ସକଳ ଆଦର୍ଶ ଏଥି ବଡ଼
୧୮୭୫–୧୯୨୮
- ସଂକଳନ: ପ୍ରଭାତ-ସଙ୍ଗୀତ
- ପଢ଼ିବା ସମୟ
- ୨ ମିନିଟ୍
- ଶବ୍ଦ
- ୨୮୭
- ସ୍ଥିତି
- ସାର୍ବଜନୀନ (Public domain)
ଏହାହିଁ ତ ଆଦଶ ଧର୍ମର ।ସାନ୍ତ ନର କରେ ସଦା ପୂଜାମହାନ ସେ ଭୂମା ଅନନ୍ତର ।ଧନ୍ୟ ଏହି ମହାନ ଆଦର୍ଶ,ଧନ୍ୟ ଆହେ ଭକ୍ତ ନୃପବର !ଧନ୍ୟ ଏହି ବିଶାଳକଳ୍ପନା,ଧନ୍ୟ ମହା ସଂକଳ୍ପ ତୁମ୍ଭର !ଧନ୍ୟ ମହା ଉତ୍କଳ ଶିଳ୍ପି ! ଧନ୍ୟଧନ୍ୟ ତବ ଧୈର୍ଯ୍ୟ କଉଶଳଧନ୍ୟ ଏହି ମନ୍ଦିର ଗଠନ,ପୂଜାବିଧି, ଧନ୍ୟ ମା ଉତ୍କଳ !
—୪—
ହିମାଦ୍ରିର ଉପକଣ୍ଠ−ଦେଶେଭାରତର ଉତ୍ତର ଅଞ୍ଚଳେଅବତରି ଶାକ୍ୟସିଂହ ବୁଦ୍ଧସାମ୍ୟମୈତ୍ରୀ−ଧର୍ମ ପ୍ରଚାରିଲେ ।ନିଖିଳ ଭାରତେ ଯା ସଞ୍ଚରିକରିଦେଲା ପୌରୋହିତ୍ୟ ଚୂର୍ଣ୍ଣ,ଅହିଂସା−ଧର୍ମର ମହାଦୀକ୍ଷା—ଜ୍ଞାନେ କଲା ଏ ଭୁବନ ପୂର୍ଣ୍ଣ ।କିନ୍ତୁ ପୁଣି ବ୍ରାହ୍ମଣ୍ୟ−ପ୍ରତାପଅତ୍ୟାଚାରେ ହେଲା ଜର୍ଜ୍ଜରିତ,ହିମାଚଳୁଁ କନ୍ୟା−କୁମାରିକା—ଯାଏ ହେଲା ଭାରତୁଁ ତାଡ଼ିତ ।ଧନ୍ୟ ମୋ ଉତ୍କଳ ! ତୁହି ଧନ୍ୟସାମ୍ୟର ସେ ପୁଣ୍ୟ ବୈଜୟନ୍ତୀତବ ଅଙ୍କେ ତବ ଦୀନ ସୁତେଆଜି ଯାଏ ସ୍ତୋକେ ଧରିଛନ୍ତି ।କୋଶଳ, ମଗଧ, ଅଙ୍ଗ, ବଙ୍ଗଦ୍ରାବିଡ଼ ଓ କର୍ଣ୍ଣାଟ ଏମାନମହାରାଷ୍ଟ୍ର, ଗୁର୍ଜ୍ଜର, ପଞ୍ଜାବରାଜସ୍ଥାନ ସେ ଧର୍ମ−ସମ୍ମାନବିସୋରିଛି, ମାତ୍ର ମା ଉତ୍କଳ !ରଖିଛୁ ତା ପୁଣ୍ୟ ନ୍ୟାସ ସମ,ଧନ୍ୟ ମା ଉତ୍କଳ ! ଶତ ଧନ୍ୟସନ୍ତର୍ପଣେ ସଞ୍ଚିଲୁ ସେ ଧର୍ମ ।
—୫—
ମାନବମାନସେ ତିନି ଶକ୍ତିଇଚ୍ଛା−ବୁଦ୍ଧି−ଭାବ ସମ୍ମିଳିତ,ଏ ଶକ୍ତି−ତ୍ରିତୟ−ବହିଃସ୍ଫୁର୍ତ୍ତିକର୍ମ−ଜ୍ଞାନ−ପ୍ରେମେ ପ୍ରକାଶିତ ।ଏ ତିନି କ୍ରିୟାର ମହାଲକ୍ଷ୍ୟସତ୍−ଚିତ୍−ଆନନ୍ଦ ତ୍ରିତୟଜୀବେ ସାନ୍ତ ପରମେ ଅନନ୍ତସତ୍ୟ−ଶିବ−ସୁନ୍ଦର ଅକ୍ଷୟ ।ତ୍ରିଗୁଣ, ତ୍ରିଚକ୍ର, ତିନିଶକ୍ତିତ୍ରିଯୋଗର ମହା ସମାବେଶ,ଶ୍ରୀକ୍ଷେତ୍ରେ ଅନନ୍ତ ମତଭେଦଅଶେଷ ଦ୍ୱନ୍ଦ୍ୱର ଅବଶେଷ ।ବୌଦ୍ଧ−କର୍ମ, ଦର୍ଶନର ଜ୍ଞାନ,ପୁରାଣର ଭକ୍ତିଲୀଳା ଠୁଳେ ।ସର୍ବେ ହୋଇ ମେଳ ଏ ଶ୍ରୀକ୍ଷେତ୍ରେକି ସୁନ୍ଦର ନୀଳ ସିନ୍ଧୁକୂଳେ ।ତିନି ଲୀଳା ସୃଷ୍ଟି−ସ୍ଥିତି−ଲୟ,ତିନି ଗୁଣ ସତ୍ତ୍ୱ−ରଜ ତମ,ବୁଦ୍ଧ−ଧର୍ମ−ସଙ୍ଘ ତିନି ଚକ୍ରେପୂଜା ପାନ୍ତି ଜୀବ ଓ ପରମ ।ସାଧନା ଯାହାର ଯେଉଁପରି,ସିଦ୍ଧି ହୁଏ ତାହାର ତେମନ୍ତ,ସଗୁଣ ନିର୍ଗୁଣ ଏକ ବ୍ରହ୍ମବିଶ୍ୱମୟ ବ୍ୟାପ୍ତ ସେ ଅନନ୍ତ ।ଭିତରେ ବାହାରେ ସେହି ଆତ୍ମାସାକାର ଓ ନିରାକାର ହରି,ବିରାଜନ୍ତି ବିଶ୍ୱ−ରନ୍ଧ୍ରେ ରନ୍ଧ୍ରେପୁଣି−ବିଶ୍ୱ ଅତିକ୍ରମ କରି ।ଅନନ୍ତ ସେ ସର୍ବଶକ୍ତିମାନସର୍ବବ୍ୟାପୀ ବ୍ରହ୍ମ ସର୍ବଦର୍ଶୀ,ସର୍ବଘଟେ ବିହରନ୍ତି ପୁଣିପ୍ରାଣେ ପ୍ରାଣେ ପ୍ରୀତିଭରେ ସ୍ପର୍ଶି ।ଅସୀମ ଅନନ୍ତ ଭୂମା ବିଶ୍ୱେଚିନ୍ତାତୀତ ଯେଉଁ ଜଗନ୍ନୀଥ,ମନ୍ଦିରେ ବା ହୃଦୟ−କନ୍ଦରେପୂଜା ପାନ୍ତି ସେହି ପ୍ରାଣକାନ୍ତ ।ବଳୀୟାରଭୁଜ, ଚକାଡ଼ୋଳାବିଜେ ରତ୍ନ−ସିଂହାସନୋପରି,ସର୍ବଶକ୍ତିମାନ, ସର୍ବଦର୍ଶୀ,ବିରାଜନ୍ତି ବିଶ୍ୱ ପୂର୍ଣ୍ଣ କରି ।
ସମ୍ବନ୍ଧିତ ରଚନା
ନାନାବାୟା ଗିତ
ନନ୍ଦକିଶୋର ବଳ
ଗୋପାଳକୃଷ୍ଣଙ୍କ ଚଉତିଶା
ଗୋପାଳକୃଷ୍ଣ ପଟ୍ଟନାୟକ
ଜରା-ମରଣ
ନନ୍ଦକିଶୋର ବଳ
ତୀର୍ଥ ଯାତ୍ରା
ନନ୍ଦକିଶୋର ବଳ