ସନ୍ଧାନ
ଗୋଦାବରୀଶ ମହାପାତ୍ର
୧୮୯୮–୧୯୬୫
- ସଂକଳନ: ରୂପରେଖା
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୯୩
- ସ୍ଥିତି
- ସାର୍ବଜନୀନ (Public domain)
ଊର୍ମିଳ ସାଗରତୀର ସିକତା ତଳପେ ଗିରି ଋଜୁ ପଥେତାରାହୀନ ଯାମିନୀର ଘନ ଅନ୍ଧକାର ଭେଦି ଅବିରତେନିଃସୀମ ନିର୍ଜନ ମରୁ ଦୁସ୍ତର ସରଣୀ ପରଶି ଏ ପଦେତୁମରି ଚରଣ ଚିହ୍ନ ଖୋଜିଛି ସୁନ୍ଦରି, ସହସ୍ର ବିପଦେ ।ଶେଷେ ଗୋ ପାଇଛି ଦେଖା, ଭୁଲିଥିଲି ପରା ଗୁପ୍ତ ବୃନ୍ଦାବନେବକୁଳ ତମାଳମାଳା ହସେ ଯହିଁ ନିତି ତୁମରି ସନ୍ଧାନେ ।ତୁମ ମହିମାର ଗୀତି ଗାଏ ବିହଙ୍ଗମ, ସମୀର ଉତ୍ତାଳେଅବ୍ୟକ୍ତ ମଧୁର ସ୍ୱରେ ଯାଏ ଗୋ ଉଚ୍ଚାରି ଚୁମ୍ବି ଡାଳେ ଡାଳେ ।ଚୁମ୍ବି ତବ ପଦରେଣୁ, ଚୁମ୍ବି ତବ କର ଚୁମ୍ବି ଅନୁକ୍ଷଣଊର୍ମିଳ ସାଗର ସମ ପ୍ରାଣ-ପାରାବାରେ ଦେବି ଗୋ କମ୍ପନ ।ସିକତା ପୁଳିନେ ମୋର ବୁଲିବେ ଏଭଳି ପ୍ରେମଭିକ୍ଷୁ ନିତିପାହିଯିବ ଧରଣୀର କେତେ ଯେ ଯାମିନୀ ଯୁଗ-ଯୁଗ ବିତି ।
ସମ୍ବନ୍ଧିତ ରଚନା
ସୂର୍ଯ୍ୟ ପ୍ରତି ଦୀପ
ଗଙ୍ଗାଧର ମେହେର
ତାରା-ସୂର୍ଯ୍ୟ
ଗଙ୍ଗାଧର ମେହେର