ନବବର୍ଷେ (୩)
ନନ୍ଦକିଶୋର ବଳ
୧୮୭୫–୧୯୨୮
- ସଂକଳନ: ପ୍ରଭାତ-ସଙ୍ଗୀତ
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୧୧୪
- ସ୍ଥିତି
- ସାର୍ବଜନୀନ (Public domain)
ନବୀନ ବରଷେ ଆଜି ଦେଖ ଦେଖ ଭାଇ !ନବୀନ ମୁକୁର ମୁଁ ଆଣିଛି ତୁମ୍ଭ ପାଇଁ ।ତିମ୍ଭରି ଆନନ ଛବି ଦେଖ ନୁହେଁ ଅନ୍ୟଧରି ଏ ମୁକୁର ନିଜେ ମଣିଅଛି ଧନ୍ୟ ।ଦେଖ ଦେଖ ଭାଇ ଏଥି ନିଜ ମାତୃମୁଖଦେଖିଲେ ନିକର ହେବ ଦୁର୍ବିସହ ଦୁଃଖ ।ପୁରାତନ ବର୍ଷ ଶେଷ−ନିଶି ହେଲା ଗତଉଠ ଉଠ ମୁଖ ଧୁଅ ହୋଇ ସୁଜାଗ୍ରତ ।ପାହିଛି ବିଗତ ନିଶି ଉଇଁଅଛି ରବି,ନବୀନମୁକୁରେ ଦେଖ ନବମୁଖଛବି ।ପୁଣ୍ୟଭୂମି ଏ ଉତ୍କଳ ପବିତ୍ର ପୁରାଣଆମ୍ଭ ଜନ୍ମଭୂମି ଭାଇ ନୁହେଁ ଏ ସାମାନ୍ୟ ।ଆମ୍ଭରି ଦୋଷରୁ କିନ୍ତୁ ଅଟେ ଅଭାଗିନୀସୁତଦୁଃଖ ସୁମରିଣ ହୁଅନ୍ତି ଦୁଃଖିନୀ ।ଆସ ହେ ସକଳ ଭାଇ ଲଭି ମନୁଷ୍ୟତାଫିଙ୍ଗିଦେବା ଦୂରେ ପ୍ରାଣ−ଜନନୀ−ଦୀନତା ।ପ୍ରତି ଧୂଳିକଣା ତାର ସ୍ୱର୍ଣ୍ଣରେଣୁ ମଣିମଣ୍ଡିବା ମସ୍ତକେ ଯେହ୍ନେ ମୁକୁଟରେ ମଣି ।ଜନ୍ମିଥାଇଁ ଆମ୍ଭେ ପୁଣ୍ୟ ଉତ୍କଳ ଦେଶରଏହା କି ଅଳପ ଭାଗ୍ୟ ଆମ୍ଭମାନଙ୍କର !
ସମ୍ବନ୍ଧିତ ରଚନା
ନାନାବାୟା ଗିତ
ନନ୍ଦକିଶୋର ବଳ
ଗୋପାଳକୃଷ୍ଣଙ୍କ ଚଉତିଶା
ଗୋପାଳକୃଷ୍ଣ ପଟ୍ଟନାୟକ
ଜରା-ମରଣ
ନନ୍ଦକିଶୋର ବଳ
ତୀର୍ଥ ଯାତ୍ରା
ନନ୍ଦକିଶୋର ବଳ