ଚାରୁଚିତ୍ର
୧୮୭୫–୧୯୨୮
- ସଂକଳନ: ଚାରୁଚିତ୍ର
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୧୩୯
- ସ୍ଥିତି
- ସାର୍ବଜନୀନ (Public domain)
ଧନ୍ୟ ଗୋ ପ୍ରକୃତି ଧନ୍ୟ ଚାରୁଶୀଳେଧନ୍ୟ ତୋ ବିଚିତ୍ରଲୀଳା,ସୃଷ୍ଟି–ପ୍ରାରମ୍ଭରୁ ତୋ ଗୂଢ଼ ରହସ୍ୟକେହି ଭେଦି ନ ପାରିଲା !କାହାର ଆଦେଶ ଏ ଆକାଶ–ଦେଶେଗ୍ରହଗଣର ପ୍ରୟାଣ,କାହାର ଆଜ୍ଞାରେ ଶୋଭେ ଶୂନ୍ୟ–ଦେଶେସୁନୀଳ ନଭ–ଖିଲାଣି ?କେଉଁ ଉଦ୍ଦେଶରେ ଶୂନ୍ୟ ଗଗନରେଟେକିଅଛି ଗିରି ମଥା,କାହା ଆଜ୍ଞା ପାଳି ଶୋଭେ ମହୀ ବକ୍ଷେବନସ୍ପତି ସଙ୍ଗେ ଲତା ?କାହା ଆଜ୍ଞାବଳେ କଳକଳ କଳେବହିଯାଏ ସ୍ରୋତସ୍ୱତୀ,କେଉଁ ଶକ୍ତି ଭୟେ ବହଇ ଅନିଳପ୍ରବଳ ବା ଧୀରଗତି ?କାହା ଆଦେଶରେ ଜଳେ ଅବିରତଅଗ୍ନି ଏ ମହୀମହୀଳେ,କାହାର ବିଧାନେ ବିଚରନ୍ତି ପ୍ରାଣୀମହୀତଳେ—ଜଳେ ସ୍ଥଳେ ?ନିୟତିର କର୍ମ କେମନ୍ତ ନୀରବକେମନ୍ତ ବୈଚିତ୍ର୍ୟମୟ;କେମନ୍ତ କୌଶଳେ ହୋଇଛି ସଂଯୁକ୍ତସୃଷ୍ଟି ସ୍ଥିତି ସଙ୍ଗେ ଲୟ ।ଦିବା ନିଶି ଉଷା ମଧ୍ୟାହ୍ନ ପ୍ରଦୋଷନିଶୀଥ ଆଦି କେମନ୍ତନିଦାଘ ପ୍ରାବୃଟ ଶରତ ହେମନ୍ତଶିଶିର ପୁଣି ବସନ୍ତଆସନ୍ତି ଯାଆନ୍ତି ଅଲକ୍ଷ୍ୟ ଭାବରେନୀରବେ ସ୍ୱକର୍ମ ସାଧି,ହେ ଅଜ୍ଞେୟ ପ୍ରଭୋ ଧନ୍ୟ ବିସ୍ତାରିଛଏ ବିଶ୍ୱେ ବିଶାଳ ଆଧି !ଧନ୍ୟ ସତ୍ୟ ଶିବ ସୁନ୍ଦର ଦେବତାଅନନ୍ତ ଶାନ୍ତ ପବିତ୍ର,ଆଶୀର୍ବାଦ କର ଯାଉ ଏ ଜୀବନଦେଖି ସୃଷ୍ଟି–ଚାରୁଚିତ୍ର ।
ସମ୍ବନ୍ଧିତ ରଚନା
ଜରା-ମରଣ
ନନ୍ଦକିଶୋର ବଳ
ତୀର୍ଥ ଯାତ୍ରା
ନନ୍ଦକିଶୋର ବଳ