ବାଟବଣା
ଚିନ୍ତାମଣି ମହାନ୍ତି
୧୮୬୭–୧୯୪୩
- ସଂକଳନ: ବ୍ରଜରେଣୁ
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୧୨୪
- ସ୍ଥିତି
- ସାର୍ବଜନୀନ (Public domain)
ଆସିଥିଲି ଯେଉଁ ବାଟେ ଗଲିଣି ତା ଭୁଲି,ଥକିଲିଣି ଖୋଜି ଖୋଜି କେତେ ଆଡ଼େ ବୁଲି ।କାହାକୁ ବା ପଚାରିବି କେ ଦେବ ଦେଖାଇ,ସମସ୍ତେ ତ ଭୂଆଁ ବୁଲା, କିଏ ଜାଣେ ନାହିଁ ।ପୁଣି ସର୍ବେ ପଥହରା ପଡ଼ି ଅନ୍ଧକୂପେ,ଆନେ ପଥ ଦେଖାଇବ କିଏ ବା କିରୂପେ ।ନ ମିଳିଲା ନାହିଁ ବାଟ ଡ଼େଇଁ ଖାଲ ଉଞ୍ଚ,ଅମଣ୍ଡାରେ ଚାଲୁଥିବି ମାଡ଼ି କଣ୍ଟା ଖୁଞ୍ଚ ।ଖୋଜୁ ଖୋଜୁ ନିଶ୍ଚେ ଦିନେ ମିଳିଯିବ ପଥପୂର୍ଣ୍ଣ ହେବ ସେହି ଦିନ ମୋର ମନୋରଥ ।ଥିବ ଯେବେ ପ୍ରାଣେ ମୋର ଉତ୍କଣ୍ଠା ଉଚ୍ଚାଟ,ରୂପ ଧରି ସେହୁ ମୋତେ ଦେଖାଇବ ବାଟ ।ସର୍ବଜାଣ ମହାକାଳ ଧରି ମୋର ହାତ,ଭେଟାଇବ ବାଟ-ତା’ର କର୍ତ୍ତବ୍ୟ ତାହା ତ ।ଜୀବନର ଶେଷଦିନେ ଆସିବ ସେ ବଳେ,ନ ଆସୁଣୁ ଖୋଜୁଥିବି ତାକୁ ନାନା ସ୍ଥଳେ ।ଜଗତରେ ନାହିଁ କିଛି ତାହାର ଅଦେଖା,ସମସ୍ତଙ୍କ ଶେଷଦିନ ତା’ ପାଞ୍ଜିରେ ଲେଖା ।ସେହି କାଳ ପରଂବ୍ରହ୍ମ, ନିତ୍ୟ ଅଦ୍ୱିତୀୟ,କାହା ବଳେ ତା ନିୟତି ନୁହେଁ ଲଙ୍ଘନୀୟ ।
ସମ୍ବନ୍ଧିତ ରଚନା
ଗୋପାଳକୃଷ୍ଣଙ୍କ ଚଉତିଶା
ଗୋପାଳକୃଷ୍ଣ ପଟ୍ଟନାୟକ
ନାନାବାୟା ଗିତ
ନନ୍ଦକିଶୋର ବଳ