ସାଗର
୧୮୪୮–୧୯୧୮
- ସଂକଳନ: କବିତା କଳାପ (ଦ୍ୱିତୀୟ ଭାଗ)
- ପଢ଼ିବା ସମୟ
- ୨ ମିନିଟ୍
- ଶବ୍ଦ
- ୩୨୨
- ସ୍ଥିତି
- ସାର୍ବଜନୀନ (Public domain)
ହେ ସାଗର ତବ ବିସ୍ତୀର୍ଣ୍ଣ ଆକାର,ଦେଖିଲେ ହୃଦୟେ ଆନନ୍ଦ ଅପାର,ଏ ବିଶାଳରୂପ ଅଛି କି କାହାର,ମେଦିନୀମଣ୍ଡଳେ ପ୍ରଧାନ ଗଣି ।ଉଠଇ ତରଙ୍ଗ ପର୍ବତ ପ୍ରମାଣ,ଗର୍ଜେ ନାଗରାଜ ଗର୍ଜନ ସମାନ,ଜଳେ ଜଳସେତୁ ହୁଏ କି ନିର୍ମାଣ,ଭାବଇ ମନରେ ଆଶ୍ଚର୍ଯ୍ୟ ମଣି ।୧।ସେ ତରଙ୍ଗ ପୁଣି ଖେଳେ ନାନାରଙ୍ଗେ,ଯେତେ ଜଳଚର ଜୀବଜନ୍ତୁସଙ୍ଗେ,ରାଶି ରାଶି ବାଧା ଅବହେଳେ ଲଙ୍ଘେ,ଧୀରେ ଧୀରେ ତୀର କରେ ଚୁମ୍ୱନ ।ତରଙ୍ଗଛଳରେ ସତେ କି ସାଗର ,ପ୍ରବଳପ୍ରତାପ ଦେଖାଅ ତୁମ୍ଭର,ଏ ମହୀମଣ୍ଡଳେ ନାହିଁ ରେ ଅପର,ଜାଣ ଅବନୀର ସକଳଜନ ।୨।ପୂର୍ବେ ଦେବଗଣ ସାଗର ମନ୍ଥନ,କରି ତବ ଗଭୁଁ କଲେ ଆହରଣ,ନାନା ମଣି ମୁକ୍ତା ଅମୂଲ୍ୟରତନ,ଅମର ହୋଇଲେ ଅମୃତପାନେ ।ଦ୍ୱିତୀୟ ଥରରେ ପୁଣି ତ୍ରିଲୋଚନ,କଲେ ରତ୍ନାକର ତୁମ୍ଭଙ୍କୁ ମନ୍ଥନ,ରାଗେ କଲ ତହୁଁ ବିଷଉଦ୍ଗାରଣ,ତୃପ୍ତ ହେଲେ ଶିବ କି ଶିକ୍ଷାଦାନେ ।୩।ଲୋକରେ ପ୍ରସିଦ୍ଧ ଅଯୋଧ୍ୟାରାଜ୍ୟରେ,ଥିଲେ ନୃପବର ସଗରନାମରେ,ତାହାଙ୍କ ତନୟେ ସ୍ୱକୀୟବଳରେ,କଲେକ ତୁମ୍ଭର ଦେହନିର୍ମାଣ ।ତେଣୁ ଯେ ତୁମ୍ଭର ହୋଇଛି ସାଗର,ନାମଟି ମେଦିନୀମଧ୍ୟରେ ପ୍ରଚାର,ଯାହାର ବିଶ୍ୱାସ ଯେମନ୍ତ ପ୍ରକାର,ସେ କରେ ମନରେ ତେମନ୍ତ ଜ୍ଞାନ ।୪।ଧନ୍ୟ ହେ ସାଗର ମହିମା ତୁମ୍ଭର,ତୁମ୍ଭ ଯୋଗେ ଦେଶେ ବାଣିଜ୍ୟ ବ୍ୟାପାର,ନାନା ଦ୍ରବ୍ୟ ନିଅ ଦେଶଦେଶାନ୍ତର,ଅର୍ଣ୍ଣବଯାନକୁ ବକ୍ଷରେ ଧରିଉପସାଗର ବା ସାଗରଶାଖାରେ,ପ୍ରବେଶ ହୋଇଛ ବିଶେଷପ୍ରକାରେ,ଯେଉଁ ଭୂଭାଗରେ କି ବର୍ଣ୍ଣି ତାହାରେ,କରିଛ ଐଶ୍ୱର୍ଯ୍ୟ ଅଧିକକରି ।୫।ତୁମ୍ଭ କୃପା ନୋହିଥିଲେ ରତ୍ନାକର,ଏ ଐଶ୍ୱର୍ଯ୍ୟ ଆଜି ଇଂଲଣ୍ଡରାଜ୍ୟର,ହୁଅନ୍ତା କି କେବେ ନୟନଗୋଚର,ତୁମ୍ଭେତ କାରଣ ନିଶ୍ଚୟ ଜାଣେ ।ତବଯୋଗେ ସିନା ବୀର କଲମ୍ୱସ,ଆମେରିକାଦେଶ କଲେକ ପ୍ରକାଶ,ତେଣୁ ସେ ଇଂରାଜଜାତିର ନିବାସ,ତୁଲ୍ୟ କେଉଁ ଦେଶ ଧନେ ବା ମାନେ ।୬।ଯେବେ ଇୟୁରୋପବାସୀ ଲୋକଗଣ,
ସମ୍ବନ୍ଧିତ ରଚନା
ସୂର୍ଯ୍ୟ ପ୍ରତି ଦୀପ
ଗଙ୍ଗାଧର ମେହେର
ତାରା-ସୂର୍ଯ୍ୟ
ଗଙ୍ଗାଧର ମେହେର