ଅମୃତନିଧି ଚଉତିଶା
ପ୍ରାୟ ୧୬୫୦–୧୭୧୦
- ପଢ଼ିବା ସମୟ
- ୮ ମିନିଟ୍
- ଶବ୍ଦ
- ୧୨୬୯
- ସ୍ଥିତି
- ସାର୍ବଜନୀନ (Public domain)
କାଳିନ୍ଦୀକୂଳେ ରାଧାଙ୍କୁ ଦେଖିକୃଷ୍ଣ ବୋଲନ୍ତି ରେ ପ୍ରିୟସଖି !କେ ବୋଲଇ ତୋତେ ପ୍ରଫୁଲ୍ଲ କମଳକନକ ଦର୍ପଣ ଚନ୍ଦ୍ରମୁଖୀ ରେପ୍ରାଣସଖି !କି ତାହାର ଆଜନ୍ମରୁ ନାହିଁ ଆଖି ରେ ।କି ତୋ ଭ୍ରୂଭଙ୍ଗୀ ଚାହାଣୀ ନାହିଁ ଦେଖି ରେ ।କର୍ଣ୍ଣେ ଏହା ଶୁଣି ହୋଉଥାଉ ଦୁଃଖୀ ରେ ।୧।ଖଳ ଲୋକଙ୍କର ଖଳ ବୋଲକ୍ଷଣେ ହେ ସଂସାରେ ନୋହେ ଭଲଖଞ୍ଜନ୍ତି ପଶ୍ୟ ତୋହର ପ୍ରାୟେ କାଚକାଞ୍ଚନ ସଙ୍ଗତେ କରି ତୁଲରେଜୀବଧନ !ଖୋଜି କହିବି କେତେ ମୁଁ ସେ ବଚନ ରେଖେଦ ଲଭୁଥାଉ ଏହି ଘେନି ମନ ରେଖୀଣୋଦରି ! ତୋ ମୁଖକୁ କେ ସମାନ ରେ ।୨।ଗୁରୁଯଉବନି ! ଏବେ ଶୁଣଗୁଣିଲେ ତାହାଙ୍କ ଅବିଗୁଣେଗଗନ-ନକ୍ଷତ୍ର ପ୍ରାୟେ ନ ସରିବଅଧିକ କହିବା କି କାରଣ ରେଗୁଣନିଧି !ଗୁଣି କହିବି ତାହାଙ୍କ ଗତିବିଧି ରେଗଲା ଜଳକୁ ଯେ ପଦ୍ମ ତପ ସାଧି ରେଗାଢ଼େ ଶିଶିର ତାହାକୁ ଦେଲା ବାଧିରେ ।୩।ଘର୍ମକର-କର-ତାପ ସହି,ଘୋର ତପସ୍ୟା ବଳରୁ ସହୀଘଟଣ-ଆନନୀ ଶ୍ରୀଅଙ୍ଗ-ସୁବାସଦେଲା କିଛି ଏବେ ଅଛି ବହି ରେଘନସ୍ତନି !ଘସ୍ରେ ବିକାଶ ହୁଅଇ ଏହି ଘେନି ରେଘୁଞ୍ଚିଯାଇ ଶୋଭା କାହିଁ ନିଶିଥିନୀ ରେଘଡ଼ି ତ ନ ରହଇ ତା ଘେନାଘେନି ରେ ।୪।ନିକଷରେ ଆଗ କଷି ହୋଇନିଆଁରେ ଝାସେ ସୁବର୍ଣ୍ଣ ଯାଇଁନରହାତେ ପଡ଼ି ଦର୍ପଣ ହୋଇ ତମନକୁ ତର୍ପଣ କଲା ନାହିଁ ରେନିତମ୍ବନି !ନିଶ୍ଚେ ନାଶ ଯାଇ ହେଲେ ଅଭିମାନୀ ରେନିସ୍ତରିଲା ତୋହେ ମୁଖ ଛାୟା ଘେନି ରେନୋହୁ କଉଁ କାଳରେ ତୁ ସୁଖଦାନୀ ରେ ।୫।ଚତୁରୀମଣି ! ତୁ ଶୁଣ ଏବେଚକ୍ରଧର ବେଶ ଧରି ପୂର୍ବେଚ୍ୟୁତ ହେଲା ପୁଣ୍ଡରୀକ ବାସୁଦେବପରାଏ ହୋଇଲା ଚନ୍ଦ୍ର ଏବେ ରେଚଞ୍ଚଳାକ୍ଷି !ଚାରୁବଦନକୁ ହେବ ବୋଲି ଲଛି ରେଚକ୍ଷୁଆଗେ ହରିଣକୁ ବହିଅଛି ରେଚିତ୍ତମୋହିବା ଚାତୁରୀ ନାହିଁ କିଛି ରେ ।୬।ଛଟକ ଚାହାଣୀ ଭାବ ତୋରଛଇଳ ମୋହନ ସୁଖଘରଛାର କରଇ ଯେ ମଦନ ଶରକୁଆଉ କଥା ଅବା କେତେ ଦୂର ରେଛୀଣୋଦରି !ଛଳି କହି ବସିଲେ ତୋ ନେତ୍ରଶିରୀ ରେଛିଡ଼ିଯିବ ସିନା ଚନ୍ଦ୍ର କଥା ଡୋରୀ ରେଛୀରେ ଘୃତ ପରାୟେ ଯେ ଅଛି ପୂରି ରେ ।୭।ଯାହା ଚନ୍ଦ୍ରପକ୍ଷେ କ୍ଷୀଣ ହୋଏ,ଜାଣିଲେ ସେହିଟି ଦଣ୍ଡ ପାଏଯାମିନୀ ଜ୍ୟୋତି ଦିବସରେ ନ ଥାଇତିଥି ଭେଦେ ରାହୁ ଘାତ ପାଏ ରେଜାଣୁମଣି !ଜଳନିଧିସୁତ ପଣେ ବହି ଆଣି ରେଯାଇଁ ମହାଦେବ ଶିରେ ହୋଏ ମଣିରେଯୋଗ୍ୟ ନୋହିଲେ ନେମାକୁ ମୁଖଠାଣି ରେ ।୮।ଝସକେତୁସଖା ଭାବେ ଥାଇ,ଝିମନ୍ତେ ଉପ୍ରୋଧ କରେ ନାହିଁଝାଡ଼ ଅନଳ ଚନ୍ଦନକୁ ଦହିଲାପ୍ରାୟେ ପଦ୍ମିନୀକି ନ ତେଜଇ ରେଝଳିଗୋରି !ଝୁରୁଥାଇ ତୋ ମୁଖକୁ ନୋହି ସରି ରେଝାସଇଟି ପ୍ରତିଦିନେ ସିନ୍ଧୁବାରି ରେଝଗଡ଼ୁଛି ତା ମନକୁ ଅନୁସରି ରେ ।୯।ନିରନ୍ତରେ ଏକା ଭ୍ରମୁଥାଇ,ନ ରହଇ କାହିଁ ଥିର ହୋଇନିଶ୍ଚେ ଜାଣିଲି ଯେ ଜନମୁଁ କୁଟିଳନିନ୍ଦାରୁ ତାହାର ଭୟ ନାହିଁରେନତଅଙ୍ଗି !ନତବ୍ରତଦିନୁଁ ତୋର ମୋର ସଙ୍ଗୀ ରେନାନା ଭାବେ ତୁ ମୋତେ କରିଛୁ ରଙ୍ଗୀ ରେନୁଛି ଯାଇ କି ନା ତୋର ଭୁରୂଭଙ୍ଗୀ ରେ ।୧୦।ଟେକି ତୁ ଚାହିଁଲେ ଭୁରୁଲତାଟଳିଯିବେ ମହା ଊର୍ଦ୍ଧ୍ୱରେତାଟେକେ କହୁଛି ଦମ୍ଭକୁ ଅବଲମ୍ବକରିବ କେ ଏଡ଼େ ବିବେକତା ରେଟେକସ୍ତନା !ଟାଣ କବିମାନେ ହୋଇ ଦୁଷ୍ଟମନା ରେଟେକିଥାନ୍ତି କାମଦେବଧନୁ ସିନା ରେଟାହି ପ୍ରାୟେ ତାଙ୍କ ବୋଲି ନୁହଇ ନା ରେ ।୧୧।ଠାବ କଲି ଏତେ କାଳେ ଆସିଠିକେ ଯେ ଜଳରେ ଯାଏ ଭାସିଠୂଳ ଭୟେ ସବୁ ଅବଲମ୍ବ କଲାପ୍ରାୟେ କବି ହେଲେ ସବୁଭାଷୀ ରେଠାକୁରାଣୀ !ଠାବ କରି ତୋ ଅଙ୍ଗକୁ ପୁଣ ପୁଣି ରେଠେସି ପକାଇଲି ଏବେ ତାଙ୍କ ବାଣୀ ରେଠିଆ ହେବାକୁ ତାଙ୍କର ନାହିଁ ଆଣି ରେ ।୧୨।ଡକାଇତ ପ୍ରାୟେ କବିରୀତିଡ଼ୋଳେ ଦେଖୁ ଦେଖୁ ନ ଚିହ୍ନନ୍ତିଡ଼ାକୁଥାନ୍ତି ମୋର ଡ଼ୋଳାପ୍ରତିମାକୁଖଞ୍ଜନ-ହରିଣ-ମୀନ-ନେତ୍ରୀ ରେଡୋଳେଶ୍ୱରୀ !ଡେରି ହୋଏ ରୋମ ଏହା ଶୁଣି କରି ରେଡହେ ଅଙ୍ଗକୁ ସେ ବୋଲ ଯେଡ଼େ କରି ରେଡଙ୍କ ଲାଗିଲେ ନୋହିବ ଏତେ ସରି ରେ ।୧୩।ଢମ କରି କହୁ ନାହିଁ ସଖି !ଢାଳି ଅନାଇଲେ ଯଉଁ ଆଖିଢୋକିଲା ଅମୃତ ଆସ୍ୱାଦିଲା ପ୍ରାୟେମନକୁ କରଇ ମହାସୁଖୀ ରେଢ଼ାଳନେତ୍ରି !ଢାଳେ ତୋହେ ଘେନି ସିନା କାମ ଛତ୍ରୀରେଢମପଣେ ଧରିଥାଇ ଫୁଲପତ୍ରୀ ରେଢାଳିବାକୁ ଦମ୍ଭକୁ ସେ ମହାମନ୍ତ୍ରୀରେ ।୧୪।ଏ କଥା ନୋହଇ ଅପ୍ରମାଣଆନନ୍ଦ-ଦାୟିନି ! ଏବେ ଶୁଣଅଭିସାର ତୋର ନୋହିଥିଲାକୁ ଟିମହାଦେବଠାରେ ଗଲା ପ୍ରାଣ ରେଅଳକିନି !ଏବେ ତୁ ତାହାର ମୃତ୍ୟୁସଞ୍ଜୀବନୀ ରେଏହି ନୟନଦ୍ୱାରେଟି ତାହା ଚିହ୍ନି ରେଆଉ ଅଛି ନିକି ତୋର ପରା ଦାନୀରେ ।୧୫।ତୋ ନେତ୍ରତରଙ୍ଗ ହାବ ଭାବତୁଚ୍ଛ ଜୀବ ଛାର କାହୁଁ ହେବ ?ତେରଛେ ଚାହିଁବା କି କହିବା ଯହିଁବ୍ରହ୍ମାପାଏ କାମ ପରାଭବ ରେତ୍ରିବଳିନି !ତୋହୋ ନୟନର ଯଉଁ ଘେନାଘେନି ରେତାହା କହିବି କଉଁ ଯୋଗ୍ୟତା ଘେନି ରେତେଡ଼େ ଭାଗ୍ୟ ମୋର କାହିଁ ଅଛି ଧନି! ରେ ।୧୬।ଥିରାମଧ୍ୟେ ଦମ୍ଭ ହତ ବାନାଥିବ ତ ନାହିଁ ଏ ନେତ୍ରବିନାଥମ୍ବନ ମୋହନ ବଶ ଉଚ୍ଚାଟନଜାତ କରିବାକୁ ଏହି ସିନା ରେଥିରଗତି !ଥରେ ଥରେ କରଇ ଏ ଯଉଁ ଗତି ରେଥାଣୁ ଦେଖି କାମେ ହେବ ଛତିବିତି ରେଥାଉ ଆଉ ଲୋକର ବା କେତେ ଥାତି ରେ ।୧୭।ଦେଖିଲେ ଯେ ହୋଏ ସୁଖକରଦେଇ ସିନା ତାକୁ ପଟାନ୍ତରଦୂରେ ଥାଇ କବି ବଚନ କହୁଛିତୋ ନେତ୍ର ନିଶ୍ଚେ ବୈକୁଣ୍ଠପୁର ରେଦିବ୍ୟଗୋରି !ଦଇବେହେଁ ତ ବିଷ୍ଣୁର ମନୋହରୀ ରେଦୟାନିଧିଦୟା ଥିଲେ ଦେଖିପାରି ରେଦୁଖ ଅଛି ବୋଲି ମନେ ନ ବିଚାରି ରେ ।୧୮।ଧଳା କଳା ରଙ୍ଗେ ଶୋଭା ପାଏଧାତା ହରି ହର ସଙ୍ଗ ପ୍ରାୟେଧନ୍ୟ ଧନ୍ୟ ତାର ଜନମର ଭାଗ୍ୟଯାହାର ଏ ଦରଶନ ହୋଏ ରେଧୃତିଧ୍ୱଂସି !ଧରଣୀରେ ତୋର ନେତ୍ର ପରଶଂସି ରେଧୀର ହୋଇ ଏହା ଚାହୁଁଥିବା ବସି ରେଧର୍ମ-ଅର୍ଥ-କାମ-ମୋକ୍ଷ-ଫଳଦୃଶୀରେ ।୧୯।ନିରତେ ବଢ଼ାଇ ପ୍ରେମପ୍ରୀତିନ ଛଡ଼ାଇ ଅନୁରାଗ ରୀତିନିଶ୍ଚେ ଜାଣିଲି ରେ ନୟନ-ପ୍ରତିମାତୋ ନେତ୍ର ନାଗରୀ ରସବତୀ ରେନବଯୁବା !ନାନା ଗତିରୁ ଏ ନୃତ୍ୟକାରୀ ଅବା ରେନୀଳକଣ୍ଠଠାରେ କରି ପୂର୍ଣ୍ଣ ସେବା ରେନିରନ୍ତରେ ଏହି ଶୋଭା ଦେଖୁଥିବା ରେ ।୨୦।ପଡ଼ିଲେ ଏ ନେତ୍ରେ ନେତ୍ରଗତେପ୍ରତେ ହୋଉଥାଉ ମନେ ଏତେପାକଶାସନ- ସମ୍ପତ୍ତିକି ପ୍ରଶଂସାକରୁଥାନ୍ତି ଲୋକେ କି ନିମନ୍ତେ ରେପ୍ରାଣମଣି !ପରମାନନ୍ଦ ସୁଖକୁ ତେବା ଆଣିଲେପ୍ରତିକ୍ଷଣେ ଦହଇ ଏ ନେତ୍ରଠାଣିରେପ୍ରତି ଅଙ୍ଗ ପୁଲକାଇ ପୁଣ ପୁଣିରେ । ୨୧ ।ଫୁରୁଛି ମନରେ ଆସି ଯେତେଫେଡ଼ି ତା ଅବା କହିବି କେତେଫାଇ ଲମ୍ବ ପାଇ ତରଙ୍ଗ ଭାବରୁକ୍ଷୀରସିନ୍ଧୁ ପ୍ରାୟେ ହୋଏ ପ୍ରତେ ରେସ୍ଫୁଟମୁଖି !ଫୁଲ୍ଲ ଅରବିନ୍ଦେ ଫୁଲଲିଟ ଦେଖି ରେଫୁରୁଣାରେ ଲକ୍ଷି କବି ହୋଏ ସୁଖୀ ରେଫଳ ଏ ବାହାରେ ଆଉ ନାହିଁ ସଖି ରେ । ୨୨ ।ବିବେକ ଛାଡ଼ଇ ଯଉଁଜନବଡ ହେଲେ ତାକୁ ବୋଲି ସାନବିଚାରି ବିଚାରି ବୋଲନ୍ତି ତୋ ନେତ୍ରଖଞ୍ଜନ ଚକୋର ମୃଗ ମୀନ ରେବରାଙ୍ଗନା !ବୁକୁ ହାଣି ହୋଏ ଏହା ଶୁଣି ସିନାରେବ୍ରହ୍ମା ଯାହା ଦେଖି ହେବ ହତମନା ରେବଚନରେ ତାହା କରି ଏତେ ଅନା ରେ ।୨୩ ।ଭାବ ନ ଜାଣଇ ଯଉଁଲୋକଭଲ ମନ୍ଦ ତାର ହୋଏ ଏକଭୋଖୀ ଭ୍ରମର ଠାରୁ ଜଣାଗଲା ସେଅଧିକ କହିବା କଉଁ ଟେକରେଭାବନିଧି !ଭାବୁ ଥାଇ ଏହିକଥା ନିରବଧି ରେଭ୍ରମ ହେଲା କାହିଁପାଇଁ ଧାତାବୁଦ୍ଧି ରେଭଲ କଥାରେ ଅଭଲ କଲା ସିଦ୍ଧି ରେ । ୨୪ ।ମଦାଳସୀ ମୁଖ ନେତ୍ର ଛବିମୋହୋ ବୁଦ୍ଧି କେତେ ମୁଁ କହିବି ?ମହାଯୋଗୀ ମହାଦମ୍ଭ ଧରାଧରମର୍ଦ୍ଦିବାକୁ ଯେହୁ ମହାପବି ରେମନ୍ଦହାସି !ମନେ ଏମନ୍ତ ସଂପ୍ରତେ ହୋଏ ଆସିରେମନ୍ଦାକିନୀରେ ଯମୁନା ବହେ ମିଶିରେମହାସୁଖ ଉପରେ ଏ ସୁଖରାଶିରେ । ୨୫ ।ଯେମନ୍ତ ମୋ ସଙ୍ଗେ ରାମ ଥିଲେଜଗତ ଆନନ୍ଦ ହୋଏ ଭଲେଜଗମୋହନି ! ମୋ ନେତ୍ରକୁ ତୋ ନେତ୍ରସେହିରୂପେ ଆଜ ସୁଖ ଦେଲେ ରେଜୀବଧନଯାହା ହୋଉଛି ଏବେହେଁ ମୋହୋ ମନ ରେଯେବେ ସର୍ବଦା ହେବ ତୋ ଦରଶନ ରେଯଦୁବଂଶେ ସମ୍ଭବିବା ମୋର ଧନ୍ୟ ରେ ।୨୬।ରମଣୀମଣି ତୋ ସ୍ମିତବାଣୀରଙ୍ଗିମା ଅଧର ଦନ୍ତଶ୍ରେଣୀରୁଚି ରୁଚିର ଉଚ୍ଚକୁଚ ପ୍ରଶଂସାକୁହାଇ ନ ଦେଲା ନେତ୍ର ଆଣି ରେରସିକିନି !ରାଗବନ୍ତ କୃଷ୍ଣ ଗୁଣ ଭାବ ଘେନି ରେରତି ପକ୍ଷପାତେ ସିନା ହୋଇ ମାନୀରେରାତ୍ର ଦିବସ ଏ ମୋର ସୁଖଦାନୀ ରେ ।୨୭।ଲଳିତ ଲୋଳ ମହିମା ଯେତେଲକ୍ଷିବାକୁ ଦିଶୁ ନାହିଁ ମୋତେଲୋଭ କରି ମୃଗତୃଷ୍ଣା ତଡ଼ିତକୁବୋଲିବା କଥା ହିଁ ଅବା କେତେ ରେଲୀଳାବତି ।ଲାଗିଥାଉ ମୋତେ ଏ ନୟନ-ପ୍ରୀତିରେଲୋକନାଥ କରିଥାଉ ଏହି ମତି ରେଲାଭ ଏ ବାହାରେ ଆଉ ନାହିଁ ଛିତି ରେ ।୨୮।ବାସୁଦେବ-ସ୍ନେହବାଣୀ ଶୁଣିବୋଲେ ବ୍ରଜବଧୂ-ଶିରୋମଣିବେଭାରେ ରସିକ ନାଗର ରସନ୍ତିଗୁଣବନ୍ତ ନାରୀ ଭାବ ଆଣି ହେବନମାଳୀ !ବଡ଼କରି ଯେତେ ସ୍ତିରୀ ଫୁଲ ପାଳି ହେବଢ଼େ ତେତେ ରୂପେ ସୁଖ ଭୋଗ କେଳି ହେବଳି କହିବି ଅବା ତା କେତେ ଭାଳି ହେ ।୨୯।ସୁମନା ସୁମନ ସୁମନମସବୁ ରୂପେ ଯେବେ କରି ଦୋଷସୁଖ ସମ୍ପତ୍ତି ବହୁତ କରି ଭୋଗକରନ୍ତି ବିବେକ ସୁପୁରୁଷ ହେଶ୍ୟାମଘନ !ସବୁଦିନେ ଥିବ ଏହି ଅବଧାନ ହେସପନେହେଁ ମନେ ନ କରିବ ଆନ ହେସବୁକରି ମାଗୁଛି ମୁଁ ଏହି ଦାନ ହେ ।୩୦।ସରସ-ସନ୍ଦର୍ଭ-ଗର୍ଭ-ଭାବେସନ୍ତୋଷେ ମେଲାଣି ହୋଅ ଏବେଶ୍ରୀହରି ବୋଲନ୍ତି ସେବକ ଦେବା ତଉଚିତ ନୋହଇ ପ୍ରଭୁଠାବେ ରେସୀମନ୍ତିନି !ସଙ୍ଗ-ଭଙ୍ଗ ବଡ଼ ହୋଇ ନାହି ହାନି ରେସତ ନ ବଳେ, ନ ଚଳେ ପାଦ ବେନି ରେସୁଧା ବରଷି ବଚନ ସୁଖ ଘେନି ରେ ।୩୧।ଶ୍ୟାମା ଶ୍ୟାମା ଏକଠାବେ ଦେଖିସଖୀ ଡାକିଲା ରେ ପ୍ରାଣସଖିଶ୍ୟାମ-ମେଘରେ ତ ଅପୂର୍ବ ଥକିତବିଜୁଳୀ ପରାୟେ ଅଛୁ ଲାଖି ରେସହଚରି !ଶ୍ୟାମଅଭୟ-ପଞ୍ଜର ଆଶ୍ରେ କରି ରେସବୁ ଭୟକୁ ଦେଲୁ କି ଦୂର କରି ରେଶୀଘ୍ରେ ଆସ ମୁଁ ଗଲିଟି ପରିହରି ରେ ।୩୨।ହରି ବୋଲନ୍ତି ରେ ଗୋପାଙ୍ଗନା !ହେଲୁ ତୁ ପବନ ପ୍ରାୟେ ସିନାହତ କଲୁ ଘନ ରସ ବରଷିବାକଉଁ କାରଣରୁ ବକ୍ରମନା ରେହାରାବଳି !ହାଥୁ ନେଲୁ ମୋ ଅମୃତ ରସାବଳି ରେହୃଦେ ଏହି କଥା ନିକି ଥିଲୁ କଳି ରେହର-ବଇରି ଶରେ ତୁ ହୋଅ ଦଳିରେ ।୩୩।କ୍ଷଇଳ ଗୋପୀ ହରଷେ ଗଲେକ୍ଷେମେ ଗୋପ ପରବେଶ ହେଲେକ୍ଷଣଦା କାଳେ ଛଛନ୍ଦେ କୁତୂହଳେକନ୍ଦର୍ପ-ଦର୍ପକୁ ବିନାଶିଲେ ସେକ୍ଷମାନିଧିକ୍ଷନ୍ଦି ଗୋପୀ ଅଙ୍ଗେ ଆଭରଣ-ବିଧି ସେକ୍ଷତିମଣ୍ଡନୀ ମୋହିନୀ ମନ ବୋଧି ସେକ୍ଷେମେ ଦୀନକୃଷ୍ଣ ମନକାମ ସିଦ୍ଧି ସେ ।୩୪।
ସମ୍ବନ୍ଧିତ ରଚନା
ଗୋପାଳକୃଷ୍ଣଙ୍କ ଚଉତିଶା
ଗୋପାଳକୃଷ୍ଣ ପଟ୍ଟନାୟକ
ନାନାବାୟା ଗିତ
ନନ୍ଦକିଶୋର ବଳ
ଓଗାଳ ଖଣ୍ଡ ପ୍ରଥମ ଭାଗ
ଅଚ୍ୟୁତାନନ୍ଦ ଦାସ
ବ୍ରହ୍ମ ସଂଗୀତ
ବିଶ୍ୱନାଥ କର