ଜୀବନ-ଜ୍ୟୋତି
ଚିନ୍ତାମଣି ମହାନ୍ତି
୧୮୬୭–୧୯୪୩
- ସଂକଳନ: ବ୍ରଜରେଣୁ
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୯୦
- ସ୍ଥିତି
- ସାର୍ବଜନୀନ (Public domain)
କି ଜ୍ୟୋତି ଏ ? କାହୁଁ ଆସେ ? କା’କୁ ପଚାରିବି ?ନିମିଷେ ଦେଖାଇ ଆଲୋ ଯାଏ ଖରେ ନିଭି ।ଦପ୍କରି ଜଳି ଉଠି ନିଭିଯାଏ ତଥା,ଯେବେ ଆସେ ସବୁ ଥର ତା’ର ଏହି ପ୍ରଥା ।କ୍ଷଣସ୍ଥାୟୀ ସେ ଆଲୋକେ କି ହୁଏ କାହାର,ଅଥବା ତାହାର ହୁଏ କେଉଁ ଉପକାର ।ଅଳ୍ପାୟୁ ସେ, ଦୁଇଖଣ୍ଡ କାଷ୍ଠ ସଂଘର୍ଷଣେ-ଆଶୁଜାତ ସୂକ୍ଷ୍ମତମ ସ୍ଫୂଲିଙ୍ଗ ଯେସନେ ।ତେବେ କି ବିଅର୍ଥେ ଆସି ବିଅର୍ଥରେ ଯାଏ,ବ୍ୟର୍ଥତାର ଅନ୍ତରାଳେ ସଦା ଲୁଚିଥାଏ ।ଖେଳେ ସେହୁ କାହା ସଙ୍ଗେ ଲୁଚକାଳି ଖେଳ,କିସ ପାଏ ଖେଳରୁ ସେ ଏଡ଼େ କି ଅଲେଳ ।ବିଶ୍ୱ ଯାର ଖେଳଘର ତାକୁ ଏକା ଜଣା,-ଏ ରହସ୍ୟ, କିନ୍ତୁ ନର ହୋଇଥାଏ ବଣା ।
ସମ୍ବନ୍ଧିତ ରଚନା
ଗୋପାଳକୃଷ୍ଣଙ୍କ ଚଉତିଶା
ଗୋପାଳକୃଷ୍ଣ ପଟ୍ଟନାୟକ
ନାନାବାୟା ଗିତ
ନନ୍ଦକିଶୋର ବଳ