ସମାଜ
ନନ୍ଦକିଶୋର ବଳ
୧୮୭୫–୧୯୨୮
- ସଂକଳନ: ଚାରୁଚିତ୍ର
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୬୮
- ସ୍ଥିତି
- ସାର୍ବଜନୀନ (Public domain)
ମାନବ ସମାଜ ଘୋର ସଂଗ୍ରାମ–ପ୍ରାଙ୍ଗଣ,ଯୋଗ୍ୟତମ ଜୟୀ ହୋଇ ଯାପନ୍ତି ଜୀବନ,ବିଜେତା ଉଡ଼ାଏ ଦର୍ପେ ଜୟବୈଜୟନ୍ତି,ସବଳେ ସ୍ୱପଦତଳେ ନିର୍ବଳେ ଦଳନ୍ତି,ଆତ୍ମସୁଖ–ଅର୍ଥେ ଏଥି ଯୁଝନ୍ତି ସକଳ,ମରଇ ବିଜିତ ହୋଇ ସେ ଥାଏ ନିର୍ବଳ,ଜୀବନ୍ମୃତ ହୋଇ ଜିତ ଗମଇ ଶ୍ମଶାନ,ଅକାଳେ ନିର୍ବଳ ପ୍ରାଣ କରେ ତା ପ୍ରୟାଣ,ତଥାପି ମାନବ–ସଙ୍ଗ କରି ମୁଁ ବର୍ଜନଜୀବନ–ସଂଗ୍ରାମ–ଭୟେ ନ ଯିବଇଁ ବନ,ସଂଗ୍ରାମ ଜୀବନ ସିନା, ନିଶ୍ଚେଷ୍ଟ ପରାଣଅଟଇ ଶ୍ମଶାନସ୍ଥିତ ଶବର ସମାନ,ଜୀବନ–ସଂଗ୍ରାମ ଅଟେ ନିୟତିର ବିଧି,ଯୁଝି ଘୋର କର ଭାଇ ସର୍ବ କର୍ମ ସିଦ୍ଧି ।
ସମ୍ବନ୍ଧିତ ରଚନା
ଜରା-ମରଣ
ନନ୍ଦକିଶୋର ବଳ
ତୀର୍ଥ ଯାତ୍ରା
ନନ୍ଦକିଶୋର ବଳ