ଚାତକ — ଗୋବିନ୍ଦ ରଥ · ସ୍ୱର୍ଣ୍ଣଲିପିଚାତକ ବୋଲଇ ହେ ଜଳଧର,ପବନେ କମ୍ପାଅ ମୋ କଳେବର ।ଭୟଙ୍କର ନାଦେ ଭୟ ଦେଖାଅ,କରକାଘାତରେ ଚୂର୍ଣ୍ଣ କରାଅ ।ସହଜେ ତୁମ୍ଭଙ୍କୁ ଛାଡ଼ି ନ ଯିବି,ମରିବା ପର୍ଯ୍ୟନ୍ତ ପଡ଼ି ରହିବି ।ନାହିଁ ଗତି ମୋର କାହିଁ ହେ ଆନ,ତୁମ୍ଭ ବାରିବିନ୍ଦୁ ମୋର ଜୀବନ ।କେତେ କାଳୁଁ ଊର୍ଦ୍ଧ୍ୱମୁଖେ ଗଗନ,ଚାହିଁ ରହିଅଛି ହେ ନୀଳଘନ ।ଦେଖିଲି ସ୍ୱରୂପ ଆଜି ତୋହର,ଆଶା ବଳବତୀ ତେଣୁ ମୋହର ।ତୁମ୍ଭର ସୁଦୟା ଯେବେ ନୋହିବ,ତେବେ ଏ ଗରିବ କାହୁଁ ବଞ୍ଚିବ ।ତୁମ୍ଭେ ବଡ଼ ଲୋକ ଅଟ ଜଳଦ,ଚାତକର ହେଉଅଛ ଦୁଃଖଦ ।କଳଙ୍କ ହେଉଛି ତୁମ୍ଭ ନାମରେ,ନିର୍ଦ୍ଦୟ ନିଷ୍ଠୁର ବୋଲି ଲୋକରେ ।ଆହେ ନବ ଘନ ଜଳ ଆଧାର,ପୂର୍ଣ୍ଣ କରୁଅଛି ନଦୀ ସାଗର ।ମୋ ଚଞ୍ଚୁପୁଟରେ ରହିବ କେତେ,ଏଥିପାଇଁ ତୁମ୍ଭେ ନିର୍ଦ୍ଦୟ ଏତେ ।ଘେନି ମୋ ବିନତି ହେ ନୀଳଘନ,ଜୀବନ ଦେଇ ମୋ ରଖ ଜୀବନ ।ଅଜବିଳାପଦିନେ କୋଶଳନୃପତି ମହାରାଜ ଅଜ ।ଉଦ୍ୟାନ ଭ୍ରମଣଅର୍ଥେ ହୋଇଲେକ ସଜ ।ସ୍ୱପ୍ରିୟା ଇନ୍ଦୁମତୀଙ୍କି ସଙ୍ଗରେ ଘେନିଲେ ।ନଗରଉପବନରେ ପ୍ରବେଶ ହୋଇଲେ ।ଶଚୀସଙ୍ଗେ ଶଚୀପତି ଦିଶନ୍ତି ଯେସନ ।ଯୁବକ ଯୁବତୀ ଦୁହେଁ ଦିଶିଲେ ତେସନ ।ଦେବର୍ଷି ନାରଦମୁନି ହାତେ ବୀଣା ଧରି ।ଆକାଶମାର୍ଗରେ ଯାଉଥିଲେ ଅନୁସରି ।ତାହାଙ୍କ ବୀଣାରୁ ପୁଷ୍ପମାଳା ବାୟୁଭରେ ।ଛିଡ଼ିଣ ପଡ଼ିଲା ଇନ୍ଦୁମତୀଙ୍କ ଉପରେ ।ଇନ୍ଦୁମତୀ ସେହି ମାଳା କରନ୍ତେ ଲୋକନ ।ତୁରିତେ ଭୂତଳେ ପଡ଼ି ହେଲେ ବିଚେତନ ।ପ୍ରଦୀପ୍ତ ଦୀପଶିଖାରୁ ତଇଳ ବିନ୍ଦୁଏ ।ପଡ଼ିଲେ ଯେସନ ଶିଖା ଅଂଶ ରସା ଛୁଏଁ ।ସେହିପରି ନରପତି ମୂର୍ଚ୍ଛିତ ହୋଇଲେ ।ଇନ୍ଦୁମତୀଙ୍କ ସଙ୍ଗତେ ଭୂତଳେ ପଡ଼ିଲେ ।ରାଜା ରାଣୀଙ୍କର ଦଶା ଦେଖି ପାର୍ଶ୍ୱଚରେ ।ହାହାକାର ଶବ୍ଦ କଲେ ସର୍ବେ ଉଚ୍ଚଭରେ ।ସେମାନଙ୍କ ଆର୍ତ୍ତଧ୍ୱନି କରନ୍ତେ ଶ୍ରବଣ ।ରାବିଲେ ଆକୁଳେ ଉପବନପକ୍ଷିଗଣ ।ଅନୁଚରମାନେ ତହିଁ କରନ୍ତେ ବ୍ୟଜନ ।କିଛିକ୍ଷଣ ପରେ ଚେତି ଉଠିଲେ ରାଜନ ।ଇନ୍ଦୁମତୀଙ୍କର ଆଉ ନୋହିଲା ଚେତନ ।
ସମ୍ବନ୍ଧିତ ରଚନା
ସୂର୍ଯ୍ୟ ପ୍ରତି ଦୀପଗଙ୍ଗାଧର ମେହେର ଗଙ୍ଗାଧର ମେହେର
ତାରା-ସୂର୍ଯ୍ୟଗଙ୍ଗାଧର ମେହେର ଗଙ୍ଗାଧର ମେହେର
ଆୟୁଷ ନ ଥିଲେ ପ୍ରତିକାରେ କି କାରଣ ।
ବୀଣା ପରି ସେହି ମୃତ ଦେହ କୋଳେ ଧରି ।
କାନ୍ଦିଲେ ନୃପତି ଇନ୍ଦୁମତୀଗୁଣ ସ୍ମରି ।
ବିବର୍ଣ୍ଣ ଇନ୍ଦୁମତୀଙ୍କି କରନ୍ତେ ଧାରଣ ।
ସକଳଙ୍କ ଶଶୀ ପରି ଦିଶିଲେ ରାଜନ ।
ସ୍ୱାଭାବିକ ପ୍ରକୃତିକି ଛାଡ଼ିଲେ ନୃପତି ।
ଉନ୍ନତ୍ତ ପରାଏ ହୋଇ ବିଳପିଲେ ଅତି ।
ଅଜ ଗମ୍ଭୀର ପ୍ରକୃତି ତଥାପି ତାଙ୍କର ।
ଏହି ଘଟଣା ହୋଇଲା ପୁଣି ଧୈର୍ଯ୍ୟହର ।
ମନୁଷ୍ୟର କଥା କିବା କୁହାଯାଏ ନାହିଁ
ଅତିଶୟ ତପ୍ତ ହେଲେ ଲୌହ ଯାଏ ବହି ।
ସେହି ପୁଷ୍ପମାଳା ପ୍ରତି କରି ନେତ୍ରପାତ ।
କହିଲେ କରୁଣସ୍ୱରେ ନୃପତି ଏମନ୍ତ ।
ଆହା ଏ କୁସୁମମାଳା ଗାତ୍ର ସ୍ପର୍ଶ କରି ।
ଯେବେ ଜୀବନସଙ୍ଗିର ନେଲା ପ୍ରାଣହରି ।
ତେବେ ଜୀବନବିନାଶୀ ସୃଷ୍ଟି କରତାର ।
କେଉଁ ଦ୍ରବ୍ୟ ନ କରଇ ପ୍ରାଣ ଅପକାର ।
ସଂହାରକ କୃତାନ୍ତ ବା ଏମନ୍ତ କରନ୍ତି ।
କୋମଳ ଦ୍ରବ୍ୟେ କୋମଳ ଦ୍ରବ୍ୟକୁ ନାଶନ୍ତି ।
ସାକ୍ଷାତରେ ନିଦର୍ଶନ କଲେ ଦୃଷ୍ଟିପାତ ।
ହିମପାତେ କମଳିନୀ ହୁଅଇ ନିପାତ ।
ଯେବେ ପୁଷ୍ପମାଳା ହେଲା ପ୍ରାଣର ନାଶକ ।
ଆମ୍ଭ ଜୀବନର କିପାଁ ନହେ ସଂହାରକ ।
ବିଧାତା ଇଚ୍ଛାରେ ବିଷ ଅମୃତ ହୁଅଇ ।
କେଉଁଠାରେ ଅମୃତ ବା ବିଷରେ ଫଳଇ ।
କେଜାଣି ଅଦୃଷ୍ଟ ଦୋଷ ଏ ଏକା ମୋହର ।
ବିଧାତା କରିଛି ମାଳା ବଜ୍ରର ଆକାର ।
ଏହିରୂପେ ମହାରାଜ ଅନେକ ତର୍କିଲେ ।
ଶୋକାତୁର ହୋଇ ଦୀର୍ଘ ନିଶ୍ୱାସ ଛାଡ଼ିଲେ ।
ବାଷ୍ପାକୁଳନୟନରେ ଗଦ୍ଗଦବଚନେ ।
କହିଲେ ହା ମୃଗନେତ୍ରି ମଧୁରବଚନେ ।
ତୁମ୍ଭଙ୍କୁ ନ ଦେଖି ପ୍ରିୟେ ଶୂନ୍ୟ ଦିଶମାନ ।
ବିଦୀର୍ଣ୍ଣ ହେଉଛି ହୃଦ କରନ୍ତେ ସ୍ମରଣ ।
ଉଠ ଉଠ ପ୍ରିୟେ ପ୍ରୀତିସମ୍ଭାଷଣ କର ।
ପ୍ରାଣରକ୍ଷା ହେଉ ଥରେ ପ୍ରଣୟୀଜନର ।
କେତେ କରିଅଛୁଁ ତୁମ୍ଭ ପାଶେ ଅପରାଧ ।
ସେଥିପାଇଁ ଦିନେ ତୁମ୍ଭେ ସାଧି ନାହଁ ବାଦ ।
କି ଅପରାଧରେ ଆଜି ନିର୍ଦ୍ଦୟ ହେଉଛ ।
ଆମ୍ଭ ସଙ୍ଗତେ କାହିଁ କି କଥା ନ କହୁଛ ।
ଆମ୍ଭଙ୍କୁ କପଟୀ ବୋଲି କରିଅଛ ବୋଧ ।
ତେଣୁ ଘଟାଇଲ ଏକା ଏପରି ନିରୋଧ ।
ନୋହିଲେ କି ପ୍ରିୟ ସଙ୍ଗି ନ କହି ବଚନ ।
ପରଲୋକକୁ କି ତୁମ୍ଭେ କରନ୍ତ ଗମନ ।
ରେ ପ୍ରାଣ ପେୟସୀସଙ୍ଗେ ମୂର୍ଚ୍ଛା ଯାଇଥିଲୁ ।
ତାହାକୁ ନ ଆଣି କିପାଁ ଏକାକୀ ଅଇଲୁ ।
ନିଜଦୋଷରେ ଜୀବନ ଦଗ୍ଧ ହେଲୁ ଆସି ।
ପତ୍ନୀବିୟୋଗବେଦନା ସହିବୁ ତୁ ବସି ।
ଆହା ପ୍ରିୟେ ବିହରନ୍ତେ ଏହି ଉଦ୍ୟାନରେ ।
ଘର୍ମବିନ୍ଦୁ ବିରାଜିଛି ଏ ମୁଖପଦ୍ମରେ ।
ତୁମ୍ଭେ ପରିତ୍ୟାଗ କରି ଚାଲିଗଲ କାହିଁ ।
ଧିକ ଧିକ ମନୁଷ୍ୟର ସାରବତ୍ତା ନାହିଁ ।
ତୁମ୍ଭର ଅପ୍ରିୟ କାର୍ଯ୍ୟ କେବେ ଗୋ ପ୍ରେୟସି ।
କରି ନାହିଁ କିପାଁ ଛାଡ଼ି ଗଲ ମଦାଳସି ।
ନାମରେ ମୁଁ କ୍ଷତିପତି ଅଟଇ ଗୋ ଧନି ।
କେବଳ ତୁମ୍ଭର ପତି ଅଛି ମନେ ମାନି ।
ଅତିକଷ୍ଟରେ ପବିତ୍ର ପ୍ରଣୟ ମୋହର ।
ବଦ୍ଧମୂଳ ହୋଇଅଛି ସ୍ନେହ ଶ୍ରେଷ୍ଠତର ।
କୁସୁମମଣ୍ଡିତ ତୁମ୍ଭ ଏ ଅଳକାବଳୀ ।
ବାୟୁବେଗରେ କେମନ୍ତ ହେଉଛି ସଞ୍ଚାଳି ।
ତା ଦେଖି ମନରେ ବୋଧ ହୁଏ ଗୋ ଏପରି ।
ଅଇଲ କି ସଙ୍ଗି ମୋର ଦୁଃଖ ଦେଖି କରି ।
ପ୍ରାଣେଶ୍ୱରି ଦେଖ ପ୍ରାଣ ଯାଉଛି ମୋହର ।
ଦୟାକରି ଥରେ ଆସି ମୋତେ ରକ୍ଷା କର ।
ରାତ୍ରରେ ଔଷଧି ସବୁ ହୋଇଲେ ପ୍ରକାଶ ।
କନ୍ଦରତିମିର ଯେହ୍ନେ ହୁଅଇ ବିନାଶ ।
ତୁମ୍ଭର ବୋଧବଚନେ ଆଜି ଗୋ ସୁନ୍ଦରି ।
ମୋହ ଅନ୍ଧକାର ମୋର ଦିଅ ଦୂରକରି ।
ନ ଶୁଣି ତୁମ୍ଭର ସେହି ଅମୃତ ବଚନ ।
କଷ୍ଟ ହେଉଅଛି କ୍ଷଣେ ଜୀବନଧାରଣ ।
ଚକ୍ରବାକୀର ସଙ୍ଗତେ ଚକ୍ରବାକଯୋଗ ।
ରଜନୀ କରିବେ ସୁଧାକର ପୁଣି ଭୋଗ ।
ଏହି ଆଶାରେ ସେ ଦୁହେଁ ଯନ୍ତ୍ରଣା ସହନ୍ତି ।
ତୁମ୍ଭଙ୍କୁ ନ ପାଇ ମନ କି ବୋଧିବି ସତି ।
ଅତି ସୁକୁମାର ଏହି ତନୁ ଗୋ ତୁମ୍ଭର ।
ନବପଲ୍ଲବଶଯ୍ୟାକୁ ମଣେ କଷ୍ଟକର ।
କେମନ୍ତେ ସେ ତନୁ ଆଜି କୋମଳବଦନେ ।
ସମର୍ଥ ହୋଇବ ପୁଣି ଚିତାଆରୋହଣେ ।
ଲୋକାନ୍ତର ଯିବ ବୋଲି ମନେ ସ୍ଥିର କରି ।
ଯେତେ ରଖିଅଛ ଆମ୍ଭ ପାଇଁ ଗୋ ସୁନ୍ଦରି ।
କୋକିଳାଠାରେ ଯେ ଅଛି ମଧୁରଭାଷଣ ।
କଳହଂସୀଠାରେ ଯେଉଁ ମନ୍ଥରଗମନ ।
ହରିଣୀ କରେ ଯେ ଲୋଳଦୃଷ୍ଟିକି ପ୍ରକାଶ ।
ବାତାହତଲତାରେ ଯେ ଅଙ୍ଗର ବିଳାସ ।
ତୁମ୍ଭ ଅଭାବେ ଯେ ଗୁରୁ ବ୍ୟଥା ମୁଁ ପ୍ରାପତ ।
ଏମାନେ ନୁହନ୍ତି ତାହା ହରଣେ ସମର୍ଥ ।
କହିଥିଲ ଦିନେ ପ୍ରିୟେ ପ୍ରିୟଙ୍ଗୁଲତାକୁ ।
ସହକାରତରୁ ସଙ୍ଗେ ବିବାହ ଦେବାକୁ ।
ସେହି କାର୍ଯ୍ୟ ସମାପନ ନ କରି ଗୋ ମିତ ।
ଲୋକାନ୍ତର ଯିବା ତବ ନୁହଇ ଉଚିତ ।
ଯତ୍ନରେ ପାଳିତ ଏହି ଅଶୋକ ପାଦପ ।
ପ୍ରସବିବ ପ୍ରିୟେ ସଦା କୁସୁମ ଅମାପ ।
ସେ ପୁଷ୍ପେ ନ କରି ତବ ଅଳକାମଣ୍ଡନ ।
କେମନ୍ତେ କରିବି ପ୍ରେତକୃତ୍ୟେ ସମର୍ପଣ ।
ତୁମ୍ଭର ଚରଣାଗ୍ରକୁ କରିଣ ସ୍ମରଣ ।
କୁସୁମ ଛଳେ ଅଶୋକ କରଇ କ୍ରନ୍ଦନ ।
ହେ ପ୍ରିୟେ କିନ୍ନରକଣ୍ଠି ଶୁଣ ଗୋ ସୁନ୍ଦରି ।
ସୁଗନ୍ଧ ବକୁଳପୁଷ୍ପମାନଙ୍କୁ ଆହରି ।
ରଚୁଥିଲ ମୋହ ସଙ୍ଗେ ବିଳାସ ମେଖଳା ।
ଅର୍ଦ୍ଧେକ ରଚନା କରି ହୋଇଲ ଚଞ୍ଚଳା ।
ଦେଖ ପ୍ରିୟେ ତୁମ୍ଭର ଏ ସହଚରୀଗଣ ।
ତୁମ୍ଭ ସୁଖ ଦୁଃଖ ଯେହୁ କରନ୍ତି ଗ୍ରହଣ ।
ପ୍ରତିପଚ୍ଚନ୍ଦ୍ରର ତୁଲ୍ୟ ଦେଖ ଏ ନନ୍ଦନେ ।
ଲଘୁ କରି ନାହିଁ ଅନୁରାଗ ମୁହିଁ କ୍ଷଣେ ।
କେଉଁ ଦୁଃଖରେ ଆମ୍ଭଙ୍କୁ କଲ ବିସର୍ଜନ ।
ଅସ୍ଥିର ହେଉଛି ମନ ନ ପାଇ କାରଣ ।
ତୁମ୍ଭର ମୃତ୍ୟୁଜନିତ ବିଷମ ବିଷାଦ ।
ଜନ୍ମିଛି ହୃଦୟେ କାହିଁ ନାହିଁ କିଛି ସାଧ ।
ଅସ୍ତମିତ ହେଲା ଧୈର୍ଯ୍ୟ ବିରତ କାମନା ।
ଗାୟବେ ଋତୁଉତ୍ସବେ ନାହିଁ ଗୋ ବାସନା ।
ଅଳଙ୍କାରେ ନାହିଁ ଆଉ କିଛି ପ୍ରୟୋଜନ ।
ତବ ଯୋଗେ ଶଯ୍ୟା ମଧ୍ୟ ହେଲା ବିସର୍ଜ୍ଜନ ।
ନିର୍ଦ୍ଦୟ ମୃତ୍ୟୁ ତୁମ୍ଭଙ୍କୁ କରିଣ ସଂହାର ।
ନ ସାଧିଲା ଆମ୍ଭର ସେ କେଉଁ ଅପକାର ।
ତୁମ୍ଭେ ଆମ୍ଭର ଗୃହିଣୀ ମନ୍ତ୍ରୀ ମନ୍ତ୍ରଣାରେ ।
ପ୍ରିୟଶିଷ୍ୟା ଅଟ ପୁଣି ଗାନ ବାଜଣାରେ ।
ତବ ଜୀବନହାରକ କ୍ରୂର ଦଣ୍ଡଧର ।
ବୋଲ ସଖି ନ କଲା କି ହରଣ ମୋହର ।
ତୁମ୍ଭର ବିନାଶେ ମୋର ହେଲା ସର୍ବନାଶ ।
କହିବାକୁ ନିଶ୍ଚେଁ ଏହା ପାଇବା ପ୍ରୟାସ ।
ଅତୁଳ ଐଶ୍ୱର୍ଯ୍ୟ ପ୍ରିୟେ ଥିଲେ ହେଁ ମୋହର ।
ତୁମ୍ଭର ବିହୁନେ ସବୁ ହୋଇଲା ଅନ୍ତର ।
ତବ ବିନା ଆଉ ମୁହିଁ ଆନ ନ ଜାଣଇଁ ।
ମୋ ସୁଖ ବିଭବ ତବ ଆଶ୍ରିତ ଅଟଇ ।
ମନ ବଳୁ ନାହିଁ ଆଉ ଅଶନେ ଶୟନେ ।
ନିରୁତ୍ସାହ ହୋଇଅଛି କାର୍ଯ୍ୟର ସାଧନେ ।
ଏପରି କୋଶଳନୃପ କରନ୍ତେ କ୍ରନ୍ଦନ ।
କଷ୍ଟରେ ଇନ୍ଦୁମତୀଙ୍କି କୋଳୁଁ ବନ୍ଧୁଗଣ ।
ଘେନି ଯାଇ ସେହି ମାଳା କରାଇ ମଣ୍ଡନ ।
ଚନ୍ଦନଚିତାରେ ପୁଣି କଲେ ସମର୍ପଣ ।
ଅଛତ ଅନ୍ତରେଲକ୍ଷ୍ମୀନାରାୟଣ ସାହୁ