ରିପୁ-ରାକ୍ଷସ
ଚିନ୍ତାମଣି ମହାନ୍ତି
୧୮୬୭–୧୯୪୩
- ସଂକଳନ: ବ୍ରଜରେଣୁ
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୧୦୦
- ସ୍ଥିତି
- ସାର୍ବଜନୀନ (Public domain)
ସୁଦର୍ଶନ ଚକ୍ର ହରି ନାହିଁ କି କରେଷଡ଼ ମହାସୂର ରତ ସୃଷ୍ଟି ନାଶରେ ।୦।କାମ କ୍ରୋଧ ଲୋଭ ମୋହ,ମଦ ମାତ୍ସର୍ଯ୍ୟ ବିଦ୍ରୋହ-ଆଚରନ୍ତି, ନିର୍ଭୟରେ ତୁମ୍ଭ ରାଜ୍ୟରେ ।୧।ଅସୂରେ ହେଲେ ଦୁର୍ଭାର,ଧରି ତୁମ୍ଭେ ଅବତାର,ଯମପୁରେ ପରା ତାଙ୍କୁ ପେଷ ସତ୍ୱରେ ।୨।କଂସ ରାବଣକୁ ବଳି,ଏ ଅସୂରେ ମହାବଳୀ,ନିଅନ୍ତି ସର୍ବସ୍ୱ ଜୁରି ଶୂନ୍ୟ ଶୂନ୍ୟରେ ।୩।ନାହିଁ ତାଙ୍କ ବର୍ଣ୍ଣରୂପ,ବୋଲାନ୍ତି ବ୍ରହ୍ମାଣ୍ଡେ ଭୂପ,ନ ଗଣନ୍ତି କାହାରିକି ସେ ଜଗତରେ ।୪।ଏକା ସିନା ସୁଦର୍ଶନ,ହରେ ତାହାଙ୍କ ଜୀବନ,ତା ବିନା କେ ନୁହେଁ ସରି ତାଙ୍କୁ ସମିରେ ।୫।ତାଙ୍କ ପ୍ରବଳ ପ୍ରତାପେ,ବୁଡ଼ିଲାଣି ମହୀ ପାପେ,ଉଦ୍ଧାର ତାକୁ ହେ ଦୁଷ୍ଟେ ନିପାତି ଖରେ ।୬।ଦର୍ପେ ଧରି ବୀରବେଶ,ଗର୍ଜି ଉଜାଡ଼ନ୍ତି ଦେଶ,କବି କହେ ଶଙ୍କିତ ମୁଁ ତାଙ୍କ କ୍ରୋଧରେ ।୭।
ସମ୍ବନ୍ଧିତ ରଚନା
ଗୋପାଳକୃଷ୍ଣଙ୍କ ଚଉତିଶା
ଗୋପାଳକୃଷ୍ଣ ପଟ୍ଟନାୟକ
ନାନାବାୟା ଗିତ
ନନ୍ଦକିଶୋର ବଳ