ସମୟ
ଚିନ୍ତାମଣି ମହାନ୍ତି
୧୮୬୭–୧୯୪୩
- ସଂକଳନ: ତୀର୍ଥବାରି
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୭୩
- ସ୍ଥିତି
- ସାର୍ବଜନୀନ (Public domain)
ସମୟ ଅନାଦି, ପୁଣି ମହାପୁରାତନ,କେବେ ଯେ ଘଟନା-ଉର୍ମି ସମୟ-ସାଗରେଉଠି ଅନୁକ୍ଷଣ ଶେଷେ ମିଶୁଅଛି ତହିଁ,ଭାବିଲେ ତା, ହୁଏ ଚିତ୍ତ ବିସୟେ ଅବଶ ।ସମୟର ମହାମୁଲ୍ୟ ଅତି ଅନୁପମ,ଅଛି ଯେତେ ରତ୍ନରାଜି ସପ୍ତରତ୍ନାକରେ,ଆବର ବସୁଧାଗଭେ, କରେ ଠୁଳ ତାହା,ହେବ ସେ ଉଶ୍ୱାସ ନିଶ୍ଚେ ମୁହୁର୍ତ୍ତକଠାରୁ ।ନିମେଷ ସମୟମାତ୍ରେ ହୋଇପାରେ ଭବେକେତେ କେତେ ମହା କାର୍ଯ୍ୟ ସଂସାଧିକ,ତାହା ଏକା ସ୍ରଷ୍ଟା ପାତା ନିୟନ୍ତା ବିଶ୍ୱର ।ସମୟ ଚଞ୍ଚଳ ବଡ଼, ଯାଏ ଧରୁ ଧରୁଉଡ଼ି, ପୁଷ୍ପସାର ପ୍ରାୟ, ଜଗେ ଯେ ତାହାକୁବୃଷ୍ଟି ହୁଏ ତାହା ପ୍ରାଣେ ଦେବ-ଆଶୀର୍ବାଦ ।
ସମ୍ବନ୍ଧିତ ରଚନା
ସୂର୍ଯ୍ୟ ପ୍ରତି ଦୀପ
ଗଙ୍ଗାଧର ମେହେର
ତାରା-ସୂର୍ଯ୍ୟ
ଗଙ୍ଗାଧର ମେହେର
ଅଛତ ଅନ୍ତରେ
ଲକ୍ଷ୍ମୀନାରାୟଣ ସାହୁ
ଗୀତାଭିଧାନ
ଉପେନ୍ଦ୍ର ଭଞ୍ଜ