟେ ମାଡ଼ି ମୁଂ ବସିଛି ଉତ୍ତରକଇଂ ମୃତ୍ତି ।୭୮।ବାସୁଦେବ ଯେତେବେଳେ ଲଜ୍ଜାପାଇ ଗଲାକୁରୁ ପାଣ୍ଡବ ବେନିବଳ ସାଂଗ୍ରାମ ହୋଇଲା ।୭୯।ପ୍ରଥମେ ଗଙ୍ଗାର ନନ୍ଦନ ଦଶ ଦିବସ ଯୁଦ୍ଧକଲେଅନେକ ଯୋଦ୍ଧାମାରି ଶୀଖଣ୍ଡୀକୁ ଦେଖି ଶହସ୍ର ଛାଡ଼ିଲେ ।୮୦।ଦୁଜେଣ ସେନାପତି ହୋଇଲେ ଦ୍ରୋଣଗୁରୁଭୂରିସର୍ବା ସୋମଦତ୍ତ ଜଦ୍ୟରଥ ନାଶଗଲେ ୟେହାଂକର ଛାମୁରୁ ।୮୧।ସ୍ୱାମୀ ଅନେକ ଯୋଦ୍ଧା ଯେ ପଡ଼ିଲେ ଆମ୍ଭର କତିଧୃଷ୍ଟଦ୍ୟୁମନ ଦ୍ରୋଣଂକ ଶିର ଛେଦିଲେ ପାଞ୍ଚଦିନର ପାହାନ୍ତି ।୮୨।ଦ୍ରୋଣଂକର ଅନ୍ତେ କର୍ଣ୍ଣ ମୁକୁଟ ବାନ୍ଧିପ୍ରଥମ ସମରେ ପଡ଼ିଲେ ଅନେକ ଅନେକ ଯୋଧୀ ।୮୩।ସ୍ୱାମୀ ନରସିଂଘ ମୂରତି ଯେ ଭୀମସେନ ଧରିତୋହୋର ଶତାଣୋଇ ଭାଇଂକି ମାଇଲା କୁଢକରି ।୮୪।ଆରେକ ଦିନେ ଭୀମସେନର ଦୁଗୁଣ ହେଲା ତେଜଦ୍ରୋପତୀଂକ ଛଳେ ଭୀମ ଉପାଡ଼ିଲା ଧୁଶାସନର ଭୁଜ ।୮୫।ଦ୍ରୋପତୀର କେଶ ପଖାଳିଲା ତାହାର ରୁଧିରେକର୍ଣ୍ଣ ଶିର ଛେଦନ ହୋଇଲା ସେହି ଦିନରେ ।୮୬।ଆରେକ ଦିନରେ ସ୍ୱାମୀ ଯୁଦ୍ଧ ଯେ ହୋଇଲାଶଲ୍ୟ ଶକୁନି ମୂଳେ ମୋର ଲକ୍ଷଣ କୁମାର ପଡ଼ିଲା ।୮୭ରୁଧିର ନଦୀ ଭିତରେ ରାଜା ତୁ ଆପଣେ ଲୁଚିଥିଲୁପାଣ୍ଡବେ ଜୟ କରି ଗଲେ ତୁ ଆପଣେ ବାହାର ହୋଇଲୁ ।୮୮।ଲକ୍ଷ୍ଣଣ କୁମାର କଳେବର ଉପରେ ତୁମ୍ଭେ ପଡ଼ିସାତତାଳ ରୁଧିର ନଦୀ ଯେ ହୋଇଗଲ ପାରି ।୮୯।ସ୍ୱାମୀ ବ୍ୟାସ ସରୋବର ଭିତରେ ପଶିଲ ଲୁଚିଭୀମର ସଂଘରଡ଼ି ନୁଆରିଲ ମନମୃଛି ।୯୦।ସ୍ୱାମୀ ମାଲଯୁଦ୍ଧ ହୋଇଲାକ ଭୀମର ତୁମରଜାନୁଭଗ୍ନ ହୋଇଣ ଯେ ପଡ଼ିଲ ସେହିଠାର ।୯୧।ସୁବର୍ଣ୍ଣ ଦୁଇଚୂଡ଼ି ମୁଂ ଯେ ଭାଙ୍ଗିଲଇଂ ତୁମ୍ଭର ହୃଦେଉଚ୍ଚସ୍ୱରେ ରୋଦନ କଲେ ସ୍ତିରୀମାନେ ହାଦେ ।୯୨।ସ୍ୱାମୀ ଯଦ୍ୟପି ଗ୍ରାମେକ ନ ପାଇବେ ହରିୟେ ସ୍ୱପନ ଗୋଟା ମୋହୋର ନ ଯାଇ ଉବୁରି ।୯୩।କାନ୍ଦିଣ ଭାନୁବତୀ ଯେ ପ୍ରବେଶ ଅନ୍ତ ପୁରେରୟଣୀ ପାହାନ୍ତି ହୋଇଲା ଉଦୟ ଦିନକରେ ।୯୪।ଦ୍ରିଯୋଧନ ସମାର୍ଜଇ ଭାନୁବତୀ ରାଣୀସପନକଇଂ ଅଶୁଭ ନ ମଣ ସଂଘାତୁଣୀ ।୯୫।ସପନ ସୁଲଭଇଂ ଅସୁଲଭ ଦେଖିସୁଲଭ ସେ ବୋଲି ଗୋ ଶୁଣରେ ଶଶୀମୁଖୀ ।୯୬।ଶୁଭ ସପନକୁ ଅଶୁଭ ବୋଲି କହିଲେଅବଶ୍ୟ ପ୍ରମାଦ ପଡ଼ଇ ମନ୍ଦ ବୋଲି ବୋଇଲେ ।୯୭।ଭାନୁବତୀ ବୋଇଲା ସ୍ୱାମୀ ସମସ୍ତ ଶୁଭହୋଇସମସ୍ତେହେଂ ୟେକାହୋଇ ସେବା କରିବା ବାସୁଦେବ କଇଂ ।୯୮।ଦୁଇଖଣ୍ଡି ପଡ଼ା ଦେଇ କୃଷ୍ଣଂକୁ ଆମ୍ଭେ ସମସ୍ତେ ହେବା ପରିଣାମିପଡ଼ିଲା ଅପାଦ ଖଣ୍ଡଣ ହୋଇବ ଦେବସ୍ୱାମୀ ।୯୯।ୟେଥୁ ଅନନ୍ତରେ ସ୍ରାନ ଦେବାର୍ଚ୍ଚନ ସାରିଣ ମାନଚକ୍ରବ୍ରତୀଆସ୍ତାନେ ବିଜେକଲେ ତୁଲେ ଶକୁନି ମହାମନ୍ତ୍ରୀ ।୧୦୦।ଶକୁନି ବୋଇଲା ବାବୁ ଶୁଣ କୁରୁକୁଳ ରାୟେଚକ୍ରକୂଟ ବୁଦ୍ଧିକି ତାହାର ନ କର କିଛି ଭୟେ ।୧୦୧।ଆହୋ ନଟକାର ଲୋକଂକର ୟେସନେକ ଗତିକ୍ଷଣେ କ୍ଷଣେ ଧରନ୍ତି ସେ ଆନୁଆନ ମୂରତି ।୧୦୨।ଆହୋ ଦ୍ରିଯୋଧନ ୟେହାଉଂ ଅନେକ କଟାଳ ତୋତେ କରିବେ ଜଗନ୍ନାଥକଦାଚିତେ ସନ୍ଧିକି ରାଜା ତୁହି ନ କର ସନମତ ।୧୦୩।କରିବା ସମର ଆମ୍ଭେ ପାଣ୍ଡବଂକ ତୁଲେଶିରୀ ଭଜଇ କି କ୍ଷତ୍ରୀ ହୋଇ ନିସତ ହୋଇଲେ ।୧୦୪।ଆହୋ ଚଇତନ କୁଳକ୍ଷୟେ ମନ୍ତ୍ରୀ ଯହୁଂ କହିଲା ୟେସନେକ କୂଟବାଣୀଦ୍ରିଯୋଧନକଇଂ ରୁଚିଲା ଅମୃତପାନ ଜାଣି ।୧୦୫।ସମ୍ଭର୍ବ ଆସ୍ତାନେ ବିଜୟେ କୁରୁରାୟେଭୀଷ୍ମ ଦ୍ରୋଣ କର୍ଣ୍ଣ ଶଲ୍ୟ ଭୂରିସର୍ବା ବିଜୟେ ସଭାୟେ ।୧୦୬।ୟେସନେକ ସମୟେ ବିଜୟେ ଦେବ ନାରାୟଣବିଦୁର ତୁଲେ ଆବର ଅନେକ ବ୍ରାହ୍ଣଣ ।୧୦୭।ଅତିଅନ୍ତ ଅଭୟେ ହୋଇଣ ଜଗନ୍ନାଥଆସ୍ତାନ ଉପରକୁ ଉଠିଲେ ଅନନ୍ତ ।୧୦୮।ସମସ୍ତେ ହେଠମାଥ ନାହିଂନା ସମ୍ଭାଷିଆପଣେ ପ୍ରତିବାକ୍ୟ ଦିଅନ୍ତି ହୃଷୀକେଶି ।୨୦୯।ଆହୋ ମାନଗୋବିନ୍ଦ ଯଦଅର୍ଥେ ମୋତେ ପେଷିଲେ ଯୁଝେଷ୍ଠିବୋଲ ଦେବୁଟି କି ତାହାଂକୁ ପଡ଼ା ପାଂଚଗୋଟି ।୧୧୦।ମାନଗୋବିନ୍ଦ ବୋଇଲା ହରି ତୁ ନ ଜାଣୁ ଯୁଗତେଅନନ୍ତ ରୂପ ଧରି ଆସି ଡରାଇଲୁ ମୋତେ ।୧୧୧।ଯୁଗତେ ଭଗାରି ମୋତେ ନୁହନ୍ତି ପାଣ୍ଡବେତୋହୋର ଭୟେ ତାଂକୁ ଗ୍ରାମ ଦେଉଅଛିଟି ବାସୁଦେବେ ।୧୧୨।ମାଗସି ହରି ଗ୍ରାମ ଯେତେକ ହୋଇବୁ ତ୍ରିପୁତିନିରାଧାର କରି ମାଗ ମୋହୋର ସତ୍ୟି ସତ୍ୟି ।୧୧୩।ଜଗନ୍ନାଥେ ବୋଇଲେ ତୁମ୍ଭେ ଋଷିମାନେ ଥାଅ ସାକ୍ଷୀୟେହାର ସତ୍ୟବାକ୍ୟେ ମୁଂ ଗ୍ରାମ ମାଗୁଅଛି ।୧୧୪।ଭୀଷ୍ମ ଦ୍ରୋଣ କର୍ଣ୍ଣ ଶଲ୍ୟ ବାହ୍ଲିକ ଭୂରିସର୍ବାରାଜାର ଯୋଦ୍ଧାମାନେ ତୁମ୍ଭେ ସାକ୍ଷୀ ହୋଇଥିବା ।୧୧୫।ଦ୍ରିଯୋଧନ ଦେଉଅଛି ଆମ୍ଭେ ମାଗୁଅଛୁଂ ଗ୍ରାମଯୁଝେଷ୍ଠି କହିଲେ ମୋତେ ଯେବଣ ପଡ଼ାକର ନାମ ।୧୧୬।ଇନ୍ଦ୍ର ପ୍ରଶସ୍ତ ଯମ ପ୍ରଶସ୍ତ ହସ୍ତିନା ଜଇନ୍ତା ବାରୁଣାଇୟେ ପ୍ରଞ୍ଚୁଗ୍ରାମ ଦେସି ବୋଇଲେ ନାରାୟଣଇ ।୧୧୭।ଦ୍ରିଯୋଧନ ବୋଇଲା ଗ୍ରାମମାନଂକର ନାମବିସ୍ତାରି କହ ମୋତେ ପୁରୁଷଂକ ଉତ୍ତମ ।୧୧୮।ଆହୋ ମାନଗୋବିନ୍ଦ ଇନ୍ଦ୍ର ପ୍ରଶସ୍ତ ବୋଲି ଯେବଣ ପଡ଼ାଗୋଟିଯେତେ ଧୂରେ ଇନ୍ଦ୍ର କରଇ ଜଳ ବୃଷ୍ଟି ।୧୧୯।ଦୁଜେଣ ବାରୁଣାବନ୍ତ ପଡ଼ା ଖଣ୍ଡି ଦେବୁଯେତେ ଧୂରେ ପବନ ଦେବତା ଆତଯାତ କରେ ବାବୁ ।୧୨୦।ତିଜେଣ ଯମପ୍ରଶସ୍ତ ପଡ଼ାଗୋଟି ଦେସିଯେତେ ଧୂରେ ଯମଦେବତାର ପଶଇ କାଳଫାଶି ।୧୨୧।ବାବୁ ହସ୍ତିନା ଜଇନ୍ତାମୂଳେ ପଞ୍ଚୁଗ୍ରାମ ଦେସିଆବର ମାନଂକରେ ନିଶ୍ଚିନ୍ତେ ହୋଇ ଥାଅସି ।୧୨୨।ସଭାରେ କେଶବ ଯହୁଂ କହିଲେ ୟେସନେକ ବାଣୀକରତାଳି ଦେଇଣ ହସିଲା ମନ୍ତ୍ରୀ ଯେ ଶକୁନି ।୧୨୩।ଶକୁନି ବୋଇଲା ତୁମ୍ଭେ ଶୁଣ ଭୀଷ୍ମ ଦ୍ରୋଣେଦୁଇପଡ଼ା ଦେଇ ଯେ ତ୍ରିପୁତି କରାଉଥିଲ ନାରାୟଣେ ।୧୨୪।ଇନ୍ଦ୍ର ଦେବତା କେଉଂଣ ପୁରେ ନ କରଇ ଜଳବୃଷ୍ଟିଯମର କାଳଫାଶି କେଉଂଣ ପୁରେ ନ ଘୋଟି ।୧୨୫।ଜଇନ୍ତା ବୋଲିକରି ଯେ ପୁରଗୋଟିଜରାବ୍ୟାଧି ନାହିଂ ତହିଂ ମନୁଷ୍ୟ ନ ତୁଟି ।୧୨୬।ହସ୍ତିନା ବୋଲିକରି ଯେବଣ ରାଜ୍ୟଗୋଟିହେମମୟ ଭୁବନ ସେ ଶୁଦ୍ଧ ସୁବର୍ଣ୍ଣ ଘୋଟି ।୧୨୭।କେବଣ ପୁରେ ପବନ ନୁହଇ ଆତଯାତକେଉଂଣ ପଡ଼ା ଦେଇ ତ୍ରିପୁତି କରାଇବା ଜଗନ୍ନାଥ ।୧୨୮।ଶକୁନି ମୁଖ ଚାହିଂ ପ୍ରଶଂସେ କୁରୁରାଣସାଧୁ ସାଧୁ ମାତୁଳ ତୋହୋର ମନ୍ତ୍ରୀପଣ ।୧୨୯।ଶୂନ୍ୟକୁ ଶବଦ ଭେଦି ତୁ ଭୂତଭବିଷ୍ୟ ଜାଣୁସମସ୍ତ ଜନଂକର ଚରିତ ତୁହି ପରିମାଣୁଂ ।୧୩୦।ୟେକା କ୍ଷଣକର ଜୀବତି ତୋହୋର ଧନୀକନେକ ସ୍ରାହାନ କରାଇଲା ରାଜା ଲକ୍ଷେମାଢ ସୁବର୍ଣ୍ଣ ଘେନି ।୧୩୧।ମୁହିଂ ଜାଣିଲି ୟେବେ ତୋହୋର ମହିଂମାୟେ ସୋମବଂଶ ରକ୍ଷଣେ ତୁ ପ୍ରତକ୍ଷେ ଅଟୁ ବ୍ରହ୍ମା ।୧୩୨।ଆହୋ ଭୀଷ୍ମ ଦ୍ରୋଣେ ତୁମ୍ଭେ ବୁଝାଉଥିଲ ମୋତେପଡ଼ା ଦୁଇଖଣ୍ଡି ପାଣ୍ଡବନ୍ତ ଦେବାର ନିମନ୍ତେ ।୧୩୩।ଜଗନ୍ନାଥେ ମଧ୍ୟପାତ୍ର ୟେ ପ୍ରତକ୍ଷେ କାଳଦୂତଭୀଷ୍ମ ଦ୍ରୋଣଂକ ବୁଦ୍ଧିୟେ କରି ବଂଶ ହୋଇବ ନିପାତ ।୧୩୪।କହୁଂ କହୁଂ କୋହାନଳ ସେ ବିଚିତ୍ରବୀର୍ଯ୍ୟର ନାତିୟେମନ୍ତ ମଧ୍ୟସ୍ଥ ନାଶିଲେ ନାହିଂନା ଅପଛାତି ।୧୩୫।ୟେମନ୍ତ ପ୍ରାୟେକ ହରି ମଧ୍ୟସ୍ଥପଣ ତୋହୋରନନ୍ଦ ଗଉଡ଼ ପୁଅ ତୁ ପାମର ମନ୍ଦ ଛାର ।୧୩୬।ୟେ ମୋହୋର ସଭା ଯେ ଅମର ଆସ୍ଥାନୟେଥକୁ ଉଠିବାକୁ ତୁ ହୋଇଲୁ ଭାଜନ ।୧୩୭।ଯାଦବେ ଜାତ ହୋଇ ୟେଡ଼େ ଅନୀତି କଥା କହୁକେବଣ ଅଭୟେ ପୁଣ ୟେଡ଼େ ଦର୍ପ ବହୁ ।୧୩୮।ଆହୋ ଚଇତନ ଯୁଗତେ ମାନଗୋବିନ୍ଦ ମଧୁପିଙ୍ଗଳ କଳିକାଳ ମୃତ୍ତିସଦା ସର୍ବଦାୟେ ତାର ଦୁଷ୍ଟ ଯେ ପ୍ରକୃତି ।୧୩୯।ମହାକୋପ ଅତିଅନ୍ତ କର୍କଶ ବଇରାଗୀଆରେ ଆରେ ଧୁଶାସନ ୟେହାକଇଂ ମାରିପକା ବେଗି ।୧୪୦।ରାଜାର ଆଗ୍ୟାଂ ପାଇ ସର୍ବ ଦୁଷ୍ଟବୀରେପରିଘ କୋନ୍ତ ଗଦା ଧଇଲେ ନିଜ କରେ ।୧୪୧।ବିକଟ ଘୋର ନୟନ କଟାକ୍ଷେ ଅଧର କାମୋଡ଼ିଆରେ ଆରେ ଗଉଡ଼କୁ ମାର ବୋଲି ଯୋଦ୍ଧାୟେ ଦିଅନ୍ତି ସିଂଘରଡ଼ି ।୧୪୨।କେ ଗଦା ପିଟି ଲୋଡ଼ନ୍ତି କେହୁ କୋନ୍ତ ମାରିଭୀଷ୍ମ ଦ୍ରୋଣ ଭୂରିସର୍ବାୟେ ଯାଇଂ କୃଷ୍ଣଂକୁ ଆବୋରି ।୧୪୩।ରହ ରହ ବୋଲିକରି ଦୁଷ୍ଟକଇଂ ନିବର୍ତ୍ତିଆରେ କାହାର ତୁଲେ ପ୍ରମାଦ କର ନାଶ ଯିବାର ପ୍ରକୃତି ।୧୪୪।ଭୀଷ୍ମ ଦ୍ରୋଣଂକର ବଚନ ମେଣ୍ଟିଲେ ସର୍ବ ଯୋଧୀହରିଂକି ନିକର ମାରିତ ଲୋଡ଼ିଲେ ଦୁଷ୍ଟ ବୁଦ୍ଧି ।୧୪୫।ବ୍ରହ୍ମ ଋଷିମାନେ ଯେ ନାରାୟଣ ତୁଲେ ଥିଲେମହାଗୋଳ ଦେଖିଣ ସେ ସଭିୟେଂ ପଳାଇଲେ ।୧୪୬।ଦୃଭାର ବଳ ଦେଖିଣ ଦାନବ ଅଇରି ନାରାୟଣକଉମୋଦକୀ ଗଦା ସୁମରିଲେ ଚକ୍ର ସୁଦ୍ରିଶେନ ।୧୪୭।ଯହୁଂ ଗଦାଚକ୍ର ସୁମରିଲେ ଜଗନ୍ନାଥଶ୍ରୀକୃଷ୍ଣଂକ କରେ ଆସି ହୋଇଲେ ଉପଗତ ।୧୪୮।କୋଟିୟେ ସୂର୍ଯ୍ୟର ତେଜ ଯେଉଂଣ ଚକ୍ର ସୁଦ୍ରିଶେଣମହାକୋପେ ଶ୍ରୀଭୁଜେ ଚକ୍ର ଧଇଲେ ନାରାୟଣ ।୧୪୯।ନିଦ୍ରାଘ ମୂରତି ପ୍ରଶୁରାମ ତେଜ ଜାଣିମହା ବିଶ୍ୱମୃତ୍ତି ସ୍ୱାମୀ ଦୃଶାଇଲେ ଆଣି ।୧୫୦।ବିଷ୍ଣୁର କାଳାନଳ ମହାତେଜ ମୃତ୍ତି ଦେଖିପଳାଇଲେ କୁରୁବୀରେ ଆସ୍ତାନ ଉପେକ୍ଷି ।୧୫୧।ଭୀଷ୍ମେ ବୋଇଲେ ମହାଭାରତର ଯୁଦ୍ଧେଅର୍ଜୁନରେ ବଧ ବୋଲି ଜାଣୁ ରଣମଧ୍ୟେ ।୧୫୨।ୟେହାଂକର ମୁଖ ଦେଖି ପଡ଼ିବା ରଣଭୂଇଂପରମ ନିରାକୁଳ ନାଥ ବଇକୁଣ୍ଠ ଦେବା ସ୍ୱାମୀ ।୧୫୩।ୟେତେକ ବିଚାରକୁତ କଲା ଅଛି ଆଶଶ୍ରୀହସ୍ତେ ଚକ୍ର ଘେନି ୟେବେ ମାର ହୃଷୀକେଶ ।୧୫୪।ଭୀଷ୍ମେ ବୋଇଲେ ହରି ବିନା ଯୁଦ୍ଧେ ବିନା ଅପରାଧେଶିରଛେଦ ବଇକୁଣ୍ଠ ପାଉ ତୋହୋର ପରସାଦେ ।୧୫୫।ସାଧୁ ଯୋଦ୍ଧାମାନେ କନ୍ଧ ସମର୍ପିଲେ ଆଣିଭଗତ ମତ୍ସଳ ନାଥ ଦୟାକଲେ ଚକ୍ରପାଣି ।୧୫୬।ଆହୋ ମାନଗୋବିନ୍ଦ ତୁ ଅପାର କଲୁନି ଅନୀତିପାଣ୍ଡବଂକ ତୁଲେ ୟେବେ ହୁଅ ଯା ପୀରତି ।୧୫୭।ଇହଲୋକ ପରଲୋକ ଜିଣିବୁ ସମସ୍ତବଂଶ ରକ୍ଷା ଯିବ ୟେବେ କର ସନ୍ଧିଗତ ।୧୫୮।ଦ୍ରିଯୋଧନ ବୋଇଲା ହୋ ଶୁଣିମା ବାସୁଦେବଯେତେମାନେ ପାରନ୍ତୁ ସାଂଗ୍ରାମ କରନ୍ତୁ ପାଣ୍ଡବ ।୧୫୯।କୁରୁ ପାଣ୍ଡବ ସମର ନୋହିଲେ ରଣ ମଧ୍ୟେସାଂଗ୍ରାମ ନ କଲେ ନ ଦିଅଇ ପୃଥୀ ସୂଚିମୁନ ଭେଦେ ।୧୬୦।ପାଣ୍ଡବଂକ ଅଗ୍ରତେ କହସି ହରି ବେଗେ ଯାଇଂଯେତେମାନେ ପାରନ୍ତୁ ସାଂଗ୍ରାମ କରନ୍ତୁ ପାଞ୍ଚଭାଇ ।୧୬୧।ଗୋବିନ୍ଦେ ବୋଇଲେ ରାଜା ଛାଡ଼ ୟେସନେକ ବୁଦ୍ଧିଭାଇକି ଭାଗ ନ ଦେଇ ନାଶ କର ସମ୍ପ୍ରଧି ।୧୬୨।ତୁହୋ ବଂଶ ନାଶନେ ପଶିଲୁ କୁରୁସାଇଂମୋହୋର ଦୂତପଣେ ତୋତେ ୟେତେକ ପ୍ରମାଦ କାହିଂ ।୧୬୩।ଆହୋ ଭୀଷ୍ମ ଦ୍ରୋଣେ ତୁମ୍ଭେ ସାକ୍ଷୀ ହୋଇଥାଅୟେହାର ଦୋଷେ ୟେ ନାଶ ଯାଉଅଛି ମୋତେ ଅପଛାତି ନ ଦିଅ ।୧୬୪।ପାଣ୍ଡବେ ବୋଇଲେ ଅବା ପଞ୍ଚୁଗ୍ରାମ ଦେବାର ନିମନ୍ତେପଡ଼ା ଚାରିଖଣ୍ଡ ଦିଅ ରାଜା ମୋହୋର ଅଗ୍ରତେ ।୧୬୫।ଦ୍ରିଯୋଧନ ବୋଇଲା ପାଣ୍ଡବେ ମୋର ତୁଲେ ସାଂଗ୍ରାମ ନ କଲେୟେକ ପଡ଼ାକଇଂ ଦେଇତେ ନୋହୋଇ ମୋହୋର ବେଳେ ।୧୬୬।ଗୋବିନ୍ଦେ ବୋଇଲେ ମୋହୋର ବୋଲକର ବାବୁଓହୋକୁଳ ରକ୍ଷାଯାଇ ପଡ଼ା ତିନିଖଣ୍ଡ ଦେବୁ ।୧୬୭।ଦ୍ରିଯୋଧନ ବୋଇଲା ହରି ଯଦି ନ କରଇ ସାଂଗ୍ରାମକଦାଶ୍ଚିତେ ମୋହୋର ବେଳେ ଦେଇ ନୋହୋଇ ୟେକ ଗ୍ରାମ ।୧୬୮।ବୋଲନ୍ତି ପୁରୁଷୋତ୍ତମ ଶୁଣହୋ କଉରୋବେବେନିଗ୍ରାମ ଦିଅ ତୁ ନକର ମନ୍ଦଭାବେ ।୧୬୯।ଦ୍ରିଯୋଧନ ବୋଇଲା ତୁ ଶୁଣସି ଦେବହରିବିନା ଯୁଦ୍ଧେ ନ ଦିଅଇ ଗ୍ରାମ ଅର୍ଦ୍ଧସୀମା କରି ।୧୭୦।ଗୋବିନ୍ଦେ ବୋଇଲେ ତୁ କର୍କଶ ମଧୁ ପିଙ୍ଗଳ ଜାତିଆପଣାର ଦୋଷେ ବୁଡ଼ାଇବୁ ୟେତେକ ବିଭୂତି ।୧୭୧।ଆହୋ ସମସ୍ତ ଯୋଦ୍ଧାୟେ ତୁମ୍ଭେ ସାକ୍ଷୀ ହୋଇଥାଅକୃଷ୍ଣ ମନ୍ଦକଲା ବୋଲି ମୋତେ ନିନ୍ଦାକୁ ନ ଦିଅ ।୧୭୨।ବାବୁ ସୁବୁଦ୍ଧି ପଣ୍ଡିତପଣେ ବିଚାର ତୁ ହାଦେୟେକ ପଡ଼ା ଖଣ୍ଡିୟେ ପାଣ୍ଡବଂକୁ ଦ୍ରୋଦେ ।୧୭୩।ଦ୍ରିଯୋଧନ ବୋଲେ ଶୁଣ ଜଗଭୂତ ସ୍ୱାମୀସାଂଗ୍ରାମ ନ କଲେ ନ ଦିଅଇ ସୂଚିମୁନେ ଭୂମି ।୧୭୪।ତାହା ଶୁଣି କୋପେ ବଦୟନ୍ତି ବାସୁଦେବଯେହ୍ନେ କର୍ମର ଘଟଣା କେ ତାହା ଅନ୍ୟଥା କରିବ ।୧୭୫।ୟେତେ ବୋଲି ଦେବ ଯେ ଆସ୍ତାନୁଂ ଓହ୍ଲାଇତିନି ପାଛବର ତଳେ ଉଭା ଯଦୁସାଇଂ ।୧୭୬।ଅନେକ ଅପମାନ ଯହୁଂ ପାଇଲେ ନାରାୟଣହୃଦଗତେ ଲକ୍ଷ୍ମୀଂକୁ କଲେକ ସୁମରଣ ।୧୭୭।ଜୟତୁ ପରମ ସାଧବି ଗୋ ଅଟୁ ମାହେଶ୍ୱରୀଅନାଦି ଅପର୍ଣ୍ଣା ତୁ ମହାସିନ୍ଧୁରୁ ଅବତରି ।୧୭୮।ଅନନ୍ତ ସତ୍ୟଯୁଗେ ସିନ୍ଧୁ ମନ୍ଥନୁ ହେଲୁ ଜାୟେସର୍ବଦା କାଳେ ତୁ ନାରାୟଣକଇଂ ବିନୟେ ।୧୭୯।ମୋହୋର ଇଛା ଯେବେ ଗୋ ଅଛଇ କମଳେଦ୍ରିଯୋଧନର କାନ୍ଧରୁ ଛାଡ଼ି ଅନ୍ତର ହୁଅ ୟେତେବେଳେ ।୧୮୦।ମୋହୋର ଅଭିମାନ ତୁ ଯେବେ ସର୍ବଦା ନ ସହୁତୁ ଯେବେ ମୋହୋର ଭାରିଯା ମୁଂ ତୋହୋର ଯେବେ ପ୍ରହୁ ।୧୮୧।ମୋହୋରେଣ ମହାସତୀ ଅଛଇ ଯେବେ ଆଶମାନଗୋବିନ୍ଦ କନ୍ଧରୁ ଛାଡ଼ିଣ ବେଗେ ଆସ ।୧୮୨।ନାରାୟଣଂକ ମୁଖରୁ ଦେବୀ ୟେସନେକ କଷ୍ଠୋର ବାକ୍ୟ ଶୁଣିଦ୍ରିଯୋଧନ କାନ୍ଧରୁ ଯେ ଛାଡ଼ିଲେ କମଳିଣୀ ।୧୮୩।ବିଜୟେ ମହାଲକ୍ଷ୍ମୀ ଯେ ନାରାୟଣଂକଇଂ ଅଙ୍ଗେଲକ୍ଷ୍ମୀ ଘେନି ବିଜୟେ ଦେବ ଯେ ଶିରୀରଙ୍ଗେ ।୧୮୪।ଗୋବିନ୍ଦେ ବୋଇଲେ ପୁଣି କର୍ଣ୍ଣର ମୁଖ ଚାହିଂଆସନ୍ତେ କୋଇନ୍ତାୟେ ମୋତେ ତିଆରିଲେ ରାଇ ।୧୮୫।ତୁ ଯେବେ ପାଣ୍ଡବଂକର ସୋଦର ଅଟୁ କର୍ଣ୍ଣକଉଂ ଅର୍ଥେ ପାଣ୍ଡବେ ତୁ ହୋଇଲୁ ଯେ ଭିନ୍ନ ।୧୮୬।ଅନେକ କରି ମୋତେ ବୋଇଲେ କୋଇନ୍ତେପାଣ୍ଡବଂକ ତହିଂକି ତୋତେ ନେବାର ନିମନ୍ତେ ।୧୮୭।ୟେବେହେଂ ତୁ ପାଣ୍ଡବନ୍ତ ଅନୁଗ୍ରହ କରଆସ ହୋ କର୍ଣ୍ଣ ଯିବା ୟେବେ ପାଣ୍ଡବଂକ ପୁର ।୧୮୮।କର୍ଣ୍ଣ ବୋଇଲା ଦେବ ଶୁଣିମା ଅଚ୍ୟୁତବାଳୁତ କାଳୁଂ ମାନଗୋବିନ୍ଦ ଯେ ମୋହୋର ମଇତ୍ର ।୧୮୯।ପ୍ରାଣହୁଂ ଅଧିକ ମୋତେ ଦେଖଇ ଯୁଗତେଦେଖୁଂ ଦେଖୁଂ ତାହାକଇଂ ମୁଂ ଛାଡ଼ିବି କେମନ୍ତେ ।୧୯୦।ଯଦ୍ୟପି ପଛିମେ ଉଦୟ ଦିନମଣିପର୍ବତ ଉପରେ ଯେବେ ବିଘଂସିବ ନଳିଣୀ ।୧୯୧।ରାତ୍ରେଣ ଦିବସ ଯେବେ ହୋଇବ ଯଦ୍ୟପିମାନଗୋବିନ୍ଦକୁ କର୍ଣ୍ଣ ଛାଡ଼ଇ କି ତଦ୍ୟାପି ।୧୯୨।ଗୋବିନ୍ଦେ ବୋଇଲେ ତୁ ତ ମୂର୍ଖଭାବ ବାବୁପାଣ୍ଡବେ ଅଭାବ ହେଲେ ନିଶ୍ଚେ ନାଶଯିବୁ ।୧୯୩।କୋଇନ୍ତାୟେ ଦୃଢକରି କହିଲେ ମୋତେ ବାଣୀବଧିର ପ୍ରାୟେ ହୋଇ ତୁ କିଛିହିଂ ନ ଶୁଣି ।୧୯୪।ମୁହିଂ ଯାହା ସମସ୍ୟା କହିଲି ତୋର ଆଗେୟେତେବଡ଼ ସୁଲଭ ଛାଡ଼ଅଛୁ କେଉଂଣ ବାଗେ ।୧୯୫।କର୍ଣ୍ଣ ବୋଇଲା ହରି ଚଳ ଯା ଇନ୍ଦ୍ର ପ୍ରଶସ୍ତେମହାଭାରଥ ଯୁଦ୍ଧ ଅନକୂଳ ହୋଅଇ ଯେମନ୍ତେ ।୧୯୬।ଧୃତିରାଷ୍ଟିକୁ ଯେ ୟେକଛତ୍ର କରାଇବି ନିୟତସାଗ୍ରାଂମେ ପଶି ମାରିବି ପରିଘାଇ ଅଚ୍ୟୁତ ।୧୯୭।ହରି ଅରଜୁନେ ଯେବେ ନିଧନ ନ କରଇତେବେ ସେ ଭାରୋଇମଲ୍ଲ କର୍ଣ୍ଣ ନ ବୋଲାଇ ।୧୯୮।ପ୍ରତଗ୍ୟାଂ କରଇ ବୀର ନିଶରେ ହାତ ଲାଇମଇତ୍ର ଛଳେ ଦ୍ୱନ୍ଦେ ପଶିଲଇଂ ମୁହିଂ ।୧୯୯।ଯେତେକ ପାରନ୍ତୁ ସେ ହରି ଆସନ୍ତୁ ସଜ ହୋଇଆକ୍ରଷିଣ ଗଦା ଧରି ତୋଳିଣ ବୁଲାଇ ।୨୦୦।ମହାଭାରଥ ଯୁଦ୍ଧେ ଯେ ହୋଇବ ସେନାପତିହରି ଅର୍ଜୁନ ମୁଂ ଯେ ମାରିବି ଦୁହିନ୍ତି ।୨୦୧।ତମ୍ୱାଚକ୍ର ପ୍ରାୟେକ ଯେ କର୍ଣ୍ଣର ବେନିଡୋଳାକହୁଂ କହୁଂ ଭାରୋଇମଲ୍ଲ କର୍ଣ୍ଣ ହୋଇଲା ମହାଭୋଳା ।୨୦୨।ବୁଝ ବୁଝ ହରି ମୋହୋର ପ୍ରତଗ୍ୟାଂ ସାମରଥାପାଣ୍ଡବନ୍ତ ବୁଦ୍ଧି ହରି ତୁହି ସେ ଦିଅନ୍ତା ।୨୦୩।କର୍ଣ୍ଣର ମୃତ୍ତି ଦେଖି ଚକିତ ନାରାୟଣକିମ୍ଭୂତ କାରଣେ କର୍ଣ୍ଣ ୟେଡ଼େକ କୋପ ମନ ।୨୦୪।କିସ ଅପରାଧ ତୋତେ କଲାଇଂ ହୋ କର୍ଣ୍ଣୟେ ତୋହୋର ମୃତ୍ତି ଦେଖି ଭୟ କରଇ ମୋର ମନ ।୨୦୫।କର୍ଣ୍ଣ ବୋଇଲା ହରି ଇନ୍ଦ୍ରକଇଂ ପେଶିଲୁମୋହୋର ତହୁଂ ଅମୃତ କୁଣ୍ଡଳ ମଣି ବଜ୍ର ଛଉଂରୀ ନିଆଇଲୁ ।୨୦୬।ତେଣୁକରି କୋପ ତୋତେ କରଇ ଜନାର୍ଦ୍ଦନମହାଭାରଥ ଯୁଦ୍ଧେ ମାରିବି ହରି ଅରଜୁନ ।୨୦୭।କର୍ଣ୍ଣର ମୁଖେ ଯେ ନିରାଧାର ବାକ୍ୟ ଶୁଣିତହୁଂ ନାରାୟଣ କଲେ କମ୍ଭୁ ଶବଦ ବାଣୀ ।୨୦୮।ଜୟେ ଜୟେ ଶବଦ ଶୁଭଇ ଶଙ୍ଖଧୁନିମହାଦେବୀ ଉତସଲ୍ୟ ହୋଇଲା ତାହା ଶୁଣି ।୨୦୯।ଲକ୍ଷ୍ଣଣକୁମାର ଯେ ଗୋଡ଼ାଇଛି ପଛ ପଛଲେଉଟି ଚାହାନ୍ତେ ତାହାକଇଂ ଦେଖିଲେ ଶିରୀବଛ ।୨୧୦।ଗୋବିନ୍ଦେ ବୋଇଲେ କୁମର କିମର୍ଥେ ଆଗମନଲକ୍ଷ୍ମଣ ବୋଇଲା ତୁମ୍ଭେ ଶୁଣ ଜନାର୍ଦ୍ଦନ ।୨୧୧।ମହାଭାରଥ ଯୁଦ୍ଧ ଯେ ଭାଇ ଭାଇରେ କରିବେଭୀମସେନର ହାଥରେ ସମସ୍ତେ ମରିବେ ।୨୧୨।ମୋହୋର ମାତା ମୋତେ କହିଅଛି ବାଣୀବଇକୁଣ୍ଠରେ ଠାବ ତୁ ଦିଅନ୍ତା ଚକ୍ରପାଣି ।୨୧୩।ଲୋତକ ଧାରା କୁମାର ଅଞ୍ଚଳେ ପୋଛଇବଇକୁଲ୍ୟହୋଇ ଜଗନ୍ନାଥଂକ ଚରଣେ ଲମ୍ୱଇ ।୨୧୪।ଦନ୍ତରେ ତିରଣ ଯେ ଗଳାରେ କୋଠାର ଲାଇତ୍ରାହି ତ୍ରାହି ବୋଲିଣ ଯେ କୁମର ହାକଇ ।୨୧୫।ଗୋବିନ୍ଦେ ବୋଇଲେ ବାବୁ ବଇକୁଲ୍ୟତ ଲକ୍ଷ୍ମଣମହା ସନ୍ତୋଷେ ତୋତେ ହୋଇଲି ପ୍ରସନ୍ନ ।୨୧୬।ଲକ୍ଷ୍ମଣ ବୋଇଲା ନାରାୟଣ ସତ୍ୟକରସତେ କି ବର ମୋତେ ଦେବୁ ହୋ ଶ୍ରୀଧର ।୨୧୭।ଗୋବିନ୍ଦେ ବୋଇଲେ ବାବୁରେ କିଛି ତୁମ୍ଭର ମୁଖେ ବାହାର ହୋଇ ପଶଇତେସନେକ ପ୍ରାୟେ ଆମ୍ଭର ବଚନ ନୁହଇ ।୨୧୮।ମାଗସି ବର ମୋତେ ଯେ ତୋହୋର ଇଛାମୋହୋର ବରେ ତୋହୋର ପୁରୁ ମନୋବାଞ୍ଛା ।୨୧୯।ଲକ୍ଷ୍ମଣ ବୋଇଲା ଦେବ ଯେବେ ଦେବୁ ବରୟେ ମୋହୋର ଶିର ଛିଡ଼ୁ ଚକ୍ରରେ ତୋହୋର ।୨୨୦।ଗୋବିନ୍ଦେ ବୋଇଲେ ବାବୁ ୟେହା ସେ ଆଶ କଲୁଂବଂଶରକ୍ଷା ନିମନ୍ତେ ଆମ୍ଭେ ତୋତେ ବର ଦେଉଥିଲୁ ।୨୨୧।ମୋତେ ଗୋଡ଼ାଇଣ ବାବୁ କଲୁ ଯେ ପ୍ରମାଦୟେକାଙ୍ଗ ରାଜ୍ୟଦେଇ ତୋତେ କରିଥାନ୍ତୁ ବୋଧ ।୨୨୨।ଲକ୍ଷ୍ମଣ ବୋଇଲା ସ୍ୱାମୀ ତେଣେ କାର୍ଯ୍ୟ ନାହିଂତୋହୋର ଚକ୍ର ଦେବ ଯେମନ୍ତେ ମୁହିଂ ପାଇ ।୨୨୩।ଅସ୍ତୁ ହୋଉ ବୋଲିଣ ବୋଇଲେ ଚକ୍ରପାଣିସାନନ୍ଦେ କଲେ ସ୍ୱାମୀ ପଞ୍ଚୁଜନ୍ୟ ଶଙ୍ଖଧୁନି ।୨୨୪।ବରପାଇ ଲକ୍ଷ୍ମଣ ଯେ ଆସଇ ସାନନ୍ଦେନ ପାଶୋରିବ ବୋଲି କହି ଲେଉଟିଲା ଆନନ୍ଦେ ।୨୨୫।ମହାଲକ୍ଷ୍ମୀଂକି ଦେଖିଣ ଦେବ ଜନାର୍ଦ୍ଦନେଦ୍ୱାରିକା ପୁରକଇଂ ଯେ ଗଲେକ ଅଭିମାନେ ।୨୨୬।କମଳିଣୀଂକି ଘେନିଣ ବିଜୟେ ଦେବରାଜେଆପଣାର ଭୁବନେ କଲେକ ଦେବ ବିଜେ ।୨୨୭।ଆହୋ ଶ୍ରୀହରି ଅପମାନେ ସେ ବ୍ୟାସଂକର ଦାନପ୍ରବେଶ ବିଦୁର ଯାଇଂ ଯୁଝେଷ୍ଠି ସନ୍ନିଧାନ ।୨୨୮।ଦେଖିଣ ପାଣ୍ଡବେ ଯେ କଲେକ ସନମାନକୁଶଳ ବାରତା ପଚାରନ୍ତି ଯେ ଧର୍ମର ନନ୍ଦନ ।୨୨୯।ଗୋବିନ୍ଦ ବିଜେକଲେ ଯେ ହସ୍ତିନା ଭୁବନକୁକିସ ଉତ୍ତର କଲେ ହରି କଉରୋବମାଂନକୁ ।୨୩୦।କିସ ଉତ୍ତର କଲା ସେ ମାନବଚକ୍ରବ୍ରତୀବିଦୁରେ କହନ୍ତି ସମସ୍ତ ପ୍ରତି ପ୍ରତି ।୨୩୧।ଅନେକ ଲଜ୍ଜା ସେ ପାଇଲେ ଦେବରାଜେସୂଚିମୁନେ ରାଇଜ ତୋତେ ନ ଦିଲା କୁରୁରାଜେ ।୨୩୨।ଅପାର କଷ୍ଠୋର କଥା କହିଲେ ଶ୍ରୀପତିଅନେକ ଦୋଷ ତୋତେ ବାଞ୍ଚ୍ଥିଲା ରାଜା କୁରୁପତି ।୨୩୩।ଅପାର ନିନ୍ଦା ସେ କଲା କୋଇନ୍ତାଂକୁଅନେକ ଧିକ୍ କାର ବାବୁ ବୋଇଲା ଯେ ତୁକୁ ।୨୩୪।କୃଷ୍ଣଂକୁ ଅପାର ସେ ଝିଂଘାସି ବୋଇଲାମାରରେ ଗଉଡ଼କୁ ବୋଲି ଧୁଶାସନେ ଆଗ୍ୟାଂ ଦିଲା ।୨୩୫।ୟେତେକ ଦୁଷ୍ଟମାନେ ଥିଲେକ ସଭାରେଶହସ୍ର ଧରି ପିଟିଲେ ସେ ଶ୍ରୀକୃଷ୍ଣ ଉପରେ ।୨୩୬।ଅନେକ ଶହସ୍ରମାନ ଦହିଜ ହୋଇଲେଦଶ ଅବତାର ରୂପ ଶ୍ରୀହରି ଧଇଲେ ।୨୩୭।ନରସିଂଘ ମୂରତି ହରି ଧଇଲେ ଯେତେବେଳେଦେଖିଣ ପଳାଇଲେ ସେ ସକଳ କୁରୁବଳେ ।୨୩୮।ପଡ଼ା ନ ପାଇ ହରି ଦ୍ୱାରିକାକୁ ଗଲେତୁମ୍ଭର ତହିଂକି ହରି କହିତେ ନଇଲେ ।୨୩୯।ଭୀମସେନ ବୋଇଲେ ହରି ତୁମ୍ଭେ କାଳକୁ ପାଳ ଧର୍ମକାହାକୁ ବୋଲିବା ଆମ୍ଭେ ପୂର୍ବ ଅର୍ଜିତ କର୍ମ ।୨୪୦।ରାଜ୍ୟ ନ ଦେବେ ସେ ଆମ୍ଭନ୍ତ ସ୍ରହୋଦ୍ରପଣ ନ କରିବେନିଚୟେ ଶତେଭାଇ ସେ ଯମପୁରକଇଂ ଯିବେ ।୨୪୧।ଯୁଝେଷ୍ଠି ବୋଇଲେ ଜିଣିମା ସଂସାରକୁସହଦେବ ବୋଇଲେ ଧାତା ସ୍ରିଜିଛି ଆଣି ତାହାଂକୁ ।୨୪୨।ଅର୍ଜୁନ ବୋଇଲେ ହୋ ଅପାର ସଂକଟରୁବେଳେ ଆମ୍ଭେ ତ କାହାଂକୁ ରକ୍ଷାକରୁ ।୨୪୩।ନକୁଳ ବୋଇଲେ ହୋ ମାଇଲେ ଭଲ ହୁଅନ୍ତାୟେତେକାଳ ଆମ୍ଭନ୍ତ ଅବସ୍ତା ନୁହନ୍ତା ।୨୪୪।ସହଦେବ ବୋଇଲେ ହୋ ଲକ୍ଷେ ରାଜାନ୍ତ ଘେନିଆପଣେ ପଶିବେଟି ପୁର ସଞ୍ଜୀବନୀ ।୨୪୫।ୟେମନ୍ତର ସମୟେ ଅଠାଶି ଶହସ୍ର ଋଷିଯୁଝେଷ୍ଠିଂକ ସନ୍ନିଧାନେ ପ୍ରବେଶିଲେ ଆସି ।୨୪୬।ଦେଖି ଆସ୍ତାନ ତେଜ୍ୟାକଲେ ଦେବରାଜାଋଷିମାନନ୍ତ ସେ କଲେ ପାଦାଅର୍ଘ୍ୟେ ପୂଜା ।୨୪୭।ଅଶେଷ କଲ୍ୟାଣ ପାଇ ବସିଲେ ଧର୍ମରାୟେସୁବର୍ଣ୍ଣ ଉତ୍ତରୀ ଦିଲେ ପାରେଶ୍ୱର ତନୟେ ।୨୪୮।ଅଗସ୍ତି ମାରକଣ୍ଡ ମହାଋଷିଂକର ତୁଲେଅଠାଶିସହସ୍ର ଋଷି ଆସ୍ତାନେ ବସିଲେ ।୨୪୯।ଅନ୍ୟୋଅନ୍ୟେ ପଚାରନ୍ତେ କୁଶଳ ବାରତାଯୁଝେଷ୍ଠି କହିଲେ ଶୁଣ ଆମ୍ଭର ପୂର୍ବଚରିତ କଥା ।୨୫୦।ତୁମ୍ଭେ ସାକ୍ଷୀ ହୋଇଥିବା ସର୍ବଋଷିମାନେମୋ ରାଜ୍ୟ ମାଡ଼ି ବସିଲା ରାଜା ଦ୍ରିଯୋଧନେ ।୨୫୧।ମଧ୍ୟପାତ୍ରପଣେ ଗଲେ ଧଉମ୍ୟ ଆବର ବିଦୁରତିଜେଣ ପଠାଆଇଲୁ ଦେବ ଚକ୍ରଧର ।୨୫୨।ସକଳ ବ୍ରହ୍ମାଣ୍ଡର ଯେହୁ ପ୍ରଭୁ ଅଧିକାରୀତାହାଂକୁ ଝିଂଘାସିଲେ ଦୁଷ୍ଟେ ଦୁର୍ବୁଦ୍ଧି ବିଚାରି ।୨୫୩।ତାହାଂକର ଅପମାନ ଶୁଣି ଦେବ ଦଇତାରିବାହାରେ ବାହାରେ ଗଲେ ସେ ଦ୍ୱାରାବତୀ ପୁରୀ ।୨୫୪।ଯୁଝେଷ୍ଠି ପ୍ରତିବାକ୍ୟ ଶୁଣି ମହାଯତିବୋଇଲେ ଯେ ଆମ୍ଭେ ଥିଲୁଂ ଜଗନ୍ନାଥଂକର କତି ।୨୫୫।ମଧ୍ୟସ୍ଥପଣେ ପ୍ରକୃତ କଥା ଯହୁଂ କହିଲେ ଜଗନ୍ନାଥତାହା ଶୁଣି କୋପକଲା ଅନ୍ଧ ଜ୍ୟେଷ୍ଠ ସୁତ ।୨୫୬।ମାରକଣ୍ଡେ ବୋଇଲେ ତୁମ୍ଭେ ଶୁଣ ହେ ଧର୍ମଶିଷବେଳ ନିକଟ ହୋଇଲା କଳିର ପ୍ରବେଶ ।୨୫୭।ପୂର୍ବର କଲାକୃତ୍ୟ କେ ଆନ କରିବମହାଭାରତ ଯୁଦ୍ଧ ହୋଇବ କୁରୁ ଯେ ପାଣ୍ଡବ ।୨୫୮।ଭାରା ନିବାରିବେ ହରି ପାଣ୍ଡବନ୍ତ ଘେନିତେବେ ସେ ଉଶ୍ୱାସ ହୋଇବଟି ଯେ ମେଦିନୀ ।୨୫୯।ପଞ୍ଚପାଣ୍ଡବନ୍ତ କୃଷ୍ଣ ତହିଂ ପାଇଂ ଜାତମହାଭାରଥ ଯୁଦ୍ଧେ ସର୍ବେ ହୋଇବେ ନିପାତ ।୨୬୦।ରହିବେ ଯୁଦ୍ଧରେ ଶେଷ ତେରଜଣ ମାତ୍ରୟେକାଙ୍ଗ ରାଜ୍ୟଭୋଗ କରିବ ପଞ୍ଚୁଭ୍ରାଥ ।୨୬୧।ୟେହା ଶୁଣି ଋଷିମାନଂକୁ ଯେବଣ ଭୋଜନ ବିଧିସଞ୍ଚିତ କରି ଆଣି ଦିଲେକ ସର୍ବସିଦ୍ଧି ।୨୬୨।ଭୋଜନାନ୍ତେ ଆସ୍ତାନେ କଲେକ ସର୍ବଋଷି ବିଜେଋଷିମାନନ୍ତ ବିନୟ ହୋଇଲେ ଧର୍ମରାଜେ ।୨୬୩।ୟେଥିୁ ଅନନ୍ତରେ ଶୁଣସି ମନୁରାୟେଦ୍ୱାରିକାପୁରେ ବିଜୟେ ଦେବକୀ ତନୟେ ।୨୬୪।ଜୟତୁ ସଂକଟ ତାରଣ ବାସୁଦେବଖଣ୍ଡଣ ମଣ୍ଡଣ କରନ୍ତା ନାଥ ତୁହି ସେ ଅଟୁସର୍ବ ।୨୬୫।ଭାରାଭାର ଉଶ୍ୱାସ ଯେ ଦେବ କରିବାର ପାଇଂବିଶ୍ୱକୂଟ ଦ୍ୱନ୍ଦ ଦେବ ଅଛୁ ତୁ ଭିଆଇ ।୨୬୬।ଆପଣେ ମଧ୍ୟସ୍ଥ ଯେ ପୃଥୀଭାରା ନିବାରଣେଶୂଦ୍ରମୁନି ସାରୋଳ ଦାସ କହନ୍ତି ଭାରଥ ପୁରାଣେ ।୨୬୭।୨୫୪୨।