ମିଳିବ ଦେଖା
ଗୋଦାବରୀଶ ମହାପାତ୍ର
୧୮୯୮–୧୯୬୫
- ସଂକଳନ: ରୂପରେଖା
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୧୦୧
- ସ୍ଥିତି
- ସାର୍ବଜନୀନ (Public domain)
ତୁମରି ମୁଖଶିରୀ ଦେଖିବା ପାଇଁ ସହି,ନିବିଡ଼ ଅନ୍ଧାରେ ଗଲି ମୁଁ ତରୀ ବାହି ।ଜୀବନେ ଯଉବନ ମିଳନ ମଧୁରିମାମଣିଲି ଲଭିଛି ଗୋ ତୁମରି ପାଖେ ସୀମା ।ଯେତିକି ଚରଣ ଗୋ ଚଳିଲା ତରତରେ,ତରୀ ମୋ ଥରି ଥରି ଭାସିଲା ଯେତେ ଖରେ,କାହିଁ କି ଦୂରେ କାହିଁ ସୁଦୂରେ କାହା ପୁରେଅଦେଖା ରହିଲା ମୋ ଜୀବନେ କାଳେ କାଳେ ।ଖାଲି ଗୋ ତବ ପଦପରଶ-ଲଗା ତଳନୀରବେ ଛୁଇଁ ଖାଲି କପାଳେ ଦେଲି କର ।ଚରଣ-ପରଶର ସେ ଯେତେ କ୍ଷୀଣ ରେଣୁସତେ ବା ଝଡ଼ିଥିଲା ତୁମରି ସେ ଚରଣୁ !ଏ ତନୁ ପରେ ବୋଳି ସେ ରେଣୁ ଗୋଟି ଗୋଟିନୋଇଁଲି ଶିର ଧୀରେ ପ୍ରଣମି ଶତକୋଟି ।ଅଧରେ ଛୁଇଁ ଧରା ଚୁମିଲି ଯେତେ ଯହିଁସେ କଥା କହିଲେ କି ମିଳିବ ଦେଖା, ସହି !
ସମ୍ବନ୍ଧିତ ରଚନା
ସୂର୍ଯ୍ୟ ପ୍ରତି ଦୀପ
ଗଙ୍ଗାଧର ମେହେର
ତାରା-ସୂର୍ଯ୍ୟ
ଗଙ୍ଗାଧର ମେହେର