ଜରା
ଚିନ୍ତାମଣି ମହାନ୍ତି
୧୮୬୭–୧୯୪୩
- ସଂକଳନ: ତୀର୍ଥବାରି
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୭୦
- ସ୍ଥିତି
- ସାର୍ବଜନୀନ (Public domain)
ଭୀଷଣ ରାକ୍ଷସୀ ଜରା, ମୃତ୍ୟୁଅଗ୍ରଦୁତୀ,ବୀଭତ୍ସା, ବିରୂପା, ଶୋଷି ସାମର୍ଥ୍ୟ, ସାହସସଶୋଣିତ, ଆଣି ଦିଏ କର୍ମ-ବିମୁଖତା,ଆଳସ୍ୟ, ଦୌର୍ବଲ୍ୟ, ଦୁଃଖ, କଳେବର ସହକରିଦିଏ ମନୋବୃତ୍ତି ନିସ୍ତେଜ ଆସାଢ଼ ।ଅବଶ ଇନ୍ଦ୍ରିୟବର୍ଗ, କାମନା ଶିଥିଳ,ଆହାରେ ବିହାରେ କିମ୍ବା ଶୟନେ ଅରୁଚି,ବାର୍ଦ୍ଧକ୍ୟର ଧର୍ମ ଏହା, ପଡ଼ି ତା ହାବୁଡ଼େଜୀବନ୍ତ ମରଣ ଦଶା ଭୁଞ୍ଜେ ଭବେ ଜୀବ ।ପ୍ରଭୋ, ଜୀବକୁଳ ପରା ତୁମ୍ଭରି ପ୍ରେରିତତବ କାର୍ଯ୍ୟ ସାଧନାର୍ଥେ, ମହୀ-କର୍ମଶାଳେ,କିପାଁ କର ଜରାଜୀର୍ଣ୍ଣ ତେବେ, ହେଲେ ସେହୁଶକ୍ତିସ୍ଫୁର୍ତ୍ତିହୀନ, ଭଲା କେବନ୍ତେ ପାଳିବସେ ମହାକର୍ତ୍ତବ୍ୟ, ତବ ପାବନ ଆଦେଶ ?
ସମ୍ବନ୍ଧିତ ରଚନା
ସୂର୍ଯ୍ୟ ପ୍ରତି ଦୀପ
ଗଙ୍ଗାଧର ମେହେର
ତାରା-ସୂର୍ଯ୍ୟ
ଗଙ୍ଗାଧର ମେହେର
ଅଛତ ଅନ୍ତରେ
ଲକ୍ଷ୍ମୀନାରାୟଣ ସାହୁ
ଗୀତାଭିଧାନ
ଉପେନ୍ଦ୍ର ଭଞ୍ଜ